Tourist Place - The Sakala

ଐତିହ୍ୟସ୍ଥଳୀରେ ନୂଆ ଧାରା: ପର୍ଯ୍ୟଟକଙ୍କ ଅପେକ୍ଷା ଫାଟୋ ସୁଟ୍‌‌ ପାଇଁ ଭିଡ଼ ଜମାଉଛନ୍ତି ଅଧିକ ଲୋକ
ଭୁବନେଶ୍ୱର: ବର୍ତ୍ତମାନ ରାଜଧାନୀରେ ଆରମ୍ଭ ହେଲାଣି ପର୍ଯ୍ୟଟନର ଋତୁ। ସେଥିପାଇଁ ରାଜଧାନୀର ପ୍ରମୁଖ ଐତିହ୍ୟସ୍ଥଳୀ ଗୁଡିକରେ ଭିଡ ପରିଲକ୍ଷିତ ହେଉଛି। ହେଲେ ଏହାରି ମଧ୍ୟରେ ଗତ କିଛିବର୍ଷ ହେଲା ଆଉ ଏକ ଟ୍ରେଣ୍ଡ ବା ଚାହିଦା ମଧ୍ୟ ଦେଖିବାକୁ ମିଳୁଛି। ପର୍ଯ୍ୟଟକଙ୍କ ଅପେକ୍ଷା ଅଧିକ ଲୋକେ ଫାଟୋ ସୁଟ୍‌‌ ପାଇଁ ଏଠାରେ ଭିଡ଼ ଜମାଉଥିବା ଲକ୍ଷ୍ୟ କରାଯାଉଛି। ବିଶେଷକରି ଏବେ ପ୍ରି ୱେଡିଙ୍ଗ ଫଟୋ ସୁଟ୍‌‌ ପାଇଁ ଏହିସବୁ ସ୍ଥାନରେ ଭିଡ ବଢ଼ୁଛି।

ବିଶେଷକରି ବିନ୍ଦୁ ସାଗର, ଦେବୀ ପାଦହରା ପୁଷ୍କରିଣୀ, କର୍ଜନ ମଣ୍ଡପ, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଧଉଳି, ଉଦୟଗିରି ଏବଂ ଖଣ୍ଡଗିରି, ଭାସ୍କରେଶ୍ୱର ମନ୍ଦିର ଆଦି ସ୍ଥାନରେ ଏବେ ଫଟୋ ସୁଟ୍‌‌ ପାଇଁ ଲୋକଙ୍କ ସଂଖ୍ୟା ବଢ଼ୁଛି। ଆଗରୁ କେବଳ କଲେଜ ପିଲାଙ୍କ ଫଟୋ ସହ ଭିଡିଓ ଓ ରିଲ୍‌‌ସ ପାଇଁ ଏହିସବୁ ସ୍ଥାନକୁ ବାଛୁଥିଲେ। ହେଲେ ଏଥିରେ ପ୍ରି ୱେଡିଙ୍ଗ ଫଟୋସୁଟ୍‌‌ ମଧ୍ୟ ସାମିଲ ହେଲାଣି। ଏପରିକି ଗୁଗଲରେ ମଧ୍ୟ ରାଜଧାନୀର ପ୍ରମୁଖ ପ୍ରି ୱେଡିଙ୍ଗ୍‌‌ ଫଟୋ ସୁଟ୍‌‌ ସ୍ଥାନ ଖୋଜିଲେ ଉପରୋକ୍ତ ସ୍ଥାନଗୁଡିକ ହିଁ ପ୍ରଥମେ ଦେଖିବାକୁ ମିଳୁଛି। ବିଶେଷକରି ବାହାରକୁ ଯିବାରେ, ଟ୍ରାଭେଲ ଖର୍ଚ୍ଚ, ବୁକିଂ ଆଦିରେ ପଇସା ଖର୍ଚ୍ଚ ମଧ୍ୟ ଏଠାରେ କରିବାକୁ ପଡ଼ି ନ ଥାଏ। ଏଠାରେ ସେସବୁର ଆବଶ୍ୟକତା ନଥାଏ ବୋଲି କିଛି ଜଣ ମତ ଦେଇଥିଲେ। ପୂର୍ବରୁ ରିଲ୍‌‌ସ ସ୍ପଟ ପାଲଟିଥିବା ଏହି ଐତିହ୍ୟସ୍ଥଳୀରେ ଏବେ ଫଟୋ ସୁଟ୍‌‌ ପାଇଁ ଚାହିଦା ବଢ଼ିଛି। ବର୍ତ୍ତମାନ ବାହାଘର ସିଜିନ୍‌‌ ଆରମ୍ଭ ହୋଇଥିବାରୁ ଏହି ସ୍ଥାନଗୁଡିକରେ ଭିଡ଼ ମଧ୍ୟ ବଢ଼ୁଛି। ଏହି ଐତିହ୍ୟସ୍ଥଳୀଗୁଡିକର ଆକର୍ଷଣୀୟ କାରୁକାର୍ଯ୍ୟ ଯୋଗୁଁ ଲୋକ ଏହାକୁ ବାଛୁଛନ୍ତି। ଗୋଟିଏ ଦିନରେ ପାଖିପାଖି ୪ ରୁ ୫ ଯୋଡି ପ୍ରି ୱେଡିଙ୍ଗ ଫଟୋ ସୁଟ୍‌‌ ପାଇଁ ଆସୁଥିବା କହିଛନ୍ତି ମୁକ୍ତେଶ୍ୱର ମନ୍ଦିରର ଜଣେ କର୍ମଚାରୀ।

