Thalapathy Vijay - The Sakala

'କରୁପ୍ପୁ' ସ୍କ୍ରିନିଂ ବେଳେ ସିଏମ୍ ବିଜୟଙ୍କ ନାମ ଶୁଣି ଲାଜେଇ ଗଲେ ତ୍ରିଷା କ୍ରିଷ୍ଣନ୍: ଭିଡିଓ ଭାଇରାଲ୍
ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ୍ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିକଟରେ ତାଙ୍କର ନୂଆ ଫିଲ୍ମ 'କରୁପ୍ପୁ' ର ସ୍କ୍ରିନିଂ ବେଳେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଥିଲା। ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର ଥଲାପତି ବିଜୟଙ୍କ ନାମ ଶୁଣି ତ୍ରିଷା ଲାଜେଇ ଯାଇଥିବା ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ପ୍ରଶଂସକଙ୍କ ଅନୁରୋଧ ଏବଂ ତ୍ରିଷାଙ୍କ ପ୍ରତିକ୍ରିୟା

ମେ ୧୫, ୨୦୨୬ ତାରିଖ ଶୁକ୍ରବାର ଦିନ ଚେନ୍ନାଇର ପ୍ରସିଦ୍ଧ ରୋହିଣୀ ସିଲଭର ସ୍କ୍ରିନ୍ସ ପ୍ରେକ୍ଷାଳୟରେ ସୂର୍ଯ୍ୟା ଏବଂ ତ୍ରିଷାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ 'କରୁପ୍ପୁ' ର ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଇଥିଲା। ଏହି ସମୟରେ ତ୍ରିଷା ଏକ କଳା ଟି-ସାର୍ଟ ଏବଂ ଜିନ୍ସ ପିନ୍ଧି ଥିଏଟରରୁ ବାହାରି ନିଜ କାର୍ ଭିତରେ ବସିଥିଲେ। ତାଙ୍କୁ ଦେଖିବା ପାଇଁ ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଜମିଥିଲା। ସେହି ସମୟରେ ଜଣେ ପ୍ରଶଂସକ ପାଟି କରି କହିଥିଲେ, "ଥଲାପତି ବିଜୟଙ୍କୁ ମୋର ନମସ୍କାର ଜଣାଇଦେବେ"। ଏହା ଶୁଣି ତ୍ରିଷା ହସି ହସି "ନିଶ୍ଚିତ ଭାବରେ" (କାଣ୍ଡିପା) ବୋଲି ଉତ୍ତର ଦେଇଥିଲେ ଏବଂ ନିଜ ମୋବାଇଲ୍ ଫୋନକୁ ଚାହିଁ ଲାଜେଇ ଯାଇଥିଲେ। ଏହି ମୁହୂର୍ତ୍ତର ଭିଡିଓ ଏବେ ଇଣ୍ଟରନେଟରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ସିଏମ୍ ବିଜୟ ଏବଂ ତ୍ରିଷାଙ୍କୁ ନେଇ ଚର୍ଚ୍ଚା

ନିକଟରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରି ଥଲାପତି ବିଜୟ ରାଜ୍ୟର ମୁଖ୍ୟମନ୍ତ୍ରୀ (CM) ଭାବରେ ଶପଥ ଗ୍ରହଣ କରିଛନ୍ତି। ଗତ ମେ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ତ୍ରିଷା ନିଜ ମା'ଙ୍କ ସହ ସାମିଲ ହୋଇଥିଲେ। ଗତ କିଛି ମାସ ଧରି ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା ନେଇ ଡେଟିଂ ଗୁଜବ ଲାଗି ରହିଛି। ଯଦିଓ ଉଭୟ ଏହି ବିଷୟରେ କୌଣସି ଆନୁଷ୍ଠାନିକ ବୟାନ ଦେଇନାହାଁନ୍ତି, ତଥାପି ସିଏମ୍ ବିଜୟଙ୍କ ନାମ ଶୁଣି ତ୍ରିଷାଙ୍କ ଏହି ମିଠା ପ୍ରତିକ୍ରିୟା ସେମାନଙ୍କ ସମ୍ପର୍କର ଗୁଜବକୁ ଆହୁରି ଖୋରାକ ଯୋଗାଇଛି।

ଫିଲ୍ମ 'କରୁପ୍ପୁ' ପାଇଁ ସ୍ୱତନ୍ତ୍ର ଅନୁମତି

ନିର୍ଦ୍ଦେଶକ ଆର.ଜେ. ବାଲାଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ବିଶେଷ କଥା ହେଉଛି, ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଥଲାପତି ବିଜୟ 'କରୁପ୍ପୁ' ଫିଲ୍ମ ପାଇଁ ସକାଳ ୯ଟା ଶୋ' ପ୍ରଦର୍ଶନ କରିବାକୁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିଥିଲେ। ସାଧାରଣତଃ ତାମିଲନାଡୁରେ ଶୃଙ୍ଖଳାଗତ ସମସ୍ୟା କାରଣରୁ ସକାଳ ଶୋ' ଉପରେ କଟକଣା ଥାଏ, କିନ୍ତୁ ବିଜୟଙ୍କ ଏହି ସ୍ୱତନ୍ତ୍ର ନିଷ୍ପତ୍ତି ପରେ ଫିଲ୍ମ ନିର୍ମାତା ଏବଂ ତ୍ରିଷା ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ମୁଖ୍ୟମନ୍ତ୍ରୀ ବିଜୟ: ସପକ୍ଷରେ ପଡ଼ିଲା ୧୪୪ ଭୋଟ୍
ତାମିଲନାଡୁ: ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ତାମିଲଗା ଭେଟ୍ରି କାଜାଗମ୍ (TVK) ମୁଖ୍ୟ ସି. ଜୋସେଫ୍ ବିଜୟ ବୁଧବାର ଦିନ ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି। ତାଙ୍କ ସପକ୍ଷରେ ୧୪୪ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ମାତ୍ର ୨୨ଟି ଭୋଟ୍ ପଡ଼ିଛି ଏବଂ ୫ ଜଣ ବିଧାୟକ ଭୋଟଦାନରୁ ବିରତ ରହିଛନ୍ତି। ଏହି ବିଜୟ ସହିତ ସେ ରାଜ୍ୟରେ ନିଜ ସରକାରର ସ୍ଥିତିକୁ ସୁଦୃଢ଼ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ବିରୋଧୀ ଦଳ ଏଆଇଏଡିଏମକେ (AIADMK)ର ୨୫ ଜଣ ବିଧାୟକ ଦଳୀୟ ହ୍ୱିପ୍‌କୁ ଅମାନ୍ୟ କରି ବିଜୟଙ୍କୁ ସମର୍ଥନ ଜଣାଇଛନ୍ତି। ଦଳର ସାଧାରଣ ସମ୍ପାଦକ ଏଡାପାଡ଼ି କେ ପଲାନିସ୍ୱାମୀ ସମସ୍ତ ୪୭ ଜଣ ବିଧାୟକଙ୍କୁ ଟିଭିକେ ସରକାର ବିପକ୍ଷରେ ଭୋଟ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବିଧାନସଭା ଭିତରେ ଦଳର ନେତାଙ୍କ ମଧ୍ୟରେ ତୀବ୍ର ବିବାଦ ଦେଖିବାକୁ ମିଳିଥିଲା। ପଲାନିସ୍ୱାମୀ ଅଭିଯୋଗ କରିଛନ୍ତି ଯେ ବିଧାୟକମାନଙ୍କୁ ମନ୍ତ୍ରୀପଦ ଓ ଅନ୍ୟାନ୍ୟ ଲାଭଜନକ ପଦବୀର ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଆଣିବାକୁ ଉଦ୍ୟମ କରାଯାଇଛି।

