pbks - The Sakala

ଚମକିଲେ ଚହର ଓ ଶାହରୁଖ ଖାନ୍: ଚେନ୍ନାଇ ସୁପର କିଙ୍ଗସକୁ ୧୦୭ ରନର ଟାର୍ଗେଟ ଦେଲା ପଞ୍ଜାବ‌
ମୁମ୍ବାଇ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୦୬ ରନ କରିଥିଲା । ଚେନ୍ନାଇକୁ  ପ୍ରଥମ ବିଜୟ  ପାଇଁ ୧୦୭ ରନର ଆବଶ୍ଯକତା ଅଛି।

ପଞ୍ଜାବ କିଙ୍ଗ୍‌ସ ପକ୍ଷରୁ ଲୋକେଶ ରାହୁଲ (ଅଧିନାୟକ) ଓ ମୟଙ୍କ ଅଗ୍ରୱାଲ୍‌ ଓପନିଂ କରିଥିଲେ। ମୟଙ୍କ ଅଗ୍ରୱାଲ୍‌ ଖାତା ଖୋଲି ନ ପାରି ଆଉଟ ହୋଇଥିବ ବେଳେ ଅଧିନାୟକ ଲୋକେଶ ରାହୁଲ ୫ ରନ କରି ରନ ଆଉଟ ହୋଇଥିଲେ। କ୍ରିସ ଗେଲ୍‌ ୧୦ ରନ୍‌, ଦୀପକ ହୁଡ଼ା ୧୦ ରିନ କରି ଆଉଟ ହୋଇଥିଲେ। ନିକୋଲାସ ପୂରନ ମଧ୍ଯ କୌଣସି ରନ କରିବାରେ ସମର୍ଥ ହୋଇ ନ ଥିଲେ। ପରେ ଶାହରୁଖ ଖାନ୍‌ ଓ ରିଚାର୍ଡସନ ମଧ୍ଯରେ ଏକ ଛୋଟ ପାର୍ଟନରସିପ ଦେଖିବାକୁ ମିଳିଥିଲା। ପରେ ରିଚାର୍ଡସନ ୨୨ ବଲରେ ୧୫ ରନ ଓ ମୁର୍ଗାନ ଅଶ୍ବିନ ୬ ରନ କରି ଆଉଟ ହୋଇଥିବା ବେଳେ ଶାହରୁଖ ଖାନ୍‌ ଲଢ଼ୁଆ ବ୍ଯାଟିଂ କରି ୪୭ ରନ କରି ଆଉଟ ହୋଇଥିଲେ। ମହମ୍ମଦ ସାମି ୯ ରନ କରି ଅପରାଜିତ ରହିଥିଲେ।

ଚେନ୍ନାଇ ପକ୍ଷରୁ ଆକ୍ରମଣାତ୍ମକ ବୋଲିଂ ପ୍ରଥମରୁ ଦେଖିବାକୁ ମିଳିଥିଲା  ଦୀପକ ଚହର ସର୍ବାଧିକ ୪ ୱିକେଟ ନେଇଥିଲେ। ଡ୍ୱେନ ବ୍ରାଭୋ ଓ ମୋଇନ ଅଲି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।