Delhi Chalo - The Sakala

କେନ୍ଦ୍ର ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ, ୨୧ରୁ ‘ଦିଲ୍ଲୀ ଚଲୋ’ ଅଭିଯାନ
ନୂଆଦିଲ୍ଲୀ: ୧୨ ଦଫା ଦାବି ପୂରଣ ନେଇ ପଞ୍ଜାବ-ହରିୟାଣା ଶମ୍ଭୁ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି। ବିଶେଷକରି ଏମଏସପି ଗ୍ୟାରେଣ୍ଟି ଆଇନ ଆଣିବାକୁ ବହୁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏହିକ୍ରମରେ ଚାଷୀନେତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମଏସପିକୁ ନେଇ ଏକ ପ୍ରସ୍ତାବ ଦିଆଯାଇଥିଲା। ଚାଷୀମାନେ ପ୍ରାୟ ୨୩ଟି ଶସ୍ୟ ଉପରେ ଏମଏସପି ଗ୍ୟାରେଣ୍ଟି ଦାବି କରିଥିଲେ ହେଁ କେନ୍ଦ୍ର ସରକାର ଆସନ୍ତା ୫ ବର୍ଷ ପାଇଁ ମକା, କପା, ଡାଲି ଜାତୀୟ ଫସଲ ଭଳି କିଛି ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି ଦେବାକୁ ସହମତ ହୋଇଥିଲେ। ଏହି ପ୍ରସ୍ତାବକୁ ନେଇ ସୋମବାର ସକାଳେ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ସନ୍ଧ୍ୟାରେ କେନ୍ଦ୍ରର ଏହି ପ୍ରସ୍ତାବକୁ ଚାଷୀନେତାମାନେ ପ୍ରତ୍ୟାଖ୍ୟାନ କରିଦେଇଥିବା ଜଣାପଡ଼ିଛି। କେବଳ ୩/୪ଟି ନୁହେଁ , ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସମସ୍ତ ଶସ୍ୟ ଉପରେ ଏମଏସପି ଗ୍ୟାରେଣ୍ଟି ବ୍ୟବସ୍ଥା ନ କରିବେ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି।

ଏହିକ୍ରମରେ ଆସନ୍ତା ୨୧ ତାରିଖରେ ‘ ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ ହେବ ବୋଲି ଚାଷୀ ନେତା କହିଛନ୍ତି। ଫଳରେ ଆଗକୁ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ଦେଖାଯାଇଛି। କେନ୍ଦ୍ରର ପ୍ରସ୍ତାବ ପରେ କୃଷକ ଆନ୍ଦୋଳନ କିଛିଟା ଶାନ୍ତ ପଡ଼ିବା ସହିତ କୃଷକ ନେତାଙ୍କ ମନରେ ଖୁସି ଦେଖାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ସବୁକିଛି ଓଲଟପାଲଟ ହୋଇଯାଇଛି। ଚାଷୀମାନେ ଦିଲ୍ଲୀ ଅଭିଯାନକୁ ଜୋରଦାର କରିବାକୁ ହୁଙ୍କାର ଦେଇଛନ୍ତି। ବର୍ତ୍ତମାନ ପଞ୍ଜାବ ଏବଂ ହରିଆଣାର ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଉତ୍ତରପ୍ରଦେଶ, ରାଜସ୍ଥାନ ଆଦିରୁ ଚାଷୀ ସାମିଲ ହେବେ ବୋଲି କୁହାଯାଇଛି।

‘ଦିଲ୍ଲୀ ଚଲୋ’ ଜିଦ୍‌ରେ ଅଟଳ ଚାଷୀ, ୧୨ ଜିଲ୍ଲାରେ ୧୪୪ ଧାରା
ଅମ୍ବାଲା: ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ୍‌) ୧୩ରେ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛି। ଏହାକୁ ନେଇ କୃଷକ ଜିଦ୍‌ରେ ଅଟଳ ରହିଛନ୍ତି। ଏହି ଯାତ୍ରା ପୂର୍ବରୁ ହରିୟାଣା ଏବଂ ପଞ୍ଜାବର ଶମ୍ଭୁ, ଖନୌରି ସମେତ ସବୁ ସୀମାକୁ ସିଲ୍‌ କରିଦିଆଯାଇଛି। ସିଙ୍ଘୁ ଏବଂ ଟିକରି ସୀମାରେ ସିମେଣ୍ଟର ବ୍ୟାରିକେଡ ଲଗାଯାଇଛି। ପଞ୍ଜାବରୁ ଆସୁଥିବା କୃଷକଙ୍କ ଗାଡ଼ିକୁ ନ ଛାଡ଼ିବା ଶମ୍ଭୁ ସୀମା ଏବଂ ଫତେହାବାଦରେ ବଡ଼ ବଡ଼ ଲୁହା କଣ୍ଟା ପୋତା ଯାଇଛି। ହରିୟାଣାର ୭ ଜିଲ୍ଲାରେ ରବିବାର ସକାଳ ୬ଟାରୁ ଇଣ୍ଟରନେଟ, ଡଙ୍ଗଲ ଏବଂ ବଲ୍‌କ ଏସଏମ୍‌ଏସ ବନ୍ଦ କରିଦିଆଯାଇଛି। ୧୩ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

