Propose Day - The Sakala
ଭାଲେଣ୍ଟାଇନ୍ ୱିକ୍ ୨୦୨୬: ଫେବୃଆରୀ ୭ରୁ ଆରମ୍ଭ ପ୍ରେମର ସପ୍ତାହ, ଜାଣନ୍ତୁ କେବେ ପଡୁଛି କେଉଁ ଦିବସ
ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ କପଲ୍ସଙ୍କ ପାଇଁ ବେଶ୍ ଖାସ୍ ହୋଇଥାଏ। କିନ୍ତୁ ଏହା ପୂର୍ବରୁ ଆସୁଥିବା ୬ ଦିନ ଆହୁରି ସ୍ୱତନ୍ତ୍ର। ରୋଜ୍ ଡେ’ ଠାରୁ ଆରମ୍ଭ କରି ହଗ୍ ଡେ’ ପର୍ଯ୍ୟନ୍ତ, ଏହି ସପ୍ତାହ ସମ୍ପର୍କରେ ଏକ ନିଆରା ରୋମାନ୍ସ ଯୋଡିଥାଏ। ଆସନ୍ତୁ ଜାଣିବା ୨୦୨୬ ମସିହାର ଭାଲେଣ୍ଟାଇନ୍ ୱିକ୍ କ୍ୟାଲେଣ୍ଡର ଏବଂ କେଉଁ ଦିନ କିପରି ପାଳନ କରିବେ।
ଏହି ସପ୍ତାହ କେବଳ ୧୪ ଫେବୃଆରୀରେ ସୀମିତ ନୁହେଁ। ଏହାର ଠିକ୍ ୭ ଦିନ ପୂର୍ବରୁ ଅର୍ଥାତ୍ ଫେବୃଆରୀ ୭ରୁ ରୋମାଣ୍ଟିକ୍ ଦିନଗୁଡ଼ିକ ଆରମ୍ଭ ହୋଇଯାଏ। ସାଥୀ, ବନ୍ଧୁ ଏବଂ ନିଜର ପ୍ରିୟଜନଙ୍କ ପାଇଁ ଏହି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ସପ୍ତାହର ପ୍ରତ୍ୟେକ ଦିନର ଏକ ଭିନ୍ନ ନାମ ଏବଂ ମହତ୍ତ୍ୱ ରହିଛି।
ଭାଲେଣ୍ଟାଇନ୍ ୱିକ୍ କ୍ୟାଲେଣ୍ଡର ୨୦୨୬
ଫେବୃଆରୀ ୭ - ରୋଜ୍ ଡେ (Rose Day): ଭାଲେଣ୍ଟାଇନ୍ ୱିକ୍‌ର ଆରମ୍ଭ ଗୋଲାପ ଫୁଲରୁ ହୋଇଥାଏ। ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଗୋଲାପ ଦେଇ ନିଜର ଭାବନା ବ୍ୟକ୍ତ କରନ୍ତି। ଲାଲ୍ ଗୋଲାପ ପ୍ରେମର ପ୍ରତୀକ ହୋଇଥିବାବେଳେ ହଳଦିଆ ଗୋଲାପ ବନ୍ଧୁତ୍ୱର ଓ ଧଳା ଗୋଲାପ ଶାନ୍ତିର ପ୍ରତୀକ ଅଟେ।
ଫେବୃଆରୀ ୮ - ପ୍ରପୋଜ୍ ଡେ (Propose Day): ରୋଜ୍ ଡେ’ ପରଦିନ ଅର୍ଥାତ୍ ୮ ତାରିଖରେ ପ୍ରପୋଜ୍ ଡେ ପାଳନ କରାଯାଏ। ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି, ତେବେ ମନର କଥା କହିବା ପାଇଁ ଏହା ସବୁଠାରୁ ଭଲ ଦିନ। ବିବାହିତ ଦମ୍ପତି ମଧ୍ୟ ନିଜ ସାଥୀଙ୍କୁ ପୁଣିଥରେ ପ୍ରେମ ନିବେଦନ କରିପାରିବେ।
