Murder case - The Sakala

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ୩୯୬ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କଲା ବ୍ରହ୍ମପୁର ପୋଲିସ
ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଚାଞ୍ଚଲ୍ୟକର ହତ୍ୟା ମାମଲାରେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରିଛି ବ୍ରହ୍ମପୁର ପୋଲିସ । ସରକାରୀ ଓକିଲଙ୍କ ଜରିଆରେ କୋର୍ଟରେ ଦାଖଲ ହୋଇଥିବା ଏହି ଚୂଡ଼ାନ୍ତ ଚାର୍ଜସିଟ୍ ୩୯୬ ପୃଷ୍ଠା ବିଶିଷ୍ଟ ହୋଇଥିବା ବେଳେ ଡିଜିଟାଲ୍ ପ୍ରମାଣ ଭାବରେ ୧୬ଟି ପେନଡ୍ରାଇଭ୍ ମଧ୍ୟ ଦାଖଲ କରାଯାଇଛି। ଏହା ସହିତ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଶେଷ ହୋଇଛି।

ଏହି ହତ୍ୟା ମାମଲାରେ ପୋଲିସ ବର୍ତ୍ତମାନ ସୁଦ୍ଧା ମୋଟ ୧୬ ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବର ୬ ତାରିଖ ରାତିରେ ବ୍ରହ୍ମପୁରର ବୈକୁଣ୍ଠନଗର ସ୍ଥିତ ନିଜ ବାସଭବନ ନିକଟରେ କିଛି ଅଜ୍ଞାତ ଦୁର୍ବୃତ୍ତ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ଓଡ଼ିଶାରେ ବ୍ୟାପକ ଜନଅସନ୍ତୋଷ ସୃଷ୍ଟି କରିଥିଲା ଏବଂ ରାଜ୍ୟର ଅନ୍ୟତମ ବହୁଚର୍ଚ୍ଚିତ ଅପରାଧିକ ମାମଲା ପାଲଟିଥିଲା। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରି ରାଜନୈତିକ ନେତାଙ୍କ ସମେତ ଏକାଧିକ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ଗତ ଜାନୁଆରୀ ୪ ତାରିଖରେ ବ୍ରହ୍ମପୁର ପୋଲିସ ପ୍ରାଥମିକ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା।

ପୁଣେ ଲୋହଗଡ଼ କିଲ୍ଲା ମାମଲା: କେତନଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ବି ଉଦ୍ୟମ କରିଥିଲା ସିୟା, ବାପା କଲେ ବଡ଼ ଖୁଲାସା
ପୁଣେର ଲୋହଗଡ଼ କିଲ୍ଲାରେ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏବେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ପ୍ରଥମେ ଏହା ଏକ ଦୁର୍ଘଟଣା ବୋଲି କୁହାଯାଉଥିବା ବେଳେ ପୋଲିସର ତଦନ୍ତ ପରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। କେତନଙ୍କୁ ତାଙ୍କ ଭାବୀ ପତ୍ନୀ ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀ ୩୫୦ ଫୁଟ୍ ଗଭୀର ଖାଇକୁ ଠେଲି ଦେଇ ହତ୍ୟା କରିଥିବା ନେଇ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେ କେତନଙ୍କ ବାପା ବିଶାଳ ଅଗ୍ରୱାଲ ଏହି ହତ୍ୟାକାଣ୍ଡକୁ ନେଇ କିଛି ଚମକାଇଦେବା ଭଳି ଖୁଲାସା କରିଛନ୍ତି।

