Sakala Aricle - The Sakala

ପ୍ରକୃତି ସୁରକ୍ଷାରେ ବଳିଦାନ
ସେପ୍ଟେମ୍ୱର ୧୧, ୧୭୩୦ ଦିନ ଭୋର ସମୟରେ ରାଜସ୍ଥାନର ଯୋଧପୁରଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଥିବା ଖେଜାର୍ଲୀ ନାମକ ଏକ ଛୋଟ ଗାଁରେ ଏକ ଅଜବ ଘଟଣା ଘଟିଥିଲା। ବଡ଼ ବଡ଼ କୁରାଢ଼ି ହାତରେ ଧରି ଘୋଡ଼ାରୁ ଓହ୍ଲାଇଲେ କିଛି ଲୋକ। ସେମାନେ ଥିଲେ ମାରୱାର (ଯୋଧପୁର) ର ଶାସକ ଅଭୟ ସିଂଙ୍କ ଲୋକ, ଯେଉଁମାନେ ଖେଜ୍ରି ଗଛକୁ କାଟି ଯୋଧପୁରର ମେହେରଙ୍ଗର ଦୁର୍ଗକୁ ନେଉଥିଲେ। ପ୍ରାସାଦ ନିର୍ମାଣ ପାଇଁ ଆବଶ୍ୟକ ଚୂନଭାଟିକୁ ଇନ୍ଧନ ଦେବା ପାଇଁ ଏହି କାଠ ବ୍ୟବହାର କରାଯାଉଥିଲା।

ଯେତେବେଳେ ଅଭୟ ସିଂଙ୍କ ଲୋକମାନେ ଖେଜ୍ରୀ ଗଛ କାଟିବା ପାଇଁ ଉଦ୍ୟମ ଆରମ୍ଭ କରନ୍ତି, ସେତେବେଳେ ଅମୃତା ଦେବୀ ବୈଷ୍ଣବୀ ନାମ୍ନୀ ଜଣେ ମଧ୍ୟମ ବୟସ୍କା ଆଦିବାସୀ ମହିଳା ସେଠି ପହଞ୍ଚି ସେମାନଙ୍କୁ ବାରଣ କରିବାକୁ ଚେଷ୍ଟା କଲେ। ଯେତେବେଳେ ସୈନିକମାନେ ଏଥିପ୍ରତି ଧ୍ୟାନ ଦେଲେ ନାହିଁ, ସେତେବେଳେ ସେ ଗଛକୁ ଆଲିଙ୍ଗନ କରି କହିଥିଲେ ଯେ ‘ଗଛ କାଟିବା ଅପେକ୍ଷା ତାଙ୍କ ମୁଣ୍ଡ କଟିବା କମ୍‌‌ ମୂଲ୍ୟ ପଡ଼ିବ।’ ନିର୍ଦ୍ଦୟ ସୈନିକମାନଙ୍କ କୁରାଢ଼ୀ ଚୋଟରେ ଅମୃତାଙ୍କ ଜୀବନ ଗଲା। ତାଙ୍କର ତିନି ଝିଅ ଆସୁ, ରତ୍ନି ଓ ଭାଗୁ ଏ ଦୃଶ୍ୟ ଦେଖିବା ପରେ ମା’ଙ୍କ ଭଳି ଗୋଟିଏ ପରେ ଗୋଟିଏ ଗଛକୁ ଆଲିଙ୍ଗନ କରି ଗଛ ପାଇଁ ନିଜ ଜୀବନକୁ ବଳି ଦେଲେ। ଏହି ଖବର ପହଞ୍ଚିବା ମାତ୍ରେ ପାଖ ଆଖ ଗାଁର ବିଷ୍ଣୋଇ ସମ୍ପ୍ରଦାୟର ୩୬୩ ପୁରୁଷ, ମହିଳା ଏବଂ ଶିଶୁ ଗଛକୁ କୁଣ୍ଢାଇ ଧରି ସମ ଦଶା ଭୋଗିଥିଲେ। ଖେର୍ଜାଲୀ ଗ୍ରାମର ମାଟି ରକ୍ତରଞ୍ଜିତ ହୋଇଗଲା।

ରାଜା ଅଭୟ ସିଂହ ଏହା ଜାଣିବା ପରେ ସେ ଗାଁକୁ ଧାଇଁଗଲେ ଏବଂ ସମଗ୍ର ଘଟଣା ପାଇଁ ନିଜକୁ ଦାୟୀ କଲେ। ଅନୁତାପ କରି ସେ ବୈଷ୍ଣବ ସମ୍ପ୍ରଦାୟକୁ କ୍ଷମା ମାଗିଥିଲେ। ଗଛ କାଟିବା ଏବଂ ବନ୍ୟଜନ୍ତୁ ଶିକାର ବନ୍ଦ କରିବାକୁ ରାଜ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଲେ। ଯେଉଁମାନେ ଆଦେଶ ଉଲ୍ଲଂଘନ କରିଥିଲେ ସେମାନଙ୍କୁ ଦଣ୍ଡିତ କରିଥିଲେ। ବୈଷ୍ଣବୀଙ୍କ ସାହସକୁ ସମ୍ମାନ ଜଣାଇ ସେ ତାମ୍ବ୍ରପାତ୍ରରେ ଖୋଦିତ ଏକ ଆଦେଶ ଜାରି କରି ଗ୍ରାମ ପରିସରରେ ବୃକ୍ଷ ଛେଦନ ଏବଂ ପଶୁ ଶିକାରକୁ ସବୁଦିନ ପାଇଁ ନିଷେଧ କରିଥିଲେ। ଏହା ବୋଧହୁଏ ଦେଶର ଇତିହାସରେ ପ୍ରଥମ ଏବଂ ସବୁଠାରୁ ଭୟଙ୍କର ପରିବେଶ ସୁରକ୍ଷା ଆନ୍ଦୋଳନ।

ଅକ୍ଟୋବର ୧, ୧୯୯୮ରେ ଆଉ ଏକ ଦୁଃଖଦ ଘଟଣା ଘଟିଥିଲା। ସେଦିନ ରାତିରେ ଦୁଇ ନିରୀହ କୃଷ୍ଣସାର ମୃଗଙ୍କୁ ଅଭିନେତା ସଲମାନ ଖାନ ଗୁଳିବିଦ୍ଧ କରି ହତ୍ୟା କରିଥିଲେ। ସଲମାନଙ୍କ ସହ ଆସିଥିବା ଅନ୍ୟ କଳାକାରମାନେ ହେଲେ ସୈଫ ଅଲି ଖାନ, ତବୁ, ସୋନାଲି ବେନ୍ଦ୍ରେ ଓ ନିଲମ କୋଥାରୀ। ‘ହମ ସାଥ ସାଥ ହୈ’ ଚଳଚ୍ଚିତ୍ରର ସୁଟିଂ ପାଇଁ ସେମାନେ ଯୋଧପୁରରେ ରହିଥିବା ବେଳେ ଏହି ଭୟଙ୍କର ଘଟଣା ଘଟିଥିଲା। ଶିକାର କରିବାର ଆନନ୍ଦ ଦୁଇଟି ନିରୀହ ମୂଲ୍ୟବାନ କୃଷ୍ଣସାର ମୃଗଙ୍କ ଜୀବନ ନେଇଗଲା। ବନ୍ୟଜନ୍ତୁ (ସୁରକ୍ଷା) ଅଧିନିୟମ, ୧୯୭୨ ଅନୁଯାୟୀ ଏହି ମୃଗ ଅନୁସୂଚୀ-୨ ବର୍ଗର ପ୍ରାଣୀ। ସ୍ଥାନୀୟ ବାସିନ୍ଦା ପୁନମ ଚାନ୍ଦ ବୈଷ୍ଣବୀ ଏବଂ ସ୍ଥାନୀୟ ବୈଷ୍ଣୋଇ ସମ୍ପ୍ରଦାୟର ତାଙ୍କର ଦୁଇ ବନ୍ଧୁ ଏହି ଘଟଣାର ସାକ୍ଷୀ ଥିଲେ। ସଲମାନ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଜୋରିମାନା ହେଲା, କାରାବରଣ କଲେ। ତେବେ ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। କିନ୍ତୁ ସଲମାନ ବୈଷ୍ଣବୀଙ୍କ କ୍ରୋଧରୁ ମୁକ୍ତ ହୋଇପାରିଲେ ନାହିଁ।

ଖେଜ୍ରି ଗଛ, କୃଷ୍ଣସାର କିମ୍ୱା ଅନ୍ୟ କୌଣସି ବନ୍ୟଜନ୍ତୁଙ୍କ ପ୍ରତି କ୍ଷତି ଘଟାଉଥିବା ଯେକୌଣସି ଲୋକଙ୍କୁ ବୈଷ୍ଣୋୟୀମାନେ କଦାପି କ୍ଷମା ଦିଅନ୍ତି ନାହିଁ। ଅଭିନେତା ସଲମାନଙ୍କୁ ହତ୍ୟା କରିବା ପାଇଁ ତାଙ୍କ ମୁମ୍ୱାଇସ୍ଥିତ ବାସଭବନରେ ଉଦ୍ୟମ କରାଯାଇଥିଲା। ଏଥିପାଇଁ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗଷ୍ଟର ନିଜକୁ ଦାୟୀ କରିଛନ୍ତି। ସେମାନଙ୍କର ଦାବି ହେଉଛି ଯେ ଅଭିନେତା ଖାନ ଯେଉଁଠାରେ ବନ୍ଧୁକ ଗୁଳିରେ କୃଷ୍ଣସାର ମୃଗ ହତ୍ୟା କରିଥିଲେ ବ୍ୟକ୍ତିଗତ ଭାବରେ ସେଠାକୁ ଆସି କ୍ଷମା ମାଗନ୍ତୁ; ନତୁବା ସେମାନେ ସଲ୍‌‌ମାନ୍‌‌ଙ୍କୁ ହତ୍ୟା କରିବାକୁ ଉଦ୍ୟମ ଜାରି ରଖିବେ। ବଲିଉଡ ଅଭିନେତା ସଲମାନଙ୍କ ଦ୍ୱାରା ପ୍ରାଣ ହରାଇଥିବା ଦୁଇ କୃଷ୍ଣସାର ମୃଗଙ୍କ ବାସସ୍ଥଳୀ କଙ୍କଣି ଗ୍ରାମରେ, ଯାହା ଯୋଧପୁର ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ। ବୈଷ୍ଣବୀମାନେ ସେଠାରେ ଏକ ସ୍ମାରକ ନିର୍ମାଣ କରିଛନ୍ତି। ଏହି ସ୍ଥାନ ଚାରିପାଖରେ ଖେଜ୍ରି ଗଛ ଲଗାଇଛନ୍ତି ଏବଂ ସେଠାରେ ପଞ୍ଚଧାତୁରେ ନିର୍ମିତ କୃଷ୍ଣସାରର ମୂର୍ତ୍ତି ସ୍ଥାପନ କରାଯିବାର ଯୋଜନା ରହିଛି।

୧୪୮୫ ମସିହାରେ ରାଜସ୍ଥାନରେ ଏକ ବଡ଼ ଅନାବୃଷ୍ଟି ଏବଂ ମରୁଡ଼ି ଘଟିଥିଲା। ହଠାତ୍‌‌ କିଛି କୃଷ୍ଣସାର ଦେଖାଗଲେ ଏବଂ ବର୍ଷା ହେଲା। ଆଧ୍ୟାତ୍ମିକ ଗୁରୁ ଜମ୍ୱେଶ୍ୱର ଏହା ଦେଖିଲେ ଏବଂ ବିଶ୍ୱାସ କଲେ ଯେ କୃଷ୍ଣସାରର ଉପସ୍ଥିତି ଶୁଭସଙ୍କେତ। ସେ ଖେଜ୍ରି ଗଛକୁ ମଧ୍ୟ ପବିତ୍ର ବୋଲି ବିବେଚନା କରିଥିଲେ। ସେ ବୈଷ୍ଣବ ଧର୍ମର ବୈଷ୍ଣବୀ ନାମରେ ଉପ-ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ। ସେ ଧର୍ମ ଅନୁସରଣ କରିବାକୁ ୨୯ ଟି ନୀତି ପ୍ରଣୟନ କରିଥିଲେ। ପ୍ରାଣୀମାନଙ୍କୁ ହତ୍ୟା କରିବା ଏବଂ ଗଛ କାଟିବା ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ଏଣୁ ବୈଷ୍ଣୋଇମାନେ ଜୀବଜଗତକୁ ଦେବତା ତୁଲ୍ୟ ପୂଜା, ଶ୍ରଦ୍ଧା ଓ ସମ୍ମାନ କରନ୍ତି।

ଓଡ଼ିଶାରେ କୃଷ୍ଣସାର ବିଷୟରେ ମଧ୍ୟ ସମାନ କାହାଣୀ ଅଛି। ଶହ ଶହ ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ନିକଟ ଭେଟନୋଇ-ରାମୁଣ୍ଡା ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ୍‌‌ କିଛି କୃଷ୍ଣସାର ଦେଖାଗଲେ ଏବଂ ବର୍ଷା ହେଲା। ସ୍ଥାନୀୟ ସମ୍ପ୍ରଦାୟ କୃଷ୍ଣସାର ମୃଗକୁ ସେମାନଙ୍କର ପବିତ୍ର ପ୍ରାଣୀ ଭାବରେ ମାନ୍ୟତା ଦେଲେ। ପଶ୍ଚିମ ରାଜସ୍ଥାନର ବୈଷ୍ଣୋଇ ସମ୍ପ୍ରଦାୟ ଏବଂ ସୈରାଷ୍ଟ୍ରର ଭାଲା ରାଜପୁତ ପରି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଲୋକମାନେ କୃଷ୍ଣସାରକୁ ସୁରକ୍ଷା ଦିଅନ୍ତି, କାରଣ ଏହାର ଦୃଶ୍ୟ ଶୁଭଙ୍କର ସୂଚକ ଭାବରେ ବିବେଚନା କରାଯାଏ। ୨୦୧୧ ମସିହାରେ ସେଠାରେ କୃଷ୍ଣସାର ମୃଗ ସଂଖ୍ୟା ୨, ୧୯୪ ଥିଲା ବେଳେ ଜାନୁୟାରୀ ୨୯, ୨୦୨୩ରେ ରାଜ୍ୟ ଜଙ୍ଗଲ ବିଭାଗ ଦ୍ୱାରା କରାଯାଇଥିବା ସର୍ବଶେଷ ଜନଗଣନାରେ ଜିଲ୍ଲାରେ ସମୁଦାୟ ୭, ୭୪୩ କୃଷ୍ଣସାର ମୃଗ ଥିବା ସୂଚନା ମିଳିଛି।