ଭୋଟଗ୍ରହଣ ସମୟରେ ବିରୋଧୀ ଡିଏମକେ (DMK) ବିଧାୟକମାନେ କକ୍ଷତ୍ୟାଗ କରିଥିଲେ। ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ କଟାକ୍ଷ କରି କହିଛନ୍ତି ଯେ, ଆମେ କକ୍ଷତ୍ୟାଗ କରୁଛୁ ଏବଂ ଏହାଦ୍ୱାରା ଆପଣ ସହଜରେ ବହୁମତ ହାସଲ କରିପାରିବେ। ସେ ମଧ୍ୟ ପୂର୍ବ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ରାଜନୀତିକରଣ ନକରିବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ, ସିପିଆଇ, ସିପିଆଇ (ଏମ), ଭିସିକେ ଏବଂ ଆଇୟୁଏମଏଲ ଭଳି ଦଳଗୁଡ଼ିକ ଟିଭିକେକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଏହା ବ୍ୟତୀତ ବହିଷ୍କୃତ ଏଏମଏମକେ ବିଧାୟକ କାମରାଜ ମଧ୍ୟ ସରକାରଙ୍କୁ ସମର୍ଥନ ଦେଇ ବିଜୟଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି।

ସି. ଜୋସେଫ୍ ବିଜୟ ତ୍ରିଚି ଇଷ୍ଟ ଆସନରୁ ଇସ୍ତଫା ଦେଇ ପେରାମ୍ବୁର ଆସନ ନିଜ ପାଖରେ ରଖିବା ପରେ ବିଧାନସଭାରେ ଟିଭିକେର ନିଜସ୍ୱ ସଦସ୍ୟ ସଂଖ୍ୟା ୧୦୭ ରହିଛି। ମେଣ୍ଟ ସହଯୋଗୀଙ୍କୁ ମିଶାଇ ଦଳର ସଂଖ୍ୟାବଳ ୧୨୦ ଥିଲା। ତେବେ କୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ଜଣେ ବିଧାୟକ ଭୋଟ୍ ଦେବାରୁ ବଞ୍ଚିତ ହୋଇଛନ୍ତି। ଟିଭିକେ ନିର୍ବାଚନରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇ ଡିଏମକେ ଏବଂ ଏଆଇଏଡିଏମକେର ଦୀର୍ଘ ଦିନର ଦ୍ରାବିଡ଼ ଆଧିପତ୍ୟକୁ ଶେଷ କରି ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଜ୍ୟୋତିଷ ରିକି ରାଧାନ ପଣ୍ଡିତ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD
ତାମିଲନାଡୁ: ଜଣେ ଜ୍ୟୋତିଷ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD । ଜ୍ୟୋତିଷ ରିକି ରାଧାନ ପଣ୍ଡିତଙ୍କୁ OSD ନିଯୁକ୍ତି ଦେଲେ ଥାଲାପତି ବିଜୟ । ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ନିଜର ବ୍ୟକ୍ତିଗତ ଜ୍ୟୋତିଷ ରିକି ରାଧନ ପଣ୍ଡିତ ଭେଟ୍ରିଭେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ କିମ୍ବା ଓଏସଡି (OSD - Political) ଭାବରେ ନିଯୁକ୍ତ କରିଛନ୍ତି। ମେ' ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏକ ନୋଟ୍ ଆଧାରରେ ଏହି ନିଯୁକ୍ତି ଆଦେଶ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ମଜବୁତ କରିବା ଦିଗରେ ଏହା ବିଜୟଙ୍କ ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି।

ପ୍ରାୟ ଚାରି ଦଶନ୍ଧି ଧରି ବୈଦିକ ଜ୍ୟୋତିଷ, ସଂଖ୍ୟାତତ୍ତ୍ୱ ଏବଂ ଧ୍ୟାନ-ଆଧାରିତ ପରାମର୍ଶ କ୍ଷେତ୍ରରେ ବିଶେଷଜ୍ଞତା ହାସଲ କରିଥିବା ରାଧନ ପଣ୍ଡିତ ଭେଟ୍ରିଭେଲ ହେଉଛନ୍ତି ଭାରତର ଅନ୍ୟତମ ପ୍ରସିଦ୍ଧ ସେଲିବ୍ରିଟି ତଥା ରାଜନୈତିକ ଜ୍ୟୋତିଷ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କର କ୍ଲାଏଣ୍ଟମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି), ଭାରତୀୟ ଜାତୀୟ କଂଗ୍ରେସ, ଡିଏମକେ (DMK) ଏବଂ ଏଆଇଏଡିଏମକେ (AIADMK) ଭଳି ପ୍ରମୁଖ ଦଳର ନେତାମାନେ ସାମିଲ ଅଛନ୍ତି। ରାଜନୈତିକ ମହଲରେ ତାଙ୍କୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି ବିବେଚନା କରାଯାଏ ଏବଂ ନିକଟ ଅତୀତରେ ସେ ଅନେକ ପ୍ରମୁଖ ରାଜନୈତିକ ତଥା ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ବିଜୟଙ୍କ ସହ ନଜର ଆସିଛନ୍ତି।

