Nirav Modi - The Sakala

୧୪,୦୦୦ କୋଟି ନେଇ ଛୁ ମାରିଥିବା ନିରବ ମୋଦୀଙ୍କ ବ୍ୟାଙ୍କ ଖାତାରେ ରହିଛି ୨୩୬ ଟଙ୍କା
ନୂଆଦିଲ୍ଲୀ : ପଳାତକ ନିରବ ମୋଦୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ପ୍ରାୟ ୧୪,୦୦୦ କୋଟି ଟଙ୍କା ଠକେଇ କରିବା ପରେ ବିଦେଶ ପଳାୟନ କରିଛନ୍ତି। ବର୍ତ୍ତମାନ ସେ ବ୍ରିଟେନର ଜେଲରେ ଅଛନ୍ତି। ଜେଲରେ ମଧ୍ୟ ସେ ଋଣ ନେଇ ତାଙ୍କର ଖର୍ଚ୍ଚ ତୁଲାଉଥିବା ଜଣାଯାଇଛି।  କୁହାଯାଉଛି ଯେ ନିରବଙ୍କୁ ୧୫୦,୨୪୭ ପାଉଣ୍ଡ (ପ୍ରାୟ ୧.୪୭ କୋଟି ଟଙ୍କା) ଜୋରିମାନା ଦେବାକୁ ଋଣ କରିବାକୁ ପଡିବ। କୋଟି କୋଟି ଟଙ୍କାର ଏହି ଋଣ ଖିଲାପକାରୀଙ୍କର ଏବେ ଦିନ ଏତେ ଖରାପରେ  ଅତିବାହିତ ହେଉଛି ଯେ ତାଙ୍କ ଆକାଉଣ୍ଟରେ ବର୍ତ୍ତମାନ ମାତ୍ର ୨୩୬ ଟଙ୍କା ବାକି ଅଛି। ନୀରବ ମୋଦୀଙ୍କ ଫାୟାରଷ୍ଟାର ଡାଇମଣ୍ଡ ଇଣ୍ଟରନ୍ୟାସନାଲ ପିଭି ଲିମିଟେଡ୍ (ଏଫ୍‌ଆଇଡିପିଏଲ୍‌)ର ଏକ ବ୍ୟାଙ୍କ ଆକାଉଣ୍ଟରେ ଏହି ୨୩୬ ଟଙ୍କା ବାକି ଥିବା ଜଣାଯାଇଛି। କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏହି ଆକାଉଣ୍ଟରୁ ୨.୪୬ କୋଟି ଟଙ୍କା ଏସ୍‌ବିଆଇକୁ ବକେୟା ଆୟକର ଆକାରରେ ସ୍ଥାନାନ୍ତର କରିଛି।

ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରକୁ ମଧ୍ୟ ମୋଟ ପେମେଣ୍ଟର ଏକ ଅଂଶ ପ୍ରଦାନ କରାଯାଇଛି। ଏହି ପେମେଣ୍ଟ ପରେ କମ୍ପାନୀର ଆକାଉଣ୍ଟରେ କେବଳ ୨୩୬ ଟଙ୍କା ପଡିରହିଛି। ବର୍ତ୍ତମାନ ଏଫ୍‌ଆଇଡିପିଏଲ୍‌ ପାଇଁ ନିଯୁକ୍ତ ଲିକ୍ୟୁଡେଟର ପୁଣି ଥରେ ସ୍ୱତନ୍ତ୍ର କୋର୍ଟରୁ ଟଙ୍କା ଛାଡିବାକୁ କହିଛନ୍ତି। ଅଗଷ୍ଟ ୨୦୨୧ରେ ପଳାତକ ଅର୍ଥନୈତିକ ଅପରାଧ ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋର୍ଟ ଦାବିଦାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ନିଯୁକ୍ତ ଲିକ୍ୟୁଡେଟରଙ୍କ ମାଧ୍ୟମରେ ଏଫ୍‌ଆଇଡିପିଏଲ୍‌କୁ ଟଙ୍କା ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଲିକ୍ୱିଡେଟରଙ୍କ ଆବେଦନକୁ ଦୃଷ୍ଟିରେ ରଖି ଗତ ସପ୍ତାହରେ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରକୁ ତିନିମାସ ମଧ୍ୟରେ ପୁରୁଣା ଆଦେଶ ପାଳନ କରିବାକୁ ଏବଂ ଟଙ୍କା ଲିକ୍ୟୁଡେଟର ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମନଇଚ୍ଛା କାର୍ଯ୍ୟ କରିଥିଲେ ଏବଂ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ନ ଥିଲେ। କୋର୍ଟ କହିଛନ୍ତି, ଇଡି ମଧ୍ୟ ଏହି ଆବେଦନକୁ ଅନୁମତି ଦେବାକୁ ଅନୁରୋଧ କରିଛି। ଲିକ୍ୟୁଡେଟରଙ୍କ ଆକାଉଣ୍ଟରେ କେବଳ ୧୭ କୋଟି ଟଙ୍କା ଜମା କରାଯାଇଛି। ଲିକ୍ୟୁଡେଟର କହିଛନ୍ତି ଯେ କମ୍ପାନୀର ଆକାଉଣ୍ଟରେ ଥିବା ଟଙ୍କା ହସ୍ତାନ୍ତର କରିବାକୁ ସେ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆକୁ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ବ୍ୟାଙ୍କ ଇ-ମେଲ୍‌ରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ସେ ଆହୁରିମଧ୍ୟ କହିଛନ୍ତି ଯେ ବ୍ୟାଙ୍କ ଲିକ୍ୟୁଡେଟର ଆକାଉଣ୍ଟକୁ ମାତ୍ର ୧୭ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି, କିନ୍ତୁ ଅବଶିଷ୍ଟ ରାଶି ସ୍ଥାନାନ୍ତର ହୋଇନାହିଁ। ଅଭିଯୋଗ ହୋଇଥିଲା ଯେ ବାଲାନ୍ସ ଅର୍ଥ ରାଶି ବ୍ୟାଙ୍କର ସ୍ୱତନ୍ତ୍ର ସୁରକ୍ଷା ନୁହେଁ ଏବଂ ଏହାକୁ ଲିକ୍ୟୁଡେଟରଙ୍କୁ ହସ୍ତାନ୍ତର କରାଯିବା ଉଚିତ୍।

ପଳାତକ ନୀରବ ମୋଦିକୁ ଭାରତ ଆଣିବା ପାଇଁ ପଥ ପରିଷ୍କାର, ପ୍ରତ୍ୟର୍ପଣ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ଆବେଦନ ଖାରଜ
ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିକୁ ବଡ଼ ଝଟକା ଲାଗିଛି। ଭାରତ ପ୍ରତ୍ୟର୍ପଣ ପଥ ପରିଷ୍କାର ହୋଇଛି। ନୀରବ ମୋଦିକୁ ଲଣ୍ଡନ ସ୍ଥିତ ହାଇକୋର୍ଟ ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରେ ନିଜ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୋଧରେ ଅପିଲ କରିବା ପାଇଁ ଅନୁମତି ଦେବାକୁ ମନା କରିଛନ୍ତି । ନୀରବ ମୋଦି ନିକଟରେ ପ୍ରତ୍ୟର୍ପଣ ଟାଳିବାର ଶେଷ ବିକଳ୍ପ ଥିଲା । ଏହା ଫଳରେ ନୀରବ ମୋଦିକୁ ଭାରତ ହାତରେ ପ୍ରତ୍ୟାର୍ପଣ ହେବା ନିଶ୍ଚିତ ହୋଇଯାଇଛି। କାରଣ ନୀରବ ମୋଦି ପାଖରେ ଏବେ ଆଉ କୌଣସି ଆଇନଗତ ବିକଳ୍ପ ନାହିଁ।

