Khandagiri Magha Mela - The Sakala

ଜମୁଛି ଖଣ୍ଡଗିରି ମେଳା; ସାଧୁସନ୍ଥଙ୍କ ପାଖରେ ଲାଗୁଛି ଲୋକଙ୍କ ଭିଡ଼, ରାତିରେ ମଞ୍ଚ ଦୁଲୁକାଉଛନ୍ତି ଯାତ୍ରାପାର୍ଟି
ଭୁବନେଶ୍ୱର: ଜମୁଛି ଖଣ୍ଡଗିରି କୁମ୍ଭମେଳା। ମାଘ ସପ୍ତମୀ କୁମ୍ଭମେଳା ପାଇଁ ଚଳଚଞ୍ଚଳ ହୋଇଉଠିଛି ଖଣ୍ଡଗିରି ପାହାଡ଼ ପାଦଦେଶ। ଶହ ଶହ ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଛି। ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ ନିଜ ନିଜ ଆସ୍ଥାନରେ ହୋମଯଜ୍ଞ କରିବା ସହ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି। ଖଣ୍ଡଗିରି ପାଦଦେଶରେ ଆସ୍ଥାନ ମେଲାଇଥିବା ସାଧୁସନ୍ଥଙ୍କ ପାଖରେ ଦୂରଦୂରାନ୍ତରରୁ ଲୋକ ଆସି ଗହଳି କରୁଛନ୍ତି। ସେଠାକୁ ଯାଇ କିଏ ନିଜ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସୁଛି ତ କିଏ ପରୀକ୍ଷା ଏବଂ ଅର୍ଥ ସମସ୍ୟା କଥା ପଚାରି ବୁଝୁଛି। ଖାଇବାଠୁ ଆରମ୍ଭ କରି କିଣାକିଣି ମଧ୍ୟ ଜମୁଛି। ସନ୍ଧ୍ୟା ହେଲା କ୍ଷଣି ରାଜଧାନୀବାସୀଙ୍କ ଠିକଣା ପାଲଟୁଛି ଖଣ୍ଡଗିରି କୁମ୍ଭମେଳା। ଦିନ ବେଳା ହୋମ ଯଜ୍ଞ ହେଉଥିବାବେଳେ ସନ୍ଧ୍ୟାରେ ଭଜନ କୀର୍ତ୍ତନ ଆହୁରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି। ମେଳାରେ ସାଧୁସନ୍ଥଙ୍କ ତପସ୍ୟା ଦେଖିବା ସହ ମୀନା ବଜାର ଓ ଖାଦ୍ୟଷ୍ଟଲରେ ମଧ୍ୟ ଭିଡ଼ ଜମୁଛି ।

ପ୍ରତିଥର ଭଳି ଏଥର ମଧ୍ୟ ବିଭିନ୍ନ ବାବାଙ୍କୁ ଦେଖିବାକୁ ଭକ୍ତଙ୍କ ସୁଅ ଛୁଟିଛି। ଦୂରଦୂରାନ୍ତରୁ ଲୋକମାନେ ଆସି ନିଜ ସମସ୍ୟା ବିଷୟରେ ବାବାଙ୍କୁ ଜଣାଇବା ସହ ସମାଧାନ ସ୍ୱରୂପ ଡେଉଁରିଆ, ବିଭୂତି ଓ ପ୍ରସାଦ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତେ ବାବାଙ୍କ ବିଭିନ୍ନ ବାବାଙ୍କ ନିକଟରେ ଭିଡ଼ ଜମାଇଥିଲେ। ତେବେ ଏଥର ଆକର୍ଷଣରେ ଧଳା ବାବା, ଫୌଜି ବାବା, ଡମ୍ବରୁ ବାବା, ଭସ୍ମ ବାବା, ଅଘୋରୀ ବାବା, ଷ୍ଟାଣ୍ଡିଂ ବାବା, ଡାକ୍ତର ବାବା ରହିଛନ୍ତି।

