75th Republic Day - The Sakala
ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ
ସାରା ଦେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରୁଛି ୭୫ ତମ ସାଧାରଣତନ୍ତ୍ର ଦିବସ। ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଦିନ। ଭାରତ ସ୍ୱାଧୀନ ହେବା ପରେ ସମ୍ବିଧାନ ସଭା ଗଠନ ହୋଇଥିଲା। ୧୯୪୭ ମସିହା ଡିସେମ୍ବର ୯ତାରିଖରୁ ସମ୍ବିଧାନ ସଭା ନିଜର କାମ ଆରମ୍ଭ କରିଥିଲା। ବିଶ୍ୱର ସବୁଠୁ ବଡ଼ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ୨ ବର୍ଷ ୧୧ ମାସ ୧୮ ଦିନ ଲାଗିଥିଲା। ଶେଷରେ ୧୯୪୯ ନଭେମ୍ବର ୨୬ତାରିଖ ଦିନ ଚିଠା ସମ୍ବିଧାନ ପ୍ରଣୟନ ସଭା ଦ୍ବାରା ଗୃହୀତ ହେଲା। ଜାନୁଆରୀ ୨୬କୁ ଆଖି ଆଗରେ ରଖି ସମ୍ବିଧାନ ପ୍ରଣୟନ ସଭାର ଶେଷ ପର୍ବ ୧୯୫୦ ଜାନୁଆରୀ ୨୪ ଓ ୨୫ରେ ଆହୂତ ହୋଇଥିଲା।
୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହେବା ସହ ଭାରତ ଏକ ସାର୍ବଭୌମତ୍ବ ଗଣତନ୍ତ୍ର ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଏହି ଦିନ ଲିଖିତ ସାମ୍ବିଧାନିକ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା। ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ସାଧାରଣତନ୍ତ୍ର ଦିବସରେ ଦେଶର ସମସ୍ତ ସ୍କୁଲ୍‌, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଏ। ଏହି ରାଷ୍ଟ୍ରୀୟ ପର୍ବ ଦିନ ଦିଲ୍ଲୀରେ ଆୟୋଜିତ ହୁଏ ସ୍ବତନ୍ତ୍ର ପ୍ୟାରେଡ୍‌ । ଏଥିରେ ସ୍ଥଳ,ବାୟୁ ଓ ନୌସେନାର ଯବାନମାନେ ଅଂଶଗ୍ରହଣ କରି ସେମାନଙ୍କ ଅଦମ୍ୟ ସାହସ ପ୍ରଦର୍ଶନ କରିଥାଆନ୍ତି । ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରନ୍ତି । ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିର ଝଲକ ଏହି ପ୍ୟାରେଡ୍‌ରେ ପ୍ରଦର୍ଶନ କରାଯାଏ । ୧୯୫୪ ପର୍ଯ୍ୟନ୍ତ ସାଧାରଣତନ୍ତ୍ର ଦିବସ ଲାଲକିଲ୍ଲାରେ ଓ ରାମଲୀଲା ମୈଦାନରେ ଆୟୋଜିତ ହେଉଥିଲା । ୧୯୫୫ ପରଠାରୁ ଏହା ରାଜପଥରେ ଆୟୋଜିତ ହେଉଛି ।
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ତମ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ ପାଇଁ ଅଭିନନନ୍ଦନ ଜଣାଇ ସେ କହିଛନ୍ତି ଯେ, ଏହା ଏକ ଯୁଗାନ୍ତକାରୀ ପରିବର୍ତ୍ତନର ସମୟ । ଦେଶ ଅମୃତ କାଳର ପ୍ରାରମ୍ଭିକ ସମୟରେ ଅଛି । ଦେଶକୁ ଏକ ନୂଆ ଉଚ୍ଚତାକୁ ନେବାକୁ ଆମ ହାତରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି ।
ଗଣତନ୍ତ୍ର ଦିବସ ଆମର ମୌଳିକ ମୂଲ୍ୟବୋଧ ଏବଂ ନୀତିକୁ ମନେ ପକାଇବାର ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ବିକଶିତ ଭାରତ ସମସ୍ତଙ୍କ ଦାୟିତ୍ୱ। ଆତ୍ମ ବିଶ୍ୱାସ ସହ ଆଗକୁ ବଢୁଛି ଭାରତ। ଦୃଢ ଅର୍ଥନୀତି ଏହି ବିଶ୍ୱାସକୁ ଦୃଢ କରିଛି। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହୋଇଛି। ଉଚିତ ନ୍ୟାୟିକ ପ୍ରକ୍ରିୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନ୍ୟାୟିକ ପ୍ରକ୍ରିୟା ଉପରେ ଦେଶବାସୀଙ୍କ ଅଗାଧ ବିଶ୍ୱାସ ପ୍ରମାଣିତ ହେଲା ବୋଲି ରାଷ୍ଟ୍ରପତି କହିଛନ୍ତି।
ଦେଶକୁ ନୂଆ ଉଚ୍ଚକୁ ନେବାର ସୁବର୍ଣ୍ଣ ସୁଯୋଗ ମିଳିଛି। ଦେଶକୁ ଆଗକୁ ନେବାରେ ସବୁ ଦେଶବାସୀଙ୍କ ଭୂମିକା ରହିଛି। ବିକଶିତ ଭାରତ ପାଇଁ ସବୁ ଦେଶବାସୀଙ୍କ ଦାୟିତ୍ୱ ରହିଛି। ଗଣତନ୍ତ୍ର ଦିବସ ଆମ ମୂଲ୍ୟବୋଧକୁ ମନେପକାଇବାର ଅବସର। ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ଅବତରଣ ଏକ ବଡ ଉପଲବ୍ଧି ଆଣିଛି। ଆଦିତ୍ୟ ଏଲ-୧ର ସଫଳତା ଆମକୁ ନୂଆ ସୋପାନକୁ ନେଇଛି। ଆଜିର ଭାରତ ଆତ୍ମବିଶ୍ୱାସ ସହ ଆଗକୁ ବଢୁଛି। ସୁଦୃଢ ଆର୍ଥିକ ସ୍ଥିତି ଏହି ଆତ୍ମବିଶ୍ୱାର ପ୍ରମୁଖ ଆଧାର ପାଲଟିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।
ରାଷ୍ଟ୍ରପତି ନିଜ ସମ୍ୱୋଧନରେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିଛନ୍ତି । ସେ କହିଛନ୍ତି, ‘ମୁଁ ବିଶ୍ୱାସ କରୁଛି ଯେ ନାରୀ ଶକ୍ତି ବନ୍ଦନ ଅଧିନିୟମ ମହିଳା ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ପ୍ରମାଣିତ ହେବ । ଏହା ଆମର ଶାସନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛଳ କରିବାରେ ସହଯୋଗ କରିବ ।’