Sakal Editorial - The Sakala

ଶସ୍ତା-ମହଙ୍ଗା ଭେଳିକି
ସମଗ୍ର ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ବଳବତ୍ତର ରହିଥିବା ବେଳେ ଆମ ଦେଶରେ ପରିଲକ୍ଷିତ କିଛି ସକାରାତ୍ମକ ଦିଗକୁ ନେଇ କିଛି ଅର୍ଥନୀତି ବିଶାରଦ ସମ୍ଭାବନାର ଅଙ୍କ କଷିବା ଆରମ୍ଭ କରି ଦେଇଛନ୍ତି। ଗତ ସପ୍ତାହରେ କାରବାରକୁ ଲକ୍ଷ୍ୟକଲେ ମନେ ହେଉଛି ପୁଞ୍ଜିବଜାର ସ୍ଥିତି ସୁଧାରିବା ଆରମ୍ଭ କରିଛି। ଫେବୃଆରୀ ମାସରେ ଖାଉଟି ମୁଦ୍ରାସ୍ଫୀତି ହାର ୩.୬ ପ୍ରତିଶତକୁ ହ୍ରାସ ପାଇବା ମଧ୍ୟ ଆସ୍ୱସ୍ତିର ବିଷୟ। ଏହି ଧାରା ଆଗକୁ ବଳବତ୍ତର ରହିଲେ ଜିଡିପି ବା ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧିରେ ସହାୟକ ହେବ ବୋଲି ମନେ କରାଯାଇଛି। ଏସବୁ ସତ୍ତ୍ବେ ଅର୍ଥନୀତି ଉପରୁ ବିପଦର କଳାବାଦଲ ଯେ ସମ୍ପୂର୍ଣ୍ଣ ଭାବେ ହଟି ଯାଇଛି, ଏକଥା କୁହାଯାଇ ନପାରେ। ଏପ୍ରିଲ ୨ତାରିଖ ଯେତିକି ନିକଟତର ହେଉଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ଶୁଳ୍କକୁ ନେଇ ସେତିକି ଆତଙ୍କ ଓ ଅବିଶ୍ୱାସର ବାତାବରଣ ଘନୀଭୂତ ହେଉଛି। ତେଣୁ ଆଜିର ଅନୁକୂଳ ପରିସ୍ଥିତି ଯେ କାଲିକୁ ପ୍ରତିକୂଳ ସ୍ଥିତି ନ ଉପୁଜାଇବ ଏକଥା କେହି ଜୋରଦେଇ କହିପାରିବେନି। ଏକପକ୍ଷରେ ୟୁରୋପୀୟ ରାଷ୍ଟ୍ରସଂଘ ଏକଜୁଟ ହେଉଥିବା ବେଳେ ପରସ୍ପର ବିରୋଧୀ ଏସୀୟରାଷ୍ଟ୍ର ମଧ୍ୟରେ ବୁଝାମଣା ଆରମ୍ଭ ହୋଇଛି। ଚୀନ୍‌‌, କୋରିଆ ଓ ଜାପାନ ପରିସ୍ଥିତିର ସମ୍ମୁଖୀନ ହେବା ସକାଶେ ମିଳିତ ନିଷ୍ପତ୍ତି ନେବାକୁ ସ୍ଥିର କରିଥିବା ଘଟଣାରୁ ସ୍ପଷ୍ଟ ହୋଇଛି ଯେ ଆଗ ସ୍ଥିତିରକ୍ଷା, ପରେ ଶତ୍ରୁତା। ଆମେ କିନ୍ତୁ କୂଟନୈତିକ ସ୍ତରରେ ଏ ପର୍ଯ୍ୟନ୍ତ କୌଣସି ସହଯୋଗୀଙ୍କ ସହ ବିଚାରବିମର୍ଶ ଆରମ୍ଭ କରିନାହୁଁ। ବରଂ ଆମେରିକା ସହ ଏକକ ବୁଝାମଣା ମାଧ୍ୟମରେ ଆମେ ସାଲିସ କରିବାକୁ ପ୍ରସ୍ତୁତ ଥିବା ଭଳି ମନେ ହେଉଛି।

ପୁଞ୍ଜି ବଜାରରେ ପରିଲକ୍ଷିତ କାରବାର ପଛରେ ବୈଦେଶିକ ଆନୁଷ୍ଠାନିକ ପୁଞ୍ଜି ନିବେଶ(ଏଫ୍‌‌ଆଇଆଇ)ର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେୟାର କ୍ରୟ କରି ଗତିଶୀଳତାକୁ ଏକ ବିଶ୍ୱସ୍ତରୀୟ ସ୍ଥିତିରେ ପହଞ୍ଚାଇବା ସେମାନଙ୍କ ଲକ୍ଷ୍ୟ। ଯେତେଦୂର ମନେହୁଏ ଝଡ଼ ଆସିବା ପୂର୍ବରୁ ସେୟାର ବିକ୍ରି କରି ଫାଇଦା ହାସଲ କରିବା ଲକ୍ଷ୍ୟରେ ସେମାନେ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଟକା ବଜାରର ଲାଭ-କ୍ଷତିର ଗଣିତ ଭିତରେ ଏବେ ୪ ପ୍ରତିଶତ କାରବାର ବୃଦ୍ଧିକୁ ନେଇ ହଠାତ୍‌‌ କିଛି ଆଶା କରିବା ଠିକ୍‌‌ ହେବ ନାହିଁ। ଅନ୍ୟ ଦିଗଟି ହେଲା ମୁଦ୍ରାସ୍ଫୀତି ଏକ ନମନୀୟ ସ୍ତରରେ ପହଞ୍ଚିଛି। ରିଜର୍ଭବ୍ୟାଙ୍କ ମୁଦ୍ରା ପ୍ରଚଳନକୁ କ୍ରମାଗତ ଭାବେ ନିୟନ୍ତ୍ରଣ କରି ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଦିଗରେ ଯେଉଁ ପ୍ରୟାସ କରିଥିଲେ, ତାହାର ସୁଫଳ ମିଳିଛି ଏକଥା ନୁହେଁ। ଅନୁକୂଳ ପାଣିପାଗ ଯୋଗୁଁଁ କୃଷି ଉତ୍ପାଦନ, ବିଶେଷକରି ପନିପରିବା, ଚାହିଦାଠାରୁ ଅଧିକ ବଜାରରେ ଉପଲବ୍ଧ ହେବାରୁ ଶସ୍ତା ହୋଇଛି। ତେଣୁ ଖାଉଟି ମୁଦ୍ରାସ୍ଫୀତି ହାର କିଛିଟା ହ୍ରାସ ପାଇଛି। ଖାଉଟି ଶସ୍ତାରେ ପାଉଥିବା ବେଳେ ଚାଷୀ ଉତ୍ପାଦନ ଖର୍ଚ୍ଚ ନ ପାଇ ଅଧିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛି। ସେ ଯାହାହେଉ ରିଜର୍ଭବ୍ୟାଙ୍କ ଖାଉଟି ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରେ ସୀମିତ ରଖିବା ସକାଶେ ଯେଉଁ କଟକଣା ରଖିଥିଲେ, ତାହାଠାରୁ କମ୍‌‌ ଅର୍ଥାତ ୩.୬ ପ୍ରତିଶତକୁ ହ୍ରାସ ପାଇଛି। ଏହା କିନ୍ତୁ ଋତୁକାଳୀନ ଫସଲ ଅମଳର ପ୍ରଭାବ। ଏହା ଆଗକୁ କେତେଦୂର ବଳବତ୍ତର ରହିବ, ସେ ନେଇ ସନ୍ଦେହ ଉଠିବା ସ୍ୱାଭାବିକ। ଖାଦ୍ୟ ସାମଗ୍ରୀ କହିଲେ କେବଳ ପନିପରିବାକୁ ବୁଝାଏ ନାହିଁ। ତେଲ, ଗହମ ଓ ଗହମଜାତ ଦ୍ରବ୍ୟ ଓ ଡାଲିର ବର୍ଦ୍ଧିତ ମୂଲ୍ୟ ଏବେ ମଧ୍ୟ ଅପରିବର୍ତ୍ତିତ ରହିଛି। ସେହିଭଳି ବିସ୍କୁଟ, କେକ୍‌‌ ଓ ମଇଦାରୁ ପ୍ରସ୍ତୁତ ଅନ୍ୟାନ୍ୟ ସାମଗ୍ରୀ ମୂଲ୍ୟ ବଢ଼଼ିଛି ଏବଂ ଆଗକୁ ଆହୁରି ବଢ଼଼ିବାର ସଙ୍କେତ ମିଳୁଛି। ଦୈନନ୍ଦିନ ବ୍ୟବହାର ଉପଯୋଗୀ ଏହି ସାମଗ୍ରୀ ଉପରେ ମୁଦ୍ରାସ୍ଫୀତି ହ୍ରାସର କୌଣସି ପ୍ରଭାବ ପଡ଼ିନାହିଁ।

