Coldwave - The Sakala

ଶୀତରେ ଲାଗିଲା ସାମାନ୍ୟ ବ୍ରେକ୍, ୪ ଦିନରେ ୪ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ଶୀତରେ ଲାଗିଲା ବ୍ରେକ୍, ବଢିଲା ତାପମାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ବୃଦ୍ଧି ଘଟିଛି। ଫଳରେ ପୂର୍ବାପେକ୍ଷା ଶୀତର ପ୍ରଭାବ ହ୍ରାସ ହୋଇଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିବାକୁ ଥିବାରୁ ଶୀତର ପ୍ରଭାବ କମିବା ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରାରେ ୪ ଡିଗ୍ରୀ ବୃଦ୍ଧି ପାଇବ। ଫଳରେ ଆଗକୁ ଥଣ୍ଡାର ପ୍ରଭାବ ହ୍ରାସ ହେବ।

ଶୀତର ପ୍ରଭାବ କମିବାର ମୁଖ୍ୟ କାରଣ ଭାବେ ପଶ୍ଚିମାଝଡ଼କୁ ବିବେଚନା କରାଯାଉଛି। ରାଜ୍ୟ ଉପରେ କ୍ରମାଗତ ଭାବେ ଦୁଇଟି ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିବ। ୧୯ ତାରିଖ ଓ ୨୧ ତାରିଖରେ ଉତ୍ତରପଶ୍ଚିମ ଭାରତକୁ ପଶ୍ଚିମାଝଡ଼ ଅତିକ୍ରମ କରି ଓଡ଼ିଶା ଉପରେ ପ୍ରଭାବ ପକାଇବ। ପଶ୍ଚିମାଝଡ଼ ଯୋଗୁଁ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେବ। ଏହା ତାପମାତ୍ରା ବୃଦ୍ଧିରେ ସହାୟକ ହେବ। ଆଗାମୀ ୨୪ଘଣ୍ଟା ପରେ ଦେଶର ପୂର୍ବ ଭାଗରେରେ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ଆକଳନ କରାଯାଉଥିବା ବେଳେ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି। ଶୀତର ପ୍ରଭାବ କମିବା ନେଇ ସମ୍ଭାବନା ସୃଷ୍ଟି ହେବା ପରେ ପାଣିପାଗ କେନ୍ଦ୍ର ପକ୍ଷରୁ ସମସ୍ତ ସତର୍କ ସୂଚନା ହଟାଇ ଦିଆଯାଇଛି। ତେବେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ନେଇ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ରାତିରୁ ମଙ୍ଗଳବାର ସକାଳ ମଧ୍ୟରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆଜିଠୁ ପୁଣି ବଢ଼ିବ ଶୀତ, ଆଗାମୀ ୩ଦିନରେ ୨ରୁ ୩ ଡିଗ୍ରି ସେଲସିୟସ ଖସିବ ତାପମାତ୍ରା
ଭୁବନେଶ୍ୱର: ଆଜିଠୁ ପୁଣି ବଢ଼ିବ ଶୀତ । ଅସହ୍ୟ ଥଣ୍ଡାରେ ଥରିବ ସାରା ଓଡିଶା । ସପ୍ତାହେ ହେବ ରାଜ୍ୟରେ ପ୍ରବଳ ଶୀତ ଜାରି ରହିଥିବା ବେଳେ ଶନିବାର ରାତିରୁ ମେଘାଚ୍ଛନ୍ନ ଆକାଶ ଯୋଗୁଁ ଅଧିକାଂଶ ସ୍ଥାନରେ ତାପମାତ୍ରା ୫-୭ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଯାଇଥିଲା । ହେଲେ ପୁଣି ଥରେ ଆଜିଠୁ ଶୀତ ବଢ଼ିବ ।  ଆକାଶରୁ ବାଦଲ ହଟିବା ପରେ ପୁଣି ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବଢ଼ିବ । ଆଗାମୀ ୩ଦିନରେ ୨ରୁ ୩ ଡିଗ୍ରି ସେଲସିୟସ ଖସିବ ତାପମାତ୍ରା । ଶୀତ ସାଙ୍ଗକୁ କିଛି ରାଜ୍ୟର କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି  । ୪.୮ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି। ରାଉରକେଲାରେ ୬.୭ ଡିଗ୍ରୀ, ଝାରସୁଗୁଡ଼ାରେ ୭ଡିଗ୍ରୀ, କେନ୍ଦୁଝରରେ ୧୦ଡିଗ୍ରୀ, ସମ୍ବଲପୁରରେ ୧୧.୭ଡିଗ୍ରୀ, ବାଲେଶ୍ବରରେ ୧୧.୮ଡିଗ୍ରୀ ତାପମାତ୍ରା ରହିଥିବା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ବରରେ ୧୨.୩ଡିଗ୍ରୀ, କଟକରେ ୧୧.୪ ଡିଗ୍ରୀ, ହୀରାକୁଦରେ ୧୩.୧ଡିଗ୍ରୀ, ଚାନ୍ଦବାଲିରେ ୧୩.୬ ଡିଗ୍ରୀ, ପାରାଦୀପରେ ୧୪ଡିଗ୍ରୀ, ଗୋପାଳପୁରରେ ୧୫.୪ଡିଗ୍ରୀ, ପୁରୀ ୧୬.୫ ଡିଗ୍ରୀ ତାପମାତ୍ରା ରହିଥିବା ରେକର୍ଡ ହୋଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ରାତିରୁ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟର ପ୍ରଭାବ ରହିଥିଲା। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘାଚ୍ଛନ ରହିଥିଲା। ସାଧାରଣତଃ ମେଘୁଆ ପାଗ ଯୋଗୁଁ ବାୟୁମଣ୍ଡଳରେ ପ୍ରଚୁର ଜଳୀୟବା‌‌‌‌ଷ୍ପ ରହିଥାଏ। ତେଣୁ ଏହି ସମୟରେ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ଘଟିଥାଏ।

ସୋମବାରଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ। ଆକାଶ ମେଘମୁକ୍ତ ହେବା ପରେ ତାପମାତ୍ରା ପୁଣି ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ପରବର୍ତ୍ତୀ ୩ ଦିନ ମଧ୍ୟରେ ରାଜ୍ୟରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ପୁଣି ହ୍ରାସ ପାଇବ। ଫଳରେ ଗୋଟିଏ ଦିନର ବିରତି ପରେ ପୁଣି ଥରେ ରାଜ୍ୟକୁ ଶୀତ ଫେରିବ। ଗଲା ସପ୍ତାହେ ହେବ ସାରା ରାଜ୍ୟରେ ତାପମାତ୍ରା ତଳମୁହାଁ ହେବା ସହ ଅନେକ ସ୍ଥାନରେ ଶୀତ ଲହରୀ ସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟରେ ପ୍ରାୟ ୨୫ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଥିବା ହେତୁ ଅସହ୍ୟ ଶୀତ ଅନୁଭୂତ ହେଉଥିଲା।

୬ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ଶୀତ, ୪-୫ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା
ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ଶୀତ। ୬ ତାରିଖରୁ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବ। ଫଳରେ ଶୀତ ବଢ଼ିବ। ବର୍ତ୍ତମାନ ଓଡ଼ିଶା ଉପରେ ଏକ ପଶ୍ଚିମାଝଡ଼ର ପ୍ରଭାବ ରହିଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ୩ ଦିନ ହେଲା ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ୬ ତାରିଖରୁ ଏହି ସ୍ଥିତିରେ ପରିବର୍ତ୍ତନ ଆସିବ। ତାପମାତ୍ରା ୪-୫ ଡିଗ୍ରୀ ହ୍ରାସ ପାଇବ ଓ ପୁଣି ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ପଡ଼ୋଶୀ ଝାଡ଼ଖଣ୍ଡରେ ତାପମାତ୍ରା ଖସିବା ସହ ସେଠାରେ ଶୀତ ଲହରୀ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଓଡ଼ିଶାରେ ମଧ୍ୟ ଏହି ସ୍ଥିତି ନେଇ ପାଗ ଅନୁକୂଳ ରହିଛି।