ବୈଷ୍ଣବୀଙ୍କ ସାହସିକ ସଂରକ୍ଷଣ ଆନ୍ଦୋଳନକୁ ସ୍ୱୀକୃତି ଦେଇ ପରିବେଶ ସଂରକ୍ଷଣରେ ଅବଦାନ ପାଇଁ ଭାରତ ସରକାର ‘ଅମୃତା ଦେବୀ ବୈଷ୍ଣବୀ ସ୍ମୃତି ପରିବେଶ ପୁରସ୍କାର’ ଓ ‘ଅମୃତା ଦେବୀ ବୈଷ୍ଣବୀ ବନ୍ୟଜନ୍ତୁ ସୁରକ୍ଷା ପୁରସ୍କାର’ ପ୍ରଦାନ କରି ଆସୁଛନ୍ତି। ସେହିପରି ୨୦୧୩ ମସିହାରେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ସେପ୍ଟେମ୍ୱର ୧୧ କୁ ‘ଜାତୀୟ ବନ ସହିଦ ଦିବସ’ ଭାବରେ ଘୋଷଣା କରିଛନ୍ତି।

ଡକ୍ଟର ସୁନ୍ଦର ନାରାୟଣ ପାତ୍ର

ଭୁବନେଶ୍ୱର, ମୋ: ୯୪୩୭୧୯୦୪୨୦

(ସଭାପତି, ଓଡ଼ିଶା ପରିବେଶ ସମିତି)

ସୁଶ୍ରୁତ: ପ୍ଲାଷ୍ଟିକ୍‌‌ ସର୍ଜରୀର ପ୍ରବର୍ତ୍ତକ
ବିଶ୍ୱ ଚିକିତ୍ସା ଜଗତକୁ ପ୍ଲାଷ୍ଟିକ୍‌‌ ଶଲ୍ୟ ଚିକିତ୍ସାର ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ। ଆଜିର ଦିନରେ ପ୍ଲାଷ୍ଟିକ୍‌‌ ସର୍ଜରୀ ଏକ ବହୁମୂଲ୍ୟ ଓ ବହୁ ଉପାଦେୟ ଚିକିତ୍ସା ସେବା ଭାବେ ଆଦୃତ ହେବାରେ ଲାଗିଛି। କୌଣସି ଦୁର୍ଘଟଣାଜନିତ ଶରୀରର ଅସ୍ୱାଭାବିକତାର ଉପଚାର ହେଉ କିମ୍ବା ମୁଖ, ଚର୍ମ ଓ ଶରୀର କୃତ୍ରିମ ସୌନ୍ଦର୍ଯ୍ୟକରଣରେ ପ୍ଲାଷ୍ଟିକ୍‌‌ ସର୍ଜରୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମ ଭିତରୁ ଅନେକେ ହୁଏତ ଜାଣି ନଥିବେ ଯେ ପାଶ୍ଚାତ୍ୟ ଭେଷଜ ବିଜ୍ଞାନର ଚମତ୍କାରିତା ବୋଲି କୁହାଯାଉଥିବା ପ୍ଲାଷ୍ଟିକ୍‌‌ ସର୍ଜରୀର ଆଦ୍ୟ ପ୍ରବର୍ତ୍ତକ ଓ ଚିକିତ୍ସକ ହେଉଛନ୍ତି ଭାରତର ମହାନ ଋଷି ଚିକିତ୍ସା ଶାସ୍ତ୍ର ବିଜ୍ଞାନୀ ସୁଶ୍ରୁତ।

ଖ୍ରୀଷ୍ଟପୂର୍ବ ପ୍ରାୟତଃ ତିନିହଜାର ପୂର୍ବରୁ ସୁଶ୍ରୁତ ସମ୍ପୂର୍ଣ୍ଣ ଶଲ୍ୟ ଚିକିତ୍ସା ଏବଂ ତନ୍ମଧ୍ୟରେ ପ୍ଲାଷ୍ଟିକ୍‌‌ ଶଲ୍ୟ ଚିକିତ୍ସାକୁ ସନ୍ଧାନ ଚିକିତ୍ସା ଓ ସଂଯୋଜନ ପଦ୍ଧତି ସ୍ୱତନ୍ତ୍ର ଅଧ୍ୟାୟରେ ଲେଖି ଆଧୁନିକ ଚିକିତ୍ସାକୁ ସମୃଦ୍ଧ କରିଛନ୍ତି। ପ୍ଲାଷ୍ଟିକ୍‌‌ ଶଲ୍ୟ ଚିକିତ୍ସାର ସ୍ରଷ୍ଟା ‘ସୁଶ୍ରୁତ’ ‘ଶଲ୍ୟ ଚିକିତ୍ସା ଜନକ’ ଭାବେ ସୁବିଦିତ। ତେଣୁ ତାଙ୍କର ଅବଦାନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୧୫ ତାରିଖରେ ‘ବିଶ୍ୱ ପ୍ଲାଷ୍ଟିକ୍‌‌ ଶଲ୍ୟ ଚିକିତ୍ସା’ ଦିବସକୁ ‘ସୁଶ୍ରୁତ ଜୟନ୍ତୀ’ ଭାବେ ପାଳନ କରାଯାଇ ଆସୁଛି। ଭାରତୀୟ ପ୍ଲାଷ୍ଟିକ୍‌‌ ସର୍ଜରୀ ସଂଘ ସଭାପତି ଡ. ରାଜ ସବପଥି ଏହି ମହାନ ପରମ୍ପରା ଆରମ୍ଭ କରିଥିଲେ। ସୁଶ୍ରୁତ ଜୟନ୍ତୀ ଦିବସଟି ଐତିହାସିକ ତଥ୍ୟ ଅନୁସାରେ ନିର୍ଦ୍ଧାରିତ।

ପୌରାଣିକ କଥା ଅନୁଯାୟୀ ସୁଶ୍ରୁତ ରାଜା ବିଶ୍ୱାମିତ୍ରଙ୍କ ପୁତ୍ର ଏବଂ ଧନ୍ୱନ୍ତରୀଙ୍କ ଶିଷ୍ୟ। ବିଶ୍ୱାମିତ୍ର ତପସ୍ୟା ପାଇଁ ଚାଲିଯିବା ପରେ କାଶୀରାଜା ଦିବୋଦାସ ସୁଶ୍ରୁତଙ୍କୁ ଧନ୍ୱନ୍ତରୀଙ୍କ ଆଶ୍ରମକୁ ନେଇ ଯାଇଥିଲେ। ସୁଶ୍ରୁତଙ୍କ ସହପାଠୀମାନେ ଥିଲେ ଔପଧେନବ, ଗୋପୁରକ୍ଷିତ, କରିବୀର୍ଯ ନିମି, ଗାଲବ, ଭୋଜ, ପୌଷ୍କଳାବର୍ତ୍ତ, କାଙ୍କାୟନ, ଗାର୍ଗୀ ପ୍ରମୁଖ। ସୁଶ୍ରୁତ ଦିବ୍ୟଦୃଷ୍ଟି ବଳରେ ଚିକିତ୍ସା ବିଜ୍ଞାନର ପୂର୍ଣ୍ଣ ଜ୍ଞାନ ପାଇ ନିଜର ଅନୁଭୂତିକୁ ନେଇ ‘ସୁଶ୍ରୁତ ସଂହିତା’ ବା ‘ସୁଶ୍ରୁତ ଏନ୍‌‌ସାଇକ୍ଲୋପିଡିଆ’ ରଚନା କରିଥିଲେ। ଏହା ଏକମାତ୍ର ପୂର୍ଣ୍ଣାଙ୍ଗ ଚିକିତ୍ସା ଗ୍ରନ୍ଥ ରୂପେ ସର୍ବବିଜ୍ଞାନ ସମ୍ମତି। ପୂର୍ଣ୍ଣାଙ୍ଗ ଚିକିତ୍ସା ବିଜ୍ଞାନ କହିଲେ, ଏଥିରେ ଭେଷଜ ଚିକିତ୍ସା, ଶଲ୍ୟ, ଶାଲାକ୍ୟ, ସ୍ତ୍ରୀ ଓ ପ୍ରସୂତି, ଶିଶୁ ଶରୀର ବିଜ୍ଞାନ, ନିଦାନ, ବିଷ, ଦ୍ରବ୍ୟ ବିଜ୍ଞାନ, ଔଷଧ ବିଜ୍ଞାନ, ରସାୟନ ବିଜ୍ଞାନ, ବାଜୀକରଣ ବିଜ୍ଞାନ ଏବଂ ଅନ୍ୟାନ୍ୟ ବିଜ୍ଞାନର ବର୍ଣ୍ଣନା ରହିଛି। କିନ୍ତୁ ବିଶେଷ ଜ୍ଞାନ, ଯାହାକି ଆଶୁକାରୀ ଚିକିତ୍ସା, ତାହା ଶଲ୍ୟ ଚିକିତ୍ସାରେ ରହିଛି। ତେଣୁ ସେ ଶଲ୍ୟ ଚିକିତ୍ସାର ଜନକ ଭାବେ ସର୍ବସମ୍ମତ। ଏହା ଆଦିଭାଷା ସଂସ୍କୃତରେ ଲିଖିତ, କିନ୍ତୁ ବିଶ୍ୱବିଦ୍ୟାଳୟମାନଙ୍କରେ ଏକାଧିକ ଭାଷାରେ ଅନୂଦିତ।

ପ୍ରତ୍ୟକ୍ଷ ଶରୀର ରଚନା, କ୍ରିୟା ବିଜ୍ଞାନ, ଶବ ବ୍ୟବଚ୍ଛେଦାଦି, ନିଦାନାଦି ସହିତ ଶଲ୍ୟ ଚିକିତ୍ସାର ଉପାପାଦ୍ୟ ଏବଂ ପ୍ରତ୍ୟକ୍ଷ ଜ୍ଞାନ ପ୍ରଶିକ୍ଷଣ ପରେ ସ୍ୱୟଂ ପ୍ରତ୍ୟକ୍ଷ ଜ୍ଞାନ ପ୍ରାପ୍ତି, ଯୋଗ୍ୟତା ପରୀକ୍ଷା, କର୍ମ କ୍ଷେତ୍ରରେ ପ୍ରବେଶ ପୂର୍ବ, ଶାସନରେ ପଞ୍ଜୀକରଣ ପ୍ରତିଜ୍ଞା ଇତ୍ୟାଦି ଶଲ୍ୟ ଚିକିତ୍ସାର ଶୃଙ୍ଖଳା ଏବଂ ଅନୁଶାସନକୁ ବୁଝାଏ। ଚିକିତ୍ସାରେ ତ୍ରିବିଧ ଚିକିତ୍ସାଜୀବୀ ଯଥା ପୂର୍ବକର୍ମ, ପ୍ରଧାନ କର୍ମ ଏବଂ ପଶ୍ଚାତ୍‌‌କର୍ମ ଶଲ୍ୟ ଚିକିତ୍ସାର ତିନୋଟି ସ୍ତମ୍ଭ। ଏହା ସଠିକ୍‌‌ ପାଳନ କରିପାରିଲେ ଚିକିତ୍ସା ସଫଳ ହୁଏ। ଶସ୍ତ୍ର କର୍ମ ଚିକିତ୍ସା ସୂତ୍ର ଆକାରରେ ଆଠଟି ବିଧି ମଧ୍ୟରେ ଏ ସମସ୍ତ ବିଧି ଅନ୍ତର୍ଭୁକ୍ତ। ସୁଶ୍ରୁତଙ୍କ ଶଲ୍ୟ ଚିକିତ୍ସାରେ ନିଃସଂକ୍ରମଣ ଚିକିତ୍ସା ସର୍ବୋତ୍ତମ। ସଂକ୍ରମଣର ଚିକିତ୍ସା ପ୍ରତିଷେଧ ଉପାୟାଦି ରହିଛି। ‘ଘା’ ବା ବ୍ରଣର ଚିକିତ୍ସା ୬୦ ପ୍ରକାର ଅଛି। ଏପରିକି କ୍ଷତ ସ୍ଥାନ ଶୁଖି, ରୋମ ଉତ୍ପନ୍ନ ଓ ଦାଗ ଲିଭି ପ୍ରକୃତ ଚର୍ମ ଆସିବା ସୁଶ୍ରୁତ ସଂହିତାର ବର୍ଣ୍ଣନା ଆଧୁନିକ ବିଜ୍ଞାନକୁ ଗବେଷଣା ମାର୍ଗ ଦେଖାଏ।

ଶଲ୍ୟ ଚିକିତ୍ସା ଅନ୍ତର୍ଗତ ପ୍ଲାଷ୍ଟିକ୍‌‌ ଚିକିତ୍ସା ଆବଶ୍ୟକତା ଯୁଦ୍ଧ କ୍ଷେତ୍ରରୁ ସୁଶ୍ରୁତ ଆରମ୍ଭ କରିଥିଲେ। ସେଠାରେ ସେନାମାନଙ୍କର କାନ, ନାକ କଟିବା, ହାତ, ଗୋଡ଼ ଭାଙ୍ଗିବା, ସିରା, ଧମନୀ, ଅନ୍ୟାନ୍ୟ ଅଙ୍ଗ ଅବୟବ କଟିବା, ଖଣ୍ଡିଆ, ‘ଘା’ ଆଦିର ଆଶୁ ଚିକିତ୍ସା କେବଳ ପ୍ଲାଷ୍ଟିକ୍‌‌ ସର୍ଜରୀରେ ହିଁ ହୋଇପାରେ। ଦୁର୍ଘଟଣାର ଏକ ଘଣ୍ଟା ମଧ୍ୟରେ ରୋଗୀର ଆଶୁ ଚିକିତ୍ସା କଲେ ଆରୋଗ୍ୟପୂର୍ଣ୍ଣ ସମ୍ଭାବନା ଥାଏ। ଶସ୍ତ୍ର ଚିକିତ୍ସା ବ୍ୟତୀତ ଉପଶଲ୍ୟ ଚିକିତ୍ସା ପଦ୍ଧତିରେ କ୍ଷାର ଚିକିତ୍ସା, ଅଗ୍ନି ଚିକିତ୍ସା ଆଦିରେ ଲେଜର ପଦ୍ଧତି ଇତ୍ୟାଦି ଓ ରକ୍ତମୋକ୍ଷଣ ପଦ୍ଧତି ଆଦି ନିର୍ଦ୍ଦେଶ ସୁଶ୍ରୁତ ସଂହିତାରେ ରହିଛି। ସ୍ୱତନ୍ତ୍ର ସନ୍ଧାନ ଚିକିତ୍ସାରେ କାନ, ନାକ, ଓଠ ଖଣ୍ଡିଆର ଚିକିତ୍ସା ଉଦାହରଣୀୟ। ଗ୍ରହଣ ଖଣ୍ଡିଆ, ନାକ କାନାଦି ପୁନର୍ନିର୍ମାଣ କରିବା; ଏ ସବୁର ଆକାରର ଗାଲରୁ ଜୀବନ୍ତ ଚମଡ଼ା ନେଇ, ତନ୍ତୁକୁ ସଂଯୋଜିତ କରି, ସିଲାଇ କରି ସୁନ୍ଦର କରିପାରିବାର କୌଶଳ ସୁଶ୍ରୁତ ହିଁ ପ୍ରଥମେ ଉଦ୍‌‌ଭାବନ କରିଥିଲେ, ଯାହା ସୁଶ୍ରୁତ ସଂହିତାରେ ଉଲ୍ଲେଖ ରହିଛି।