ଏହି ଅଙ୍କକଷା ପଛରେ ବ୍ୟାଙ୍କ ସୁଧହାର ହ୍ରାସ ନିର୍ଭର କରୁଥିବାରୁ ଉଭୟ ସରକାର ଓ ରିଜର୍ଭବ୍ୟାଙ୍କ ଚାପରେ ଥିଲେ। ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସମସ୍ତ ଚାପ ସତ୍ତ୍ବେ ମୁଦ୍ରା ପ୍ରଚଳନକୁ ନିୟନ୍ତ୍ରଣରେ ରଖିଥିଲେ। ତେଣୁ ରେପୋରେଟ୍‌‌ କ୍ରମାଗତ ଭାବେ ଦୀର୍ଘଦିନ ଧରି ହ୍ରାସ ପାଇ ନ ଥିଲା। ସରକାରଙ୍କ ପକ୍ଷରୁ ଘନ ଘନ ଚାପ ସତ୍ତ୍ବେ ଖାଦ୍ୟଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୪ ପ୍ରତିଶତକୁ ହ୍ରାସ ନ ପାଇବା ପର୍ଯ୍ୟନ୍ତ ସେ ସୁଧହାର ହ୍ରାସ କରିନଥିଲେ। ପରବର୍ତ୍ତୀ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଦୁଇମାସ ତଳେ ରେପୋ ରେଟ୍‌‌ ୬.୫ ପ୍ରତିଶତରୁ ୬.୨୫କୁ ହ୍ରାସ କରିଥିଲେ। ମୁଦ୍ରାନୀତି ନିର୍ଦ୍ଧାରଣ କମିଟି ବୈଠକର ଏହି ନିଷ୍ପତ୍ତିକୁ ସେତେବେଳେ ସମୟର ଆବଶ୍ୟକତା ବୋଲି କୁହାଗଲା। ଅଥଚ ସେତେବେଳେ ଖାଉଟି ମୁଦ୍ରାସ୍ଫୀତି ହାର ୪.୩ ପ୍ରତିଶତ ଥିଲା। ଆଗାମୀ କମିଟି ବୈଠକରେ ସୁଧହାର ଅଧିକ ହ୍ରାସ କରିବା ସକାଶେ ପଥ ପରିଷ୍କାର କରାଯାଇଥିବା ଭଳି ମନେହୁଏ। ସରକାରୀ ପରିସଂଖ୍ୟାନରେ ଦର୍ଶାଯାଇଛି ଯେ ଖାଦ୍ୟଦ୍ରବ୍ୟରେ ପରିଲକ୍ଷିତ ମୁଦ୍ରାସ୍ଫୀତି ହାର ୩.୭୫ ପ୍ରତିଶତ ୨୦୨୩ ମେ’ ପରଠାରୁ ସର୍ବନିମ୍ନ ସ୍ଥିର। ଗତ ଅକ୍ଟୋବର ମାସରେ ଏହି ହାର ୧୦ ପ୍ରତିଶତ ଅତିକ୍ରମ କରିଯାଇଥିଲା।

