hyder - The Sakala

ରିକ୍ସା ଚାଳକରୁ ଅପରାଧ ଜଗତର ବାଦଶାହା, ତିନି ଗ୍ୟାଙ୍ଗଷ୍ଟାର ସହ ମିଶି ବିଛାଇଥିଲା କ୍ରାଇମ୍ ନେଟୱର୍କ । ପୋଲିସ ଏନକାଉଣ୍ଟରରେ ଆଜି ହାଇଦର ଖତମ
କେନ୍ଦ୍ରାପଡା: ଅପରାଧ ଜଗତର ବାଦଶାହା ବୋଲାଉଥିବା ସେଖ ହାଇଦର ଆଜି ବାଲେଶ୍ଵର ସ୍ଥିତ ସିମୁଳିଆଠାରେ ପରିସ୍ରା ନାଁରେ ପୋଲିସକୁ ଚକମା ଦେଇ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟର କରାଯାଇ ପଣ୍ଡ କରାଯାଇଛି । ହାଇଦର ପେଟରେ ଗୁଳି ବାଜିବାରୁ ସେ ମୃତ୍ୟୁବରଣ କରିଛି । ତେବେ ଗତ ଏପ୍ରିଲ ମାସରେ କଟକ ବଡ଼ ମେଡିକାଲରୁ ଚମ୍ପଟ ମାରିଥିଲା । ପାଞ୍ଚ ଦିନ ପୋଲିସ ସହ ଲୁଚକାଳି ଖେଳି ସେହି ମାସ ୧୫ ତାରିଖ ଆନ୍ଧ୍ରପ୍ରଦେଶର ତେଲେଙ୍ଗାନା ଅଞ୍ଚଳରୁ ଗିରଫ କରାଯାଇଥିଲା ।

ଦିନ ଥିଲା ରିକ୍ସା ଚଳାଇ ହାଇଦର ନିଜ ପରିବାରର ପେଟ ପୋଷୁଥିଲା । ଗୋଟିଏ ଗ୍ୟାଙ୍ଗରେ ଟିଟୋ-ହାଇଦର- ସୋଲେମନ ତିନି ଗ୍ୟାଙ୍ଗଷ୍ଟର ରହି ଜିଲ୍ଲାରୁ ଜିଲ୍ଲା ଅପରାଧର ନେଟୱର୍କ ବିଛାଇଥିଲେ ଲ ଏହାପରେ ରାଜ୍ୟ ତମାମ ସେମାନଙ୍କ ଦବଦବା ଆରମ୍ଭ ହୋଇଥିଲା । ୧୯୮୯ ମସିହାର କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆରେ ଏକ ଫୁଟବଲ୍ ମ୍ୟାଚରେ ଆକ୍ରମଣ କରିଥିବା ଅଭିଯୋଗରେ ଟିଟୋକୁ ପୋଲିସ ଗିରଫ କରିଥିଲା । ଜେଲ ଭିତରେ ଟିଟୋ ଅନେକ କ୍ରିମିନାଲଙ୍କ ସଂପର୍କରେ ଆସିଥିଲା । ଜେଲରୁ ମୁକୁଳିବା ପରେ ଟିଟୋ ଅପରାଧ ଜଗତରେ ପାଦ ଥାପିଥିଲା । ଏହାପରେ ଗରାପୁର ଗ୍ରାମପଞ୍ଚାୟତର ସୁଜାନଗର ଗାଁର ଅପରାଧି ରବିନ ବେହେରାଙ୍କ ସାମିଲ ହୋଇ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ନିଜକୁ ସାମିଲ କରିଥିଲା । ସେତେବେଳେ ହାଇଦର ରିକ୍ସାରେ କେନ୍ଦ୍ରାପଡାରୁ କଟକ ଭଡା କରୁଥିଲେ । ଏହାର କିଛିଦିନ ପରେ ଟ୍ରେକର ଏବଂ ଟ୍ରକ ଚଳାଇ ମୋଟା ଅଙ୍କର ଅର୍ଥ ରୋଜଗାର ଆରମ୍ଭ କଲା । ଏହି ସମୟରେ ଟିଟୋର ସହଯୋଗୀ ରବିନ ସହ ହାଇଦର ଦେଖା ସାକ୍ଷାତ ହୁଏ । ଟିଟୋ ରବିନ ଆଉ ହାଇଦର ମିଳିମିଶି ଅପରାଧ ଆରମ୍ଭ କଲେ । ଏହାପରେ ଏହି ଗ୍ୟାଙ୍ଗରେ ସୋଲେମାନ ଯୋଗଦେଲା । ଫଳରେ ଏକ ବଡ଼ କ୍ରିମିନାଲ ସଂଘଟନ ଆରମ୍ଭ କଲେ ।