ରାଧନ ପଣ୍ଡିତ ହେଉଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ଏବଂ ତାଙ୍କ ଦଳ ତାମିଲାଗା ଭେଟ୍ରି କାଜାଗମ୍ (TVK) ର ସବୁଠାରୁ ବଡ଼ ସମର୍ଥକ। ନିର୍ବାଚନ ପୂର୍ବରୁ ସେ ଭବିଷ୍ୟବାଣୀ କରିଥିଲେ ଯେ ବିଜୟଙ୍କ କୁଣ୍ଡଳୀରେ ରାଜନୈତିକ ସଫଳତା ପାଇଁ ଏକ ଅସାଧାରଣ ବା ସୁନାମି ଭଳି କ୍ଷମତା ରହିଛି। ସେ ଦାବି କରିଥିଲେ ଯେ ବିଜୟ ରାଜ୍ୟରେ ୧୫୦ ରୁ ଅଧିକ ଆସନ ହାସଲ କରି ମୁଖ୍ୟମନ୍ତ୍ରୀ ହେବେ। ୨୦୨୪ ମସିହାରେ ସେ ଏକ ୟୁଟ୍ୟୁବ୍ ଭିଡିଓ ମଧ୍ୟ ଜାରି କରିଥିଲେ ଯେଉଁଥିରେ ସେ ବିଜୟଙ୍କ ରାଜନୈତିକ ସଫଳତାର କାରଣ ବର୍ଣ୍ଣନା କରିଥିଲେ। ସୂଚନାଯୋଗ୍ୟ ଯେ, ତାମିଲନାଡୁ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ୨୩୪ ରୁ ୧୦୮ ଟି ଆସନ ଜିତିଥିଲା ଏବଂ କଂଗ୍ରେସ ଓ ଭିସିକେ (VCK) ର ସମର୍ଥନରେ ବିଜୟ ମେ' ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ବହୁମତ ପରୀକ୍ଷା ପୂର୍ବରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଆଶ୍ୱସ୍ତି, ସମର୍ଥନ ଜଣାଇଲା AIADMK ଗୋଷ୍ଠୀ
ତାମିଲନାଡୁ ବିଧାନସଭାରେ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ବହୁମତ ସାବ୍ୟସ୍ତ କରିବାକୁ ଯାଉଥିବା ବେଳେ ରାଜ୍ୟ ରାଜନୀତିରେ ଘନ ଘନ ପରିବର୍ତ୍ତନ ଦେଖିବାକୁ ମିଳୁଛି। ବୁଧବାର ଦିନ ବିଜୟଙ୍କ ନେତୃତ୍ୱାଧୀନ ତମିଝାଗା ଭେତ୍ରି କାଝାଗାମ୍ (TVK) ସରକାରଙ୍କ ଫ୍ଲୋର ଟେଷ୍ଟ (ବହୁମତ ପରୀକ୍ଷା) ହେବାକୁ ଥିବା ବେଳେ ଏହା ପୂର୍ବରୁ ପ୍ରମୁଖ ଦଳ AIADMK ର ଏକ ଗୋଷ୍ଠୀ ତାଙ୍କୁ ସମର୍ଥନ ଜଣାଇଛନ୍ତି। ଏହା ବିଜୟଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।

ବିଜୟଙ୍କ ସପକ୍ଷରେ AIADMK ର ବିଦ୍ରୋହୀ ଗୋଷ୍ଠୀ

ବରିଷ୍ଠ AIADMK ନେତା ସିଭି ସନମୁଗମ୍ ଙ୍କ ନେତୃତ୍ୱରେ ପ୍ରାୟ ୩୦ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ବିଜୟ ଏବଂ ତାଙ୍କ ମେଣ୍ଟ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସଦ୍ୟ ସମାପ୍ତ ନିର୍ବାଚନରେ AIADMK ୪୭ଟି ଆସନ ଜିତିଥିବା ବେଳେ ସନମୁଗମ୍ ଦାବି କରିଛନ୍ତି ଯେ ଦଳର ସଂଖ୍ୟାଗରିଷ୍ଠ ବିଧାୟକ ତାଙ୍କ ସହ ଅଛନ୍ତି। DMK ସହ AIADMK ର ମେଣ୍ଟ ଗୁଜବକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସେ ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ଅବଶ୍ୟ ସେ ଦଳ ଭାଙ୍ଗିବାକୁ ଚାହୁଁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ବାଚସ୍ପତି ନିର୍ବାଚନ ଓ ବହୁମତ ସମୀକରଣ

ତାମିଲନାଡୁର ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୧୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ନିର୍ବାଚନରେ TVK ଏକାକୀ ୧୦୮ଟି ଆସନ ଜିତି ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଛି। କଂଗ୍ରେସ (୫), CPI (୨), CPI-M (୨), VCK (୨) ଏବଂ ମୁସଲିମ୍ ଲିଗ୍ (୨) ର ସମର୍ଥନ ସହ ମେଣ୍ଟର ସଂଖ୍ୟା ୧୨୧ ରେ ପହଞ୍ଚିଛି। ଅନ୍ୟପକ୍ଷରେ, TVK ନିଜର ବରିଷ୍ଠ ନେତା ଜେସିଡି ପ୍ରଭାକର ଙ୍କୁ ବାଚସ୍ପତି ପଦ ପାଇଁ ମନୋନୀତ କରିଛି। ସେ ବାଚସ୍ପତି ହେବା ପରେ ସାଧାରଣ ଭୋଟିଂରେ ସାମିଲ ହୋଇପାରିବେ ନାହିଁ (କେବଳ ଟାଇ ସ୍ଥିତି ବ୍ୟତୀତ), ଯାହାଫଳରେ ଶାସକ ଦଳର ସଂଖ୍ୟାରୁ ଜଣେ ବିଧାୟକ କମିଯିବେ। ତଥାପି ମେଣ୍ଟ ପାଖରେ ପର୍ଯ୍ୟାପ୍ତ ସଂଖ୍ୟା ଥିବାରୁ ସରକାର ସୁରକ୍ଷିତ ଥିବା ଜଣାପଡ଼ିଛି।