ସେହିପରି ହରିୟାଣାର ସୋନିପତ, ଝଜର, ପଞ୍ଚକୁଲା, ଅମ୍ବାଲା, କେଥଲ, ହିସାର, ସିର୍ସା, ଫତେହାବାଦ ଏବଂ ଜିନ୍ଦ ସମେତ ୧୨ ଜିଲ୍ଲାରେ ୧୪୪ ଧାରା କାର୍ଯ୍ୟକାରୀ କରାଯାଇଛି। ଏହା ସହିତ ପଞ୍ଜାବ ଏବଂ ଦିଲ୍ଲୀ ମାର୍ଗରେ ଯାଉଥିବା ଗାଡ଼ିର ଗତିପଥକୁ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ସରକାର ହରିୟାଣାକୁ ଅର୍ଦ୍ଧସାମରିକ ବାହିନୀର ୬୪ କମ୍ପାନୀ ପଠାଇଛନ୍ତି। ଏଥିରେ ବିଏସ୍‌ଏଫ ଏବଂ ସିଆରପିଏଫ୍‌ ଯବାନ ସାମିଲ ଅଛନ୍ତି। ଚାଷୀଙ୍କ ମୁକାବିଲା କରିବା ପାଇଁ ହରିୟାଣା ସିର୍ସାର ଚୌଧୁରୀ ଦଲବୀର ସିଂହ ଇନଡୋର ଷ୍ଟାଡିୟମ ଏବଂ ଗୁରୁ ଗୋବିନ୍ଦ ସିଂହ ଷ୍ଟାଡ଼ିୟମରେ ୨ଟି ଅସ୍ଥାୟୀ ଜେଲ୍‌ ବନାଯାଇଛି। ଚଣ୍ଡିଗଡ଼ରେ ମଧ୍ୟ ଧାରା ୧୪୪ ଲଗାଯାଇଛି। ବିକ୍ଷୋଭ ପ୍ରଦର୍ଶନ ସହିତ ଟ୍ରାକ୍ଟର ରାଲି ଉପରେ କଟକଣା ଲଗାଇ ଦିଆଯାଇଛି।

ଦିଲ୍ଲୀର ଗାଜିପୁରକୁ ଲାଗିଥିବା ସୀମାରେ ଦିଲ୍ଲୀ ପୁଲିସ ଧାରା ୧୪୪ ଲଗାଇଛି। ଏହି ମାର୍ଗ ଦେଇ ୟୁପି ଚାଷୀ ଆସିବାର ସମ୍ଭାବନା ରହିଛି। କୌଣସି ଟ୍ରାକ୍ଟରକୁ ୧୦ ଲିଟରରୁ ଅଧିକ ଡିଜେଲ ନ ଦେବା ପାଇଁ ସୋନିପତର ପେଟ୍ରୋଲ ପମ୍ପ ମାଲିକଙ୍କୁ ଡିସି ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ଉପରେ ନଜର ରଖିବା ପାଇଁ ଶମ୍ଭୁ ସୀମାରେ ୮ ସିସିଟିଭି କ୍ୟାମେରା ଲଗାଯାଇଛି। ଏହାର ସୀମା ୪୦ ମିଟର ପର୍ଯ୍ୟନ୍ତ ରହିଛି। ଚାଷୀଙ୍କୁ ଅଟକାଇବା ପାଇଁ ବିଏସ୍‌ଏଫ ମୋର୍ଚ୍ଚା ସମ୍ଭାଳିଛି। ହରିୟାଣାର ଏସକେଏମ ନେତା ଜଗଜିତ ଡଲେୱାଲ କହିଛନ୍ତି ଯେ ବିମୁଦ୍ରିକରଣ ନାମରେ ଚାଷୀଙ୍କୁ ଉସୁକା ଯାଉଛି। ଏହା ମଧ୍ୟରେ ସୋମବାର ସନ୍ଧ୍ୟାରେ ଚାଷୀ ସଂଗଠନଗୁଡିକ ସହ କେନ୍ଦ୍ର ସରକାର ଆଲୋଚନା କରିବାକୁ ଯାଉଛନ୍ତି। ଏଥିରେ କେନ୍ଦ୍ରୀୟ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋୟଲ ଏବଂ ନିତ୍ୟାନନ୍ଦ ରାୟ ସାମିଲ ହୋଇପାରନ୍ତି।