ପ୍ଲାଷ୍ଟିକ୍‌‌ ସର୍ଜରୀ ଦକ୍ଷ, ସାହସୀ, ଉତ୍ସର୍ଗୀକୃତ, ନିଃସ୍ୱାର୍ଥପର ଶଲ୍ୟ ଚିକିତ୍ସକ ହିଁ କରିପାରନ୍ତି। ଉତ୍ତମ ପ୍ଲାଷ୍ଟିକ୍‌‌ ଶଲ୍ୟ ଚିକିତ୍ସକଙ୍କୁ ରୟାଲ ସର୍ଜନ କୁହାଯାଏ। ଆଜିର ପ୍ଲାଷ୍ଟିକ୍‌‌ ଶଲ୍ୟ ଚିକିତ୍ସାରେ ଅସମ୍ଭବ ରୋଗ ସମାଧାନ କରିବାରେ ସଫଳ। ଶରୀର ବାହାର ଓ ଭିତର ଅଙ୍ଗାବୟବର ରୋପଣ (ବୃକକ୍‌‌ ହୃଦାୟାଦି)ରେ ବର୍ତ୍ତମାନ ପ୍ଲାଷ୍ଟିକ୍‌‌ ସର୍ଜରୀ ବହୁ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ଶରୀରରେ ବିବିଧ ଅଙ୍ଗ, ଏପରିକି ମସ୍ତିଷ୍କ ଅସ୍ଥି, ସିରା, ଧମନୀ ଇତ୍ୟାଦି ଏବଂ ଶରୀର ପୋଡ଼ା ଘା’, ମୁଖବ୍ରଣ ମଧ୍ୟ ପ୍ଲାଷ୍ଟିକ୍‌‌ ଶଲ୍ୟ ଚିକିତ୍ସା ଦ୍ୱାରା ଆରୋଗ୍ୟ ହୋଇପାରୁଛି। କେବଳ ଦୁର୍ଘଟଣାର ଏକ ଘଣ୍ଟା ମଧ୍ୟରେ ପୀଡ଼ିତଙ୍କୁ ପ୍ଲାଷ୍ଟିକ୍‌‌ ଶଲ୍ୟ ବିଶେଷଜ୍ଞଙ୍କ ଓ ସଠିକ୍‌‌ ଚିକିତ୍ସାଳୟରେ ପହଞ୍ଚାଇବା ଓ ଚିକିତ୍ସା ଆରମ୍ଭ କରିବା ଜରୁରୀ।

ଶଲ୍ୟ ବିଭାଗ, ଡି.ପି ବିଶ୍ୱବିଦ୍ୟାଳୟ, ପୁନେ

ପ୍ରଫେସର ଡ. ଚତୁର୍ଭୁଜ ଭୂୟାଁ

ମହାରାଷ୍ଟ୍ର, ମୋ: ୯୫୫୬୭୫୨୨୧୨

ନିର୍ବାଚନରେ ଡିଜିଟାଲ୍‌‌ ମଞ୍ଚର ପ୍ରଭାବ
ଭାରତୀୟ ସାଧାରଣ ନିର୍ବାଚନ ୨୦୨୪ ପ୍ରଚାର ଅଭିଯାନରେ ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସର(ପ୍ରଭାବକ)ମାନଙ୍କ ଗୁରୁତ୍ୱ ବୃଦ୍ଧି ପାଇଥିବା ଉପଲବ୍ଧି କରାଯାଇଥିଲା। ଇନଫ୍ଳୁଏନ୍ସର ପ୍ରଭାବିତ ମଞ୍ଚଗୁଡ଼ିକ ମଧ୍ୟରେ ୟୁଟ୍ୟୁବ ସର୍ବାଗ୍ରେ ରହିଥିବା ବେଳେ ଇନଷ୍ଟାଗ୍ରାମ, ଫେସବୁକ, ଏକ୍ସ ଇତ୍ୟାଦିର ପ୍ରଭାବ ମଧ୍ୟ ଅନୁଭୂତ ହୋଇଥିଲା। ୟୁଟ୍ୟୁବର ଧୃବ ରାଥୀଙ୍କ ‘ମୋଦୀ-ଦି ରିଅଲ ଷ୍ଟୋରୀ’ ୨ କୋଟି ୭୦ ଲକ୍ଷ ଦର୍ଶକ ଦେଖିଥିଲେ। ଏଥିସହିତ ସଦ୍ୟ ସମାପ୍ତ ନିର୍ବାଚନରେ ୟୁଟ୍ୟୁବର ଭାରତୀୟ ଦର୍ଶକ ସଂଖ୍ୟା ୪୭ କୋଟି ୬୦ ଲକ୍ଷକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ବିଶ୍ୱବ୍ୟାପୀ ନିର୍ବାଚନ ପ୍ରଚାର ଅଭିଯାନରେ ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରମାନଙ୍କୁ ପାରିଶ୍ରମିକ ବା ପାରିତୋଷିକ ବିନିମୟରେ ନିୟୋଜନର ଧାରା ବିଗତ ଦଶନ୍ଧିରେ ବିକଶିତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ବାରାକ୍‌‌ ଓବାମା ଫେସବୁକ ଭଳି ମଞ୍ଚର ବ୍ୟବହାର ଆରମ୍ଭ କରିଥିଲେ। କ୍ରମଶଃ ସାମାଜିକ ଗଣମାଧ୍ୟମର ଦୁରୁପଯୋଗ ସେଠାକାର ପରବର୍ତ୍ତୀ ନିର୍ବାଚନରେ ହୋଇଥିବା ଅଭିଯୋଗ ଆସିଥିଲା। ଅଧୁନା ନିର୍ବାଚନରେ ସାମାଜିକ ଗଣମାଧ୍ୟମ ପ୍ରଭାବକଙ୍କ ଭୂମିକା, ପ୍ରଭାବ ଓ ଗୁରୁତ୍ୱ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌‌ ତାଙ୍କର ଦ୍ୱିତୀୟ ପାଳି ରାଷ୍ଟ୍ରପତି ନିର୍ବାଚନରେ ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରମାନଙ୍କ ସହଯୋଗ ଲୋଡ଼ିବା ନିମନ୍ତେ ଆଗୁଆ ବୈଠକ ଆୟୋଜନ କରିଥିଲେ।

ଭାରତରେ ସଦ୍ୟସମାପ୍ତ ସାଧାରଣ ନିର୍ବାଚନ ପୂର୍ବରୁ ୮ ମାର୍ଚ୍ଚ ୨୦୨୪ରେ ପ୍ରଥମ ଥର ନିମନ୍ତେ ନୂଆଦିଲ୍ଲୀଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ଜଣ କୃତୀ ସୋସିଆଲ ମିଡ଼ିଆ ଇନଫ୍ଳୁଏନ୍ସରଙ୍କୁ ‘ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ’ ପ୍ରଦାନ କରିଥିଲେ। ଏହି ପୁରସ୍କାର ନିମନ୍ତେ ଚୟନ ପ୍ରକ୍ରିୟାରେ ଦେଢ଼ ଲକ୍ଷ ପ୍ରତିଯୋଗୀ ନିଜ ନିଜ କୃତିତ୍ୱ ମୂଲ୍ୟାୟନ ନିମନ୍ତେ ଉପସ୍ଥାପିତ କରିଥିଲେ। ପ୍ରାୟ ୧୦ ଲକ୍ଷ ସାଧାରଣ ନାଗରିକ ବିଭିନ୍ନ କୃତୀ ସେମାନଙ୍କ ପସନ୍ଦ ଭିତ୍ତିରେ ଶ୍ରେଷ୍ଠ କୃତୀ ଭାବେ ଭୋଟ ଦେଇଥିଲେ। ସାମାଜିକ, ସାଂସ୍କୃତିକ, ପର୍ଯ୍ୟଟନ, ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବେଶ ଇତ୍ୟାଦି ୨୦ ଗୋଟି ବିଭାଗରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରଚାରିତ ହୋଇଥିବା ବିଷୟବସ୍ତୁକୁ ବିଚାରକୁ ନିଆଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଉଦ୍‌‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ କ୍ରମବିକଶିତ ଇନଫ୍ଳୁଏନ୍ସର ଧାରାକୁ ଜାତୀୟସ୍ତରରେ ସ୍ୱୀକୃତି ପ୍ରଦାନ କରାଯିବା ଦ୍ୱାରା ଏହି କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଶା କରାଯାଇପାରେ। ସମାଜର ବିଭିନ୍ନ ଦିଗରେ ସକାରାତ୍ମକ ପରିବର୍ତ୍ତନ ନିମନ୍ତେ ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରମାନଙ୍କ ଭୂମିକାର ଗୁରୁତ୍ୱ ଅବତାରଣା କରିବା ସହିତ ସେମାନେ ବିଶ୍ୱବ୍ୟାପୀ ପରିବ୍ୟାପ୍ତ ଅନଲାଇନ ପରିବେଶରେ ଭାରତୀୟ ସମାଜ, ସଂସ୍କୃତି ଓ ଐତିହ୍ୟର ପ୍ରତିନିଧିତ୍ୱ କରିବାର ସମ୍ଭାବନା ଉଜ୍ଜ୍ୱଳ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଥିଲେ।

ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରମାନଙ୍କ କାର୍ଯ୍ୟକ୍ଷେତ୍ର ଜନସାଧାରଣଙ୍କ ଜୀବନଚର୍ଯ୍ୟା, ରୁଚି, ରୂପଚର୍ଯ୍ୟାରୁ ଆରମ୍ଭ ହୋଇ ଯାନବାହନ, ଇ-କମର୍ସ ଓ ନିତ୍ୟବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏବେ ଏହି କ୍ଷେତ୍ରରେ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ଅଭିଯାନ ସାମିଲ୍‌‌ ହୋଇଛି। ଏହି ଅଭିଯାନରେ ରାଜନୈତିକ ମତବାଦ, ଦଳ ଓ ନେତୃବର୍ଗଙ୍କ ଦୃଷ୍ଟିଭଙ୍ଗୀ ସହ ସାଧାରଣ ଜନତାଙ୍କୁ ପରିଚିତ କରାଇବା ମୂଳ ଲକ୍ଷ୍ୟ ଥିଲା। ନିର୍ବାଚନ-ପର ପର୍ଯ୍ୟାୟରେ ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରଙ୍କ ରାଜନୀତି ଚର୍ଚ୍ଚା ଟେଲିଭିଜନ ଓ ସମ୍ୱାଦପତ୍ରରୁ ଦର୍ଶକ ଓ ପାଠକଙ୍କୁ କିଛି ମାତ୍ରାରେ ଦୂରେଇ ନେବାରେ ସମର୍ଥ ହୋଇଥିବା ମତ ପ୍ରକାଶ ପାଇଛି।

ବିଶେଷଜ୍ଞଙ୍କ ବିଚାରରେ ପାରମ୍ପରିକ ସମ୍ୱାଦ ପ୍ରକାଶନ ବଦଳରେ ସାମାଜିକ ଗଣମାଧ୍ୟମରେ ଇନଫ୍ଳୁଏନ୍ସରମାନଙ୍କ ଉପସ୍ଥାପନା ଅଧିକ ଲୋକାଦୃତ ହୋଇପାରିଛି। ଏହାପଛରେ ଥିବା ବିଭିନ୍ନ କାରଣ ମଧ୍ୟରୁ ପ୍ରଥମତଃ, ଜଣେ ଉପଭୋକ୍ତାଙ୍କ ବିଷୟ, ନିର୍ବାଚନ, ରୁଚି ଓ ଦୃଷ୍ଟିକୋଣ ବିଚାରକୁ ନେଇ ଇନଫ୍ଳୁଏନ୍ସର ମାନେ ବିଷୟବସ୍ତୁ ପ୍ରସ୍ତୁତ କରନ୍ତି। କିଛିଦିନ ଇନଫ୍ଳୁଏନ୍ସରଙ୍କ ସଂସ୍ପର୍ଶରେ ଅସିବା ପରେ ଉପଭୋକ୍ତା ବା ଦର୍ଶକ ବା ଶ୍ରୋତା କ୍ରମଶଃ ପ୍ରଭାବିତ ହୋଇପଡ଼ନ୍ତି ଏବଂ ଅନ୍ୟ ଦୃଷ୍ଟିଭଙ୍ଗୀରୁ ଦୂରେଇଯାଆନ୍ତି। ଦ୍ୱିତୀୟତଃ, ଇନଫ୍ଳୁଏନ୍ସରଙ୍କ ଉପସ୍ଥାପନାରେ ଘଟଣା, ପୂର୍ବାପର-ସଙ୍ଗତି ଓ ଦର୍ଶକଙ୍କ ପସନ୍ଦଯୋଗ୍ୟ ଦୃଷ୍ଟିକୋଣ ଚର୍ଚ୍ଚିତ ହୋଇଥାଏ। ଏହା ବିଷୟ ବୁଝିବା ନିମନ୍ତେ ସହଜପ୍ରଦ ଓ ଆକର୍ଷକ ଅନୁଭୂତ ହୁଏ। ତୃତୀୟତଃ, ଇନଫ୍ଳୁଏନ୍ସରଙ୍କ ଉପସ୍ଥାପନା ଦର୍ଶକ, ଶ୍ରୋତା ଓ ପାଠକଙ୍କ ଅଭିମତ ଓ ବିଶ୍ୱାସ ଅନୁପୂରକ ହୋଇଥିବା ହେତୁ ସମ୍ପୃକ୍ତ ମଞ୍ଚରେ ସେମାନଙ୍କୁ ଦୀର୍ଘକାଳ ବାନ୍ଧି ରଖିବାରେ ସକ୍ଷମ ହୁଏ।

ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରଙ୍କ ପ୍ରଭାବ ବିସ୍ତାର କ୍ଷେତ୍ରରେ ଉପଭୋକ୍ତଙ୍କ ସ୍ମାର୍ଟଫୋନ ଭଳି ଉପକରଣ ପର୍ଦ୍ଦାରେ ଦୀର୍ଘକାଳ ଉପସ୍ଥିତି, ସାବଲୀଳ ବିଷୟବିନ୍ୟାସ ଶୈଳୀ ସହ ଯାନ୍ତ୍ରିକ ସହାୟତା ପ୍ରମୁଖ ଭୂମିକା ଗ୍ରହଣ କରେ। ପ୍ରତ୍ୟେକ ଦର୍ଶକଙ୍କ ରୁଚିକୁ ତର୍ଜମା କରି ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ପକ୍ଷରୁ ନିୟୋଜିତ ଆଲଗୋରିଥିମଗୁଡ଼ିକ କାର୍ଯ୍ୟକ୍ରମ ଚୟନ କରୁଥିବା ହେତୁ ବିଷୟବସ୍ତୁ ଉପସ୍ଥାପନା ଉପଭୋକ୍ତାଙ୍କ ମନଲାଖି ହେବା ପ୍ରାୟତଃ ସୁନିଶ୍ଚିତ ହୋଇଯାଏ। ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବିସ୍ତୃତ ଦର୍ଶକ, ଶ୍ରୋତା ବା ପାଠକ ମଣ୍ଡଳୀ ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ କାଳରେ ଏକକ ଉପଭୋକ୍ତାଙ୍କୁ ପ୍ରଭାବିତ କଲା ଭଳି ଉପାଦାନ ପ୍ରଯୋଜନାରେ ଅନ୍ତରାୟ ସାଜିଥାଏ। ଏହି କାରଣରୁ ପାରମ୍ପରିକ ମଞ୍ଚ ବଦଳରେ ସମ୍ୱାଦ ଉପଭୋକ୍ତାମାନେ ଇନଫ୍ଳୁଏନ୍ସର-ଆଶ୍ରିତ ହେଉଥିବା କୁହାଯାଉଛି।

ଭାରତୀୟ ସାଧାରଣ ନିର୍ବାଚନ ୨୦୨୪ରେ ରାଜନୈତିକ ନେତୃବର୍ଗ ଲୋକସଭା ନିର୍ବାଚନ ମଣ୍ଡଳୀ ପିଛା ହାରାହାରି ୨୦ ଲକ୍ଷ ଭୋଟରଙ୍କ ନିକଟରେ ନିଜ ପରିଚିତି ଓ ଦୃଷ୍ଟିକୋଣ ପହଞ୍ଚାଇବା ନିମନ୍ତେ ସାମାଜିକ ଗଣମାଧ୍ୟମ ଇନଫ୍ଲୁଏନ୍ସରମାନଙ୍କ ସହଯୋଗ ଲୋଡ଼ିଥିବା ଜଣାଯାଏ। ଏହାପଛରେ ଥିବା ବିଭିନ୍ନ କାରଣ ମଧ୍ୟରେ ସହଜରେ ଭୋଟରଙ୍କଠାରେ ପହଞ୍ଚିପାରିବା, ପାରମ୍ପରିକ ପ୍ରସାରଣ ମଞ୍ଚଗୁଡ଼ିକ ପକ୍ଷରୁ ପ୍ରବର୍ତ୍ତିତ ବିଭିନ୍ନ କଟକଣାରୁ ମୁକ୍ତି ଏବଂ ଅପେକ୍ଷାକୃତ ଶସ୍ତା, ଆକର୍ଷକ ଓ ପ୍ରଭାବଶାଳୀ ପ୍ରଦର୍ଶନ ଆଦି ଅନ୍ୟତମ। ଶିକ୍ଷିତ ଯୁବ ସମ୍ପ୍ରଦାୟ ଓ ମଧ୍ୟବିତ୍ତ ପରିବାରଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଦୀର୍ଘ ସମୟ ସମ୍ପୃକ୍ତ ରହୁଥିବା ତଥା ଭୋଟ ରାଜନୀତିରେ ସାମୂହିକ ଅଭିମତ ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ହେତୁ ସେହି ବର୍ଗ ସହ ଯୋଡ଼ି ହେବା ନିମନ୍ତେ ରାଜନୈତିକ ଦଳ ଓ ନେତୃବର୍ଗ ଇନଫ୍ଳୁଏନ୍ସରଙ୍କ ସହଯୋଗ ଗ୍ରହଣ କରିଥିଲେ।

ଏହିକାରଣରୁ ସାମାଜିକ ଗଣମାଧ୍ୟମ ଅର୍ଥନୀତି ୨୦୨୪ରେ ପୂର୍ବବର୍ଷ ତୁଳନାରେ ୨୫ ପ୍ରତିଶତ ବୃଦ୍ଧି ପାଇଥିବା ହିସାବ କରାଯାଏ। ଏହାର ପରିମାଣ ୨୦୨୪ରେ ୨, ୩୪୪ କୋଟି ଟଙ୍କା ଥିବା ବେଳେ ୨୦୨୬ରେ ୩, ୩୭୫ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଡିଜିଟାଲ ମଞ୍ଚରେ ବିଜ୍ଞାପିତ କରୁଥିବା ବିଜ୍ଞାପକମାନଙ୍କ ମଧ୍ୟରୁ ତିନି-ଚତୁର୍ଥାଂଶ ଇନଫ୍ଳୁଏନ୍ସର ଧାରାକୁ ପସନ୍ଦ କରୁଥିବା ମଧ୍ୟ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଏହି ସର୍ବେକ୍ଷଣ ତଥ୍ୟାବଳୀ ଇନଫ୍ଳୁଏନ୍ସର ଅର୍ଥନୀତିର ବ୍ୟାପକ ଅଭିବୃଦ୍ଧିର ସୂଚନା ଦେଇଛି। ସମ୍ବାଦ ସରବରାହ ସଂସ୍ଥା ‘ବିବିସି’ ପକ୍ଷରୁ ମେ ୨୦୨୪ ପ୍ରଥମ ସପ୍ତାହରେ ପ୍ରକାଶିତ ଏକ ବିବରଣୀରେ ଭାରତରେ ସମକାଳରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ମଞ୍ଚରେ ଇନଫ୍ଳୁଏନ୍ସରଙ୍କ ପ୍ରାପ୍ୟର ଏକ ଆନୁମାନିକ ତାଲିକା ପ୍ରକାଶ ପାଇଥିଲା। ପ୍ରତ୍ୟେକ ‘ହ୍ୱାଟସଆପ’ ଷ୍ଟାଟସ ପୋଷ୍ଟ ନିମନ୍ତେ ୮୫ରୁ ୧୭୦ ଟଙ୍କା, ୧୦ ହଜାରରୁ ୫୦ ହଜାର ଫଲୋୟର୍ସ ଥିବା ଇନଫ୍ଳୁଏନ୍ସଙ୍କ ‘ଫେସବୁକ’ ପୋଷ୍ଟ ପିଛା ୫୦୦ରୁ ୧୦୦୦ ଟଙ୍କା, ୫୦ ହଜାରରୁ ୧ ଲକ୍ଷ ଫଲୋଏର୍ସ ଥିବା ‘ଏକ୍ସ’ ପୋଷ୍ଟ ପିଛା ୩ ହଜାରରୁ ୮ ହଜାର ଟଙ୍କା ଆୟ ହୋଇଥାଏ। ସେହିପରି ୧ ଲକ୍ଷରୁ ୫ ଲକ୍ଷ ସବସ୍କ୍ରାଇବର(ଉପଭୋକ୍ତା) ସମୃଦ୍ଧ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଭିଡିଓ ପିଛା ୫ ହଜାରରୁ ୧୫ ହଜାର ଏବଂ ୫ ଲକ୍ଷରୁ ଅଧିକ ସବସ୍କ୍ରାଇବର ଥିବା ୟୁଟ୍ୟୁବରମାନଙ୍କ ପାଇଁ ପ୍ରତି ପୋଷ୍ଟ ପିଛା ୧୫ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପ୍ରାପ୍ୟ ମିଳୁଥିବା ଜଣାପଡ଼ିଛି।

ଇନଫ୍ଳୁଏନ୍ସର ମାର୍କେଟିଂରେ ଦୁଇଟି ନକାରାତ୍ମକ ଦିଗ ରହିଛି। ପ୍ରଥମତଃ, ସାମାଜିକ ଗଣମାଧ୍ୟମ ଇନଫ୍ଳୁଏନ୍ସରମାନେ ପ୍ରାପ୍ୟ ଗ୍ରହଣ କରି କୌଣସି ଦ୍ରବ୍ୟ, ମତବାଦ ବା ଘଟଣାର ବିଶ୍ଳେଷଣ କରୁଥିବା ବେଳେ ତାହା ପ୍ରାୟୋଜିତ କାର୍ଯ୍ୟକ୍ରମ ପଦବାଚ୍ୟ। ‘ଆଡ୍‌‌ର୍ଭାଟାଇଜିଂ ଷ୍ଟାଣ୍ଡାର୍ଡସ କାଉନସିଲ ଅଫ ଇଣ୍ଡିଆ’ ଭଳି ବୃତ୍ତିଗତ ସଂଗଠନ ପକ୍ଷରୁ ପ୍ରାପ୍ୟ ଯୁକ୍ତ(ପେଡ୍‌‌) ପ୍ରସ୍ତୁତ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରାୟୋଜିତ କାର୍ଯ୍ୟକ୍ରମ ‘ଲେବଲ’ ପ୍ରକାଶ ନିମନ୍ତେ ମାର୍ଗଦର୍ଶିକାରେ ଉଲ୍ଲେଖ ଥିଲେ ହେଁ ଅଧିକାଂଶ କ୍ଷେତ୍ରରେ ତାହା ପାଳିତ ହୁଏନାହିଁ। ଫଳରେ ଦର୍ଶକ, ଶ୍ରୋତା ଓ ପାଠକ ବିଜ୍ଞାପନକୁ ମୌଳିକ ଉପସ୍ଥାପନ ବୋଲି ବିବେଚନା କରିଥା’ନ୍ତି। ଦ୍ୱିତୀୟତଃ, ଇନଫ୍ଳୁଏନ୍ସର ଅନୁଗାମୀ ଉପଭୋକ୍ତାଗଣ କାଳକ୍ରମେ ବିବିଧ କିମ୍ୱା ବିପରୀତ ତଥ୍ୟ ଓ ଯୁକ୍ତିରୁ ଦୂରେଇ ଯିବା ଫଳରେ ମୁକ୍ତ ଚିନ୍ତନ ଅଭାବରେ ପୀଡ଼ିତ ହୁଅନ୍ତି। ଏତଦ୍ୱାରା ନିର୍ବାଚନ ରାଜନୀତିରେ ଧ୍ରୁବୀକରଣ(ପୋଲାରାଜେସନ) ଭଳି ସ୍ଥିତି ସୃଷ୍ଟି ହୁଏ। ଉଭୟ ଧାରା ସମାଜିକ ପ୍ରଗତିର ପରିପନ୍ଥୀ ଭାବେ ବିବେଚନା କରାଯାଏ। ଅପରପକ୍ଷେ ଶିବାନ୍ତି ନିନାନଙ୍କ ଭଳି ଅଭିଜ୍ଞ ଗଣମାଧ୍ୟମ ବିଶ୍ଳେଷକଙ୍କ ମତ ହେଲା – ଗଣମାଧ୍ୟମ ପରିଧିରେ ସମ୍ୱାଦ ପ୍ରତିଷ୍ଠାନଗୁଡ଼ିକ କବଳରୁ ସୂଚନା, ସମ୍ୱାଦ ଓ ଅଭିମତ ପରିବେଷଣ ଧାରା କ୍ରମଶଃ ବ୍ୟକ୍ତିବିଶେଷଙ୍କ ହାତକୁ ସ୍ଥାନାନ୍ତରିତ ହେବାରେ ଲାଗିଛି। ସାମାଜିକ ଗଣମାଧ୍ୟମର ପରିସର ବୃଦ୍ଧି ପାଇବା ସହିତ ଇନଫ୍ଳୁଏନ୍ସର ପ୍ରଭାବିତ ପ୍ରସାରଣରେ ସମସ୍ୟାବଳୀ କ୍ରମଶଃ ଘନୀଭୂତ ହେବା ସୁନିଶ୍ଚିତ। ଏହାର ମୁକାବିଲା ନିମନ୍ତେ ସର୍ବସାଧାରଣରେ ଗଣମାଧ୍ୟମ ସାକ୍ଷରତାର ପ୍ରସାର ହିଁ ଏକମାତ୍ର ପନ୍ଥା।

ଡକ୍ଟର ପ୍ରଦୀପ ମହାପାତ୍ର

ବ୍ରହ୍ମପୁର, ମୋ : ୯୪୩୭୦ ୯୬୯୪୪

ରାଷ୍ଟ୍ରଋଷି ସ୍ୱାମୀ ବିବେକାନନ୍ଦ
ଏକଦା କବିଗୁରୁ ରବୀନ୍ଦ୍ର ନାଥ ଠାକୁର କହିଥିଲେ- ‘ଇଫ୍‌‌ ୟୁ ୱାଣ୍ଟ ଟୁ ନୋ ଇଣ୍ଡିଆ, ଷ୍ଟଡି ଟୁ ସ୍ୱାମୀ ବିବେକାନନ୍ଦ’। ଅର୍ଥାତ ‘ତୁମେ ଯଦି ଭାରତକୁ ଜାଣିବାକୁ ଚାହୁଁଛ, ତେବେ ସ୍ୱାମୀ ବିବେକାନନ୍ଦଙ୍କୁ ଅଧ୍ୟୟନ କର।’ ତେବେ କିଏ ସେ ବିବେକାନନ୍ଦ? କେବଳ ଜଣେ ହିନ୍ଦୁ ସନ୍ନ୍ୟାସୀ? ରାମକୃଷ୍ଣ ମିଶନର ପ୍ରତିଷ୍ଠାତା? ଯୁବ ସାମଜ ସଂସ୍କାରକ? ନା ଆଉ କିଛି? ଉତ୍ତରରେ ଆମେ କହି ପାରିବା ସ୍ୱାମୀ ବିବେକାନନ୍ଦ ଥିଲେ ଗୁରୁ ଶ୍ରୀରାମକୃଷ୍ଣ ପରମହଂସଙ୍କ ଶ୍ରେଷ୍ଠଶିଷ୍ୟ, ଚିକାଗୋ ଧର୍ମସଭାରେ ଭାରତୀୟ ସନାତନ ଧର୍ମ ଓ ସଂସ୍କୃତିର ମହାନତା ଓ ପବିତ୍ରତା ସମ୍ୱନ୍ଧରେ ଓଜସ୍ୱିନୀ ଅଭିଭାଷଣ ଦେଇ ବିଶ୍ୱବାସୀଙ୍କ ହୃଦୟ ଜିଣି ବିଶ୍ୱବିଜୟୀ ହୋଇଥିବା ବିଶିଷ୍ଟ ବାଗ୍ମୀ, ପ୍ରବୀଣ ଯୁବ ସନ୍ନ୍ୟାସୀ ତଥା ସ୍ୱଳ୍ପାୟୁ ହୋଇ ବି ଆଗାମୀ ହଜାର ହଜାର ବର୍ଷ ପାଇଁ ଯୁବସମାଜର ପ୍ରେରଣାର ସ୍ରୋତ ସାଜିଥିବା ଜଣେ ମହାନ ଯୁବାଚାର୍ଯ୍ୟ। କିନ୍ତୁ ତାଙ୍କର ଅସଲ ପରିଚୟ ହେଉଛି ସେ ଥିଲେ ଜଣେ ପ୍ରଚଣ୍ଡ ରାଷ୍ଟ୍ରଭକ୍ତ ତଥା ଭାରତ ଜନନୀର ଯଶସ୍ୱୀ ସନ୍ତାନ। ଏକଦା ବାଲ୍‌‌ ଗଙ୍ଗାଧର ତିଳକ ସାଂସାରିକ ବନ୍ଧନରୁ ମୁକୁଳି ଆଧ୍ୟାତ୍ମିକ ପଥ ଅନ୍ୱେଷଣରେ ଏଣେତେଣେ ଭ୍ରମଣ କରୁଥା’ନ୍ତି। ହଠାତ୍‌‌ ଟ୍ରେନରେ ସାକ୍ଷାତ ହେଲା ସ୍ୱାମିଜୀଙ୍କ ସହ। ସ୍ୱାମିଜୀଙ୍କୁ ଏ ସମ୍ୱନ୍ଧରେ ମାର୍ଗଦର୍ଶନ ପାଇଁ ପଚାରିବା କ୍ଷଣି ସ୍ୱାମିଜୀ ସିଧାସିଧା କହିଦେଲେ- ‘ମାତୃଭୂମି ପାଇଁ ଜୀବନ ଦିଅ।’ ବୟସରେ ସ୍ବାମିଜୀଙ୍କଠାରୁ ବଡ଼ ହୋଇଥିଲେ ବି ଲୋକମାନ୍ୟ ସ୍ୱାମିଜୀଙ୍କ କଥାକୁ ମନ୍ତ୍ର ଭଳି ଗ୍ରହଣ କରି ବାକି ସମୟ ରାଷ୍ଟ୍ରମାତା ପାଇଁ ସମର୍ପିତ ହୋଇଯାଇଥିଲେ।

