vote - The Sakala
କେନ୍ଦୁଝର: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ଏହି କ୍ରମରେ ଆଜି ସାରା କେନ୍ଦୁଝର ଦେଇଛି ଭୋଟ।  ମତଦାନକୁ ଅଧିକ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ମାତ୍ର ତେଲକୋଇ ନିର୍ବାଚନ ମଣ୍ଡଳୀ କୁଆଁର ପଞ୍ଚାୟତର ତାଳପଦାରେ ଏକ ନିଆରା ବୁଥ ସ୍ଥାପନ ହୋଇ ମତଦାନ ଚାଲିଛି। ଯାହାକି ଜିଲ୍ଲାରେ ପ୍ରଥମ।
ଏଠାରେ ତିଆରି ହୋଇଛି ଗୋଟିଏ ଆଦର୍ଶ ବୁଥ, ଯାହାକି ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ (ପିଭିଟିଜି )ମାନଙ୍କ ନିମନ୍ତେ ସ୍ଥାପନ ହୋଇଛି। ଏଠାରେ ଆଦିମ ଜନଜାତି ଜୁଆଙ୍ଗ ଏବଂ ପାଉଡ଼ି ଭୂୟାଁମାନେ ପାରମ୍ପରିକ ବ୍ୟବସ୍ଥା ମଧ୍ୟରେ ନିଜର ମତଦାନ ଦେଉଛନ୍ତି। ଏହା ତେଲକୋଇ ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୬୬ ହୋଇଥିବାବେଳେ ଆଦିବାସୀଙ୍କର ପାରମ୍ପରିକ ମଣ୍ଡଘର, ପନିପରିବା, ସ୍ୱତନ୍ତ୍ର ଶହାୟକ କେନ୍ଦ୍ର, ପାନୀୟ ଜଳ ବ୍ୟବସ୍ଥା, ପ୍ରବେଶ ପଥରେ ସ୍ୱତନ୍ତ୍ର ଭାବେ ସ୍ୱାଗତ ବ୍ୟବସ୍ଥା କରାଯାଇଛି. ମଣ୍ଡଘରେ ଚାଙ୍ଗୁ, ଧନୁତିର, ଧାନରଖା ଡ଼ଲି, ମାଣ୍ଡିଆ, ମକା ବଜରା ଅନ୍ୟାନ୍ୟ ଖାଦ୍ୟଶଷ୍ୟ ସୁନ୍ଦର ଭାବେ ସଜ୍ଜା ଯାଇଛି। ଯାହା ଫଳରେ ଆଦିବାସୀ ମାନେ ନିଜର ପରମ୍ପରିକ ବ୍ୟବସ୍ଥା ମଧ୍ୟରେ ଖୁସି ମନାଇ ଭୋଟ ଦେଉଛନ୍ତି।ଭୋଟ ହାର ବୃଦ୍ଧି ନିମନ୍ତେ ପ୍ରଶାସନର ଏଭଳି ପ୍ରୟାସ ନିଆରା ହୋଇଥିବାବେଳେ ନିଜ ଅଞ୍ଚଳରେ ପ୍ରଥମକରି ଏଭଳି ବୁଥ ଓ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ଯୁବ ଭୋଟରମାନେ ଆନନ୍ଦ ପ୍ରକଟ କରୁଛନ୍ତି।
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି: ସକାଳ ୯ଟା ସୁଦ୍ଧା ଭୋଟ ହାର ୭.୪୩ ପ୍ରତିଶତ
ଭୁବନେଶ୍ବର: ଚାଲିଛି ଗଣତନ୍ତ୍ରର ମହାପର୍ବ । ଦେଶରେ ଚାଲିଛି ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ।  ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି।
ସୂଚନା ଅନୁଯାୟୀ, ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ଭୋଟିଂ ହୋଇଛି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ୬.୬୫ ଭୋଟିଂ ହୋଇଛି। ସେହିପରି କଟକ-୭.୩୨ %, ଢେଙ୍କାନାଳ- ୭.୯୫%, କେନ୍ଦଝର- ୮.୭୪ %, ପୁରୀ- ୬.୮୭ %  ଓ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ -୭.୦୯ ପ୍ରତିଶତ ଭୋଟିଂ ହୋଇଛି।
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ: ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ଜନତା