ଏହାପରେ ହାଇଦର ୧୯୮୦ ମସିହାରେ ବିଭିନ୍ନ ଅପରାଧ ଆରମ୍ଭ କରି ୧୯୯୧ ମସିହାରେ ଗ୍ୟାଙ୍ଗଷ୍ଟାର ପାଲଟିଗଲା । ଏହି ଗ୍ୟାଙ୍ଗ ଏକତ୍ରିତ ହୋଇ କାର୍ଯ୍ୟ କରି ପ୍ରତ୍ୟେକ ଦିନ ହତ୍ୟା, ମରଣାନ୍ତକ ଆକ୍ରମଣ, ଟେଣ୍ଡର ଫିକ୍ସିଂ, ଲୁଟ ଭଳି ଘଟଣାରେ ସାମିଲ ହୋଇ କେନ୍ଦ୍ରାପଡା ପୋଲିସର ନିଦ ହଜାଇ ଦେଇଥିଲେ । ଅପରାଧରୁ ରୋଜଗାର ହୋଇଥିବା ଟଙ୍କା ଭାଗ ବଣ୍ଟାକୁ ନେଇ ରବିନଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ରବିନଙ୍କ ମୃତ୍ୟୁ ପରେ ହାଇଦର ଜିଲ୍ଲାର କ୍ରିମିନାଲ ମୁଖ୍ୟ ବନିଯାଇଥିଲା । ଏହାପରେ ୨୦୦୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ଅନେକ ଅପରାଧ ଘଟାଇ ଚାଲିଲେ । ଏହାପରେ ମୟୁରୀ ଲୁଗା ବ୍ୟବସାୟ କେନ୍ଦ୍ରକୁ ମୋଟା ଅଙ୍କର ଦାଦାବଟି ମଗାଯାଇଥିଲା l ସେ ଦେବାକୁ ରାଜି ନହେବାରୁ ମାଲିକ ବୁଢା ମିଆଁକୁ ଗୁଳି ମାରିଥିଲେ । ଏହି ଘଟଣାରୁ ଟିଟୋ ଉତକ୍ଷିପ୍ତ ହୋଇ ହାଇଦର ହାତ ଛାଡିଥିଲା । ପରେ ଟିଟୋ ତାର ନିଜସ୍ୱ ଗ୍ୟାଙ୍ଗ ଆରମ୍ଭ କଲା ।