ପୂର୍ବରୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା

କେତନଙ୍କ ବାପା ଦାବି କରିଛନ୍ତି ଯେ, ୧୮ ଜୁନ୍ରେ ଘଟିଥିବା ଏହି ଘଟଣା କୌଣସି ଦୁର୍ଘଟଣା ନଥିଲା, ବରଂ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା। ସିୟା ନିଜ ଜନ୍ମଦିନ ପାଳନ କରିବା ବାହାନାରେ କେତନଙ୍କୁ ଲୋହଗଡ଼ କିଲ୍ଲାକୁ ନେଇଯାଇଥିଲେ। କେବଳ ସେତିକି ନୁହେଁ, ଏହାର ୪ ଦିନ ପୂର୍ବରୁ ଅର୍ଥାତ୍ ୧୪ ଜୁନ୍ରେ ମଧ୍ୟ ସିୟା କେତନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେହିଦିନ ଉଭୟ କିଲ୍ଲାକୁ ଯାଇଥିବା ବେଳେ ସିୟା କେତନଙ୍କୁ ପଛଆଡୁ ଠେଲି ଦେଇଥିଲେ। କିନ୍ତୁ କେତନ ଏକ ବୁଦାକୁ ଧରି ପକାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍ଥିତିକୁ ସମ୍ଭାଳିବା ପାଇଁ ସିୟା ସେତେବେଳେ "ସାପ, ସାପ" ବୋଲି ଚିତ୍କାର କରିଥିଲେ ଏବଂ ସାପ କାମୁଡ଼ାରୁ ବଞ୍ଚାଇବା ପାଇଁ ସେ ଠେଲି ଦେଇଥିବା କହି କଥା ବୁଲାଇ ଦେଇଥିଲେ।

ବାଲି ଟ୍ରିପ୍ ବାତିଲ୍ ଓ ପାସପୋର୍ଟ ଚୋରି

ପରିବାର ଲୋକଙ୍କ କହିବା ଅନୁଯାୟୀ, ବିବାହ ପୂର୍ବରୁ କେତନ ଏବଂ ସିୟାଙ୍କର ବାଲି ଟ୍ରିପ୍ ପାଇଁ ଯୋଜନା ହୋଇଥିଲା। କିନ୍ତୁ ସିୟା କୌଶଳ କ୍ରମେ କେତନଙ୍କ ପାସପୋର୍ଟ ଚୋରି କରି ଲୁଚାଇ ଦେଇଥିଲେ। ଯାହାଫଳରେ ମୁମ୍ବାଇ ବିମାନବନ୍ଦରରୁ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। ପୋଲିସର କହିବା ଅନୁଯାୟୀ, ସିୟା ଓ ଚେତନଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ରହିଥିଲା। ଗତ କିଛି ମାସ ମଧ୍ୟରେ ଉଭୟ ପରସ୍ପର ସହ ଦୁଇ ହଜାରରୁ ଅଧିକ ଥର ଫୋନରେ କଥା ହୋଇଥିଲେ। ସିୟା କେତନଙ୍କୁ ବିବାହ କରିବାକୁ ଚାହୁଁନଥିଲେ, ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଚେତନଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ରଚିଥିଲେ।

ବାପାଙ୍କ ଦାବି- ଦୋଷୀଙ୍କୁ ମିଳୁ ଫାଶୀ ଦଣ୍ଡ

ପୁଅକୁ ହରାଇବା ପରେ କେତନଙ୍କ ପରିବାର ଗଭୀର ଶୋକରେ ବୁଡ଼ି ରହିଛନ୍ତି। କେତନଙ୍କ ବାପା ବିଶାଳ ଅଗ୍ରୱାଲ ଭାବପ୍ରବଣ ହୋଇ କହିଛନ୍ତି ଯେ, "ଯଦି ସିୟା ଏହି ବିବାହ ପାଇଁ ରାଜି ନଥିଲା, ତେବେ ସେ ସିଧାସଳଖ ମନା କରିପାରିଥାନ୍ତା। ଆମେ ବିବାହ ବାତିଲ୍ କରିଦେଇଥାନ୍ତୁ। କିନ୍ତୁ ମୋ ପୁଅର ଜୀବନ ନେବାର କଣ ଆବଶ୍ୟକତା ଥିଲା?" ପରିବାର ପକ୍ଷରୁ ଏହି ମାମଲାର ବିଚାର ଫାଷ୍ଟ ଟ୍ରାକ୍ କୋର୍ଟରେ କରିବାକୁ ଦାବି କରାଯିବା ସହ ଅଭିଯୁକ୍ତ ସିୟା ଏବଂ ଚେତନଙ୍କୁ ଫାଶୀ ଦଣ୍ଡ ଦେବାକୁ ନିବେଦନ କରାଯାଇଛି।

