Budget 2024-2025 - The Sakala

ରାଜ୍ୟ ବଜେଟରେ କୌଣସି ନୂତନତ୍ୱ ନାହିଁ: ବିଜେଡି
ଭୁବନେଶ୍ୱର: ବିଜେପି ସରକାରଙ୍କ ଦ୍ୱାରା ଆଜି ପ୍ରସ୍ତୁତ କରା ଯାଇଥିବା ୨୦୨୪-୨୫ ବର୍ଷ ପାଇଁ ରାଜ୍ୟ ବଜେଟ ଉପରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା ବଜେଟ ସମ୍ପୂର୍ଣ ନୈରାଶ୍ୟଜନକ ବୋଲି କହିଛନ୍ତି। ମୋହନ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବଜେଟରେ କୌଣସି ନୂତନତ୍ୱ ନାହିଁ ଓ ଏହା ନବୀନ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ପ୍ରାୟ ଚାଳିଶରୁ ଉର୍ଦ୍ଧ ଲୋକପ୍ରିୟ ଯୋଜନା ଗୁଡିକର କପି ପେଷ୍ଟ କରାଯାଇ କେବଳ ଏହାର ନାମ ପରିବର୍ତ୍ତନ କରାଯାଇଛି।

ବହୁ ପ୍ରଚାରିତ ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳା ମାନେ ଲାଭବାନ ହେବେ ବୋଲି ଆଶା ବାନ୍ଧି ବସିଥିବା ବେଳେ ଏଥିପାଇଁ ମାତ୍ର ଦଶ ହଜାର କୋଟି ଟଙ୍କା ଘୋଷିତ ହୋଇଥିବାରୁ ଅତି ବେଶୀରେ ରାଜ୍ୟର କୋଡିଏ ଲକ୍ଷ୍ୟ ମହିଳା ଏଥିରୁ ଲାଭ ପାଇବେ। ସେହିପରି ମଧୁବାବୁ ପେନଶନ ଯୋଜନାରେ ହିତାଧିକାରୀଙ୍କ ଭତ୍ତା ୩୦୦୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବିଜେପି ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ କେବଳ ୮୦ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ପେନଶନ ବୃଦ୍ଧି କରାଯାଇଛି ଯାହା ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ନିରାଶ କରିଛି । ଅପରପକ୍ଷରେ ଅର୍ଥନୈତିକ ଦୂରଦୃଷ୍ଟୀ, ଶିଳ୍ପ, ରୋଜଗାର, ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି ଆଦି ବିଷୟରେ ଏ ବଜେଟ ସଂପୂର୍ଣ୍ଣ ନିରବ। ବଲ ଇଂଜିନ ସରକାର ହେଲେ ରାଜ୍ୟରେ ବିକାଶର ତ୍ୱରାନ୍ୱିତ ହେବ ବୋଲି ବିଜେପି ଡିଣ୍ଡିମ ପିଟୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟର ବଜେଟ ରାଜ୍ୟବାସୀଙ୍କୁ ଡବଲ ନିରାଶ କରିଛି ।

ରାଜ୍ୟ ବଜେଟ୍ ୨୦୨୪-୨୫: ସ୍ବାସ୍ଥ୍ୟ ପାଇଁ ୨୧ ହଜାର ୨ ଶହ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ବର: ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ। ଏହା ମୋହନ ସରକାରଙ୍କ ପ୍ରଥମ ବଜେଟ।  ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ। ବଜେଟରେ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯାଇଛି। ଏଥି ପାଇଁ ସରକାର ୨୧ ହଜାର ୨ ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖିଛନ୍ତି। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ଏହି ଯୋଜନାର ନାମ ଆୟୁଷ୍ମାନ ଯୋଜନା ରଖିଛନ୍ତି। ଆୟୁଷ୍ମାନ ଏଥିରେ ଆୟୁଷ୍ମାନ ଭାରତ ଯୋଜନାରେ ୫୦୦ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୫୪୫୦ କୋଟି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିସନ ଯୋଜନାରେ ୨୪୬୨ କୋଟି ଓ ଜାତୀୟ ସ୍ବାସ୍ଥ୍ୟ ମିସନ ସାମିଲ ରହିଛି। ବଜେଟ୍‌ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଚଳିତ ବର୍ଷର ଆର୍ଥିକ ବଜେଟ୍‌ ଗତବର୍ଷ ତୁଳନାରେ ୩୨ ପ୍ରତିଶତ ଅଧିକ।