ଗ୍ୟାଙ୍ଗରେ ସୋଲେମନ ଓ ହାଇଦର ମିଳିମିଶି ଅପରାଧ କରୁଥିଲେ । ଏହାପରେ ଦାଦାବଟି,ଟେଣ୍ଡର ଫିକ୍ସିଂକୁ ନେଇ ଟିଟୋ ଆଉ ହାଇଦର ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଥିଲା । ଏହି ମଝିରେ ସୁଲେମାନ ଆଉ ହାଇଦର ମଧ୍ୟରେ ବୁଝାବଣା ଅଭାବ ଯୋଗୁଁ କଥା କଟାକଟି ହୋଇ ଅଲଗା ହୋଇ ନିଜେ ଜଣେ ଜଣେ ଗ୍ୟାଙ୍ଗଷ୍ଟାର ହୋଇଗଲେ । ଏହାପରେ ହାଇଦର ଆଉ ସୁଲେମାନ ମଧ୍ୟରେ ତିକ୍ତତାକୁ ନେଇ ସୁଲେମାନ ଭାଇ ଚୁନାକୁ ହତ୍ୟା କରାଗଲା । ଏହାପରେ ୨୦୦୯ ମସିହାରେ ଟିଟୋ ସୁଲେମାନକୁ ହତ୍ୟା କଲା । ଏହାପରେ ଟିଟୋ ହାଇଦରକୁ ଟାର୍ଗେଟ କରି ସୁଲେମାନ ହତ୍ୟାକାଣ୍ଡରେ ଗିରଫ କରାଇଥିଲା ବୋଲି ଚର୍ଚ୍ଚା ହୁଏ । ଏହି ହତ୍ୟାକାଣ୍ଡରେ ହାଇଦରକୁ ୨୦୧୧ରେ ଆଜୀବନ କାରାଦଣ୍ଡ ମିଳିଥିଲା । ଏହାପରେ ଖଣିମାଲିକ ରଶ୍ମି ରଞ୍ଜନଙ୍କୁ ଅପହରଣ ଘଟଣାରେ ହାଇଦର ସମ୍ପୃକ୍ତି ନେଇ ପ୍ରମାଣ ମିଳିଥିଲା । ୨୦୧୫ରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ- ୨ ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡ ଦେଇଥିଲେ । ହାଇଦରକୁ ଝାରପଡା ଜେଲରେ ରଖାଯାଇଥିଲା । ଏଠାରେ ଧଳସାମନ୍ତ ସହ ହାଇଦର ର ହାତାପାହି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ହାଇଦରକୁ ୨୦୧୭ ମସିହା ମେ ୨ରେ ଝାରପଡାରୁ ସମ୍ବଲପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।

କେବଳ ଏତିକି ନୁହେଁ ୧୯୯୭ ମସିହାରେ ଡିଏସ୍ପି ଜୟଦୀପ ଷଢଙ୍ଗୀ କେନ୍ଦ୍ରପଡାରେ ହିଁ ହାଇଦରକୁ ଏନକାଉଣ୍ଟର କରିଥିଲେ । ଗ୍ୟାଙ୍ଗଷ୍ଟର‌୍‌ ହାଇଦର ବିରୋଧରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ସାତଟି ମାମଲା ରହିଛି । (ନମ୍ବର ୧୯୮/୯୧, ୨୬୩/୯୩, ୭୧/୯୬, ୨୨୪/୯୭, ୧୦୬/୯୭, ୬୩୬/୯୮, ୪୯/୯୯) ଥିବା ବେଳେ ପୁରୀ ସମୁଦ୍ରକୂଳ ଥାନାରେ ୧୧୮/୯୪ରେ ଆଉ ଏକ ମାମଲା ରହିଛି। ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି, ଟେଣ୍ତର‌୍‌ ଫିକ୍ସି˚ ଭଳି ସ˚ଗିନ୍‌ ଦଫାରେ ହାଇଦର‌୍‌ ବିରୋଧରେ ମାମଲା ରହିଛି। କେନ୍ଦ୍ରାପଡା ଟାଉନ ଥାନାରେ ସାତ ସାତଟି ମାମଲା ଥିଲା ବେଳେ, ପୁରୀ ସମୁଦ୍ରକୂଳ ଥାନା, ଭୁବନେଶ୍ବର, ତଥା ରାଜ୍ୟର ଅନେକ କେତେକ ଥାନାରେ ବିଭିନ୍ନ ସଙ୍ଗୀନ ମାମଲା ରହିଛି ।

ଗାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର
ଭୁବନେଶ୍ୱର: ଗାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର । ପୋଲିସ ଏନକାଉଣ୍ଟର କରିଥିବା ସୂଚନା । ଗାଙ୍ଗଷ୍ଟର ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ପୋଲିସ ନେଉଥିବା ସମୟରେ ଖସି ଯିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଏନକାଉଣ୍ଟର କରିଛି । ଏନକାଉଣ୍ଟର ରେ ହାଇଦର ଗୁରୁତର ଆହତ ହୋଇଛି । ହାଇଦରକୁ ଧରିବା ପାଇଁ ପୋଲିସ ଗୁଳି ମାରିଛି । ବାଲେଶ୍ୱର ସିମୁଳିଆ ଠାରେ ସେକ ହାଇଦର ପରିଶ୍ରା କରିବା ବାହାନାରେ ଖସିଯିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଏନକାଉଣ୍ଟର କରିଛି । ହାଇଦରର ବାମ ହାତ ଓ ପେଟରେ ଗୁଳି ବାଜିଥିବା ସୂଚନା ମିଳିଛି । ପୋଲିସ ଏନକାଉଣ୍ଟର ପରେ ଗୁରୁତର ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ କିଛି ମାସ ତଳେ କଟକ ବଡ଼ ମେଡିକାଲରୁ ହାଇଦର ବିରିୟାନୀରେ ନିଶା ଔଷଧ ଦେଇ ଖସିପଳାଇବାରେ ସଫଳ ହୋଇଥିଲା  । ଏହି ଘଟଣା ସେତେବେଳେ ମୁଖ୍ୟ ପ୍ରସଙ୍ଗ ପାଲଟିଥିବାବେଳେ, ରାଜ୍ୟ ପୋଲିସକୁ ହରଡ଼ ଘଣାରେ ପକାଇଦେଇଥିଲା ଏହି ଘଟଣା  । ଏହାପରେ ରାଜ୍ୟ ପୋଲିସର ଏକ ସ୍ୱତନ୍ତ୍ର ଟିମ ହାଇଦ୍ରାବାଦରୁ ହାଇଦରକୁ ଧରିବାରେ ସଫଳ ହୋଇଥିଲା  ।

ସେହିପର ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୩ ସହଯୋଗୀ ଗିରଫ ହୋଇଥିଲେ । ୩ ଗିରଫଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି । ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଗିରଫମାନେ କଟକ SCBରୁ ହାଇଦରକୁ ଫେରାର କରିବାରେ ସହାୟତା କରିଥିଲେ । ପରେ ୧୨୦ ଘଣ୍ଟାର ସଫଳ ଅପରେସନ ପରେ ହାଇଦରକୁ ତେଲଙ୍ଗାନାର ସାଙ୍ଗାରେଡ୍ଡିରୁ ଗିରଫ କରିଥିଲା ପୋଲିସ । ପରେ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦରୁ ଓଡ଼ିଶା ଅଣାଯାଇଥିଲା ।

ଫେରାର୍‌ ପାଇଁ ଜାତୀୟ ରାଜପଥକୁ‌ ବାଛିଥିଲା ହାଇଦର, ଅତିକ୍ରମ କରିଥିଲା ୧୧୫୪ କିଲୋମିଟର
କଟକ : ଏପ୍ରିଲ  ୧୦ ତାରିଖରେ  କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ହାଇଦରକୁ ଗତକାଲି ତେଲେଙ୍ଗାନାରୁ ଗିରଫ ପରେ ଆଜି ହାଇଦରକୁ ଓଡିଶା ଅଣାଯାଇଛି । ତେଲେଙ୍ଗାନା ପୁଲିସର ସହାୟତାରେ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ହାଇଦରକୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ । ବାଇକରେ ଯାଉଥିବା ବେଳେ ମାଡିବସିଥିଲା ପୁଲିସ । ହାଇଦର ଭୁବନେଶ୍ୱରରେ ପହଞ୍ଚିସାରିଥିବା ବେଳେ ତାକୁ କଟକ ଡିସିପି ଅଫିସକୁ ନିଆଯାଇଥିଲା। ସେଠାରେ ତାକୁ ପଚରାଉଚୁରା କରାଯିବା ପରେ କୋର୍ଟରେ ହାଜର କରାଯିବ।

