Subhasish Khuntia - The Sakala

ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିବିଧ ପ୍ରସଙ୍ଗ ଉଠାଇ ହକ୍‌ ମାଗିଲେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ
ପୁରୀ: ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିବିଧ ପ୍ରସଙ୍ଗ ଉଠାଇ ହକ୍‌ ମାଗିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ଗୃହର ଦୃଷ୍ଟି ଆକର୍ଷଣ କରି ଶ୍ରୀ ଖୁଣ୍ଟିଆ କହିଛନ୍ତି, ରାଜ୍ୟ ପାଇଁ ବଣ୍ଟନ ବଜେଟ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ବାରମ୍ବାର ଓଡ଼ିଶାକୁ ଉପେକ୍ଷା କରାଯାଉଛି। ଏହି ଅବହେଳା ପାଇଁ ରାଜ୍ୟ ସର୍ବବୃହତ୍‌ ଚିକିତ୍ସାଳୟ ଏସ୍‌ସିବି ମେଡିକାଲ କଲେଜ ଆଇସିୟୁ ଟ୍ରମା କେୟାରରେ ଅଗ୍ନିକାଣ୍ଡ ଘଟି ୧୩ଜଣଙ୍କ ଜୀବନ ଚାଲିଗଲା। ସରକାରୀ ହସ୍‌ପିଟାଲରେ ରୋଗୀଙ୍କୁ ଦିଆଯାଉଥିବା ଔଷଧ ବ୍ୟାଗ୍‌ରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି। ଏଥିରେ କିଛି ସମସ୍ୟା ନାହିଁ। କିନ୍ତୁ ଧନ ଜୀବନ ରକ୍ଷା ପାଇଁ ହସ୍ପିଟାଲରେ ଯେଉଁଭଳି ଭାବେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବା କଥା ତାହାକୁ ଅଣଦେଖା କରାଯାଉଛି, ଯେଉଁଥିପାଇଁ ୧୩ଜଣ ନିରୀହ ରୋଗୀଙ୍କ ଜୀବନ ଅକାଳରେ ଚାଲିଗଲା। ଏହା କ’ଣ ସବ୍‌କା ସାଥ୍‌ ସବ୍‌କା ବିକାଶ ବୋଲି ପ୍ରଶ୍ନ କରିଥିଲେ ଶୁଭାଶିଷ୍‌ ।

ପୁରୀ ହେଉଛି ଅନ୍ତର୍ଜାତୀୟ ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର। ସମସ୍ତଙ୍କ ସ୍ୱାସ୍ଥ୍ୟ ସୁବିଧାକୁ ନଜରରେ ରଖି ଓଡ଼ିଶାର ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ତିଆରି ହୋଇଥିଲା। ହେଲେ ଦୁଃଖର ବିଷୟ, ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏବେ ରାଜ୍ୟ ଏବଂ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର। କିନ୍ତୁ ପ୍ରତିଟି କ୍ଷେତ୍ରରେ ପ୍ରତିଟି ସମୟରେ ଓଡ଼ିଶାକୁ ଅବହେଳା ଓ ଅଣଦେଖା କରାଯାଉଛି। ଶ୍ରୀମନ୍ଦିରକୁ ପ୍ରତିଦିନ ଲକ୍ଷାଧିକ ଭକ୍ତ, ପର୍ଯ୍ୟଟକ ଆସୁଛନ୍ତି। ହେଲେ ଦେଶର ଏହି ଅନ୍ୟତମ ଧାର୍ମିକ ପୀଠର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର ବାସ୍ତବ ଚିତ୍ର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ନିକଟରେ ବୋମା ପକାଇ ମନ୍ଦିରକୁ ଉଡ଼ାଇଦେବାକୁ ସାମାଜିକ ଗଣମାଧ୍ୟମରେ ଧମକ ଦିଆଯାଇଥିଲା। ମୋତେ ମଧ୍ୟ ଗୁଳି କରି ହତ୍ୟାର ଧମକ ମିଳିଥିଲା। ସୁରକ୍ଷା ବାବଦ ଖର୍ଚ୍ଚ ବଢୁଛି ବୋଲି କୁହାଯାଉଛି। କିନ୍ତୁ ପର୍ଯ୍ୟଟନ ଏବଂ ଧାର୍ମିକସ୍ଥଳୀର ସୁରକ୍ଷା କେତେବେଳେ ବଢ଼ିବ ବୋଲି ପ୍ରଶ୍ନ କରିଥିଲେ ଶୁଭାଶିଷ।

ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ, ବିଶେଷକରି ବାତ୍ୟାର ସମ୍ମୁଖୀନ ହେଉଛି। ସରକାର କହୁଛନ୍ତି ଅର୍ଥ କମିଶନଙ୍କ ନିୟମ ଅନୁସାରେ ସହାୟତା ପ୍ରଦାନ କରାଯାଉଛି। କିନ୍ତୁ ତୃଣମୂଳସ୍ତରରେ ଏହାର ବାସ୍ତବତା କିନ୍ତୁ ଭିନ୍ନ। ଆମକୁ ମିଳୁଥିବା ସହୟତା କେବଳ ରିଲିଫ୍‌ରେ ହିଁ ସୀମିତ ରହୁଛି। ଭିତ୍ତିଭୂମିକୁ ସୁଦୃଢ଼ ଓ ଶକ୍ତିଶାଳୀ କରିବା ଲାଗି ଆମକୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ମିଳୁନାହିଁ। ଆଜି ଓଡ଼ିଶାର ଚାଷୀକୁଳ ସଂକଟରେ ପଡ଼ିଛି। ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ଲାଗି ରାଜ୍ୟର ବିଜେପି ସରକାର ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଏଥିରେ କଟକଣା ଲଗାଇଥିବା ବେଳେ କଟ୍‌ନିଛଟ୍‌ନି କରାଯାଉଛି। ଏହା କ’ଣ ସବ୍‌କା ସାଥ୍‌ ଓ ସବ୍‌କା ବିକାଶ ବୋଲି ପ୍ରଶ୍ନ କରିଥିଲେ ସାଂସଦ ଶ୍ରୀ ଖୁଣ୍ଟିଆ।

ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ବର: ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ । ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ତିନି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସମସ୍ତ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ଆଜି ସେମାନଙ୍କ ସାର୍ଟିଫିକେଟ ଦେବେ ରିଟର୍ନିଙ୍ଗି ଅଫିସର। ଓଡ଼ିଶାରୁ ତିନୋଟି ଆସନ ଖାଲି ହେଉଥିବା ବେଳେ ତିନି ପ୍ରାର୍ଥୀଙ୍କ ଛଡା ଅନ୍ୟକୌଣସି ପ୍ରାର୍ଥୀ ନାମାଙ୍କନ ଭରି ନଥିବାରୁ ଅଶ୍ୱିନୀ, ଦେବାଶିଷ ଓ ଶୁଭାଶିଷ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ଅନେକ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରୁ ଦୁଇ ଜଣଙ୍କ ନାମାଙ୍କନ ଭରି ଥିବାବେଳେ ୧୫ ତାରିଖରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଧାୟକମାନଙ୍କ ସହ ଆସି ନାମାଙ୍କନ ଭରିଥିଲେ ଅଶ୍ୱିନୀ ବୈଷ୍ଣବ। ତେବେ ଖୁବଶୀଘ୍ର ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଦିଲ୍ଲୀ ଯାଇ ସାଂସଦ ଭାବେ ଶପଥ ନେବେ ବୋଲି ସୂଚନା ।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ବର: ନାମାଙ୍କନ ଭରିଲେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ଏହି ପ୍ରାର୍ଥିପତ୍ର ଦାଖଲ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ। ଏଥିସହ ବିଜେଡିର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ। ବିଧାନସଭା ନୂଆ କନଫରେନ୍ସ ହଲରେ ଏହି ନାମାଙ୍କନ ଦାଖଳ ପ୍ରକ୍ରିୟା ହୋଇଥିଲା।

ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜୁ ଜନତା ଦଳ ।

ଦେବାଶିଷ ସାମନ୍ତରାୟ ଥରେ ତିର୍ତ୍ତୋଲ ଓ ଦୁଇଥର କଟକ ବାରବାଟୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଦଳର ଜଣେ ବରିଷ୍ଠ ସଦସ୍ୟ ଭାବରେ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବା ସୂଚନା ମିଳିଛି। ସେହିପରି ଶୁଭାଶିଷ ଖୁଣ୍ଟିଆ ଛାତ୍ର ରାଜନୀତି ସହ ସମ୍ପୃକ୍ତ ଓ ପୁରୀ ଆଇନ ମହାବିଦ୍ୟାଳୟ ସଭାପତି ରହିଥିଲେ। ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ପରେ ସେ ସମ୍ପ୍ରତି ଯୁବ ବିଜେଡିର ଉପସଭାପତି ରହିଛନ୍ତି। ପୁରୀ ଜିଲ୍ଲାର ଜୀବନବିନ୍ଦୁ ଓ ଓଡ଼ିଶା ମୋ ପରିବାରର ସଂଯୋଜକ ଭାବରେ ସେ କାର୍ଯ୍ୟ କରିଛନ୍ତି। ଶ୍ରୀମନ୍ଦିର ସେବାୟତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ଶୁଭାଶିଷ ଦଳ ପ୍ରତି ସମ୍ପୂର୍ଣ ସମର୍ପିତ ତଥା ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଅନୁଗତ ଭାବରେ ପରିଚିତ।

ଚଳିତ ମାସ ୨୭ ତାରିଖରେ ଓଡ଼ିଶାର ତିନିଟି ରାଜ୍ୟସଭା ଆସନ ସହିତ ୧୫ଟି ରାଜ୍ୟର ୫୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଚଳିତ ମାସ ୮ ତାରିଖରେ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ ନନ୍ଦ ଓ ଡ. ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେଉଥିବାରୁ ଏହି ଆସନ ପାଇଁ ନିର୍ବାଚନ ଅନିବାର୍ଯ୍ୟ ହୋଇ ପଡ଼ିଛି। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ ଖାଲି ହେବାକୁଥିବା ୩ଟି ଆସନ ବିଜେଡି ଦଖଲ କରିବା ନିଶ୍ଚିତ। ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସେହିପରି ଫେବ୍ରୁଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବାବେଳେ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ୨୭ରେ ମତଦାନ ଆରମ୍ଭ ହେବାକୁ ଥିବାବେଳେ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ। ସେହି ଦିନ ସନ୍ଧ୍ୟା ୫ଟା ବେଳେ ଭୋଟ ଗଣତି ହେବ।

ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ
ଭୁବନେଶ୍ବର: ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ପରେ ସେମାନେ ବିଧାନସଭା ଯାଇ ନାମାଙ୍କନ ଦାଖଲ କରିବେ ।