ଫେବୃଆରୀ ୯ - ଚକୋଲେଟ୍ ଡେ (Chocolate Day): ସମ୍ପର୍କରେ ମିଠାସ ଭରିବା ପାଇଁ ଏହି ଦିନ ପାଳନ କରାଯାଏ। କେବଳ ପ୍ରେମିକ-ପ୍ରେମିକା ନୁହନ୍ତି, ବନ୍ଧୁ ଓ ପରିବାର ସଦସ୍ୟଙ୍କୁ ମଧ୍ୟ ଚକୋଲେଟ୍ ଦେଇ ଆପଣ ଖୁସି ବାଣ୍ଟିପାରିବେ।
ଫେବୃଆରୀ ୧୦ - ଟେଡି ଡେ (Teddy Day): ଏହି ଦିନ କପଲ୍ସ ପରସ୍ପରକୁ ସଫ୍ଟ ଟୟ ବା ଟେଡି ବିୟର ଉପହାର ଦିଅନ୍ତି। ଏହା ପ୍ରେମର ଏକ ସ୍ମୃତି ହୋଇ ରହିଥାଏ, ଯାହାକୁ ସର୍ବଦା ନିଜ ପାଖରେ ରଖାଯାଇପାରିବ। ବିଶେଷକରି ଯୁବତୀମାନଙ୍କୁ ଟେଡି ବହୁତ ପସନ୍ଦ ଆସିଥାଏ।
ଫେବୃଆରୀ ୧୧ - ପ୍ରମିସ୍ ଡେ (Promise Day): ପ୍ରମିସ୍ ଡେ ସମ୍ପର୍କକୁ ମଜଭୁତ କରିବାର ଦିନ। ଏହି ଦିନ ସାଥୀମାନେ ପରସ୍ପରକୁ ସାରା ଜୀବନ ସାଥୀରେ ରହିବାକୁ, ବିଶ୍ୱାସ ବଜାୟ ରଖିବାକୁ ଏବଂ ପ୍ରତ୍ୟେକ ପରିସ୍ଥିତିରେ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦିଅନ୍ତି।
ଫେବୃଆରୀ ୧୨ - ହଗ୍ ଡେ (Hug Day): ଶବ୍ଦ ବିନା ନିଜର ଭାବନା ପ୍ରକାଶ କରିବାର ଏକ ମାଧ୍ୟମ ହେଉଛି ଆଲିଙ୍ଗନ ବା ହଗ୍। ନିଜର ପ୍ରିୟ ମଣିଷକୁ କୁଣ୍ଢାଇଲେ ସମସ୍ତ ଦୁଃଖ ଦୂର ହୋଇଯାଏ ଏବଂ ନିଜପଣିଆ ଅନୁଭବ ହୁଏ।
ଫେବୃଆରୀ ୧୩ - କିସ୍ ଡେ (Kiss Day): ଭାଲେଣ୍ଟାଇନ୍ ଡେ’ର ଠିକ୍ ଗୋଟିଏ ଦିନ ପୂର୍ବରୁ କିସ୍ ଡେ ପାଳନ କରାଯାଏ। ଏହା ସମ୍ପର୍କରେ ନିବିଡ଼ତା ଏବଂ ବିଶ୍ୱାସକୁ ଦର୍ଶାଇଥାଏ।
ଫେବୃଆରୀ ୧୪ - ଭାଲେଣ୍ଟାଇନ୍ ଡେ (Valentine’s Day): ସପ୍ତାହର ଶେଷରେ ଆସେ ବହୁ ପ୍ରତୀକ୍ଷିତ ଭାଲେଣ୍ଟାଇନ୍ ଡେ। ଏହି ଦିନ ସାଥୀମାନେ ପରସ୍ପରକୁ ସ୍ୱତନ୍ତ୍ର ଅନୁଭବ କରାଇବା ପାଇଁ ଗିଫ୍ଟ ଦିଅନ୍ତି, ସରପ୍ରାଇଜ୍ ପ୍ଲାନ୍ କରନ୍ତି ଏବଂ ଏକାଠି ସମୟ ବିତାନ୍ତି।
ପ୍ରେମ ହେଉଛି ଜୀବନର ସର୍ବୋତ୍ତମ ଅନୁଭବ, ଯାହା ଜୀବନକୁ ସୁନ୍ଦର କରିବା ସହ ପ୍ରତି ମୁହୂର୍ତ୍ତରେ ଖୁସିରେ ରହିବା ନିମନ୍ତେ ପ୍ରେରଣା ଦେଇଥାଏ । ଯେତେବେଳେ ଜଣଙ୍କ ହୃଦୟରେ ଅନ୍ୟ ଜଣଙ୍କ ପାଇଁ ବିଶେଷ ଭାବନା ରହିଥାଏ, ତାହାକୁ ପ୍ରେମର ପ୍ରଥମ ପରିଭାଷା