ଭୁବନେଶ୍ୱର: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ଯାଇଛି। ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି।
ଉପରୋକ୍ତ ଆସନଗୁଡ଼ିକରେ ବିଭିନ୍ନ ଦଳର ବହୁ ହେଭିୱେଟ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଲୋକସଭା କ୍ଷେତ୍ର ବିଚାରକୁ ନେଲେ, ସମ୍ବଲପୁରରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢ଼େଇ ରାଜ୍ୟ ରାଜନୀତିରେ ସବୁଠାରୁ ରୋଚକ ପାଲଟିଛି। ପୁରୀରେ ସମ୍ବିତ ପାତ୍ର ବନାମ ଅରୂପ ପଟ୍ଟନାୟକ, ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ବନାମ ମନ୍ମଥ ରାଉତରାୟ, କଟକରେ ଭର୍ତ୍ତୃହରି ମହତାବ ବନାମ ସଂତୃପ୍ତ ମିଶ୍ର, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି ବନାମ ଡ. ଅବିନାଶ ସାମଲଙ୍କ ଲଢ଼େଇ ମଧ୍ୟ ବେଶ୍‌‌ ରୋଚକ ହେବ ବୋଲି ରାଜନୈତିକ ପଣ୍ଡିତମାନେ ମତବ୍ୟକ୍ତ କରିଛନ୍ତି।
ବିଧାନସଭା କ୍ଷେତ୍ରରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଡ. ଅରୁଣ ସାହୁ, ବଦ୍ରି ନାରାୟଣ ପାତ୍ର, ରୋହିତ୍‌‌ ପୂଜାରୀ, ସନାତନ ମହାକୁଡ଼ ମଧ୍ୟ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ୬ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୬୪ଜଣ ପ୍ରାର୍ଥୀ (ପୁରୁଷ-୫୫, ମହିଳା-୯) ରହିଛନ୍ତି। ସେହିପରି ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୩୮୩ଜଣ (ପୁରୁଷ-୩୩୯, ମହିଳା-୪୪) ପ୍ରାର୍ଥୀରହିଛନ୍ତି। ଅର୍ଥାତ୍‌‌ ମୋଟ ୪୪୭ପ୍ରାର୍ଥୀ ଏହି ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ମୋଟ ୯୪,୪୮,୫୫୩ ଜଣ ମତଦାତା ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।
ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ ସାଧାରଣରେ ବେଶ୍‌‌ ଉତ୍କଣ୍ଠା ଏବଂ ଉତ୍ସୁକତା ପ୍ରକାଶ ପାଇଛି। ଭୋଟର୍‌ କାହା ପ୍ରତି ସମର୍ଥନ ଅଜାଡ଼ିବେ, କିଏ ନିର୍ବାଚନୀ ସଫଳତା ପାଇବେ; ଏହାକୁ ନେଇ ଗାଁଠାରୁ ସହର ଯାଏଁ ଆଲୋଚନା ଜୋର୍‌‌ ଧରିଥିବା ବେଳେ ଏପଟେ ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼ ହେଲାଣି। ନିଜ ପକ୍ଷକୁ ଭୋଟରଙ୍କୁ ଆଣିବା ପାଇଁ ପ୍ରାର୍ଥୀ ଏବଂ ସେମାନଙ୍କ ଦଳ ମଇଦାନରେ ଖୁବ୍‌‌ ଝାଳ ବୁହାଇଥିବା ବେଳେ ଜନତା କାହା ମୁଣ୍ଡରେ ଶିରିପା ବାନ୍ଧୁଛନ୍ତି; ତାହାକୁ ନେଇ ଉତ୍କଣ୍ଠା ଚରମସୀମାରେ ପହଞ୍ଚିଛି।
ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଏହି ୬ ସଂସଦୀୟ ଆସନ ମଧ୍ୟରୁ ବିଜେଡି ୪ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଖାତାକୁ ୨ଟି ଆସନ ଯାଇଥିଲା। ସେହିପରି ୪୨ ବିଧାନସଭା ଆସନରେ ଶାସକ ବିଜୁ ଜନତା ଦଳକୁ ବିପୁଳ ବିଜୟ ମିଳିଥିଲା। ୪୨ ଆସନ ମଧ୍ୟରୁ ବିଜେଡି ସର୍ବାଧିକ ୩୪ ଆସନରେ ବିଜୟୀ ହୋଇଥିଲା। ଅପରପକ୍ଷେ, ବିଜେପି ଖାତାକୁ ୬ଟି ଏବଂ କଂଗ୍ରେସ ମାତ୍ର ୨ଟି ଆସନରେ ସନ୍ତୁଷ୍ଟ ହୋଇଥିଲା। ଚଳିତଥର ମଧ୍ୟ ବିଧାନସଭାରେ ସମାନ ପରିସଂଖ୍ୟାନ ବଜାୟ ରଖିବାକୁ ବିଜେଡି ପ୍ରଚାର କାର୍ଯ୍ୟକ୍ରମକୁ ଶାଣିତ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌‌ ଉପରୋକ୍ତ ଲୋକସଭା କ୍ଷେତ୍ରକୁ ଘନଘନ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ସେହିପରି ବିରୋଧୀ ବିଜେପି ମଧ୍ୟ ନିଜ କେନ୍ଦ୍ରୀୟ ନେତାଙ୍କୁ ଆଣି ଜନମତକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରିଥିବା ବେଳେ କଂଗ୍ରେସ ମଧ୍ୟ ନିଜ ସାଧ୍ୟମତେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିଛି।
ତୃତୀୟ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର: ରାତି ପାହିଲେ ଭୋଟ୍‌ ଦେବ ଓଡ଼ିଶା, ଭୋଟର୍‌ଙ୍କ ହାତରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି ଅର୍ଥାତ ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଓ ଭୁବନେଶ୍ୱର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟର ନିଜ ପ୍ରତିନିଧି ବାଛିବେ। ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟକ୍ରମରେ ବିରାମ ଲାଗିଛି। ଏହି ପର୍ଯ୍ୟାୟରେ ରାଜ୍ୟ ରାଜନୀତିର ବହୁ ହେଭିୱେଟ୍‌ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ ସେମାନଙ୍କ ପାଇଁ ଶେଷ ଦିନରେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ପ୍ରଚାର କରିଛନ୍ତି। ରୋଡ୍‌ ଶୋ’, ସାଧାରଣ ସଭା ତଥା ଘରକୁ ଘର ବୁଲି ପ୍ରଚାର କରି ସେମାନେ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବାକୁ ଶେଷ ଅନୁରୋଧ କରିଛନ୍ତି। ଅପରପକ୍ଷେ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ଭାବେ ପରିଚାଳିତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି
ଶ୍ରୀ ଧଳଙ୍କ ସୂଚନାନୁଯାୟୀ, ତୃତୀୟ ପର୍ଯ୍ୟାୟରେ ଏହି ୬ ଲୋକସଭା କ୍ଷେତ୍ର ପାଇଁ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୮, ୨୯, ୬୬୦ ପୁରୁଷ, ୪୬, ୧୭, ୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮, ୪୫, ୫୦୩ ଜଣ ଯୁବ ମତଦାତା ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧୦, ୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି। ଅର୍ଥାତ୍‌‌ ତୃତୀୟ ପର୍ଯ୍ୟାୟରେ ମୋଟ ୧୦୫୫୧ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୫୦୦ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ହେବ ଏବଂ ୩୦ଟି ସମ୍ପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦୦୦ଟି ଆଦର୍ଶ ମତଦାନ କେନ୍ଦ୍ର (ମଡେଲ ବୁଥ୍‌‌) ରହିଛି। ସେହିପରି ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି ଶ୍ରୀ ଧଳ ସୂଚନା ପ୍ରଦାନ କରିଛନ୍ତି।
ଅପରପକ୍ଷେ, ଉପରୋକ୍ତ ୬ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୬୪ଜଣ ପ୍ରାର୍ଥୀ (ପୁରୁଷ-୫୫, ମହିଳା-୯) ରହିଛନ୍ତି। ସେହିପରି ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୩୮୩ ଜଣ (ପୁରୁଷ-୩୩୯, ମହିଳା-୪୪) ପ୍ରାର୍ଥୀ ରହିଛନ୍ତି। ଅର୍ଥାତ୍‌‌ ମୋଟ ୪୪୭ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଲୋକସଭା କ୍ଷେତ୍ର ପାଇଁ ମୋଟ ୧୩୨୭୨ଟି ବାଲାଟ୍‌‌ ୟୁନିଟ୍‌‌, ୧୩୪୨୫ଟି କଣ୍ଟ୍ରୋଲ ୟୁନିଟ୍‌‌ ଓ ୧୪୪୨୭ଟି ଭିଭିପାଟ ବ୍ୟବସ୍ଥା ହୋଇଛି। ବିଧାନସଭା କ୍ଷେତ୍ର ମତଦାନ ପାଇଁ ୧୩୩୬୫ଟି ବାଲାଟ ୟୁନିଟ୍‌‌, ୧୩୫୧୮ଟି କଣ୍ଟ୍ରୋଲ ୟୁନିଟ୍‌‌ ଓ ୧୪୬୦୪ଟି ଭିଭିପାଟ୍‌‌ ବ୍ୟବସ୍ଥା କରାଯାଇଛି ବୋଲି ସିଇଓ ସୂଚନା ପ୍ରଦାନ କରିଛନ୍ତି।
ସେହିପରି ତୃତୀୟ ପର୍ଯ୍ୟାୟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବେଶ୍‌‌ ଗୁରୁତ୍ୱ ଦିଆଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୧୨୧ କମ୍ପାନୀ ସିଏପିଏଫ୍‌‌(ସେଣ୍ଟ୍ରାଲ ଆର୍ମଡ୍‌‌ ପୁଲିସ ଫୋର୍ସ) ନିୟୋଜିତ ହେବେ। ଷ୍ଟ୍ରଙ୍ଗରୁମ୍‌‌ ବ୍ୟତିରେକ ଏମାନଙ୍କୁ ପ୍ରାୟ ୨୦୦୦ ପୋଲିଂ ଷ୍ଟେସନ ସ୍ଥଳରେ ନିୟୋଜିତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ସବୁ ବର୍ଗର ଭୋଟର୍‌ଙ୍କ ପାଇଁ ପୋଲିଂ ବୁଥରେ ବିଭିନ୍ନ ସୁବିଧା ବ୍ୟବସ୍ଥା କରାଯାଇଥିବା ବେଳେ ଅଧିକରୁ ଅଧିକ ଭୋଟର ଯେପରି ଗଣତନ୍ତ୍ର ଏହି ମହାନ ପର୍ବରେ ସାମିଲ ହେବେ ସେନେଇ ବ୍ୟାପକ ସଚ୍‌‌ତନତା କାର୍ଯ୍ୟକ୍ରମ କରାଯାଇଛି।
ଭୋଟ୍ ଦେଉଛି ଓଡ଼ିଶା: ଅପରାହ୍ନ ୫ଟା ସୁଦ୍ଧା ୬୦.୫୫ ପ୍ରତିଶତ ହୋଇଛି ମତଦାନ
ଭୁବନେଶ୍ବର: ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳୁ ପାଗ ମଧ୍ୟ ଭଲ ରହିଥିବାରୁ ଲୋକମାନେ ମତଦାନ କରିବାକୁ ବହୁ ସଂଖ୍ୟାରେ ଆସୁଛନ୍ତି। ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଅପରାହ୍ନ୫ ଟା ସୁଦ୍ଧା ୬୦.୫୫ ପ୍ରତିଶତ ହୋଇଛି ମତଦାନ ହୋଇଛି ।
ପରାହ୍ନ ୫ଟା ସୁଦ୍ଧା ୬୦.୫୫ ପ୍ରତିଶତ ଭୋଟିଂ
-କବିସୂର୍ଯ୍ୟନଗର- ୫୬.୬୬ ପ୍ରତିଶତ
-କଣ୍ଟାବାଞ୍ଜି- ୫୫.୧୫ ପ୍ରତିଶତ ଭୋଟିଂ
-କଣ୍ଟାମାଳ- ୫୫.୩୦ ପ୍ରତିଶତ