ସେହିପରି ପଶ୍ଚିମାଝଡ଼ ସହ ଆର୍ଦ୍ରତାର ପରିମାଣ ଅଧିକ ଥିବାରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କୁହୁଡ଼ି ସ୍ଥିତି ଲାଗି ରହିଛି। କୁହୁଡ଼ି ଯୋଗୁଁ ଅଧିକାଂଶ ସ୍ଥାନରେ ଦୃଶ୍ୟମାନ କ୍ଷମତା ହ୍ରାସ ହୋଇ ୫୦-୧୦୦ ମିଟରରୁ ବି କମ୍‌ ରହୁଛି। ଫଳରେ ସକାଳ ସମୟରେ ରାସ୍ତାଘାଟ ଦେଖାଯାଉ ନଥିବାରୁ ଯାନବାହନ ଚଳାଚାଳରେ ବ୍ୟାହତ ସୃଷ୍ଟି ହୋଇଛି। ଆହୁରି ୩ ଦିନ ଯାଏ ଏଭଳି ଘନ କୁହୁଡ଼ି ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଉପଗ୍ରହରୁ ମିଳିଥିବା ସୂଚନାନୁଯାୟୀ, ରବିବାର ସକାଳୁ ଉତ୍ତର ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼ ସହ ଦକ୍ଷିଣରେ ଖୋର୍ଦ୍ଧା, ପୁରୀ ଏବଂ ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଳରେ କୁହୁଡ଼ି/ବାୟୁମଣ୍ଡଳର ନିମ୍ନଭାଗରେ ତଳୁଆ ମେଘ ସମୂହର ଆସ୍ତରଣ ଦେଖିବାକୁ ମିଳିଛି। ସୋମବାର ରାତିରୁ ମଙ୍ଗଳବାର ସକାଳ ମଧ୍ୟରେ ଯାଜପୁର ଓ ନୟାଗଡ଼ରେ ଅତି ଘନ କୁହୁଡ଼ି ଆଶଙ୍କା ରହିଥିବା ବେଳେ ଖୋର୍ଦ୍ଧା, କଟକ, ଗଞ୍ଜାମ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଘନକୁହୁଡ଼ି ଆଶଙ୍କା କରାଯାଇଛି।

ଶୀତରେ ଥରୁଛି ସାରା ଓଡିଶା, ୧୦ ଡିଗ୍ରୀ ତଳେ ୧୩ ସହରର ପାରଦ
ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା। ପ୍ରବଳ ଥଣ୍ଡା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । କଲବଲ କରୁଛି ଘନ କୁହୁଡ଼ି । ୧୦ ଡିଗ୍ରୀ ତଳେ ରାଜ୍ୟର ୧୩ ସହରର ପାରଦ । ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ଗତକାଲି ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ସେହିପରି ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ, ଝାରସୁଗୁଡ଼ା, ରାଉରକେଲା ଓ କୋରାପୁଟରେ ୭, ସେମିଳିଗୁଡ଼ାରେ ୭.୫, କିରେଇରେ ୮.୩, ନବରଙ୍ଗପୁରରେ ୮.୫ ଓ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିଲା ।

ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଆଜି ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ ସକାଳ ସମୟରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି; ରାତି ବଢ଼ିବା ସାଙ୍ଗକୁ ବଢ଼ୁଛି ଥଣ୍ଡା, ଖସୁଛି ପାରଦ
ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଶୀତ କର୍ଫ୍ୟୁ। ରାତି ବଢ଼ିବା ସାଙ୍ଗକୁ ବଢ଼ୁଛି ଥଣ୍ଡା, ଖସୁଛି ପାରଦ ।  କ୍ରମାଗତ ଭାବେ ତାପମାତ୍ରା ତଳମୁହାଁ ହେତୁ ରାଜ୍ୟରେ ୭ ଦିନ ହେବ ଲାଗି ରହିଥିବା ଶୀତ ଲହରୀ (କୋଲ୍ଡ ୱେଭ୍‌) ସ୍ଥିତି ଅପରିବର୍ତ୍ତିତ ରହିଛି। କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ରେକର୍ଡ କରାଯାଇଛି । କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଜାରି ରହିଥିବା ଶୀତ ଲହରୀ ସ୍ଥିତି ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବାର ସମ୍ଭାବନା ରହିଛି। ଏହାପରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଲେ ମଧ୍ୟ ଶୀତର ପ୍ରଭାବ ବିଶେଷ କମିବ ନାହିଁ ବୋଲି ଆକଳନ କରାଯାଇଛି।

