Uttarakhand Violence - The Sakala

ମଦ୍ରାସା ଉଚ୍ଛେଦକୁ ନେଇ ଉତ୍ତରାଖଣ୍ଡରେ ଦଙ୍ଗା; ୪ ମୃତ, ଶହେରୁ ଅଧିକ ପୁଲିସ କର୍ମୀ ଆହତ
ଡେରାଡୁନ୍‌: ଉତ୍ତରାଖଣ୍ଡରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ମଦ୍ରାସା ଉଚ୍ଛେଦକୁ ନେଇ ଦଙ୍ଗା ଆରମ୍ଭ ହୋଇଯାଇଛି। ହଲଦୱାନୀରେ ସରକାରୀ ଜମିରେ ନିର୍ମାଣ କରାଯାଇଥିବା ମଦ୍ରାସାକୁ ଭଙ୍ଗାଯିବା ପରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକ ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପରକୁ ଟେକା ପଥର ମାଡ଼ କରିବା ସହ ବହୁ ଗାଡି ଭାଙ୍ଗି ଦେଇଛନ୍ତି। ଏହି ଘଟଣାରେ ୪ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୫୦ରୁ ଅଧିକ ପୋଲିସ କର୍ମୀ ଗୁରୁତର ହୋଇଛନ୍ତି । ମଦ୍ରାସା ଉଛେଦ ଘଟଣାକୁ ସ୍ଥାନୀୟ ଯୁବକ ଏବଂ ମହିଳାମାନେ ବିରୋଧ କରି ବିକ୍ଷୋଭ କରିବା ସମୟରେ କିଛି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି। ଅନ୍ୟପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଘଟଣାକୁ ନେଇ କଠୋର ହୋଇଛନ୍ତି। ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତି ଅଣାୟତ୍ତ ହେବାରୁ ହଲଦ୍ୱାନୀ ସହର ପୁଲିସ୍‌ ଛାଉଣୀରେ ପରିଣତ ହୋଇଥିବା ବେଳେ କର୍ଫ୍ୟୁ ଜାରି କରାଯାଇଛି । ଅଧିକ ଗଣ୍ଡଗୋଳ ଆଶଙ୍କାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଏଥିସହିତ ଆଜି ହଲଦୱାନୀରେ ସମସ୍ତ ସ୍କୁଲ୍‌ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ପ୍ରକାଶଯୋଗ୍ୟ ଯେ, ଗୁରୁବାର ହଲଦୱାନୀ ପୌର ନିଗମ ପକ୍ଷରୁ ମାଲିକ କା ବଗିଚା ଅଞ୍ଚଳରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଏକ ମଦ୍ରାସା ଉଚ୍ଛେଦ କରାଯାଇଥିଲା। ଏହାପରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଉତ୍ତ୍ୟକ୍ତ ଲୋକ ପୁଲିସ ଉପରେ ପଥର ମାଡ଼ କରିବା ସହିତ ଅନ୍ୟ ଅଧିକାରୀଙ୍କ ଗାଡ଼ି ପୋଡ଼ି ପକାଇଥିଲେ। ଏହାପରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଦଙ୍ଗାକାରୀମାନେ ଟ୍ରାନ୍ସଫରମର ପୋଡ଼ି ଦେବାରୁ ଉକ୍ତ ଅଞ୍ଚଳରେ ବିଦ୍ୟୁତ୍ ମଧ୍ୟ ଚାଲିଯାଇଛି।