Farmers Protest - The Sakala

ମଣ୍ଡି ଅଚଳାବସ୍ଥାକୁ ନେଇ ରାଜରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ପ୍ରତିବାଦ
ବରଗଡ଼: ରାଜରାସ୍ତାରେ ଧାନ ପକାଇ ଚାଷୀଙ୍କ ପ୍ରତିବାଦ । ମଣ୍ଡି ଅଚଳାବସ୍ଥାକୁ ନେଇ ବରଗଡ଼ ଗୋଡ଼ଭାଗାରେ ଏନ୍‌ଏଚ୍‌-୫୩ ଅବରୋଧ କରିଥିଲେ ଶହ ଶହ ଚାଷୀ । ଚାଷୀଙ୍କ ରାସ୍ତା ଅବରୋଧ ଯୋଗୁ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା । ଶତାଧିକ ଗାଡି ଅଟକି ରହିଥିଲା । ପ୍ରଶାସନ ସହ ଆଲୋଚନା ବିଫଳ ହେବାପରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ପ୍ରତିବାଦ ବେଳେ ଦେଖିବାକୁ ମିଳିଥିଲା ଅପ୍ରୀତିକର ପରିସ୍ଥିତି l ପୋଲିସ ଓ ଚାଷୀଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ସ୍ଥିତି ଶାନ୍ତ ପଡିଥିବା ବେଳେ ପ୍ରଶାସନ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରୁଛି । ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଓ ବରଗଡ଼ SDPO ଚାଷୀଙ୍କୁ ବୁଝାସୁଝା କରୁଛନ୍ତି । ଜିଲ୍ଲାର ଗୋଡଭଗା, ଅତାବିରା ସମେତ ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ ପଡି ରହିଛି। ଚାଷୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ଧାନ ଉଠାଣ ସ୍ବାଭାବିକ ହୋଇପାରି ନାହିଁ। ଏହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି।

ପୁଲିସ ଓ ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ: ଲୁହ ବୁହା ଗ୍ୟାସର ଜବାବରେ ଲଙ୍କା ଗୁଣ୍ଡ ପକାଇ ନଡ଼ା ଜାଳିଲେ ଚାଷୀ
ନୂଆଦିଲ୍ଲୀ: ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇଛି ଚାଷୀ ଆନ୍ଦୋଳନ । ପୁଲିସ ଓ ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ ହୋଇଛନ୍ତି। ସରକାରଙ୍କ ସହ କୃଷକଙ୍କ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଚାଷୀମାନେ ଦିଲ୍ଲୀ ପ୍ରବେଶ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ପଞ୍ଜାବ-ହରିୟାଣା ସୀମାରେ ୧୨ଶହ ଟ୍ରାକ୍ଟର ଟ୍ରଲି, ୩୦୦ କାର ଓ ୧୦ ମିନିବସ୍‌ ବ୍ୟତୀତ ଅନ୍ୟ ଛୋଟବଡ଼ ବାହନରେ ଆସି ୧୪ ହଜାର ଚାଷୀ ଜମା ହୋଇଛନ୍ତି। ଫଳରେ ଚାଷୀଙ୍କୁ ଘଉଡାଇବା ପାଇଁ ପୁଲିସ ଲୁହବୁହା ବାସ୍ପ ପ୍ରୟୋଗ କରିଛି।

ଏହାରି ଭିତରେ ଚାଷୀମାନେ ପୁଲିସଠାରୁ ରକ୍ଷା ପାଇଁ ନୂଆ ପନ୍ଥା ଆପଣାଇଛନ୍ତି । ପଞ୍ଜାବ ଏବଂ ହରିୟାଣା ସୀମାର ଖନୋରୀ ବର୍ଡର ନିକଟରେ ବହୁ ସଂଖ୍ୟା ନଡ଼ା ଏକାଠି କରିଛନ୍ତି । ଚାଷୀମାନେ ଜମିରୁ ନଡ଼ା ଏକାଠି କରି ସେଠାରେ ଲଙ୍କା ଗୁଣ୍ଡା ପକାଇ ନିଆଁ ଲଗାଉଛନ୍ତି । ହରିୟାଣା ପଟୁ ପବନ ବୋହୁ ଥିବାରୁ ଏହି ଧୂଆଁ ସୁରକ୍ଷାକର୍ମୀଙ୍କୁ ଯନ୍ତ୍ରଣା ଦେଉଛି । ହରିୟାଣାପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବୁଧବାର ଚାଷୀ ଆନ୍ଦୋଳନ ସମୟରେ ଦାତା ସିଂ-ଖନୋରୀ ବର୍ଡରରେ ପ୍ରଦର୍ଶନକାରୀ ନଡ଼ାରେ ଲଙ୍କା ଗୁଣ୍ଡ ପକାଇ ନିଆଁ ଲଗାଇଥିଲେ । ଏହାସହ ପୁଲିସକୁ ଚାରି ଆଡ଼ୁ ଘେରାଉ କରିଥିଲେ । ପୁଲିସ ଉପରେ ପଥର ମାଡ଼ ସହ ଲାଠିରେ ଆକ୍ରମଣ କରିଥିଲେ । ପୁଲିସ ଅଧିକାରୀ କହିଛନ୍ତି ଯେ ନଡ଼ାରେ ଲଙ୍କା ଗୁଣ୍ଡ ପକାଇ ନିଆଁ ଲଗାଇବା ପରେ ବିଷାକ୍ତ ଧୂଆଁ ଯୋଗୁଁ ପୁଲିସ ସହ ସାଧାରଣ ଲୋକ ବହୁ ଅସୁବିଧାର ସାମନା କରୁଛନ୍ତି । ଚାଷୀଙ୍କ ଆନ୍ଦୋଳନରେ ପ୍ରାୟ ୧୨ ଜଣ ପୋଲିସକର୍ମୀ ଗୁରୁତର ରୂପେ ଆହତ ହୋଇଛନ୍ତି ।