ଦେଶର ଅନ୍ୟତମ ସବୁଠୁ ବଡ଼ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ହେଉଛି ନୀରବ ମୋଦି । ୧୩,୫୦୦ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି କରିଥିବା ନୀରବ ମୋଦି କେବଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କଠାରୁ ୭ ହଜାର କୋଟି ଟଙ୍କା ଠକେଇ କରିଥିଲା। ଭାରତ ସରକାର ପଳାତକ ନୀରବ ମୋଦିକୁ ସ୍ୱଦେଶ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି।

ଏହାପୂର୍ବରୁ, ଡିସେମ୍ବର ୨୦୧୯ ରେ ସ୍ୱତନ୍ତ୍ର PMLA କୋର୍ଟ ଦ୍ୱାରା  ନୀରବ ମୋଦିକୁ ପଳାତକ ଅର୍ଥନୈତିକ ଅପରାଧୀ ବୋଲି ଘୋଷଣା କରାଯାଇଥିଲା। ଏହା ପରେ ସେ ଲଣ୍ଡନକୁ ପଳାଇଥିଲେ। ତିନି ବର୍ଷ ପୂର୍ବେ ନିରବ ମୋଦୀଙ୍କୁ ୧୩  ମାର୍ଚ୍ଚ ୨୦୧୯ରେ ଲଣ୍ଡନରୁ ବ୍ରିଟେନର ସ୍କଟଲ୍ୟାଣ୍ଡ ୟାର୍ଡ ପୁଲିସ ଗିରଫ କରିଥିଲା ​। ପରେ ସେ ଦକ୍ଷିଣ ପଶ୍ଚିମ ଲଣ୍ଡନର ୱାଡସୱର୍ଥ ଜେଲରେ ଅଛନ୍ତି।

ଅପେକ୍ଷା କରିଛି ଆର୍ଥର ଜେଲ, ଖୁବ୍‌ ଶୀଘ୍ର ଭାରତ ଫେରିବ ଲୁଟେରା ନିରବ ମୋଦୀ
ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀକୁ ଭାରତ ଆଣିବା ରାସ୍ତା ସଫା ହୋଇଛି। ପଳାତକ ବ୍ୟବସାୟୀ ନିରବ ମୋଦୀଙ୍କୁ ଖୁବ ଶୀଘ୍ର ଭାରତ ଅଣାଯିବ। ଏ ନେଇ ବ୍ରିଟେନ ହାଇକୋର୍ଟରୁ ସବୁଜ ସଂକେତ ମିଳିଛି। ପ୍ରତ୍ୟାର୍ପଣ ରୋକିବା ଲାଗି ବ୍ରିଟେନ ହାଇକୋର୍ଟରେ କରାଯାଇଥିବା ଆବେଦନ ଅଗ୍ରାହ୍ୟ ହୋଇଯାଇଛି। ନିରବଙ୍କ ପ୍ରତ୍ୟାର୍ପଣ କୌଣସି ଦୃଷ୍ଟିରୁ ଅନ୍ୟାୟପୂର୍ଣ୍ଣ ଅଥବା ଦମନକାରୀ ନୁହେଁ ବୋଲି କୋର୍ଟ କହିଛନ୍ତି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୭ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ଠକେଇ କରି ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ପ୍ରତ୍ୟାବର୍ତ୍ତନ ଲାଗି ଭାରତ କରିଥିବା ଆବେଦନ ବିରୋଧରେ ନିରବ ଏକ ଆବେଦନ କରିଥିଲେ। କିନ୍ତୁ ଲଣ୍ଡନ ହାଇକୋର୍ଟରେ ତାଙ୍କ ଆବେଦନ ଖାରଜ ହୋଇଯାଇଛି। ଚଳିତ ବର୍ଷ ପ୍ରାରମ୍ଭରୁ ହାଇକୋର୍ଟ ଏହି ରାୟ ଶୁଣାଣି କରିସାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୋଦୀଙ୍କ ମାନସିକ ସ୍ଥିତି ଭଲ ଅଛି। ଖୁବ ଶିଘ୍ର ମୋଦୀଙ୍କୁ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ନିରବ ମୋଦୀ ବ୍ରିଟେନ ହାଇକୋର୍ଟରେ ଆବେଦନ କରିଥିଲେ କି, ତାଙ୍କୁ ଭାରତ ଫଠାଇଦେବା ଉଚିତ ନୁହେଁ । ହେଲେ ଏହି ଆବେଦନ ଉପରେ ଶୁଣାଣି କରି ବ୍ରିଟେନ କୋର୍ଟ କହିଛନ୍ତି କି ନିରବ ମୋଦୀଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ କରିବା କୌଣସି ଦୃଷ୍ଟିକୋଣରୁ ଅନ୍ୟାୟ କିମ୍ବା ଦମନକାରୀ ନୁହେଁ ।