ପର୍ଯ୍ୟଟନର ବିକାଶରେ ‘୫-ଟି’ ଛାପ: ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ବଲାଙ୍ଗିରର ସମସ୍ତ ପର୍ଯ୍ୟଟନ କ୍ଷେତ୍ର
ବଲାଙ୍ଗିର(ଶିଶିରକାନ୍ତ ଶତପଥୀ, ଅଭିଳାଷ ହୋତା): ‘୫-ଟି’ ଉପକ୍ରମରେ ରାଜ୍ୟର ବିଭିନ୍ନ ପ୍ରକଳ୍ପକୁ ନୂଆ ରୂପ ଦିଆଯାଉଥିବା ବେଳେ ଏଥିରେ ସାମିଲ ହୋଇଛି ବଲାଙ୍ଗିର ଜିଲ୍ଲା। ଫଳରେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ହୋଇଛି ରୂପାନ୍ତରୀକରଣ। ହରିଶଙ୍କରରୁ ଗାଈଖାଇ, କୁମୁଡ଼ା ପାହାଡ଼ରୁ ଭୀମଡୁଙ୍ଗୁରି, ପ୍ରାୟ ସମସ୍ତ ପର୍ଯ୍ୟଟନକ୍ଷେତ୍ର ଏବେ ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଜିଲ୍ଲାରେ ରୂପାନ୍ତରିତ ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଆମର ଏ ସ୍ୱତନ୍ତ୍ର ଉପସ୍ଥାପନା।