ହାଇଦରକୁ ଗିରଫ କରାଯାଇ ଓଡିଶା ଅଣାଯିବା ପରେ କଟକ ଡିସିପି ଅଫିସ ପରିସରରରୁ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମୀଳନି କହିଛନ୍ତି । କମିଶନର କହିଛନ୍ତି  ୧୨୦ ଘଣ୍ଟାର ପରିଶ୍ରମ ପରେ ଗ୍ୟାଙ୍ଗଷ୍ଟର ହାଇଦର ଗିରଫ ହୋଇଛି । ଏପ୍ରିଲ ୧୦ତାରିଖ ଅପରାହ୍ନ ୪ଟାରୁ ଏସସିବିରୁ ଫେରାର ହୋଇଥିଲା । ସନ୍ଧ୍ୟା ୭ଟା ପରେ କମିଶନରେଟ ପୁଲିସକୁ ଖବର ମିଳିଥିଲା ଏହାପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ୬ଟି ସ୍ପେଶାଲ ଟିମ୍‌ ଗଠନ କରାଯାଇଥିଲା।  ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ର, ତେଲଙ୍ଗାନାକୁ ଟିମ୍ ପଠାଯାଇଥିଲା । ଟେକ୍ନିକାଲ ୱେ’ରେ ପୁଲିସ ତାର କଣ୍ଟାକ୍ଟ ଟ୍ରେସ୍ କରିଥିଲା। ତେଲଙ୍ଗାନାକୁ ହାଇଦର ଯାଇଥିବା ଜଣାପଡ଼ିଥିଲା।  ଏହାପରେ ଚାଉଳିଆଗଞ୍ଜ ଓ ବାଦାମବାଡି ଥାନା ଅଧିକାରୀଙ୍କ ଟିମ୍ ଲିଡରେ ଦୁଇଟି ଟିମ୍‌ ତେଲଙ୍ଗାନାକୁ ଯାଇଥିଲେ। ଶେଷରେ ତେଲେଙ୍ଗାନାରୁ ଧରାପଡ଼ିଲା ଏହି ଗ୍ୟାଙ୍ଗଷ୍ଟର।

ରାଜପଥରେ ୧୧୫୪ କିଲୋମିଟର

ଅନ୍ୟପଟେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି  ସଡକ ପଥ ଦେଇ ଆନ୍ଧ୍ର ଯାଇଥିଲା ହାଇଦର । ଗୋଟିଏ ଗାଡିରେ ହାଇଦର ଫେରାର ନେଇ ସୂଚନା ମିଳିଥିଲା।ହାଇଦର କାରରେ ୧୬ନଂ ଜାତୀୟ ରାଜପଥରେ ୧୧୫୪ କିଲୋମିଟର ଯାତ୍ରା କରିଥିଲା। ସେ ଭାୟା ବିଶାଖାପାଟନମ୍- ସିକାକୁଲମ ଦେଇ ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲାରେ ପହଞ୍ଚିଥିଲା। ସେ କାର ଯୋଗେ ସେଠାରେ ପହଞ୍ଚିବା ପରେ ସେଠାକାର ଜଣେ ସହଯୋଗୀକୁ ଯୋଗାଯୋଗ କରିଥିଲା। କାରକୁ ତେଲେଙ୍ଗାନାରୁ ସାଙ୍ଗାରେଡ୍ଡୀ ଜିଲାରେ ଏକ ସୁରକ୍ଷିତ ସ୍ଥାନରେ ଲୁଚାଇବା ପରେ ବାଇକ୍ ଯୋଗେ ଅନ୍ୟ ଏକ ସ୍ଥାନକୁ ଯାଉଥିଲା। ଏହି ସମୟରେ ପୁଲିସ ଟିମ୍ ହାଇଦରକୁ ଧରିବାରେ ସଫଳ ହୋଇଛି।

