Indian Won - The Sakala

ମହିଳା ଦିନିକିଆ ବିଶ୍ୱକପ୍: ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଫାଇନାଲରେ ଭାରତ
ନଭି ମୁମ୍ବଇ: ରେକର୍ଡ ୭ଥରର ଚାମ୍ପିଅନ ଅଷ୍ଟ୍ରେଲିଆକୁ ରୋମାଞ୍ଚକ ଭାବେ ୫ ୱିକେଟ୍‌ରେ ପରାସ୍ତ କରି ଭାରତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି। ମୁମ୍ବଇର ଡିୱାଇ ପାଟିଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଦ୍ଵିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୩୮ ରନରେ ଅଲ୍‌ଆଉଟ୍ ହୋଇଥିଲା। ଓପନର୍ ଫୋଏବି ଲିଚଫିଲ୍ମ ୧୧୯ ରନର ଦମଦାର ଶତକୀୟ ପାଳି ଖେଳିଥିଲେ। ଜବାବରେ ଜେମିମା ରୋଡ୍ରିଗ୍ରେଜଙ୍କ ମ୍ୟାଚ୍ ବିଜୟୀ ଅପରାଜିତ ଦର୍ଶନୀୟ ଶତକ ବଳରେ ଘରୋଇ ଭାରତ ୯ଟି ବଲ୍‌ ପୂର୍ବରୁ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା I ଜେମିମା ୧୩୪ ବଲରେ ୧୨୭ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ I ସେହିପରି ଅଧିନାୟକ ହରମନପ୍ରୀତ କୌର ୮୯ ରନ କରିଥିଲେ। ଭାରତ ନିର୍ଦ୍ଧାରିତ ରନକୁ ୪୮ ଓଭର ୩ଟି ବଲରେ ୫ ଓ୍ବିକେଟ ହରାଇ ବାଜି ମାରି ନେଇଥିଲା। ମହିଳା ବିଶ୍ଵକପରେ ମଧ୍ୟ ଏହା ରେକର୍ଡ ରନ ଚେଜ୍ ହୋଇଛି । ଏହାପୂର୍ବରୁ କୌଣସି ଦଳ ଏତେ ବିଶାଳ ସ୍କୋରର ପିଛା କରି ବିଜୟୀ ହୋଇନାହିଁ। ରବିବାର ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ୍ ଲଢେଇ ହେବ। ଏଥିସହ ଭାରତ ତୃତୀୟଥର ଲାଗି ବିଶ୍ଵକପ୍ ଫାଇନାଲରେ ପହଁଚିଛି ।

ଦ୍ଵିତୀୟ ଟେଷ୍ଟରେ ଭାରତର ବୃହତ ବିଜୟ; ୧୦୬ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ
ବିଶାଖାପାଟନମ୍: ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ଭାରତର ଦମଦାର୍ ବିଜୟ । ୧୦୬ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ । ୩୯୯ର ବିଜୟ ଲକ୍ଷ୍ୟକୁ ପିଛା କରି ୨୯୨ରେ ଅଲ୍‌ ଆଉଟ୍ ହୋଇଗଲା ଇଂଲଣ୍ଡ। ଦ୍ଵିତୀୟ ଟେଷ୍ଟ ଜିତି ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ସ୍ଥିତି ବରାବର କରିଛି ଭାରତ । ଭାରତ ପକ୍ଷରୁ ବୁମରାହ ଓ ଅଶ୍ୱିନୀଙ୍କ ଦମଦାର ବୋଲିଂ ଯୋଗୁଁ ଭାରତ ବିଜୟୀ ହୋଇଛି ।

୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ହାରିଥିଲା ଭାରତୀୟ ଟିମ୍‌ । ଏହାପରେ ଫେବୃଆରୀ ୨ ତାରିଖରେ ଆରମ୍ଭ ହୋଇଥିଲା ୨ୟ ଟେଷ୍ଟ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଯାହାକୁ ଟିମ୍‌ ଇଣ୍ଡିଆ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ଯୁବ ଜଶସ୍ୱୀ ଜୈସଓ୍ୱାଲ୍‌ଙ୍କ ଦମ୍‌ଦାର ଦ୍ୱିଶତକ ବଳରେ ଭାରତ ପ୍ରଥମ ପାରିରେ ୩୯୬ ରନ୍‌ କରିଥିଲା । ଏହାପରେ ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା ।

ଦ୍ଵିତୀୟ ଇନିଂସରେ ମଧ୍ୟ ଭାରତ ବଡ ସ୍କୋର କରିବାରେ ଅସମର୍ଥ ହୋଇଥିଲା । ମାତ୍ର ୨୫୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ପୁରା ଟିମ୍‌ ଇଣ୍ଡିଆ । ପୂର୍ବ ଇନିଂସର ରନ୍‌ ଏବଂ ୨ୟ ପାରିର ରନ୍‌କୁ ମିଶାଇ ୩୯୯ ରନ୍‌ର ଟାର୍ଗେଟ ରହିଥିଲା । ମାତ୍ର ଦଳର କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ। ଫଳରେ ଇଂଲଣ୍ଡ ଦଳ ୨୯୨ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ଏହି ମ୍ୟାଚକୁ ୧୦୬ ରନରେ ଜିତି ନେଇଛି । ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମୁକେଶ କୁମାର, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।