Valentine's Week - The Sakala
ପ୍ରେମ ହେଉଛି ଜୀବନର ସର୍ବୋତ୍ତମ ଅନୁଭବ, ଯାହା ଜୀବନକୁ ସୁନ୍ଦର କରିବା ସହ ପ୍ରତି ମୁହୂର୍ତ୍ତରେ ଖୁସିରେ ରହିବା ନିମନ୍ତେ ପ୍ରେରଣା ଦେଇଥାଏ । ଯେତେବେଳେ ଜଣଙ୍କ ହୃଦୟରେ ଅନ୍ୟ ଜଣଙ୍କ ପାଇଁ ବିଶେଷ ଭାବନା ରହିଥାଏ, ତାହାକୁ ପ୍ରେମର ପ୍ରଥମ ପରିଭାଷା ବୋଲି ଗ୍ରହଣ କରାଯାଏ। ତେବେ ନିଜର ଭାବନାକୁ ଅନ୍ୟକୁ ଜଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣକର ସୁନ୍ଦର ହସ ପଛରେ ଯେ, ଅନ୍ୟ ଜଣଙ୍କର ହୃଦୟ ରହିଛି, ତାହା ପରିପ୍ରକାଶ କରିବା ହେଉଛି ପ୍ରପୋଜ୍ ଡେ’ର ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନ ଭାଲେଣ୍ଟାଇନ୍‌ ୱିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ରୋଜ୍‌ ଡେ’କୁ ପ୍ରେମ ସପ୍ତାହର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। ଗୋଲାପ ଦିଆନିଆ ତ ସରି ଯାଇଛି। ଏବେ ମନର ମଣିଷକୁ  ମନକଥା ଖୋଲି କହିବାକୁ ମନ ଚାହୁଁଛି ।  ମନର ମଣିଷକୁ  ଗୋଲାପ ଦେବାପରେ, ହୃଦୟରେ ଚାପିରଖିଥିବା କଥାକୁ ପରସ୍ପର ଆଗରେ ପ୍ରକାଶ କରିବାକୁ,ଏହା ହେଉଛି ସବୁଠାରୁ ଭଲ ସୁଯୋଗ । ହୃଦୟରେ ଅନେକ ଦିନରୁ ସାଇତି ରଖିଥିବା ସେଇ ପ୍ରେମଭରା କେଇ ପଦ କଥା କହିବା ପାଇଁ ପ୍ରେମୀ ଯୁଗଳମାନେ ଏହି ଦିନଟିକୁ ପାଳନ କରିଥାନ୍ତି। ଗତକାଲି ପ୍ରେମୀ ଯୁଗଳମାନେ ଗୋଲାପ ସହ ରୋଜ୍‌ ଡେ’ ପାଳନ କରିଥିବାବେଳେ ଆଜି ସେହି ଗୋଲାପ ଦେଇ ପରସ୍ପରକୁ ପ୍ରେମ ନିବେଦନ କରିବେ। ବର୍ଷକର କୌଣସି ଦିନ ଜଣେ ଜଣକୁ ପ୍ରେମ ନିବେଦନ କରିପାରିବେ। କିନ୍ତୁ ଭାଲେଣ୍ଟାଇନ ସପ୍ତାହର ଦ୍ବିତୀୟ ଦିବସକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। ଏହି ଦିନରେ ଯୁବପିଢ଼ି ପ୍ରେମକୁ ସ୍ୱୀକାର କରିବା ପାଇଁ ଆକର୍ଷଣୀୟ ଫୁଲ ଓ ଉପହାର ସହ ପ୍ରେମିକ/ପ୍ରେମିକାଙ୍କୁ ପ୍ରେମ ନିବେଦନ କରିଥାନ୍ତି। ପ୍ରେମ କରିବା ସହଜ, କିନ୍ତୁ ସାଥୀଙ୍କୁ ପ୍ରେମ ନିବେଦନ କରିବା ବଡ଼ କଷ୍ଟକର କାମ। ଅନେକ ଲୋକ ନିଜ ମନର କଥା କହି ନ ପାରି ନିଜ ଈପ୍‌ସିତ ପ୍ରେମିକ ବା ପ୍ରେମିକାଙ୍କୁ ହରେଇ ବସିଥାନ୍ତି। ଅବଶ୍ୟ ସୋସିଆଲ ମିଡିଆରେ ଅଭ୍ୟୁଦୟ ଫଳରେ ପ୍ରେମ ନିବେଦନ କରିବା ସହଜ ହୋଇଛି। ପ୍ରେମିକ ପ୍ରେମିକମାନେ ମେସେଜ୍‌ ଦ୍ବାରା ନିଜର ମନର କଥା କହିପାରୁଛନ୍ତି। ଅନେକ ସମୁଦ୍ର କୂଳ ତଥା କୌଣସି ପ୍ରାକୃତିକ ପରିବେଶରେ ସାଥୀ ଆଗରେ ନିଜର ଭାବନାକୁ ପ୍ରକାଶ କରିବାକୁ ପସନ୍ଦ କରିଥାନ୍ତି।
ଆଜିଠୁ ପ୍ରେମ ସପ୍ତାହ: ଗୋଲାପ ଦିଆନିଆରୁ ଆରମ୍ଭ
ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରେମ ଦିବସ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ବି ଆମ ଦେଶରେ ବେଶ୍‌ କିଛି ବର୍ଷ ହେବ ଏହା ଖୁବ୍‌ ପ୍ରଭାବ ବିସ୍ତାର କରିଛି। ପ୍ରେମ ଦିବସ ସିନା ଗୋଟାଏ ଦିନ, ତାହା ପୂର୍ବରୁ ଆହୁରି ୬ଟି ଦିନକୁ ପ୍ରେମୀଯୁଗଳ ପାଳନ କରିଥାନ୍ତି । ପୂରା ୭ ଦିନ ଧରି ଏହି ପ୍ରେମ ସପ୍ତାହ ପାଳନ କରାଯାଏ। ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ପାଳନ କରାଯାଏ।
‘ପ୍ରେମ’ ଅଢ଼େଇ ଅକ୍ଷରର ଏହି ଶବ୍ଦଟି ଏକ କ୍ଷଣିକ ଆବେଗ। ପ୍ରେମ ସାହିତ୍ୟ ଭଳି ସରଳ ଓ ଗଣିତଠୁ ଅଧିକ ଜଟିଳ ହେଇପାରେ। ପ୍ରେମ ହିସାବ କିତାବ କରି କରାଯାଏନା, କି ପ୍ରେମରେ କାରଣ ଖୋଜାପଡ଼େନା । ପ୍ରେମ ବେବାକ୍ କରାଯାଏ। ହୃଦୟ ଦେଇ କରାଯାଏ। ଏଥିରେ ଲାଭକ୍ଷତିର ହିସାବ କରାଯାଏ ନାହିଁ ଯାହାକୁ ଅନୁଭବ ତ କରିହୁଏ, ହେଲେ ଦେଖିହୁଏନି କି ଦେଖେଇ ହୁଏନି। ପ୍ରେମକୁ ବର୍ଷ-ମାସ-ଦିନରେ ବାନ୍ଧି ହୁଏନି।
