Dense Fog - The Sakala

ଘନ କୁହୁଡ଼ିରୁ ଦିଲ୍ଲୀକୁ ନାହିଁ ନିସ୍ତାର: ଆଜି ପୁଣି ବାତିଲ ହେଲା ୧୦୦ରୁ ଉର୍ଦ୍ଧ୍ୱ ବିମାନ
ନୂଆଦିଲ୍ଲୀ: ଘନ କୁହୁଡ଼ିରୁ ଦିଲ୍ଲୀକୁ ନାହିଁ ନିସ୍ତାର । ଆଜି ପୁଣି ବାତିଲ ହେଲା ୧୦୦ରୁ ଉର୍ଦ୍ଧ୍ୱ ବିମାନ । ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ସହ ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଶନିବାର ଦିନ ଦିଲ୍ଲୀ ବିମାନବନ୍ଦରରେ ୧୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ (IGI) ବିମାନବନ୍ଦରରେ ପ୍ରତିକୂଳ ପାଗ ଯୋଗୁଁ ଅନ୍ତତଃ ୬୬ଟି ଆଗମନ (Arrival) ଏବଂ ୬୩ଟି ପ୍ରସ୍ଥାନ (Departure) ବିମାନ ବାତିଲ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଅନୁସାରେ, ଶନିବାର ସକାଳ ସମୟରେ ଦିଲ୍ଲୀ ବିମାନବନ୍ଦରରେ ଦୃଶ୍ୟମାନ କ୍ଷମତା (Visibility) ବହୁତ କମ ରହିଥିଲା। ଦିନ ୧୧ଟା ସମୟରେ ବିମାନବନ୍ଦରରେ ସାଧାରଣ ଦୃଶ୍ୟମାନ ଦୂରତା ମାତ୍ର ୫୦୦ ମିଟର ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ଆଗାମୀ ଦିନରେ ରାତି ଏବଂ ସକାଳ ସମୟରେ ଆକାଶ ଆଂଶିକ ମେଘୁଆ ରହିବା ସହ ସାଧାରଣରୁ ଘନ କୁହୁଡ଼ି ଦେଖାଯାଇପାରେ।

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ AAI କହିଛି ଯେ, ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ବିମାନ ସେବାରେ ବିଳମ୍ବ କିମ୍ବା ବାଧା ସୃଷ୍ଟି ହୋଇପାରେ। ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସମ୍ପର୍କିତ ସଦ୍ୟତମ ସୂଚନା ପାଇଁ ଏୟାରଲାଇନ୍ସ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ଏବଂ ଯାତ୍ରା ପାଇଁ ହାତରେ ଅଧିକ ସମୟ ରଖି ବିମାନବନ୍ଦର ଆସିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ବିମାନବନ୍ଦରଗୁଡ଼ିକରେ ସ୍ୱତନ୍ତ୍ର ସହାୟତା ଟିମ୍ ମୁତୟନ କରାଯାଇଛି।

ଯମୁନା ଏକ୍ସପ୍ରେସୱେରେ ଘନ କୁହୁଡ଼ିର କାଳ: ପଛକୁ ପଛ ପିଟି ହେଲେ ଏକାଧିକ ଗାଡ଼ି, ୪ ମୃତ
ମଥୁରା: ଘନ କୁହୁଡ଼ି ହେଲା କାଳ । ଉତ୍ତରପ୍ରଦେଶର ମଥୁରା ନିକଟସ୍ଥ ଦିଲ୍ଲୀ-ଆଗ୍ରା ଯମୁନା ଏକ୍ସପ୍ରେସୱେରେ ଘଟିଛି ବଡ଼ ସଡ଼କ ଦୁର୍ଘଟଣା । ଘନ କୁହୁଡ଼ି କାରଣରୁ ପଛକୁ ପଛ ପ୍ରାୟ ୧୦ଟି ଗାଡ଼ି ପରସ୍ପର ସହ ଧକ୍କା ହେବା ଫଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଧକ୍କା ହେବା ପରେ ଗାଡ଼ିଗୁଡ଼ିକରେ ନିଆଁ ଲାଗିଯାଇଥିବାରୁ ପରିସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଥିଲା।

