sports - The Sakala
ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା; ରାଜ୍ୟରେ କ୍ରୀଡ଼ା ରୂପାନ୍ତରଣ ବଦଳାଇଦେଇଛି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଯୁବପିଢ଼ିଙ୍କ ମାନସିକତା
ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ା ରୂପାନ୍ତରଣ ବଦଳାଇଦେଇଛି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଯୁବପିଢ଼ିଙ୍କ ମାନସିକତା। କ୍ରୀଡ଼ାକୁ ବୃତ୍ତି ଭାବେ ଗ୍ରହଣ କରି ସାମାଜିକ ପ୍ରତିଷ୍ଠା ଲାଭ ଯେ ସମ୍ଭବ ଏହି ବାର୍ତ୍ତା ପ୍ରତ୍ୟେକ ଅଭିଭାବକ ଓ ସଚେତନ ନାଗରିକଙ୍କ ମନକୁ ଛୁଇଁ ପାରିଛି। ପିଲାମାନଙ୍କ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିବା ପ୍ରତ୍ୟେକ ବାପାମାଆଙ୍କ ପାଇଁ ଏହା ମଧ୍ୟ ଏକ ନିଆରା ଅନୁଭବ ଆଣିଛି। ନିଜ ପିଲାମାନଙ୍କ ପାଇଁ ସାଧାରଣ ଶିକ୍ଷା ସହିତ କ୍ରୀଡ଼ାକୁ ସମଦୃଷ୍ଟିରେ ଆଦରିବାକୁ କୁଣ୍ଠାବୋଧ କରୁଥିବା ଅଭିଭାବକଙ୍କ ମନୋଭାବରେ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣର ପ୍ରଭାବ ଆଣିଛି ଏକ ବିରାଟ ପରିବର୍ତ୍ତନ। ଫଳତଃ ରାଜ୍ୟରେ ଶିକ୍ଷା ସହିତ କ୍ରୀଡ଼ାକୁ ମଧ୍ୟ ପ୍ରାଥମିକତା ଦେବାର ଧାରା ସାଧାରଣରେ ପରିଲକ୍ଷିତ ହେଉଛି।
ଗାଁଠାରୁ ସହର ପର୍ଯ୍ୟନ୍ତ ସବୁ ପ୍ରକାର କ୍ରୀଡ଼ା ଭିତ୍ତିଭୂମିର ବିକାଶ କରି ରାଜ୍ୟ ସରକାର ପିଲାମାନଙ୍କୁ ଖେଳକୁଦ ପ୍ରତି ଆକୃଷ୍ଟ କରିଛନ୍ତି। ଆଥ୍‌‌ଲେଟିକ୍‌‌ ଠାରୁ ନେଇ ହକି, ଫୁଟବଲରୁ ନେଇ ସନ୍ତରଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଉନ୍ନତ ଭିତ୍ତିଭୂମି ସହ ଉପଯୁକ୍ତ ତାଲିମ ଓ କ୍ରୀଡ଼ା ପ୍ରୋତ୍ସାହନ ଯୋଗୁଁ ଗାଁ ଦାଣ୍ଡର ଖେଳକୁଦରେ ସୀମିତ ଥିବା ଗାଁର ପିଲା ଆଜି ଅନ୍ତର୍ଜାତୀୟ ମଞ୍ଚରେ ନିଜ କ୍ରୀଡ଼ା ପ୍ରତିଭା ପଦର୍ଶନ କରି ରାଜ୍ୟ ତଥା ଦେଶକୁ ଗର୍ବିତ କରୁଛି। କ୍ରୀଡ଼ା ସଂଗଠନ ଏବଂ କ୍ରୀଡ଼ାବିତ୍‌‌ଙ୍କ ପାଇଁ ସମ୍ପ୍ରତି ଓଡ଼ିଶା ପ୍ରଥମ ପସନ୍ଦ ପାଲଟିଛି। ଗତ ଦଶନ୍ଧି ମଧ୍ୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ରୂପାନ୍ତରଣର ପ୍ରଭାବ ସିଧାସଳଖ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାଙ୍କ ଉପରେ ପଡ଼ିଛି। ରାଜ୍ୟର ଯୁବପିଢ଼ି ଆଜି କ୍ରୀଡ଼ାକୁ ନିଜର ବୃତ୍ତି ବା କ୍ୟାରିୟର୍‌‌ ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସଫଳ କ୍ରୀଡ଼ାବିତ୍‌‌ଙ୍କ ପାଇଁ ଚାକିରି, ଆର୍ଥିକ ପ୍ରୋତ୍ସାହନ, ପଦକ ବିଜେତାଙ୍କୁ ସମ୍ମାନ ଦେଇ ରାଜ୍ୟ ସରକାର ସେମାନଙ୍କ ମନୋବଳ ବଢ଼଼ାଇବା ସହ ଉତ୍ସାହିତ କରୁଛନ୍ତି। ଏ ପ୍ରକାର କ୍ରୀଡ଼ା ଅନୁକୂଳ ବାତାବରଣ ମଧ୍ୟରେ ରାଜ୍ୟର ଯୁବପିଢ଼ି କ୍ରୀଡ଼ା କ୍ଷେତ୍ରରେ ନିଜର ଏକ ସୁନେଲୀ ଭବିଷ୍ୟତକୁ ଦେଖିପାରୁଛନ୍ତି।
