Santrupta Mishra - The Sakala
ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା । ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ନାମାଙ୍କନ ଭରିଥିବାବେଳେ କମନ କ୍ୟାଣ୍ଡିଡେଟ ଭାବେ ଡ. ଦତ୍ତେଶ୍ବର ହୋତା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣିଂ ଅଫିସରଙ୍କ ଆଗରେ ସଂତୃପ୍ତ ୨ ସେଟ ଓ ଦତ୍ତେଶ୍ବର ୩ ସେଟ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସଂତୃପ୍ତ ଏବଂ ଦତ୍ତେଶ୍ଵର ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଉଭୟଙ୍କୁ ସ୍ଵାଗତ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦୁଇ ପ୍ରାର୍ଥୀ ନିର୍ବାଚନରେ ନିଶ୍ଚିତ ବିଜୟ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି । ସେହିପରି ନାମାଙ୍କନ ଦାଖଲ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି କି, ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜୟନ୍ତୀ। ବିଜୁ ବାବୁ ଭାରତୀୟ ରାଜନୀତିରେ ନୂଆ ଦିଗ ଦେଇ ଆସିଥିଲେ। ସବୁବେଳେ ନୂଆ ଉଦାହରଣ ସୃଷ୍ଟି କରିଥଲେ। ତାଙ୍କ ଲିଗାସୀକୁ ୨୪ ବର୍ଷ ଧରି ସୁପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାରେ ଶାସନ ଭାର ଗ୍ରହଣ କରି ନୂଆ ଉଦାହରଣ ସୃଷ୍ଟି କରିଥିଲେ।  ଉଭୟ ବିଜେଡି ଓ କଂଗ୍ରେସ ଧର୍ମନିରପେକ୍ଷବାଦରେ ବିଶ୍ବାସ ରଖନ୍ତି। ଯେଉଁଥିପାଇଁ ଏହି ରାଜ୍ୟସଭା ନିର୍ବାଚନରେ ନବୀନ ବାବୁଙ୍କ କମନ ପ୍ରାର୍ଥୀ ପ୍ରସ୍ତାବରେ ଏଆଇସିସି ତତକ୍ଷଣାତ ମୋହର ମାରିଥିଲା। ଆମର ସମସ୍ତ ବିଧାୟକ ଏକଜୁଟ ଅଛନ୍ତି ଏବଂ ନିଶ୍ଚିତ ଚତୁର୍ଥ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଡାକ୍ତର ଦତ୍ତେଶ୍ବର ହୋତା ବିଜୟୀ ହେବେ। ସେହିପରି ଉଚ୍ଚକୋଟୀର ଡାକ୍ତର, ପଶ୍ଚିମ ଓଡ଼ିଶାର ଦକ୍ଷ ଡାକ୍ତର ପ୍ରଥମ କରି ରାଜ୍ୟରେ କିଡନୀ ଅପରେସନ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଛନ୍ତି। ଏଭଳି ଜଣେ ଦକ୍ଷ ବ୍ୟକ୍ତି ରାଜ୍ୟସଭା ଗଲେ ଓଡ଼ିଶାର ଅଶେଷ ଉନ୍ନତି ସାଧିତ ହେବ ବୋଲି କହିଛନ୍ତି ଭକ୍ତ ଚରଣ ଦାସ ।
ଓଡ଼ିଶାରୁ ଖାଲି ହେଉଥିବା ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ହୋଇଛନ୍ତି । ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସଂତୃପ୍ତ ମିଶ୍ର, କମନ କ୍ୟାଣ୍ଡିଡେଟ୍ ଭାବେ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଭାବେ ଦିଲ୍ଳୀପ ରାୟ ପ୍ରାର୍ଥୀ ହୋଇଛନ୍ତି । ମାର୍ଚ୍ଚ ୫ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବାରୁ ଆଜି ସମସ୍ତେ ନାମାଙ୍କନ ଦାଖଲ କରିବେ । ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ। ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୧୬ମାର୍ଚ୍ଚରେ ରାଜ୍ୟସଭା ଆସନ ପାଇଁ ପଡ଼ିବ ଭୋଟ୍।