ଗାଈଖାଇରେ ବଣଭୋଜି ଓ ବୋଟିଂ

ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ରହିଥିବା ଗାଈଖାଇ ଜଙ୍ଗଲ ଭିତରେ ବଣଭୋଜି ସହ ଜଳଭଣ୍ଡାରରେ ବୋଟିଂର ବ୍ୟବସ୍ଥା ରହିଛି। ଦିନେ ଏହି ସ୍ଥାନକୁ ଆସିବାକୁ ପର୍ଯ୍ୟଟକମାନେ ନାକ ଟେକୁଥିବା ବେଳେ ଏହି ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କ ନଜର ପଡ଼ିବା ପରେ ଏହା ଏବେ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ହୋଇପାରିଛି। ବଲାଙ୍ଗିର ସଦର ମହକୁମାଠାରୁ ପ୍ରାୟ ୨୭ କିଲୋମିଟର ଦୂରରେ ରହିଛି ଗାଈଖାଇ ଜଳସେଚନ ପ୍ରକଳ୍ପ। ୨୬ ନମ୍ବର ଜାତୀୟ ରାଜପଥ ସାଲେଭଟା ଓ ଲୋଇସିଂହା ମଝିରେ ଥିବା ଏହି ପ୍ରକଳ୍ପ ବଣ ପାହାଡ଼ ଭିତରେ ରହିଥିବାରୁ ବନ୍ୟପ୍ରାଣୀ ରହିବା ସହିତ ବଣଭୋଜି କରିବା ପାଇଁ ମଧ୍ୟ ଭିଡ଼ ଜମୁଛି। ଗତବର୍ଷ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ଜଳସେଚନ ପ୍ରକଳ୍ପ ଭିତରେ ବୋଟିଂ ବ୍ୟବସ୍ଥା କରିବା ସହିତ ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରଥମେ ଏହାକୁ ଇକୋ ଟୁରିଜିମରେ ସାମିଲ କରି ପ୍ରାୟ ୭୩ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା। ଏହି ଅନୁଦାନରେ ବୋଟିଂ ବ୍ୟବସ୍ଥା କରାଯିବା ସହ ବିଦ୍ୟୁତିକରଣ, ରେଷ୍ଟ ହାଉସ ଉନ୍ନତିକରଣ କାମ, ଡିଜିଟାଲ ଟିକଟ୍‌‌ ଘର, ଶୌଚାଳୟ ସହ ଅନ୍ୟ ବ୍ୟବସ୍ଥା କରାଯାଇଛି। ଏହା ସହିତ ଏକ ଶିଶୁ ଉଦ୍ୟାନ ନିର୍ମାଣ କାମ ଚାଲିଥିବା ବେଳେ ରେଷ୍ଟୁରାଣ୍ଟ ମଧ୍ୟ କରାଯିବ। ବନ ବିଭାଗ ଦ୍ୱାରା ‘୫-ଟି’ ଉପକ୍ରମରେ ଏହି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ କରାଯାଇଥିବା ବେଳେ ଏବେ ଏହା ଏକ ବିକଶିତ ପର୍ଯ୍ୟଟନକ୍ଷେତ୍ର ଭାବେ ରୂପାନ୍ତରିତ ହୋଇଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ଏଠାକୁ ଲୋକେ ଆସୁଛନ୍ତି। ଆଗକୁ ଏହି ପର୍ଯ୍ୟଟନକ୍ଷେତ୍ରରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅନ୍ୟ ସବୁ ବ୍ୟବସ୍ଥା କରାଯିବାର ଯୋଜନା ରହିଛି। ଡିଏଫ୍‌‌ଓ ନୀତୀଶ କୁମାରଙ୍କ ଉଦ୍ୟମରେ ଏହାର ନବୀକରଣ ହୋଇଥିବା ବେଳେ ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ହସିଲାଣି ହରିଶଙ୍କର