-ଖଲ୍ଲିକୋଟ- ୫୮.୨୩ ପ୍ରତିଶତ
-ଲୋଇସିଂହା- ୫୮.୪୫ ପ୍ରତିଶତ
-ପଦମପୁର- ୬୫.୩୨ ପ୍ରତିଶତ
-ପାଟଣାଗଡ-୬୦.୧ ପ୍ରତିଶତ
-ଫୁଲବାଣୀ- ୫୯.୨୫ ପ୍ରତିଶତ
-ପୋଲସରା-୫୮.୬୬ ପ୍ରତିଶତ
-ରଘୁନାଥପାଲି- ୫୮.୨୫ ପ୍ରତିଶତ
-ରାଜଗାଙ୍ଗପୁର- ୫୭.୫୮ ପ୍ରତିଶତ
-ରାଉରକେଲା- ୫୫.୧୬ ପ୍ରତିଶତ
-ସାନଖେମୁଣ୍ଡି- ୫୭.୩୯ ପ୍ରତିଶତ
-ସୋନପୁର- ୭୧.୩୫ ପ୍ରତିଶତ
-ସୋରଡା- ୪୭.୮୦ ପ୍ରତିଶତ
-ସୁନ୍ଦରଗଡ- ୬୨ ପ୍ରତିଶତ
-ତଳସରା- ୬୫ ପ୍ରତିଶତ
-ଟିଟିଲାଗଡ- ୬୧.୯୧ ପ୍ରତିଶତ ଭୋଟିଂ
ଭୋଟ ଦେଲା ଓଡ଼ିଶା: ପ୍ରଥମ ପର୍ଯ୍ୟାୟରେ ୭୩.୯୭% ମତଦାନ
ଭୁବନେଶ୍ୱର: ଗଣତନ୍ତ୍ର ମହାନ ପର୍ବ ନିର୍ବାଚନର ଆଦ୍ୟଚରଣ ଗତକାଲି ଦେଶରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦେଶରେ ଚତୁର୍ଥ ତଥା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ଏହାସହ ଉପରୋକ୍ତ ଲୋକସଭା ଏବଂ ବିଧାନସଭା ଆସନରେ ଲଢ଼ୁଥିବା ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌‌ରେ ସିଲ୍‌‌ ହୋଇଛି। କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ, ମତଦାନ ପ୍ରକ୍ରିୟା ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବେ ଶେଷ‌ ହୋଇଛି। ମିଳିଥିବା ପ୍ରାଥମିକ ତଥ୍ୟ ଅନୁସାରେ, ରାଜ୍ୟରେ ମତଦାନ ହାର ୭୩.୯୭ % ରହିଛି।
ଭାରତୀୟ ନିର୍ବାଚନ ଆୟୋଗଙ୍କ ଭୋଟର୍‌ ଟର୍ଣ୍ଣଆଉଟ୍‌ ଆପ୍ଲିକେସନ୍‌ରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ସର୍ବାଧିକ ୮୦.୨୨ ପ୍ରତିଶତ ମତଦାନ ହୋଇଛି। ଏହା ପଛକୁ କୋରାପୁଟରେ ୭୬.୯୮ ପ୍ରତିଶତ ମତଦାନ ହୋଇଥିବା ବେଳେ କଳାହାଣ୍ଡିରେ ୭୫.୭୧ ପ୍ରତିଶତ ମତଦାନ ହୋଇଛି। ବ୍ରହ୍ମପୁର ଲୋକସଭା ଆସନରେ ସର୍ବନିମ୍ନ ୬୩.୩୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ସେହିପରି ବିଧାନସଭା ଆସନ କ୍ଷେତ୍ରରେ ବ୍ରହ୍ମପୁର ବିଧାନସଭା ଆସନରେ ସର୍ବନିମ୍ନ ୪୭.୯୦ ପ୍ରତିଶତ ମତଦାନ ହୋଇଥିବା ବେଳେ ନବରଙ୍ଗପୁରରେ ସର୍ବାଧିକ ୭୩.୪୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।
ମେ’ ୨୦ରେ ଓଡ଼ିଶାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି
ଭୁବନେଶ୍ବର:  ମେ’ ୨୦ରେ ଓଡ଼ିଶାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ସଂସଦୀୟ ଆସନ ଓ ଏହି ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ।
[wp-embedder-pack width=”100%” height=”400px” download=”all” download-text=”” attachment_id=”121684″ /]