ବିରୋଧୀ ନେତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ରାଜ୍ୟର ପ୍ରମୁଖ ବିରୋଧୀ ନେତାମାନଙ୍କୁ ଭେଟି ଏକ ନୂଆ ରାଜନୈତିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଛନ୍ତି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା DMK ମୁଖ୍ୟ ଏମକେ ଷ୍ଟାଲିନ, ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ଙ୍କ ସମେତ PMK, NTK ଏବଂ MDMK ନେତାମାନଙ୍କୁ ସେମାନଙ୍କ ବାସଭବନରେ ଯାଇ ଭେଟିଛନ୍ତି। ଏହି ସାକ୍ଷାତକାରଗୁଡ଼ିକ ରାଜ୍ୟରେ ଏକ ସ୍ଥିର ସରକାର ଗଠନ ଦିଗରେ ବିଜୟଙ୍କ ପରିପକ୍ୱତାକୁ ଦର୍ଶାଉଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ଆକ୍ସନରେ ଥଲାପତି ବିଜୟ; ଶପଥ ଗ୍ରହଣ ପରେ ପୂରଣ କଲେ ୩ ବଡ଼ ପ୍ରତିଶ୍ରୁତି
ଅଭିନେତାରୁ ରାଜନେତା ପାଲଟିଥିବା ଥଲାପତି ବିଜୟ (ସି. ଜୋସେଫ୍ ବିଜୟ) ତାମିଲନାଡୁର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆସନରେ ବସିବା ମାତ୍ରେ ହିଁ ସେ ନିଜର ଆକ୍ସନ ମୋଡ୍ ଦେଖାଇଛନ୍ତି। ଶପଥ ଗ୍ରହଣ କରିବାର କିଛି ସମୟ ପରେ, ସାଧାରଣ ଜନତାଙ୍କୁ ଦେଇଥିବା ୩ଟି ବଡ଼ ପ୍ରତିଶ୍ରୁତି ପୂରଣ କରି ସେ ନିଜର ପ୍ରଥମ ସରକାରୀ ଫାଇଲ୍‌ଗୁଡ଼ିକରେ ଦସ୍ତଖତ କରିଛନ୍ତି।

୩ଟି ବଡ଼ ପ୍ରତିଶ୍ରୁତି

୧. ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିଜୟଙ୍କ ପ୍ରଥମ ନିଷ୍ପତ୍ତି ଥିଲା ରାଜ୍ୟବାସୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇଦେବା। ନୂଆ ନିୟମ ଅନୁଯାୟୀ, ପ୍ରତ୍ୟେକ ଯୋଗ୍ୟ ଘରୋଇ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ।

୨. ମହିଳା ସୁରକ୍ଷା ପାଇଁ 'ସିଙ୍ଗାପେନ୍' ଟାସ୍କଫୋର୍ସ: ମହିଳାଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ବିଜୟ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ 'ସିଙ୍ଗାପେନ୍' ଗଠନ କରିଛନ୍ତି। ଏହା ସହିତ ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ୨୪ ଘଣ୍ଟିଆ ହେଲ୍ପଲାଇନ୍ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯାଇଛି।

୩. ନିଶା ନିବାରଣ ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ: ରାଜ୍ୟକୁ ନିଶାମୁକ୍ତ କରିବା ଏବଂ ଡ୍ରଗ୍ସ କାରବାର ଉପରେ ରୋକ୍ ଲଗାଇବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ ନେଇ ସେ ନିର୍ଦ୍ଦେଶ ଦେଇଛନ୍ତି।

ନୂଆ ଯୁଗର ଆରମ୍ଭ

ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ତାମିଲଗା ଭେଟ୍ରି କାଜଗମ୍ (ଟିଭିକେ) ର ମୁଖ୍ୟ ଥଲାପତି ବିଜୟ ମୁଖ୍ୟମନ୍ତ୍ରୀ ପଦ ଏବଂ ଗୋପନୀୟତାର ଶପଥ ନେଇଥିଲେ। ଶପଥ ଗ୍ରହଣ ପରେ ଉଦବୋଧନ ଦେଇ ସେ କହିଥିଲେ ଯେ ସେ କୌଣସି ରାଜପରିବାରରୁ ଆସିନାହାଁନ୍ତି ବରଂ ଭୋକ ଏବଂ ଗରିବି କଣ ତାହା ସେ ବୁଝିଛନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇ ସେ ଲୋକଙ୍କୁ ଠକିବେ ନାହିଁ ଏବଂ ତାମିଲନାଡୁରେ ପ୍ରକୃତ ଧର୍ମନିରପେକ୍ଷତା ତଥା ସାମାଜିକ ନ୍ୟାୟର ଏକ ନୂଆ ଶାସନ ଆରମ୍ଭ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲପତି ବିଜୟ
ତାମିଲନାଡୁ: ତାମିଲାଡୁରେ ଆରମ୍ଭ ହେଲା ବିଜୟ ରାଜ୍ । ତାମିଲନଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲପତି ବିଜୟ । ୧୯୭୬ ପରେ ପ୍ରଥମ ଅଣଦ୍ରାବିଡ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଉପସ୍ଥିତ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଚେନ୍ନାଇ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଐତିହାସିକ ଶପଥ ସମାରୋହ ହୋଇଛି ।

ବିଜୟଙ୍କ ଦଳକୁ ମିଳିଲା ସମ୍ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା । ୧୩ ତାରିଖ ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ ବୋଲି ଲୋକଭବନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ରାଜ୍ୟପାଳ ଟିଭିକେକୁ ସରକାର ଗଠନ ଅନୁମତି ଦେଇଛନ୍ତି ।

ଅନ୍ୟପଟେ ବିଜୟଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ହୋଇଛି । ବିଜୟଙ୍କ ସହ TVK ର ୯ ବିଧାୟକ ମନ୍ତ୍ରୀ ଭାବେ ନେଲେ ଶପଥ । ମନ୍ତ୍ରୀ ଭାବେ ଶପଥ ନେଲେ ଏନ . ଆନନ୍ଦ ଓ ଅଦାବ ଅର୍ଜୁନ । TVK ମହାସଚିବ କେ.ଜି ଅରୁଣରାଜ ମନ୍ତ୍ରୀ ଭାବେ ଶପଥ ନେଲେ । ଅଭିଜ୍ଞ କେ.ଏ ସେଙ୍ଗୋଟେୟନ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଲେ । ଥିରୁ ଭେଙ୍କଟରମଣନ, ନିର୍ମଲ କୁମାର, ରାଜମୋହନ, ଟିକେ ପ୍ରଭୁ ନେଲେ ଶପଥ । ଏକମାତ୍ର ମହିଳା ମନ୍ତ୍ରୀ ଭାବେ ଶପଥ ନେଲେ ସେଲଭି ଏସ୍. କୀର୍ତ୍ତନା ।