ଦୀର୍ଘ ସମୟରୁ ଭାରତ ନିରବ ମୋଦୀଙ୍କ ପ୍ରତ୍ୟାର୍ପଣକୁ ଅପେକ୍ଷା କରି ରହିଛି। ତେବେ ବ୍ରିଟେନରେ ଶରଣ ନେଇଥିବା ପଳାତକ ବ୍ୟବସାୟୀ ପ୍ରତ୍ୟାର୍ପଣ ଟାଳିବା ପାଇଁ ଲଗାତାର ଅଲଗା ଅଲଗା ତର୍କ ଦେଉଛି। ବ୍ରିଟେନ ହାଇକୋର୍ଟରେ ନିରବଙ୍କ ଓକିଲ ସେ ଅବସାଦର ଶିକାର ହୋଇଥିବା ଓ ଭାରତୀୟ ଜେଲମାନଙ୍କର ଯାହା ଅବସ୍ଥା ଏଥିରେ ସେ ଆତ୍ମହତ୍ୟା ନ କରିବେ ବୋଲି କହି ହେବ ନାହିଁ ବୋଲି ତର୍କ କରିଥିଲେ।ତେବେ ବ୍ରିଟେନ ହାଇକୋର୍ଟ ଶୁଣାଣି ପରେ ଓକିଲଙ୍କ ତର୍କକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହା ପୂର୍ବରୁ ଯେତେବେଳେ ମାମଲାର ଶୁଣାଣି ହୋଇଥିଲା ସେତବେଳେ ଜଷ୍ଟିସ ରବର୍ଟ ଜେ ବ୍ରିଟେନ ସହ ଭାରତର ସୁ ସମ୍ପର୍କ ଥିବା ଓ ୧୯୯୨ ଇଣ୍ଡିଆ-ୟୁକେ ଏକ୍ସଟ୍ରାଡିସନ ଟ୍ରିଟି ସମ୍ମାନ କରିବା ଜରୁରି ବୋଲି କହିଥିଲେ। କୋର୍ଟ ତାଙ୍କ ଆଦେଶରେ ଏହା ମଧ୍ୟ ସ୍ପଷ୍ଟ କରିଦେଇଥିଲେ ଯେ ଗତବର୍ଷ ପ୍ରତ୍ୟାର୍ପଣ ମାମଲାରେ ୱେଷ୍ଟମିନେଷ୍ଟର କୋର୍ଟ ଯେଉଁ ରାୟ ଦେଇଥିଲେ ତାହା ଉପଯୁକ୍ତ ଥିଲା।

ଅନ୍ୟପଟେ ଲଣ୍ଡନରୁ ଫେରିଲେ ମୋଦୀଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲକୁ ରହିବାକୁ ପଡ଼ିବ। ସେ ସମୟରେ ୪୯ ବର୍ଷୀୟ ନିରବ ମୋଦି ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସୱର୍ଥ ଜେଲରୁ ଭିଡିଓ ଲିଙ୍କ ମାଧ୍ୟମରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହୋଇଥିଲା। ବିଚାରପତି ସାମୁଏଲ୍ ଗୁଜି ରାୟ ପ୍ରଦାନ କରିବାବେଳେ ନିରବ ମୋଦି ନିଜର ମାନସିକ ଏବଂ ସ୍ୱାସ୍ଥ୍ୟ ପ୍ରସଙ୍ଗ ଉଠାଇଥିଲେ। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। କୋର୍ଟ କହିଛନ୍ତି ଯେ ଯଦି ନିରବଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଏ, ତେବେ ତାଙ୍କ ପ୍ରତି କୌଣସି ଅନ୍ୟାୟ ହେବ ନାହିଁ।ତେବେ ହାଇକୋର୍ଟଙ୍କ ରାୟ ଉପରେ ନିରବ ମୋଦିଙ୍କ ଟିମ୍‌ ଏ ପର୍ୟ୍ୟନ୍ତ ତାଙ୍କର ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ କୁହାଯାଉଛି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବେ। ତେବେ ଏଥିରେ ମଧ୍ୟ ସମସ୍ୟା ରହିଛି। କାରଣ ହାଇକୋର୍ଟ ମାମଲାକୁ ଜନସ୍ୱାର୍ଥ ସମ୍ବଳିତ ବୋଲି କହିଛନ୍ତି। ଏଣୁ ନିରବଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳି ନ ପାରେ ବୋଲି ଆଶା କରାଯାଉଛି।