ଟପିଛି ୨୦ ଟୋଲଗେଟ୍

ହାଇଦର ଖସି ପଳାଇବା ପାଇଁ ଜାତୀୟ ରାଜପଥକୁ ହିଁ ବାଛିଥିଲା। ସେ ୧୬ ନମ୍ବର ଜାତୀୟ ରାଜପଥରେ କାର ଯୋଗେ ଯାଇ ଓଡ଼ିଶା ବର୍ଡର ଅତିକ୍ରମ କରିବା ସହ ତେଲେଙ୍ଗାନାର ସାଙ୍ଗାରେଡୀ ଜିଲାରେ ପହଞ୍ଚିଥିଲା। ଏଥିଲାଗି ହାଇଦରକୁ ୨୦ଟି ଟୋଲଗେଟ୍ ଅତିକ୍ରମ କରିବାକୁ ପଡ଼ିଥିଲା। ତେବେ ଉକ୍ତ ଜିଲାଗୁଡିକରେ ହାଇଦରୁ ଅଟକାଇବା ଲାଗି ହାଇ ଆଲର୍ଟ କରାଯାଇଥିଲେ ମଧ୍ୟ ସେଠାକାର ପୁଲିସ ହାଇଦରକୁ ଠାବ କରିବାରେ ସଫଳ ହୋଇପାରି ନଥିଲା। ଯେଉଥିପାଇଁ ହାଇଦର ରାଜ୍ୟବାହାରକୁ ଖସିପଳାଇବାରେ ସଫଳ ହୋଇଥିଲା।

ଧରାପଡ଼ିଲା ଧଳା କାର୍

ହାଇଦର ଫେରାର ହୋଇଥିବା କାର ତେଲେଙ୍ଗାନା ପୁଲିସ ହାତରେ ଲାଗିଛି। ସାଙ୍ଗାରେଡୀ ଜିଲାର ଏକ ହୋଟେଲ ନିକଟରୁ ହାଇଦର ଫେରାର ହୋଇଥିବା କାରକୁ ଠାବ କରିଛି ତେଲେଙ୍ଗାନା ପୁଲିସ। ତେବେ ଉକ୍ତ କାରକୁ ନିଜ ହେପାଜତ୍କୁ ନେଇ ଗାଡିର ମାଲିକାନା ସଂକ୍ରାନ୍ତରେ ପୁଲିସ ଛାନଭିନ୍‌ ଆରମ୍ଭ କରିଛି। କାରଟି ଓଡ଼ିଶା ନମ୍ବର ବିଶିଷ୍ଟ। ଏଥିସହ ତେଲେଙ୍ଗାନାରେ ହାଇଦରକୁ ସହଯୋଗ କରିଥିବା କେତେକ ପ୍ରଭାବଶାଳୀ ବ୍ୟକ୍ତି ପୁଲିସର କଡ଼ା ନଜରରେ ରହିଛନ୍ତି।

ଷଡ଼ଯନ୍ତ୍ରର ତଦନ୍ତ ହେବ

ହାଇଦର ଫେରାର ହେବା ପଛରେ କିଛି ଷଡଯନ୍ତ୍ର ରହିଛି ନା ନାହିଁ ଏହାର ତଦନ୍ତ କରିବ କମିସନରେଟ ପୁଲିସ। ଯଦି ହାଇଦରକୁ ଖସାଇଦେବା ଲାଗି କିଛି ଯୋଜନା ହୋଇଥିଲା ତେବେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହାଇଦରକୁ ରିମାଣ୍ଡରେ  ଆଣିବା ପରେ ତାକୁ ଜେରା କରାଯିବ। ଜେରା ବେଳେ ଯଦି କିଛି ସୁରାକ ପାଇଲେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିସନର ସୂଚନା ଦେଇଛନ୍ତି।