ତାପମାତ୍ରା ସ୍ୱାଭାବିକ ତୁଳନାରେ ୩-୬ ଡିଗ୍ରୀ ପର୍ଯ୍ୟନ୍ତ କମ୍‌ ରହୁଥିବା ବେଳେ ଶୀତର ପ୍ରଭାବ ଅଧିକ ରହୁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ୨୪ ଘଣ୍ଟାରେ ୯ ଜିଲ୍ଲା ଅର୍ଥାତ ସୁନ୍ଦରଗଡ, ଅନୁଗୁଳ, ଝାରସୁଗୁଡା, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି।  ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେପଟେ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଥିବା ବେଳେ ଆହୁରି ୪୮ ଘଣ୍ଟା ଘନ କୁହୁଡିର ପ୍ରଭାବ ରହିବ ବୋଲି ଜଣାପଡ଼ିଛି। ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ଼ ଓ କୋରାପୁଟରେ ଘନ କୁହୁଡ଼ିର ଦୃଶ୍ୟମାନ ହୋଇପାରେ, ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେ ଆହୁରି କହିଛନ୍ତି, ରାଜ୍ୟରେ ଆହୁରି ଦୁଇ ଦିନ ଯାଏଁ ପ୍ରବଳରୁ ଅତିପ୍ରବଳ ଶୀତ ଅନୁଭୂତ ହେବ। ଏହାପରେ ଗୋଟିଏ କିମ୍ୱା ଦୁଇ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୭ ଦିନ ମଧ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା, ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ଶୀତ । ପୂର୍ବରୁ-ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଶୀତର ଲହରୀ ଜାରି ରହିଥିବା ବେଳେ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟାରେ ୧୧ ସହରରେ ତାପମାତ୍ରା ୧୦ ଡିଗ୍ରୀରୁ କମ୍‌ ଥିବା ବେଳେ ଜି. ଉଦୟଗିରିରେ ୪.୮, ସେମିଳିଗୁଡାରେ ୬.୨, ଫୁଲବାଣୀରେ ୬.୮, ଚିପିଲିମାରେ ୭.୩, ରାଉରକେଲାରେ ୭.୬, ଦାରିଙ୍ଗବାଡିରେ ୮, ଅନୁଗୁଳ ୯, ଭବାନୀପାଟଣା ୯, କିରେଇ ୯. ୩, କୋରାପୁଟ ୧୦ ଓ ସୁନ୍ଦରଗଡ଼ରେ ପାରଦ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପଟେ ଆସନ୍ତା ଦୁଇ ଦିନ ଶୀତର ପ୍ରଭାବ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୨ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାକୁ ଶୀତ ଲହରୀ ଜନିତ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏଁ ଶୀତ ଲହରୀ ଜାରି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ବୁଧବାର ଝାରସୁଗଡ଼ା, ଅନୁଗୁଳ, ସୁନ୍ଦରଗଡ଼, ସୋନପୁର, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ପ୍ରବଳ ଶୀତ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ  ଜାରି କରାଯାଇଛି। ଅନ୍ୟପଟେ ଦୁଇ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ସ୍ଥିତିର ମଧ୍ୟ ଆଶଙ୍କା ରହିଛି। ସୁନ୍ଦରଗଡ଼, କନ୍ଧମାଳ ଓ ଝାରସୁଗୁଡ଼ାରେ କୁହୁଡ଼ି ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।

ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା, ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଜାରି
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି। ପଶ୍ଚିମରୁ ଉପକୂଳ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ କିଛି ସ୍ଥାନରେ ପ୍ରବଳ ଜାଡ ଅନୁଭବ ହେଉଛି। ରାଜ୍ୟକୁ କ୍ରମାଗତ ଭାବେ ଆସୁଥିବା ଥଣ୍ଡା ପବନ ଯୋଗୁଁ ତାପମାତ୍ରା କମିଛି। ତେଣୁ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଅନ୍ୟପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ଶୀତ ଆଶଙ୍କା କରି ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଜାରି କରିଛି।

ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀକୁ ଖସିଥିବା ବେଳେ ସେମିଳିଗୁଡାରେ ୪.୬, ଫୁଲବାଣୀ ୭.୨, ଝାରସୁଗୁଡା ୭.୪, ଦାରିଙ୍ଗବାଡି ୭.୫, ରାଉରକେଲା ୭.୬, ଚିପିଲିମା ୮, ଅନୁଗୁଳ ୮.୮, ସୁନ୍ଦରଗଡ଼ର କିରେଇ ୮.୯, ଭବାନୀପାଟଣା ୯ ଓ ନବରଙ୍ଗପୁରରେ ପାରଦ ୧୦ ଡିଗ୍ରୀ ଛୁଇଁଛି। ଏହି ତାପମାତ୍ରା ସହ ଝାରସୁଗୁଡ଼ାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୬.୨ ଡିଗ୍ରୀ ତଳକୁ ଖସିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସାରା ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଥଣ୍ଡା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଉତ୍ତର ଆଭ୍ୟନ୍ତରୀଣ (ସୁନ୍ଦରଗଡ଼-ଝାରସୁଗୁଡ଼ା) ଓ ପଶ୍ଚିମ ଓଡ଼ିଶା (ସମ୍ବଲପୁରଠାରୁ ନବରଙ୍ଗପୁର) ଓ ସଂଲଗ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରାୟତଃ ଅପରିବର୍ତ୍ତିତ ରହିବ। ୨୧ ତାରିଖ ପରେ ତାପମାତ୍ରା କିଛି ମାତ୍ରାରେ ବଢ଼ିପାରେ। ଉପକୂଳ ଜିଲ୍ଲା (ବାଲେଶ୍ୱର-ଗଞ୍ଜାମ) ଓ ସଂଲଗ୍ନ ଜିଲ୍ଲା (ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ଗଜପତି)ରେ ୧୧ ତାରିଖ ରାତିରୁ ଶୀତ ବଢ଼ିବ୍ୟ ୧୧-୧୩ ମଧ୍ୟରେ ୨ ଡିଗ୍ରୀ ଏବଂ କନ୍ଧମାଳ, ଢେଙ୍କାନାଳ, କୋରାପୁଟ ଜିଲ୍ଲାରେ ୩-୪ ଡିଗ୍ରୀ କମିବାର ସମ୍ଭାବନା ରହିଛି। ତେବେ ୧୪ରେ ଓ ୧୭ରେ ରାତିରେ ପୁଣି ଶିତ ବଢ଼ି ୧୯ ତାରିଖରେ ବର୍ତ୍ତମାନର ସ୍ଥିତି ଫେରିବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଚଳିତ ବର୍ଷ ଗତ ୪ ତାରିଖରୁ ଆରମ୍ଭ ହୋଇ ୨ ସପ୍ତାହରୁ ଅଧିକ ଦିନ ଥଣ୍ଡା ଜାରି ରହିବ। ଲା-ନିନା ଯୋଗୁଁ ଥଣ୍ଡା ବୃଦ୍ଧିର କରାଣ କୁହାଯାଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଝାରସୁଗୁଡ଼ା, ଅନୁଗୁଳ ଓ ସୁନ୍ଦରଗଡ଼ ପାଇଁ ଶୀତ ଲହରୀ ଚେତାବନୀ ଜାରି କରାଯାଇଥିବା ବେଳେ ବୁଧବାର ଓ ଗୁରୁବାର ୧୦ ଟି ଲେଖାଏଁ ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଜାରି କରାଯାଇଛି। ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱୀବେବୀ କହିଛନ୍ତି ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଅଧିକାଂଶ ଜିଲ୍ଲାରେ ମୁଖ୍ୟତଃ ଶୁଖିଲା ପାଗ ରହିବା ସହ କିଛି ସ୍ଥାନରେ ଘନ କୁହୁଡି  ପାଇଁ ମଧ୍ୟ ପାଗ ଅନୁକୂଳ ରହୁଛି। ମଙ୍ଗଳବାର ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ଆଶଙ୍କା ରହିଛି।

