Budget 2024 - The Sakala

ବଜେଟ୍ ୨୦୨୪-୨୫: ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ହେଲା ମହଙ୍ଗା ?
ନୂଆଦିଲ୍ଲୀ:  ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ମୋଦୀ ସରକାର ଭରପୂର ଚେଷ୍ଟା କରିଛନ୍ତି। ଚଳିତ ବଜେଟରେ ସମସ୍ତ ବର୍ଗକୁ ଖୁସି କରିବା ଭଳି ଘୋଷଣାମାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।  ତେବେ ଏସବୁ ଭିତରେ ସାଧାରଣ ଲୋକମାନେ ବଜେଟକୁ ନେଇ ଏକ ପ୍ରଶ୍ନ ଉଠାନ୍ତିଯେ କଣ ଶସ୍ତା ହେଲା ଆଉ କଣ ମହାଙ୍ଗା ହେଲା। ତେବେ ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁସାରେ ୩ ପ୍ରକାର କ୍ୟାନ୍‌ସର୍‌ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ । ଔଷଧ ଏବଂ ମେଡିକାଲ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ । ଫଳରେ କ୍ୟାନସର ଔଷଧ ଶସ୍ତା ହେବ।  ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ। ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ ହେବ। ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ । ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ ଶସ୍ତା ହେବ । ସଂପୃକ୍ତ ଜିନିଷ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରଯାଇଛି। ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ। ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ ।

ଶସ୍ତା ସାମଗ୍ରୀ

– କ୍ୟାନସର ଔଷଧ

-ସୁନା, ରୁପା, ପ୍ଲାଟିନମ

-କୋବାଲଟ

-ସୋଲାର ସେଲ

– ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ

-ଚମଡ଼ା

-ବୟନ ସାମଗ୍ରୀ

-ଜୋତା

-ସାମୁଦ୍ରିକ ଉତ୍ପାଦ

ମହଙ୍ଗା ସାମଗ୍ରୀ

-ପେଟ୍ରୋକେମିକାଲ ଉତ୍ପାଦ

-ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ

-ଟେଲିକମ୍ ଉପକରଣ

ଅନ୍ତରୀଣ ବଜେଟ୍ ଦେଶର ୪ ସ୍ତମ୍ଭକୁ ଅଧିକ ମଜଭୁତ କରିବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୪ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଅର୍ଥମନ୍ତ୍ରୀ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ବଜେଟ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟ ବିକଶିତ ଭାରତର ୪ ସ୍ତମ୍ଭ ଦେଶର ଯୁବ ଗୋଷ୍ଠୀ, କୃଷକ, ଗରିବ ଏବଂ ମହିଳାଙ୍କୁ ସଶକ୍ତିକରଣ କରିବ । ସେ କହିଛନ୍ତି ଯେ ଏହି ଐତିହାସିକ ବଜେଟ୍ ୨୦୪୭ ସୁଦ୍ଧା ଦେଶକୁ ବିକଶିତ କରିବ । ଏହି ବଜେଟ୍ ଅନ୍ତରୀଣ ଇପାରେ କିନ୍ତୁ ଆସନ୍ତା ବର୍ଷ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ମୋଦୀ ଆହୁରି କହିଛନ୍ତି ଯେ, ‘ଆମେ ଏକ ବଡ ଲକ୍ଷ୍ୟ ସ୍ଥିର କରିଛୁ, ଏହାକୁ ହାସଲ କରୁଛୁ ଏବଂ ତା’ପରେ ନିଜ ପାଇଁ ଏକ ବଡ ଲକ୍ଷ୍ୟ ସ୍ଥିର କରିଛୁ । ଗାଁ ଓ ସହରରେ ଗରିବଙ୍କ ପାଇଁ ୪ କୋଟିରୁ ଅଧିକ ଘର ନିର୍ମାଣ କରିଛୁ ଏବଂ ଏବେ ଆହୁରି ୨ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରିଛୁ । ଆମେ ୨ କୋଟି କୋଟିପତି ଦିଦିଙ୍କୁ ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲୁ, ଏବେ ଏହାକୁ ୩ କୋଟିକୁ ବୃଦ୍ଧି କରାଯାଇଛି’। ଆମର ଲକ୍ଷ୍ୟ ହେଉଛି କୃଷକଙ୍କ ଆୟ ବୃଦ୍ଧି, ଯାହା ଏହି ବଜେଟରେ ହାସଲ କରାଯାଇଛି । ଆଜିର ବଜେଟ୍ ଏକ ଅନ୍ତର୍ଭୂକ୍ତ ଏବଂ ଅଭିନବ ବଜେଟ୍ ।