ରାଜଧାନୀ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମ୍‌‌, ରାଉରକେଲାରେ ବିଶ୍ୱ ସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌‌ ଓ ଇନ୍‌‌ଡୋର୍‌‌ ଷ୍ଟାଡିୟମ୍‌‌ ସହ ଜିଲ୍ଲା ସ୍ତରରେ ଇନ୍‌‌ଡୋର୍‌‌ ଷ୍ଟାଡିୟମ୍‌‌ ଭଳି ନିର୍ମାଣ କରି ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରରେ ନୂଆ କୀର୍ତ୍ତିମାନ କରିଛନ୍ତି। ଅନ୍ତର୍ଜାତୀୟମାନର ଷ୍ଟାଡିୟମ, ବହୁମୁଖୀ ଆନ୍ତଃ କ୍ରୀଡ଼ାଙ୍ଗନ, ଫୁଟ୍‌‌ବଲ ଓ ହକି ପ୍ରଶିକ୍ଷଣ କେନ୍ଦ୍ର ଏବଂ ମିନି ଷ୍ଟାଡିୟମମାନ ନିର୍ମାଣ କରାଯାଇଛି। ପ୍ରତିଭାବାନ୍‌‌ ସନ୍ତରଣକାରୀଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରଦାନ ପାଇଁ କଳିଙ୍ଗ ଷ୍ଟାଡିୟମ୍‌‌ରେ ଉଚ୍ଚ ମାନର ସନ୍ତରଣାଗାର(ସୁଇମିଙ୍ଗ୍‌‌ ପୁଲ୍‌‌) ନିର୍ମାଣ କରିବା ସହ ରାଜ୍ୟ ସରକାର ଅନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। କେବଳ ସନ୍ତରଣ ନୁହେଁ; ହକିଠାରୁ ଆରମ୍ଭ କରି ତୀର ଚାଳନା, ଲନ୍‌‌ ଟେନିସ୍‌‌, ରଗ୍‌‌ବୀ ଆଦି କ୍ରୀଡ଼ାରେ ଦେଶବିଦେଶରେ ସ୍ୱନାମ ଅର୍ଜନ କରିଥିବା ପ୍ରଶିକ୍ଷକ(କୋଚ୍‌‌) ନିଯୁକ୍ତ କରାଯାଇଛି। ଫଳରେ ଓଡ଼ିଶାର ପିଲାମାନେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ଖ୍ୟାତି ଅର୍ଜନ କରୁଛନ୍ତି।
କେବଳ ସରକାର ନୁହନ୍ତି; କର୍ପୋରେଟ୍‌‌ ଏବଂ ବେସରକାରୀ ସଂସ୍ଥା ମଧ୍ୟ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ଆଗେଇ ଆସୁଛନ୍ତି। ସାମାଜିକ ଦାୟିତ୍ୱବୋଧ ସ୍ୱରୂପ ବିଭିନ୍ନ କ୍ରୀଡ଼ାକୁ ସେମାନେ ଗୁରୁତ୍ୱ ଦେଇ ତାହାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରୁଛନ୍ତି। ଉଚ୍ଚତର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଉଛି। କୃତୀ କ୍ରୀଡ଼ାବିତ୍‌‌ଙ୍କୁ ପ୍ରଶିକ୍ଷଣ ସକାଶେ ବିଦେଶ ପଠାଇବା ପାଇଁ ପଦକ୍ଷେପ ନିଆଯାଉଛି। କେବଳ ପ୍ରଶିକ୍ଷଣ ନୁହେଁ; ହଷ୍ଟେଲରେ ରଖି ସେମାନଙ୍କ ଖାଦ୍ୟପେୟ, ଯାତାୟାତ, ଆବଶ୍ୟକ କ୍ରୀଡ଼ା ସାମଗ୍ରୀ ପ୍ରଦାନ ଆଦି ସୁନିଶ୍ଚିତ କରାଯାଉଛି। ଦିନ ଥିଲା, ରାଜ୍ୟ ଓ ଦେଶ ବାହାର ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଓଡ଼ିଆ କ୍ରୀଡ଼ାବିତ୍‌‌ଙ୍କୁ ଅର୍ଥ ବାଧକ ସାଜୁଥିଲା। ହେଲେ ଆଜି ଏଥିପାଇଁ ସରକାରୀ ପ୍ରୋତ୍ସାହନର ଅଭାବ ନାହିଁ। କେଉଁଠି ବି କ୍ରୀଡ଼ାବିତ୍‌‌ଟିଏ ଆର୍ଥିକ ସମସ୍ୟାରେ ପଡ଼ୁଛି, ଗୋଟିଏ ଟୁଇଟ୍‌‌ରେ ସରକାର ତାଙ୍କ ପାଖରେ ପହଞ୍ଚି ଯାଉଛନ୍ତି।
‘ମୋ ସରକାର’ ଓ ‘୫-ଟି’ ଉପକ୍ରମ ଅଧୀନରେ କ୍ରୀଡ଼ାର ବିକାଶ ପାଇଁ ସରକାର ନେଇଥିବା ପଦକ୍ଷେପର ସୁଫଳ ମିଳିବା ଆରମ୍ଭ ହୋଇଛି। ଓଡ଼ିଶା ଏଫ୍‌‌ସି ଜାତୀୟ ସ୍ତରରେ ଚାମ୍ପିଅନ ହେବାର ସୌଭାଗ୍ୟ ଅର୍ଜନ କରିଛି। କ୍ରୀଡ଼ା ଭିତ୍ତିମୂମି ଓ ପ୍ରଶିକ୍ଷଣର ଭରପୂର ସୁଯୋଗ ନେଇ ଅଲିମ୍ପିକ ପଦକ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପିଲମ।।ନଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଓ ବଳିଷ୍ଠ ନେତୃତ୍ୱରେ ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ସୁନିଶ୍ଚିତ ହୋଇଛି। ଅନ୍ତର୍ଜାତୀୟ ହକି ଫେଡେରେସନ୍‌‌ ଓଡ଼ିଶାର କ୍ରୀଡ଼ା ପରିବେଶକୁ ସ୍ୱୀକୃତି ଦେଇଛି। ଥରେ ନୁହେଁ; ଓଡ଼ିଶା କ୍ରମାଗତ ଦୁଇଥର ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ୍‌‌ ଆୟେଜାନ କରିବାର ସୁଯୋଗ ପାଇଛି। ବିଶ୍ୱର ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ଏହି ସମ୍ମାନଜନକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି। ଏଥିସହ ୨୦୧୭ରେ ଏସୀୟ ଦୌଡ଼କୁଦ ଚାମ୍ପିଅନ୍‌‌ସିପ୍‌‌, ୨୦୧୪ରେ ହକି ଚାମ୍ପିଅନ୍‌‌ସିପ୍‌‌, କନିଷ୍ଠ ହକି ବିଶ୍ୱକପ୍‌‌, ବିଡବ୍ଲ୍ୟୁଏଫ୍‌‌ ବ୍ୟାଡ୍‌‌ମିଣ୍ଟନ ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀର ମାନ୍ୟତା ଲାଭ କରିସାରିଛି।
କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ୬୯୩.୩୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜିଲ୍ଲାରେ ୮୯ଟି ବହୁମୁଖୀ ଇନ୍‌‌ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଏଠାରେ ବ୍ୟାଡ୍‌‌ମିଣ୍ଟନ, ଟେବଲ୍‌‌ ଟେନିସ ଓ ଭାରୋତ୍ତୋଳନ ଆଦିରେ ତାଲିମ ପ୍ରଦାନ କରାଯିବ। କ୍ରୀଡ଼ାବିତ୍‌‌ଙ୍କୁ ଭବିଷ୍ୟତରେ ଆତ୍ମନିର୍ଭର କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ପୁଲିସ୍‌‌ରେ ୧୦୦ରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ୍‌‌ଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥା, ସରକାରୀ ଉଦ୍ୟୋଗରେ ଶ୍ରେଷ୍ଠ ସଫଳତା ପାଇଥିବା ୩୧ ଜଣ କ୍ରୀଡ଼ାବିତ୍‌‌ଙ୍କୁ ନିଯୁକ୍ତି ମିଳିଛି। କ୍ରୀଡ଼ା ପ୍ରତିଭାମାନଙ୍କୁ ତରୁଣ ବୟସରୁ ଚିହ୍ନଟ କରି ବିଭିନ୍ନ କ୍ରୀଡ଼ାଶୃଙ୍ଖଳାରେ ସେମାନଙ୍କୁ ପ୍ରଶିକ୍ଷଣ, ବୃତ୍ତି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ରାଜ୍ୟ ସରକାର ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।
ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଟି-୨୦, ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ
କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌ରେ ପ୍ରଥମେ କ୍ଲିନ୍ ସ୍ଵିପ୍। ଏବେ ଟି-୨୦ରେ ଦ୍ବିତୀୟ ମୁକାବିଲା ଆଜି ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ସହଜରେ ଜିତିଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌କୁ ସମାନ ପରିମାଣରେ ଜିତି ସିରିଜ୍ କବ୍‌ଜା ଲକ୍ଷ୍ୟରେ ରହିଛି। ଏହି ସିରିଜ୍‌ରେ ଭାରତର ସବୁ କ୍ଲିକ୍ କରିଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତର ଟପ୍‌ ଅର୍ଡର ବ୍ୟାଟିଂ ଯେପରି ସଫଳତା ପାଇଛି ମିଡଲ ଅର୍ଡର ମଧ୍ୟ ଅନୁରୂପ ଭାବେ ମ୍ୟାଚ୍ ଫିନିଶ୍ କରିଛି। ଭାରତୀୟ ମାଟିରେ ସ୍ପିନରଙ୍କ ଦବଦବା ରହିଛି। ଏହି ସ୍ପିନରଙ୍କୁ ମୁକାବିଲା କରିବା ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କ ଲାଗି କାଠିକର ପାଠ ହୋଇଯାଉଛି। କିନ୍ତୁ ଦଳର ତାରକା ବ୍ୟାଟର ବିରାଟ କୋହଲିଙ୍କ ଫର୍ମକୁ ନେଇ ଟିମ୍ ମ୍ୟାନେଜ୍‌ମେଣ୍ଟ ଚିନ୍ତିତ ହେବା ସ୍ଵାଭାବିକ। ଦିନିକିଆ ସିରିଜ୍ ହେଉ କିମ୍ବା ପ୍ରଥମ ଟି-୨୦ରେ ବିରାଟଙ୍କ ବ୍ୟାଟ କଥା କହିନାହିଁ । ସେ ଫର୍ମରେ ନଥିବାରୁ ତାଙ୍କୁ ଦଳରୁ ବାଦ୍ ଦେବାକୁ ଚାପ ପଡ଼ିଲାଣି। ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଟିମ୍ ମ୍ୟାନେଜ୍‌ମେଣ୍ଟ ବିରାଟଙ୍କୁ ସମର୍ଥନ କରୁଥିଲେ ମଧ୍ୟ ନବାଗତ ଖେଳାଳିଙ୍କୁ ସମର୍ଥନ କରୁଥିବା ପ୍ରଶଂସକ ସମାଲୋଚନା କରିବା ଆରମ୍ଭ କଲେଣି। ମ୍ୟାଚର ସ୍ଥିତିକୁ ଦେଖିଲେ ଏହି ମ୍ୟାଚ୍ ଲାଗି ଭାରତୀୟ ଦଳରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ ।
ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଦଳ ଭାରତକୁ କୌଣସି ବିଭାଗରେ ଉଚିତ ମୁକାବିଲା କରିପାରି ନାହିଁ । ଦଳ ମଧ୍ୟ ଏବେ ଭଲ ଫର୍ମରେ ନାହିଁ। କିନ୍ତୁ ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କୁ ଏହି ମ୍ୟାଚ୍ ରେ ସୁଯୋଗ ମିଳିବା ନିଶ୍ଚିତ । ଦଳ ମଧ୍ୟ ଅଧିକ ସ୍ପିନରଙ୍କୁ ନେଇ ଖେଳିବ ବୋଲି ଅଧିନାୟକ କାଇରନ ପୋଲାର୍ଡ ସୂଚନା ଦେଇଛନ୍ତି। ପ୍ରଥମ ଟି-୨୦ରେ ସ୍ପିନରମାନେ କିଛିଟା ସମ୍ମାନ ରଖିଥିଲେ। ଏଣୁ ଫାବିଏନ୍ ଆଲେନ, ରୋଷ୍ଟୋନ ଚେକ୍‌ଙ୍କ ସମେତ ହେଡେନ ୱାଲ୍‌ ଜୁନିଅରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଏହା ସହ ୱେଷ୍ଟଇଣ୍ଡିଜ ବ୍ୟାଟରମାନେ ଯଦି ଭାରତୀୟ ସ୍ପିନକୁ ଉଚିତ ମୁକାବିଲା କରି ନପାରନ୍ତି, ତେବେ ମ୍ୟାଚ୍ ଜିତିବା ସେମାନଙ୍କ ଲାଗି ସ୍ବପ୍ନ ହୋଇଯିବ।
ବଦଳିଲା ଭାରତ-ଶ୍ରୀଲଙ୍କା ସିରିଜ୍ କାର୍ଯ୍ୟସୂଚୀ; ଟେଷ୍ଟ ମ୍ୟାଚ ନୁହେଁ, ପ୍ରଥମେ ଖେଳାଯିବ ଟି-୨୦
ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ଏବଂ ଟେଷ୍ଟ ସିରିଜରେ ପରିବର୍ତ୍ତନ କରିଛି ବିସିସିଆଇ | ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି। ଶ୍ରୀଲଙ୍କା କ୍ରିକେଟ୍ ଦଳ ଚଳିତ ମାସ ଶେଷରେ ଭାରତ ଆସିବ। ଉଭୟ ଦଳ ମଧ୍ୟରେ ତିନୋଟି ଟି-୨୦ ଏବଂ ୨ଟି ଟେଷ୍ଟ ଖେଳାଯିବ | ଦୁଇ ଦଳ ମଧ୍ୟରେ ପ୍ରଥମେ ଫେବୃଆରୀ ୨୫ରୁ ଟେଷ୍ଟ ସିରିଜ୍ ଖେଳାଯିବାର ଥିଲା | କିନ୍ତୁ ଏବେ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି । ପ୍ରଥମେ ଟି-୨୦ ସିରିଜ୍ ଖେଳାଯିବ ଏବଂ ଏହା ଫେବୃଆରୀ ୨୪ରୁ ଆରମ୍ଭ ହେବ । ନୂଆ ସିଡ୍ୟୁଲ ମୁତାବକ ୨୪ ଫେବ୍ରୁଆରୀରୁ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଆରମ୍ଭ ହେବ ।
ଟିମ୍ ଇଣ୍ଡିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୨୪ ଫେବୃଆରୀରେ ଲକ୍ଷ୍ନୌରେ ଖେଳାଯିବ | ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ୨୬ ଏବଂ ୨୭ ଫେବୃଆରୀରେ ଧର୍ମଶାଳରେ ଅନୁଷ୍ଠିତ ହେବ | ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ଟି-୨୦ ସିରିଜ୍ ମାର୍ଚ୍ଚ ୧୩ରୁ ଆରମ୍ଭ ହେବାର ଥିଲା |
ଟି-୨୦ ପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳାଯିବ। ଟେଷ୍ଟ୍ ସିରିଜ୍ କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି | ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମାର୍ଚ୍ଚ ୪ରୁ ମୋହାଲିରେ ଖେଳାଯିବ | ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବାଙ୍ଗାଲୋରରେ ମାର୍ଚ୍ଚ ୧୨ ରୁ ଆରମ୍ଭ ହେବ | ଏହାପୂର୍ବରୁ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୫ରୁ ଏବଂ ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୫ରୁ ଖେଳାଯିବାର ଥିଲା |