ସାରା ରାଜ୍ୟରେ ଶୀତ ପ୍ରକୋପ ଜାରି, ଦୁଇ ଦିନ ମଧ୍ୟରେ ଆହୁରି ୨ରୁ୩ ଡ଼ିଗ୍ରୀ ଖସିବ ତାପମାତ୍ରା
ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଛି ଶୀତ। ଦୁଇ ତିନି ଦିନ ହେବ ତାପମାତ୍ରାରେ କ୍ରମାଗତ ହ୍ରାସ ଫଳରେ ଥଣ୍ଡାର ପ୍ରଭାବ ବୃଦ୍ଧି ପାଇଛି । ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଝାରସୁଗୁଡ଼ାରେ ତାପମାତ୍ରା ସର୍ବନିମ୍ନ ତାପମାତ୍ରା ୮.୧ ଡିଗ୍ରୀକୁ ହ୍ରାସ ହୋଇଛି। ଗତ ୭୧ ବର୍ଷ ପରେ ନଭେମ୍ବର ମାସରେ ଝାରସୁଗୁଡ଼ାରେ ଶୀତ ରେକର୍ଡ ସ୍ତରକୁ ଖସିଛି। ସେହିପରି ଜି. ଉଦୟଗିରିରେ ତାପମାତ୍ରା ୭.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଉରକେଲା ୭.୭,  ସେମିଳିଗୁଡ଼ା ୮.୬, କିରେଇ ୯.୩, ଦାରିଙ୍ଗବାଡି ୯.୫, ଅନୁଗୁଳ ୧୦, କେନ୍ଦୁଝର ୧୦.୩, ସୁନ୍ଦରଗଡ ୧୦.୬, ଭୁବନେଶ୍ୱର ୧୩.୫ ଏବଂ କଟକରେ ପାରଦ ୧୩.୪ ଡିଗ୍ରୀ ରେକର୍ଡ ହୋଇଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏହାସହିତ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ତଳକୁ ଖସିବ। ଏଥିପାଇଁ ରାଜ୍ୟରେ ଶୀତର ସ୍ଥିତି ଜାରି ରହିବ। ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁର ପ୍ରବାହ ଅଧିକ ରହୁଛି। ଏହି ସ୍ଥିତି ଆହୁରି ପ୍ରାୟ ୨-୩ ଦିନ ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ଥିବା ବେଳେ ଏହି ସମୟରେ କିଛି ସ୍ଥାନରେ ଶୀତ ଲହରୀ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ସୃଷ୍ଟି ହୋଇଛି । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ଏହି ବାତ୍ୟା ସୃଷ୍ଟି ହୋଇଛି। ବାତ୍ୟାର ନାମ ‘ଡିଟୱା’ ରହିଛି। ଏହି ବାତ୍ୟାଟି ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ୩୦ ତାରିଖ ସୁଦ୍ଧା ତାମିଲନାଡୁ-ପୁଡ଼ୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ହେବ। ଓଡ଼ିଶା ଉପରେ ଏହାର କୌଣସି ସିଧାସଳଖ ପ୍ରଭାବ ପଡ଼ିବ ନାହିଁ। ବାତ୍ୟାଟି ଆନ୍ଧ୍ର ନିକଟବର୍ତ୍ତୀ ହେବା ପୂର୍ବରୁ ଦୁର୍ବଳ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର ଯଦି ଏହା ଆନ୍ଧ୍ର ନିକଟବର୍ତ୍ତୀ ହୁଏ ତେବେ ୧ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି କାଁ ଭାଁ ଜିଲ୍ଲାରେ ବର୍ଷା ହେବାର ଆଶଙ୍କା କରାଯାଉଛି।

ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ୯ ସହର
ଭୁବନେଶ୍ୱର: ରାଜ୍ୟରେ ହାଡ଼ ଭାଙ୍ଗୁଛି ଜାଡ଼। ୧୦ ଡିଗ୍ରୀ ତଳେ ରାଜ୍ୟର ୯ ସହର। ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଅସମ୍ଭାଳ। ଉତ୍ତର-ଉତ୍ତରପୂର୍ବ ଦିଗରୁ ରାଜ୍ୟକୁ ଶୁଷ୍କ ଜଳବାୟୁ ପ୍ରବାହିତ ହେଉଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ତେବେ ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି। ଜି. ଉଦୟଗିରି ପାଲଟିଛି ରାଜ୍ୟର ସବୁଠୁ ଥଣ୍ଡା ଅଂଚଳ। ଜି. ଉଦୟଗିରିରେ ସର୍ବନିମ୍ନ ୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସିମିଳିଗୁଡ଼ାରେ ୫.୯ ଡିଗ୍ରୀ, ଫୁଲବାଣୀରେ ୮, ଦାରିଙ୍ଗବାଡିରେ ୮.୫, କୋରାପୁଟ-୯.୪, ରାଉରକେଲା-୯.୫, ଝାରସୁଗୁଡା-୯.୮, ଭବାନୀପାଟଣା-୯.୮, ନବରଙ୍ଗପୁର-୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଜି ସକାଳୁ ସକାଳୁ ଟ୍ୱିନ ସିଟିରେ ଘନ କୁହୁଡ଼ିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳିଥିଲା। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଭୁବନେଶ୍ୱରରେ ୧୪.୫ ଡିଗ୍ରୀ, କଟକରେ ୧୪ ଡିଗ୍ରୀ ରେକର୍ଡ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି।