ବଲାଙ୍ଗିର ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ହରିଶଙ୍କର। ଗୋଟିଏ ସ୍ଥାନରେ ହରି ଓ ଶଙ୍କରଙ୍କ ମିଳିତ ମନ୍ଦିର ରହିଥିବାରୁ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପୀଠ ମଧ୍ୟ ହରିଶଙ୍କରକୁ କୁହାଯାଇଥାଏ। କୁଳୁକୁଳୁ ନାଦରେ ବହିଆସିଥିବା ଝରଣା, ଔଷଧୀୟ ବୃକ୍ଷରେ ଭର୍ତ୍ତି ଗନ୍ଧମାର୍ଦ୍ଦନ ପର୍ବତ ଶୋଭାବର୍ଦ୍ଧନ କରୁଛି। ତେବେ ଏହି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟାୟକ୍ରମେ ରାଜ୍ୟ ସରକାର ଶହେ କୋଟି ଟଙ୍କା ଘୋଷଣା ହୋଇଥିବା ବେଳେ ପ୍ରାୟ ୧୭ କୋଟି ଟଙ୍କାର କାମ ଏବେ ସମ୍ପୂର୍ଣ୍ଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଉଠା ଦୋକାନୀଙ୍କ ପାଇଁ ଅଢ଼େଇ କୋଟି ଟଙ୍କା ବ୍ୟୟରେ ଷ୍ଟଲ୍‌‌ ନିର୍ମାଣ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟର ୧୫ କୋଟି ଟଙ୍କାରେ ଚାଲିଥିବା ଅନ୍ୟାନ୍ୟ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଟଙ୍କାରେ ମନ୍ଦିର ପାଚେରି, ଭୋଗମଣ୍ଡପ, ସୂଚନା କେନ୍ଦ୍ର ତଥା ମ୍ୟୁଜିୟମ, ଶୌଚାଳୟ, ସୁବିଧାକେନ୍ଦ୍ର, ପାର୍କିଂସ୍ଥଳ, ଗାଧୁଆ ଘର ସହ ସୌନ୍ଦର୍ଯ୍ୟକରଣ କାମ କରାଯାଇଛି। ପର୍ଯ୍ୟାୟକ୍ରମେ ଆହୁରି ଅଧିକ ଟଙ୍କାରେ ଆଉ ସବୁ କାମ ମଧ୍ୟ ହାତକୁ ନିଆଯିବାର ଯୋଜନା ରହିଛି। କେବଳ ଏତିକି ନୁହେଁ, ହରିଶଙ୍କର ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏଠାରେ ଏକ ହରିଣ ପାର୍କ ରହିଛି। ଯାହାର ଉନ୍ନତିକରଣ କାମ ମଧ୍ୟ ବନ ବିଭାଗ ଜରିଆରେ କରାଯାଇଛି। ହରିଣ ପାର୍କ ସମ୍ପ୍ରସାରଣ, ଶିଶୁ ଉଦ୍ୟାନ, ବଟାନିକାଲ ଗାର୍ଡେନ ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସେହିପରି ବନ ବିଭାଗର ଡାକବଙ୍ଗଳାର ମଧ୍ୟ ନବୀକରଣ କରାଯାଇଛି। ପର୍ଯ୍ୟଟକମାନେ ଚାହିଁଲେ ହରିଶଙ୍କରରେ ରାତ୍ରିଯାପନ କରିପାରିବେ।

ତିନି ପୁରୁଣା ମନ୍ଦିରରେ ‘୫-ଟି’ ସ୍ପର୍ଶ

ବଲାଙ୍ଗିର ସହରକୁ ମଧ୍ୟ ପର୍ଯ୍ୟଟନର ଏକ ହବ୍‌‌ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ‘୫-ଟି’ ରୂପାନ୍ତରୀକରଣରେ ମନ୍ଦିରଗୁଡ଼ିକର ଉନ୍ନତିକରଣ କରାଯାଉଥିବା ବେଳେ ସହରରେ ଥିବା ତିନି ପ୍ରମୁଖ ମନ୍ଦିରକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯାଇଛି। ସହରରେ ଥିବା ପୁରାତନ ସମଲେଶ୍ୱରୀ ମନ୍ଦିର ପାଇଁ ୩ କୋଟି ୧୫ଲକ୍ଷ ଟଙ୍କାର ଅନୁଦାନ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ସେହିପରି ପାଟଣେଶ୍ୱରୀ ମନ୍ଦିର ପାଇଁ ୧ କୋଟି ୧୨ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଏହି ଟଙ୍କାର ଉଭୟ ମନ୍ଦିରର ସାମଗ୍ରିକ ବିକାଶ କରାଯିବ। ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ ଉନ୍ନୟନମୂଳକ କାମ କରାଯିବ ବୋଲି ଜଣାପଡ଼ିଛି। ସେହିପରି ଗୋପାଲଜୀ ମନ୍ଦିରକୁ ସର୍ବାଧିକ ୫ କୋଟି ୭୧ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କିଛି ମାସ ତଳେ ‘୫-ଟି’ ଅଧ୍ୟକ୍ଷ ବଲାଙ୍ଗିର ଗସ୍ତ ସମୟରେ ଏହି ତିନି ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସେମାନେ କରିଥିବା ଦାବି ଅନୁସାରେ ଏହି ଅନୁଦାନ ପ୍ରଦାନ କରାଯାଇଛି।