ଏବେ ଯେଉଁ ଖାଉଟି ମୁଦ୍ରାସ୍ଫୀତି ହାର ହ୍ରାସ ସମ୍ପର୍କରେ ପରିସଂଖ୍ୟାନରେ ଦର୍ଶାଯାଉଛି, ତାହାର ପ୍ରଭାବ ଅନେକାଂଶରେ ପରିଲକ୍ଷିତ ହେଉନାହିଁ। ଅମଳ ଋତୁ ସତ୍ତ୍ବେ ଆଳୁ ଓ ପିଆଜ ମୂଲ୍ୟ କମିବା ପରିବର୍ତ୍ତେ ବଢ଼଼ିଚାଲିଛି। ଆମ ବଜାରରେ ଆଳୁ (୩ କିଲୋପ୍ରତି) ଧଡ଼ା ୬୦ ଟଙ୍କା ଓ ପିଆଜ ଧଡ଼ା ୯୦ ଟଙ୍କା। ପରିସଂଖ୍ୟାନ କହେଁ ଯେ ପିଆଜର ବାର୍ଷିକ ଦରବୃଦ୍ଧି ହାର ୩୦.୪ ପ୍ରତିଶତ ହୋଇଥିବା ବେଳେ ଆଳୁରେ ଏହା ୨୬.୪ ପ୍ରତିଶତ। ଏହି ପରିବା ଉପରେ ସବୁଠାରୁ ଅଧିକ ଚାପ ବା ଚାହିଦା ଥିଲେ ମଧ୍ୟ ତାହାର ମୂଲ୍ୟକୁ ନିୟନ୍ତ୍ରଣ କରାଯାଇପାରୁନାହିଁ। ସେହିଭଳି ସମସ୍ତ ପ୍ରକାରର ଡାଲି ମୂଲ୍ୟ କ୍ରମାଗତ ଭାବେ ବଢ଼଼ିଚାଲିଛି। ରିଫାଇନ୍‌‌ ଓ ସୋରିଷ ତେଲ ମୂଲ୍ୟ ୨୦ ରୁ ୨୨ ପ୍ରତିଶତ ବଢ଼଼ିଛି। ଗହମ ଓ ଗହମଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳତା ସବୁଠାରୁ ଅଧିକ ହୋଇଥିବାରୁ ତାହାର ମୂଲ୍ୟ ଗତ ଫେବୃଆରୀରେ ୯ ରୁ ୧୦ ପ୍ରତିଶତ ବଢ଼଼ିଛି। ଖରିଫ ଓ ରବି ଋତୁର କୃଷି ଉତ୍ପାଦନ ବୃଦ୍ଧି ନେଇ କୃଷି ବିଶେଷଜ୍ଞ ଆଶାବାଦୀ। ଉତ୍ପାଦନ କେବେ ବୃଦ୍ଧି ପାଇବ, ତାହାର ଆକଳନ ଏଠାରେ ଉଲ୍ଲେଖ କରିବାର କୌଣସି ଯଥାର୍ଥନା ନାହିଁ। କାରଣ ସବୁବର୍ଷ ସରକାର ଲକ୍ଷ୍ୟ ଧାର୍ଯ୍ୟ କରି ଆଶାର ଫସଲ ବୁଣନ୍ତି। କିନ୍ତୁ କାର୍ଯ୍ୟରେ ତାହା ପୂରଣ ହୋଇପାରେନି ଓ ଖାଉଟିଙ୍କ ଦୁଃଖ ଘୁଞ୍ଚେନି।

ଏତେ ସବୁ ତର୍ଜମାର ଉଦ୍ଦେଶ୍ୟ ହେଲା ଆଗକୁ କିଭଳି ସୁଧହାର ହ୍ରାସ ପାଇବ। ଦୀର୍ଘ ସମୟ ଧରି ବର୍ଦ୍ଧିତ ସୁଧହାର ଯୋଗୁଁଁ ନିବେଶ ବାଧାପ୍ରାପ୍ତ ହେଉଥିବା ସରକାର ଦର୍ଶାଇ ଆସିଛନ୍ତି। ଋଣ ପ୍ରଦାନ ଓ ପରିଶୋଧ କ୍ଷେତ୍ରରେ ସରକାର ଦୋହରା ନୀତି ଅବଲମ୍ବନ କରିଆସୁଥିବା ବେଳେ ବଜାର ଅବସ୍ଥାରେ ପରିଲକ୍ଷିତ ଶିଥିଳତା ପ୍ରେକ୍ଷାପଟ୍ଟରେ ନିବେଶ ପ୍ରତି ସେଭଳି ସ୍ୱତନ୍ତ୍ର ଆଗ୍ରହ ପରିଲକ୍ଷିତ ହେଉନି। କେବଳ ଏତିକି କୁହାଯାଇପାରେ କି ବାସଗୃହ, ଗାଡ଼ିମୋଟର ଓ ଅନ୍ୟାନ୍ୟ ସୌଖୀନ ସାମଗ୍ରୀ କ୍ରୟ କ୍ଷେତ୍ରରେ ଏହି ସୁଧହାର ସହାୟକ ହେବ। ଉଚ୍ଚ ମଧ୍ୟବିତ୍ତଙ୍କ ମାଧ୍ୟମରେ ବଜାର ଅର୍ଥନୀତିକୁ ସକ୍ରିୟ କରିବାରେ ଏହା ସହାୟକ ହୋଇପାରେ।

ପୁଣି ଥରେ ଦିଲ୍ଲୀ ସୀମାରେ ଚାଷୀମେଳି; ଆନ୍ଦୋଳନ ନାଁରେ ରାଜନୀତି ନ ହେଉ
ଚାଷୀମାନଙ୍କର ଦୀର୍ଘ, ସଂଗଠିତ ଆନ୍ଦୋଳନ ଯେକୌଣସି ସରକାର ପାଇଁ ଚିନ୍ତାର ବିଷୟ। ଏହା କେତେ ଚିନ୍ତାଜନକ ତଥା ସମସ୍ୟା ବହୁଳ ତାହାର ଅଭିଜ୍ଞତା ୨୦୨୦-୨୦୨୧ରେ ମୋଦୀ ସରକାର ଅନୁଭବ କରିଛନ୍ତି। ଦିଲ୍ଲୀର ସମସ୍ତ ପ୍ରବେଶ ପଥ ଦୀର୍ଘକାଳ ଚାଷୀଙ୍କ ଦ୍ୱାରା ଅବରୁଦ୍ଧ ହୋଇ ରହିବା ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେବାରୁ ଅନେକ ଲୋକ ନିହତ ହେବା ସହ ଦେଶର ଅର୍ଥନୀତି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ପରିସ୍ଥ୍‌‌ିତିର ଚାପରେ ପଡ଼ି କେନ୍ଦ୍ର ସରକାର ତିନିଟି କୃଷି ସଂସ୍କାର ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ଚାଷୀମାନଙ୍କର ଅଭିଯୋଗ ଥିଲା ଯେ ଏହି କୃଷି ଆଇନ କାର୍ଯ୍ୟକାରୀ ହେଲେ ବଡ଼ ବଡ଼ କର୍ପୋରେଟ ହାଉସ ଓ କମ୍ପାନୀ ଉପକୃତ ହେବେ ଏବଂ ସାଧାରଣ ରଏତ ସର୍ବସ୍ୱାନ୍ତ ହେବ। ଏହାଥିଲା ଭାରତର ପ୍ରଥମ ବୃହତ୍‌‌ ସଫଳ ଚାଷୀ ଆନ୍ଦୋଳନ। ଭାରତର ବିଡ଼ମ୍ବନା ହେଉଛି କୌଣସି ସରକାରୀ ବିରୋଧୀ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ଗୁଡ଼ାଏ ଅପପ୍ରଚାର ଓ ଭ୍ରମାତ୍ମକ ତଥ୍ୟକୁ ବଜାରକୁ ଛଡ଼ାଯାଏ। ଦ୍ୱିତୀୟରେ ବିରୋଧୀ ରାଜନୈତିକ ଦଳ, ସରକାର ବିରୋଧୀ ଗୋଷ୍ଠୀ ଓ ସଂଗଠନ, ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଆପଣା ସ୍ୱାର୍ଥ ଦୃଷ୍ଟିରୁ ଏହାର ପୃଷ୍ଠଭୂମିରେ ରହି ଏହାକୁ ରାଜନୈତିକ ରଙ୍ଗ ଦିଅନ୍ତି। ଶେଷରେ ଆନ୍ଦୋଳନକୁ ନ୍ୟସ୍ତସ୍ୱାର୍ଥବାଦୀମାନେ ଅପହରଣ ବା ହାଇଜାକ୍‌‌ କରିଥା’ନ୍ତି। ତେଣୁ ଭାରତରେ ଐତିହାସିକ କୃଷି ସଂସ୍କାର ପାଇଁ କେନ୍ଦ୍ର ସରକାର କେଉଁ ତିନିଟି ଯୁଗାନ୍ତକାରୀ ଆଇନ ଆଣିଥିଲେ ତାହା ପ୍ରକୃତରେ ରାଜନୈତିକ ବିରୋଧ ଯୋଗୁଁ ବାତିଲ ହେବାକୁ ବାଧ୍ୟ ହେଲା ଏବଂ ନ୍ୟସ୍ତ ସ୍ୱାର୍ଥ ଏବଂ ସୁବିଧାବାଦୀ ଗୋଷ୍ଠୀର ବିଜୟ ଘଟିଲା।

ଏବେ ସେଭଳି ଆଉ ଏକ ବଡ଼ ଆନ୍ଦୋଳନର ସୂତ୍ରପାତ ହେବାକୁ ଯାଉଛି। ଏଥର ଚାଷୀଙ୍କ ସହିତ ଶ୍ରମିକମାନେ ମଧ୍ୟ ସାମିଲ ହୋଇଛନ୍ତି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନଙ୍କ ‘ଦିଲ୍ଲୀ ଚାଲ’ ଡାକରା ଏବଂ ଆସନ୍ତାକାଲି ‘ଗ୍ରାମୀଣ ଭାରତ ବନ୍ଦ’ ପାଳନ ଆହ୍ୱାନ ସରକାରଙ୍କ ପାଇଁ ନିଶ୍ଚିତ ଏକ ଚିନ୍ତାର ବିଷୟ। ଏଥର ଆନ୍ଦୋଳନମୁହାଁ ବିଭିନ୍ନ ସଂଗଠନ ଦିଲ୍ଲୀକୁ ଅବରୋଧ କରି ଅଚଳ କରିବାକୁ ଲମ୍ବା ପ୍ରସ୍ତୁତି ସହିତ ଆସିଛନ୍ତି। ଯାହା ମନେ ହେଉଛି ସେମାନଙ୍କ ଦାବି ପୂରଣ ନ ହେଲେ ସେମାନେ ବର୍ଷାଧିକକାଳ ଧାରଣା, ଆନ୍ଦୋଳନ ଓ ଅବରୋଧ ଜାରି ରଖି ସାଧାରଣ ନିର୍ବାଚନ ପରିଚାଳନାରେ ମଧ୍ୟ ବିଭ୍ରାଟ ସୃଷ୍ଟି କରିପାରନ୍ତି। ଏଥର ଏହି ଆନ୍ଦୋଳନକାରୀମାନଙ୍କର ଦାବିର ତାଲିକା ବେଶ ଲମ୍ବା ଏବଂ ଏଥିରେ ଅନେକ ଅବାସ୍ତବ ପ୍ରସ୍ତାବ ରହିଛି, ଯାହାକୁ ପୂରଣ କରିବା ବିଶ୍ୱର କୌଣସି ସରକାର ପକ୍ଷେ ସମ୍ଭବ ନୁହେଁ। ତଥାପି ଏକ ଦାୟିତ୍ୱସମ୍ପନ୍ନ ସରକାର ଭାବେ କେନ୍ଦ୍ର ସରକାର କୃଷକ ସଂଗଠନର ନେତାମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ପ୍ରଥମ ଆନ୍ଦୋଳନରେ ସରକାରଙ୍କୁ ମୁଣ୍ଡ ନୁଆଇବାକୁ ବାଧ୍ୟ କରିଥିବା ଚାଷୀନେତାମାନେ ଏଥର ନିର୍ବାଚନ ପୂର୍ବରୁ ଆହୁରି କିଛି ଦାବି ହାସଲ କରିବାକୁ ଆଶା ବାନ୍ଧିଛନ୍ତି।

ଚାଷୀ ଓ ଶ୍ରମିକମାନଙ୍କର ଦାବିଗୁଡ଼ିକ ବେଶ୍‌‌ ଲମ୍ବା ହେଲେ ମଧ୍ୟ ଏଥିରେ କିଛି ପ୍ରସଙ୍ଗ ରହିଛି, ଯାହାକୁ ସରକାର ଚାହିଁଲେ ଆଲୋଚନା ମାଧ୍ୟମରେ ସମାଧାନ କରିପାରିବେ ଏବଂ ତାହା ଅଯଥାର୍ଥ ନୁହେଁ। ଚାଷୀଙ୍କ ଉପରୁ ପୁରୁଣା ପୁଲିସ୍‌‌ ମାମଲା ପ୍ରତ୍ୟାହାର, ଆନ୍ଦୋଳନକାରୀ ଚାଷୀଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା, କୃଷି ଋଣ ଛାଡ଼, କୃଷିକ୍ଷେତ୍ରକୁ ବିଜୁଳି ଯୋଗାଣ ଉପରେ ଅଧିକ ରିହାତି, ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଜିଏସ୍‌‌ଟି ଉଚ୍ଛେଦ, କୃଷକ ଓ ଶ୍ରମିକଙ୍କ କଲ୍ୟାଣ ଆଦି ଦାବି ଉପରେ ଆଲୋଚନା ହୋଇ ସମାଧାନ ସୂତ୍ର ବାହାରିବା ଅସମ୍ଭବ ନୁହେଁ। କଥାବାର୍ତ୍ତା ଚାଲିଥିବା ବେଳେ କେତେକ ଜଟିଳ ଓ ଅବାସ୍ତବ ପ୍ରସଙ୍ଗକୁ ଗଣ୍ଠି କରି ଚାଷୀନେତାମାନେ ଆଲୋଚନାରୁ ଓହରି ଯାଇ ‘ଗ୍ରାମୀଣ ଭାରତ ବନ୍ଦ’ ପାଇଁ ସଜବାଜ ହେବା ନିଶ୍ଚିତ ଦୁର୍ଭାଗ୍ୟଜନକ। ଏହା ସେମାନଙ୍କ ଜିଦ୍‌‌ଖୋର ମନୋଭାବ ଏବଂ ଅହଂର ପରିଚୟ ବହନ କରେ।