କେନ୍ଦ୍ର ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ, ୨୧ରୁ ‘ଦିଲ୍ଲୀ ଚଲୋ’ ଅଭିଯାନ
ନୂଆଦିଲ୍ଲୀ: ୧୨ ଦଫା ଦାବି ପୂରଣ ନେଇ ପଞ୍ଜାବ-ହରିୟାଣା ଶମ୍ଭୁ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି। ବିଶେଷକରି ଏମଏସପି ଗ୍ୟାରେଣ୍ଟି ଆଇନ ଆଣିବାକୁ ବହୁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏହିକ୍ରମରେ ଚାଷୀନେତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମଏସପିକୁ ନେଇ ଏକ ପ୍ରସ୍ତାବ ଦିଆଯାଇଥିଲା। ଚାଷୀମାନେ ପ୍ରାୟ ୨୩ଟି ଶସ୍ୟ ଉପରେ ଏମଏସପି ଗ୍ୟାରେଣ୍ଟି ଦାବି କରିଥିଲେ ହେଁ କେନ୍ଦ୍ର ସରକାର ଆସନ୍ତା ୫ ବର୍ଷ ପାଇଁ ମକା, କପା, ଡାଲି ଜାତୀୟ ଫସଲ ଭଳି କିଛି ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି ଦେବାକୁ ସହମତ ହୋଇଥିଲେ। ଏହି ପ୍ରସ୍ତାବକୁ ନେଇ ସୋମବାର ସକାଳେ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ସନ୍ଧ୍ୟାରେ କେନ୍ଦ୍ରର ଏହି ପ୍ରସ୍ତାବକୁ ଚାଷୀନେତାମାନେ ପ୍ରତ୍ୟାଖ୍ୟାନ କରିଦେଇଥିବା ଜଣାପଡ଼ିଛି। କେବଳ ୩/୪ଟି ନୁହେଁ , ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସମସ୍ତ ଶସ୍ୟ ଉପରେ ଏମଏସପି ଗ୍ୟାରେଣ୍ଟି ବ୍ୟବସ୍ଥା ନ କରିବେ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି।

ଏହିକ୍ରମରେ ଆସନ୍ତା ୨୧ ତାରିଖରେ ‘ ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ ହେବ ବୋଲି ଚାଷୀ ନେତା କହିଛନ୍ତି। ଫଳରେ ଆଗକୁ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ଦେଖାଯାଇଛି। କେନ୍ଦ୍ରର ପ୍ରସ୍ତାବ ପରେ କୃଷକ ଆନ୍ଦୋଳନ କିଛିଟା ଶାନ୍ତ ପଡ଼ିବା ସହିତ କୃଷକ ନେତାଙ୍କ ମନରେ ଖୁସି ଦେଖାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ସବୁକିଛି ଓଲଟପାଲଟ ହୋଇଯାଇଛି। ଚାଷୀମାନେ ଦିଲ୍ଲୀ ଅଭିଯାନକୁ ଜୋରଦାର କରିବାକୁ ହୁଙ୍କାର ଦେଇଛନ୍ତି। ବର୍ତ୍ତମାନ ପଞ୍ଜାବ ଏବଂ ହରିଆଣାର ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଉତ୍ତରପ୍ରଦେଶ, ରାଜସ୍ଥାନ ଆଦିରୁ ଚାଷୀ ସାମିଲ ହେବେ ବୋଲି କୁହାଯାଇଛି।