ତାମିଲନାଡୁରେ ଖୁବଶୀଘ୍ର ସରକାର ଗଢ଼ିବେ ଥାଲାପଥି ବିଜୟ: 'ଟିଭିକେ'କୁ ସମର୍ଥନ ଦେଲେ ଏହିସବୁ ଦଳ...
ତାମିଲନାଡୁ: ତାମିଲନାଡୁ ରାଜନୀତିରେ ଲାଗି ରହିଥିବା ଦୀର୍ଘ ଦିନର ସସପେନ୍ସର ଅନ୍ତ ଘଟିଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ପାର୍ଟି ତାମିଲଗା ଭେତ୍ରି କାଝାଗମ (TVK) କୁ ସରକାର ଗଠନ ପାଇଁ ବିଦୁଥଲାଇ ଚିରୁଥାଇଗଲ କାଚି (VCK) ସମର୍ଥନ ଜଣାଇଛି। ଏହା ଫଳରେ ତାମିଲନାଡୁରେ ଏକ ନୂତନ ସରକାର ଗଠନ ପାଇଁ ବାଟ ଫିଟିଛି।

ଭିସିକେ (VCK) ସଭାପତି ଥୋଲ. ଥିରୁମାଭାଲାଭାନ ଆନୁଷ୍ଠାନିକ ଭାବେ ନିଜ ଦଳର ସମର୍ଥନ ପତ୍ରକୁ ଟିଭିକେ (TVK) ର ସାଧାରଣ ସମ୍ପାଦକ ତଥା ନିର୍ବାଚନ ପ୍ରଚାର ପରିଚାଳକ ଆଧବ ଅର୍ଜୁନଙ୍କୁ ହସ୍ତାନ୍ତର କରିଛନ୍ତି। ଅଭିନେତା ବିଜୟଙ୍କ ରାଜନୈତିକ ଦଳ ପାଇଁ ଏହା ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।

୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ବା ବହୁମତ ସଂଖ୍ୟା ହେଉଛି ୧୧୮ ଆସନ। ଭିସିକେର ଏହି ସମର୍ଥନ ଫଳରେ ଟିଭିକେ ବହୁମତ ହାସଲ କରିଛି। ଭିସିକେର ବିନା ସର୍ତ୍ତରେ ବାହ୍ୟ ସମର୍ଥନ ଏବଂ ଏହା ପୂର୍ବରୁ ମିଳିଥିବା ସିପିଆଇ (CPI) ଓ ସିପିଆଇ(ଏମ୍) (CPI-M) ର ସମର୍ଥନ ବିଜୟଙ୍କ ଦଳ ପାଇଁ ସରକାର ଗଠନର ରାସ୍ତାକୁ ସମ୍ପୂର୍ଣ୍ଣ ସଫା କରିଦେଇଛି। ଏହାଦ୍ୱାରା ରାଜ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ରାଜନୈତିକ ଛକାପଞ୍ଝାର ମଧ୍ୟ ଅନ୍ତ ଘଟିଛି।

ଏହା ବ୍ୟତୀତ, ଭିସିକେ ପରେ ଏବେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML) ର ତାମିଲନାଡୁ ଶାଖା ମଧ୍ୟ ତାମିଲନାଡୁରେ ସରକାର ଗଠନ ପାଇଁ ତାମିଲଗା ଭେତ୍ରି କାଝାଗମକୁ ନିଜର ବିନା ସର୍ତ୍ତରେ ସମର୍ଥନ ଘୋଷଣା କରିଛି।

ତାମିଲନାଡୁ ରାଜନୀତିରେ ହଟଚମଟ: ସରକାର ଗଢ଼ିବାକୁ ଥଲପତି ବିଜୟଙ୍କ ସଂଘର୍ଷ, ମେଣ୍ଟକୁ ନେଇ ବଢୁଛି ସଙ୍କଟ
ତାମିଲନାଡୁ ରାଜନୀତିରେ ଏବେ ଏକ ବଡ଼ ଧରଣର ସଙ୍କଟ ଦେଖାଦେଇଛି। ୨୦୨୬ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅଭିନେତାରୁ ରାଜନେତା ପାଲଟିଥିବା ଥଲପତି ବିଜୟ ଏବଂ ତାଙ୍କ ଦଳ ତାମିଲଗା ଭେତ୍ରି କାଜାଗମ୍ (TVK) ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛନ୍ତି। ତେବେ ବହୁମତ ନଥିବାରୁ ସରକାର ଗଠନ ପାଇଁ ଏବେ ମେଣ୍ଟ ରାଜନୀତି ଜୋର ଧରିଛି।

ସଂଖ୍ୟାଗରିଷ୍ଠତା ଠାରୁ ଦୂରରେ ଟିଭିକେ

୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୧୮। କିନ୍ତୁ ବିଜୟଙ୍କ ଦଳ ଟିଭିକେ (TVK) ଏକାକୀ ୧୦୮ ଟି ଆସନ ଜିତିଛି। କଂଗ୍ରେସ ନିଜର ୫ ଜଣ ବିଧାୟକଙ୍କ ସମର୍ଥନ ଦେବା ପରେ ମଧ୍ୟ ଏହି ସଂଖ୍ୟା ୧୧୩ ରେ ପହଞ୍ଚିଛି। ଅନ୍ୟପକ୍ଷରେ, ଥଲପତି ବିଜୟ ଦୁଇଟି ଆସନରୁ ବିଜୟୀ ହୋଇଥିବାରୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ। ଏହା ଫଳରେ ଗୃହର ମୋଟ ସଦସ୍ୟ ସଂଖ୍ୟା ୨୩୩ କୁ ଖସି ଆସିବ ଏବଂ ବହୁମତ ପାଇଁ ୧୧୭ ଆସନର ଆବଶ୍ୟକତା ପଡ଼ିବ। ଏବେ ସରକାର ଗଠନ କରିବା ପାଇଁ ବିଜୟଙ୍କୁ ଆଉ ୫ ଜଣ ବିଧାୟକଙ୍କ ସମର୍ଥନ ଦରକାର।

