BJD Pressmeet - The Sakala

ଏମଏମଡିଆର ସମ୍ୱନ୍ଧରେ ନବୀନଙ୍କ ଚିଠି ବିଜେପି ସାଂସଦଙ୍କ ମୁଖା ଖୋଲି ଦେଇଛି: ବିଜେଡି
ଭୁବନେଶ୍ୱର: ବିଜେଡି ସଭାପତି ତଥା ବିଧାନସଭାର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓଡ଼ିଶାର ବିଜେପି ସାଂସଦଙ୍କୁ ଏମଏମଡିଆର ସଂଶୋଧନ ଆକ୍ଟ ସମ୍ୱନ୍ଧରେ ଚିଠି ଲେଖିବା ପରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ନବୀନଙ୍କ ଉପଦେଶ ବିଜେପି ସାଂସଦ ମାନଙ୍କୁ ଆବଶ୍ୟକ ନାହିଁ ବୋଲି ଦେଇଥିବା ମନ୍ତବ୍ୟ ଉପରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ଦେଇଛି । ଏମଏମଡିଆର ସଂଶୋଧନ ଆକ୍ଟ ରାଜ୍ୟମାନଙ୍କୁ ନୁହେଁ ବରଂ ଖଣି ମାଲିକ ମାନଙ୍କୁ ସିଧାସଳଖ ଫାଇଦା ଦେଇଥିବା ବେଳେ କେଉଁ ମୁହଁରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଏହା ରାଜ୍ୟକୁ ଫାଇଦା ଦେବ ବୋଲି କହୁଛନ୍ତି? ଓଡ଼ିଶାର ବିଜେପି ସାଂସଦମାନଙ୍କ ଚୋରି ଧରାପଡିଯିବା ପରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ଉଦେ୍ଦଶ୍ୟରେ ଏପରି କହୁଛନ୍ତି ବୋଲି ବିଜେଡି କହିଛି ।

ବିଜୁ ଜନତା ଦଳ ତରଫରୁ ଜାରି କରା ଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗରେ ବିଜେପି ସାଂସଦମାନେ ମାଟି ନୁହେଁ ତାଙ୍କ ପାର୍ଟିକୁ ଗୁରୁତ୍ୱ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ୨୫ ଜୁଲାଇ ୨୦୨୪ ତାରିଖରେ ପ୍ରଦାନ କରାଯାଇଥିବା ଅର୍ଡରରେ ଖଣି ଉପରେ ରାଜ୍ୟ ସରକାର ମାନେ ଟିକସ ଓ ଲେଭି ଲଗାଇ ପାରିବେ ବୋଲି ନିଦେ୍ର୍ଦଶ ଦେବା ପରେ ଖଣି ଟିକସ ମାଧ୍ୟମରେ କେବଳ ବକେୟା ବାବଦକୁ ଓଡିଶାକୁ ଏକ ଲକ୍ଷ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଓ ପ୍ରତି ବର୍ଷ ପ୍ରାୟ ୧୨ ହଜାର କୋଟି ଟଙ୍କା ଅଧିକ ରାଜସ୍ୱ ମିଳିବ ବୋଲି ସ୍ପଷ୍ଟ ହୋଇଥିଲା । କିନ୍ତୁ ଏମଏମଡିଆର ସଂଶୋଧନ ଆକ୍ଟ ପାରିତ ହେବା ପରେ ଓଡ଼ିଶାର ରାଜସ୍ୱ ବୃଦ୍ଧି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବିଚାର ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗ ନଷ୍ଟ ହୋଇଗଲା । ଏହି ଆକ୍ଟ ପାରିତ ହେବା ବେଳେ ଓଡ଼ିଶାର ବିଜେପି ସାଂସଦମାନେ ନୀରବଦ୍ରଷ୍ଟା ସାଜିଥିଲେ । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ପରେ ଓ ବିଜେପି ସାଂସଦ ମାନଙ୍କୁ ଚିଠି ଲେଖିବା ପରେ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ନବୀନଙ୍କ ଉପଦେଶର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ବାସ୍ତବରେ ନବୀନ ପଟ୍ଟନାୟକଙ୍କ ଚିଠି ବିଜେପି ସାଂସଦମାନଙ୍କ ମୁଖା ଖୋଲି ଦେଇଛି । ଲଜ୍ଜା ନଥାଇ ମୁହଁଟାଣ ସଦୃଶ୍ୟ, ନବୀନଙ୍କ ଉପଦେଶର ଆବଶ୍ୟକତା ନାହିଁ ବୋଲି କହୁଛନ୍ତି ।

ଡ.ମହାନ୍ତି କହିଛନ୍ତି, ମାଟିକୁ ପଛ ଓ ପାର୍ଟିକୁ ଆଗ କରିଥିବା ବିଜେପି ସାଂସଦ ମାନଙ୍କ ପାଇଁ ଏବେ ମୁହଁ ଲୁଚାଇବାର ବେଳ ଆସିଛି । ଡବଲ ଇଞ୍ଜିନ ସରକାର ଡବଲ ବିକାଶ ନାରା ଦେଇଥିଲା ବିଜେପି, ଯେଉଁଥିରେ ପ୍ରଭାବିତ ହୋଇ ରାଜ୍ୟବାସୀ ବିଜେପିର ୨୦ ସାଂସଦଙ୍କୁ ଜିତାଇଥିଲେ । କିନ୍ତୁ, ବିଜେପି କ୍ଷମତାକୁ ଆସିବା ପରେ କେନ୍ଦ୍ରୀୟ ଅନୁଦାନ ବଢିବା ପରିବର୍ତ୍ତେ କମିଲା । ଓଡ଼ିଶାର ସ୍ୱାର୍ଥ ପାଇଁ ସଂସଦରେ ବିଜେପି ସାଂସଦ ମାନେ ମୁହଁ ଖୋଲିବା ଓଡିଶାବାସୀଙ୍କୁ ଦୃଶ୍ୟମାନ ହୋଇପାରି ନାହିଁ । ଏମଏମଡିଆର ସଂଶୋଧନ ବିଲ ପାରିତ ହେବା ସମୟରେ ବିଜେପି ସାଂସଦ ମାନେ ପଦୁଟିଏ ମଧ୍ୟ ମୁହଁ ଖୋଲି ନଥିଲେ । ଏବେ ଓଡ଼ିଶାର କ୍ଷତି ହେବ ନାହିଁ ବୋଲି କହି ରାଜ୍ୟବାସୀଙ୍କୁ ଭୁଅାଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି । ଏହି ଆକ୍ଟ ପାରିତ ହେବା ପରେ ରାଜ୍ୟମାନଙ୍କର ନୁହେଁ ବରଂ ଖଣି ମାଲିକମାନଙ୍କର ସିଧାସଳଖ ଫାଇଦା ହେଲା । କିନ୍ତୁ, ବିଜେପି ସାଂସଦ ଓଡିଶାକୁ ଲାଭ ମିଳିବ ବୋଲି କହୁଛନ୍ତି, ଯାହା କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦିଷ୍ଟ ।