ସବୁ କୃଷିଜାତ ସାମଗ୍ରୀର ଏମ୍‌‌ଏସ୍‌‌ପିକୁ ଆଇନଗତ ଗ୍ୟାରେଣ୍ଟି ଦେଇ ବିଧାନ ପ୍ରସ୍ତୁତି କରିବା, ପୁରୁଣା ପେନ୍‌‌ସନ ବ୍ୟବସ୍ଥାର ପ୍ରବର୍ତ୍ତନ, ସବୁ ଶ୍ରମିକ ଓ ଚାଷୀଙ୍କୁ ମାସିକ ନିୟମିତ ପେନ୍‌‌ସନ ଯୋଗାଣ ବ୍ୟବସ୍ଥା ସହିତ ସାର, ବିହନ, ବିଜୁଳି ଓ ପାଣି ବିନାମୂଲ୍ୟରେ ଚାଷୀଙ୍କୁ ଯୋଗାଣ ଭଳି କେତେକ ପ୍ରସଙ୍ଗ ରହିଛି, ଯାହାକୁ କାର୍ଯ୍ୟକାରୀ କରିବା ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ। ଏମ୍‌‌ଏସ୍‌‌ପି ଚାଷୀଙ୍କୁ ସହାୟତା ଦେବାକୁ ଏକ ବ୍ୟବସ୍ଥା, ଏହାକୁ ଆଇନଗତ ରୂପ ଦେବା ବିଭିନ୍ନ ଦୃଷ୍ଟିରୁ ଏକ ଦୁରୂହ ବ୍ୟାପାର। କୃଷିଜାତ ଦ୍ରବ୍ୟର ସଂଗ୍ରହରେ ସରକାର ଏମ୍‌‌ଏସ୍‌‌ପି ଦେଇଥା’ନ୍ତି। ଘରୋଇ ବା ସରକାରୀ ସଂସ୍ଥା ଅନେକ ସମୟରେ ବଜାର ଚାହିଦା ଦେଖି ଚାଷୀଙ୍କଠାରୁ ବହୁ ଅଧିକ ମୂଲ୍ୟରେ ବିଭିନ୍ନ ଉତ୍ପାଦିତ ଫସଲ କିଣିଥା’ନ୍ତି। ସେ କ୍ଷେତ୍ରରେ ଏମ୍‌‌ଏସ୍‌‌ପିର କିଛି ମୂଲ୍ୟ ନ ଥାଏ। ଏବେ ଧାନ ଓ ଗହମର ଚାଷ ତୁଳନାରେ ଅନ୍ୟାନ୍ୟ ଅର୍ଥକରୀ ଫସଲଚାଷ ବଢ଼଼ୁଛି। ତେଣୁ ଚାଷୀର ଆୟ ଆଉ ଧାନ, ଗହମରେ ସୀମିତ ନାହିଁ। ସରକାର ଯଦି ଧାନ ଗହମ ବେପାରରେ ସମୟ ଦେବେ, ତେବେ ଶାସନ ପ୍ରଭାବିତ ହେବ। ଆଲୋଚନାକାରୀ ବୁଝିବା ଉଚିତ ଯେ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନରୁ ନିଜକୁ ଅଲଗା କରିପାରିବ ନାହିଁ। ରିହାତି ଓ ମାଗଣାର ଏକ ସୀମା ଅଛି। ପରିବେଶ ସୁରକ୍ଷା, ସ୍ମାର୍ଟ ମିଟର, ନଡ଼ା ପୋଡ଼ି ଆଦି ପ୍ରସଙ୍ଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।

ତେଣୁ ଚାଷୀ ଓ ଶ୍ରମିକନେତାଙ୍କ ମଧ୍ୟରୁ ଯେଉଁମାନଙ୍କର ଭଲ ବିଚାରଶକ୍ତି ତଥା ହିତାହିତ ଜ୍ଞାନ ରହିଛି ସେମାନେ ଯଥାର୍ଥ ପ୍ରସଙ୍ଗ ଉପରେ ସରକାରଙ୍କ ସହିତ ଆଲୋଚନା କଲେ ଭଲ ହେବ। ତାହା ନ କରି ଦାବିର ତାଲିକା ବଢ଼଼ାଇବା ଓ ସବୁକୁ ପୂରଣ କରିବାକୁ ଅଡ଼ି ବସି ସରକାରଙ୍କ ଉପରେ ଚାପ ପକାଇବା ଉଚିତ ମାର୍ଗ ନୁହେଁ। କୃଷକ ଓ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ କାର୍ଯ୍ୟ କରୁଥିଲେ ମଧ୍ୟ ଆହୁରି ଅନେକ କିଛି କରିବାର ରହିଛି। ଚାଷୀଙ୍କ ତୁଳନାରେ ଶ୍ରମିକ ଓ ନିମ୍ନ-ମଧ୍ୟବିତ୍ତ ଶ୍ରେଣୀର ଲୋକେ ଖୁବ୍‌‌ କମ୍‌‌ ଲାଭ ସରକାରଙ୍କଠାରୁ ପାଉଛନ୍ତି। ଏପରିକି ଇପିଏଫ୍‌‌ଓର ୭୫ଲକ୍ଷ ପେନ୍‌‌ସନ୍‌‌ ଭୋଗୀ ସର୍ବୋଚ୍ଚ ଅଦାଲତଙ୍କ ରାୟ ସତ୍ତ୍ବେ ମାସିକ ସର୍ବନିମ୍ନ ୧୦୦୦ ଟଙ୍କାରୁ ସର୍ବୋଚ୍ଚ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍‌‌ସନ୍‌‌ ପାଉଛନ୍ତି। ସରକାର ସେଥିପ୍ରତି ନଜର ଦେଉ ନାହାନ୍ତି। ଏହି ବର୍ଗର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ସୁବିଧା, ଖାଦ୍ୟ ନିରାପତ୍ତା, ଅନ୍ୟାନ୍ୟ ସାମାଜିକ କଲ୍ୟାଣ ଯୋଜନା ଓ ବୀମା ସୁବିଧା ମିଳୁନାହିଁ; ଚାଷୀମାନେ କିନ୍ତୁ ତାହା ପାଉଛନ୍ତି। ଠିକା କାମ, ସ୍ଥାୟୀ ନିଯୁକ୍ତିର ଅଭାବ ଅଧିକରୁ ଅଧିକ ସାମାଜିକ ଅସୁରକ୍ଷା ସୃଷ୍ଟି କରୁଛି।