ସୂଚନା ଅନୁଯାୟୀ, ମଥୁରା ଜିଲ୍ଲାର ଯମୁନା ଏକ୍ସପ୍ରେସୱେର ମାଇଲଷ୍ଟୋନ୍ ୧୨୭ (Milestone 127) ନିକଟରେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡ଼ି ଯୋଗୁଁ ରାସ୍ତାରେ ଦୃଶ୍ୟମାନ କ୍ଷମତା (visibility) ବହୁତ କମ୍ ଥିଲା। ଦୃଶ୍ୟମାନ କ୍ଷମତା କମ୍ ଥିବାରୁ  ତିନୋଟି କାର୍ ଏବଂ ୭ଟି ବସ୍ ନିୟନ୍ତ୍ରଣ ହରାଇ ପରସ୍ପର ସହ ପଛକୁ ପଛ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଗୁଡ଼ିକରେ ନିଆଁ ଲାଗିଯାଇଥିଲା ଏବଂ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ । ମଥୁରା ଏସଏସପି (SSP) ଶ୍ଲୋକ କୁମାର କହିଛନ୍ତି ଯେ, "କମ୍ ଭିଜିବିଲିଟି କାରଣରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ସମସ୍ତ ଗାଡ଼ିରେ ନିଆଁ ଲାଗିଯାଇଥିଲା। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଛି ଏବଂ ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୌଭାଗ୍ୟବଶତଃ ଆହତମାନଙ୍କ ମଧ୍ୟରୁ କାହାରି ଅବସ୍ଥା ଗୁରୁତର ନାହିଁ।"

ପ୍ରଦୂଷଣ ଏବଂ ଘନ କୁହୁଡ଼ିର ଆସ୍ତରଣ ତଳେ ରାଜଧାନୀ ଦିଲ୍ଲୀ; ଦିଶିଲାନି ରାସ୍ତାଘାଟ, ଅସ୍ତବ୍ୟସ୍ତ ଜନଜୀବନ
ନୂଆଦିଲ୍ଲୀ: ହାଡ଼ଭଙ୍ଗା ଶୀତ ଏବଂ ଘନ କୁହୁଡ଼ିର ଚାଦର ତଳେ ରାଜଧାନୀ ଦିଲ୍ଲୀ। ସୋମବାର ସକାଳେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ଦିନର ବାକି ସମୟରେ ଆକାଶ ମୁଖ୍ୟତଃ ପରିଷ୍କାର ରହିବ କିନ୍ତୁ ସକାଳ ସମୟରେ ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣରୁ ଘନ କୁହୁଡ଼ି ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସୋମବାର ଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭ ରୁ ୯ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାକୁ ଥିବାବେଳେ ସର୍ବାଧିକ ତାପମାତ୍ରା ୨୨ ରୁ ୨୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ।

କେବଳ ଶୀତ ନୁହେଁ, ପ୍ରଦୂଷଣ ମଧ୍ୟ ଦିଲ୍ଲୀବାସୀଙ୍କ ପାଇଁ ଗୁରୁତର ସମସ୍ୟା ପାଲଟିଛି। ସୋମବାର ସକାଳେ ସହର ପୁଣିଥରେ ଧୂଆଁଳିଆ ବା ସ୍ମୋଗ୍ (Smog) ଚାଦରରେ ଢାଙ୍କି ହୋଇଯାଇଥିଲା। ସକାଳ ୬ଟା ସୁଦ୍ଧା ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ରେ ପହଞ୍ଚିଥିଲା, ଯାହା 'ଗମ୍ଭୀର' ଶ୍ରେଣୀ ଅନ୍ତର୍ଭୁକ୍ତ। ଏହା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବାର ଆଶଙ୍କା ସୃଷ୍ଟି ହୋଇଛି ଏବଂ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ କ୍ଷମତା (Visibility) ହ୍ରାସ ପାଇଛି। ଏହାର ପ୍ରଭାବରେ ଦୃଶ୍ୟମାନ କ୍ଷମତା ବା ଭିଜିବିଲିଟି ଏତେ କମିଯାଇଛି ଯେ କିଛି ମିଟର ଦୂରରେ ଥିବା ଜିନିଷ ମଧ୍ୟ ଦେଖାଯାଉ ନାହିଁ। ଦିଲ୍ଲୀର ସଫଦରଜଙ୍ଗ ଏବଂ ପାଲମ ଅଞ୍ଚଳରେ ଭିଜିବିଲିଟି ଶୂନ (୦) ମିଟରକୁ ଖସି ଆସିଥିଲା । ରାସ୍ତାରେ ଯାଉଥିବା ଗାଡ଼ିଚାଳକମାନେ ବାଧ୍ୟ ହୋଇ ହେଡ୍ ଲାଇଟ୍ ଏବଂ ଇଣ୍ଡିକେଟର ଜଳାଇ ଅତି ଧୀର ଗତିରେ ଗାଡ଼ି ଚଳାଉଛନ୍ତି । ଭିଜିବିଲିଟି କମିବା କାରଣରୁ ବିମାନ ଏବଂ ରେଳ ସେବା ଉପରେ ଗୁରୁତର ପ୍ରଭାବ ପଡ଼ିଛି ।