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ୍‌ ପ୍ରସଙ୍ଗ: 'ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ଅଧିକାରକୁ ଅପହରଣ କରିଛି'
ଭୁବନେଶ୍ୱର: ସଂଶୋଧିତ ଏମଏମଡିଆର ଭଳି ଏକ କଳା ଆଇନକୁ ବିନା ଆଲୋଚନାରେ ସଂସଦରେ ପାରିତ କରାଯାଇଛି। ଏହିଦ୍ୱାରା ଓଡ଼ିଶା ଅନେକ କ୍ଷତି ସହିବ। ତେଣୁ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବିଜେଡି ପକ୍ଷରୁ ପୁଣି ଦାବି ହୋଇଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଜେନା ଓ ମୁଖପାତ୍ର ତୁମ୍ୱନାଥ ପଣ୍ଡା ଏହି ଆଇନ୍‌କୁ ଆଧାର କରି ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ବିଧାୟକ ଶ୍ରୀ ଜେନା କହିଛନ୍ତି ଯେ, ଏମଏମଡିଆର ଆଇନ୍‌ ଦ୍ୱାରା ଓଡିଶାବାସୀଙ୍କ ହକକୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି। ଡବଲ ଇଞ୍ଜିନ ସରକାର ବିନା ଆଲୋଚନାରେ ଏହାକୁ ପାରିତ କରାଇଛନ୍ତି। ଏହାକୁ ନେଇ ଓଡ଼ିଶା ବିଧାନସଭାରେ ଆଲୋଚନା ଆବଶ୍ୟକ ରହିଛି। ତେଣୁକରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୂଖ୍ୟମନ୍ତ୍ରୀଙ୍କୁ ପତ୍ର ଯୋଗେ ଜଣାଇଥିଲେ। କିନ୍ତୁ ଉକ୍ତ ପ୍ରସଙ୍ଗରେ ରାଜ୍ୟ ସରକାର ପ୍ରତିକ୍ରିୟା ଶୂନ୍ୟ ରହିଛନ୍ତି। ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦ ଉପରେ ଡବଲ ଇଞ୍ଜିନ ସରକାରଙ୍କ ଲୋଲୁପ ଦୃଷ୍ଟି ପଡିଛି। ଏଥିପାଇଁ ଏହି କଳା ଆଇନ ଲାଗୁ ହୋଇଛି। ଏହି ଆଇନ୍‌ ଦ୍ୱାରା ପ୍ରତି ବର୍ଷ ରାଜ୍ୟର ୧୧ ହଜାରରୁ ୧୫ ହଜାର କୋଟି ଟଙ୍କାର ଖଣିଜ ସମ୍ପଦର ରାଜସ୍ୱ ହାନି ଘଟିବ। ରାଜ୍ୟ ସରକାର ଓଡ଼ିଶାର ସମସ୍ତ ଖଣିଜ ସମ୍ପଦର ଅଧିକାର କେନ୍ଦ୍ର ସରକାରଙ୍କ ହାତକୁ ଟେକି ଦେଇଛନ୍ତି। ଜୁଲାଇ ୨୦୨୪ରେ  ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନେ ଖଣିଜ ପଦାର୍ଥ ଉପରୁ ଲେଭି ଓ ଟ୍ୟାକ୍ସ ଆଦାୟ କରିପାରିବେ ବୋଲି କହିଥିଲେ। କିନ୍ତୁ ତାହାକୁ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣକୁ ନେଇ ରାଜ୍ୟ ସରକାରଙ୍କ ହକକୁ ଛଡ଼ାଇ ନେଇଛନ୍ତି। ରାଜ୍ୟ ସରକାର ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାରଙ୍କ ନିକଟରେ ସମର୍ପିତ କରିଛନ୍ତି। ଓଡ଼ିଶାର ଅନେକ କ୍ଷତି ହେଉଥିବା ବେଳେ ବିଜେପିର ୨୦ଜଣ ସାଂସଦ ଓ ରାଜ୍ୟସଭା ସାଂସଦ ମାନେ ପାର୍ଲ୍ୟାମେଣ୍ଟରେ ଚୁପ ବସି ରହିଲେ। ଯାହାକି ବିଜେପିର ଦୋମୁହାଁ ନିତି ବୋଲି ବିଜେଡି କହିଛି।

ମୁଖପାତ୍ର ଶ୍ରୀ ପଣ୍ଡା କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାରରେ ରାଜ୍ୟର ବିକାଶ ହେବା ବଦଳରେ ଡବଲ କ୍ଷତି ହେବାରେ ଲାଗିଛି। ପୂର୍ବରୁ କେନ୍ଦ୍ରୀୟ ଅନୁଦାନକୁ କେନ୍ଦ୍ର ସରକାର ପ୍ରତି ବର୍ଷ କାଟିବାରେ ଲାଗିଥିଲେ। ବର୍ତ୍ତମାନ ସମୟରେ ରାଜ୍ୟର ରାଜସ୍ୱକୁ କେନ୍ଦ୍ର ସରକାର ହଡ଼ପ କରିବାକୁ ଯୋଜନା କରୁଛନ୍ତି। ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ସବୁଠୁ କମ ଋଣ କରିଥିବା ରାଜ୍ୟ ଭାବେ ସାରା ଦେଶରେ ପରିଚିତ ଥିଲା। ସୁନ୍ଦର ଭାବରେ ଆର୍ଥିକ ପରିଚାଳନ କରି ରାଜସ୍ୱ ବଳକା ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହେଉଥିଲା। କିନ୍ତୁ ବର୍ତ୍ତମାନ ତାହା ଧୂଳିସାତ୍‌ ହୋଇଯାଇଛି। ଓଡ଼ିଶାର ସ୍ୱାର୍ଥକୁ ଡବଲ ଇଞ୍ଜିନ ସରକାର ଭୁଲି ଯାଇ ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି। ନିଜର ଖଣିଜ ସମ୍ପଦର ରାଜସ୍ୱକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ। ଏହାପରେ କେନ୍ଦ୍ର ସରକାରଙ୍କ ଅନୁଦାନକୁ ରାଜ୍ୟ ସରକାର ହାତ ଟେକି ଅପେକ୍ଷା କରି ରହିଥିବେ। ଓଡ଼ିଆ ଅସ୍ମିତାର ନାରା ଦେଉଥିବା ବିଜେପି ସରକାର ଓଡ଼ିଶାକୁ ରସା ତଳକୁ ନେଇଗଲେଣି। ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ଅଧିକାର ଛଡ଼ାଇ ନେଉଛନ୍ତି। ଏନେଇ ବିଜେଡି ପକ୍ଷରୁ ଲଢେଇ ଜାରି ରହିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଜୁଏଲଙ୍କ ମନ୍ତବ୍ୟ ବିଜେପିର ଗୋଷ୍ଟି କନ୍ଦଳ ଉଗ୍ର ରୁପକୁ ପ୍ରଦର୍ଷିତ କରୁଛି : ବିଜେଡି
ଭୁବନେଶ୍ବର: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଏକ ଭିଡିଓ ବାଇଟ ଆଜି ଭାଇରଲ ହେବା ପରେ ବିଜୁ ଜନତା ଦଳ ଏହା ଉପରେ ବିଜେପିର ଅନ୍ତ କନ୍ଦଳ ଉଗ୍ର ରୂପ ନେଲାଣି ବୋଲି କହିଛି। ବିଜୁ ଜନତା ଦଳ ତରଫରୁ ଜାରି କରା ଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଓରାମଙ୍କ ଭାଷାରୁ ସ୍ପଷ୍ଟ ହେଉଛି ଯେ ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ରଚା ଯାଇଛି, ଯାହାକୁ ନେଇ ସେ ବିବ୍ରତ ଅଛନ୍ତି। ଏହା ସ୍ପଷ୍ଟ କରୁଛି ଯେ, ବିଜେପିରେ ଅନ୍ତଃ କନ୍ଦଳ ଚରମ ସ୍ତରରେ ପହଁଚିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ଜଣେ କେନ୍ଦ୍ର ମନ୍ତ୍ରୀ ଯଦି ବିବ୍ରତ ହୋଇ ପଡ଼ୁଛନ୍ତି ଓ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ତାହେଲେ ରାଜ୍ୟର ସାଧାରଣ ନାଗରିକ ନିଜକୁ ସୁରକ୍ଷିତ କିପରି ମଣିବେ? ମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶବାଚୀ ସୃଷ୍ଟି କରିଛି।

ଡ଼ ମହାନ୍ତି କହିଛନ୍ତି, ମନ୍ତ୍ରୀ ଓରାମ ତାଙ୍କ ବକ୍ତବ୍ୟରେ କହିଛନ୍ତି, ଯିଏ ତାଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି, ସେ ତାଙ୍କ ହାତକୁ ଓପାଡି ଫୋଫାଡ଼ି ଦେବେ। ମନ୍ତ୍ରୀଙ୍କ ଭାଷାରୁ ତାଙ୍କର  କ୍ରୋଧ ସ୍ପଷ୍ଟ ବାରି ହେଉଛି। ମନ୍ତ୍ରୀ ନିଜେ ଆଇନକୁ ହାତକୁ ନେବେ ବୋଲି ସ୍ପଷ୍ଟ ଘୋଷଣା କରୁଛନ୍ତି, ତାହା କେତେଦୂର ଯୁକ୍ତି ଯୁକ୍ତ? ଡ଼ ମହାନ୍ତି ଆହୁରି କହିଛନ୍ତି, ରାଉରକେଲା ସର୍କିଟ ହାଉସରୁ ଅସ୍ତ୍ର ଶସ୍ତ୍ର ଜବତ ଘଟଣାରେ ମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେପି ଯୁବମୋର୍ଚାର ସମ୍ପାଦକ ପ୍ରକାଶ ପାଶ୍ୱାନଙ୍କ ସମ୍ପୃକ୍ତି ଅଭିଯୋଗ ଓ ପରେ ତାଙ୍କର ଗିରଫ, ବିଜେପିରେ ଥିବା ଅନ୍ତଃ କନ୍ଦଳକୁ ପଦାରେ ପକାଇଛି। ବିଜେପି ଯୁବ ନେତା ପାଶ୍ୱାନ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ଅଭିଯୋଗ ହେଉଛି। ଏହି ଘଟଣାରେ ମନ୍ତ୍ରୀ ଓରାମ ଯୁବ ନେତା ପାଶ୍ୱାନଙ୍କୁ ସୁରକ୍ଷା ଦେଉଥିଲେ ବୋଲି ବିଜେପିର ଗୋଟିଏ ଗୋଷ୍ଟି ଅଭିଯୋଗ କରି ଆସୁଥିଲେ। ତେବେ  ମନ୍ତ୍ରୀ ଓରାମଙ୍କ ଆଜିର ମନ୍ତବ୍ୟ ବିଜେପି ଦଳରେ ଗୋଷ୍ଟି କନ୍ଦଳର ଉଗ୍ର ରୁପକୁ ପ୍ରଦର୍ଶିତ କରୁଛି।

