Veteran actor - The Sakala

ଭେଟେରାନ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ
ନୂଆଦିଲ୍ଲୀ: ବଲିଉଡ୍‌ ଜଣେ ଆଇକନିକ୍‌ ତାରକାଙ୍କୁ ହରାଇଛି। ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି। ୮୯ ବର୍ଷ ବୟସରେ ମୁମ୍ବାଇ ଘରେ ଆଖି ବୁଜିଛନ୍ତି ଧର୍ମେନ୍ଦ୍ର। ସେ ୬ ଦଶନ୍ଧିର ଫିଲ୍ମ କ୍ୟାରିଅରରେ ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ଅଭିନୟ କରିଛନ୍ତି।  ବ୍ରିଚ୍‌ କାଣ୍ଡି ହସ୍ପିଟାଲରୁ ଫେରିବା ପରଠାରୁ ଲାଇଫ୍‌ ସପୋର୍ଟରେ ଥିଲେ। ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ପ୍ରଚାର ହେଉଥିଲା, କିନ୍ତୁ ବର୍ତ୍ତମାନ ତାଙ୍କର ଦେହାନ୍ତ ନିଶ୍ଚିତ ହୋଇଛି।

୧୯୬୦ରେ ଦିଲ ଭି ତେରା ହମ ଭି ତେରା ଫିଲ୍ମ ମାଧ୍ୟମରେ ଧର୍ମେନ୍ଦ୍ର ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ଅନପଢ଼, ବନ୍ଦିନୀ, ଅନୂପମା ଓ ଆୟା ସାୱନ ଝୁମ କେ ମାଧ୍ୟମରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ। ସେ ରେକର୍ଡ ବ୍ରେକିଂ ଶୋଲେ, ଧରମବୀର, ଚୁପକେ ଚୁପକେ, ମେରା ଗାଁଓ ମେରା ଦେଶ ଓ ଡ୍ରିମ ଗାର୍ଲ ପରି ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟିଥିଲେ।

ତାଙ୍କୁ ଶେଷଥର ପାଇଁ ବାତୋଁ ମେଁ ଏସା ଉଲଝା ଜିୟାରେ ଦେଖିବାକୁ ମିଳିଥିଲା। ଏଥିରେ ଶାହିଦ କପୁର ଓ କୃତି ସାନନ ପ୍ରମୁଖ ଅଭିନୟ କରିଥିଲେ। ନିକଟରେ ତାଙ୍କର ଆଗାମୀ ଫିଲ୍ମ ଏକ୍କିସର ଟ୍ରେଲର ରିଲିଜ ହୋଇଛି। ଏଥିରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ବେଶ ପସନ୍ଦ କରାଯାଉଛି। ଫିଲ୍ମଟି ଡିସେମ୍ବର ୨୫ରେ ରିଲିଜ ହେବ।

ପରଲୋକରେ ବଲିଉଡ୍‌ ଏବଂ ଟେଲିଭିଜନ ଦୁନିଆର ଚର୍ଚ୍ଚିତ ହାସ୍ୟ ଅଭିନେତା ସତୀଶ ଶାହ
ମୁମ୍ବାଇ: ପରଲୋକରେ ବଲିଉଡ୍‌ ଏବଂ ଟେଲିଭିଜନ ଦୁନିଆର ଚର୍ଚ୍ଚିତ ହାସ୍ୟ ଅଭିନେତା ସତୀଶ ଶାହ। ଆଜି ଦିନ ପ୍ରାୟ ୨:୩୦ମିନିଟରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ କିଡନି ରୋଗରେ ପୀଡ଼ିତ ଥିଲେ । ତାଙ୍କ ମ୍ୟାନେଜରଙ୍କ ସୂଚନା ଅନୁଯାୟୀ, ରବିବାର ଆସନ୍ତା ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ। ସତୀଶଙ୍କ ମୃତ୍ୟୁ ବଲିଉଡ୍‌ରେ ଶୋକର ଛାୟା ଖେଳାଇ ଦେଇଛି ।

ସତୀଶ ଶାହ ଦୀର୍ଘ ଦିନ ଧରି କିଡ୍ନୀ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ନିକଟରେ ତାଙ୍କର କିଡ୍ନୀ ପ୍ରତିରୋପଣ କରାଯାଇଥିଲା। ସେ ସାରାଭାଇ ଭର୍ସେସ୍‌ ସାରାଭାଇ' ଏବଂ 'ଜାନେ ଭି ଦୋ ୟାରୋ' ପରି କାର୍ଯ୍ୟକ୍ରମରୁ ଘରେ ଘରେ ପରିଚିତ ହୋଇଥିଲେ। ଚଳଚ୍‌ଚିତ୍ର କଥା କହିବାକୁ ଗଲେ, 'ମେଁ ହୁଁ ନା', 'କଲ୍‌ ହୋ ନା ହୋ', 'ଫନା', ଓ 'ଓମ୍‌ ଶାନ୍ତି ଓମ୍‌' ପରି ଅନେକ ସଫଳ ଚଳଚ୍‌ଚିତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। "ଗୁଜୁରାଟର ମାଣ୍ଡଭୀରେ ଜନ୍ମଗ୍ରହଣ କରିଥିବା ସତୀଶ ଶାହ, ପୁଣେର ପ୍ରତିଷ୍ଠିତ ଏଫ୍‌.ଟି.ଆଇ.ଆଇରୁ ପାଠପଢ଼ା ଶେଷ କରିଥିଲେ। ସେ ୧୯୭୦ ମସିହାରେ 'ଭଗବାନ ପରଶୁରାମ' ଚଳଚ୍‌ଚିତ୍ରରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ।

ଭେଟେରାନ ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ, ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ବଲିଉଡର ବର୍ଷିଆନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁତର। ଶନିବାର ସକାଳେ ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥତା ଅନୁଭବ କରିଥିଲେ ଏବଂ ପରେ ଛାତିରେ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା ।

ମିଳିଥିବା ସୂଚନା ମୁତାବକ, ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସମ୍ମାନଜନକ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେପଟେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଫ୍ୟାନ୍ସ । ୭୩ ବର୍ଷୀୟ ମିଥୁନ ଚକ୍ରବର୍ତ୍ତୀ ଶନିବାର ସକାଳେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଶରୀରରେ ସାମାନ୍ୟ ଅସ୍ଥିରତା ମଧ୍ୟ ଅନୁଭବ କରିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପୂର୍ବରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ କେମିତି ଅଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ଖବର ଅନୁଯାୟୀ, ବର୍ଷକ ତଳେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ । ଏବେ ସେ ରାଜନୀତିର ଜଣେ ସକ୍ରିୟ ସଦସ୍ୟ ଅଛନ୍ତି ।