ମହାଆନ୍ଦୋଳନ ମୁହାଁ ଚାଷୀ, ଦିଲ୍ଲୀ ସୀମାରେ ହାଇଆଲର୍ଟ
ନୂଆଦିଲ୍ଲୀ: ଏମଏସପି ଗ୍ୟାରେଣ୍ଟି ସହିତ ଅନ୍ୟାନ୍ୟ ୧୨ ଦଫା ଦାବିକୁ ନେଇ ଦିଲ୍ଲୀରେ ବିକ୍ଷୋଭ କରିବାକୁ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ପହଞ୍ଚିବାରେ ଲାଗିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ନେତୃତ୍ବରେ ପଞ୍ଜାବ, ଉତ୍ତରପ୍ରଦେଶ,ହରିୟାଣା ଏବଂ ରାଜସ୍ଥାନ ଆଦି ରାଜ୍ୟର ପ୍ରାୟ ୨୦୦ରୁ ଅଧିକ ଚାଷୀ ସଂଘ ପକ୍ଷରୁ ଦିଲ୍ଲୀ ଚଲୋ ଡକରା ଦିଆଯାଇଥିଲା ବେଳେ ବିଭିନ୍ନ ସ୍ଥାନରୁ ଚାଷୀଙ୍କ ସୁଅ ଛୁଟିଛି। ମଙ୍ଗଳବାର ଦିଲ୍ଲୀରେ ଆନ୍ଦୋଳନ କରିବାକୁ ବିଭିନ୍ନ ଚାଷୀ ସଙ୍ଗଠନର ସଜବାଜ । କିନ୍ତୁ ପୂର୍ବ ଚାଷୀ ଆନ୍ଦୋଳନ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଦିଲ୍ଲୀ ଭିତରକୁ ଚାଷୀମାନଙ୍କୁ ପ୍ରବେଶ ନ କରାଇ ଦେବା ଲାଗି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ସିଂଘୁ, ଟିକିରି ଏବଂ ଗାଜିପୁର ସୀମାରେ ବ୍ୟାରକେଡ୍‌ ଲଗାଯାଇଛି। ସହର ମଧ୍ୟକୁ କୌଣସି ଟ୍ରାକ୍ଟର କିମ୍ବା ଚାଷୀଙ୍କୁ ନେଇ ଯାଉଥିବା ଗାଡିକୁ ନଛାଡିବାକୁ ବ୍ୟବସ୍ଥା କରାଯାଇଛି।

ସେହିପରି ସହର ମଧ୍ୟକୁ ସୋଡା ବୋତଲ, ଆତଶବାଜୀ କିମ୍ବା କୌଣସି ଦହନଶୀଳ ସାମଗ୍ରୀ ନଛାଡିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ବେଳେ ଆତଙ୍କବାଦ କାର୍ଯ୍ୟକୁ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ଦିଲ୍ଲୀ ସୀମାରେ ସେନା ମୁତୟନ କରାଯିବା ସହିତ ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଦିଲ୍ଲୀରେ ଏକାଧିକ ଲୋକଙ୍କ ସମାଗମ ଉପରେ ରୋକ୍‌ ଲଗାଯିବା ସହିତ କେତେକ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଅନ୍ୟପକ୍ଷରେ ଚାଷୀଙ୍କ ଦାବିକୁ ନେଇ ସଂଘ କର୍ମକର୍ତ୍ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ,ନିତ୍ୟାନନ୍ଦ ରାୟ ଏବଂ ଅର୍ଜ୍ଜୁନ ମୁଣ୍ଡା ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଏହି ଆଲୋଚନାରେ ସମାଧାନ ବାହାରିନାଥିବା ଜଣାପଡ଼ିଛି। ।

‘ଦିଲ୍ଲୀ ଚଲୋ’ ଜିଦ୍‌ରେ ଅଟଳ ଚାଷୀ, ୧୨ ଜିଲ୍ଲାରେ ୧୪୪ ଧାରା
ଅମ୍ବାଲା: ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ୍‌) ୧୩ରେ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛି। ଏହାକୁ ନେଇ କୃଷକ ଜିଦ୍‌ରେ ଅଟଳ ରହିଛନ୍ତି। ଏହି ଯାତ୍ରା ପୂର୍ବରୁ ହରିୟାଣା ଏବଂ ପଞ୍ଜାବର ଶମ୍ଭୁ, ଖନୌରି ସମେତ ସବୁ ସୀମାକୁ ସିଲ୍‌ କରିଦିଆଯାଇଛି। ସିଙ୍ଘୁ ଏବଂ ଟିକରି ସୀମାରେ ସିମେଣ୍ଟର ବ୍ୟାରିକେଡ ଲଗାଯାଇଛି। ପଞ୍ଜାବରୁ ଆସୁଥିବା କୃଷକଙ୍କ ଗାଡ଼ିକୁ ନ ଛାଡ଼ିବା ଶମ୍ଭୁ ସୀମା ଏବଂ ଫତେହାବାଦରେ ବଡ଼ ବଡ଼ ଲୁହା କଣ୍ଟା ପୋତା ଯାଇଛି। ହରିୟାଣାର ୭ ଜିଲ୍ଲାରେ ରବିବାର ସକାଳ ୬ଟାରୁ ଇଣ୍ଟରନେଟ, ଡଙ୍ଗଲ ଏବଂ ବଲ୍‌କ ଏସଏମ୍‌ଏସ ବନ୍ଦ କରିଦିଆଯାଇଛି। ୧୩ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