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ ପ୍ରସଙ୍ଗକୁ ନେଇ ବିଜେପି ଓ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନ୍‌ ପ୍ରସଙ୍ଗକୁ ନେଇ ବିଜେପି ଓ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛି ବିଜେଡି। ସାଢେ଼ ଚାରି କୋଟି ଓଡ଼ିଆଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ଓ ଆଗାମୀ ପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା ପାଇଁ ଏହା ଉଦ୍ଦିଷ୍ଟ ବୋଲି ବିଜେଡି କହିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କଟକ ମେୟର ତଥା ଦଳର କୋଷାଧ୍ୟକ୍ଷ ସୁବାସ ସିଂ ଓ ପୂର୍ବତନ ସାଂସଦ ତଥା ଦଳର ସାଧାରଣ ସମ୍ପାଦିକା ଶର୍ମିଷ୍ଠା ସେଠି ଏମଏମଡିଆର ସଂଶୋଧନ ଆଇନ ଓିଂଶାର ସ୍ୱାର୍ଥ ବିରୋଧୀ ବୋଲି ବର୍ଣ୍ଣନା କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେର୍ଶ ଅନୁସାରେ ଖଣି ଟିକସ ଓ ଲେଭି ବାବଦକୁ ବକେୟା ଏକ ଲକ୍ଷରୁ ଊର୍ଦ୍ଧ୍ବ କୋଟି ଟଙ୍କା ଆଦାୟ ହୋଇଥିଲେ ଓଡ଼ିଶାର ଆର୍ଥିକ ସ୍ଥିତି ମଜବୁଥ ହୋଇଥାନ୍ତା। କିନ୍ତୁ କେନ୍ଦ୍ର ସରକାର ଏହି ବିଲ୍‌ ପାସ କରି ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ ଛଡାଇ ନେଇଛନ୍ତି ବୋଲି ଦଳ କହିଛି।

ଶ୍ରୀ ସିଂ କହିଥିଲେ, ଓଡିଶା ଦେଶର ଏକ ଗରିବ ରାଜ୍ୟର ପରିଚୟ ରହିଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଅନେକ ଲୋକାଭିମୁଖୀ ସାମାଜିକ ସୁରକ୍ଷା ଯୋଜନା କରିଥିଲେ, ଯାହା ସମଗ୍ର ଦେଶ ପାଇଁ ଉଦାହରଣ ହୋଇଥିଲା। ବିଜେପି ସରକାରଙ୍କ ଦୁଇ ବର୍ଷର ଶାସନରେ, ନବୀନ ବାବୁ ଆରମ୍ଭ କରିଥିବା ଅନେକ ଯୋଜନା ପାଇଁ ଅର୍ଥ ବରାଦ ହୋଇ ପାରି ନାହିଁ। ଫଳସ୍ୱରୂପ ରାଜ୍ୟରେ ଅନେକ ସମୟରେ ପେନସନ ପ୍ରଦାନ ପାଇଁ ବିଳମ୍ୱ ଘଟୁଛି। ବିଏସକେୱାଇ ଭଳି ଲୋକପ୍ରିୟ ଯୋଜନାକୁ ବନ୍ଦ କରି ଦିଆଯାଇଛି ଓ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ଟଙ୍କା ଠିକ୍‌ ସମୟରେ ମିଳି ପାରୁନାହିଁ। ବିଜେପି ସରକାରଙ୍କ ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ବିଗୁଡୁଥିବା ବେଳେ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ଏମଏମଡିଆର ସଂଶୋଧନ ଆଇନ୍‌ ମାଧ୍ୟମରେ ଓଡ଼ିଶାର ନ୍ୟାର୍ଯ୍ୟ ଅଧିକାରକୁ ଛଡାଇ ନିଆଯାଇଛି। ଦୁଃଖ ଓ ପରିତାପର ବିଷୟ, ଏହି ବିଲ୍‌ ପାରିତ ହେବା ବେଳେ ଓଡ଼ିଶାର ଲୋକସଭାରେ ଥିବା ୨୦ ବିଜେପି ସାଂସଦ ଓ ରାଜ୍ୟସଭାରେ ଥିବା ୫ ଜଣ ବିଜେପି ସାଂସଦ ନୀରବଦ୍ରଷ୍ଟା ସାଜିଥିଲେ। ଆଗାମୀ ପଢ଼ିଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଯାଉଥିବା ଏହି ବିଲ୍‌କୁ ସହଯୋଗ କରିଥିବା ବିଜେପି ସାଂସଦ ମାନଙ୍କୁ ଓଡ଼ିଶାବାସୀ କ୍ଷମା ଦେବେ ନାହିଁ। ଖଣି ମାଲିକ ମାନଙ୍କ ପାଇଁ ବିଜେପିର ଅହେତୁକ ଅନୁକମ୍ପା କଣ ପାଇଁ ବୋଲି ଶ୍ରୀ ସିଂ ପ୍ରଶ୍ନ କରିଥିଲେ।

ଶ୍ରୀମତୀ ସେଠି କହିଥିଲେ, ଏହି ଆଇନ୍‌ ଯୋଗୁଁ ଓଡ଼ିଶାର ପ୍ରଭୂତ କ୍ଷତି ହେବାକୁ ଯାଉଥିବା ବେଳେ ଏହା ଓଡିଶାକୁ ଆର୍ଥିକ ଦୁର୍ଗତି ଆଡ଼କୁ ଟାଣିନେବ। ଏହାଦ୍ୱାରା ନବୀନ ପଟ୍ଟନାୟକଙ୍କ ସମୟରେ ଆରମ୍ଭ ହୋଇଥିବା ଅନେକ ସାମାଜିକ ସୁରକ୍ଷା ଯୋଜନା ଗୁଡିକ ପ୍ରଭାବିତ ହେବ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଓଡିଶା ଗୋଟିଏ ବିତ୍ତୀୟ ନିଅଣ୍ଟ ରାଜ୍ୟରୁ ବଳକା ଆର୍ଥିକ ରାଜ୍ୟ ହୋଇପାରି ଥିଲା। ଓଡ଼ିଶାର ବିତ୍ତୀୟ ନିଅଣ୍ଟ, ଯାହା ୨୦୨୫-୨୬ରେ ୩.୪ ପ୍ରତିଶତ ହେବ ବୋଲି ଆକଳନ ହୋଇଥିଲା ତାହା ବାସ୍ତବରେ ୩.୫ ପ୍ରତିଶତ ହୋଇଥିଲା। ସେହିପରି ଆଉଟଷ୍ଟାଣ୍ଡିଂ ଲାଇବଲିଟି (ବକେୟା ଦେୟ) ଯାହା ୨୦୨୫-୨୬ରେ ଜିଏସଡିପିର ୧୩ ପ୍ରତିଶତ ଥିଲା, ତାହା ଏବେ ୧୪ପ୍ରତିଶତରେ ପହଁଚିଛି ବୋଲି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ରାଜ୍ୟର ଆର୍ଥିକ ସ୍ଥିତି ଧୀରେ ଧୀରେ ବିଗୁଡୁଛି। ଖଣିରୁ ବକେୟା ପ୍ରାପ୍ୟ ଥିବା ଏକ ଲକ୍ଷ କୋଟି ଟଙ୍କା ଓଡ଼ିଶାର ଆର୍ଥିକ ସ୍ଥିତିକୁ ମଜବୁତ କରିଥାନ୍ତା। କିନ୍ତୁ, ଏମଏମଡିଆର ସଂଶୋଧିତ ଆଇନ୍‌ ଦ୍ୱାରା ଏହି ଆଶା ପାଣିରେ ମିଳାଇ ଯାଇଛି ବୋଲି ସେ କହିଛନ୍ତି।

ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାରଙ୍କର ତୋଗଲକି ନୀତି ଦାୟୀ: ବିଜେଡି
ଭୁବନେଶ୍ୱର: ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ପରୀକ୍ଷାମୂଳକ ଭାବେ ଛାତ୍ରଛାତ୍ରୀ ମାନଙ୍କର ବାୟୋମେଟ୍ରିକ ଉପସ୍ଥାନ (ଜୈବିକ ପରିଚୟ ଆଧାରିତ ଉପସ୍ଥାନ) କରାଯିବ ବୋଲି ରାଜ୍ୟ ସରକାରଙ୍କ ଘୋଷଣାକୁ ତୀବ୍ର ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେପି ସରକାରଙ୍କ ଗତ ଦୁଇ ବର୍ଷର ଶାସନରେ ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି ଓ ଛାତ୍ରଛାତ୍ରୀ ମାନଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇପାରି ନଥିବା ବେଳେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଜେଡି ପ୍ରଶ୍ନ କରିଛି ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ରାଜ୍ୟରେ ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି । ବିଜେପିର ନେତାମାନେ କଲେଜ ପରିଚାଳନାରେ ଅନାବଶ୍ୟକ ହସ୍ତକ୍ଷେପ କରୁଛନ୍ତି । ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଆବଶ୍ୟକ ସଂଖ୍ୟକ ଅଧ୍ୟାପକ, ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହୋଇପାରୁନାହିଁ ।

ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ଏପର୍ଯ୍ୟନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହୋଇନାହିଁ । ଏହି ପରିପ୍ରେକ୍ଷୀରେ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେବା ରାଜ୍ୟ ସରକାରଙ୍କର ତୋଗଲକି ନୀତିର ପରିଚୟ । ରାଜ୍ୟ ସରକାର ରାଜ୍ୟରେ କେଜିରୁ ପିଜି ମାଗଣା ଶିକ୍ଷା କଥା ଘୋଷଣା କଲେ । କିନ୍ତୁ, ଏନେଇ କୌଣସି ସ୍ପଷ୍ଟ ନିଦେ୍ର୍ଦଶ ଶିକ୍ଷାନୁଷ୍ଠାନ ଗୁଡିକୁ ଦିଆଯାଇନାହିଁ, ଯେଉଁ କାରଣରୁ ଅନେକ ଶିକ୍ଷା ଅନୁଷ୍ଠାନ ଗୁଡିକରେ  ଛାତ୍ରଛାତ୍ରୀ ମାନଙ୍କ ଠାରୁ ଫି ଆଦାୟ କରାଯାଉଛି । ଏହାଛଡା ଅନେକ ଶିକ୍ଷା ଅନୁଷ୍ଠାନରେ ସେଲ୍ଫ ଫାଇନାନ୍ସ (ନିଜସ୍ୱ ପାଣ୍ଠି) ବ୍ୟବସ୍ଥାରେ ଶିକ୍ଷା ପ୍ରଦାନ କରାଯାଉଛି । ଏହି ବ୍ୟବସ୍ଥାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯିବ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ରାଜ୍ୟ ସରକାର ନିଜର ଅପାରଗତା ଲୁଚାଇବାକୁ ଯାଇ ଛାତ୍ରଛାତ୍ରୀଙ୍କ ବାୟୋମେଟି୍ରକ ଉପସ୍ଥାନ କଥା କହୁଛନ୍ତି । ଶୃଙ୍ଖଳା ଆଳରେ ଛାତ୍ରଛାତ୍ରୀମାନଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ‘ଜେନ୍-ଜି’ଙ୍କ ପ୍ରତି ସରକାରଙ୍କ ଏହି ଆଭିମୁଖ୍ୟ ଯଥାର୍ଥ ନୁହଁ । ରାଜ୍ୟ ବିଜେପି ସରକାରଙ୍କର ତୋଗଲକି ନୀତି ସକାଶେ ଶିକ୍ଷା ବ୍ୟବସ୍ଥାର ଦ୍ରୁତ ଅବନତି ଘଟିଛି ବୋଲି ଡ. ମହାନ୍ତି ଅଭିଯୋଗ କରିଥିଲେ ।

ଏମ୍‌ଏମ୍‌ଡିଆର୍‌ ଆଇନ ସଂଶୋଧନ: 'ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି' ଡବଲ ଇଞ୍ଜିନ ସରକାରକୁ ବିଜେଡିର କଡ଼ା ସମାଲୋଚନା
ଭୁବନେଶ୍ୱର: ଓଡି଼ଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି । ଏମଏମଡିଆର ସଂଶୋଧନ ଆଇନ ଦ୍ୱାରା ଓଡ଼ିଶାବାସୀଙ୍କ ହକକୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଖଣି ମାଲିକଙ୍କ ଏଜେଣ୍ଟ ପରି କାମ କରୁଥିବାରୁ ଡବଲ ଇଞ୍ଜିନ ସରକାରକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛନ୍ତି।

ଶ୍ରୀ ନାୟକ କହିଥିଲେ ଯେ ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦ ଉପରେ ଡବଲ ଇଞ୍ଜିନ ସରକାରର ଲୋଲୁପ ଦୃଷ୍ଟି ପଡ଼ିଛି। ଏମଏମଡିଆର ସଂଶୋଧନ ଆଇନ ଦ୍ୱାରା କେନ୍ଦ୍ର ସରକାର ରାଜ୍ୟର ଖଣି ଗୁଡ଼ିକ ନିଜ ଅଧିନକୁ ନେଇଯାଇଛନ୍ତି । ଏହି ଆଇନ ଯୋଗୁଁ ବାର୍ଷିକ ୧୨,୦୦୦ କୋଟିର ରାଜସ୍ୱ ହରାଇବା ସହ ୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ୍‌ ବକେୟା ଟିକସ ଓଡ଼ିଶା ହରାଇବ। ଏହି ଆଇନ ଦ୍ୱାରା ଓଡ଼ିଶା କ୍ଷତି ସହିବ ଜାଣି ମଧ୍ୟ ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦଳୀୟ ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଭୁଲିଯାଇ ରାଜ୍ୟ ସରକାର ପାଟି ଖୋଲିଲେ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ହକ୍‌ ପାଇଁ ପୂର୍ବରୁ ଅନେକ ଆଇନଗତ ଲଢେଇ କରିଛନ୍ତି। କିନ୍ତୁ ବିଜେପି ସରକାର ତାହା କରିବା ପାଇଁ ସାହାସ ଜୁଟାଇ ପାରୁନାହିଁ । ବିଜେଡି ଶାସନ ସମୟରେ ୨୦୨୧ରୁ ୨୦୨୩ ମଧ୍ୟରେ ବକେୟା ୨୨,୦୦୦ କୋଟି ଟଙ୍କାର ଟିକସ ପାଇଁ ଖଣି ମାଲିକମାନଙ୍କୁ ନୋଟିସ କରାଯାଇ ୧୬,୦୦୦ କୋଟି ଟଙ୍କା ଆଦାୟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ବିଜେପି ସରକାର ତାହା ନକରି କେବଳ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ କରୁଛନ୍ତି। ପଡେ଼ାଶୀ ଝାଡଖଣ୍ଡ ସରକାର ୪୨,୦୦୦ କୋଟି ଟଙ୍କାର ବକେୟା ଖଣି ଟିକସ ଆଦାୟ କରିଛନ୍ତି । ଖଣି ମାଲିକଙ୍କ ପ୍ରତି ବିଜେପି ସରକାରଙ୍କ ଏତେ ପ୍ରୀତି କ’ଣ ପାଇଁ ? ଡବଲ ଇଞ୍ଜିନ ସରକାର ଉକ୍ତ କଳା ଆଇନ ରଦ୍ଦ ନ କଲେ ଏହା ବିରୁଦ୍ଧରେ ବିଜେଡିର ଲଢେଇ ଜାରି ରହିବ।

ଡ. ଲେନିନ ମହାନ୍ତି କହିଥିଲେ ଯେ ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦକୁ ଡବଲ ଇଞ୍ଜିନ ସରକାର ବାରମ୍ୱାର ଲୁଟିବାରେ ଲାଗିଛି। କୌଣସି କ୍ଷେତ୍ରରେ ଶ୍ରେୟ ନେବାକୁ ହେଲେ ବିଜେପି ସରକାର ଆଗକୁ ଆସୁଥିବା ବେଳେ ଉକ୍ତ କଳା ଆଇନ ବାବଦରେ ଚୁପ ବସିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀତା ପାଇଁ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହୋଇଛି, କିନ୍ତୁ ବିଜେପି ତାହାକୁ ନଷ୍ଟ କରିବାରେ ଲାଗିଛି । ଏହି କଳା ଆଇନ ଯୋଗୁଁ ରାଜ୍ୟର ଏତେ ବଡ କ୍ଷତି ହେଉଥିବା ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି । ଏହା କ’ଣ ଓଡ଼ିଆ ଅସ୍ମିତାର ପରିଚୟ ? କେନ୍ଦ୍ର ସରକାର ବିନା ଆଲୋଚନାରେ ସଂସଦରେ ଏହି ବିଲକୁ ପାରିତ କରାଇଛନ୍ତି। ଖଣି କ୍ଷେତ୍ରରୁ ଆଦାୟ ହେଉଥିବା ରାଜସ୍ୱ ରାଜ୍ୟର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଏମଏମଡିଆର ସଂଶୋଧନ ଆଇନ ଜରିଆରେ ଓଡ଼ିଶାର ନ୍ୟାଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିନେବାକୁ ବସିଛନ୍ତି। ଡବଲ ଇଞ୍ଜିନ ସରକାର ଓଡ଼ିଶାର ଶତ୍ରୁ ସାଜିଛି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣି ମାଲିକଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ବିଜେଡିର ଲଢେ଼ଇ ଆଗକୁ ଆହୁରି ତୀବ୍ରତର ହେବ ବୋଲି ସେ କହିଛନ୍ତି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଘରୋଇକରଣ ପ୍ରସଙ୍ଗ: ବିଜେପି ସରକାର ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍‌ ଦେଇ ଘରୋଇକରଣ କରାଇବାକୁ ବିଜେପି ସରକାର ପ୍ରୟାସ କରିଛନ୍ତି। ରାଜ୍ୟର ସମ୍ପଦ ଲୁଟ୍‌ ହେଉଥିବା ବେଳେ ରାଜ୍ୟ ସରକାର ଏନେଇ ପାଟି ଖୋଲୁନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ବିଜେପି ସରକାର ଉପରେ ବର୍ଷିଛନ୍ତି।