ରାଜ୍ୟଗୁଡ଼ିକ ପାଇଁ ୱାର୍ଣ୍ଣିଂ ଜାରି

ଆଇଏମଡି ପକ୍ଷରୁ ସୋମବାର ଘନ କୁହୁଡ଼ି ପାଇଁ 'ୟେଲୋ ଆଲର୍ଟ' ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ପୂର୍ବ ମଧ୍ୟପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଞ୍ଜାବ ଏବଂ ଉତ୍ତରପ୍ରଦେଶର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି। ସେହିପରି କର୍ଣ୍ଣାଟକ ଏବଂ ତେଲେଙ୍ଗାନାର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ଲହରୀ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।

ରାଜ୍ୟରେ ଜାରି ରହିବ ଆଉ ୨ ଦିନ ଶୀତ, ଘନ କୁହୁଡ଼ି
ଭୁବନେଶ୍ୱର: ରାଜ୍ୟରେ ଆହୁରି ୨ଦିନ ବିଭିନ୍ନ ସ୍ଥାନରେ କୁହୁଡ଼ି ଜାରି ରହିବ। ସାରା ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରଭାବ ଜାରି ରହିଛି। ଏହାସହ କୁହୁଡ଼ି ଯୋଗୁଁଁ ଯାନବାହନ ଚଳାଚଳରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏହି ସ୍ଥିତି ଆହୁରି ୨ ଦିନ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କ୍ୁହାଯାଇଛି। ତେବେ ପରେ ତାପମାତ୍ରାରେ ବୃଦ୍ଧି ହେବା ସହ ଶୀତର ପ୍ରଭାବ କମିବ ବୋଲି କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨ଦିନ ମଧ୍ୟରେ ପ୍ରାୟ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବା ହେତୁ ଶୀତ ହ୍ରାସ ହେବ। ଶୁକ୍ରବାର ରାତିରୁ ଶନିବାର ସକାଳ ମଧ୍ୟରେ ସୁନ୍ଦରଗଡ଼଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାସହ କେନ୍ଦୁଝର, ଝାରସୁଗୁଡ଼ା, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳରେ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଘନ କୁହୁଡ଼ି ପାଇଁ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଝାରସୁଗୁଡାରେ ୬.୦ ଡିଗ୍ରୀ, ରାଉରକେଲା ୬.୪, ଫୁଲବାଣୀ ୬.୮, ସେମିଳିଗୁଡ଼ା ୭.୧, ଦାରିଙ୍ଗବାଡ଼ି ୮ ଓ ସୁନ୍ଦରଗଡ଼଼ରେ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କଟକରେ ସର୍ବନିମ୍ନ ୧୩.୫ଡିଗ୍ରୀ ଏବଂ ଭୁବନେଶ୍ୱରରେ ୧୫.୧ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।

ପୁଣି ରାଜ୍ୟକୁ ଫେରିବ ବର୍ଷା, ଆସନ୍ତା ୧୧ ଓ ୧୨ ତାରିଖରେ ବିକ୍ଷିପ୍ତ ବର୍ଷା ହେବା ସମ୍ଭାବନା
ଭୁବନେଶ୍ୱର: ପୁଣି ରାଜ୍ୟକୁ ଫେରିବ ବର୍ଷା। ଆସନ୍ତା ୧୧ ଓ ୧୨ ତାରିଖରେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କିଛି ଜିଲ୍ଲାରେ ଘନକୁହୁଡି ହେବା ନେଇ ମଧ୍ୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ, ୧୧ ତାରିଖରେ ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ସେହିପରି ୧୨ ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଏଥିସହିତ ଆଗାମୀ ଦୁଇ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଏହାର ୩ ଦିନ ପରେ ପୁଣି ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ୨-୩ ଡିଗ୍ରୀ ବଢ଼ିବାର ଆଶଙ୍କା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଥÒବା େବଳେ ବାକି ଜିଲ୍ଲାରେ ପାଗ ସାଧାରଣତଃ ଶୁଖିଲା ରହିଥିଲା।