ଅତଏବ ଆମର ମତ ହେଲା ସରକାର ଓ ଆନ୍ଦୋଳନକାରୀ ନେତାମାନଙ୍କ ମଧ୍ୟରେ ଆଲୋଚନା ଜାରି ରହୁ। ଦେଶର ମଙ୍ଗଳ ପାଇଁ ଯାହା ଦରକାର ସରକାର ତାହା କରନ୍ତୁ। ଅପରପକ୍ଷରେ କୃଷକ ଓ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯେଉଁ ସର୍ବନିମ୍ନ ବ୍ୟବସ୍ଥା ହେବା କଥା ତାହା ହେଉ। ଦାବି ଅବାସ୍ତବ ନ ହେଉ ଏବଂ ଏଥିରେ ସଂକୀର୍ଣ୍ଣ ରାଜନୀତି, ବ୍ୟକ୍ତି ସ୍ୱାର୍ଥ ଓ ଅହଙ୍କାର ସ୍ଥାନ ନ ପାଉ। ସାଧାରଣ ନିର୍ବାଚନ ଆସୁଛି ବୋଲି ସରକାରଙ୍କୁ ‘ବ୍ଲାକ୍‌‌ମେଲ୍‌‌’ କରି ‘ବାପ ରାଣ ଢିଙ୍କି ଗିଳି’ ନ୍ୟାୟରେ ସବୁ ଦାବି ହାସଲ କରିବା ସମ୍ଭବ ନୁହେଁ। ଆମର ବିଶ୍ୱାସ, ଆସନ୍ତା କାଲି(ଫେବୃଆରୀ ୧୬) ‘ଗ୍ରାମୀଣ ଭାରତ ବନ୍ଦ’ ପାଳନ ଡାକରାକୁ ଆନ୍ଦୋଳନକାରୀ ସ୍ଥଗିତ ରଖି କେବଳ ଯଥାର୍ଥ ଓ ଗ୍ରହଣଯୋଗ୍ୟ ଦାବି ପୂରଣ ପାଇଁ ଆଲୋଚନା ଜାରି ରଖିବେ। ଦାବି ଗ୍ରହଣଯୋଗ୍ୟ ହେଲେ ସରକାରଙ୍କ ପକ୍ଷେ ତାହାକୁ ମାନିନେବାରେ କିଛି ଅସୁବିଧା ହେବ ନାହିଁ। ଦାବି ବାସ୍ତବବାଦୀ ହେଉ, ବ୍ୟାପକ ଶ୍ରମିକ ଆନ୍ଦୋଳନ ବାଟ ନ ହୁଡୁ।

ଅଭିନେତ୍ରୀ ପୁନମ୍‌‌ ପାଣ୍ଡେଙ୍କ ଅନୈତିକ ଦୁଷ୍ଟାମୀ, କର୍କଟ ସଚେତନତା ନା ଶସ୍ତା ଲୋକପ୍ରିୟତା?
ମୃତ୍ୟୁ ଏକ ନିଷ୍ଠୁର ତଥା ଧ୍ରୁବ ସତ୍ୟ। ଅକାଳମୃତ୍ୟୁ ଓ ଅପମୃତ୍ୟୁ ବିଶେଷଭାବେ ବିକଟାଳ ଓ ଦୁର୍ବିସହ। ସେ ପୁଣି ଯେତେବେଳେ କ୍ୟାନ୍‌‌ସର ରୋଗଜନିତ ହୋଇଥାଏ ତାହା କେତେ ଯେ ମର୍ମନ୍ତୁଦ ତାହା ଭୁକ୍ତଭୋଗୀ ତଥା ସମ୍ପୃକ୍ତ ପରିବାର ଓ ବନ୍ଧୁବାନ୍ଧବ ହିଁ ଜାଣନ୍ତି। ତେଣୁ ମୃତ୍ୟୁକୁ ନେଇ ଏବଂ ବିଶେଷକରି କ୍ୟାନ୍‌‌ସର ଜନିତ ମୃତ୍ୟୁକୁ ନେଇ କୌଣସି ପିଲାଖେଳ ବା ନାଟକ ଆଦୌ ଗ୍ରହଣୀୟ ନୁହେଁ। ଏଇ ନିକଟରେ ଘଟିଥିବା ଏଭଳି ଏକ ଘଟଣା ସାରା ଦେଶରେ ଚମକ ସୃଷ୍ଟି କରିଛି। ଜଣେ ମଧ୍ୟମସ୍ତରର ବଲିଉଡ୍‌‌ ଅଭିନେତ୍ରୀ ପୁନମ ପାଣ୍ଡେ ନାଟକୀୟ ଭାବରେ ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ବୋଲି ଦୁଃଖଦ ଖବରଟିଏ ପ୍ରକାଶ ପାଇଲା। ସାରା ଫିଲ୍ମଜଗତ ତଥା ତାଙ୍କର ପ୍ରଶଂସକ ଓ ସାଧାରଣ ଲୋକେ ଏହାକୁ ସତ ମନେ କରି ଗଭୀର ଦୁଃଖ ପ୍ରକାଶ କରିଥିଲେ। ବିଶେଷକରି ତାଙ୍କର ଗର୍ଭାଶୟ କ୍ୟାନ୍‌‌ସର ଜନିତ ମୃତ୍ୟୁ ଜନମାନସକୁ ଆଲୋଡ଼ିତ କରିଥିଲା; କାରଣ ଏ ପ୍ରକାର କ୍ୟାନ୍‌‌ସର ରୋଗରୁ ଆରୋଗ୍ୟ ପାଇଁ ଆଜିକାଲି ସହଜରେ ପ୍ରତିଷେଧକ ଟିକା ଉପଲବ୍ଧ ହେଉଛି। ନିୟମିତ ଯାଞ୍ଚ ଓ ଡାକ୍ତରୀ ପରୀକ୍ଷା କରାଇ ଏହି ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ହୋଇପାରେ। ତେଣୁ ଏହି ରୋଗରେ ଜଣେ ଉଚ୍ଚଶିକ୍ଷିତା ତଥା ଆର୍ଥିକ ସ୍ୱଚ୍ଛଳ ଓ ବଲିଉଡ୍‌‌ ଅଭିନେତ୍ରୀଙ୍କର ମୃତ୍ୟୁ ଘୋଷଣା ସମସ୍ତଙ୍କୁ ବିସ୍ମିତ କରିଥିଲା।