ସ୍ୱାମୀ ବିବେକାନନ୍ଦଙ୍କ ଚୁମ୍ୱକୀୟ କଥା ଓ ଲେଖାରେ ଏତେ ଚମକ ଓ ଆକର୍ଷଣ ଭରି ରହିଛି ଯେ ତାଙ୍କୁ ଯେ ପଢ଼େ, ବୁଝେ ଓ କିଞ୍ଚିତ ନିଜ ଜୀବନରେ ଉତାରିବାକୁ ଚାହେଁ ସେ ଜଣେ ପ୍ରଚଣ୍ଡ ରାଷ୍ଟ୍ରପ୍ରେମୀ ହୋଇଯାଏ। ସେଥିଲାଗି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ କହିଥିଲେ, ‘ସ୍ୱାମୀ ବିବେକାନନ୍ଦଙ୍କ ରଚନାବଳୀଗୁଡ଼ିକୁ ମନପ୍ରାଣ ଦେଇ ପଢ଼଼ିବା ପରେ ମୋର ସ୍ୱଦେଶପ୍ରେମ ସହସ୍ର ଗୁଣ ବୃଦ୍ଧି ପାଇଛି।’ ରାଷ୍ଟ୍ରନାୟକ ସୁଭାଷ ବୋଷ କହିଥିଲେ, ‘ମୁଁ କହିବି ଆଧୁନିକ ଭାରତ ତାଙ୍କର ସୃଷ୍ଟି।…ମୁଁ ଘଣ୍ଟା ଘଣ୍ଟା ଧରି ବକ୍ତୃତା ଦେଇପାରେ। ଦେଶପ୍ରେମର ସ୍ଫୁଲିଙ୍ଗ ସୃଷ୍ଟି କରିପାରେ। ମାତ୍ର ଏ ଜାତିର ଉତ୍ଥାନ ଦିଗରେ ଓଁକାର ଧ୍ୱନି ଆରମ୍ଭ କରିଥିବା ସ୍ୱାମୀ ବିବେକାନନ୍ଦଙ୍କ ସମ୍ପର୍କରେ କହିବାକୁ ଗଲେ ମୁଁ ନିରବ ରହିବାକୁ ଉଚିତ ମଣୁଛି।’ ଋଷି ଶ୍ରୀଅରବିନ୍ଦ ମଧ୍ୟ କହିଥିଲେ, ‘ଭାରତର ପ୍ରାଣପୁରୁଷ ବୋଲି ଯଦି କାହାରିକୁ ସ୍ୱୀକାର କରିବାକୁ ହେବ, ତେବେ ସେ କେବଳ ବିବେକାନନ୍ଦ, ନରକେଶରୀ ବିବେକାନନ୍ଦ।’

ସ୍ୱାମୀ ବିବେକାନନ୍ଦ ଥିଲେ ଜଣେ ବିପ୍ଳବୀ ସନ୍ନ୍ୟାସୀ। ଭାରତର ସେବା ଓ ବିକାଶ ଥିଲା ତାଙ୍କର ପରମ କର୍ତ୍ତବ୍ୟ। ଭାରତମାତାଙ୍କ ସେବା ପାଇଁ ସେ ନିଜର ସର୍ବସ୍ୱ ତ୍ୟାଗ କରିଥିଲେ। ଭାରତମାତା କଥା କହିବା କ୍ଷଣି ସେ ଗମ୍ଭୀର ହୋଇ ଯାଉଥିଲେ। ଥରେ ଭାରତମାତା ଓ ତା’ର ଉତ୍ଥାନ ନିମନ୍ତେ ଆହ୍ୱାନ ଦେଇ କହିଥିଲେ, ‘ଆଗାମୀ ପଚାଶ ବର୍ଷ ପାଇଁ ଆମର ପରମ ଜନନୀ ମାତୃଭୂମି ଯେପରି ଆମର ଆରାଧ୍ୟା ଦେବୀ ହୁଅନ୍ତି ଅନ୍ୟାନ୍ୟ ଦେବତାମାନଙ୍କୁ ଏହି କେତେକ ବର୍ଷ ପାଇଁ ଭୁଲିଗଲେ କୌଣସି କ୍ଷତି ନାହିଁ। ଏହି ଦେବତା ହିଁ ଏକମାତ୍ର ଜାଗ୍ରତ-ଆମମାନଙ୍କର ସ୍ୱଜାତି ସର୍ବତ୍ର ତାହାଙ୍କର ହସ୍ତ, ସର୍ବତ୍ର ତାଙ୍କର ପାଦ, ସର୍ବତ୍ର ତାଙ୍କର କର୍ଣ୍ଣ, ସେ ସର୍ବତ୍ର ବ୍ୟାପୀ ରହିଛନ୍ତି। ଅନ୍ୟ ସବୁ ଦେବତାମାନେ ଶୋଇଛନ୍ତି। ଆମେ କ’ଣ ଆମ ସମ୍ମୁଖରେ-ଚତୁର୍ଦ୍ଦିଗରେ ଯେଉଁ ବିରାଟ ଦେବତାଙ୍କୁ ଦେଖୁଛୁ ତାଙ୍କର ଉପାସନା ନ କରି ଏହି ବ୍ୟର୍ଥ ଦେବତାଙ୍କ ପଛରେ ଯିବା? ଯେତେବେଳେ ଆମେ ଏହି ଦେବତାଙ୍କ ପୂଜା ସାରିବୁ, ସେତେବେଳେ ଅନ୍ୟ ସମସ୍ତ ଦେବତାଙ୍କ ପୂଜା କରିବାକୁ ସମର୍ଥ ହେବୁ।’

ବାସ୍ତବରେ ସ୍ୱାମିଜୀ ଥିଲେ ଭାରତମାତାଙ୍କ ପ୍ରକୃତ ଉପାସକ। ରାଷ୍ଟ୍ରମାତାଙ୍କ ଉନ୍ନତି ପାଇଁ ସେ ଥିଲେ ସର୍ବଦା ବ୍ୟାକୁଳ ଓ ବ୍ୟଥିତ। ଏପରିକି ସେ ଜନ୍ମ ଜନ୍ମ ଏ ଦେଶ ମାତୃକାର ସେବା ପାଇଁ ଜନ୍ମ ନେବାକୁ ଆଗ୍ରହୀ ବୋଲି ବାରମ୍ୱାର ସର୍ବସାଧାରଣରେ ମତବ୍ୟକ୍ତ କରୁଥିଲେ। ସେ କହୁଥିଲେ, ‘ଏହି ମାତୃଭୂମି ପ୍ରତି ମୋର ସାରା ଜୀବନର ଆନୁଗତ୍ୟ ଏବଂ ମୋତେ ଯଦି ସହସ୍ର ଥର ଜନ୍ମଗ୍ରହଣ କରିବାକୁ ହୁଏ, ତେବେ ହେ ବନ୍ଧୁଗଣ ସେହି ସହସ୍ର ଜୀବନର ପ୍ରତିଟି ମୂହୁର୍ତ୍ତ ମୋର ଦେଶବାସୀଙ୍କ ସେବାରେ ବ୍ୟୟ ହେବ।’ ଭାରତବାସୀଙ୍କୁ ଉଦ୍‌‌ବୋଧନ ଦେଇ ସେ କହନ୍ତି, ‘ହେ ଭାରତ! ଭୁଲ ନାହିଁ ତୁମ ନାରୀ ଜାତିର ଆଦର୍ଶ ସୀତା, ସାବିତ୍ରୀ, ଦମୟନ୍ତୀ। ଭୁଲ ନାହିଁ ତୁମର ଉପାସ୍ୟ ଉମାନାଥ ସର୍ବତ୍ୟାଗୀ ଶଙ୍କର। ଭୁଲ ନାହିଁ ନୀଚ ଜାତି, ମୂର୍ଖ, ଦରିଦ୍ର, ଅଜ୍ଞ, ମୋଚି, ମେହେନ୍ତର ତୁମର ରକ୍ତ, ତୁମର ଭାଇ। ହେ ବୀର, ସାହସ ଅବଲମ୍ୱନ କର। ସଦର୍ପରେ କହ- ମୁଁ ଭାରତବାସୀ, ଭାରତବାସୀ ମୋର ଭାଇ।’

୧୮୯୩ ମସିହା ସେପ୍ଟେମ୍ୱର ୧୧ ତାରିଖରେ ଚିକାଗୋ ବିଶ୍ୱଧର୍ମ ମହାସମ୍ମେଳନରୁ ଫେରି ସାରା ଭାରତ ଭ୍ରମଣ କରି ସ୍ୱାମିଜୀ ଭାରତବର୍ଷର ମହାନତା, ସନାତନ ଧର୍ମ ଓ ସଂସ୍କୃତିର ପବିତ୍ରତା ସମ୍ପର୍କରେ ସଗର୍ବରେ ଦେଶବାସୀଙ୍କୁ କହୁଥିଲେ, ‘ପାଶ୍ଚାତ୍ୟ ଦେଶକୁ ଯିବା ପୂର୍ବରୁ ମୁଁ ଭାରତକୁ ଭଲ ପାଉଥିଲି; କିନ୍ତୁ ବର୍ତ୍ତମାନ ଭାରତବର୍ଷର ଧୂଳିକଣା ପର୍ଯ୍ୟନ୍ତ ମୋ ପାଖରେ ପବିତ୍ର; ଭାରତର ବାୟୁ ମୋ ନିକଟରେ ପବିତ୍ର। ଭାରତ ପୁଣ୍ୟଭୂମି, ମହାତୀର୍ଥ।’ ନିଜକୁ ଭାରତୀୟ ଭାବେ ସଗର୍ବେ ପରିଚୟ ଦେଇ ନିଜକୁ ଭାଗ୍ୟବାନ ମନେ କରିବାକୁ ସ୍ୱାମିଜୀ କହୁଥିଲେ, ‘ହେ ବୀର! ସାହସ ଅବଲମ୍ୱନ କର, ସଦର୍ପ କହ-ମୂର୍ଖ ଭାରତବାସୀ, ଦରିଦ୍ର ଭାରତବାସୀ, ବ୍ରାହ୍ମଣ ଭାରତବାସୀ, ଚଣ୍ଡାଳ ଭାରତବାସୀ ମୋର ଭାଇ। ତୁମେ ମଧ୍ୟ ତାଙ୍କ ପରି କଟିମାତ୍ର ବସ୍ତ୍ରାବୃତ ହୋଇ ସଦର୍ପେ କୁହ-ଭାରତବାସୀ ମୋର ଭାଇ, ଭାରତବାସୀ ମୋର ପ୍ରାଣ, ଭାରତର ଦେବାଦେବୀ ମୋର ଈଶ୍ୱର, ଭାରତର ସମାଜ ମୋର ଶିଶୁ ଶଯ୍ୟା, ଜୀବନର ଉପବନ, ବାର୍ଦ୍ଧକ୍ୟର ବାରଣାସୀ। କୁହ ଭାଇ, ଭାରତର ମୃତ୍ତିକା ମୋର ସ୍ୱର୍ଗ, ଭାରତର କଲ୍ୟାଣରେ ମୋର କଲ୍ୟାଣ, ଆଉ ପୁଣି ଦିନରାତି କହ- ହେ ଗୌରୀନାଥ! ହେ ଜଗଦମ୍ୱେ! ମୋତେ ମନୁଷ୍ୟତ୍ୱ ଦିଅ; ମାଆ, ମୋର ଦୁର୍ବଳତା, କାପୁରୁଷତା ଦୂର କର, ମୋତେ ମଣିଷ କର।’

ସ୍ୱାମିଜୀଙ୍କ ଗୋଟିଏ ଗୋଟିଏ ଅଭିବ୍ୟକ୍ତି ରାଷ୍ଟ୍ରଭକ୍ତି ଓ ଭାରତପ୍ରୀତିର ଯଥାର୍ଥ ନମୁନା। ସେଥିପାଇଁ ସ୍ୱାମିଜୀଙ୍କୁ ସେ କିପରି ବୁଝନ୍ତି ଏକ ପ୍ରଶ୍ନର ଉତ୍ତର ଦେଇ ଭଗିନୀ ନିବେଦିତା କହନ୍ତି, ‘ପାଞ୍ଚ ହଜାର ବର୍ଷର ଭାରତବର୍ଷ ଯାହା ଜଗତକୁ ଦେଇଛି ତାହା ରାମକୃଷ୍ଣ, ଦେଢ଼ହଜାର ବର୍ଷ ପର୍ଯନ୍ତ ଯାହା ଜଗତକୁ ଦେବ ତାହା ବିବେକାନନ୍ଦ।’ ସ୍ୱାମିଜୀ ଏ ଦେଶ ଓ ଦେଶବାସୀଙ୍କ ପାଇଁ ସର୍ବଦା କାନ୍ଦୁଥିଲେ। ବ୍ୟାକୁଳ ହେଉଥିଲେ ଏ ଦେଶର ଅଧିବାସୀମାନଙ୍କ ଦୁଃଖ, ଶୋକ ଓ କ୍ଲେଶ ଲାଘବ ପାଇଁ। ସମସ୍ତ ଶକ୍ତି, ସାମର୍ଥ୍ୟ ଓ ପ୍ରଜ୍ଞା ଥାଇ ବି ନିଜ ଓ ନିଜ ପରିବାର ସୁଖ ପରିହାର କରି ଦେଶମାତୃକାର ସେବା ତଥା ଉତ୍ଥାନ ପାଇଁ ଜଣେ ‘ବିପ୍ଳବୀ ଋଷି’ ଭାବରେ ସାରା ଦେଶ ବୋଲି ଆଜୀବନ ସେବା କରିଛନ୍ତି। ସମସ୍ତ ବାଧାବିଘ୍ନ ସତ୍ତ୍ବେ ବିଦେଶ ମାଟିରେ ଠିଆ ହୋଇ ଭାରତର ମହାନତାକୁ ସ୍ୱୀକାର କରିବାକୁ ବିଶ୍ୱବାସୀଙ୍କୁ ପ୍ରେରିତ କରିଛନ୍ତି।