Rajya Sabha Election: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ: ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ମିଳିଲା ଟିକେଟ୍‌
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସଂତୃପ୍ତ ମିଶ୍ର ଓ ଡ଼ଃ ଦତେଶ୍ୱର ହୋତା ହୋଇଛନ୍ତି ବିଜେଡି ରାଜ୍ୟସଭା ପ୍ରାର୍ଥୀ । ନବୀନଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଅଛନ୍ତି ସଂତୃପ୍ତ ମିଶ୍ର । ଗତ ସାଧାରଣ ନିର୍ବାଚନରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ହୋଇଥିଲେ ସଂତୃପ । ସେହିପରି ଡାକ୍ତର ଦତେଶ୍ୱର ହୋତା ଓଡ଼ିଆ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଛନ୍ତି । ୟୁରୋଲୋଜି ବିଭାଗରେ କ୍ୟାପିଟାଲ ହସ୍ପିଟାଲରେ ଥିଲେ । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବାର ନିୟୋଜିତ ଥିବା ଡାକ୍ତର ଟିମର ମୁଖ୍ୟ ଥିଲେ ଡାକ୍ତର ଦତେଶ୍ୱର ହୋତା ।
୨୦୨୩ ମାର୍ଚ୍ଚରେ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ସେ ନୂତନ ଭାବେ ପ୍ରତିଷ୍ଠିତ OUHSର କୁଳପତି ଭାବେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ତଥା ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି।
ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୁଲିସ ସହ ମୁହଁମୁହିଁ ହୋଇଥିଲା। ବିଜେପି ସରକାର ନିଜ ଦୋଷ ଘୋଡ଼େଇବା ପାଇଁ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ଉପରେ ବର୍ବର ଆକ୍ରମଣ କରିଛନ୍ତି। ବିଜେଡିର  ନେତା ପ୍ରୀତିରଞ୍ଜନ ଘଡେଇ, ପ୍ରଣାବ ପ୍ରକାଶ ଦାସ ଏବଂ ସୁଲତା ଦେଓଙ୍କ ସମତେ ଅନେକ କର୍ମୀ ପୁଲିସ ଆକ୍ରମଣରେ ଆହତ ହେଇଛନ୍ତି। ଏହାର ତୀବ୍ର ନିନ୍ଦା କରି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର।
ନିଜର ଅପାରଗତାକୁ ଘୋଡ଼େଇବା ପାଇଁ, ଓଡ଼ିଶାର ନାଗରିକ ମାନଙ୍କର ଉଚିତ ଦାବୀ ପୂରଣ ନକରି ପାରି ,ଏବଂ ସୋମ୍ୟାଶ୍ରୀଙ୍କୁ ମୃତ୍ୟୁରୁ ବଞ୍ଚେଇ ନପାରି ଓଡ଼ିଶାର ବିଜେପି ସରକାର ନିଜ ଦୋଷ ଘୋଡ଼େଇବା ପାଇଁ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ଉପରେ ବର୍ବର ଆକ୍ରମଣ କରିଛନ୍ତି। ବିଜେଡିର ଅନେକ ନେତା ଯଥା ଆମର ନେତା ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଣବ…
— Santrupt Misra (@DrSantruptMisra) July 16, 2025
