Satakadi Hota - The Sakala
ଭୁବନେଶ୍ୱର: ପ୍ରଖ୍ୟାତ ବର୍ଷୀୟାନ ସାହିତ୍ୟିକ, ସମ୍ପାଦକ ତଥା ପ୍ରଶାସକ ସାତକଡି ହୋତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନ ହରାଇଲା । ତାଙ୍କ ବିୟୋଗରେ ଦୈନିକ ‘ସକାଳ’ର ସମ୍ପାଦକ ଉମାକାନ୍ତ ମିଶ୍ର ଶୋକ ପ୍ରକାଶ କରିଛନ୍ତି । ତାଙ୍କର କର୍ମମୟ ଜୀବନର ଶେଷ ପର୍ଯ୍ୟନ୍ତ ସାତକଡି ବାବୁ ସାହିତ୍ୟ ସାଧନା ଓ ସ୍ତମ୍ଭ ରଚନା କରିବା ସହିତ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ସଭା ସମ୍ମିଳନୀରେ ଯୋଗଦେଇ ମାର୍ଗଦର୍ଶନ କରିଆସୁଥିଲେ ବୋଲି ଉମାକାନ୍ତ ମିଶ୍ର କହିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଶ୍ରୀଯୁକ୍ତ ହୋତା ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ସଫଳ ନେତୃତ୍ୱ ନେଇଥିଲେ। ଭାରତୀୟ ରେଳବାଇର ଜଣେ ବହୁତ ବରିଷ୍ଠ ପ୍ରଥମ ଓଡ଼ିଆ ଅଧିକାରୀ ଭାବେ ସାତକଡି ବାବୁ ଓଡ଼ିଶାରେ ବହୁ ନୂତନ ରେଳ ପ୍ରକଳ୍ପ ପାଇଁ ପ୍ରଶଂସନୀୟ ପଦକ୍ଷେପ ନେଇଥିଲେ। ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ଜାତୀୟ ତଥା ରାଜ୍ୟ ସ୍ତରରେ ସେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ସାତକଡି ହୋତାଙ୍କ ବିୟୋଗରେ, ଦୈନିକ ‘ସକାଳ’ ପରିବାର ପକ୍ଷରୁ ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗ ପାଇଁ ଗଭୀର ସମବେଦନା ଜଣାଇଛନ୍ତି ସମ୍ପାଦକ ଉମାକାନ୍ତ ମିଶ୍ର । ତାଙ୍କ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ପରଲୋକରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା, ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ
ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ରବିବାର ସକାଳେ ଭୁବନେଶ୍ୱରରେ ଏହି ବିଶିଷ୍ଟ ସାହିତ୍ୟିକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ସାତକଡି ହୋତା। । ସେ ଭାରତୀୟ ରେଳ ସେବାରୁ ଅବସର ନେଇଥିଲେ । ଦୈନିକ ଖବରକାଗଜ ‘ସମୟ’ର ମଧ୍ୟ ସେ ସଂପାଦକ ଥିଲେ ।
୧୯୨୯ ମସିହାରେ ମୟୂରଭଞ୍ଜର ଜଗନ୍ନାଥଖୁଣ୍ଟାରେ ସାତକଡ଼ି ହୋତା ଜନ୍ମଗ୍ରହଣ କରିଥିଲେ। ଶତାଧିକ ପୁସ୍ତକର ସେ ରଚୟିତା ଥିଲେ। ସାତକଡ଼ିଙ୍କର ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶ ପାଇଥିଲା। କବିତାରୁ ସେ ନିଜ ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ। ବ୍ୟାକୁଳ ହୃଦୟ, ସ୍ୱପ୍ନ ଶିଉଳି, ଏତେ ସ୍ୱପ୍ନ ଏତେ ଆଲୋକ, ଅନେକ କାଳଜୟୀ ପୁସ୍ତକର ସେ ରଚୟିତା ଥିଲେ। ସାମ୍ବାଦିକତା କ୍ଷେତ୍ରରେ ବି ସେ ନିଜ ଛାପ ଛାଡିଯାଇଛନ୍ତି।
୧୯୮୭ରେ ଉପନ୍ୟାସ ଅଶାନ୍ତ ଅରଣ୍ୟ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ମୁକ୍ତିମନ୍ତ୍ରୀ ଓ ଜନନୀ ଜନ୍ମଭୂମୀ ଗଳ୍ପ ସଙ୍କଳନ ପାଇଁ ୨୦୦୪ରେ ସେ ସମ୍ମାନ ଜନକ ଶାରଳା ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ସାହିତ୍ୟ ଭାରତୀ ସମ୍ମାନ ଓ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ ଭଳି ଅନେକ ସମ୍ମାନ ସେ ପାଇଥିଲେ।