ସ୍ୱାମିଜୀଙ୍କ ପ୍ରାରମ୍ଭ ସମ୍ୱୋଧନ ହିଁ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଭାରତର ସଂସ୍କାର, ସଂସ୍କୃତି, ଉଚ୍ଚବିଚାର ଓ ମାର୍ଜିତ ଆଚାର ସମ୍ୱନ୍ଧରେ ଅଧିକରୁ ଅଧିକ ଜାଣିବା ପାଇଁ ବିବଶ କରିଥିଲା। ତେଣୁ ଆଜିର ଯୁବ ସମାଜ ସ୍ୱାମିଜୀଙ୍କ ତ୍ୟାଗ, ସମର୍ପଣ ଓ ସେବାର ମହତ୍ତ୍ୱ ବୁଝିବା ଦରକାର। ଦେଶ ପାଇଁ ଥିବା ତାଙ୍କ ସ୍ୱପ୍ନ ଜାଣିବା ଦରକାର। ଆଉ ସଂକଳ୍ପ ନେବା ଉଚିତ କି ଏ ଦେଶ ଆମର ମାଆ। ଦେଶର ବିକାଶ ହିଁ ସେମାନଙ୍କର ବିକାଶ। ଶରୀରର ଗୋଟିଏ ଅଙ୍ଗ ଖରାପ ହେଲେ ଯେପରି ସାରା ଶରୀର ଉପରେ ଗଭୀର ପ୍ରଭାବ ପଡ଼େ, ସେଭଳି ଦେଶର କୌଣସି ଲୋକର ଦୁଃଖ, ଅଭାବ, ଅନଟନ ଓ ଦୁର୍ଦ୍ଦଶା ନିଜର ବୋଲି ଅନୁଭବ କରି ପାରିଲେ ସ୍ୱାମିଜୀଙ୍କ ପାଇଁ ଶ୍ରେଷ୍ଠ ସମର୍ପଣ ଓ ଶ୍ରଦ୍ଧାଞ୍ଜଳି ହେବ। ଆଜି ଯୁବଦେଶ ଭାରତ ବର୍ଷର ସିଂହଭାଗ ଜନସଂଖ୍ୟା(ପ୍ରାୟ ୬୫%) ଯୁବକଯୁବତୀ। ସେମାନେ ଯଦି ସ୍ୱାମିଜୀଙ୍କୁ ପଢ଼଼ନ୍ତି, ଜାଣନ୍ତି, ବୁଝନ୍ତି ଓ ତାଙ୍କ ଜୀବନାଦର୍ଶକୁ ନିଜ ଜୀବନରେ ଉତ୍ତାରି ରାଷ୍ଟ୍ରସେବାରେ ନିଜକୁ ସମର୍ପିତ କରିପାରିବେ, ତେବେ ଏ ଦେଶକୁ ବିଶ୍ୱଗୁରୁ ଆସନରେ ଅଧିଷ୍ଠିତ କରିବାରେ କେହି ରୋକି ପାରିବେ ନାହିଁ। ଶେଷରେ ସ୍ୱାମିଜୀଙ୍କ ସେହି ମହାମନ୍ତ୍ର ଉଦ୍ଧାର କରି ଯୁବଗଣକୁ ଏତିକି କୁହାଯାଇ ପାରେ – ଉଠ, ଜାଗ, ଯେତେଦିନ ଯାଏଁ ସେହି ଅଭିଳଷିତ ଲକ୍ଷ୍ୟ ପ୍ରାପ୍ତ ନ ହୋଇଛି, ସେତେଦିନ ଯାଏଁ ପ୍ରବଳ ଉଦ୍ୟମ, ଅସୀମ ଚେଷ୍ଟା କରିବାରୁ ବିରତ ହୁଅ ନାହିଁ।

ମନୋରଞ୍ଜନ ପ୍ରଧାନ

ଜୟପୁର, ମୋ: ୯୪୩୭୯୧୪୮୧୮

ଟିଭି ଓ ଓଟିଟି ଜଗତର ନୂତନ ଯୁଗ
ଭାରତୀୟ ଟେଲିଭିଜନ ଓ ମନୋରଞ୍ଜନ ଶିଳ୍ପର ତିନି ପ୍ରମୁଖ ସଦସ୍ୟ ‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌‌’, ଏହାର ପରିଚାଳନାଧୀନ ‘ଭାୟାକମ ୧୮ ମିଡିଆ’ ଓ ଯୁକ୍ତରାଷ୍ଟ୍ର ଆମେରିକାଭିତ୍ତିକ ‘ଦି ୱଲଟ୍‌‌ ଡିସ୍‌‌ନି କର୍ପୋରେସନ’ ୨୮ ଫେବୃୟାରୀ ୨୦୨୪ରେ ବ୍ୟବସାୟ ମିଶ୍ରଣ ନିମନ୍ତେ ଚୁକ୍ତି କରିଥିବା ଘୋଷଣା ହୋଇଛି। ୨୦୨୩ର ଆୟ ବିଚାରକୁ ନେଲେ ରିଲାଏନ୍ସ ଓ ଡିସ୍‌‌ନିର ଆୟ ପ୍ରାୟ ୨୩, ୩୨୧ କୋଟି ଟଙ୍କା। ‘ବିଜିନେସ ଷ୍ଟାଣ୍ଡାର୍ଡ’ର ତଥ୍ୟ ଅନୁଯାୟୀ, ଭାରତୀୟ ଗଣମାଧ୍ୟମରେ ଏହି ଦୁଇ କମ୍ପାନୀର ମିଳିତ ରାଜସ୍ୱ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଗତବର୍ଷ ରାଜସ୍ୱ ଆଦାୟରେ ‘ଗୁଗୁଲ ଇଣ୍ଡିଆ’ ୨୮, ୦୪୦ ଟଙ୍କା ସହ ପ୍ରଥମ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ ଥିବା ମେଟା ୧୮, ୩୦୮ କୋଟି ଟଙ୍କା ରାଜସ୍ୱ ପାଇଥିଲା। ଫେବୃୟାରୀ ୨୦୨୪ର ଚୁକ୍ତି ଅନୁଯାୟୀ, ରିଲାଏନ୍ସ ଓ ଡିସ୍‌‌ନିର ମିଶ୍ରଣ ସୁଚାରୁ ରୂପେ କାର୍ଯ୍ୟକାରୀ ହେଲେ ସର୍ବବୃହତ ଟେଲିଭିଜନ ପ୍ରତିଷ୍ଠାନର ମାନ୍ୟତା ଲାଭ କରିବ।

କରୋନା ମହାମାରୀ ପରବର୍ତ୍ତୀ ପରିବେଶରେ ମାନ୍ଦା ବ୍ୟବସାୟକୁ ଦୃଷ୍ଟିରେ ରଖି ଗଣମାଧ୍ୟମ ମଞ୍ଚଗୁଡିକର ମିଶ୍ରଣ ଅବଶ୍ୟମ୍ଭାବୀ। ଏକପକ୍ଷରେ ଟେଲିଭିଜନ ମଞ୍ଚରେ ବିଜ୍ଞାପନ ରାଜସ୍ୱ କ୍ରମାଗତଭାବେ କମି ଚାଲିଥିବା ତଥା ଭବିଷ୍ୟତରେ ମଧ୍ୟ ଅନୁରୂପ ଧାରା ବଳବତ୍ତର ରହିବା ଆକଳନ କରାଯାଉଥିବା ବେଳେ ଅପରପକ୍ଷରେ ଡିଜିଟାଲ ମଞ୍ଚର ବିକାଶ ନିମନ୍ତେ ଅର୍ଥ ଆବଶ୍ୟକ ପଡୁଛି। ଏହି ଗୋଲକଧନ୍ଦାରୁ ମୁକ୍ତି ପାଇବା ନିମନ୍ତେ ଗଣମାଧ୍ୟମ ମଞ୍ଚଗୁଡିକ ମିଶ୍ରଣକୁ ଗୁରୁତ୍ୱ ଦେଉଛନ୍ତି। ଆଲୋଚ୍ୟ ଚୁକ୍ତି ଘୋଷଣା ପୂର୍ବରୁ ଜାପାନର ସୋନୀ କର୍ପୋରେସନ ଓ ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ମିଶ୍ରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେବେ ବ୍ୟବସାୟ ପରିଚାଳନା ମତଭେଦ ହେତୁ ସେଥିରେ ଅଗ୍ରଗତି ଘଟି ନଥିଲା।

ରିଲାଏନ୍ସ-ଡିସନି ବୁଝାମଣା ଅନୁଯାୟୀ ମିଶ୍ରଣ ପରେ ‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌‌’ର ୧୬.୩୪ ପ୍ରତିଶତ, ରିଲାଏନ୍ସ ପରିଚାଳନାଧୀନ ‘ଭାୟାକମ୧୮’ର ୪୬.୮୨ ପ୍ରତିଶତ ଏବଂ ‘ଡିସନି’ର ୩୬.୮୪ ପ୍ରତିଶତ ଅଂଶଧନ ରହିବ। ରିଲାଏନ୍ସର ‘ନେଟୱାର୍କ୧୮’, ‘ଭାୟାକମ୧୮’ ଓ ‘ଡିସନି’ ମିଶ୍ରଣରେ କଲର୍ସ, ଷ୍ଟାରପ୍ଳସ, ଷ୍ଟାର ଗୋଲଡ୍‌‌ ଭଳି ମନୋରଞ୍ଜନ ତଥା ଷ୍ଟାର ସ୍ପୋର୍ଟ୍ସ, ସ୍ପୋର୍ଟ୍ସ୧୮ ଭଳି କ୍ରୀଡ଼ା ଚ୍ୟାନେଲ ସାଙ୍ଗକୁ ଜିଓ ସିନେମା ଓ ଡିସନି-ହଟଷ୍ଟାର ଭଳି ଷ୍ଟ୍ରିମିଂ ମଞ୍ଚ ଏକତ୍ର ପରିଚାଳିତ ହେବ। ମିଳିତଭାବେ ଭାରତରେ ପ୍ରାୟ ୭୫ କୋଟି ଉପଭୋକ୍ତାଙ୍କ ନିକଟରେ ପହଞ୍ଚି ପାରିବ। ରିଲାଏନ୍ସ-ଡିସନି ମିଶ୍ରଣକୁ ପ୍ରାୟ ସତୁରି ହଜାର କୋଟି ଟଙ୍କା ମୂଲ୍ୟାୟନ କରାଯାଉଛି।

ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ରିଲାଏନ୍ସ-ଡିସନିର ମିଶ୍ରଣ ପରେ ଉଦୟ ଶଙ୍କର ଉପସଭାପତି ରୂପେ ଅବସ୍ଥାପିତ ହୋଇ କାର୍ଯ୍ୟଭାର ତୁଲାଇବେ। ରିଲାଏନ୍ସ ଇଣ୍ଡାଷ୍ଟ୍ରିଜ୍‌‌ ଅଧ୍ୟକ୍ଷ ମୁକେଶ ଆମ୍ୱାନୀଙ୍କ ପତ୍ନୀ ନୀତା ଆମ୍ୱାନୀ ଅଧ୍ୟକ୍ଷ ପଦରେ ରହିବେ। ଭାରତୀୟ ଟେଲିଭିଜନ ଇତିହାସ ପୃଷ୍ଠାରେ ଉଦୟ ଶଙ୍କର ଏକ ଚର୍ଚ୍ଚିତ ନାମ। ସେ ‘ଷ୍ଟାର ଇଣ୍ଡିଆ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ୨୦୦୭ରୁ ୨୦୨୦ ଯାଏଁ କାର୍ଯ୍ୟ କରିଥିଲେ। କୁହାଯାଏ ଯେ ୨୦୦୭ରେ ଷ୍ଟାର ଇଣ୍ଡିଆର ଆୟ ୧, ୬୦୦ କୋଟି ଟଙ୍କା ଥିବା ବେଳେ ୨୦୧୮ରେ ୧୮, ୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା। ଏହାର ଶ୍ରେୟ ଉଦୟ ଶଙ୍କରଙ୍କ ପରିଚାଳନା ଚାତୁର୍ଯ୍ୟକୁ ଯାଏ। ଉଦୟ ଶଙ୍କର ୨୦୨୪ରେ ୬୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଦେଶର ଦ୍ୱିତୀୟ ବୃହତ ଗଣମାଧ୍ୟମ ସଂସ୍ଥାକୁ ସେ କିପରି ଚଳାଇବେ ତାହା ସମୟ କହିବ। ତେବେ ରିଲାଏନ୍ସ ମାଲିକାନାରେ ମହାମାରୀ ପରବର୍ତ୍ତୀ ପରିବେଶରେ ଡିଜିଟାଲ ମଞ୍ଚର ଆଦର ବଢ଼ୁଥିବା ଏବଂ ଟେଲିଭିଜନ ବିଜ୍ଞାପନ ଆୟ ଶିଥିଳ ପଡ଼ିଆସୁଥିବା ଅର୍ଥନୀତି ପ୍ରତି ଗଣମାଧ୍ୟମ ସମୀକ୍ଷକମାନେ ତୀକ୍ଷଣ ଦୃଷ୍ଟି ରଖିବେ। କେତେକ ଆଶା କରୁଛନ୍ତି ରିଲାଏନ୍ସ ଡିଜିଟାଲ ମଞ୍ଚ ପ୍ରତି ଗୁରୁତ୍ୱାରୋପ କରିବ। କୃତ୍ରିମ ବୁଦ୍ଧିମତ୍ତା ଭଳି ପ୍ରଯୁକ୍ତି କୌଶଳ ଉପଯୋଗରେ ଦର୍ଶକଙ୍କ ରୁଚିକୈନ୍ଦ୍ରିକ ପ୍ରଦର୍ଶନ ପ୍ରତି ଧ୍ୟାନ ଦିଆଯିବ। ବିଜ୍ଞାପନ ବଦଳରେ ଗ୍ରାହକ ଦେୟ ରାଜସ୍ୱର ମୁଖ୍ୟ ସୂତ୍ର ପାଲଟିବ।