ସୂଚନା ମୁତାବକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୭ ହଜାର କୋଟିରୁ ଅଧିକ ଟଙ୍କାର ବେଆଇନ ଋଣ ନେଇଥିଲେ । ପରେ ମାମଲା ରୁଜୁ ହେବାରୁ ନିରବ ମୋଦୀ ଭାରତ ଛାଡି ଲଣ୍ଡନ ଫେରାର ହୋଇଯାଇଥିଲେ। ସେଠାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଜାରି କରାଯାଉଥିଲା। ଏବଂ ନିରବ ମୋଦୀଙ୍କୁ ମାର୍ଚ୍ଚ ୧୯, ୨୦୧୯ରେ ଗିରଫ କରାଯାଇଥିଲା । ସେ ଓ୍ଵାଣ୍ଡସଓ୍ଵାର୍ଥ ଜେଲରେ ଅଛନ୍ତି ।

ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀର ୨୫୩ କୋଟିର ସମ୍ପତ୍ତି ଜବତ କଲା ଇଡି
ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରୁ ୧୩ ହଜାର କୋଟି ଚୁନ ଲଗାଇ ଫେରାର ହୋଇ ଯାଇଥିବା ହୀରା ବ୍ୟବସାୟୀ ନୀରବ ମୋଦୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ନୀରବ ମୋଦୀର ୨୫୩.୬୨ କୋଟି ଟଙ୍କାର ସଂପତ୍ତି ଜବତକୁ ଜବତ କରିଛି ଇଡି । ଏସବୁ ସମ୍ପତ୍ତି ମଧ୍ୟରେ ରହିଛି ଭୂସମ୍ପତ୍ତି, ଜୁଏଲାରୀ ଓ ବ୍ୟାଙ୍କ ଜମା । ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅଧିନରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି ।

କେନ୍ଦ୍ରୀୟ ସଂସ୍ଥା ହଂକଂରେ ନୀରବ ମୋଦୀର ୨୫୩.୬୨ କୋଟି ଟଙ୍କାର ସମ୍ପତ୍ତି ସିଜ୍ କରିଛି । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ପଳାତକ ନୀରବ ମୋଦୀର ୨୬୫୦.୦୭ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ପିଏନବି ସହ ଅନ୍ୟ ଆର୍ଥିକ ସଂସ୍ଥାକୁ ଧୋକା ଦେଇ ଟଙ୍କା ନେଇଥିବା ନୀରବ ମୋଦୀ ବ୍ରିଟେନରେ ଅଛି । କେନ୍ଦ୍ର ସରକାର ନୀରବ ମୋଦୀର ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଦିଗରେ ବଡ଼ ସଫଳତା ମିଳିପାରି ନାହିଁ । ସିବିଆଇ ଏହି ମାମଲାର ତଦନ୍ତ କରୁଛି।