କଥାଟି ସେତିକିରେ ସରିଲା ନାହିଁ। ଦିନକ ପରେ ଅଭିନେତ୍ରୀ ପୁନ୍‌‌ମ ହଠାତ୍‌‌ ଘୋଷଣା କଲେ ଯେ ତାଙ୍କର ମୃତ୍ୟୁ ହୋଇନାହିଁ ଏବଂ ସେ କେବଳ ଗର୍ଭାଶୟ କ୍ୟାନ୍‌‌ସର ରୋଗ ବିଷୟରେ ଆମ ଦେଶରେ ସଚେତନତା ବୃଦ୍ଧି କରିବା ପାଇଁ ଏହି ରୋଗରେ ନିଜର ମୃତ୍ୟୁ ଜାଣିଶୁଣି ମିଛରେ ଘୋଷଣା କରିଥିଲେ। ଏ ଖବର ପ୍ରସାରିତ ହେଲାମାତ୍ରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହେଲା ଏବଂ କେତେକ ତାଙ୍କୁ ଏଭଳି ଏକ ଦୁଃସାହସିକ ତଥା ସମାଜମଙ୍ଗଳ ପଦକ୍ଷେପ ପାଇଁ ସାଧୁବାଦ ଜଣାଇଲେ ତ ଆହୁରି ଅନେକ ସଂଖ୍ୟାରେ ତାଙ୍କ ବିରୁଦ୍ଧରେ ବିଷୋଦ୍‌‌ଗାର କରିବା ଆରମ୍ଭ କଲେ। ବିଭିନ୍ନ ଡିଜିଟାଲ୍‌‌ ସାମାଜିକ ଗଣମାଧ୍ୟମରେ ତାଙ୍କୁ ପ୍ରଶଂସାର ବାର୍ତ୍ତା କମ୍‌‌, ଗାଳି ଓ ନିନ୍ଦାର ବନ୍ୟା ଛୁଟିଲା। ପୂର୍ବରୁ ଜଣେ ବହୁଚର୍ଚ୍ଚିତ ଓ ବିବାଦୀୟ ଅଭିନେତ୍ରୀ ଭାବେ ପୁନମ୍‌‌ ପାଣ୍ଡେଙ୍କର ପରିଚିତି ରହି ଆସିଛି। ସେ ଅନେକ ଦୁଃସାହସିକ ପଦକ୍ଷେପ ନେଇଥା’ନ୍ତି କେବଳ ନିଜର ଲୋକପ୍ରିୟତା ବୃଦ୍ଧି ପାଇଁ! ବିବାଦ, ବିତର୍କ ଓ ମିଡିଆରେ ଆଲୋଡ଼ନ ସୃଷ୍ଟି କରିବା ସତେଯେମିତି ତାଙ୍କର ପ୍ରକୃତିଗତ ଅଭ୍ୟାସ ହୋଇଯାଇଛି। ସେହିଭଳି ଅନେକଥର ଅଭଦ୍ର ଓ ଅଶ୍ଳୀଳ ବାର୍ତ୍ତା, ଘୋଷଣା ଓ ଅଙ୍ଗ ପ୍ରଦର୍ଶନ ଆଦି ପାଇଁ ସେ ବଲିଉଡର ଜଣେ ବହୁଚର୍ଚ୍ଚିତ ବ୍ୟକ୍ତି।

ଏଥର କିନ୍ତୁ ପୁନମ୍‌‌ ପାଣ୍ଡେ ଯାହା କଲେ ତାହା କେବଳ ଅନୈତିକ ନୁହେଁ, ବରଂ ବୀଭତ୍ସତା ଭାବେ ତାଙ୍କ ପାଇଁ ବହୁ ନିନ୍ଦା ଆଣିଦେଲା। ସାରା ଦେଶକୁ କ୍ୟାନ୍‌‌ସର ଚିକିତ୍ସକ, କର୍କଟ ପୀଡ଼ିତଙ୍କ ରୋଗୀ ସେବାକାରୀ ତଥା ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଥିନିମନ୍ତେ ଦୃଢ଼ ପ୍ରତିବାଦ ଜଣାଇଲେ। ଟେଲିଭିଜନ୍‌‌ ଓ ଡିଜିଟାଲ୍‌‌ ଗଣମାଧ୍ୟମ ମଞ୍ଚରେ ଆରୋପ କରାଗଲା ଯେ ପୁନମ୍‌‌ ପାଣ୍ଡେ ତାଙ୍କର ଏହି ମିଛ-ମୃତ୍ୟୁ ଘୋଷଣା ଦ୍ୱାରା ସମ୍ବାଦ ପାଠକ ଓ ଶ୍ରୋତଗଣଙ୍କୁ ବିଭ୍ରାନ୍ତ କରି ଆତ୍ମପ୍ରଚାର କଲେ ଏବଂ ତା’ ସହିତ କ୍ୟାନ୍‌‌ସର ଭଳି ଦୁରାରୋଗ୍ୟ ବ୍ୟାଧିର ପୀଡ଼ିତମାନଙ୍କୁ ଉପହାସ କଲେ। ଆଉ କେହି କେହି ତ ଖୋଲାଖୋଲି କହିଲେ ଯେ ସମାଜରେ ସଚେତନତା ବୃଦ୍ଧି ପାଇଁ ପୁନମ୍‌‌ପାଣ୍ଡେ ନିଜର ଛଳନା ମୃତ୍ୟୁ ଘୋଷଣା ନ କରି ସିଧାସଳଖ ଗର୍ଭାଶୟ କର୍କଟକୁ କିଭଳି ପ୍ରତିରୋଧ କରାଯାଇପାରିବ ଓ ଏ ସମ୍ପର୍କରେ ଉପଲବ୍ଧ ଟିକା ଓ ଔଷଧ ବିଷୟରେ ଦର୍ଶକମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଥା’ନ୍ତେ। ଏଭଳି ନ କରି ମୃତ୍ୟୁକୁ ଉପହାସ କରିବା ଓ ଭୟଙ୍କର କ୍ୟାନ୍‌‌ସର ରୋଗକୁ ନେଇ ଛଳନା ନାଟକ କରିବା ଆଦୌ ଗ୍ରହଣୀୟ ନୁହେଁ।