ବରଗଡ଼ର ପଦ୍ମପୁରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏ ଭୋଟ ଗ୍ରହଣ ହେବ। ସେହିପରି ବରଗଡ଼ ଲୋକସଭା ଅନ୍ତର୍ଗତ ଅନ୍ୟ ୬ ବିଧାନସଭା କ୍ଷେତ୍ର ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ାରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ। ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ବଣାଇରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଅନ୍ୟ ସମସ୍ତ ୬ ବିଧାନସଭା କ୍ଷେତ୍ର ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲି, ରାଉରକେଲା, ରାଜଗାଙ୍ଗପୁରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ।
ଭୁବନେଶ୍ବର: ‘ଭୋଟ’ ବେଳ ପାଖେଇ ଆସୁଥିବାରୁ ଦର୍ଶକଙ୍କ ମନରେ ଆଗ୍ରହ ବଢ଼ିବାରେ ଲାଗିଛି। ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ରିତୁପ୍ରିୟା ପ୍ରଡ଼କସନ୍ସ ବ୍ୟାନରରେ ଅତୀଶ କୁମାର ରାଉତଙ୍କ ପ୍ରଯୋଜନାରେ ଭୋଟ ନିର୍ମିତ ହୋଇଛି। ଆସନ୍ତା ୨୩ ଫେବ୍ରୁଆରୀରେ ମୁକ୍ତିଲାଭ କରିବା ପାଇଁ ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା କରାଯାଇଥିବା ବେଳେ ଆଜି ଭୁବନେଶ୍ୱର ସ୍ଥିତ ଶୀତଲ ହୋଟେଲରେ ଏହାର ଟ୍ରେଲର ରିଲିଜ୍ ହୋଇଛି । ଏହି ଟ୍ରେଲର ରିଲିଜ୍ ଅବସରରେ ପ୍ରଯୋଜକ ଅତୀଶ କୁମାର ରାଉତ, ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର, କାହାଣୀକାର ଅଜୟ ମହାପାତ୍ର, ସଂଗୀତ ନିର୍ଦ୍ଦେଶକ ବିକାଶ ଦାସ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଣୟ ଜେଠୀ ଙ୍କ ସମେତ ସମସ୍ତ କଳାକାର ଯୋଗଦେଇଥିଲେ। ରୁପାଲୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
https://www.youtube.com/watch?v=FVjAXDbpo8U&t=1s
ଆଗରୁ ଦର୍ଶକଙ୍କ ଅଭିଯୋଗ ଥିଲା ପାରିବାରିକ ସିନେମା ହେଉନଥିବାରୁ ଦର୍ଶକ ହଲ୍ ରୁ ମୁହଁ ଫେରେଇନେଉଛନ୍ତି। ହେଲେ ଏବେ ପ୍ରତିଟି ପରିବାରର ନିଚ୍ଛକ ମୌଳିକ କାହାଣୀକୁ ନେଇ ସିନେମା ତିଆରି ହେଉଛି ଯାହା ଫଳରେ ସପରିବାର ହଲ୍ ମୁହାଁ ହେଉଛନ୍ତି। ଅଜୟ ମହାପାତ୍ର ଙ୍କ ସୁ-ପ୍ରସିଦ୍ଧ ମଞ୍ଚ ନାଟକର କାହାଣୀକୁ ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ଯୁବ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର। ଚିତ୍ରତ୍ତୋଳନ ଦାୟିତ୍ୱ ତୁଲାଇଛନ୍ତି କେରଲା ଷ୍ଟୋରୀ ର କ୍ୟାମେରାମାନ ପ୍ରଶାନ୍ତନୁ ମହାପାତ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ । ସମ୍ପାଦନା କରିଥିଲେ ସ୍ବର୍ଗତ ରବି ପଟ୍ଟନାୟକ ।