ପାକିସ୍ତାନ କ୍ରିକେଟ୍ କୁ ଲଜ୍ଜା: ସୁରକ୍ଷା କାରଣରୁ ସିରିଜରୁ ଓହରିଲା ନ୍ୟୁଜିଲ୍ୟାଣ୍ଡ ଦଳ
କରାଚି: ସୁରକ୍ଷା କାରଣରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ପାକିସ୍ତାନ ସହିତ ଥିବା ସିରିଜରୁ ଓହରି ଯାଇଛି । ଆଜିଠାରୁ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବାର ଥିଲା। ଟସ୍‌ର ମାତ୍ର କିଛି ମିନିଟ୍‌ ପୂର୍ବରୁ ହିଁ ପାକିସ୍ତାନରେ ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିବା ଖବର ମିଳିଥିଲା। ଫଳରେ ମ୍ୟାଚ୍‌ ଆରମ୍ଭ ହେବାର ୨୦ ମିନିଟ୍‌ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମ ଖେଳିବା ପାଇଁ ମନାକରିଦେଇଛି। ମ୍ୟାଚ୍ ରଦ୍ଦ ହେବା ପରେ ପାକିସ୍ତାନ କ୍ରିକେଟ୍ ଏବେ ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି ।
ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଛି ଯେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜ୍ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଏହା ପରେ ଖେଳାଯିବ । ୧୮ ବର୍ଷ ପରେ ନ୍ୟୁଜିଲାଣ୍ଡ ଟିମ୍‌ ଦ୍ବିପାକ୍ଷିକ ସିରିଜ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା। ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟି ଦିିନିକିଆ ଓ ୫ଟି ଟି-୨୦ ମ୍ୟାଚ୍‌ ଖେଳାଯିବାର ଥିଲା।
ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ (ଏନଜେଡସି) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ହ୍ବାଇଟ୍ କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡ ସରକାରଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଏହି ଗସ୍ତ ଜାରି ରଖିବା ସମ୍ଭବ ନୁହେଁ। ସେ କହିଛନ୍ତି, “ମୁଁ ବୁଝୁଛି ଏହା ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଏକ ଝଟକା ହେବ। କିନ୍ତୁ ଖେଳାଳିଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଏକମାତ୍ର ଦାୟିତ୍ୱବୋଧ ବିକଳ୍ପ ଆମେ ମନେ କରୁଛୁ।”
ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଲର୍ଡ୍ସ ରେ ଭାରତର ଦମଦାର ବିଜୟ, ୧୫୧ ରନ୍‌ରେ ଜିତିଲା ଭାରତ
ଲଣ୍ଡନ: ଲର୍ଡସ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି । ରୋମାଞ୍ଚକର ଟେଷ୍ଟ ମ୍ୟାଚରେ ବିରାଟ ବାହିନୀର ଶାନଦାର ବିଜୟ। ୭ ବର୍ଷ ପରେ ଐତିହାସିକ ଲର୍ଡସ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଇଂଲଣ୍ଡକୁ ୧୫୧ ରନରେ ମାତ୍‌ ଦେଇ ଐତିହାସିକ ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ ଦଳ। । ଶେଷ ଦିନରେ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଫଳରେ ଏହି ଐତିହାସିକ ବିଜୟ ହାସଲ କରିପାରିଛି ଦଳ । ଭାରତ ପ୍ରଦତ୍ତ ୨୭୧ ରନର ବିଜୟ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ୧୨୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ୍ ୪ଟି ଓ ଯଶପ୍ରୀତ ବୁମରା ୩ଟି ଓ୍ବିକେଟ୍ ହାସଲ କରିଥିବା ବେଳେ ଇଶାନ୍ତ ଶର୍ମା ୨ଟି ଓ୍ବିକେଟ୍ ନେଇଥିଲେ । ଏହି ଜବରଦସ୍ତ ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।
ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ମହମ୍ମଦ ସାମି ଓ ବୁମରାହ୍‌ଙ୍କ ଲଢ଼ୁଆ ବ୍ୟାଟିଂ ପରେ ୨୯୮/୮ରେ ପାଳି ଘୋଷଣା କରିଥିଲା ଟିମ୍ ଇଣ୍ଡିଆ । ଏହାପରେ ଭାରତୀୟ ବୋଲର କମାଲ ଦେଖିବାକୁ ମିଳିଥିଲା । ଇଂଲଣ୍ଡ ଦଳର ଓପନରଙ୍କୁ ବିନା କୌଣସି ସ୍କୋରରେ ପ୍ୟାଭିଲିୟନ୍ ପଠାଇଥିଲେ । ଏହାପରେ ଇଂଲଣ୍ଡ ଉପରେ ଚାପ ପଡ଼ିବା ସହ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ହାସଲ କରିବାରେ ସଫଳ ହୋଇଥିଲା ଭାରତୀୟ ବୋଲର । ମହମ୍ମଦ ସିରାଜ ୪, ବୁମରା ୩, ଇଶାନ୍ତ ୨ ଓ ଶାମି ୧ ଓ୍ଵିକେଟ୍ ଅକ୍ତିଆର କରିଥିବା ବେଳେ ମାତ୍ର ୧୨୦ ରନ୍‌ରେ ସୀମିତ ହୋଇଯାଇଥିଲା ଇଂଲଣ୍ଡ ।
ବଦଳିଲା କାର୍ଯ୍ୟସୂଚୀ, ଜୁଲାଇ ୧୩ ନୁହେଁ ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ୍
ମହାମାରୀ କରୋନା ପାଇଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୀମିତ ଓଭର ସିରିଜ୍‌ ଘୁଞ୍ଚିବାରେ ଲାଗିଛି। ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ଏବେ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହା। ଏହି ସିରିଜ୍ ଏବେ ଜୁଲାଇ ୧୮ ରୁ ୨୯ ପର୍ଯ୍ୟନ୍ତ ଖେଳାଯିବ । ଶ୍ରୀଲଙ୍କା ଦଳରେ କରୋନା ମାମଲା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଏହି ସିରିଜ୍ ଜୁଲାଇ ୧୩ ରୁ ୨୫ ପର୍ଯ୍ୟନ୍ତ ହେବାର ଥିଲା ।
ବିସିସିଆଇ ଆନୁଷ୍ଠାନିକ ଭାବେ ଆଜି ନୂଆ କାର୍ଯ୍ୟସୂଚୀ ଘୋଷଣା କରିଛି। ପ୍ରଥମ ଦିନିକିଆ ଜୁଲାଇ ୧୮ରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଦିନିକିଆ ଜୁଲାଇ ୨୦ରେ ଏବଂ ଶେଷ ମ୍ୟାଚ୍ ଜୁଲାଇ ୨୩ରେ ଖେଳାଯିବ । ଏଥି ସହିତ ୨୫, ୨୭ ଏବଂ ୨୯ ଜୁଲାଇରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ ।
ପ୍ରଥମ କାର୍ଯ୍ୟସୂଚୀ ଅନୁଯାୟୀ, ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୧୩ରେ ଖେଳାଯାଇଥାଆନ୍ତା । ଦ୍ୱିତୀୟ ଜୁଲାଇ ୧୬ରେ ଏବଂ ତୃତୀୟ ଦିନିକିଆ ମ୍ୟାଚ୍ ଜୁଲାଇ ୧୮ରେ ଅନୁଷ୍ଠିତ ହୋଇଥାନ୍ତା | ଏହା ପରେ ଟି-୨୦ ସିରିଜ୍ ଖେଳାଯିବାର ଥିଲା | କିନ୍ତୁ ଗତ ତିନି ଦିନ ମଧ୍ୟରେ ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାଓ୍ବାର୍ ଏବଂ ଡାଟା ଆନାଲିଷ୍ଟ ଜି.ଟି ନିରୋଶନଙ୍କୁ କରୋନା ପଜିଟିଭ୍ ହେବା ପରେ ବିସିସିଆଇ ଏବଂ କ୍ରିକେଟ୍ ଶ୍ରୀଲଙ୍କା ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ସିରିଜକୁ କିଛି ଦିନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
କ୍ରିକେଟ୍ ଇତିହାସର ସବୁଠୁ ଲଜ୍ୟାଜନକ ବ୍ୟାଟିଂ, ମାତ୍ର ୨ ରନରେ ସମ୍ପୂର୍ଣ୍ଣ ଦଳ ଅଲଆଉଟ୍