ଟେଲିଭିଜନ ଦର୍ଶକମାନଙ୍କ ରୁଚି କ୍ରମଶଃ ବଦଳିବାରେ ଲାଗିଛି। ଅଧିକ ସଂଖ୍ୟକ ସ୍ମାର୍ଟ ଟେଲିଭିଜନ ବ୍ୟବହାର ପରେ ଓଟିଟି ମଞ୍ଚର ଆଦର ବଢ଼଼ିଛି। ରିଲାଏନ୍ସ ହାତରେ ଜିଓ ସିନେମା ଓ ଡିସନି-ହଟଷ୍ଟାର ଭଳି ଆପ ଥିବା ହେତୁ ସେହି ମଞ୍ଚଗୁଡ଼ିକର ଗୁଣାତ୍ମକ ଅଭିବୃଦ୍ଧି ପ୍ରାଧାନ୍ୟ ପାଇପାରେ। ଆଲୋଚ୍ୟ ମିଶ୍ରଣରେ ରିଲାଏନ୍ସର ୫୮ ଗୋଟି ଚ୍ୟାନେଲ ସହ ଡିସନିର ଷ୍ଟାର ପ୍ଳସ ସହ ୭୦ ଗୋଟି ଚ୍ୟାନେଲ ସାମିଲ ହେବେ। ଏହାର ଦର୍ଶକ ସଂଖ୍ୟା ସମଗ୍ର ଦେଶର ମୋଟ ଟେଲିଭିଜନ ଦର୍ଶକ ସଂଖ୍ୟାରେ ୩୨ ପ୍ରତିଶତ ଯାଏଁ ସମ୍ପ୍ରସାରିତ ହେବ।

ବ୍ୟାବସାୟିକ ଦିଗରୁ ଗଣମାଧ୍ୟମ ମଞ୍ଚଗୁଡ଼ିକର ଏକତ୍ରୀକରଣ ବାଧ୍ୟବାଧକତାରେ ପରିଣତ ହୋଇଥିବା ବେଳେ ଏହି ବ୍ୟବସ୍ଥା ଗଣତନ୍ତ୍ର ପ୍ରତି ବିପଦର କାରଣ ରୂପେ ବିଚାର କରାଯାଏ। ଏକକ ମାଲିକାନା ଗଣମାଧ୍ୟମ ସ୍ୱାଧୀନତାର ପରିପନ୍ଥୀ। ବିବିଧତା ଗଣତନ୍ତ୍ରକୁ ପରିପୁଷ୍ଟ କରିଥାଏ। କିନ୍ତୁ ଏକତ୍ରୀକରଣ ଧୃବୀକରଣ ଦିଗରେ ଗତି କରିପାରେ। ଆଲୋଚ୍ୟ ଯୌଥ ଉଦ୍ୟୋଗରେ ରିଲାଏନ୍ସ ୧୧, ୫୦୦ କୋଟି ଟଙ୍କା ନିବେଶ କରିବା ସୂଚିତ ହୋଇଛି। ଏତେ ପରିମାଣର ଆର୍ଥିକ କ୍ଷମତା ପ୍ରତିଯୋଗୀ ଚ୍ୟାନେଲଗୁଡ଼ିକ ନିମନ୍ତେ ବ୍ୟବସାୟରେ ବିଘଟନର କାରଣ ପାଲଟିପାରେ।

ହିନ୍ଦୀ ସମେତ ମରାଠୀ ଓ କନ୍ନଡ଼ ଭଳି ଆଞ୍ଚଳିକ ଭାଷାରେ ଉଭୟ ‘ଭାୟକମ୧୮’ ଓ ‘ଡିସନି ଷ୍ଟାର’ ଟେଲିଭିଜନ ଚ୍ୟାନେଲଗୁଡ଼ିକର ଲୋକାଦୃତି ରହିଛି। ‘ଭାୟାକମ୧୮’ ଓଡ଼ିଆ ସମେତ ଆଠଗୋଟି ଆଞ୍ଚଳିକ ଭାଷାରେ ଚ୍ୟାନେଲ ପ୍ରସାରିତ ହେଉଛି। ସେହିପରି ‘ଡିସନି’ର ମଧ୍ୟ ଆଠଗୋଟି ଆଞ୍ଚଳିକ ଭାଷାରେ ଟେଲିଭିଜନ ଚ୍ୟାନେଲ ଉପଲବ୍ଧ। ଆଲୋଚ୍ୟ ମିଶ୍ରଣରେ ଆଞ୍ଚଳିକ ଭାଷାର ଚ୍ୟାନେଲଗୁଡ଼ିକର ଆର୍ଥିକ ନିବେଶ ବୃଦ୍ଧି ହେଲେ ଗୁଣାତ୍ମକ ବିକାଶ ଆଶା କରାଯାଇପାରେ। ରିଲାଏନ୍ସ-ଡିସନି ମିଶ୍ରଣ ପରେ ଜିଓ ସିନେମା ଓ ଡିସନି-ହଟଷ୍ଟାର ଦୁଇଗୋଟି ଓଟିଟି ମଞ୍ଚ ଜିଓ ଗ୍ରାହକମାନଙ୍କୁ ମାଗଣା ମିଳିପାରେ। ହିସାବ ଅନୁଯାୟୀ ଡିସନି-ହଟଷ୍ଟାର ୩ କୋଟି ୮୩ ଲକ୍ଷ ଓ ଜିଓ ସିନେମା ୨ କୋଟି ୩୭ ଲକ୍ଷ ଉପଭୋକ୍ତା ରହିଛନ୍ତି।

ରିଲାଏନ୍ସ-ଡିସନି ମିଶ୍ରଣ ପର୍ବ ୨୦୨୪ ଶେଷ କିମ୍ୱା ୨୦୨୫ ଆରମ୍ଭ ସୁଦ୍ଧା ସାରିବା ଲକ୍ଷ୍ୟ ରଖାଯାଇଥିବା ଜଣାଯାଏ। ଭାରତରେ ଗଣମାଧ୍ୟମ ପରିସରରେ ଏକ ଶକ୍ତିଶାଳୀ ମଞ୍ଚ ଆବିର୍ଭାବରେ ପ୍ରତିଯୋଗୀ ମଞ୍ଚଗୁଡ଼ିକର ବ୍ୟାବସାୟିକ ଢାଞ୍ଚା ପରିବର୍ତ୍ତନ ଆବଶ୍ୟକ କରିବ। ଅପରପକ୍ଷରେ ଏକତ୍ରୀକରଣ ଓ ଧୃବୀକରଣ ଦର୍ଶକଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆନଯାଇପାରେ। ଜିଓ ଫୋନ ଉପଭୋକ୍ତାମାନଙ୍କୁ ଜିଓ ସିନେମା ଓ ଡିସନୀ ହଟଷ୍ଟାର ମାଗଣାରେ ସେବା ପ୍ରଦାନ କରାଗଲେ ପ୍ରତିଯୋଗୀ ଛୋଟ ଓଟିଟି ମଞ୍ଚଗୁଡ଼ିକୁ ନିଜ କାର୍ଯ୍ୟକ୍ରମର କିଛି ଅଂଶ ମାଗଣାରେ ଦର୍ଶକ ମହଲରେ ଉପଲବ୍ଧ କରାଇବା ବାଧ୍ୟବାଧକତାରେ ପରିଣତ ହୋଇପାରେ। ରିଲାଏନ୍ସ-ଡିସନି ମିଶ୍ରଣ ଭାରତୀୟ ଗଣମାଧ୍ୟମ ପରିବେଶରେ ପରିବର୍ତ୍ତନର ସୁଦୂରପ୍ରସାରୀ ପ୍ରଭାବ ଆଶା କରାଯାଇପାରେ।

ଡକ୍ଟର ପ୍ରଦୀପ ମହାପାତ୍ର

ବ୍ରହ୍ମପୁର, ମୋ: ୯୪୩୭୦୯୬୯୪୪

‘ପୁଷ୍ପପଲକ’ର ବିଦଗ୍ଧକବି ଅଭିମନ୍ୟୁ
ପଞ୍ଚସଖା ଯୁଗର ଅବସାନ ପରେ ଉତ୍କଳ ସାହିତ୍ୟ ଗଗନରେ ଯେଉଁ ସମୁଜ୍ଜ୍ୱଳ ଜ୍ୟୋତିଷ୍କମାନଙ୍କର ଅଭ୍ୟୁଦୟ ଘଟିଥିଲା- କବିତିଳକ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ତନ୍ମଧ୍ୟରୁ ଅନ୍ୟତମ। ସେ ଅନେକ ସୁରଭିତ କାବ୍ୟକୁସୁମ ଦ୍ୱାରା ଉତ୍କଳବାଣୀଙ୍କ କୁନ୍ତଳ ମଣ୍ଡନ ପୂର୍ବକ ନିରାଜନା କରିଥିଲେ ମଧ୍ୟ ତାଙ୍କର ଶେଷ ଓ ଶ୍ରେଷ୍ଠକାବ୍ୟ ‘ବିଦଗ୍ଧ ଚିନ୍ତାମଣି’ ଉତ୍କଳ ସାହିତ୍ୟ ନନ୍ଦନବନର ପାରିଜାତ ପୁଷ୍ପ। ସେହି ଦେବଭୋଗ୍ୟ ପୁଷ୍ପରେ ସେ ମାତା ଉତ୍କଳଭାରତୀଙ୍କର ପଦ ବନ୍ଦନା କରି ଉତ୍କଳ ସାହିତ୍ୟ ବାଣୀଭଣ୍ଡାରକୁ ରୁଦ୍ଧିମନ୍ତ କରିଥିଲେ।

ଏହି ପ୍ରଥିତଯଶା କବିତିଳକ ବିଦଗ୍ଧକବି ଅଭିମନ୍ୟୁ ୧୭୬୦ ଖ୍ରୀଷ୍ଟାବ୍ଦ ମାଘ ଶୁକ୍ଳ ସପ୍ତମୀ ତିଥିରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ବାଲିଆନଗରରେ ପ୍ରସିଦ୍ଧ ଜମିଦାର ଇନ୍ଦ୍ରଜିତ ସାମନ୍ତସିଂହାର ଓ ତାଙ୍କ ପତ୍ନୀ ତୁଳସୀ ଦେବୀଙ୍କ କୋଳମଣ୍ଡନ କରି ଭୂମ୍ରି ହୋଇଥିଲେ। ମାତା ତୁଳସୀ ଦେବୀ ଥିଲେ ଅତ୍ୟନ୍ତ ଧର୍ମପ୍ରାଣା, ବୁଦ୍ଧିମତୀ ଆଉ ପତିବ୍ରତା ନାରୀ। କବିଙ୍କ ସୁଯୋଗ୍ୟ ପିତା ଇନ୍ଦ୍ରଜିତ ସାମନ୍ତସିଂହାର ଏକାଧାରାରେ ଅସୀମ ପରାକ୍ରମଶାଳୀ ଯୋଦ୍ଧା, ରସିକ, ବିବେକୀ ତଥା ଧାର୍ମିକ ବ୍ୟକ୍ତି ଥିଲେ। ଏକଥା ଅଭିମନ୍ୟୁ ସ୍ୱୀୟ ବାଘଗୀତରେ ଉଲ୍ଲେଖ କରି କହିଛନ୍ତି-

‘ବାଲିଆ ବୋଲି ଯେ ଏକ ନଗର, ତହିଁ ନୃପତି ସାମନ୍ତସିଂହାର, ରସିକ ବିବେକୀ ଧାର୍ମିକ, ପ୍ରଶଂସା କରନ୍ତି ବହୁତ ଲୋକ।’

ବାଲ୍ୟଶିକ୍ଷା ପରେ ଅଭିମନ୍ୟୁ ମାତ୍ର ଚତୁର୍ଦ୍ଦଶ ବର୍ଷ ବୟସରେ କେନ୍ଦ୍ରାପଡ଼ାର ବିଶିଷ୍ଟ ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ପିଉସୀ ତଥା ସଦାଶିବ ଜେନାଙ୍କ ଭଗିନୀ ବିମଳା ଦେବୀଙ୍କ ପାଣିଗ୍ରହଣ କରିଥିଲେ। ବିମଳା ଦେବୀ ଥିଲେ ଅତ୍ୟନ୍ତ କୃଷ୍ଣଭକ୍ତି ପରାୟଣା ଓ ବିଦୁଷୀ ମହିଳା। ଅଭିମନ୍ୟୁଙ୍କ ମାତ୍ର ଊନବିଂଶ ବର୍ଷ ବୟସରେ ପିତୃ ବିୟୋଗ ଘଟିବାରୁ ସେ ବାଧ୍ୟ ହୋଇ ବାଲିଆ ରାଜ୍ୟର ଶାସନଭାର ଗ୍ରହଣ କରିଥିଲେ। ଏତେ ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ଥିଲେ ମଧ୍ୟ ସେ ବାଣୀଆରାଧନାରୁ ବିରତ ହୋଇ ନଥିଲେ। ସାରସ୍ୱତ ସାଧନା ସହିତ କିଛିଦିନ ସଂସାର କରିବା ପରେ ତାଙ୍କର ପତ୍ନୀ ବିୟୋଗ ଘଟିଥିଲା। ଏହାପରେ ସଂସାରବିମୁଖ ହୋଇ ସେ ତାଙ୍କର ଶ୍ରେଷ୍ଠ କାବ୍ୟ ‘ବିଦଗ୍ଧ ଚିନ୍ତାମଣି’ ରଚନା କରିଥିଲେ।

କାବ୍ୟ କବି ହୃଦୟର ବାଙ୍‌‌ମୟ ପରିପ୍ରକାଶ। ସେହିପରି ପ୍ରୟୋଜନ ଅନୁସାରେ ତତ୍‌‌ସମ, ଅର୍ଦ୍ଧତତ୍‌‌ସମ, ତଦ୍‌‌ଭବ ଓ ଦେଶଜ ଶବ୍ଦର ସମନ୍ୱୟ କାବ୍ୟକୁ କରେ ରସମୟ, ଶ୍ରୁତମଧୁର। ସଂସ୍କୃତ ନାଟକ ସମ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ତତ୍‌‌ସମ ଶବ୍ଦ ସହିତ ପ୍ରାକୃତ ଭାଷାର ମଧ୍ୟ ବ୍ୟବହାର କରାଯାଇଛି। ସଂସ୍କୃତ ଭାଷାକୁ ‘ଦିବ୍ୟ’ ଭାଷା ଏବଂ ଦେଶଜ ଓ ପ୍ରାକୃତ ଭାଷାକୁ ‘ଅଦିବ୍ୟ’ ଭାଷା ବୋଲି କୁହାଯାଏ। ‘ଦିବ୍ୟ’ ଓ ‘ଅଦିବ୍ୟ’ ଭାଷାର ସମନ୍ୱୟରେ କାବ୍ୟ ସୌନ୍ଦର୍ଯ୍ୟ ଫୁଟିଉଠେ। କବି ଦୀନକୃଷ୍ଣ ‘ଦିବ୍ୟ’ ଓ ‘ଅଦିବ୍ୟ’ ଭାଷାର ପ୍ରୟୋଗ ସମ୍ପର୍କରେ ସ୍ୱୀୟ ‘ରସ କଲ୍ଲୋଳ’ କାବ୍ୟର ୩୪ ଛାନ୍ଦରେ କହିଛନ୍ତି-

‘କ’ ଅକ୍ଷରେ ହେବ ନିୟମ, କଥାନୋହେ ଦିବ୍ୟ ଅଦିବ୍ୟ ସମ’। କବି ନରସିଂହ ସେଣ ମଧ୍ୟ ସ୍ୱୀୟ ‘ପରିମଳା’ କାବ୍ୟରେ ଦିବ୍ୟ-ଅଦିବ୍ୟ ଭାଷାର କଥା କହିଛନ୍ତି। ସାରଳା ଯୁଗଠାରୁ ପଞ୍ଚସଖା ଯୁଗ ପର୍ଯ୍ୟନ୍ତ ପ୍ରାୟ କବିମାନେ ଦିବ୍ୟ-ଅଦିବ୍ୟ ଭାଷାର ପ୍ରୟୋଗ କରି କାବ୍ୟମାନ ରଚନା କରିଛନ୍ତି। ଭୂପତି ପଣ୍ଡିତ ମଧ୍ୟ ତାଙ୍କର ‘ପ୍ରେମ ପଞ୍ଚାମୃତ’ରେ କହିଛନ୍ତି- ‘ସୁର ଭାଷା ହିଁ ରସମୟେ, ସେ ନାରୀକେଳ ପଳ ପ୍ରାୟେ’। ଅଦିବ୍ୟ ଭାଷା ହେଲା- ‘ଭାଷା ସୁପକ୍ୱ ରମ୍ଭା ପ୍ରାୟେ, କୋମଳ ମୃଦୁ ରସ ମୟେ’ / ଅକ୍ଳେଶ କରି ତା’କୁ ଭୋଗ, ସବୁ ଜୀବନେ ଉପଯୋଗ?