ମଞ୍ଚ ଦୁନିଆର ଅନେକ ବିଶିଷ୍ଟ କଳାକାରଙ୍କୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର ଭୋଟ । ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, ଦିଲ୍ଲୀ ରୁ ପାଠ ପଢି ଆସିଥିବା ବରିଷ୍ଠ ମଞ୍ଚ ଅଭିନେତା ସୂର୍ଯ୍ୟ ମହାନ୍ତି, ସ୍ବର୍ଗତ ଚକ୍ରଧର ଜେନା ଙ୍କ ସମେତ ଅନେକ ନାଟକର ସଫଳ ମଞ୍ଚ ଅଭିନେତା ସୁଶାନ୍ତ, ହର ରଥ, ଉଷସୀ ମିଶ୍ର, ରାନୁ ପାଢ଼ୀ, ବନମାଳୀ ପାଣ୍ଡିଆ, ହାଡୁ, ଦେବୀ ବାରିକ, ସତ୍ୟ ପାଣିଗ୍ରାହୀ, ମନୋରଞ୍ଜନ ଦାସ, ରଞ୍ଜନ ରାଉତ, ସୀତାଂଶୁ, ସୌମ୍ୟ, ଶ୍ରେୟା, ପିଙ୍କି ପ୍ରିୟଦର୍ଶିନୀ ପ୍ରମୁଖ ଅଭିନୟ କରିଛନ୍ତି ।
ମୋହିତ ଚକ୍ରବର୍ତ୍ତୀ ଏବଂ ବାପୁ ଗୋସ୍ୱାମୀ ଗୀତ ଗୁଡିକୁ ରଚନା କରିଛନ୍ତି। ଓଲିଉଡ଼ର ଆଗଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ଶିବାଶିଷ ମିଶ୍ର, ଲିପ୍ସା ମହାପାତ୍ର, ବିଷ୍ଣୁ ମୋହନ କବି ଏବଂ ସତ୍ୟଜିତ ପ୍ରଧାନ କଣ୍ଠଦାନ କରିଛନ୍ତି । ଭୋଟ ସିନେମାର ଦର୍ଶକଙ୍କ ମନକୁ ନିଶ୍ଚିତ ଭାବେ ଛୁଇଁବା ଏକଥା ପ୍ରଚାର ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଭାରତରେ ବିଶ୍ବର ସର୍ବାଧିକ ଭୋଟର, ଭୋଟଦେବେ ୯୭ କୋଟି ଲୋକ
ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ୯୭ କୋଟି ଲୋକ ମତଦାନ ସାବ୍ୟସ୍ତ କରିପାରନ୍ତି। ୨୮ ରାଜ୍ୟ ଏବଂ ୮ କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କ ସମ୍ବନ୍ଧିତ ସ୍ପେସିଆଲ ସମରି ରିଭିଜନ (ଏସଏସଆର) ରିପୋର୍ଟ, ୨୦୨୪ ଜାରି କରି ସନିର୍ବାଚନ କମିଶନ (ଇସି) ଏହି ସୂଚନା ଦେଇଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି ଯେ ଭୋଟର ତାଲିକାରେ ୧୮ରୁ ୨୯ ବର୍ଷର ୨ କୋଟି ନୂଆ ଭୋଟରଙ୍କୁ ସାମିଲ କରାଯାଇଛି। ଗତ ଲୋକସଭା ନିର୍ବାଚନ ତୁଳନାରେ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି। ବିଶ୍ବର ସର୍ବାଧିକ ଭୋଟ ର(୯୬.୮୮ କୋଟି) ଭାରତରେ ଅଛନ୍ତି। ଲୋକସଭା ନିର୍ବାଚନ ପାଇଁ ଏମାନଙ୍କର ପଞ୍ଜିକରଣ ହୋଇଛି। ଏହା ସହିତ ଲିଙ୍ଗାନୁପାତ ୯୪୦ (୨୦୨୩) ରୁ ବୃଦ୍ଧି ପାଇ ୯୪୮ ହୋଇଯାଇଛି।
ଏସଏସଆର ରିପୋର୍ଟ ଅନୁଯାୟୀ ୧,୬୫, ୭୬, ୬୫୪ ମୃତକ, ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ଏବଂ ନକଲି ଭୋଟରଙ୍କୁ ମତଦାନ ତାଲିକାରୁ ହଟାଇ ଦିଆଯାଇଛି। ଏମାନଙ୍କ ମଧ୍ୟରେ ୭୬,୮୨, ୬୪୨ ଜଣଙ୍କ ମୃତ୍ୟୁ, ୭୫,୧୧, ୧୨୮ ଜଣଙ୍କ ସ୍ଥାନ ବଦଳି ଯାଇଥିବାବେଳେ ୨୨୦୫୬୮୫ ନକଲି ଜାଲ ମତଦାତା ସାମିଲ ଥିଲେ। ନୂଆ ମତଦାତାଙ୍କ ମଧ୍ୟରେ ୧.୪୧ କୋଟି ମହିଳା ସାମିଲ ଅଛନ୍ତି। ଏମାନଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ୧୫ ପ୍ରତିଶତ ଅଧିକ। ସେହିପରି ୮୮.୩୫ ଲକ୍ଷ ଦିବ୍ୟାଙ୍ଗ ଭୋଟରଙ୍କ ନାମ ମଧ୍ୟ ପଞ୍ଜିକରଣ ହୋଇଛି।