କ୍ରିକେଟ୍ ଇତିହାସର ସବୁଠୁ ଲୋ ସ୍କୋର । ଏକ କାଉଣ୍ଟି ମ୍ୟାଚରେ ଦେଖିବାକୁ ମିଳିଛି ଏମିତି ଲଜ୍ୟାଜନକ ବ୍ୟାଟିଂ । ବକଡନ୍ କ୍ରିକେଟ୍ କ୍ଲବ ଏବଂ ଫାଲକନ୍ସ ହଣ୍ଟିଡନଶାୟର ମଧ୍ୟରେ ଖେଳାଯାଇଥିଲା ଏକ କାଉଣ୍ଟି ଲିଗ୍ ମ୍ୟାଚ୍ । ଯେଉଁଠି ମାତ୍ର ୨ ରନରେ ବକଡନ୍ ଦଳ ହୋଇଯାଇଛି ଅଲଆଉଟ୍ । ଏପରିକି ଦଳର କୌଣସି ଜଣେ ବି ବ୍ୟାଟ୍ସମ୍ୟାନ୍ ନିଜର ଖାତା ଖୋଲିପାରିନାହାନ୍ତି । ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ ହୋଇଛନ୍ତି । ଏହି ମ୍ୟାଚରେ ଫାଲକନ୍ସ ପ୍ରଥମେ ବ୍ୟାଟିଂ କରି ବକଡନ୍ ଦଳ ଆଗରେ ୨୬୧ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।
୨୬୧ରନର ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ କରିବାକୁ ଆସିଥିବା ବକଡନ୍ ଦଳ ମାତ୍ର ୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ବଡ କଥା ହେଉଛି, ଦଳର କୌଣସି ବି ବ୍ୟାଟ୍ସମ୍ୟାନ୍ ଖାତା ଖୋଲିପାରିନଥିଲେ । ଗୋଟିଏ ୱାଇଡ୍ ବଲ୍ ଏବଂ ଗୋଟିଏ ନୋ ବଲ୍ ପାଇଁ ଦଳକୁ ୨ ରନ୍ ମିଳିଥିଲା । ଅନ୍ୟପଟେ ଫାଲକନ୍ସ ଦଳର ଓମଦୀପ ସିଂହ ଏକାକୀ ୬ଟି ୱିକେଟ୍ ଅକ୍ତିଆର୍ କରିଥିଲେ ।
WTC ଫାଇନାଲ ମ୍ୟାଚର ପ୍ରଥମ ଇଂନିସରେ ଭାରତ ୨୧୭ ରନରେ ଅଲଆଉଟ୍
ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ ହୋଇ ଯାଇଛି । ଭାରତର କୌଣସି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜାମିନସନଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଜାମିନସନ ଏକାକୀ ୫ ଓ୍ୱିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡର ଟପ୍ ବୋଲର ବିବେଚିତ ହୋଇଛନ୍ତି।
ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲ୍ୟାଣ୍ଡ ଦଳ । ମ୍ୟାଚର ପ୍ରଥମ ଦିବସ ବର୍ଷା ଯୋଗୁଁ ବାତିଲ୍ ହେବା ପରେ ଦ୍ୱିତୀୟ ଦିବସରେ ଖେଳ ଆରମ୍ଭ କରି ଭାରତ ୩ ଓ୍ୱିକେଟ୍ ହରାଇ ୧୪୬ ରନ୍ କରିଥିଲା। ହେଲେ ଆଜି ପିଚ୍ ପେସ୍ ବୋଲରଙ୍କ ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଫଳରେ ଭାରତ ତା’ର ତୃତୀୟ ଦିବସରେ ୭୧ ରନ୍ ଭିତରେ ବାକି ୭ ଓ୍ୱିକେଟ୍ ହରାଇ ଅଲ୍ ଆଉଟ୍ ହୋଇଛି। ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୪୯, ବିରାଟ କୋହଲି ୪୪ ଓ ରୋହିତ ଶର୍ମା ୩୪ ରନ କରିଥିଲେ । ଫଳରେ ଦଳ ୯୨ ଓଭର ୨ଟି ବଲ ଖେଳି ୨୧୭ ରନରେ ଅଲ ଆଉଟ ହୋଇ ଯାଇଛି ।
ୱାର୍ଲ୍ଡ ଚମ୍ପିଆନସିପ୍ ପାଇଁ ୧୫ ଜଣିଆ ଟିମ ଘୋଷଣା କଲା BCCI
ନୂଆଦିଲ୍ଲୀ: ୱାର୍ଲ୍ଡ ଚମ୍ପିଆନସିପ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ବିସିସିଆଇ । ଏହି ଟିମରେ ବିରାଟ କୋହଲି କ୍ୟାପଟେନ ଓ ରାହାଣେ ଉପ-ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଅନ୍ୟମାନଙ୍କ ଭିତରେ ଟିମରେ ରହିଛନ୍ତି ଅଲରାଉଣ୍ଡର ରୋହିତ ଶର୍ମା, ଏସ ଗିଲ, ଚେତେଶ୍ୱର ପୂଜାରା , ହନୁମାନ ବିହାରୀ, ରିଷଭ ପନ୍ଥ, ଡବ୍ଲ୍ୟୁ ସାହା, ଆର ଅଶ୍ୱିନୀ ଏବଂ ରବୀନ୍ଦ୍ର ଜାଡ଼େଜା ।