ମୋହନ ମାଝୀ କହିଛନ୍ତି, ନିର୍ବାଚନ ପୂର୍ବ ଇସ୍ତାହାରରେ ପ୍ରତିଶ୍ରୁତି ଅନୁଯାୟୀ ସରକାର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରମାନଙ୍କୁ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ କ୍ୟାସଲେସ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହା ଦ୍ବାରା ରାଜ୍ୟ ରାଜକୋଷ ଉପରେ ବୋଝ କମିବ। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଲୋମାନେ ଦେଶର ସମସ୍ତ ରାଜ୍ୟର ୨୭ ହଜାରରୁ ଅଧିକ ତାଲିକାଭୁକ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାରେ କ୍ୟା‌ସଲେସ ଚିକିତ୍ସା ସୁବିଧା ପାଇପାରିବେ।

ସରକାର ସମସ୍ତଙ୍କୁ ମାଗଣାରେ ସାର୍ବଚନୀନ ବ୍ୟାପକ ଚକ୍ଷୁ ଯତ୍ନସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ମୋତିଆ ବିନ୍ଦୁ, ଗ୍ଲକୋମା ଓ କର୍ଣ୍ଣିଆ ଚିକିତ୍ସା ମିଳିପାରିବ। ଏହି ଯୋଜନାରେ ୪୫ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି। ସେହିପରି ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଙ୍କ ନିକଟରେ ଚିକିତ୍ସା ସୁବିଧା ପହଞ୍ଚିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ରାଜ୍ୟ ବଜେଟ୍ ୨୦୨୪-୨୫: କୃଷି ପାଇଁ ୩୩ ହଜାର ୯୧୯ କୋଟି, କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ ଧାନ
ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟର ପ୍ରଥମ ପର୍ଯ୍ୟାୟର ସେ କୃଷି ବଜେଟ ସଂପର୍କରେ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟରେ କୃଷିକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି।  କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ହେଉଛି ରାଜ୍ୟର ପ୍ରମୁଖ ନିଯୁକ୍ତିପ୍ରଦାନକାରୀ କ୍ଷେତ୍ର । ୨୦୨୩-୨୪ ଆର୍ଥିକ ୨୪୮୨୯ କୋଟି ୨୦୨୪-୨୫ରେ ୩୬% ବୃଦ୍ଧି କରି ୩୩୯୧୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଧାନକ୍ରୟ ବ୍ୟସ୍ଥାକୁ ସରଳ କରାଯିବ ଓ କଟନିଛଟନିକୁ ବନ୍ଦ କରାଯାଇ ଆର୍ଦ୍ରତା ପରିମାଣକ ମେସିନ ବ୍ୟବହାର କରାଯିବ । କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ ।