ଚମକୁଛି କୁମୁଡ଼ା

ଏକଦା ଲଣ୍ଡାପାହାଡ଼ ନାମରେ ପରିଚିତ ଟିଟିଲାଗଡ଼ର ପ୍ରସିଦ୍ଧ କୁମୁଡ଼ା ପାହାଡ଼ ଆଜି ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି। ଏହି ପାହାଡ଼ ଗୁମ୍ଫାରେ ଧବଳେଶ୍ୱର ପୂଜା ପାଉଥିବା ବେଳେ ପାର୍କ, ବୃକ୍ଷରୋପଣ ସହ ଅନ୍ୟ ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ୧ କୋଟି ୮୮ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତତ୍କାଳୀନ ‘୫-ଟି’ ସଚିବ (ବର୍ତ୍ତମାନର ‘୫-ଟି’ ଅଧ୍ୟକ୍ଷ) କାର୍ତ୍ତିକ ପାଣ୍ଡିଆନ ଟିଟିଲାଗଡ଼ ଗସ୍ତକରି କୁମୁଡ଼ା ପାହାଡ଼ରେ କ’ଣ ସବୁ ବିକାଶ କରାଯାଇ ପାରିବ, ତାହା ନିରୀକ୍ଷଣ କରିଥିଲେ। ଏହାର କିଛି ଦିନପରେ କୁମୁଡ଼ା ପାହାଡର ବିକାଶ ପାଇଁ ରାଜ୍ୟ ସରକାର ୧ କୋଟି ୮୮ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ବଲାଙ୍ଗିର ଡିଏଫ୍‌‌ଓ ନୀତୀଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାର ଉନ୍ନତିମୂଳକ କାମ ଚାଲିଛି। ମନ୍ଦିରର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ, କୁମୁଡ଼ା ପାହାଡ଼ର ପାଦଦେଶରେ ପାର୍କ ନିର୍ମାଣ, ପାର୍କିଂ ବ୍ୟବସ୍ଥା ଭଳି ସବୁ ଦିଗରେ କୁମୁଡ଼ା ପାହାଡ଼ର ବିକାଶକୁ ଧ୍ୟାନ ଦିଆଯାଇଛି। ଫଳରେ ଏବେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବଢ଼଼ିଛି।