ସେହିପରି ହରିୟାଣାର ସୋନିପତ, ଝଜର, ପଞ୍ଚକୁଲା, ଅମ୍ବାଲା, କେଥଲ, ହିସାର, ସିର୍ସା, ଫତେହାବାଦ ଏବଂ ଜିନ୍ଦ ସମେତ ୧୨ ଜିଲ୍ଲାରେ ୧୪୪ ଧାରା କାର୍ଯ୍ୟକାରୀ କରାଯାଇଛି। ଏହା ସହିତ ପଞ୍ଜାବ ଏବଂ ଦିଲ୍ଲୀ ମାର୍ଗରେ ଯାଉଥିବା ଗାଡ଼ିର ଗତିପଥକୁ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ସରକାର ହରିୟାଣାକୁ ଅର୍ଦ୍ଧସାମରିକ ବାହିନୀର ୬୪ କମ୍ପାନୀ ପଠାଇଛନ୍ତି। ଏଥିରେ ବିଏସ୍‌ଏଫ ଏବଂ ସିଆରପିଏଫ୍‌ ଯବାନ ସାମିଲ ଅଛନ୍ତି। ଚାଷୀଙ୍କ ମୁକାବିଲା କରିବା ପାଇଁ ହରିୟାଣା ସିର୍ସାର ଚୌଧୁରୀ ଦଲବୀର ସିଂହ ଇନଡୋର ଷ୍ଟାଡିୟମ ଏବଂ ଗୁରୁ ଗୋବିନ୍ଦ ସିଂହ ଷ୍ଟାଡ଼ିୟମରେ ୨ଟି ଅସ୍ଥାୟୀ ଜେଲ୍‌ ବନାଯାଇଛି। ଚଣ୍ଡିଗଡ଼ରେ ମଧ୍ୟ ଧାରା ୧୪୪ ଲଗାଯାଇଛି। ବିକ୍ଷୋଭ ପ୍ରଦର୍ଶନ ସହିତ ଟ୍ରାକ୍ଟର ରାଲି ଉପରେ କଟକଣା ଲଗାଇ ଦିଆଯାଇଛି।

ଦିଲ୍ଲୀର ଗାଜିପୁରକୁ ଲାଗିଥିବା ସୀମାରେ ଦିଲ୍ଲୀ ପୁଲିସ ଧାରା ୧୪୪ ଲଗାଇଛି। ଏହି ମାର୍ଗ ଦେଇ ୟୁପି ଚାଷୀ ଆସିବାର ସମ୍ଭାବନା ରହିଛି। କୌଣସି ଟ୍ରାକ୍ଟରକୁ ୧୦ ଲିଟରରୁ ଅଧିକ ଡିଜେଲ ନ ଦେବା ପାଇଁ ସୋନିପତର ପେଟ୍ରୋଲ ପମ୍ପ ମାଲିକଙ୍କୁ ଡିସି ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ଉପରେ ନଜର ରଖିବା ପାଇଁ ଶମ୍ଭୁ ସୀମାରେ ୮ ସିସିଟିଭି କ୍ୟାମେରା ଲଗାଯାଇଛି। ଏହାର ସୀମା ୪୦ ମିଟର ପର୍ଯ୍ୟନ୍ତ ରହିଛି। ଚାଷୀଙ୍କୁ ଅଟକାଇବା ପାଇଁ ବିଏସ୍‌ଏଫ ମୋର୍ଚ୍ଚା ସମ୍ଭାଳିଛି। ହରିୟାଣାର ଏସକେଏମ ନେତା ଜଗଜିତ ଡଲେୱାଲ କହିଛନ୍ତି ଯେ ବିମୁଦ୍ରିକରଣ ନାମରେ ଚାଷୀଙ୍କୁ ଉସୁକା ଯାଉଛି। ଏହା ମଧ୍ୟରେ ସୋମବାର ସନ୍ଧ୍ୟାରେ ଚାଷୀ ସଂଗଠନଗୁଡିକ ସହ କେନ୍ଦ୍ର ସରକାର ଆଲୋଚନା କରିବାକୁ ଯାଉଛନ୍ତି। ଏଥିରେ କେନ୍ଦ୍ରୀୟ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋୟଲ ଏବଂ ନିତ୍ୟାନନ୍ଦ ରାୟ ସାମିଲ ହୋଇପାରନ୍ତି।