ଆଜି ହେଉଛି ପ୍ରେମ ସପ୍ତାହର ପ୍ରଥମ ଦିନ । ଆଜି ଗୋଲାପ ଦିବସ ବା ରୋଜ୍ ଡେ। ପ୍ରେମିକ ପ୍ରେମିକମାନେ ଏହି ଦିନଟିକୁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ଆଉ ଆଜି ରୋଜ୍‌ ଡେ’ ରେ ପରସ୍ପରକୁ ଗୋଲାପ ଦେଇ ନିଜ ମନର ଭାବନା ପରିପ୍ରକାଶ କରିଥାଆନ୍ତି ପ୍ରେମୀ ଯୁଗଳ। ନିଜ ହୃଦୟରେ ଥିବା ପ୍ରେମକୁ ପ୍ରକାଶ ପାଇଁ ଗୋଲାପ ସବୁଠାରୁ ଭଲ ମାଧ୍ୟମ ବୋଲି ଧରା ଯାଉଥିବା ବେଳେ ଗୋଲାପ ଦିବସ ଅବସରରେ ଏହାର ଗୁରୁତ୍ବ ଅଧିକ ବଢ଼ିଯାଇଥାଏ। ଲାଲ୍‌ ଗୋଲାପକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ। ତେଣୁ ପ୍ରେମ ସପ୍ତାହରେ ଲାଲ୍‌ ଗୋଲାପର ଚାହିଦା ସବୁଠାରୁ ଅଧିକ ଥାଏ। ଗୋଲାପର ରକ୍ତିମ ପାଖୁଡ଼ା ପରି ପ୍ରେମର ଗଭୀରତା ସେମିତି ଚମକୁଥାଉ ବୋଲି ପ୍ରେମୀଯୁଗଳ ଏହିଦିନରେ ପରସ୍ପରକୁ ପ୍ରତିଶ୍ରୁତି ଦେଇଥାନ୍ତି। ଗ୍ରୀକ୍‌ ପୁରାଣ ଅନୁସାରେ, ପ୍ରେମର ଦେବୀ ଭେନସ୍‌ ଗୋଲାପ ଫୁଲକୁ ଖୁବ୍‌ ପସନ୍ଦ କରନ୍ତି । ଏହିଦିନ ଗୋଲାପ ଫୁଲଟିଏ ପରି ସାଥୀଙ୍କ ଜୀବନ ସୁବାସିତ କରିବାକୁ ସଂକଳ୍ପ ନେଇଥାନ୍ତି ପ୍ରେମୀଯୁଗଳ। ସାମାଜିକ ଗଣମାଧ୍ୟମ ମଧ୍ୟ ରୋଜ୍‌ ଡେ’ ଶୁଭେଚ୍ଛାରେ ଚଳଚଞ୍ଚଳ ହୋଇ ଉଠିଛି।
ଭାଲେଣ୍ଟାଇନ୍ସ ସପ୍ତାହ: ଟେଡିରେ ହୁଏ ସମ୍ପର୍କ ନିବିଡ଼
ଭାଲେଣ୍ଟାଇନ୍ସ ସପ୍ତାହ ପାଳନ ଅବସରରେ ଏବେ ବିଭିନ୍ନ ଡେ’ ପାଳନ କରିବା ଆରମ୍ଭ ହୋଇଯାଇଛି। ସତେଯେମିତି ଏହା ପ୍ରେମୀଯୁଗଳଙ୍କ ପାଇଁ ଏକ ପରୀକ୍ଷା ସଦୃଶ। ଯେପରି ବିଭିନ୍ନ ବିଷୟ ଉପରେ ପରୀକ୍ଷା ଦେବାକୁ ହୋଇଥାଏ, ସେହିପରି ଭାଲେଣ୍ଟାଇନ୍ସ ସପ୍ତାହରେ ପ୍ରେମୀଯୁଗଳଙ୍କ ପାଇଁ ପ୍ରତ୍ୟେକ ଦିନ ପ୍ରସଙ୍ଗ ଭିନ୍ନ ଭିନ୍ନ ଥାଏ। ଏହି କ୍ରମରେ ଫେବୃଆରୀ ୧୦ରେ ପାଳନ କରାଯାଏ ଟେଡି ବିୟର ଡେ’। ରୋଜ୍‌ ଡେ’, ପ୍ରପୋଜ୍‌ ଡେ’ ଏବଂ ଚକଲେଟ୍ ଡେ’ ପରେ ପାଳନ କରାଯାଏ ଟେଡି ଡେ’। ମନର ମଣିଷକୁ ଟେଡିଟିଏ ଦେଇ ସମ୍ପର୍କକୁ ନିବିଡ଼ କରନ୍ତି ପ୍ରେମୀ ଯୁଗଳ । ସାଧାରଣତଃ ଝିଅମାନେ ଟେଡିକୁ ବହୁତ ପସନ୍ଦ କରିଥାନ୍ତି, ତେଣୁ ପ୍ରତ୍ୟେକ ପ୍ରେମିକ ନିଜର ପ୍ରେମିକାକୁ ଟେଡି ଉପହାରରେ ଦେଇଥାଆନ୍ତି। ପ୍ରେମର ଏହି ଉପହାରକୁ ପ୍ରେମୀଯୁଗଳମାନେ ସାରା ଜୀବନ ସାଇତି ରଖନ୍ତି।