ଭୀମଡୁଙ୍ଗୁରୀ ମୁହାଁ ପର୍ଯ୍ୟଟକ

ବଲାଙ୍ଗିର ଜିଲ୍ଲାରେ ପର୍ଯ୍ୟଟକଙ୍କ ପାଇଁ ନୂଆ ଠିକଣା ସାଜିଛି ଦେଓଗାଁ ବ୍ଲକର ଭୀମଡୁଙ୍ଗୁରୀ। ରାଜ୍ୟ ସରକାରଙ୍କ ଉଦ୍ୟମରେ ବନ ବିଭାଗ ଦ୍ୱାରା ଏହି ପର୍ଯ୍ୟଟନସ୍ଥଳର ନବକଳେବର କରାଯାଇଛି। ଏଠାରେ ଶିଶୁ ଉଦ୍ୟାନ, ଭୀମଡୁଙ୍ଗୁରୀର ଉନ୍ନତିକରଣ, ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ନୌ-ବିହାର ବ୍ୟବସ୍ଥା କରାଯାଇଛି। ସବୁଜ ବନାନୀ ଭିତରେ ଥିବା ଏହି ପାହାଡ଼ରେ ରହିଛି ବହୁ ସଂଖ୍ୟାରେ ଗୁମ୍ଫା। ଏହାର ଐତିହାସିକ ପୃଷ୍ଠଭୂମି ମଧ୍ୟ ରହିଛି। ୨୦୧୫ରେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା ଏହି ସ୍ଥାନ ଆଜିର ଦିନରେ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ଭାବେ ପରିଚୟ ପାଇଛି। ଏହାକୁ ଇକୋ ଟୁରିଜିମ୍‌‌ରେ ସାମିଲ କରି ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ ହାତକୁ ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ପାହାଡ଼ ଉପରକୁ ପାହାଚ, ପାହାଚରେ ରେଲିଂ, ପାହାଡ଼ର ବିପରୀତ ପାର୍ଶ୍ବରେ ପାହାଚ ନିର୍ମାଣ ସମେତ ପିଇବା ପାଣିର ବ୍ୟବସ୍ଥା, ଆଲୋକୀକରଣ କରାଯାଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ ଲକ୍ଷ ଟଙ୍କାର ପାଣ୍ଠି ସ୍ୱତନ୍ତ୍ର ଭାବେ ପ୍ରଦାନ କରାଯାଇଥିଲା। ଏହି ଟଙ୍କାରେ ଓଟିଡିସି ପକ୍ଷରୁ ନିର୍ମାଣ ହୋଇଥିବା ବଙ୍ଗଳାର ଉନ୍ନତିକରଣ କାମ, ଭୀମଡୁଙ୍ଗୁରୀକୁ ଲାଗିରହିଥିବା ଜଳାଶୟରେ ବୋଟିଂ ବ୍ୟବସ୍ଥା କରାଯାଇଥିଲା। ଏହି ବୋଟିଂରୁ ପ୍ରତି ଆର୍ଥିକ ବର୍ଷ ୫ ଲକ୍ଷରୁ ଅଧିକ ରାଜସ୍ୱ ଆୟ ହେଉଛି। ଉନ୍ନତିକରଣ ସହ ଏକ ସୁଦୃଶ୍ୟ ଶିଶୁ ଉଦ୍ୟାନ ନିର୍ମାଣ ହୋଇଛି। ପାର୍କ ପରିଚାଳନା ଦାୟିତ୍ୱ ମୁକୁନ୍ଦପୁର ପଞ୍ଚାୟତସ୍ତରୀୟ ଏସ୍‌‌ଏଚ୍‌‌ଜି ସଂଘକୁ ଦିଆଯାଇଛି। ପାର୍କକୁ ଲାଗି ଖୋଲା ଯାଇଥିବା ମିଶନ ଶକ୍ତି କାଫେର ଦାୟିତ୍ୱ ମୁକୁନ୍ଦପୁର ପଞ୍ଚାୟତସ୍ତରୀୟ ସଂଘକୁ ଦିଆଯାଇଛି। ଏହି ସଂଘରେ ୨୬ ଜଣ ସଦସ୍ୟ ରହିଥିବା ବେଳେ ଏହା ତାଙ୍କ ପାଇଁ ଆୟର ଏକ ସୁଯୋଗ ସୃଷ୍ଟିକରିଛି। ପର୍ଯ୍ୟଟନ ବିକାଶ ସହ ମହିଳାଙ୍କୁ ସଶକ୍ତୀକରଣ କରିବା ଦିଗରେ ଭୀମଡୁଙ୍ଗୁରୀ ସହାୟକ ହୋଇଛି। ଏହାର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଧିକ ୬ କୋଟି ୬୬ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ଏହି ଟଙ୍କାରୁ ୨ କୋଟି ୧୮ ଲକ୍ଷ ଟଙ୍କାରେ ଜଳାଶୟର ଉନ୍ନତିକରଣରେ ଖର୍ଚ୍ଚ କରାଯିବା ସହିତ ଆଲୋକୀକରଣ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ବଣଭୋଜି ପିଣ୍ଡି, ଡଷ୍ଟବିନ୍‌‌, ପାର୍କର ଉନ୍ନତିକରଣ, ଓଟିଡିସି ବଙ୍ଗଳାର ଉନ୍ନତିକରଣ ଭଳି ପାଖାପାଖି ୧୯ଟି ଛୋଟବଡ଼ କାମ କରାଯିବ।