ସେପଟେ ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଚଳିତବର୍ଷର ପ୍ରଥମ ତୁଷାରପାତ ହୋଇଛି। ଏଥେôଯାଗୁ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବା ସହ ହାତ ଗୋଡ଼ କାଲୁଆ ପଡ଼ିଯାଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ତାପମାତ୍ରା।୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟକୁ ବର୍ତ୍ତମାନ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ଆରମ୍ଭ ହେବାରୁ ଶୀତର ପରିମାଣ କମିବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ସାରା ରାଜ୍ୟରେ ବୃଦ୍ଧି ପାଇବ ଶୀତର ପ୍ରଭାବ, କଲବଲ କରିବ ଘନ କୁହୁଡ଼ି
ଭୁବନେଶ୍ୱର: ରାଜ୍ୟକୁ ଧୀରେ ଧୀରେ ଶୀତର ଲେଉଟାଣି ହେଉଛି। କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ତାପମାତ୍ରା ହ୍ରାସ ହେବାରେ ଲାଗିଛି। ଯାହାର ପରିଣାମ ସ୍ୱରୂପ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ପାରଦ ୧୦ ଡିଗ୍ରୀ ନିକଟତର ହେଉଛି। ଏହି ସ୍ଥିତି ଆଗକୁ ଜାରି ରହିବା ସହ ତାପମାତ୍ରା ଆହୁରି ହ୍ରାସ ହେବ ଫଳରେ ଶୀତ ବଢ଼ିବ। ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଏଥିସହିତ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେବ। ଫଳରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୫ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଏହାଫଳରେ ସାରା ରାଜ୍ୟରେ ଶୀତର ପ୍ରଭାବ ବୃଦ୍ଧି ପାଇବ। ଆଜିଠାରୁ ତାପମାତ୍ରା ହ୍ରାସ ହୋଇଥିବା ଯୋଗୁଁ ନୂଆ ବର୍ଷ ରାତିରେ ଏହାର ପ୍ରଭାବ ଅନୁଭୂତ ହେବା ସହ ଶୀତ ଆହୁରି ବଢ଼ିବ।

ଏଥିସହ କିଛି କିଛି ସ୍ଥାନରେ ଘନ କୁହୁଡ଼ି ପାଇଁ ପାଗ ଅନୁକୂଳ ରହୁଛି। ମଙ୍ଗଳବାର ସକାଳ ସୁଦ୍ଧା ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ଘନ କୁହୁଡ଼ି ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କୁହୁଡ଼ି ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି।

ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା, ଆସନ୍ତାକାଲି ଯାଏଁ ଜାରି ରହିବ ଶୀତ ଲହରୀ
ଭୁବନେଶ୍ୱର: ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡିଶା । ଅସହ୍ୟ ଜାଡରେ ଅସ୍ତବ୍ୟସ୍ତ ଜନଜୀବନ । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ପବନ ବହୁଥିବାରୁ ପ୍ରବଳ ଜାଡ ଅନୁଭବ ହେବା ସହ ପାରଦ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମୁଛି। ୩ ଦିନ ପରେ ରାଜ୍ୟରେ ବାୟୁ ଚଳାଚଳରେ ଧୀରେ ଧୀରେ ପରିବର୍ତ୍ତନ ଘଟିବ। ରାତି ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ। ତେବେ ମାସ ଶେଷକୁ ବର୍ଷା ସମ୍ଭାବନା ରହିଛି। ଜାନୁଆରୀ ୩୧ ତାରିଖରୁ ତିନି ଦିନ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ। ଏନେଇ ଆକଳନ କରିଛି ଆଞ୍ଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଶୁକ୍ରବାର ଅନୁଗୁଳ ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି । କିରେଇରେ ରାତି ତାପମାତ୍ରା ସବୁଠୁ କମ୍ ୬.୭ଡିଗ୍ରୀ ଅନୁଭୂତ ହୋଇଛି । ସୁନ୍ଦରଗଡ଼ରେ ୭.୪, ରାଉରକେଲାରେ ୮.୯, ଅନୁଗୁଳରେ ୯, ଝାରସୁଗୁଡ଼ାରେ ୯.୪, କେନ୍ଦୁଝରରେ ୧୦ ଓ କୋରାପୁଟରେ ରାତି ତାପମାତ୍ରା ୧୦ଡିଗ୍ରୀ ରହିଥିଲା ।