ପ୍ରସିଦ୍ଧ କୁମ୍ଭମେଳାକୁ ୪ ଦିନ ପୂରି ଯାଇଥିବାବେଳେ ଦ୍ୱିତୀୟ ଦିନରେ ପହଞ୍ଚିଛି ଯାତ୍ରା ମହାକୁମ୍ଭ। ପ୍ରଥମ ରାତିର ସଫଳତା ପରେ ୪ଟି ଯାକ ଅପେରା ପାର୍ଟି ଦ୍ୱିତୀୟ ଦିନରେ ମଧ୍ୟ ସେଇ ନାଟକକୁ ନେଇ ମଞ୍ଚକୁ ଓହ୍ଲାଇଛନ୍ତି। କାହାଣୀ ମନ ଛୁଉଁଥିବା ବେଳେ ଯଲିଉଡ ତାରକାଙ୍କ ଅଭିନୟ ଦର୍ଶକଙ୍କ ମନ ମୋହୁଛି। କଣ୍ଠଶିଳ୍ପୀଙ୍କ ସଙ୍ଗୀତ ସାଙ୍ଗକୁ ଷ୍ଟେଜ ବ୍ଲାଷ୍ଟିଂ ରେକର୍ଡ଼ ଡ୍ୟାନ୍ସ ଦର୍ଶକଙ୍କୁ ରାତି ଅଧରେ ମତୁଆଲା କରୁଛି। ୪ଟି ପାର୍ଟି ବହି ରିପିଟ୍‌‌ କରିଥିବା ବେଳେ ଆସନ୍ତାକାଲି ଠାରୁ ଅପେରା ଶ୍ରୀମନ୍ଦିର ଓ ସ୍ୱର୍ଣ୍ଣମହଲ ଯାତ୍ରା ମହାସମରରେ ସାମିଲ୍‌‌ ହେବେ। ଅପେରା ଶ୍ରୀମନ୍ଦିରରେ ଖଳନାୟକ କାହ୍ନା ନଜର ଆସିବେ। ୩ ରାତି ଧରି ଦୈତାରୀ ଓ ପୀୟୁଷଙ୍କ ଫାଇଟ୍‌‌ ଚାଲିଥିବା ବେଳେ ଆଜିଠାରୁ ତ୍ରିମୁଖୀ ଲଢେଇ ଦେଖିବାକୁ ପାଇବେ ଦର୍ଶକ।

ଆଜିଠାରୁ ଆଉ ଦୁଇଟି ପାର୍ଟି ଖଣ୍ଡିଗିରି ମହାସମରରେ ପାଦ ଥାପିବେ। ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ମଞ୍ଚରେ ସ୍ୱର୍ଣ୍ଣମହଲ ଓ ଜୟଦୁର୍ଗା ସାଂସ୍କୃତିକ ପରିଷଦ ପେଣ୍ଡାଲରେ ଅପେରା ଶ୍ରୀମନ୍ଦିର ନାଟକ ପରିବେଷଣ ଆରମ୍ଭ କରିବେ। ସ୍ୱର୍ଣ୍ଣମହଲ ତା’ର ପ୍ରଥମ ରଜନୀରେ ‘ଗୁହାରି ଶୁଣ ଦୀନବନ୍ଧୁ’ ନାଟକ ପରିବେଷଣ କରିବ। ସୁବାସ ବେହେରା, ଭାବନା ଯୋଡ଼ି ସାଙ୍ଗକୁ ଖଳନାୟକ ଭୂମିକାରେ ନବ ଘୋଷଙ୍କୁ ଦେଖିବାକୁ ମିଳିବ। ସେହିପରି ଶ୍ରୀମନ୍ଦିର ‘ଜାନୁଆର୍‌‌’ ନାଟକ ସହିତ ଖଣ୍ଡଗିରିରେ ପାଦ ରଖିବ। ଏଥିରେ ଅଜୁ-ଆପୁ, ଜିନୁ-ଟିକିଙ୍କ ଅଭିନୟ ସହିତ ଭେଟେରାନ ଖଳନାୟକ କାହ୍ନାଙ୍କ ଦମଦାର ଡାଇଲଗ୍‌‌ ଶୁଣିବାକୁ ପାଇବେ ଦର୍ଶକ।

ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭମେଳା, ୩୪ବର୍ଷ ହେବ ଛିଡ଼ା ହୋଇଛନ୍ତି ଷ୍ଟାଣ୍ଡିଂ ବାବା
ଭୁବନେଶ୍ୱର: ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ଏଥିପାଇଁ ଚଳଚଞ୍ଚଳ ଖଣ୍ଡଗିରି ପାହାଡ଼ ପାଦଦେଶ। ଏଠି ଶହଶହ ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଲୋକଙ୍କ ପ୍ରବଳ ଭିଡ଼ ମଧ୍ୟ ହୋଇଛି। ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ ନିଜ ନିଜ ଆସ୍ଥାନରେ ହୋମଯଜ୍ଞ ଆରମ୍ଭ କରିଦେଇଛନ୍ତି। ମନ୍ତ୍ରୋଚ୍ଚାରଣରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି। ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାରେ ସାଧୁସନ୍ଥ ବୁଡ଼ ପକାଇ ଯଜ୍ଞସ୍ଥଳକୁ ଫେରିଛନ୍ତି। ଏଠାରେ ପ୍ରଭୁ ଅନନ୍ତ କେଶରୀ ଦେବଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି। ମେଳାରେ ସାଧୁସନ୍ଥଙ୍କ ତପସ୍ୟା ଦେଖିବା ସହ ମୀନାବଜାର ଓ ଖାଦ୍ୟ ଷ୍ଟଲ୍‌‌ରେ ମଧ୍ୟ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି। ପରମ୍ପରା ଅନୁସାରେ, ଆଜି ସନ୍ଧ୍ୟାରେ ଦିଅଁ ସୁସଜ୍ଜିତ ବିମାନରେ ବିରାଜମାନ କରିବାପରେ ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୁଜାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏଥିପାଇଁ ମା’ ବାରଭୁଜା ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଯାତ୍ରା କରିଥିଲେ। ଖଣ୍ଡଗିରି ଥାନା ଛକଠାରୁ ବରମୁଣ୍ଡା ଆଡ଼କୁ ଯାଇ ଖାରବେଳ ହୋଟେଲ୍‌‌ ନିକଟରେ ଜାତୀୟ ରାଜପଥ ଅତିକ୍ରମ କରିଥିଲେ। ବାଜା, ବାଣ, ରୋଷଣୀରେ ଶୋଭାଯାତ୍ରା କରି ପ୍ରଭୁ ଅନନ୍ତ କେଶରୀ ଗ୍ରାମ ପରିକ୍ରମା କରି ରାଣୀହଂସପୁର ଯାଇ ରାତିରେ ନାଗା ମଠକୁ ଫେରିଥିଲେ। ପରେ ମାଘ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଭୁ ରାଣୀହଂସପୁରରେ ବିଜେ କରିବା ପରେ ସାଧୁସନ୍ଥମାନେ ସ୍ନାନ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ କରିଥିଲେ। ମା’ ବାରଭୁଜାଙ୍କ ଖଣ୍ଡ ଖିରି ଖାଇଥିଲେ। ଏହାପରେ ଅଗ୍ନିସ୍ଥାପନ କରି ଦିନ ୧୨ଟା ପରେ ହୋମଯଜ୍ଞ ଆରମ୍ଭ ହୋଇଥିଲା। ଏହାସହ ଅଖଣ୍ଡ ଧୁନି, ନାମ ଯଜ୍ଞ, ଗୀତାଜ୍ଞାନ ଯଜ୍ଞ ଆହୁତି, ନାମ ସଂକୀର୍ତ୍ତନ, ଆତ୍ମନାରାୟଣ ସେବା ଅନୁଷ୍ଠିତ ହୋଇଥିଲା। ମା’ ବାରଭୁଜା ପୂଜା କମିଟି ପକ୍ଷରୁ ୯ଦିନ ଯାକ ରାମଚରିତ ମାନସ ପାରାୟଣ କରାଯିବ। ତେବେ ଏହି ସ୍ଥାନରେ ରାଧାକୁଣ୍ଡ, ଶ୍ୟାମ କୁଣ୍ଡ ଓ ଲଳିତ କୁଣ୍ଡ ରହିଛି।