ଡ. ସାମନ୍ତସିଂହାର କହିଛନ୍ତି ଯେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ବିଜେପି ସରକାର ଅନୁମୋଦନ କରିଛନ୍ତି। ଯାହାକି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ କରିବା ସଦୃଶ୍ୟ। ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେ ନାମିତ ଉକ୍ତ ବିମାନ ବନ୍ଦର ଦେଶର ପ୍ରମୁଖ ଓ ଲାଭଜନକ ବିମାନ ବନ୍ଦର। ବର୍ଷକୁ ୨୦୦କୋଟିରୁ ଉଦ୍ଧ୍ୱର୍ ଲାଭ ହେବା ସହ ପ୍ରାୟ ୫୦ଲକ୍ଷ ଲୋକେ ଯାତାୟାତ କରିଥାନ୍ତି। ତେବେ ଏହାକୁ ଘରୋଇ କରଣ କରିବା କେତେ ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ସରକାର ଇଂରେଜ ମାନଙ୍କ ଭଳି ଶାସନ କରି ରାଜ୍ୟର ସମ୍ପତ୍ତିକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି। ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ କାଳ ସାଜିଛନ୍ତି। ରାଜ୍ୟର ସମସ୍ତ ସମ୍ପଦକୁ ଲୁଟିବା ପାଇଁ କେନ୍ଦ୍ରର ବିଜେପି ସରକାର ଯୋଜନା କରୁଥିବା ବେଳେ ରାଜ୍ୟର ବିଜେପି ସରକାର ଏଜେଣ୍ଟ ସାଜି ତାହାକୁ ସମର୍ଥନ ଜଣାଉଛନ୍ତି। ଓଡ଼ିଶାର ଅନେକ କ୍ଷତି ହେଉଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ସମ୍ମୁଖରେ ରାଜ୍ୟ ସରକାର ଚୁପ ରହୁଛନ୍ତି। ଏମଏମଡିଆର ଆଇନ ଯୋଗେ ରାଜ୍ୟର ଖଣିକୁ ବିକ୍ରି କରିଛନ୍ତି। ବିଭିନ୍ନ ବନ୍ଦର ଗୁଡିକ ଘରୋଇ କମ୍ପାନୀ ମାନଙ୍କ ହାତକୁ ଟେକି ଦେଇଛନ୍ତି । ଜାତୀୟ ରାଜପଥ ଗୁଡ଼ିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହାପରେ ବିଜେପି ସରକାରଙ୍କ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଲୋଲୁପ ଦୃଷ୍ଟି ପଡ଼ିଛି।

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌: ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ବିଜେଡିର ଅଭିଯୋଗ
ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନକୁ ନେଇ ବିଜେଡି କ୍ରମାଗତ ଭାବରେ ନିଜର କଡ଼ା ପ୍ରତିବାଦ ପ୍ରକାଶ କରିଆସୁଛି। ଏମଏମଡିଆର ସଂଶୋଧନ ବିଲ ପାରିତ ହେବା ଦିନଟି ଓଡ଼ିଶା ପାଇଁ କଳା ଦିବସ ଥିଲା। ଏହି ବିଲ୍‌ ମାଧ୍ୟମରେ ଓଡ଼ିଶାଠାରୁ ଅର୍ଥନୈତିକ ସ୍ୱାଧୀନତା ଛଡ଼ାଇ ନିଆଯାଇଛି କ୍ଷୋଭ ପ୍ରକାଶ କରିଛି ଦଳ। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ଗୌତମବୁଦ୍ଧ ଦାସ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ଏମଏମଡିଆର ବିଲ୍‌ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ମତବ୍ୟକ୍ତ କରିଛନ୍ତି।

ଗୌତମବୁଦ୍ଧ ଦାସ କହିଥିଲେ ଯେ ଏମଏମଡିଆର ସଂଶୋଧନ ବିଲ୍‌ ମାଧ୍ୟମରେ ରାଜ୍ୟର ନ୍ୟାଯ୍ୟ ପ୍ରାପ୍ୟ ଯେତେବେଳେ ଛଡାଇ ନିଆଯାଉଥିଲା, ସେତେବେଳେ ବିଜେପିର ୨୦ ଜଣ ଲୋକସଭା ସଦସ୍ୟ ଓ ୫ ଜଣ ରାଜ୍ୟସଭା ସଦସ୍ୟ ଏହାକୁ ହାତ ଟେକି ସମର୍ଥନ କରିଥିଲେ। ଇତିହାସ ଏମାନଙ୍କୁ କେବେ କ୍ଷମା ଦେବ ନାହିଁ। ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ବିଜେପିର ସାଂସଦ ମାନେ ନିଜ ପାର୍ଟିର ସ୍ୱାର୍ଥ ପାଇଁ କାର୍ଯ୍ୟକଲେ। ପୁଞ୍ଜିପତି ମାନଙ୍କୁ ଫାଇଦା ଦେବା ପାଇଁ ଏହି ଷଡ଼ଯନ୍ତ୍ର ରଚାଯାଇଛି। ଏହି ଆଇନ ପାରିତ ହେବା ଯୋଗୁ ଓଡ଼ିଶା ଏକ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବକେୟା ଆଦାୟ କରିବାରୁ ବଞ୍ଚିତ ହୋଇଛି। ଏହାଛଡ଼ା ଖଣିରେ ଲାଗୁ ହେବାକୁ ଥିବା ଟିକସ ମାଧ୍ୟମରେ ପ୍ରତି ବର୍ଷ ୧୨, ୦୦୦ କୋଟି ଟଙ୍କାର ରାଜସ୍ୱ ଓଡ଼ିଶା ହରାଇବ। ଦୁର୍ଭାଗ୍ୟର କଥା ନିକଟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିବା ଜଣେ ବିଜେପି ସାଂସଦ ଏହି ସଂଶୋଧନ ବିଲ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଓଡ଼ିଶାର ସ୍ୱାର୍ଥକୁ ହାସଲ ପାଇଁ ସେ ଲଢେଇର ଆହ୍ୱାନ ଦେଇଛନ୍ତି। ତେଣୁ ବିଜୁ ଜନତା ଦଳ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବ।