ଏହି ପରିପ୍ରେକ୍ଷୀରେ ଆଉ ଗୋଟିଏ ବିତର୍କ ମଧ୍ୟ ଦେଖାଦେଲା। ତାହା ହେଉଛି ଯେ ଗର୍ଭାଶୟ କ୍ୟାନ୍‌‌ସର(ସର୍ଭାଇକାଲ୍‌‌ କ୍ୟାନ୍‌‌ସର) ଏକ ଏଭଳି ରୋଗ, ଯାହା ବହୁବ୍ୟକ୍ତିଙ୍କ ସହ ସହବାସ ପରିସ୍ଥିତିରେ ଅଧିକ ଦେଖାଯାଏ। ଏହାର ଅର୍ଥ ଯେଉଁମାନେ ଏହି ରୋଗରେ ପୀଡ଼ିତ ବା ପୀଡ଼ିତା ସେମାନେ ଦୁରାଚାରୀ ତଥା ଅନୈତିକ ତଥା ସହବାସ କାର୍ଯ୍ୟରେ ଲିପ୍ତ ଥା’ନ୍ତି। ଜଣେ ବଲିଉଡ୍‌‌ ଅଭିନେତ୍ରୀଙ୍କ ଦ୍ୱାରା ଏଭଳି ଅନୈତିକ ଲାଞ୍ଛନାର ଇଙ୍ଗିତ କରିବା ଆହୁରି ନିନ୍ଦନୀୟ। ପୂର୍ବବର୍ତ୍ତୀ ସମୟରେ ଆମେମାନେ ଜାଣିଛୁ ଯେ ଏଚ୍‌‌ଆଇଭି ଏଡ୍‌‌ସ ବେମାରୀ ସହିତ ଅନୈତିକ ଓ ସଂଖ୍ୟାଧିକ ବ୍ୟକ୍ତିଙ୍କ ସହ ସହବାସ ଭଳି ସାମାଜିକ ଲାଞ୍ଛନା ଓ ଅପମାନ ଯୋଡ଼ି ହୋଇଥିଲା। ସେଥିପାଇଁ ଭାରତରେ ଏଡ୍‌‌ସ ନିରାକରଣ ଅଭିଯାନରେ ଯୁବଗୋଷ୍ଠୀଙ୍କର ସଚେତନତା ବୃଦ୍ଧି ପାଇଁ ବାରମ୍ବାର ପ୍ରସାର ପ୍ରଚାର ଅଭିଯାନ କରାଗଲା ଏବଂ ଆକ୍ରାନ୍ତ ରୋଗୀ ଓ ସେମାନଙ୍କ ପରିବାର ପାଇଁ ମନସ୍ତାତ୍ତ୍ୱିକ ପୁନର୍ବାସ ଏକ ମୁଖ୍ୟ ଉପଚାର ହୋଇପଡ଼ିଥିଲା। ସେହି ପୃଷ୍ଠଭୂମିରେ ଦେଖିଲେ ପୁନମ୍‌‌ ପାଣ୍ଡେଙ୍କର ଏଭଳି ଦାୟିତ୍ୱହୀନ ବ୍ୟବହାର ଗର୍ଭାଶୟ କର୍କଟ ରୋଗୀମାନଙ୍କୁ ପରୋକ୍ଷରେ ସାମାଜିକ ଲାଞ୍ଛନାର ଶିକାର କରୁଛି ଏଥିରେ ସନ୍ଦେହ ନାହିଁ। ତେବେ ମୋଟ ଉପରେ ଦେଖିବାକୁ ଗଲେ ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ବ୍ୟବହାର ଓ ପରବର୍ତ୍ତୀ ସ୍ପଷ୍ଟୀକରଣ ସାରା ଦେଶରେ ଏକ ଚର୍ଚ୍ଚାର ବିଷୟ ନିଶ୍ଚୟ ହୋଇଛି। ଏହାଦ୍ୱାରା ଗର୍ଭାଶୟ କର୍କଟ ଓ ଏହାର ନିରାକରଣ ସମ୍ପର୍କରେ କିଛିଟା ସଚେତନତା ନିଶ୍ଚୟ ବୃଦ୍ଧି ପାଇଛି। କିନ୍ତୁ ସେହି ଅଭିନେତ୍ରୀ ଯେଉଁ ଉପାୟ ଅବଲମ୍ବନ କଲେ ତାହାର ଉଦ୍ଦେଶ୍ୟ ଯେତେ ମହତ୍‌‌ ଥିଲେ ମଧ୍ୟ ଏହା ଯେ ତାଙ୍କର ଅଦୂରଦର୍ଶିତା ତଥା ଅପରିପକ୍ୱ ମାନସିକତାର ପରିଚୟ ଦିଏ ଏଥିରେ ସନ୍ଦେହ ନାହିଁ।

ଏବେ ଆଉଗୋଟିଏ ଏହିଭଳି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି। ହଲିଉଡ୍‌‌ର ବହୁପୁରସ୍କୃତ ଆଗଧାଡ଼ିର ଅଭିନେତ୍ରୀ ହାଲ୍‌‌ ବେରୀ ନିଜର ଏକ ଫଟୋଚିତ୍ର ଗଣମାଧ୍ୟମରେ ପ୍ରକାଶିତ କରି ମହିଳାମାନଙ୍କର ଋତୁସ୍ରାବ ବନ୍ଦ ହେବା ପରର ଏକ ବିଶେଷ ସମସ୍ୟାକୁ ଚର୍ଚ୍ଚାକୁ ଆଣିଛନ୍ତି। ଏଥିପାଇଁ ମଧ୍ୟବୟସ୍କା ମହିଳାମାନଙ୍କୁ ସହଜରେ ଉପଲବ୍ଧ ରୋଗ ନିଦାନ ପ୍ରକ୍ରିୟା ତଥା ଚିକିତ୍ସା ଓ ଡାକ୍ତରୀ ପରାମର୍ଶ ଆଦି ବିଷୟରେ ଅବଗତ କରାଇଛନ୍ତି। ଋତୁସ୍ରାବ ଭଳି ଏକ ପ୍ରାକୃତିକ ପ୍ରକ୍ରିୟା ଓ ଏହାର ବୟସାଧିକ୍ୟ ଜନିତ ବନ୍ଦ ହେବା ପ୍ରକ୍ରିୟା ବିଷୟରେ ଖୋଲାଖୋଲି ସର୍ବସାଧାରଣରେ ଆଲୋଚନାରେ ସାମିଲ୍‌‌ ହୋଇଥିବାରୁ ହାଲ୍‌‌ ବେରୀଙ୍କୁ ତାଙ୍କର ବିଶାଳ ସାମାଜିକ ଗଣମାଧ୍ୟମ ପ୍ରଶଂସକମାନେ ସ୍ୱାଗତ ଜଣାଇଛନ୍ତି। ସେ ଯେଉଁଭଳି ଏକ ଆକର୍ଷଣୀୟ ଫଟୋଚିତ୍ର ମାଧ୍ୟମରେ ଏ ବିଷୟଟି ସମସ୍ତଙ୍କ ଆଗରେ ଉପସ୍ଥାପିତ କରିଛନ୍ତି ତାହା ନିଶ୍ଚିତ ଏହି ସମସ୍ୟା ନିରାକରଣ ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରିବ। ଉଭୟ ହାଲ୍‌‌ ବେରୀ ଓ ପୁନମ୍‌‌ ପାଣ୍ଡେଙ୍କ ଆଚରଣକୁ ତୁଳନା କଲେ ମହିଳା ସ୍ୱାସ୍ଥ୍ୟ ସମସ୍ୟାକୁ ଅଗ୍ରାଧିକାର ଦେବା ପାଇଁ ହଲିଉଡ୍‌‌ ଅଭିନେତ୍ରୀଙ୍କ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିବେ। ବଲିଉଡ୍‌‌ ଅଭିନେତ୍ରୀ ପୁନମ୍‌‌ ପାଣ୍ଡେ ଏଥିରୁ ଶିକ୍ଷାଲାଭ କରି ଭବିଷ୍ୟତରେ ଆଉ ଏଭଳି ହାସ୍ୟାସ୍ପଦ ତଥା ଦୁର୍ଭାଗ୍ୟଜନକ ଘଟଣା ସୃଷ୍ଟି କରିବେ ନାହିଁ ବୋଲି ଆମର ଆଶା। ମହିଳା ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସାର୍ବଜନୀନ ଆଚରଣ ଋଚିପୂର୍ଣ୍ଣ, ନୀତିଗତ ତଥା ସମ୍ବେଦନଶୀଳ ହେବା ଅତ୍ୟନ୍ତ ଆବଶ୍ୟକ।