odia neews - The Sakala

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼...
ପୁରୀ: ଆଜି ଠାରୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେଉଛି। ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି। ଏଥିପାଇଁ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ବ୍ରତଧାରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଚଳିତ ବର୍ଷର ହବିଷ୍ୟାଳି ଯୋଜନାର ଶୁଭାରମ୍ଭ ହେବ। ଏଥିପାଇଁ ବୃନ୍ଦାବତୀ ନିବାସ ପରିସରରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ନାମ ପଞ୍ଜୀକରଣ କରିଥିବା ବ୍ରତଧାରୀଙ୍କ ଲାଗି ୪ଟି ରହଣି କେନ୍ଦ୍ର କରାଯାଇଛି। ସ୍ଥାୟୀ ଶିବିର ବୃନ୍ଦାବତୀ ନିବାସ ବ୍ୟତୀତ ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଏବଂ ମୋଚିସାହି କଲ୍ୟାଣ୍ଡ ମଣ୍ଡପରେ ହବିଷ୍ୟାଳିଙ୍କୁ ରଖାଯାଇଛି।

ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ହବିଷ ବ୍ରତ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ। ହବିଷ୍ୟାଳି ଯୋଜନାରେ ଆସିଥିବା ବ୍ରତଧାରୀଙ୍କୁ ଏଥର ୪ଟି ରହଣି କେନ୍ଦ୍ର (ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ) ରେ ରଖାଯାଇଛି। ହବିଷ୍ୟାଳି ଯୋଜନାରେ ୭୦ବର୍ଷ ବୟସ୍କା ପର୍ଯ୍ୟନ୍ତ ବିଧବା ମା’ ଓ ୫୦ରୁ ୭୦ ବର୍ଷ ବିବାହିତ ମହିଳାମାନେ ଏହି ବ୍ରତ ପାଇଁ ଆବେଦନ ଅନ୍‌ଲାଇନ ମାଧ୍ୟମରେ କରିଥିଲେ। ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ଗମନାଗମନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା, ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା, ପରିମଳ, ପାନୀୟ ଜଳ, ସ୍ବେଚ୍ଛାସେବୀ ସହଯୋଗ ଇତ୍ୟାଦି ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାକୁ ସୁନିୟନ୍ତ୍ରିତ କରିବାକୁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ତଦାରଖ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ସୋମବାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଅନ୍ୟ ଅଧିକାରୀମାନେ ବିଭିନ୍ନ ରହଣି କେନ୍ଦ୍ର ବୁଲି ସ୍ଥିତି ପରଖିଛନ୍ତି। କ’ଣ ସୁବିଧା, ଅସୁବିଧା ରହିଛି, ବୁଝିବା ସହ ସମସ୍ତ ବ୍ୟବସ୍ଥା ବୁଲି ଦେଖିଛନ୍ତି।

ହବିଷ୍ୟାଳିମା‌ନେ ଭୋର୍‌ରୁ ଉଠି ନରେନ୍ଦ୍ର ପୁଷ୍କରିଣୀ ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ‌‌‌ରେ ସ୍ନାନ ସାରି ଶ୍ରୀମନ୍ଦିରକୁ ଯିବେ। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିବା ସହ ବ୍ରତ ଧରିବେ। ତୁଳସୀ ଚଉରାମୂଳେ ରାଇଦାମୋଦରଙ୍କୁ ପୂଜା କରି ମାସଟା ଯାକ ଆଧ୍ୟାତ୍ମିକ ଭାବେ ବାନ୍ଧି ହୋଇ ରହିବେ। ପ୍ରତି ସନ୍ଧ୍ୟାରେ ଆକାଶ ଦୀପ ଟାଣିବେ। ପୁଣି ଶୁଣିବେ ଭଜନ, ଭାଗବତ, ପୁରାଣ ଓ ପ୍ରବଚନ। ଗୋଟିଏଥର ମହାପ୍ରସାଦ ସେବନ କରିବେ।

ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ହାଲୁକା ବର୍ଷା ସମ୍ଭାବନା, ୧୫ରୁ ବଢିବ ଶୀତ
ଭୁବନେଶ୍ବର: ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନାର ସମ୍ଭାବନା ରହିଛି। । ଉପକୂଳ ଓ ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ବର୍ଷା ହେବା ନେଇ ଆଶଙ୍କା କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେହିପରି, ୧୫ ତାରିଖ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାଠାରୁ ରାଜ୍ୟର ଶୀତର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ବିଜେପିର ପୋଷ୍ଟର ବୟ ପାଲଟିଛନ୍ତି ଜନବିରୋଧୀ ନେତା ପ୍ରଦୀପ ଓ ପ୍ରଶାନ୍ତ: ବିଜେଡ଼ି
ଭୁବନେଶ୍ବର: ସୋମବାର ଶଙ୍ଖ ଭବନରେ ବିଜେଡି ପ୍ରେସମିଟ୍ କରି ବିଜେପିର ଗୁଣ୍ଡାଗର୍ଦ୍ଦି କରୁଥିବା ନେତାଙ୍କ ଉପରେ ବର୍ଷିଛି। ମଦ ପିଇ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଥିବା ପ୍ରଶାନ୍ତ ଜଗଦ୍ଦେବ ପୁଣି ଗୁଣ୍ଡାଗର୍ଦ୍ଦି କରୁଛନ୍ତି। ଏବେ ମଦ ପିଇ ପୁଲିସ ଅଧିକାରୀଙ୍କୁ ଡରାଉଥିବାବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ପାଇଁ ପଛାଉନାହାନ୍ତି। ଏହାସହ ବିଜେପିର ରଣନୀତିକାର ସାଜିଥିବା ପ୍ରଦୀପ ପାଣିଗ୍ରାହୀ ଯିଏ କି ଶହଶହ ଯୁବକ ଯୁବତୀଙ୍କୁ ଚାକିରି ଦେବା ନାଁରେ ଠକେଇ କରିଥିଲେ ତାଙ୍କୁ ଦଳରେ ରଣନୀତିକାର ସଜାଯାଇଛି। ଏହି ଦୁଇ ଜନବିରୋଧୀ ନେତାଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ବିଜେପିର ପୋଷ୍ଟର ବୟ ପାଲଟିଛନ୍ତି। ଏମାନଙ୍କୁ ନେଇ ନିର୍ବାଚନ ରଣନୀତି ପରିଚାଳନା କରୁଛି ବିଜେପି। ପ୍ରଶାନ୍ତ ଜଗଦେବ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼ାଇଲେ। ହେଲେ ବିଜେପି ତାଙ୍କୁ ଉତ୍ତରୀୟ ପକାଇ ସ୍ୱାଗତ କଲେ । ସେ ଏବେ ଜଣେ ସାଂସଦ ପ୍ରାର୍ଥୀଙ୍କ ପାଖ ଲୋକ ମଦ୍ୟାପାନ କରି ଧମକାଉଛନ୍ତି । କେମିତି ମୁହଁ ଦେଖାଉଛି ବିଜେପି ନିଜ କର୍ମୀଙ୍କୁ । ଗରିବ ଲୋକଙ୍କ ଠାରୁ ଚାକିରି କରାଇବା ନେଇ ଠକି ଜେଲ ଯାଇଥିଲେ। ସେ ଏବେ ଆଶା କର୍ମୀ ପରି ବିକାଶ କରୁଥିବା ଲୋକଙ୍କୁ ଧମକାଉଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ସବୁ ହେବା କଥା । ଆମେ ଏ ପ୍ରମାଣ ସବୁ CEO ଙ୍କୁ ଦେଇଥିଲୁ । ସେମାନେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ପ୍ରସଙ୍ଗ ଭିତିକ ଲଢେଇ ନ କରିବାର ଓ ବିଜେଡିକୁ ସାମ୍ନା କରି ପାରୁ ନଥିବାରୁ, ଅପରାଧୀ ମାନେ ବିଜେପିର ଆଶାବାଡ଼ି ପାଲଟିଛି। । ଏହା ଠାରୁ ହାସ୍ୟାସ୍ପଦ ବିଷୟ ଆଉ କିଛି ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର।

ବର୍ବରା ସେକସନ୍‌ ଖରିଆପଲ୍ଲୀ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ଅନ୍ତର୍ଗତ ବରବରା ସେକ୍ସନ ଅଧିନ ଖରିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଏକ ଦନ୍ତା ହାତୀର ମୃତ୍ୟୁଦେହ ପଡିଥିବାର ଦେଖି ବାକୁ ମିଳିଛି। ମୃତ ହାତୀର ଆନୁମାନିକ ବୟସ ୨୫ରୁ ୩୦ ବର୍ଷ ହେବ ବୋଲି ଜଣାପଡ଼ିଛି। ଖବର ପାଇ ବିଭାଗୀୟ ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ତଦନ୍ତ ପରେ ମୃତ୍ୟୁର କାରଣ ସଠିକ୍ ଜଣା ପଡିବ ବୋଲି ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନ କହିଛନ୍ତି।