ଡ. ଲେନିନ ମହାନ୍ତି କହିଥିଲେ ଖଣି ରାଜସ୍ୱ ଓଡ଼ିଶାର ବିକାଶର କର୍ଣ୍ଣଧାର ହୋଇଥିବା ବେଳେ ଖଣିରୁ ରାଜ୍ୟକୁ ମିଳିବାକୁ ଥିବା ବିପୁଳ ରାଜସ୍ୱ, ଏମଏମଡିଆର ସଂଶୋଧନ ବିଲ ମାଧ୍ୟମରେ ହାନୀ ହେବାକୁ ଯାଉଛି। ଅଥଚ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁହଁରେ ତୁଣ୍ଡି ଦେଇ ବସିଛନ୍ତି। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖୁ ନାହାନ୍ତି। କେନ୍ଦ୍ର ସରକାର ଚଞ୍ଚକତା କରି ଖଣି ଓ ଖଣି ରହିଥିବା ଜମି ଉପରେ ମଧ୍ୟ ରାଜ୍ୟର କୌଣସି ଅଧିକାର ରହିବ ନାହିଁ ବୋଲି ବ୍ୟବସ୍ଥା କରିଛନ୍ତି। ଏହାଛଡା ଏହି ଆଇନ ମାଧ୍ୟମରେ ରାଜ୍ୟ ସରକାର ଖଣିଜ ପଦାର୍ଥ ଉପରେ କୌଣସି ଟିକସ ଲଗାଇ ପାରିବ ନାହିଁ। ବିଜେପିର କିଛି ନେତା ଦାବି କରୁଛନ୍ତି, ୨୦୧୫ ମସିହାରେ କେନ୍ଦ୍ର ସରକାର ଏମଏମଡିଆର ଆକ୍ଟରେ ସଂଶୋଧନ ଆଣିବା ପରେ ଓଡ଼ିଶାର ଖଣି ରାଜସ୍ୱ ୫୦୦୦ କୋଟିରୁ ୫୦, ୦୦୦ କୋଟିକୁ ବୃଦ୍ଧି ପାଇଲା। ଓଡ଼ିଶାର ଖଣି ରାଜସ୍ୱ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରେୟ ଦେବାକୁ ଚେଷ୍ଟା କରୁଥିବା ବିଜେପି ନେତା ମାନେ କହିବେ କି, କେଉଁ କାରଣରୁ ଓଡ଼ିଶାର ଖଣି ରାଜସ୍ୱ ବୃଦ୍ଧି ତୁଳନାରେ ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ତାନ ଇତ୍ୟାଦି ରାଜ୍ୟର ୨୦୧୫ ଏମଏମଡିଆର ସଂଶୋଧନ ପରେ ସମାନ ଅନୁପାତରେ ବୃଦ୍ଧି ପାଇଲା ନାହିଁ କାହିଁକି। ମୁଖ୍ୟମନ୍ତ୍ରୀ ଏଥିପାଇଁ ମଧ୍ୟ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦେବା ଦରକାର। ଏହି ଆଇନ ମାଧ୍ୟମରେ ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ବିଜେଡି ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି।

ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ ପ୍ରସଙ୍ଗରେ ଘେରିଲା ବିଜେଡି: ସରକାରଙ୍କୁ ଖୋଲା ବିତର୍କ ଆହ୍ୱାନ
ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ବିଲ୍‌ ସଂସଦରେ ପାସ୍‌ ହେବା ପରେ ଓଡ଼ିଶାର ବ୍ୟାପକ କ୍ଷତି ହେବା ସର୍ବଜନ ବିଦିତ। ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଏହା ବିରୋଧରେ ଲଢେ଼ଇ ଆହ୍ୱାନ ଦେଇଛନ୍ତି। ଦେଶର ଅନ୍ୟ ରାଜନୈତିକ ଦଳର ନେତାମାନେ ମଧ୍ୟ ଖଣି ଆଇନର ସଂଶୋଧନ ରାଜ୍ୟଗୁଡ଼ିକର ଆର୍ଥିକ ସ୍ୱାୟତ୍ତତା ଉପରେ ଆଘାତ ବୋଲି ଅଭିଯୋଗ କରିଛନ୍ତି । ଏହି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଖଣିମନ୍ତ୍ରୀ  ବିଭୁତି ଜେନା ଏମଏମଡିଆର ସଂଶୋଧନ ବିଲ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି । ବିଜେପିର ଦୁଇ ନେତାଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ବିଜେଡି। ସଂଶୋଧିତ ଖଣି ଆଇନକୁ ନେଇ ନବୀନ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛି ବୋଲି ଧର୍ମେନ୍ଦ୍ର ଦେଇଥିବା ମନ୍ତବ୍ୟକୁ ବିଜେଡି ସମାଲୋଚନା କରିବା ସହ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛି।  ଏହି ବିଲ୍‌ ଓଡ଼ିଶା ସମେତ ଦେଶର ସମସ୍ତ ଖଣିଜ ସମ୍ପଦ ଥିବା ରାଜ୍ୟର ବ୍ୟାପକ କ୍ଷତି ହେବ ବୋଲି ବିଜେଡି କହିଛି ।

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ. ଅରୁଣ ସାହୁ କହିଛନ୍ତି ଯେ ଖଣି ଖାଦାନ ଉପରେ ପ୍ରତ୍ୟେକ ରାଜ୍ୟର ଆଇନଗତ ଓ ସାମ୍ୱିଧାନିକ ଅଧିକାର ରହିଛି। ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଏହା ଉପରେ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟମାନଙ୍କର ଅଧିକାର ରହିଛି, ତେଣୁ ରାଜ୍ୟମାନେ ଖଣିଜ ପଦାର୍ଥ ଉପରେ ଲେଭି ଓ ଟ୍ୟାକ୍ସ ଲଗାଇ ପାରିବେ ବୋଲି ମତ ଦେଇଥିଲେ । ଏହାସହ ୧ ଏପ୍ରିଲ ୨୦୦୫ରୁ ଖଣି ମାଲିକମାନଙ୍କଠାରୁ ବକେୟା ଟ୍ୟାକ୍ସ ଆଦାୟ କରିପାରିବେ ବୋଲି ଉଚ୍ଚତମ ନ୍ୟାୟାଳୟ  ରାୟ ଦେଇଥିଲେ। ସେହି ଅନୁସାରେ ଓଡ଼ିଶା  ଦେଢ଼ ଲକ୍ଷ କୋଟି ଟଙ୍କା ବକେୟା ରାଜସ୍ୱ ପାଇବ ବୋଲି ଆକଳନ ହୋଇଥିଲା। ଏହାଛଡ଼ା ପ୍ରତିବର୍ଷ ଖଣି ରାଜସ୍ୱ ଅଧିକ ୧୨,୦୦୦ କୋଟି ଟଙ୍କା ଆଦାୟ ହୋଇପାରିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏମଏମଡିଆର ସଂଶୋଧନ ବିଲ୍‌ ଜରିଆରେ ଓଡ଼ିଶାର ନ୍ୟାଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିଦେଲେ। ଓଡ଼ିଶାରୁ ନିର୍ବାଚିତ ବିଜେପିର ୨୦ ଲୋକସଭା ସାଂସଦ ଓ ୫ ରାଜ୍ୟସଭା ସାଂସଦ  ରାଜ୍ୟ ବିରୋଧୀ ବିଲକୁ ସମର୍ଥନ କଲେ। । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି  ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ଏହି ବିଲ ଦ୍ୱାରା ଓଡିଶାର ପ୍ରଭୁତ କ୍ଷତି ହେବ ବୋଲି ଉଲ୍ଲେଖ କରିଛନ୍ତି। ମାତ୍ର ଏହା ବିଜେପି ପାଇଁ ହଜମ ହେଉନାହିଁ। କେବଳ ମିଥ୍ୟା ତଥ୍ୟ ଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ଖଣିମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଭୁଅାଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି ।

ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଆଡଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ଖଣିରୁ ଲେଭି ଓ ଟିକସ ଆଦାୟ ଓଡ଼ିଶା ସ୍ୱାର୍ଥ ଦୃଷ୍ଟିରୁ ନିତ୍ୟାନ୍ତ ଜରୁରୀ ଓ ବକେୟା ଖଣି ରାଜସ୍ୱ ନ ମିଳିଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ ବୋଲି କହିଥିଲେ । ମାତ୍ର ଏବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜ୍ୟର କ୍ଷତିହେବ ନାହିଁ ବୋଲି କହୁଛନ୍ତି । ଯଦି ଏହି ମନ୍ତବ୍ୟ ଠିକ୍‌, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲଙ୍କ ଦେଇଥିବା ସତ୍ୟପାଠ ମିଥ୍ୟା ବୋଲି ବୁଝିବାକୁ ହେବ। ତେଣୁ ଉଚ୍ଚତମ ନ୍ୟାୟାଳୟରେ ଆଡଭୋକେଟ ଜେନେରାଲ ପୀତାମ୍ୱର ଆଚାର୍ଯ୍ୟ ରଖିଥିବା ସତ୍ୟପାଠ ଠିକ୍‌ ନା ଧର୍ମେନ୍ଦ୍ର ପ୍ରଧାନ ଓ ଖଣିମନ୍ତ୍ରୀ ବିଭୂତି ଜେନା ଦେଇଥିବା ବିବୃତି ଠିକ୍‌, ବିଜେପି ତାହା ସ୍ପଷ୍ଟ କରିବା ଆବଶ୍ୟକ। ୨୪ ବର୍ଷ ଶାସନରେ ନବୀନ ସରକାର ୭୮,୦୦୦ କୋଟି ଟଙ୍କା ଋଣ ହୋଇଥିଲା ବେଳେ ବିଜେପିର ଦୁଇ ବର୍ଷ ଶାସନରେ ୧,୩୮,୦୦୦ କୋଟି ଟଙ୍କା ଋଣ ନେଇଛନ୍ତି। ତେଣୁ କିଏ କାହାକୁ ଭ୍ରମିତ କରୁଛି ତାହା ଏଥିରୁ ସ୍ପଷ୍ଟ।  ଆଗାମୀ ଦିନରେ ବିଜେଡି ଏହାର ଦୃଢ଼ ପ୍ରତିବାଦ କରିବ  ବୋଲି ସେ କହିଛନ୍ତି ।