୩୪ବର୍ଷ ହେବ ଛିଡ଼ା ହୋଇଛନ୍ତି ଷ୍ଟାଣ୍ଡିଂ ବାବା

ଦୀର୍ଘ ୩୪ବର୍ଷରୁ ଊର୍ଦ୍ଧ୍ବ ହେବ ଛିଡ଼ା ହୋଇ ତପସ୍ୟା କରୁଛନ୍ତି। ଷ୍ଟାଣ୍ଡିଂ ବାବା ଭାବେ ପରିଚିତ କାଶୀ ହରିଦ୍ୱାରରୁ ଆସିଥିବା ବାବା ମହନ୍ତ ନାଗା ଚନ୍ଦନ ଗିରି। ପ୍ରତିବର୍ଷ ଖଣ୍ଡଗିରି ମେଳାରେ ଷ୍ଟାଣ୍ଡିଂ ବାବାଙ୍କ ନିକଟରେ ପ୍ରବଳ ଗହଳି ଦେଖିବାକୁ ମିଳେ। ତାଙ୍କ କହିବା ଅନୁସାରେ, ଦେଶ କଲ୍ୟାଣ ତଥା ଲୋକ କଲ୍ୟାଣ ପାଇଁ ଏଭଳି ତପସ୍ୟାରତ। ସଂସାରରୁ ମୋହ ମାୟାଠାରୁ ଦୂରରେ ରହିଛନ୍ତି। ସେ ତଳେ ନବସି କେବଳ ଠିଆ ହୋଇ ରହୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଛିଡ଼ାହୋଇ ଦଣ୍ଡ ଭାରା ଦେଇ ଶୋଇଥାନ୍ତି। ସେ ସର୍ବଦା ଗଛ ତଳେ ଠିଆ ହୋଇ ତପସ୍ୟା କରନ୍ତି। ଏହି ଆସନକୁ ଯୋଗାସନର ‘ବୃକ୍ଷାସନ’ ବୋଲି କୁହାଯାଏ। ତେବେ ଷ୍ଟାଣ୍ଡିଂ ବାବାଙ୍କୁ ଦେଖିବା ସହ ତାଙ୍କଠାରୁ ଆଶୀର୍ବାଦ ନେବା ପାଇଁ ଅନେକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ପୋଷାକ ବିହୀନ ଫୌଜୀ ବାବା

ବାବାଙ୍କ ମୁଣ୍ଡରେ ଗୋଲେଇ ଟୋପି, ତା’ ସାଙ୍ଗକୁ କଳା ଚଷମା। ଦେହସାରା କେବଳ ବିଭୂତିର ଲେପ। ହେଲେ ଶରୀରରେ ନାହିଁ କପଡ଼ା। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ଖଣ୍ଡଗିରି ପାଦଦେଶରେ ଆରମ୍ଭ ହୋଇଥିବା କୁମ୍ଭମେଳାରେ ଏଭଳି ଜଣେ ବାବାଙ୍କୁ ଦେଖିବାକୁ ମିଳିଛି। ଉଲଗ୍ନ ଅବସ୍ଥାରେ ତପସ୍ୟା ରତ ଥିବା ଏହି ବାବା ହେଉଛନ୍ତି ଫୌଜି ବାବା ଶ୍ରୀ ଦିଗମ୍ବର ନାରାୟଣ ଗିରି ଫୌଜି ନେଗାଜି ମହାରାଜ। ତାଙ୍କ କହିବା ଅନୁସାରେ, ସେ ଦେଶ ସେବାରେ ନିୟୋଜିତ ହୋଇଥିଲେ। ଦେଶମାତୃକାର ରକ୍ଷା କରିବା ପାଇଁ ସିପାହୀ ଭାବେ ଆର୍ମିରେ ଯୋଗ ଦେଇଥିଲେ। ୫ବର୍ଷ ଚାକିରି କରିବା ପରେ ଦେଶ ସେବାର ତରିକାକୁ ସେ ବଦଳାଇଥିଲେ। ଫୌଜି ପୋଷାକ ପରିବର୍ତ୍ତେ ବିଭୂତିର ଲେପକୁ ସେ ପୋଷାକ ଭାବେ ପରିଧାନ କରି ବିଶ୍ୱଶାନ୍ତି ପାଇଁ ତପସ୍ୟା ଆରମ୍ଭ କରିଥିଲେ।