୨୦୨୪-୨୫ରେ ସମୃଦ୍ଧ କୃଷକ ଯୋଜନା ପାଇଁ ୫୦୦୦ କୋଟି ଟଙ୍କା ରଖାଯାଇଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି । ପିଏମ କିଷାନ ଯୋଜନାରେ ଚାଷୀଙ୍କ ନାଁରେ ଥିବା ଜମିକୁ ଆଧାର ନ କରି ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯାଇଛି । ସିଏମ କିଷାନ ଯୋଜନାରେ ଅତିରିକ୍ତ ଟପଅପ୍ ପ୍ରଦାନ କରିଛୁ । ଏହି ଯୋଜନାରେ ୧୯୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୬୦୦ କୋଟି ଟଙ୍କା ଓ ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ବଜେଟ ୨୦୨୪-୨୫: ପ୍ରଥମଥର ଚାକିରି କରିବାକୁ ଯାଉଥିବା ବ୍ୟକ୍ତିଙ୍କୁ ସରକାର ଦେବେ ୧ ମାସର ଦରମା
ନୂଆଦିଲ୍ଲୀ: ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାନ କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟରେ ଇପିଏଫଓରେ ପଞ୍ଜୀକରଣ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମଥର ଚାକିରି କରୁଥିବା କିମ୍ବା ପ୍ରଥମଥର ଇପିଏଫଓରେ ପଞ୍ଜୀକରଣ କରୁଥିବା କର୍ମଚାରୀଙ୍କୁ ସରକାର ୧୫ ହଜାର ଟଙ୍କା ଦେବେ। ଏହା ସେମାନଙ୍କ ଇପିଏଫଓ ଆକାଉଣ୍ଟରେ ଜମା ହେବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି,  ପ୍ରଥମଥର ଚାକିରି ଆରମ୍ଭ କରିବାକୁ ଯାଉଥିବା ଯୁବକଙ୍କୁ ୧ ମାସର ଦରମା ଆଗୁଆ ଦିଆଯିବ। ୱାର୍କଫର୍ମ ହୋମରେ ପ୍ରଥମଥର କାମ କରୁଥିବା ଯୁବପିଢ଼ିଙ୍କୁ ମଧ୍ୟ ୧ ମାସର ଦରମା ମିଳିବ। ୧ ଲକ୍ଷରୁ କମ ଦରମା ପାଉଥିବା କର୍ମଚାରୀ ଇପିଏଫଓରେ ପ୍ରଥମଥର ପାଇଁ ପଞ୍ଜୀକରଣ କଲେ, ସେମାନଙ୍କୁ ୩ଟି କିସ୍ତିରେ ୧୫ ହଜାର ଟଙ୍କାର ସହାୟତା ମିଳିବ। ଏହି ଦରମା ଡିବିଟି ଜରିଆରେ ୩ଟି କିସ୍ତିରେ ଦିଆଯିବ

ବଜେଟ ୨୦୨୪-୨୫: ବିକାଶ ହେବ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ର, ପୂର୍ବାଞ୍ଚଳର ବିକାଶରେ ଯୋଡ଼ି ହେଲା ଓଡ଼ିଶା
ନୂଆଦିଲ୍ଲୀ: ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାନ କରିଛନ୍ତି ଅର୍ଥମନ୍ତ୍ରୀ । ବିଭିନ୍ନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତିୁ କେନ୍ଦ୍ର ସରକାର । ବଜେଟ୍‌ରେ ମୋଟ ୧୧.୧୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।ତେବେ ବଜେଟ୍‌ରେ ଓଡ଼ିଶାକୁ ବିଶେଷ ଗୁରୁତ୍ବ ଦିଆଯାଇଛି ।

ପୂର୍ବାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି। ପୂର୍ବାଞ୍ଚଳର ଆର୍ଥିକ ବିକାଶ ଉପରେ ବିଶେଷ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଛି । ପୂର୍ବାଞ୍ଚଳର ୫ ରାଜ୍ୟର ବିକାଶ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବେ ଭାରତ ସରକାର । ସେହି ୫ ରାଜ୍ୟ ହେଉଛି ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ।ଏହି ରାଜ୍ୟଗୁଡିକରେ ସଡ଼କ ନିର୍ମାଣ ଉପରେ ଗୁରୁତ୍ବ ଦିଆଯିବ।

ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ବିଶେଷ କରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡିକର ବିକାଶ ପାଇଁ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବା ପାଇଁ ସ୍ବତନ୍ତ୍ର କାରଯ୍ୟକ୍ରମ ହାତକୁ ନେବେ କେନ୍ଦ୍ର ସରକାର । ମହିଳା ସଶକ୍ତିକରଣ, ରୋଜଗାର ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ବିକାଶ ପାଇଁ ବଜେଟ୍‌ରେ ବ୍ୟବସ୍ଥା ହେବ । ମନ୍ଦିର, ବନ୍ୟଜନ୍ତୁ, ସାମୁଦ୍ରିକ ସଂପଦ ପାଇଁ ଓଡ଼ିଶା ଜଣାଶୁଣା । ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ।

ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଅନୁକୂଳ ହୋଇପାରେ ୨୦୨୪-୨୫ ବଜେଟ
ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ୨୨ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବା ପରେ ୨୩ ତାରିଖରେ ପୂର୍ଣ୍ଣ ବଜେଟ୍‌ ଆଗତ କରିବେ। ଏହିକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୭ ତାରିଖରେ ଉଭୟ ସଦନକୁ ସମ୍ବୋଧିତ କରିବେ। ତେବେ ଏହି ବଜେଟ୍‌ ମୋଦୀ ୩.୦ ସରକାରଙ୍କ ପ୍ରଥମ ବଜେଟ୍‌ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ରହିଛି। ବିଶେଷକରି ଦେଶର ସାମୂହିକ ଅର୍ଥ ବ୍ୟବସ୍ଥାର ଉନ୍ନତି ଏବଂ ବିକାଶ ଦିଗକୁ ଏହି ବଜେଟ୍‌ କିଭଳି ପ୍ରୋତ୍ସାହନ ଦେବ ତାହାକୁ ନେଇ ଅର୍ଥନୀତିଜ୍ଞ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ବେଳେ ଦେଶର ଗରିବ ଏବଂ ସାଧାରଣ ଲୋକଙ୍କ ପାଇଁ ବଜେଟ୍‌ କିଭଳି ରହିବ ତାହା ଏବେ ଆଲୋଚ୍ୟର ବିଷୟ ହୋଇଛି।

ତେବେ ୨୦୨୪-୨୫ ବଜେଟ୍‌ ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଅନୁକୂଳ ରହିବା ସହିତ ଏଥିରେ ଯୁବପିଢି, ମହିଳା ଏବଂ କୃଷକମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଅଧିକ କିଛି ବ୍ୟବସ୍ଥା ରହିବ ବୋଲି ଆଶା କରାଯାଉଛି। ଗତ ଫେବୃଆରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଥିଲେ। ଏଥିରେ ମୋଟ ୪୭.୬୫ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। କିନ୍ତୁ ନିର୍ବାଚନ ଶେଷ ହେବା ଏବଂ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ବିଭିନ୍ନ ବର୍ଗଙ୍କୁ ଖୁସି କରିବା ଲାଗି କିଛି ନୂଆ ବ୍ୟବସ୍ଥା କରିବେ ବୋଲି ଆଶା କରାଯାଉଥିବାରୁ ପୂର୍ଣ ବଜେଟ୍‌ର ବ୍ୟୟ ବରାଦ ପରିମାଣ ଆହୁରି ବଢିପାରେ ବୋଲି କୁହାଯାଉଛି। ଏଥିସହିତ ଦେଶର ବିତ୍ତୀୟ ନିଅଣ୍ଟ ହ୍ରାସକୁ ମଧ୍ୟ କେନ୍ଦ୍ର ସରକାର ବଜେଟ୍‌ରେ ଗୁରୁତ୍ବ ଦେବେ । ଏହି ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୮୦ ରୁ ୯୦ ହଜାର କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। କିନ୍ତୁ ଆରବିଆଇ ୨ ଲକ୍ଷ ୧୧ ହଜାର କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଥିବାରୁ ଏହା ମଧ୍ୟ ଚଳିତ ବଜେଟ୍‌ ପାଇଁ ସହାୟକ ହେବ ବୋଲି କୁହାଯାଇଛି। ସରକାର ବିଭିନ୍ନ ବର୍ଗଙ୍କ ପାଇଁ କିଛି ନୂଆ ଯୋଜନା ଆଣିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଏଥିପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରିବାକୁ ପଡ଼ିବ। ଏହାସତ୍ତ୍ବେ ବିତ୍ତୀୟ ନିଅଣ୍ଟ ହାର ୫.୧ ପ୍ରତିଶତରୁ ୫ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି କୁହାଯାଇଛି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପିତ; ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ ହେଲା ବ୍ୟୟବରାଦ…
ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ମୋଟ ୨ଲକ୍ଷ ୫୫ ହଜାର କୋଟିର ବଜେଟ ଆଣିଛନ୍ତି ରାଜ୍ୟ ସରକାର। ସେଥିରୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି। ତେବେ ଆସନ୍ତୁ ନଜର ପକାଇବା ରାଜ୍ୟ ବଜେଟରେ କେଉଁ ବିଭାଗ ଓ କ୍ଷେତ୍ରକୁ ମିଳିଛି କେତେ କେତେ ଟଙ୍କା ?