ବୋଲି ଗ୍ରହଣ କରାଯାଏ। ତେବେ ନିଜର ଭାବନାକୁ ଅନ୍ୟକୁ ଜଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣକର ସୁନ୍ଦର ହସ ପଛରେ ଯେ, ଅନ୍ୟ ଜଣଙ୍କର ହୃଦୟ ରହିଛି, ତାହା ପରିପ୍ରକାଶ କରିବା ହେଉଛି ପ୍ରପୋଜ୍ ଡେ’ର ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନ ଭାଲେଣ୍ଟାଇନ୍‌ ୱିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ରୋଜ୍‌ ଡେ’କୁ ପ୍ରେମ ସପ୍ତାହର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। ଗୋଲାପ ଦିଆନିଆ ତ ସରି ଯାଇଛି। ଏବେ ମନର ମଣିଷକୁ  ମନକଥା ଖୋଲି କହିବାକୁ ମନ ଚାହୁଁଛି ।  ମନର ମଣିଷକୁ  ଗୋଲାପ ଦେବାପରେ, ହୃଦୟରେ ଚାପିରଖିଥିବା କଥାକୁ ପରସ୍ପର ଆଗରେ ପ୍ରକାଶ କରିବାକୁ,ଏହା ହେଉଛି ସବୁଠାରୁ ଭଲ ସୁଯୋଗ । ହୃଦୟରେ ଅନେକ ଦିନରୁ ସାଇତି ରଖିଥିବା ସେଇ ପ୍ରେମଭରା କେଇ ପଦ କଥା କହିବା ପାଇଁ ପ୍ରେମୀ ଯୁଗଳମାନେ ଏହି ଦିନଟିକୁ ପାଳନ କରିଥାନ୍ତି। ଗତକାଲି ପ୍ରେମୀ ଯୁଗଳମାନେ ଗୋଲାପ ସହ ରୋଜ୍‌ ଡେ’ ପାଳନ କରିଥିବାବେଳେ ଆଜି ସେହି ଗୋଲାପ ଦେଇ ପରସ୍ପରକୁ ପ୍ରେମ ନିବେଦନ କରିବେ। ବର୍ଷକର କୌଣସି ଦିନ ଜଣେ ଜଣକୁ ପ୍ରେମ ନିବେଦନ କରିପାରିବେ। କିନ୍ତୁ ଭାଲେଣ୍ଟାଇନ ସପ୍ତାହର ଦ୍ବିତୀୟ ଦିବସକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। ଏହି ଦିନରେ ଯୁବପିଢ଼ି ପ୍ରେମକୁ ସ୍ୱୀକାର କରିବା ପାଇଁ ଆକର୍ଷଣୀୟ ଫୁଲ ଓ ଉପହାର ସହ ପ୍ରେମିକ/ପ୍ରେମିକାଙ୍କୁ ପ୍ରେମ ନିବେଦନ କରିଥାନ୍ତି। ପ୍ରେମ କରିବା ସହଜ, କିନ୍ତୁ ସାଥୀଙ୍କୁ ପ୍ରେମ ନିବେଦନ କରିବା ବଡ଼ କଷ୍ଟକର କାମ। ଅନେକ ଲୋକ ନିଜ ମନର କଥା କହି ନ ପାରି ନିଜ ଈପ୍‌ସିତ ପ୍ରେମିକ ବା ପ୍ରେମିକାଙ୍କୁ ହରେଇ ବସିଥାନ୍ତି। ଅବଶ୍ୟ ସୋସିଆଲ ମିଡିଆରେ ଅଭ୍ୟୁଦୟ ଫଳରେ ପ୍ରେମ ନିବେଦନ କରିବା ସହଜ ହୋଇଛି। ପ୍ରେମିକ ପ୍ରେମିକମାନେ ମେସେଜ୍‌ ଦ୍ବାରା ନିଜର ମନର କଥା କହିପାରୁଛନ୍ତି। ଅନେକ ସମୁଦ୍ର କୂଳ ତଥା କୌଣସି ପ୍ରାକୃତିକ ପରିବେଶରେ ସାଥୀ ଆଗରେ ନିଜର ଭାବନାକୁ ପ୍ରକାଶ କରିବାକୁ ପସନ୍ଦ କରିଥାନ୍ତି।