କଂଗ୍ରେସର ସମର୍ଥନ ଏବଂ ନୂଆ ସମୀକରଣ

ବହୁମତ ହାସଲ କରିବା ପାଇଁ ରାଜ୍ୟରେ ଏବେ ସମୀକରଣ ବଦଳିବାରେ ଲାଗିଛି। କଂଗ୍ରେସ ତାର ପୁରୁଣା ମେଣ୍ଟ ସାଥୀ ଡିଏମକେ (DMK) ର ହାତ ଛାଡ଼ି ବିଜୟଙ୍କୁ ସମର୍ଥନ ଜଣାଇଛି। ସଂଖ୍ୟାଗରିଷ୍ଠତା ହାସଲ କରିବା ଲକ୍ଷ୍ୟରେ ବିଜୟ ଏବେ ଭିସିକେ (VCK), ବାମପନ୍ଥୀ ଦଳ ଏବଂ ଆଇୟୁଏମଏଲ (IUML) ଭଳି ଦଳଗୁଡ଼ିକ ସହ ଆଲୋଚନା ଚଳାଇଛନ୍ତି, ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଡିଏମକେ ମେଣ୍ଟରେ ଅଛନ୍ତି।

ଏଆଇଏଡିଏମକେ ଏବଂ ଡିଏମକେର ଚାଲ୍

ଅନ୍ୟପଟେ ରାଜ୍ୟର ଦୁଇ ପ୍ରମୁଖ ଦଳ ଡିଏମକେ (DMK) ଏବଂ ଏଆଇଏଡିଏମକେ (AIADMK) ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଥଲପତି ବିଜୟଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏହି ଦୁଇ ପାରମ୍ପରିକ ବିରୋଧୀ ଦଳ ଏକାଠି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାରି ଭିତରେ ଏଆଇଏଡିଏମକେ ନିଜର ନବନିର୍ବାଚିତ ବିଧାୟକମାନଙ୍କୁ ପଡ଼ୋଶୀ ରାଜ୍ୟ ପୁଡୁଚେରୀକୁ ସ୍ଥାନାନ୍ତର କରିଦେଇଛି।

ତାମିଲନାଡୁ ରାଜନୀତିରେ ଦେଖାଦେଇଥିବା ଏହି ଅସ୍ଥିରତା ଏବେ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଗାମୀ ଦିନରେ କିଏ ସରକାର ଗଢ଼ିବ ଏବଂ କେଉଁ ଦଳ କାହାକୁ ସମର୍ଥନ ଦେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ତାମିଲନାଡୁ ରାଜନୀତିରେ ହଲ୍‌ଚଲ୍‌: ବିଜୟଙ୍କ ଟିଭିକେକୁ କଂଗ୍ରେସର ସମର୍ଥନ, ଡିଏମକେ କହିଲା ‘ବିଶ୍ୱାସଘାତକ’
ତାମିଲନାଡୁ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଖଣ୍ଡିତ ଜନାଦେଶ ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ଟିଭିକେ (TVK) ୧୦୮ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବା ବେଳେ ସରକାର ଗଠନ ପାଇଁ କସରତ ଆରମ୍ଭ କରିଛି। ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ବହୁମତ ସଂଖ୍ୟା ୧୧୮ ଥିବା ବେଳେ ଟିଭିକେକୁ ଆହୁରି ୧୦ଟି ଆସନର ଆବଶ୍ୟକତା ରହିଛି। ଏଥିପାଇଁ ଦଳ କଂଗ୍ରେସ, ପିଏମକେ (PMK), ବାମଦଳ ଏବଂ ଭିସିକେ (VCK) ଭଳି ଛୋଟ ଦଳଗୁଡ଼ିକର ସମର୍ଥନ ଲୋଡ଼ିଛି। ସରକାର ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଜୟ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିବାକୁ ସମୟ ମାଗିଛନ୍ତି।

ଦୀର୍ଘଦିନର ମେଣ୍ଟ ସହଯୋଗୀ ଡିଏମକେ (DMK)କୁ ଛାଡ଼ି କଂଗ୍ରେସ ଏବେ ବିଜୟଙ୍କ ଦଳକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ କହିଛନ୍ତି ଯେ ତାମିଲନାଡୁରେ ଏକ ଧର୍ମନିରପେକ୍ଷ ଏବଂ ସ୍ଥିର ସରକାର ଗଠନ ପାଇଁ ଦଳ ସର୍ବସମ୍ମତି କ୍ରମେ ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ତାମିଲନାଡୁ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି (PAC) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପକ୍ଷରେ, କଂଗ୍ରେସର ଏଭଳି ପଦକ୍ଷେପକୁ ନେଇ ଡିଏମକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଡିଏମକେ ମୁଖପାତ୍ର ସରବଣନ ଅନ୍ନାଦୁରାଇ କଂଗ୍ରେସକୁ 'ବିଶ୍ୱାସଘାତକ' ବୋଲି କହିବା ସହ ଏହା ଏକ ଅଦୂରଦର୍ଶୀ ନିଷ୍ପତ୍ତି ବୋଲି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହା 'ଇଣ୍ଡିଆ' (INDIA) ମେଣ୍ଟ ଭାଗିଦାରୀଙ୍କ ପ୍ରତି ଧୋକା ଏବଂ ଆଗାମୀ ୨୦୨୯ ନିର୍ବାଚନରେ କଂଗ୍ରେସ ଏଥିପାଇଁ ଅନୁତାପ କରିବ।