ସୂଚନାଯୋଗ୍ୟ ଯେ, ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ମହାଦୁର୍ନୀତିର ମୁଖ୍ୟ ନାୟକ ନୀରବ ମୋଦୀ ଗତ ୨୦୧୮ରେ ଭାରତରୁ ଫେରାର ହୋଇଯାଇଥିଲା । ପରେ ଲଣ୍ଡନରେ ଗିରଫ ହୋଇ ସେ ଏକ ଜେଲରେ ରହୁଛି । ଲଣ୍ଡନର ହାଇକୋର୍ଟ ମଧ୍ୟ ତାକୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତା ବିରୋଧରେ ଆପାତତଃ ପ୍ରମାଣ ରହିଥିବା କୋର୍ଟ କହିଥିଲେ । ପୁଣି ଭାରତକୁ ପ୍ରତ୍ୟାର୍ପିତ ହେଲେ ନୀରବ ମୋଦୀକୁ ଉପଯୁକ୍ତ ନ୍ୟାୟ ନ ମିଳିବାର କୌଣସି ପ୍ରମାଣ ନାହିଁ ବୋଲି କୋର୍ଟଙ୍କ ହୃଦବୋଧ ହୋଇଥିଲା ।ନୀରବ ମୋଦୀ ଓ ତାଙ୍କ ମାମୁଁ ମେହୁଲ ଚୋକସୀ ମିଳିତଭାବେ ଷଡ଼ଯନ୍ତ୍ର କରି ଜାଲ ଏଲଓୟୁ ମାଧ୍ୟମରେ ଏହି ଠକେଇ କରିଥିଲେ । ପିଏନବି ଠକେଇ ମାମଲାର ସିବିଆଇ ତଦନ୍ତ କରୁଛି । କିନ୍ତୁ ଏହା ସହିତ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲାରେ ତଦନ୍ତ କରୁଛି । ମେହୁଲ ଚୋକସି ଏବେ ଆଣ୍ଟିଗୁଆରେ ରହୁଛି । ତାକୁ ମଧ୍ୟ ପ୍ରତ୍ୟାର୍ପଣ କରିବାକୁ ଉଦ୍ୟମ ଜାରି ରହିଛି ।

ଭାରତ ଫେରିବ ପଳାତକ ନିରବ ମୋଦି !
ନୂଆଦିଲ୍ଲୀ: ନିରବ ମୋଦି ଭାରତ ଫେରିବା ସମ୍ଭାବନା ବଢ଼ିଛି। ନିରବଙ୍କ ଭାରତ ପ୍ରତ୍ୟର୍ପଣକୁ  ବ୍ରିଟେନ ସରକାର ମଂଜୁରୀ ଦେଇଥିବା ଜଣାପଡ଼ିଛି। ବ୍ରିଟେନ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ମଂଜୁରୀ ମିଳିଛି । ମଂଜୁରୀ ମିଳିବା ନେଇ ସିବିଆଇ ସୂତ୍ରରୁ ସୂଚନା।

ସୂଚନାଯୋଗ୍ୟ, ଭାରତରେ ନିରବ ମୋଦି  ଋଣ ଜାଲିଆତି ମାମଲାରେ ଭାରତରୁ ଫେରାର ହୋଇଯାଇଥିଲା । ଏହା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିରବ ମୋଦିକୁ ଫେରାଇ ଆଣିବାକୁ ଅନେକ ସମୟରେ ପ୍ରକ୍ରିୟା ଜାରି ରହିଥିଲା। ତେବେ ବର୍ତ୍ତମାନ ନିରବ ମୋଦିକୁ ଭାରତ ଆଣିବାକୁ ଅନୁମତି ଦେଇଛନ୍ତି ବ୍ରିଟେନ୍‌ ଗୃହ ମନ୍ତ୍ରାଳୟ। ସିବିଆଇ କହିବା ମୁତାବକ, ବ୍ରିଟେନ୍‌ ଗୃହମନ୍ତ୍ରୀ, ନିରବ ମୋଦିର ଭାରତ ପ୍ରତ୍ୟର୍ପଣକୁ ଅନୁମତି ଦେଇଛନ୍ତି। ପଞ୍ଜାବ ନେସନାଲ ବ୍ୟାଙ୍କରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଠକେଇ କରି ଲଣ୍ଡନ ପଳାଇଯାଇଥିଲା ନିରବ ମୋଦି।