ଆଜି ଘୋଷଣା କରାଯାଇଥିବା ନୂତନ ଆୟକର ଯୋଜନା ମଧ୍ୟବିତ୍ତ ଶ୍ରେଣୀର ଏକ କୋଟି ଲୋକଙ୍କୁ ବହୁତ ଆଶ୍ବସ୍ତି ଦେବ ପ୍ରଧାନମନ୍ତ୍ରୀ  କହିଛନ୍ତି। ଏହି ବଜେଟରେ ରିସର୍ଚ୍ଚ ଇନୋଭେସନ ପାଇଁ ୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ ।

ଅନ୍ତରୀଣ ବଜେଟ ୨୦୨୪-୨୫: କମ୍‌ ଆୟ ଥିବା ଗରିବ ଲୋକଙ୍କୁ ମିଳିପାରେ ପ୍ରୋତ୍ସାହନ ରାଶି
ନୂଆଦିଲ୍ଲୀ: ବିହାର ରାଜନୀତିରେ ବଡ଼ ଅସ୍ଥିରତା ଦେଖିବାକୁ ମିଳିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପଦରୁ ଇସ୍ତଫା ଦେଇ ବିଜେପି ସହ ସରକାର ଗଠନ କରିଛନ୍ତି। ତେବେ ଆଗାମୀ ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ବିହାର ସରକାରଙ୍କ ଏକ ଯୋଜନାକୁ ସବୁଜ ସଙ୍କେତ ଦେଇପାରନ୍ତି। ଏହାର ପ୍ରତ୍ୟକ୍ଷ ଲାଭ ନିର୍ବାଚନରେ ​​ଦେଖିବାକୁ ମିଳିବ। ଏଠାରେ ସୂଚନାଯୋଗ୍ୟ ବିହାର ସରକାର ମାସକୁ ୬୦୦୦ ଟଙ୍କାରୁ କମ୍ ଆୟ ଥିବା ୯୪ ଲକ୍ଷ ଗରିବ ପରିବାରକୁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନ୍ତରୀଣ ବଜେଟରେ ଏହି ଯୋଜନାକୁ କେନ୍ଦ୍ର ସରକାର ଆପଣାଇବାର ସମ୍ଭାବନା ଦେଖାଦେଇଛି।