ଜେ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ୟୁ ଯାଦବ ଏବଂ ମହମ୍ମଦ ସିରାଜଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ଚଳିତବର୍ଷ ୱାର୍ଲଡ ଚମ୍ପିଆନସିପ୍ କ୍ରିକେଟ ଥିବାବେଳେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ କ୍ରିକେଟ ବୋର୍ଡ । ମ୍ୟାଚ ପାଇଁ ୧୫ ଜଣିଆ କ୍ରିକେଟ ଟିମ ମଧ୍ୟ ଘୋଷଣା କରିଛି ବିସିସିଆଇ ।
କିଛିଦିନ ତଳେ ବିସିସିଆଇ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଥିଲା । ମାତ୍ର ଏହି ଗସ୍ତ ସମୟରେ କିଏ ଟିମର କୋଚ ପଦ ସମ୍ଭାଳିବ ସେନେଇ କୌଣସି ସୂଚନା ଦିଆଯାଇ ନଥିଲା । ଶ୍ରୀଲଙ୍କା ଗସ୍ତବେଳେ ଭାରତୀୟ ଟିମର କୋଚ ଦାୟିତ୍ୱ ରାହୁଲ ଦ୍ରାବିଡ ସମ୍ଭାଳିବେ ବୋଲି ଆଜି ଘୋଷଣା କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଏହା ପୂର୍ବରୁ ରାହୁଲ ଦ୍ରାବିଡ କିଛିବର୍ଷ ଇଣ୍ଡିଆ ଅଣ୍ଡର ୧୯ ଟିମର କୋଚ୍ ଭାର ସମ୍ଭାଳିସାରିଛନ୍ତି ।
ଶ୍ରୀଲଙ୍କା ଗସ୍ତ ସମୟରେ ଭାରତୀୟ ଟିମ୍ ୨ ଟି ସିରିଜ୍ ଖେଳିବ । ଶୀଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ ଟି ଏକଦିବସୀୟ ମ୍ୟାଚ୍ ଓ ୩ ଟି ଟି-୨୦ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ୧୩ଜୁଲାଇ ରୁ ୨୫ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବ ।
କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ୧୦୯ କୋଟି, ରାଉରକେଲାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ପାଇଁ ୯୦କୋଟି
ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ବର୍ଷର ଆର୍ଥିକ ଓଡିଶା ବଜେଟ । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ  ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ।୨୦୨୧-୨୨ ବଜେଟରେ ମୋଟ୍‌ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଚଳିତ ବଜେଟରେ ସ୍ବାସ୍ଥ୍ୟ ସହ କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର।
ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଓଡିଶାରେ ଆୟୋଜିତ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ବକପର ପ୍ରସ୍ତୁତି ପାଇଁ ମଧ୍ୟ ରାଜ୍ୟସରକାର ଜୋର ଦେଉଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଏଥିପାଇଁ ୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ରାଉରକେଲାଠାରେ ୧୫ ଏକର ପରିମିତ ଭୂମି ଉପରେ ଏକ ନୂତନ ବିଶ୍ଵସ୍ତରୀୟ ହକି ଷ୍ଟାଡ଼ିୟମ ନିର୍ମାଣ କରାଯିବ । ୨୦ ହଜାର ଦର୍ଶକ ବସି ପାରିବାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ ଭାରତର ସବର୍ବୃହତ ହକି ଷ୍ଟାଡ଼ିୟମରେ ପରିଣତ ହେବ।
ଏଥି ସହିତ ରାଜ୍ୟରେ କ୍ରୀଡା ଭିତ୍ତିଭୂମୀର ବିକାଶ ଓ ପରିଚାଳନା ପାଇଁ ୧୦୯ କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଖେଲୋ ଇଣ୍ଡିଆକୁ ରାଜ୍ୟ ସହାୟତା ଭାବେ ୧୧ କୋଟି, ରାଉରକେଲା, ସମ୍ବଲପୁର, କଟକରେ ଥିବା କ୍ରୀଡା ଭିତ୍ତିଭୂମିର ଉନ୍ନତି ପାଇ ୮ କୋଟି ବଜେଟରେ ବ୍ୟୟବରାଦ ହୋଇଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।