– ବିଦ୍ୟାଳୟ ଓ ଗାନଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ – ୨୪ ହଜାର ୭ ଶହ ୬୪ କୋଟି ଟଙ୍କା

– ପଂଚାୟତରାଜ – ୨୨୫୪୩ କୋଟି

– ସ୍ୱାସ୍ଥ୍ୟ ବିଭାଗ – ୧୯୭୨୯ କୋଟି

– ଜଳସମ୍ପଦ – ୧୩୨୬୭ କୋଟି

– ଯୋଜନା ଓ ସଂଯୋଜନା – ୧୨୦୪୩ କୋଟି

– ନିର୍ମାଣ ବିଭାଗ – ୧୦୯୫୦ କୋଟି

– ଗ୍ରାମ୍ୟ ଉନ୍ନୟନ – ୯୩୩୦ କୋଟି

– ଗୃହ ବିଭାଗ – ୮୬୪୧ କୋଟି

ପ୍ରଧାନମନ୍ତ୍ରୀ ଆବାସ – ୪୦୦୦ କୋଟି

ବିଜୁ ପକ୍କାଘର – ୧୦୦ କୋଟି

ପ୍ରଧାନମନ୍ତ୍ରୀ ଆବାସ ସହର – ୬୯୨ କୋଟି

ବସୁଧା ଯୋଜନା – ୨୦୦୦ କୋଟି

ଜଳ ଜୀବନ ମିଶନ – ୬୦୦୦ କୋଟି

ମେଟ୍ରୋ – ୧୦୦୦ କୋଟି

ରେଳ ପ୍ରକଳ୍ପ – ୭୦୦ କୋଟି

ରାସ୍ତା ଉନ୍ନତି – ୬୧୯୪ କୋଟି

ନୂଆ ଓ – ୨୦୦ କୋଟି

ବିଜୁ ସେତୁ – ୨୦୦ କୋଟି

ଏସଟିଆରଏମଏଫ (ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠି ) – ୧୪୨୪ କୋଟି

କ୍ରୀଡା ଭିତିଭୂମି – ୮୫୨ କୋଟି

ମୁଖ୍ୟମନ୍ତ୍ରୀ କଳାକାର ସହାୟତା – ୭୨ କୋଟି

ପ୍ରାଚୀନ କୀର୍ତିରାଜି ରକ୍ଷଣାବେକ୍ଷଣ – ୧୫ କୋଟି

ଏନଆରଏଲଏମ – ୧୧୬୨ କୋଟି

ମିଶନ ଶକ୍ତି – ୨୭୬୧ କୋଟି

ମମତା – ୫୨୧ କୋଟି