ତେବେ ଏଭଳି ଏକ ପ୍ରସ୍ତାବକୁ ଯଦି କେନ୍ଦ୍ର ସରକାର କାର୍ଯ୍ୟାନ୍ବୟନ କରନ୍ତି ତେବେ ଆର୍ଥିକ ନିଅଣ୍ଟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ କି ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି ଯେ ସରକାର ଆର୍ଥିକ ନିଅଣ୍ଟକୁ ୧୭.୯ ଲକ୍ଷ କୋଟି ଅର୍ଥାତ୍ ୫.୯ ପ୍ରତିଶତ ରହିବା ନେଇ ଆକଳନ କରିଛନ୍ତି। ଏହି ଆକଳନ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩୦୧.୮ ଲକ୍ଷ କୋଟି ଟଙ୍କାର ଆକଳନ ଉପରେ ଆଧାରିତ। ଯଦି ୨୦୨୩-୨୪ ପାଇଁ ପ୍ରଥମ ଅଗ୍ରୀମ ଆକଳନରେ ଜିଡିପି ହେଉଛି ୨୯୬.୬ ଲକ୍ଷ କୋଟି ଟଙ୍କା, ତେବେ ଏହା ଛଅ ପ୍ରତିଶତ ଅର୍ଥାତ୍ ୧୭.୮ ଲକ୍ଷ କୋଟି ଟଙ୍କା ହେବ। ଏହା ବଜେଟରେ ଧାର୍ଯ୍ୟ ଲକ୍ଷ୍ୟ ସହିତ ପ୍ରାୟ ସମାନ। ୨୦୨୫-୨୬ ଆର୍ଥିକବର୍ଷ ସୁଦ୍ଧା ଆର୍ଥିକ ନିଅଣ୍ଟକୁ ୪.୫ ପ୍ରତିଶତକୁ ଆଣିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାର ଅର୍ଥ ହେଉଛି ବର୍ତ୍ତମାନର ୬ ପ୍ରତିଶତ ତୁଳନାରେ ଏହାକୁ ୧.୫ ପ୍ରତିଶତ ହ୍ରାସ କରିବାକୁ ପଡିବ। ଅପରପକ୍ଷେ ୧୦.୫ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ସହିତ ୨୦୨୪-୨୫ରେ ଜିଡିପି ୩୨୭.୭ ଲକ୍ଷ କୋଟି ଟଙ୍କା ଛୁଇଁବ। ଏଭଳି ପରିସ୍ଥିତିରେ ଆର୍ଥିକ ନିଅଣ୍ଟକୁ ୦.୭୫ ପ୍ରତିଶତ ହ୍ରାସ କରିବାର ଅର୍ଥ ବ୍ୟୟକୁ ୨.୫ ଲକ୍ଷ କୋଟି ଟଙ୍କା ହ୍ରାସ କରିବାକୁ ପଡିବ। ଏହା କଷ୍ଟକର ଲାଗୁଛି। ଅନ୍ୟପକ୍ଷରେ ସରକାରଙ୍କ ଜନପ୍ରିୟ ଯୋଜନା ପାଇଁ ଖର୍ଚ୍ଚ ବଢ଼ାଇବାର ସମ୍ଭାବନା ରହିଛି।

ରାଜସ୍ୱ ଉପରେ ଶ୍ରୀ ଗର୍ଗ କହିଛନ୍ତି ଯେ, ବଜେଟ୍ ଆକଳନଠାରୁ ଟିକସ ସଂଗ୍ରହ ବହୁତ ଭଲ ହେବ। ସୂଚନାନୁସାରେ, ଚଳିତ ଆର୍ଥିକବର୍ଷରେ ଆୟକର ଏବଂ କମ୍ପାନୀ ଟିକସ ସଂଗ୍ରହରେ ବୃଦ୍ଧି ଘଟିଛି। ଏହି କାରଣରୁ, ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବଜେଟ ଆକଳନଠାରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଅଧିକ ହୋଇପାରେ। ୨୦୨୩-୨୪ ଆର୍ଥିକବର୍ଷ ପାଇଁ ସିଧାସଳଖ ଟିକସରୁ ୧୮.୨୩ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ସରକାର ବଜେଟ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଜାନୁୟାରୀ ୧୦,୨୦୨୪ ପର୍ଯ୍ୟନ୍ତ ଏହି ଆଇଟମ୍ ଅନୁଯାୟୀ ଟିକସ ସଂଗ୍ରହ ଥିଲା ୧୪.୭୦ ଲକ୍ଷ କୋଟି, ଯାହା ବଜେଟ୍ ଆକଳନର ୮୧ ପ୍ରତିଶତ। ଆର୍ଥିକବର୍ଷ ଶେଷ ହେବାକୁ ଆଉ ଦୁଇ ମାସରୁ ଅଧିକ ସମୟ ବାକି ଅଛି | ଜିଏସ୍‌ଟି ସାମ୍ନାରେ କେନ୍ଦ୍ରୀୟ ଜିଏସ୍‌ଟି ରାଜସ୍ୱ ୮.୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଆକଳନଠାରୁ ପ୍ରାୟ ୧୦,୦୦୦ କୋଟି ଟଙ୍କା ଅଧÒକ ହେବା ବୋଲି ଆଶା କରାଯାଉଛି। ତେବେ ଉତ୍ପାଦ ଶୁଳ୍କ ଏବଂ ସୀମ ଶୁଳ୍କ ସଂଗ୍ରହରେ ପ୍ରାୟ ୪୯,୦୦୦ କୋଟି ଟଙ୍କା କମ୍‌ହେବାର ସମ୍ଭାବନା ରହିଛି।