Champai Soren to be next Jharkhand CM - The Sakala

ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଚମ୍ପଇ ସୋରେନ୍
ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ୍‌। ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ବରିଷ୍ଠ ନେତା ଚମ୍ପଇ ସୋରେନ୍ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ମାରଥାନ ଜେରା କରିବା ସହ ତାଙ୍କୁ ଗିରଫ ମଧ୍ୟ କରିବାର ଆଶଙ୍କା ପାଇଛି। ଏହି କାରଣରୁ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ହେମନ୍ତ ସୋରେନ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏଥିସହ ଜେଏମଏମ ସହ ଶାସକ ମେଣ୍ଟରେ ଥିବା କଂଗ୍ରେସ ଓ ବାମପନ୍ଥୀ ଦଳର ବିଧାୟକମାନେ ମଧ୍ୟ ରାଜଭବନରେ ପହଞ୍ଚି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଚମ୍ପଇ ସୋରେନ ବିଧାୟକ ଦଳର ନେତା ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ତେଣୁ ସେ ଝାରଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଛି। ହେମନ୍ତ ସୋରେନଙ୍କ ସରକାରରେ ଚମ୍ପଇ ସୋରେନ ପରିବହନ ଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଗୋଟିଏ ପଟେ ଇଡି ହେମନ୍ତ ସୋରେନଙ୍କୁ ଜେରା କରୁଥିବା ବେଳେ ଅନ୍ୟପଟେ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।