ପ୍ରପୋଜ୍‌ ଡେ’: ମନର ମଣିଷକୁ ହୃଦୟର କଥା
ବସନ୍ତର ଆଗମନ ସହ ଏବେ ଚାରିଆଡ଼ ପ୍ରେମମୟ ହୋଇ ଉଠିଛି। ଇତିମଧ୍ୟରେ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ ହୋଇଯାଇଛି। ଗୋଲାପ ଦିଆ ନିଆତ ସରି ଯାଇଛି । ଏବେ ମନର ମଣିଷକୁ  ମନକଥା ଖୋଲି କହିବାକୁ ମନ ଚାହୁଁଛି ।  ସେ ପୁଣି ଶାଶ୍ୱତ ଓ ଚିରନ୍ତନ ପ୍ରେମର କଥା । ଆଜି ହେଉଛି ପ୍ରେମ ସପ୍ତାହର ଦ୍ୱିତୀୟ ଦିନ ପ୍ରପୋଜ ଡେ’ । ମନର ମଣିଷକୁ  ଗୋଲାପ ଦେବାପରେ, ହୃଦୟରେ ଚାପିରଖିଥିବା କଥାକୁ ପରସ୍ପର ଆଗରେ ପ୍ରକାଶ କରିବାକୁ,ଏହା ହେଉଛି ସବୁଠାରୁ ଭଲ ସୁଯୋଗ । ହୃଦୟରେ ଅନେକ ଦିନରୁ ସାଇତି ରଖିଥିବା ସେଇ ପ୍ରେମଭରା କେଇ ପଦ କଥା କହି ପ୍ରେମୀ ଯୁଗଳମାନେ ଏହି ଦିନଟିକୁ ପାଳନ କରିଥାନ୍ତି। ଗତକାଲି ପ୍ରେମୀ ଯୁଗଳମାନେ ଗୋଲାପ ସହ ରୋଜ ଡେ’ ପାଳନ କରିଥିବା ବେଳେ ଆଜି ସେହି ଗୋଲାପ ଦେଇ ପରସ୍ପରକୁ ପ୍ରେମ ନିବେଦନ କରିବେ। ବର୍ଷକର କୌଣସି ଦିନ ଜଣେ ଜଣକୁ ପ୍ରେମ ନିବେଦନ କରିପାରିବେ। କିନ୍ତୁ ଭାଲେଣ୍ଟାଇନ୍ସ ସପ୍ତାହର ଦ୍ବିତୀୟ ଦିବସକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। ଏହି ଦିନରେ ଯୁବପିଢ଼ି ପ୍ରେମକୁ ସ୍ୱୀକାର କରିବା ପାଇଁ ଆକର୍ଷଣୀୟ ଫୁଲ ଓ ଉପହାର ସହ ପ୍ରେମିକ/ପ୍ରେମିକାଙ୍କୁ ପ୍ରେମ ନିବେଦନ କରିଥାନ୍ତି । ପ୍ରେମ କରିବା ସହଜ, କିନ୍ତୁ ସାଥୀଙ୍କୁ ପ୍ରେମ ନିବେଦନ କରିବା ବଡ଼ କଷ୍ଟକର କାମ। ଅନେକ ଲୋକ ନିଜ ମନର କଥା କହି ନ ପାରି ନିଜ ଈପ୍‌ସିତ ପ୍ରେମିକ ବା ପ୍ରେମିକାଙ୍କୁ ହରେଇ ବସିଥାନ୍ତି। ଅବଶ୍ୟ ସୋସିଆଲ ମିଡିଆର ଅଭ୍ୟୁଦୟ ଫଳରେ ପ୍ରେମ ନିବେଦନ କରିବା ସହଜ ହୋଇଛି। ପ୍ରେମିକ ପ୍ରେମିକମାନେ ମେସେଜ୍‌ ଦ୍ବାରା ନିଜର ମନର କଥା କହିପାରୁଛନ୍ତି।