Odisha Students - The Sakala

କଲେଜ ପିଲା ପଢ଼ିବେ ସେୟାର ମାର୍କେଟ୍‌ ପାଠ: ମାଗଣାରେ ମିଳିବ ମ୍ୟୁଚୁଆଲ ଫଣ୍ଡ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାରର ତାଲିମ
ଭୁବନେଶ୍ୱର: କଲେଜ ପିଲା ପଢ଼ିବେ ସେୟାର ମାର୍କେଟ୍‌ ପାଠ । ମାଗଣାରେ ଦିଆଯିବ ମ୍ୟୁଚୁଆଲ ଫଣ୍ଡ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାରର ତାଲିମ । ଆର୍ଥିକ ସାକ୍ଷରତା ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପରି ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟକାରୀ ହେବ ଏନଏସଇ ବିଏଫଏସଆଇ ସ୍କିଲ୍ ପ୍ରୋଗ୍ରାମ (NSE BFSI Skill Programme)। ଏହି ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସେୟାର ବଜାର, ମ୍ୟୁଚୁଆଲ ଫଣ୍ଡ, ବୀମା, ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ କାରବାର ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ମାଗଣା ପ୍ରଶିକ୍ଷଣ ଦିଆଯିବ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ବି.କମ୍ (B.Com), ବିବିଏ (BBA), ବିଏମଏସ (BMS), ଅର୍ଥନୀତି, ବାଣିଜ୍ୟ, ଏମବିଏ (MBA) ଏବଂ ଏମ.କମ (M.Com) ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇପାରିବେ। ଏହି ଛାତ୍ରଛାତ୍ରୀମାନଙ୍କୁ ମ୍ୟୁଚୁଆଲ ଫଣ୍ଡ ଉପରେ ଏକ ୩୦ ଘଣ୍ଟିଆ ପ୍ରଫେସନାଲ ସାର୍ଟିଫିକେଟ୍ କୋର୍ସ ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମଟି ନ୍ୟାସନାଲ ସ୍କିଲ୍ ଡେଭଲପମେଣ୍ଟ ମିଶନ ଅଧୀନରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍ (NSEIL) ର ସହଭାଗିତାରେ କାର୍ଯ୍ୟକାରୀ କରାଯାଉଛି। ଏହାର ସୁଗମ ପରିଚାଳନା ପାଇଁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଏବଂ କଲେଜକୁ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣତଃ ବାଣିଜ୍ୟ, ମ୍ୟାନେଜମେଣ୍ଟ କିମ୍ବା ଅର୍ଥନୀତି ବିଭାଗର ଅଧ୍ୟାପକମାନଙ୍କୁ ଏହି ଦାୟିତ୍ୱ ପାଇଁ ପ୍ରାଥମିକତା ଦିଆଯିବ। ଗତ ଜୁଲାଇ ୧୫, ୨୦୨୬ ରେ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୁଖ୍ୟ ସହର ଯଥା ଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ, ଢେଙ୍କାନାଳ, ଜୟପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାଉରକେଲା ଏବଂ ସମ୍ବଲପୁର ର ୧୦୦ କିଲୋମିଟର ପରିଧି ମଧ୍ୟରେ ଥିବା ୯୭ଟି ମନୋନୀତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀମାନେ ଆର୍ଥିକ କ୍ଷେତ୍ରରେ ଦକ୍ଷତା ହାସଲ କରିବା ସହ ସେମାନଙ୍କର ଭବିଷ୍ୟତ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଘଣ୍ଟାଏରେ ସର୍ବାଧିକ ହାତଲେଖା ଚିଠା ଫେସବୁକ୍‌‌ରେ ଅପ୍‌ଲୋଡ୍‌‌ କରି ଗିନିଜ୍‌‌ ବୁକ୍‌‌ ଅଫ୍‌‌ ୱାଲ୍ଡ ରେକର୍ଡ ସୃଷ୍ଟିକଲେ ଓଡିଶାର ଛାତ୍ରଛାତ୍ରୀ
ଭୁବନେଶ୍ୱର: ଘଣ୍ଟାକ ମଧ୍ୟରେ ଫେସବୁକ୍‌ରେ ସର୍ବାଧିକ ହାତଲେଖା ଚିଠା ଅପଲୋଡ୍‌ କରି ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଗିନିଜ୍‌‌ ବୁକ୍‌‌ ଅଫ୍‌‌ ୱାର୍ଲଡ୍‌ ରେକର୍ଡ ସୃଷ୍ଟି କରିଛନ୍ତି। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ସାହିତ୍ୟ ସୃଜନୀ କ୍ଲବ୍‌‌ରେ ରଚନା କରିଥିବା ‘ମୋ କଥା ମୋ କାହାଣୀ’ ପୁସ୍ତକର ତଥ୍ୟକୁ ଅପଲୋଡ୍‌ କରିଛନ୍ତି। ଶୁକ୍ରବାର ଦିନ ୧୨ଟାରୁ ୧ଟା ମଧ୍ୟରେ ଫେସ୍‌‌ବୁକ୍‌‌ରେ ଅପଲୋଡ୍‌‌ କରି ସର୍ବକାଳୀନ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ୫୪୦୮ଟି ପୁସ୍ତକର ହସ୍ତଲିଖିତ ତଥ୍ୟ ୨୦୨୧ ମସିହା ନଭେମ୍ୱର ୧ ତାରିଖରେ ଅନଲାଇନରେ ଅପଲୋଡ କରି ନମାମୀ ଗଙ୍ଗେ ଏହି ରେକର୍ଡର ଅଧିକାରୀ ହୋଇଥିଲା। ଶୁକ୍ରବାର ଏହାର ପ୍ରାୟ ୪ ଗୁଣାରୁ ଅଧିକ ହାତଲେଖା ଅପଲୋଡ୍‌‌ ହୋଇଛି।

ଛାତ୍ରଛାତ୍ରୀଙ୍କ ଭାଷା ସାହିତ୍ୟ ଓ ସୃଜନଶୀଳତାର ବିକାଶ ପାଇଁ ସାହିତ୍ୟ ସୃଜନୀ ଶିକ୍ଷାର୍ଥୀ କ୍ଲବ୍‌‌ ମାଧ୍ୟମରେ ବିଦ୍ୟାଳୟସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୃଜନାତ୍ମକ ଗଳ୍ପ ଏବଂ କବିତା ଆଦି ରଚନା କରିଛନ୍ତି। ମାତ୍ର ଏକ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ସର୍ବାଧିକ ପୁସ୍ତକର ତଥ୍ୟକୁ ହାତରେ ଲେଖି ଫେସ୍‌‌ବୁକ୍‌‌ରେ ଅପଲୋଡ୍‌‌ କରିଛନ୍ତି। ପୂର୍ବ ରେକର୍ଡର ୪ଗୁଣା ଅଧିକ ହାତଲେଖା ଅପଲୋଡ୍‌‌ କରିଛନ୍ତି। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏକ ସମୟରେ ଅପଲୋଡ୍‌ କରୁଥିବାରୁ କିଛି ସମୟ ପାଇଁ ଫେସବୁକ୍‌ରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା। ଏଥିଯୋଗୁଁ ଅପଲୋଡ୍‌‌ ହୋଇଥିବା ସମୁଦାୟ ହାତଲେଖା ଚିଠା ସଂଖ୍ୟା ଜଣାପଡ଼ିନାହିଁ। ମାତ୍ର ସର୍ବନିମ୍ନ ସଂଖ୍ୟାକୁ ବିବେଚନା କରି ଗିନିଜ ବୁକ୍‌ ଅଫ୍‌‌ ୱାର୍ଲଡ୍‌ ରେକର୍ଡର ଅଧିକାରୀ ଏହି ରେକର୍ଡ ଘୋଷଣା କରିଛନ୍ତି। ମୋ ସ୍କୁଲ ଉଦ୍ୟମରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ରେକର୍ଡ ସୃଷ୍ଟି କରାଯାଇଥିବା ଜଣାଯାଇଛି।