ଦିନକ ପରେ ଦୁଲୁକିବ ଯାତ୍ରା ମଞ୍ଚ

ଶୁକ୍ରବାରଠାରୁ ଖଣ୍ଡଗିରି ମେଳା ଆରମ୍ଭ ହୋଇଥିବାବେଳେ ରବିବାର ଠାରୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ। ନାଟକ ପରିବେଷଣ ହେବାକୁ ଥିବାରୁ ଖଣ୍ଡଗିରି ବେଶ ଉତ୍ସବମୁଖର ହୋଇଉଠିଛି। ମୋଟ ୬ଟି ପେଣ୍ଡାଲରେ ନାଟକ ପରିବେଷଣକୁ ଅନୁମତି ମିଳିଥିବାବେଳେ ୧୨ଟି ଅପେରା ପାର୍ଟି ସାମିଲ ହେବେ। ୧୮ ତାରିଖଠାରୁ ୫ଟି ପେଣ୍ଡାଲରେ ନାଟକ ପରିବେଷଣ ହେବ ଓ ୨୪ ତାରିଖରୁ ଆଉ ଗୋଟିଏ ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ। ରବିବାର ଠାରୁ ଯାତ୍ରା ହେବାକୁ ଥିବା ୫ଟି ପେଣ୍ଡାଲରେ ଟେଣ୍ଟ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ଅନୁମତି ପାଇଥିବା ବ୍ୟବସାୟୀମାନେ ମଧ୍ୟ ଦୋକାନ କାମରେ ଲାଗି ଗଲେଣି। ଏଥିସହିତ ମୀନା ବଜାର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଶନିବାର ଥିବାରୁ ପ୍ରବଳ ଭିଡ଼ ହେବାର ଆଶଙ୍କା କରାଯାଉଛି। ହଜାର ହଜାର ଲୋକଙ୍କ ଆଗମନକୁ ଆଖି ଆଗରେ ରଖି କମିସନରେଟ୍‌‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଖଣ୍ଡଗିରି କୁମ୍ଭ ମେଳା ଓ ଯାତ୍ରା ପାଇଁ ମୋଟ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଓ ଉଦୟଗିରି ମଝି ରାସ୍ତାରେ ଦୁଇ ଓ ଚାରି ଚକିଆ ଗାଡ଼ି ଯିବାଆସିବାକୁ ବାରଣ କରାଯାଇଛି। ସେହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଯିବାଆସିବା କରିବା ନିମନ୍ତେ ପାସ୍‌‌ ବ୍ୟବସ୍ଥା କରାଯାଇଛି। ପକେଟ୍‌‌ ମାର ଓ ଚୋରି ରୋକିବାକୁ ୧୦ଜଣ ସାଧା ପୋଷାକଧାରୀ ପୁଲିସ ନିୟୋଜିତ କରାଯାଇଛି। ରାତ୍ରି ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଏଥିସହିତ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍‌‌ ରୁମ୍‌‌ ମଧ୍ୟ କରାଯାଇଛି। ଅନ୍ୟପଟେ ଅଗ୍ନିଶମ ବାହିନୀ ପକ୍ଷରୁ ଦମକଳ ଗାଡ଼ି ଓ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।