ସେ ନିଜ ‘ଏକ୍ସ’ରେ ଲେଖିଛନ୍ତି ଯେ, ରାଜ୍ୟ ସରକାର ନିଜର ଅପାରଗତାକୁ ଘୋଡ଼େଇବା ପାଇଁ, ଓଡ଼ିଶାର ନାଗରିକ ମାନଙ୍କର ଉଚିତ ଦାବି ପୂରଣ ନକରି ପାରି ଏବଂ ସୋମ୍ୟାଶ୍ରୀଙ୍କୁ ମୃତ୍ୟୁରୁ ବଞ୍ଚେଇ ନ ପାରି ଓଡ଼ିଶାର ବିଜେପି ସରକାର ନିଜ ଦୋଷ ଘୋଡ଼େଇବା ପାଇଁ ବିଜେଡ଼ି ନେତା ଓ କର୍ମୀ ମାନଙ୍କ ଉପରେ ବର୍ବର ଆକ୍ରମଣ କରିଛନ୍ତି। ଯଦି ଓଡ଼ିଶାର ବିଜେପି ସରକାର ଶାନ୍ତି ପୂର୍ବକ ଗଣତନ୍ତ୍ର ପ୍ରକ୍ରିୟାକୁ ସମ୍ମାନ ଦେଇପାରିବେ ନାହିଁ ଏବଂ ପୁଲିସ ଶକ୍ତି ଦ୍ୱାରା ଲୋକମାନଙ୍କର ସ୍ୱରକୁ ଚାପିବା ପାଇଁ ଚେଷ୍ଟା କରିବେ, ତାହେଲେ ନିଜର ଗାଦି ଛାଡି ଚାଲି ଯିବା ଉଚିତ। ଏ ଭଣ୍ଡ ଭ୍ରଷ୍ଟ ସରକାର ଓଡ଼ିଶାରେ ଚାଲିବ ନାହିଁ। ଓଡ଼ିଶାବାସୀ ଏହାକୁ ସହିବେ ନାହିଁ। ବିଜୁ ଜନତା ଦଳ ଏହାକୁ ଘୋର ବିରୋଧ କରିବ। ଓଡ଼ିଶା ସରକାରଙ୍କର ସମସ୍ତ ଗୁଳି ସରିବା ପର୍ଯ୍ୟନ୍ତ ଏହାର ବିରୋଧ କରିବ ବୋଲି ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର କହିଛନ୍ତି।
ନବୀନଙ୍କ କାର୍ଯ୍ୟର ନାଁ ନେଇ ବାହାବା ନେବାକୁ ଚେଷ୍ଟା କରୁଛି ବିଜେପି: ସଂତୃପ୍ତ ମିଶ୍ର
ଭୁବନେଶ୍ବର: IOCL ସହିତ ପାରାଦୀପରେ ହେବାକୁ ଥିବା ପ୍ରକଳ୍ପ ଲାଗି ଚୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ସଂତୃପ୍ତ ମିଶ୍ର । କହିଲେ, IOCL ସହିତ ପାରାଦୀପରେ ହେବାକୁ ଥିବା ପ୍ରକଳ୍ପ ଲାଗି ଚୁକ୍ତି ହୋଇଛି । ୨୦୧୮ ଜାନୁଆରୀ ୧୧ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ୨୦୧୯ରେ IOCL ନିବେଶ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲା ।
ଆହୁରି ସେ କହିଛନ୍ତି, ୨୦୨୩ରେ ରାଜ୍ୟ ସରକାର ତାଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ଏନେଇ ତତ୍କାଳୀନ ସଚିବ ଗଣମାଧ୍ୟମକୁ ଜଣାଇଥିଲେ । ରାଜ୍ୟ ସରକାର କିଛି ନୂଆ ନକରି ନବୀନଙ୍କ କାର୍ଯ୍ୟର ନାଁ ନେଇ ବାହାବା ନେବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ସଂତୃପ୍ତ ମିଶ୍ର ।
ସଂତୃପ୍ତ ମିଶ୍ର ଓ ସଞ୍ଜୟ ଦାଶ ବର୍ମାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ
ଭୁବନେଶ୍ବର: ସଂତୃପ୍ତ ମିଶ୍ର ଓ ସଞ୍ଜୟ ଦାଶବର୍ମାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ । ସଂତୃପ୍ତ ମିଶ୍ରଙ୍କୁ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିଭଳି ସଞ୍ଜୟ ଦାଶବର୍ମାଙ୍କୁ ବିଜେଡି ମୁଖପାତ୍ର ଦାୟିତ୍ବ ପ୍ରଦାନ କରାଯାଇଛି । ଉଭୟଙ୍କୁ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ।  ଶୁକ୍ରବାର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସଂତୃପ୍ତ ମିଶ୍ର । ଶୁକ୍ରବାର ବିଜେଡିରେ ମିଶିଛନ୍ତି ସଂତୃପ୍ତ ମିଶ୍ର । ପୂର୍ବତନ କର୍ପୋରେଟ୍ ଅଧିକାରୀ ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି । ସେ ଶୁକ୍ରବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ସଂତୃପ୍ତ ମିଶ୍ର ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ୨୮ ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟ କରୁଥିଲେ । ଏହାସହ ସଂତୃପ୍ତ ବିର୍ଲା କାର୍ବନର ନିର୍ଦ୍ଦେଶକ ମଧ୍ୟ ରହିଥିଲେ ।