ଭାଷଣ ଓ ପ୍ରଚାରରେ ସୀମିତ ବିଜେପି ସରକାରଙ୍କ କାର୍ଯ୍ୟ : ବିଜେଡି
ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣରେ କରାଯାଇଥିବା ଦାବିକୁ ‘ଫମ୍ପା ମାଠିଆର ଶବ୍ଦ ବେଶୀ ସଦୃଶ୍ୟ’ ବୋଲ ଅଭିହିତ କରି କଟାକ୍ଷ କରିଛି ବିଜେଡି।  ମିଥ୍ୟା ଅଭିଯୋଗ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ଏବେ ପୁଣି ମିଥ୍ୟାର ସାହାରା ନେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଅପପ୍ରୟାସ କରୁଛି ବୋଲି ବିଜେଡି କହିଛି।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ ଲେନିନ ମହାନ୍ତି କହିଛନ୍ତି ଯେ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ୬ ଥର ପ୍ରୟାସ ସୀମା ହଟାଇବା କେବଳ ଏକ ଦେଖାଣିଆ  ପଦକ୍ଷେପ । ୨୦୨୬ ଆରମ୍ଭ ସୁଦ୍ଧା ୪୧ଟି ବିଭାଗରେ ପ୍ରାୟ ୯୪,୪୮୫ଟି ସରକାରୀ ପଦବୀ ଖାଲି ପଡ଼ିଛି। ସ୍ୱଚ୍ଛ, ଓ ସମୟବଦ୍ଧ ନିଯୁକ୍ତି ବ୍ୟବସ୍ଥା ନ କରି କେବଳ ପ୍ରୟାସ ସୀମା ହଟାଇ ଦେଲେ ସମସ୍ୟାର ସମାଧାନ ହେବ ନାହିଁ । ସେହିପରି ୨୦୨୪ ଜୁନ୍‌ ପରଠାରୁ ୪୫,୦୦୦ ସରକାରୀ ଚାକିରି ଦିଆଯାଇଥିବା ବିଜେପି ସରକାରର ଦାବି  ବିଭ୍ରାନ୍ତିକର । ଏହି ନିଯୁକ୍ତିଗୁଡ଼ିକର ଏକ ବଡ଼ ଅଂଶର ବିଜ୍ଞପ୍ତି ୨୦୨୦ରୁ ୨୦୨୩ ମଧ୍ୟରେ ପୂର୍ବତନ ବିଜେଡି ସରକାର ସମୟରେ ପ୍ରକାଶ ପାଇଥିଲା । ଯେଉଁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ବିଜେପି ବିରୋଧୀ ଦଳରେ ଥିବା ସମୟରେ ସମାଲୋଚନା କରୁଥିଲା, ସେହି ବ୍ୟବସ୍ଥା ଉପରେ ବର୍ତ୍ତମାନର ସରକାର ମଧ୍ୟ ବାରମ୍ୱାର ନିର୍ଭର କରୁଛି । ଅଧ୍ୟାପକ ନିଯୁକ୍ତି ନ ଦେଇ, ଘର ଓ ଜମି ବ୍ୟବସ୍ଥା ନ କରି ୧୮ଟି ନୂଆ ସରକାରୀ କଲେଜ୍‌ ଓ ୪ଟି ବିଶ୍ୱବିଦ୍ୟାଳୟ ସ୍ଥାପନର କୌଣସି ଅର୍ଥ ନାହିଁ । ୨୨୦୦ ଗୋଦାବରୀଶ ମିଶ୍ର ମଡେଲ୍‌ ସ୍କୁଲ୍‌ ଘୋଷଣା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେବଳ କିଛି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ରାଜ୍ୟର ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୩୫ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଛି। କୃଷକମାନେ ପଞ୍ଜୀକରଣ ସମୟରେ ବ୍ୟାପକ ଦ୍ୱନ୍ଦ୍ୱ ଓ ହଇରାଣ ହେବା ପରେ ଆଗ୍ରିଷ୍ଟାକ୍‌ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଏକ ପ୍ରକାର ଡ୍ୟାମେଜ୍‌ କଣ୍ଟ୍ରୋଲ୍‌।

ସେହିପରି ଆଗାମୀ ଦୁଇରୁ ତିନି ବର୍ଷରେ ୩ ଲକ୍ଷ ନିଯୁକ୍ତି ସୁଯୋଗ ଏବଂ ଆଗାମୀ ଦିନରେ ମୋଟ ୨୦ ଲକ୍ଷ ସୁଯୋଗ ସୃଷ୍ଟି କରିବାର ଦାବି କେବଳ କାଗଜରେ ସୀମିତ । ୨୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଓଡ଼ିଶାକୁ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନର ଦାବି ହୋଇଥିଲେ ମଧ୍ୟ ପ୍ରକୃତରେ ଭୂମିସ୍ତରରେ କେତେ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ଏବଂ କେତେ ନୂଆ ଚାକିରି ସୃଷ୍ଟି ହୋଇଛି, ତାହାର କୌଣସି ସ୍ପଷ୍ଟ ଚିତ୍ର ନାହିଁ । ମହାନଦୀ ଜଳ ବିବାଦର ମୁକାବିଲାରେ ମଧ୍ୟ ସରକାରଙ୍କ ଭୂମିକା ଦୁର୍ବଳ ରହିଛି। ବିଜେପି ସରକାରଙ୍କ କାର୍ଯ୍ୟ କେବଳ ଭାଷଣ ଓ ପ୍ରଚାରରେ ସୀମିତ । ତେଣୁ ମୁଖ୍ୟମନ୍ତ୍ରୀ କେବଳ ଅତିରଞ୍ଜିତ କଥା କହି, ଜନସାଧାରଣଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି।

ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ଓଡ଼ିଶା: ବିଜେଡି
ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ଖଣିଜ ସମ୍ପଦର ବ୍ୟାପକ ଚୋରା ଚାଲାଣ ହେବାରେ ଲାଗିଛି। ରାଜ୍ୟରେ ଥିବା ଖଣି, ଖାଦାନର ମାଲିକ ଓଡ଼ିଶାବାସୀ ହୋଇଥିବା ବେଳେ, ଏମଏମଡିଆର ଆଇନର ସଂଶୋଧନ ହେଲେ ଓଡ଼ିଶା ବ୍ୟାପକ କ୍ଷତି ସହିବ ବୋଲି କ୍ଷୋଭକ୍ତି ପ୍ରକାଶ କରିଛି ବିଜେଡି। ଗୁରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଏ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି।

ଶ୍ରୀ ଘଡେ଼ଇ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଶାର ଖଣିଜ ସମ୍ପଦର ବ୍ୟାପକ ଚୋରା ଚାଲାଣ ହେଉଥିବା ବେଳେ ଖଣି ରାଜସ୍ୱ ଓଡ଼ିଶାବାସୀଙ୍କ ବିକାଶ କାର୍ଯ୍ୟରେ ବିନିଯୋଗ ହୋଇପାରୁ ନାହିଁ। ଖଣିଜ ସମ୍ପଦରୁ ଆସୁଥିବା ଅର୍ଥକୁ କେନ୍ଦ୍ର ସରକାର ନେଇଯାଉଥିବା ବେଳେ ରାଜ୍ୟ ସରକାର ଚୁପ୍‌ ହୋଇ ବସି ରହିଛନ୍ତି। ଖଣିଜ ସମ୍ପଦର ରୟାଲିଟି ଅର୍ଥକୁ ଡିଏମଏଫ ଜରିଆରେ ରାଜ୍ୟବାସୀଙ୍କ ବିକାଶ ନିମନ୍ତେ ଖର୍ଚ୍ଚ କରାଯାଏ, କିନ୍ତୁ ତାହା ନ କରି ରାଜ୍ୟ ସରକାର କେନ୍ଦ୍ର ହାତରେ ଟେକି ଦେବାକୁ ଯୋଜନା କରୁଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣିରୁ ଆଦାୟ ହେବାକୁ ଥିବା ସମସ୍ତ ରାଜସ୍ୱ ରାଜ୍ୟବାସୀଙ୍କ ଅଧିକାରରୁ ବଞ୍ଚିତ କରିବା ପାଇଁ ବିଧିବଦ୍ଧ ଯୋଜନା ଆରମ୍ଭ ହୋଇଯାଇଛି। ବିନା ଚର୍ଚ୍ଚାରେ ସଂସଦରେ ପାରିତ ହୋଇଥିବା ଏହି  ବିଲ୍‌କୁ ରାଜ୍ୟରୁ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ସାଂସଦ ସମର୍ଥନ ଜଣାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟର ରାଜସ୍ୱହାନି ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ହାନି ସମୟରେ ରାଜ୍ୟର ବିଜେପି ସାଂସଦମାନେ ଅନ୍ଧ-ମୂକ-ବଧୀର ପାଲଟିଛନ୍ତି  ବୋଲି ସେ କହିଛନ୍ତି।

ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ଏମ୍‌ଏମଡିଆର ଆକ୍ଟର ସଂଶୋଧନ କରି ଓଡ଼ିଶାକୁ ଲୁଟିବାକୁ କେନ୍ଦ୍ର ସରକାର ଅପଚେଷ୍ଟା କରିଛନ୍ତି। ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାର ଉନ୍ନତି ପାଇଁ ରାଜ୍ୟ ସରକାର ଖଣି କ୍ଷେତ୍ରରୁ ରାଜସ୍ୱ ଆଦାୟ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ ସୁଦ୍ଧା, କେନ୍ଦ୍ର ବିଜେପି ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ବେଖାତିର ଆମ ଅଧିକାରକୁ ଛଡ଼ାଇ ନେଉଛନ୍ତି । ଖଣି ମାଲିକ ମାନଙ୍କ ଉପରେ ବକେୟା ଥିବା ଦେଢ଼ ଲକ୍ଷ କୋଟି ଟଙ୍କା ଆଦାୟ କରିବା ପାଇଁ ୨୦୨୪ ମସିହା ଜୁଲାଇ ମାସରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ, ରାଜ୍ୟ ବିଜେପି ସରକାର ଏହି ଅର୍ଥ ଆଦାୟ କରିବା ପାଇଁ ସାମାନ୍ୟ ଚେଷ୍ଟା କଲେନାହିଁ। ଅପରପକ୍ଷରେ ରାଜ୍ୟ ପାଉଥିବା ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱକୁ କେନ୍ଦ୍ର ହାତକୁ ଟେକିଦେବେ ଏହି ଆଇନ ଜରିଆରେ। ନୂତନ ବିଲ୍‌ ଅନୁଯାୟୀ କୌଣସି ଖଣି ମାଲିକଙ୍କ ଠାରୁ ରାଜ୍ୟ ସରକାର ଆଉ ବକେୟା ଅର୍ଥ ଆଦାୟ କରିପାରିବେ ନାହିଁ । ବଡ଼ ବଡ଼ କର୍ପୋରେଟ୍‌ ସଂସ୍ଥା ସହିତ ବିଜେପି ସରକାର ଜଡ଼ିତ ରହି ରାଜ୍ୟର ଯେଉଁ ବ୍ୟାପକ କ୍ଷତି କରୁଛନ୍ତି, ତାହାକୁ ଓଡ଼ିଶାବାସୀ ଆଦୌ କ୍ଷମା କରିବେ ନାହିଁ। ଏମଏମଡିଆର ଆଇନ ସଂଶୋଧନ ବିଲକୁ ରାଜ୍ୟସଭାରେ ବିଜୁ ଜନତା ଦଳ ଦୃଢ଼ ବିରୋଧ କରିଥିଲା। ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ସୂଚନା ଦେଇଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ; ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଛି କହିଲା ବିଜେଡି
ଭୁବନେଶ୍ୱର: କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି "ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ ନିଯୁକ୍ତି ଦିଆଯାଇଛି, ଯାହାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ସରକାରଙ୍କ ଚାପରେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଉପୁଜିଥିବା ବିବାଦକୁ ଚାପି ଦେବା ପାଇଁ ଉଦ୍ୟମ କରାଯାଇଛି, ଯାହା ରେଭେନ୍ସା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିଛି ବୋଲି ବିଜେଡି ଅଭିଯୋଗ କରିଛି ।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ ଲେନିନ ମହାନ୍ତି, ରାଜ୍ୟରେ ବିଜେପି ସରକାରଙ୍କ ଶାସନରେ ଶିକ୍ଷା ଅନୁଷ୍ଠାନରେ ଗୌରୀକ କରଣ ହେବା ସହିତ ଶୈକ୍ଷିକ ବାତାବରଣ ଅବକ୍ଷୟ ହେଉଛି ବୋଲି ଅଭିଯୋଗ କରିଛନ୍ତି ।

ଇପ୍ସିତା ସାହୁ କହିଥିଲେ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କ ଦ୍ୱାରା ଆନେ୍ଦାଳନ ଚାଲିଥିଲା ବେଳେ ବିନା ନିମନ୍ତ୍ରଣରେ କଟକ ସଦର ବିଧାୟକ ସେଠାରେ ପହଞ୍ଚି ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ, ସେଠାରେ ଉପସ୍ଥିତ ଅଧ୍ୟାପକ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ବିଶ୍ୱବିଦ୍ୟାଳୟର ପ୍ରାୟ ତିରିଶ ଜଣ "ୱାର୍ଡେନ ସମୂହ ଇସ୍ତଫା ଦେଇଥିଲେ । ବିଧାୟକ କେଉଁ ଅଧିକାରରେ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ ବୋଲି ପ୍ରଶ୍ନ ହେବାରୁ ସେ ନିଜକୁ ସିନେଟ ସଦସ୍ୟ ଥିବା ଦାବି କରିଥିଲେ । ଅବଶ୍ୟ ପରେ ସେ ସିନେଟ ସଦସ୍ୟ ନାହାନ୍ତି ବୋଲି ରୋଟା କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ବିଧାୟକଙ୍କ ଦୋଷକୁ ଘୋଡାଇବା ଉଦେ୍ଦଶ୍ୟରେ ଏବେ ଇସ୍ତଫା ଦେଇଥିବା ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନଙ୍କ ସ୍ଥାନରେ କର୍ତ୍ତୃପକ୍ଷ ନୂତନ ଚିପ୍ ୱାଡେନ, ୱାଡେନ ଓ ଡେପୁଟି ୱାଡେନ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାର ଚାପରେ ଏହି ପଦକ୍ଷେପ ନିଆଯାଇଛି । ବିଜେପି ସରକାରଙ୍କ ସମୟରେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ସୋମ୍ୟାଶ୍ରୀ ଆତ୍ମଦାହ କଲା, ରମାଦେବୀ ବିଶ୍ୱବିଦ୍ୟାଳୟରେ ବିଜେପିର ଗୁଣ୍ଡା ଶ୍ରେଣୀୟ ସମର୍ଥକ ମାନେ ପଶି ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କଲେ ଓ ଏବେ ବିଧାୟକ ଅଧ୍ୟାପକ ମାନଙ୍କୁ ଦୁର୍ବ୍ୟବହାର କରିବା ଭଳି ଘଟଣା ରାଜ୍ୟର ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛି । ପରିସ୍ଥିତି ଏପରି ରହିଲେ, ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଥିଲେ ।

ଡ.ମହାନ୍ତି କହିଥିଲେ, ରାଜ୍ୟ ସରକାରଙ୍କ ଚାପରେ ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଯୋଗୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ବିବାଦକୁ ଚାପି ଦେବାକୁ ଉଦ୍ୟମ କରାଯାଇଛି, ଯାହାକୁ ଆମେ ନିନ୍ଦା କରୁଛୁ । ରାଜ୍ୟର ଉଚ୍ଚଶିକ୍ଷାମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି, ଯାହା ଦୁର୍ଭାଗ୍ୟଜନକ । ବିଜେପି କ୍ଷମତାସୀନ ହେବା ପରଠାରୁ, ଶିକ୍ଷା ଅନୁଷ୍ଠାନ ଗୁଡିକରେ ଅନାବଶ୍ୟକ ହସ୍ତକ୍ଷେପ, ଶିକ୍ଷା ଅନୁଷ୍ଠାନ ଗୁଡିକରେ ଗୌରୀକ କରଣ ଯୋଗୁ ରାଜ୍ୟର ଶୈକ୍ଷିକ ବାତାବରଣ ନଷ୍ଟ ହେବାରେ ଲାଗିଛି । ପୂର୍ବତନ କେନ୍ଦ୍ରଶିକ୍ଷା ମନ୍ତ୍ରୀ    ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହଠାତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଏକ ଅନାବଶ୍ୟକ ପ୍ରସ୍ତାବ ରଖିଥିଲେ, ଯାହାକୁ ନେଇ ପ୍ରାୟ ୬ ମାସ କାଳ ପ୍ରତିବାଦ ଲାଗି ରହିଥିଲା ଓ ଏଥିଯୋଗୁ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହୋଇଥିଲା । ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ବିଜେଡି ଚୁପ ବସିବ ନାହିଁ । ସମ୍ୱିଧାନର ବିଧି ବ୍ୟବସ୍ଥାରେ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ଜାରି ରଖିବ ବୋଲି ଡ. ମହାନ୍ତି କହିଥିଲେ ।