ଦିବ୍ୟ-ଅଦିବ୍ୟ ଭାଷାର ସମନ୍ୱୟରେ କାବ୍ୟ ରଚନା କରି ଭାବପ୍ରକାଶ କରିବାର ପରମ୍ପରା ଦୀନକୃଷ୍ଣଙ୍କଠାରୁ ଆରମ୍ଭ ହୋଇଛି। କବି ଅଭିମନ୍ୟୁ ସାମନ୍ତସିଂହାର ମଧ୍ୟ ସେହି ପରମ୍ପରାକୁ ଅନୁସରଣ କରି ‘ବିଦଗ୍ଧ ଚିନ୍ତାମଣି’ କାବ୍ୟର ପ୍ରଥମ ଛାନ୍ଦରେ କହିଛନ୍ତି- ‘ଦିବ୍ୟ-ଅଦିବ୍ୟ ଭାଷାରେ ପଦ ହେବ ସିଦ୍ଧି, ଦେଖ ମହାଜନ ମାର୍ଗ ପରମ୍ପରା ବିଧି ହେ’। ଅଭିମନ୍ୟୁ ମହାଜନ ମାର୍ଗ ଅର୍ଥାତ ପୂର୍ବ କବିମାନଙ୍କର ମାର୍ଗ ଅନୁସରଣ କରି କାବ୍ୟର ଆବଶ୍ୟକତା ଅନୁସାରେ ଦିବ୍ୟ-ଅଦିବ୍ୟ ଭାଷାର ପ୍ରୟୋଗ କରିଛନ୍ତି। ସଂସ୍କୃତ କବି ରୂପ ଗୋସ୍ୱାମୀଙ୍କର ‘ବିଦଗ୍ଧ ମାଧବ’ ନାଟକରେ ସଂସ୍କୃତ ଓ ପ୍ରାକୃତ ଭାଷା ବ୍ୟବହାର କରି ପାତ୍ରୋଚିତ ସଂଳାପ ରଚନା କରିଛନ୍ତି। ଅଭିମନ୍ୟୁ ରୂପ ଗୋସ୍ୱାମୀଙ୍କୁ ଅନୁସରଣ କରିଥିବାରୁ ଦିବ୍ୟ-ଅଦିବ୍ୟ ଭାଷାର ବ୍ୟବହାର କରି କାବ୍ୟ ଶ୍ରୀବର୍ଦ୍ଧନ କରିଛନ୍ତି। ତେଣୁ ‘ମହାଜନ’ ଶବ୍ଦ ପ୍ରୟୋଗ ମାଧ୍ୟମରେ ସେ ରୂପ ଗୋସ୍ୱାମୀଙ୍କୁ ଲକ୍ଷ୍ୟ କରିଥିବା ଅନୁମାନ କରାଯାଇ ପାରେ ବୋଲି ବିଶିଷ୍ଟ ସମାଲୋଚକ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ମତବ୍ୟକ୍ତ କରିଛନ୍ତି। ତତ୍‌‌ସମ ଶବ୍ଦ ବା ସାଧୁ ଶବ୍ଦ ସହିତ ଦେଶଜ ଶବ୍ଦର ଏବଂ ସଂସ୍କୃତ ଶବ୍ଦ ସହିତ ପ୍ରାକୃତ ଶବ୍ଦର ସଂଯୋଗ କରି କବି ‘ମଣିକାଞ୍ଚନ ବା ପୁଷ୍ପପଲ୍ଲକ’ ଯୋଗ କରିଛନ୍ତି। ଏଥିସହିତ କାବ୍ୟ ମଧ୍ୟରେ ବର୍ଣ୍ଣନା ବୈଚିତ୍ର୍ୟ, ଆଳଙ୍କାରିକ ସୁଷମା, ରସରମ୍ୟତା ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି। ନିମ୍ନରେ କେତୋଟି ଦୃଷ୍ଟାନ୍ତ ପ୍ରଦତ୍ତ ହେଲା-

‘ଭଙ୍ଗି ବିଷୟରେ କୃଷ୍ଣଗଣ୍ଠିଆ, କାହା କଟିସ୍ଥିତ ଦେଖି ମାଠିଆ, ବୋଲନ୍ତି ବନ୍ଧୁ ମୁଁ ତୋର ବେଠିଆ, ପାଣି ଆଣିବାକୁ ମୋତେ ପଠିଆ ଗୋ, ଶୁଣି ଗୋପୀ ହୋଇ ଠିଆ ଯେ, ହସିଲା ଭାଷିଲା ବଢ଼଼ିଲାକୁ କାହ୍ନୁ, ହେଲୁ ଏଡ଼େ ଅପାଠିଆ ଯେ’ (୩ୟ ଛାନ୍ଦ)।

ପୁନଶ୍ଚ ‘ବିଦଗ୍ଧ ଚିନ୍ତାମଣି’ର କୃଷ୍ଣଙ୍କର ବଂଶୀ ପ୍ରାପ୍ତି ସମ୍ପର୍କରେ କବି କହିଛନ୍ତି-

‘ଟୋକୀ କେ ଗୋପେ ରହିବେ ତା’ ଶୁଣି / ଟାଉଟାରହେବେ ସୁର ରମଣୀ / ଟଳଟଳ ହେବ ମେରୁ ଭୂଧର / ଟିକି ଦିନୁ ହେବେ କିଣା ତୁମ୍ଭର / ଟହକ ହାସୀ କିଶୋରୀ ମନ / ଟବ ପରିରସେ ବୁଡ଼ିବ ଘେନ’। (୧୭ଶ ଛାନ୍ଦ)

‘ମୀନ ଛଟ କେ ଝଟକ ନେତ୍ର ପୁଟଳ ଅଟକ, ନାଟକ ପଠିନୀ ଲାଜେ ଗୋତୁଁ ଲପନ’(୩୦ ଛାନ୍ଦ)।

ଦିବ୍ୟ-ଅଦିବ୍ୟ ଭାଷାର ଚମତ୍କାର ପ୍ରୟୋଗର ଏହିଭଳି ଅନେକ ଉଦାହରଣ ‘ବିଦଗ୍ଧ ଚିନ୍ତାମଣି’ର ଛତ୍ରେ ଛତ୍ରେ ରହିଛି। ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ସହିତ ବୃନ୍ଦାବନରେ ଗୋଚାରଣ କରୁଥିବା ସମୟରେ ନାନାବିଧ ଖେଳକୌତୁକରେ ସମୟ ଅତିବାହିତ କରୁଥିଲେ। ସେହି କ୍ରୀଡ଼ାକୌତୁକର ମନୋଜ୍ଞ ଓ ପ୍ରାଣସ୍ପର୍ଶୀ ଉଦାହରଣ ଦେବାକୁ ଯାଇ କବି ଦିବ୍ୟ-ଅଦିବ୍ୟ ଭାଷାରେ ପାହାଡ଼ିଆ କେଦାର ରାଗରେ ଲେଖିଛନ୍ତି –

‘ପୋଏ ସଜାଡ଼ି କାଛଟା ଭିଡ଼ି ଧାଡ଼ିକି ଧାଡ଼ି ଆଗେ ଦଉଡ଼ି / ଯୋଡ଼ିକି ଯୋଡ଼ି ବୁଲାନ୍ତି ବାଡ଼ି ତନୁକୁ ଆଡ଼ି ଯେ। କେହୁ ଘଉଡ଼ି ନିଆଇ ତଡ଼ି କେହୁ ବାହୁଡ଼ି ମାରଇ ଓଡ଼ି / ବାହୁକୁ ମୋଡ଼ି ଛାଡ଼ଇ ରଡ଼ି ଶିରକୁ ଝାଡ଼ି ଯେ। କେମାଲ ବିନ୍ଧାଣରେ ଯାଉଛି ଗଡ଼ି ଯେ। କେ କାହା ଉପରେ ପୁଣି ବସଇ ମାଡ଼ି ଯେ। କେ ମୋଡ଼ାମୋଡ଼ି କେ ଭିଡ଼ାଭିଡ଼ି କେ ଜଡ଼ାଜଡ଼ି / କେ ଛଡ଼ାଛଡ଼ି କେ ପଡ଼ାପଡ଼ି କେ କୋଡ଼ାକୋଡ଼ି କେ ହୁଡ଼ାହୁଡ଼ି ଯେ’।’ (ବିଦଗ୍ଧ ଚିନ୍ତାମଣି -୬୫ ଛାନ୍ଦ)

ସେହିପରି ବାତ୍ସଲ୍ୟ ରସ ସୃଷ୍ଟି କଲାବେଳେ କବି ଯେପରି ଦିବ୍ୟ-ଅଦିବ୍ୟ ଭାଷାର ପ୍ରୟୋଗପୂର୍ବକ ଏକ ପୁତ୍ରବିରହ ବିଧୁରା ଜନନୀ ହୃଦୟର ସ୍ୱାଭାବିକ ବ୍ୟାକୁଳତାକୁ ପ୍ରକାଶ କରିଛନ୍ତି, ତାହାର ମଧ୍ୟ ଅନନ୍ୟ ବର୍ଣ୍ଣନା ‘ବିଦଗ୍ଧ ଚିନ୍ତାମଣି’ର ୬୭ ଛାନ୍ଦରେ ରହିଛି। ଏଠାରେ ଯଶୋଦାଙ୍କ ଆକୁଳତା ବର୍ଣ୍ଣନା କରିବାକୁ ଯାଇ କବି କହିଛନ୍ତି-

‘ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ। ଜନକ ଜନନୀ ସୁଖ କାହିଁ ପାଇଁ ସାରୁ, ମୋ କଳାମାଣିକରେ / ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ। ହୃଦତାପ ବିନାଶନେ ତୁ ହରିଚନ୍ଦନ, ମୋ କଳାମାଣିକରେ’।

ଏପରିକି ଗୋଟିଏ ପଦରେ ମଧ୍ୟ ଦିବ୍ୟ-ଅଦିବ୍ୟ ଭାଷାର ପ୍ରୟୋଗ କରି କବି କାବ୍ୟ ସୌନ୍ଦର୍ଯ୍ୟବର୍ଦ୍ଧନ କରିଛନ୍ତି। କବି କହିଛନ୍ତି- ‘ଲୁଠ ଅଳିକର କୋଳି ପାଇଁ ଯଶୋଦାଙ୍କୁ / ଲୋଲୁପ ଗୋପୀ ବଦନାମ୍ବୁଜ ପୀୟୂଷକୁ ହେ’। ଏଠାରେ ପଦଟିର ପ୍ରଥମ ପାଦଟି ଅଦିବ୍ୟ ଭାଷା ଓ ଦ୍ୱିତୀୟ ପାଦଟି ଦିବ୍ୟ ଭାଷା। ଉଭୟର ସମନ୍ୱୟରେ କବି ପାଠକ ହୃଦୟକୁ ବେଶ୍‌‌ ପ୍ରଭାବିତ କରିଛନ୍ତି। ‘ବିଦଗ୍ଧ ଚିନ୍ତାମଣି’ର ୪୮ ଛାନ୍ଦରେ ମଧ୍ୟ କମନୀୟ ବର୍ଣ୍ଣନା ଦେଇଛନ୍ତି ବିଦଗ୍ଧ କବି। ଯଥା- ‘ଦିନେ ମୋ ନେତ୍ର ପଥରେ, ପଡ଼ିଗଲା ବାଙ୍କଚୂଳିଆ ଥରେ ଗୋ। ଆଜିଯାଏ ମୋ ହୃଦୟ ଥରେ ସଜନି ଗୋ। (୮)

ଅଭିମନ୍ୟୁ ଦିବ୍ୟ-ଅଦିବ୍ୟ ଭାଷାର ଏକ ଅପୂର୍ବ ସମନ୍ୱୟର ଯେଉଁ ବଳିଷ୍ଠ ପରମ୍ପରା ସୃଷ୍ଟି କରିଗଲେ ତାହା ପରବର୍ତ୍ତୀ କବିଙ୍କୁ ନାନା ଭାବରେ ପ୍ରଭାବିତ କରିଛି। ସେ ଉତ୍କଳ ଭାରତୀଙ୍କର ସୁଯୋଗ୍ୟ ସନ୍ତାନ। ଓଡ଼ିଆ ଭାଷା ସାହିତ୍ୟ ଥିବା ପର୍ଯ୍ୟନ୍ତ ସେ ରହିବେ ଅମର ଓ ଆୟୁଷ୍ମାନ। ତାଙ୍କର ପବିତ୍ର ଜୟନ୍ତୀରେ ମୁଁ ତାଙ୍କୁ ଭକ୍ତିପୂତ ପ୍ରଣତି ଅର୍ପଣ କରୁଛି।

ଜୟ ଶ୍ରୀରାଧାମୋହନ

ବନ୍ଦେ ଉତ୍କଳ ଜନନୀ।

ଡ. ଅଭିମନ୍ୟୁ ବରାଳ

ସାକ୍ଷୀଗୋପାଳ, ମୋ: ୯୯୩୭୮୩୫୨୩୦