ବିଜେଡିରେ ସାମିଲ ହେଲେ ବିଶିଷ୍ଟ କର୍ପୋରେଟ ଅଧିକାରୀ ସଂତୃପ୍ତ ମିଶ୍ର
ଭୁବନେଶ୍ୱର: ବିଜେଡିରେ ଯୋଗ ଦେଲେ ବିଶିଷ୍ଟ କର୍ପୋରେଟ ଅଧିକାରୀ ତଥା ଓଡିଆ ପୁଅ ସଂତୃପ୍ତ ମିଶ୍ର । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସଂତୃପ୍ତ। ଏହି ଅବସରରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ । ନିକଟରେ ଉପସ୍ଥିତ ଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ସେହ୍ନାଙ୍ଗିନୀ ଛୁରିଆଙ୍କ ସମେତ ଅନେକ ପ୍ରମୁଖ ବିଜେଡି ନେତା । ଡିସେମ୍ବରରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ ସଂତୃପ୍ତ । ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା ସେ କହିଛନ୍ତି ।
ଦଳରେ ସାମିଲ ହେବା ପରେ ସଂତୃପ୍ତ କହିଛନ୍ତି, ଓଡ଼ିଶାର ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି । ଭାରତୀୟ ରାଜନୀତିରେ ବିଜେଡି ହେଉଛି ସବୁଠୁ ପ୍ରଗତିଶୀଳ ରାଜନୈତିକ ଦଳ । ବହୁରାଷ୍ଟୀୟ କମ୍ପାନିରେ କାମ କରୁଥିବାରୁ ଓଡ଼ିଶା ବାହାରେ ରହୁଥିଲି । କିନ୍ତୁ ଜନ୍ମସ୍ଥାନକୁ ଫେରି ଓଡ଼ିଶା ପାଇଁ କାମ କରିବାକୁ ମନରେ ଇଚ୍ଛା ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଆଗକୁ ନେବା ସହ ମୌଳିକତା ଆଧାରରେ ୨୫ ବର୍ଷ ହେବ ଓଡ଼ିଶାର ଶାସନଭାର ସମ୍ଭାଳିଛନ୍ତି । ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ,ଏକାମ୍ର ପ୍ରକଳ୍ପ ଜରିଆରେ ଓଡ଼ିଶାରେ ଆଧ୍ୟାତ୍ମିକ ଭାବନା ଆଣିଛନ୍ତି ନବୀନ । ଏହା ଦେଖିବା ପରେ ମୁଁ ଅନେକ ପ୍ରେରଣା ପାଇଛି । ଓଡ଼ିଶାବାସୀଙ୍କ ପାଇଁ ସେବା କରିବାକୁ ବିଜେଡିରେ ଯୋଗ ଦେଇଥିବା ସେ କହିଛନ୍ତି ।
ଆଦିତ୍ଯ ବିର୍ଲା ଗ୍ରୁପର ପୂର୍ବତନ ସିଇଓ ତଥା ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ଯକ୍ଷ ଥିବା ସଂତୃପ୍ତ ମିଶ୍ର କର୍ପୋରେଟ ଜଗତର ଜଣେ ବଡ଼ ବ୍ଯକ୍ତିତ୍ବ । ସୀମିତ ସମୟରେ ସଫଳତାର ଏତେ ସୋପାନ ଆରୋହଣ କରିବାର ସ୍ବପ୍ନ ଦେଖୁଥିବା ଅଧିକାଂଶ ଯୁବ ପିଢି ପାଇଁ ସେ ହେଉଛନ୍ତି ଆଦର୍ଶ । ବିର୍ଲା ଗ୍ରୁପର ସଫଳତା ପଛରେ ତାଙ୍କର ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ । କମ୍ପାନୀର ପାଞ୍ଚ ପାଞ୍ଚଟି ପଦବୀରେ ରହି ସେ ସଫଳତାର ସହ ଦାୟିତ୍ବ ତୁଲାଇବାରେ ସମର୍ଥ ହୋଇଥିଲେ । ବିଚକ୍ଷଣ ବିଜିନେସ୍ ଅପରେସନ୍, ଷ୍ଟ୍ରାଟେଜି, ଭିଜନ୍, ମ୍ୟାନେଜମେଣ୍ଟ ଓ ଚେଞ୍ଜ୍ ଅପରେସନ୍ ପାଇଁ ଜଣାଶୁଣା ସଂତୃପ୍ତ ମିଶ୍ର ଦେଶ ବିଦେଶରୁ ଅନେକ କର୍ପୋରେଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।