ଅନ୍ୟପଟେ, ପ୍ରମୁଖ ବିରୋଧୀ ଦଳ ଏଆଇଏଡିଏମକେ (AIADMK) ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଦେଖାଦେଇଛି। ଦଳର ଗୋଟିଏ ଗୋଷ୍ଠୀ ଇଡାପ୍ପାଡି ପଲାନିସ୍ୱାମୀଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ ଥିବା ବେଳେ ସେମାନେ ବିଜୟଙ୍କୁ ସରକାର ଗଠନରେ ସମର୍ଥନ ଦେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ଘୋଡ଼ା ବେପାର ଆଶଙ୍କାକୁ ଏଡ଼ାଇବା ପାଇଁ ଟିଭିକେ ତାର ସମସ୍ତ ୧୦୮ ବିଧାୟକଙ୍କୁ ମାମଲ୍ଲାପୁରମର ଏକ ବିଳାସପୂର୍ଣ୍ଣ ରିସର୍ଟରେ ରଖିଛି। ବିଧାୟକମାନଙ୍କ ସୁରକ୍ଷା ପାଇଁ ରିସର୍ଟ ଚାରିପଟେ କଡ଼ା ପୋଲିସ ପହରା ଲଗାଯାଇଛି। ସରକାର ଗଠନର ସମୀକରଣ ଯାହା ବି ହେଉନା କାହିଁକି, ତାମିଲନାଡୁ ରାଜନୀତିରେ ଏବେ ବିଜୟଙ୍କ ଯୁଗ ଆରମ୍ଭ ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ: ସବୁଠୁ ବଡ଼ ଦଳ ପାଲଟିଲା ବିଜୟଙ୍କ 'ଟିଭିକେ', କିନ୍ତୁ ବହୁମତରୁ ଦୂରରେ, ଜାଣନ୍ତୁ ଆଗକୁ କଣ ହେବ?
୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିରେ ଏକ ନୂଆ ମୋଡ଼ ଆଣିଛି। ଅଭିନେତାରୁ ନେତା ପାଲଟିଥିବା ଥଲାପତି ବିଜୟଙ୍କ ଦଳ ତାମିଲାଗା ଭେତ୍ରି କାଜାଗମ୍ (ଟିଭିକେ) ରାଜ୍ୟର ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। କିନ୍ତୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ବା ମ୍ୟାଜିକ୍ ନମ୍ବର ଛୁଇଁବାରେ ଏହା ବିଫଳ ହୋଇଛି।

ଆସନ ସମୀକରଣ ଓ ବହୁମତର ଅଭାବ

୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ୧୧୮ ଟି ଆସନର ଆବଶ୍ୟକତା ରହିଛି। ମାତ୍ର ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ଗଠିତ ଏହି ନୂଆ ଦଳ ଏକାକୀ ନିର୍ବାଚନ ଲଢ଼ି ଉଲ୍ଲେଖନୀୟ ପ୍ରଦର୍ଶନ ସହ ୧୦୭ ଟି ଆସନ ହାସଲ କରିଛି। ସେହିପରି ଶାସକ ଡିଏମକେ (DMK) ମେଣ୍ଟକୁ ୭୪ଟି ଆସନ ମିଳିଥିବା ବେଳେ ଏନଡିଏ (NDA) ୫୩ଟି ଆସନ ସହ ତୃତୀୟ ସ୍ଥାନରେ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ତାଙ୍କର ପାରମ୍ପରିକ ଆସନ କୋଲାଥୁର ରୁ ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ବିଜୟ ନିଜେ ଲଢିଥିବା ତିରୁଚିରାପଲ୍ଲୀ (ପୂର୍ବ) ଏବଂ ପେରାମ୍ବୁର ଉଭୟ ଆସନରୁ ବିଜୟୀ ହୋଇଛନ୍ତି।

ଆଗକୁ କଣ ହେବ? (ସମ୍ଭାବ୍ୟ ସ୍ଥିତି)

କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିବାରୁ ଏବେ ତାମିଲନାଡୁରେ ସରକାର ଗଠନକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ କିଛି ସମ୍ଭାବ୍ୟ ଦିଗ ଉପରେ ଚର୍ଚ୍ଚା ହେଉଛି:

ସରକାର ଗଠନ କରିବା ପାଇଁ ଟିଭିକେକୁ ଆହୁରି ୧୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ତେଣୁ ଦଳ ଅନ୍ୟ ଦଳ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ସହ ମିଶି ମେଣ୍ଟ ସରକାର ଗଠନ କରିବାର ପ୍ରବଳ ସମ୍ଭାବନା ରହିଛି।

କ୍ଷମତାକୁ ଆସିବା ପାଇଁ ଟିଭିକେକୁ କୌଣସି ପ୍ରମୁଖ ବିରୋଧୀ ଦଳ ସର୍ତ୍ତମୂଳକ ଭାବେ ବାହାରୁ ସମର୍ଥନ ଦେଇପାରନ୍ତି।

ଯଦି ବିଜୟ ସରକାର ଗଠନ କରିବାରେ ସଫଳ ହୁଅନ୍ତି, ତେବେ ୧୯୬୭ ମସିହା ପରେ ସେ ତାମିଲନାଡୁର ପ୍ରଥମ ଅଣ-ଡ୍ରାଭିଡ଼ିଆନ୍ (ଅଣ-ଡିଏମକେ ଓ ଅଣ-ଏଆଇଏଡିଏମକେ) ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ। ବର୍ତ୍ତମାନ ସମସ୍ତଙ୍କ ନଜର ବିଜୟଙ୍କ ପରବର୍ତ୍ତୀ ପଦକ୍ଷେପ ଏବଂ ତାମିଲନାଡୁର ରାଜନୈତିକ ଭବିଷ୍ୟତ ଉପରେ ରହିଛି।

କୋଲାଥୁର ଆସନରୁ ହାରିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍
ତାମିଲନାଡୁ: ତାମିଲନାଡୁ ବିଧାନସଭା ନିର୍ବାଚନରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ରାଜ୍ୟରେ ଏପରି ସରକାର ବିରୋଧୀ ହାୱା ବହିଛି ଯେ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ନିଜ ଆସନ ମଧ୍ୟ ବଞ୍ଚାଇ ପାରିନାହାଁନ୍ତି। କୋଲାଥୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ପରାଜୟର ସାମ୍ନା କରିଛନ୍ତି।

ତାମିଲନାଡୁ ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ଥାଲାପତି ବିଜୟଙ୍କ ପାର୍ଟି ତାମିଲାଗା ଭେଟ୍ରି କାଜାଗମ୍ (TVK) ଚମତ୍କାର ପ୍ରଦର୍ଶନ କରିଛି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଙ୍କୁ ବିଜୟଙ୍କ ଦଳର ପ୍ରାର୍ଥୀ ପରାସ୍ତ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ, ବିଜୟଙ୍କ ଦଳ ପ୍ରାୟ ୧୦୮ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ଡିଏମକେ ନେତୃତ୍ୱାଧୀନ ମେଣ୍ଟ ୭୧ଟି ଆସନରେ ଆଗୁଆ ଥିବା ବେଳେ ଏଆଇଏଡିଏମକେ ନେତୃତ୍ୱାଧୀନ ଏନଡିଏ ୫୪ଟି ଆସନ ସହ ତୃତୀୟ ସ୍ଥାନରେ ରହିଛି।

ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫ଟି ଆସନର ଫଳାଫଳ ଘୋଷଣା କରାଯାଇଛି। ଏଥିମଧ୍ୟରୁ ୩ଟି ଆସନରେ ଡିଏମକେ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଏବଂ ଟିଭିକେ ଗୋଟିଏ ଲେଖାଏଁ ଆସନରେ ଜିତିଛନ୍ତି।

ତାମିଲନାଡୁରେ ଡିଏମକେର ବିପର୍ଯ୍ୟୟ: ହିନ୍ଦୀ ଏବଂ ହିନ୍ଦୁ ବିରୋଧୀ ଆଭିମୁଖ୍ୟ ଯୋଗୁଁ ବୁଡିଲା କି ଷ୍ଟାଲିନଙ୍କ ଡଙ୍ଗା?
ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ର ପ୍ରାରମ୍ଭିକ ଧାରା ସାମ୍ନାକୁ ଆସିବା ପରେ ସତ୍ତାଧାରୀ ଦ୍ରାବିଡ଼ ମୁନ୍ନେତ୍ର କାଝାଗମ (ଡିଏମକେ)କୁ ଶକ୍ତ ଝଟକା ଲାଗିଛି। ଲୋକପ୍ରିୟ ଅଭିନେତା ତଥା ରାଜନେତା ବିଜୟଙ୍କ ନୂତନ ଦଳ ତାମିଲଗା ଭେତ୍ରି କାଝାଗମ (ଟିଭିକେ) ରାଜ୍ୟରେ ଏକ ବଡ଼ ଶକ୍ତି ଭାବରେ ଉଭା ହୋଇଛି ଏବଂ ଶତାଧିକ ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଏବଂ ତାଙ୍କ ପୁଅ ତଥା ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ନିଜ ନିଜ ଆସନରେ ପଛୁଆ ଥିବା ଜଣାପଡିଛି।

ଭୁଲୁଣ୍ଠିତ ହେଲା ଡିଏମକେର ଅହଂକାର

ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଧାରାରେ ଡିଏମକେ ତୃତୀୟ ସ୍ଥାନକୁ ଖସି ଆସିଥିବା ଦେଖିବାକୁ ମିଳିଛି। ଏହି ଅପ୍ରତ୍ୟାଶିତ ବିପର୍ଯ୍ୟୟ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ, ଷ୍ଟାଲିନ ସରକାରଙ୍କ ଅହଂକାର ଏବଂ କ୍ରମାଗତ ବିବାଦୀୟ ବୟାନବାଜି ସେମାନଙ୍କ ପତନର ମୁଖ୍ୟ କାରଣ ପାଲଟିଛି। ବିଶେଷକରି ଜାତୀୟ ଶିକ୍ଷା ନୀତି (ଏନଇପି) ଏବଂ ହିନ୍ଦୀ ଭାଷାକୁ ନେଇ ଦଳର ତୀବ୍ର ବିରୋଧ ରାଜ୍ୟର ଯୁବବର୍ଗଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଥିବା ମନେ କରାଯାଉଛି।

ସନାତନ ଧର୍ମକୁ ବିରୋଧ ପଡିଲା ମହଙ୍ଗା

ରାଜନୈତିକ ବିଶେଷଜ୍ଞଙ୍କ ମତରେ, ଡିଏମକେର ପରାଜୟ ପଛରେ ସବୁଠାରୁ ବଡ଼ କାରଣ ହେଉଛି ସେମାନଙ୍କର କ୍ରମାଗତ ହିନ୍ଦୁ ବିରୋଧୀ ଆଭିମୁଖ୍ୟ। ସେପ୍ଟେମ୍ବର ୨୦୨୩ରେ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ଏବଂ କରୋନା ଭଳି ରୋଗ ସହ ତୁଳନା କରି ଏହାକୁ ସମୂଳେ ନାଶ କରିବାକୁ ଆହ୍ୱାନ ଦେଇଥିଲେ। ଏହି ବୟାନ କେବଳ ରାଜ୍ୟ ନୁହେଁ, ବରଂ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ହିନ୍ଦୁ ଆସ୍ଥା ଉପରେ ଏଭଳି ପ୍ରହାରକୁ ତାମିଲନାଡୁର ଜନସାଧାରଣ ଗ୍ରହଣ କରିପାରିନାହାଁନ୍ତି ବୋଲି ବର୍ତ୍ତମାନର ଭୋଟ୍ ଧାରାରୁ ସ୍ପଷ୍ଟ ହେଉଛି।

ଥଲାପତି ବିଜୟଙ୍କ ଦଳର ଚମତ୍କାର ପ୍ରଦର୍ଶନ

ଡିଏମକେର ହିନ୍ଦୀ ଏବଂ ହିନ୍ଦୁ ବିରୋଧୀ ରାଜନୀତି ବିରୋଧରେ ଲୋକଙ୍କ ଅସନ୍ତୋଷର ସିଧାସଳଖ ଫାଇଦା ଅଭିନେତା ବିଜୟଙ୍କ ଦଳ ଟିଭିକେକୁ ମିଳିଥିବା ପରିଲକ୍ଷିତ ହେଉଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆସନରେ ଟିଭିକେ ପ୍ରାର୍ଥୀମାନେ ବ୍ୟାପକ ଭୋଟ୍ ବ୍ୟବଧାନରେ ଆଗେଇ ଚାଲିଛନ୍ତି। ଯଦି ଏହି ଧାରା ଅବ୍ୟାହତ ରହେ, ତେବେ ତାମିଲନାଡୁ ରାଜନୀତିରେ ଏହା ଏକ ବଡ଼ ପରିବର୍ତ୍ତନର ସୂତ୍ରପାତ କରିବ ଏବଂ ପାରମ୍ପରିକ ଦ୍ରାବିଡ଼ ରାଜନୀତିର ଦିଗକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ବୋଲି ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି।