Anshuman Mohanty - The Sakala

ବନ୍ୟାଞ୍ଚଳ ପରିଦର୍ଶନ ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ
କେନ୍ଦ୍ରାପଡ଼ା: ବନ୍ୟାଞ୍ଚଳ ବୁଲୁଥିଲେ ନେତା, କାମୁଡ଼ି ଦେଲା ସାପ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀକୁ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି। ଗୁରୁବାର ଦିନ ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇଥିବା ବେଳେ ସେ ଏହି ଅଘଟଣର ଶିକାର ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା କାରଣରୁ ରାଜନଗର ବିଧାନସଭା କ୍ଷେତ୍ରର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ଶ୍ରୀ ମହାନ୍ତି ବନ୍ୟା ପ୍ରଭାବିତ ବାଚ୍ଛରା ମଣ୍ଡପଡ଼ା ଅଞ୍ଚଳ ଗସ୍ତରେ ଯାଇଥିଲେ। ସେଠାରେ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରୁଥିବା ସମୟରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା।

ସାପ କାମୁଡ଼ିବା ପରେ ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଡାକ୍ତରମାନେ ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖିଛନ୍ତି ଏବଂ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି।

ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି
ଭୁବନେଶ୍ୱର: ଦୁଇଦିନ ତଳେ କଂଗ୍ରେସ ଦଳ ଛାଡିଥିବା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଆଜି ବିଜେଡିରେ ଯୋଗଦେଇଛନ୍ତି । ଶଙ୍ଖ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ହଜାରରୁ ଅଧିକ ସମର୍ଥକଙ୍କ ସହ ସେ ଶଙ୍ଖ ଧରିଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରତାପ ଦେବ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଅଂଶୁମାନଙ୍କ ଯୋଗଦାନ କେନ୍ଦ୍ରାପଡା ଜିଲ୍ଲାରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ସେମାନେ କହିଛନ୍ତି ।

ବିଜେଡିରେ ଯୋଗଦେଇ ତାଙ୍କ ବାପାଙ୍କ ପୁରୁଣା ପରିବାରକୁ ଫେରିଆସିଥିବାରୁ ସେ ବହୁତ ଖୁସି ଏବଂ ଆଜି ତାଙ୍କ ପାଇଁ ସୌଭାଗ୍ୟର ଦିନ ବୋଲି ଅଂଶୁମାନ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ହିଁ ଏହା ସମ୍ଭବ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂତନ ଓଡିଶା ଗଠନରେ ନିଜକୁ ସାମିଲ କରି ଗର୍ବ ଅନୁଭବ କରୁଛି ବୋଲି କହିଥିଲେ ଅଂଶୁମାନ । ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ତୃଣମୂଳସ୍ତରରେ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ କାମ କରିବି ବୋଲି ସେ କହିବା ସହ ରାଜନଗର, ପଟ୍ଟମୁଣ୍ଡାଇର ବିକାଶଧାରାକୁ ଦ୍ୱିଗୁଣିତ କରାଯିବ ବୋଲି କହିଥିଲେ ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ‘ଅଂଶୁମାନଙ୍କ ପରିବାର ସହ ସମସ୍ତଙ୍କ ପୁରୁଣା ସମ୍ପର୍କ ଥିଲା । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହା କହିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କଲେ । ଓଡ଼ିଶା ଯେପରି ସମୃଦ୍ଧ ହେଉଛି ଓ ରାଜନଗରର ଯେଉଁ ବିକାଶ ହୋଇଛି ତାହା ବିଧାୟକ ଧ୍ରୁବ ସାହୁ ଏବଂ ଅଂଶୁମାନ ଆଗକୁ ବଢ଼ାଇବେ । ନଳିନୀ ବାବୁଙ୍କର ବିଜୁ ପଟ୍ଟନାୟକଙ୍କ ସହ ସମ୍ପର୍କ ନିବିଡ଼ ଥିଲା । ସେ ୭ ଥର ବିଧାୟକ ଥିଲେ । ବିଜେଡି ଉପରେ ଯେଉଁମାନେ ଆସ୍ଥା ରଖି ଆସିଛନ୍ତି, ସମସ୍ତଙ୍କ ସମ୍ମାନ ଅତୁଟ ରହିବ ବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ।’

ବିଜେଡି ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ‘ଆଜି ବିଜେଡିରେ ଯୋଗଦାନ କରିଛନ୍ତି ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି । ଦୁଇ ଦିନ ତଳେ ସେ କଂଗ୍ରେସ ଛାଡ଼ିଥିଲେ । ବିଜେଡିରେ ମିଶିବାକୁ ସେ କରିଥିବା ଆବେଦନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଅଂଶୁମାନଙ୍କ ସହ ହଜାରେରୁ ଊର୍ଦ୍ଧ୍ବ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ମୁଖ୍ୟତଃ ରାଜନଗର କଂଗ୍ରେସର ବିଭିନ୍ନ ପଦବୀରେ ଥିବା ନେତା ଓ ପଂଚାୟତ ପ୍ରତିନିଧି ଅଛନ୍ତି ।’

ସମସ୍ତଙ୍କୁ ଦଳରେ ସ୍ୱାଗତ । ମୋର ବିଶ୍ୱାସ, ବିଜେଡି ଆହିରି ମଜବୁତ ହେବା ସହ ରାଜନଗର ବିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ରାପଡ଼ା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଛନ୍ତି । ଧ୍ରୁବ ଓ ଅଂଶୁମାନ ମିଶି ଏହା କରିବେ । ଅଂଶୁମାନଙ୍କ ପରିବାର ବିଜୁ ପରିବାର ସହ ଘନିଷ୍ଠ ଥିଲେ । ଆଜି ଅଂଶୁମାନଙ୍କ ପ୍ରତ୍ୟାବର୍ତନ ହୋଇଛି । ସମସ୍ତେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବେ ବୋଲି ସେ କହିଛନ୍ତି ।

ସେହିପରି ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଅଂଶୁମାନ ଓ ତାଙ୍କ ସମର୍ଥକଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ଗୌରବର ଦିନ । ବିଜୁ ବାବୁଙ୍କ ସ୍ୱପ୍ନ ଓ ରାଜନଗର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ସହ ଆଉ ଏକ ଫର୍ଦ୍ଦ ଯୋଡ଼ି ହେଲା । କେନ୍ଦ୍ରାପଡ଼ା ବିକାଶକୁ ଏହା ଆହୁରି ତ୍ବରିତ କରିଛି ବୋଲି ସେ କହିଛନ୍ତି ।

ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ‘ନଳିନୀ ଭାଇ ବିଜୁ ବାବୁ ଓ ବିଜୁ ପରିବାର ସହ ଥିଲେ । ଅଂଶୁମାନ ଓ ତାଙ୍କ ସମର୍ଥକ ମିଶିବାରୁ ରାଜନଗର ସଂଗଠନ ଆହୁରି ସୁଦୃଢ ହେଲା । ବିକାଶ କାର୍ଯ୍ୟ ଆହୁରି ଆଗେଇବ ।’

ସୂଚନାଥାଉକି, ଅଂଶୁମାନ ହେଉଛନ୍ତି ରାଜ୍ୟର ଅତି ଲୋକପ୍ରିୟ ତଥା ଅନ୍ୟତମ ପ୍ରଭାବଶାଳୀ ନେତା ସ୍ୱର୍ଗତ ନଳିନୀ ମହାନ୍ତିଙ୍କ ପୁଅ । ୨୦୧୪ ରେ ରାଜନଗର ବିଧାନସଭା ଆସନରେ ସେ କଂଗ୍ରେସରୁ ଲଢ଼ି ବିଜୟୀ ହୋଇଥିଲେ । ତେବେ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କଠାରୁ ହାରି ଯାଇଥିଲେ । ନିର୍ବାଚନ ହାରିଯାଇଥିଲେ ମଧ୍ୟ କଂଗ୍ରେସରେ ତାଙ୍କର ପତିଆରା କମି ନ ଥିଲା । ଦଳ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ସଭାପତି ଦାୟିତ୍ୱ ଦେଇଥିଲା । ୨୦୨୦ରୁ ସେ ଏହି ଦାୟିତ୍ୱ ତୁଲାଇ ଆସୁଥିଲେ ।