ପୁରୀରେ ହୋଟେଲ୍‌ ମାଲିକକୁ ହତ୍ୟା ଘଟଣା: ଅଭିଯୁକ୍ତ ଚନ୍ଦନ ପଲାରକୁ ପୋଲିସ ଏନ୍‌କାଉଣ୍ଟର
ପୁରୀ: ହତ୍ୟା ଅଭିଯୁକ୍ତ ଚନ୍ଦନ ପଲାରଙ୍କୁ ଏନ୍‌କାଉଣ୍ଟର । ଓମ୍‌କାରେଶ୍ୱର ରୋଡ୍‌ରେ ଚନ୍ଦନକୁ ଏନ୍‌କାଉଣ୍ଟର୍‌ କଲା ପୁରୀ ପୋଲିସ । ଅଭିଯୁକ୍ତର ବାମ ଗୋଡ଼ରେ ବାଜିଛି ଗୁଳି । ପୋଲିସ ଗୁଳିରେ ଗୁରୁତର ଚନ୍ଦନ ପଲାରକୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୀର ବଳିଆପଣ୍ଡା ହୋଟେଲ୍‌ ମାଲିକ ହତ୍ୟାକାଣ୍ଡରେ ଚନ୍ଦନ ପାଲାରର ସଂପୃକ୍ତି ଥିବା ସୂଚନା ।

ଗତକାଲି ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଗୁଳି କରିଥିଲା ଚନ୍ଦନ ପଲାଇ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ। ଅନ୍ୟପଟେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଏବଂ ତଥ୍ୟକୁ ଆଧାର କରି ଛାନ୍ଭିନ୍ ଜାରି ରଖିଛି ପୋଲିସ । ଏହାସହ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପ୍ରାଥମିକ ତଦନ୍ତ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବ ପୋଲିସ ।

ବ୍ରହ୍ମପୁରରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ଖଣିମନ୍ତ୍ରୀଙ୍କ ପୁତୁରା ଗିରଫ
ବ୍ରହ୍ମପୁର: ଗୋଳନ୍ଥରା ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ଜନୈକ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ବିଶ୍ୱଜିତ୍‌ ଜେନାଙ୍କୁ ଗିରଫ କରିଛି ପୁଲିସ। ସମ୍ପୃକ୍ତ ଛାତ୍ରୀଙ୍କୁ ବିଶ୍ୱଜିତ୍‌ ପ୍ରେମ କରୁଥିଲେ ଓ ଶାରୀରିକ ସମ୍ପର୍କ ରଖିବାକୁ ବିଶ୍ୱଜିତ୍‌  ସମ୍ପୃକ୍ତ ଛାତ୍ରୀଙ୍କୁ ବାରମ୍ବାର ବାଧ୍ୟ କରୁଥିଲେ। ବିଶ୍ୱଜିତ୍‌ଙ୍କ ଚାପ ଓ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀଜଣକ ଆତ୍ମହତ୍ୟା କରିଥିଲେ। ମୃତ ଛାତ୍ରୀଙ୍କ ମାମୁ ମଙ୍ଗୁଳୁ ପ୍ରଧାନଙ୍କ ଅଭିଯୋଗ  ପରେ ପୁଲିସ ବିଶ୍ୱଜିତ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜୁନ୍‌ ୨୦ ତାରିଖରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜନୈକା ବିସିଏ ଛାତ୍ରୀଙ୍କୁ ହଷ୍ଟେଲ କୋଠରୀରେ ଝୁଲନ୍ତା ଅବସ୍ଥାରେ ତାଙ୍କ ଭଉଣୀ ଓ ସହପାଠୀ ମାନେ ଦେଖିଥିଲେ। ତୁରନ୍ତ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡ଼ାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ରୀଙ୍କ ମାମୁଙ୍କ ଏତଲା ଆଧାରରେ ଗୋଳନ୍ଥରା ଥାନାରେ କେସ ନମ୍ବର ୨୨୬/୨୦୨୬ ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୮ ଅନୁଯାୟୀ ଆତ୍ମହତ୍ୟା ପାଇଁ ପ୍ରରୋଚିତ କରିବା ଅଭିଯୋଗରେ ମୃତ ଛାତ୍ରୀଙ୍କ ପ୍ରେମିକ ବିଶ୍ୱଜିତ୍‌ ଜେନାଙ୍କୁ ଗିରଫ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଛାତ୍ରୀଙ୍କ ବ୍ୟବଚ୍ଛେଦ କରାଯାଇଛି । ବିଶ୍ୱଜିତ୍‌ ବ୍ୟବହାର କରୁଥିବା ମୋବାଇଲ ଫୋନ ଓ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ ଉପକରଣ ମଧ୍ୟ ଜବତ କରାଯାଇଛି।

ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ଖଣିମନ୍ତ୍ରୀ ବିଭୂତି  ଜେନାଙ୍କ ପୁତୁରା  ବିଶ୍ୱଜିତ୍‌ ଜେନା ହିଁ ମୁଖ୍ୟ ଅଭିଯୁକ୍ତ । ପ୍ରେମ ଓ ପ୍ରତାରଣା ପାଇଁ ହିଁ ଛାତ୍ରୀଜଣକ ମାନସିକ ଭାରସାମ୍ୟ ହରାଇଛନ୍ତି। ଛାତ୍ରୀଙ୍କ ବଡ଼ଭଉଣୀ କହିଛନ୍ତି ଯେ ବିଶ୍ୱଜିତ୍‌ ତାଙ୍କ ଭଉଣୀକୁ ଭଲ ପାଉଥିଲେ ଓ ବିବାହ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଗତ କିଛିମାସ ହେଲା ବିଶ୍ୱଜିତ୍‌ ତାକୁ ମାନସିକ ନିର୍ଯାତନା ଦେଉଥିଲା। ଶୁକ୍ରବାର ରାତିରେ ବିଶ୍ୱଜିତ୍‌ ତାକୁ ବାହାରକୁ ଡ଼ାକିଥିଲା ଓ ଶନିବାର ସକାଳେ ତାର ଝୁଲନ୍ତା ଶବ ମିଳିଥିଲା। ତାଙ୍କ ଭଉଣୀର ମୃତ୍ୟୁ ପାଇଁ ବିଶ୍ୱଜିତ୍‌ ସମ୍ପୂର୍ଣ୍ଣ ଦାୟୀ। ସେହିପରି ତାଙ୍କର ମାମୁ କହିଛନ୍ତି ଯେ ତାଙ୍କ ଭାଣିଜୀ ପ୍ରେମ ବ୍ୟାପାରକୁ ନେଇ ମାନସିକ ଚାପରେ ରହିଥିଲା। ଏହା ଆତ୍ମହତ୍ୟା ନୁହେଁ, ଯୋଜନାବଦ୍ଧ ହତ୍ୟା। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ୱଜିତ ଜେନାଙ୍କ ସହିତ ସମ୍ପୃକ୍ତ ଛାତ୍ରୀଙ୍କର ପ୍ରେମ ସମ୍ପର୍କ ଥିଲା। ଏହାର ସୁଯୋଗରେ ସେ ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ତେଣୁ ଶ୍ରୁତିଙ୍କୁ ଆତ୍ମହତ୍ୟା କରିବାକୁ ବିଶ୍ୱଜିତ୍‌ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ  ଗୋପାଳପୁର ବିଧାନସଭା କ୍ଷେତ୍ର ସହ ସମଗ୍ର ଗଞ୍ଜାମ ଜିଲ୍ଲାରେ ରାଜନୀତି ତେଜିଛି । ପୂର୍ବରୁ ମନ୍ତ୍ରୀଙ୍କ ଅନେକ ସହଯୋଗୀଙ୍କ ବିରୋଧରେ ବିଭିନ୍ନ ଅପରାଧିକ ଅଭିଯୋଗ ଆସିଥିବାବେଳେ ଏବେ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି ।

କେବଳ ପୁତୁରା ବିଶ୍ୱଜିତ୍‌ ନୁହେଁ, ଏହା ପୂର୍ବରୁ ଅନ୍ୟଜଣେ ପୁତୁରା ଦୀପକ ଜେନା ବିରୋଧରେ ମଧ୍ୟ ଗୁରୁତର ଅଭିଯୋଗ ଆସିଥିଲା। ବ୍ରହ୍ମପୁରର ଜନୈକ ଆଇନଜୀବୀଙ୍କ ପରିବାର ସଦସ୍ୟଙ୍କ ଉପରେ ବିଚ ରାସ୍ତାରେ ମରଣାନ୍ତକ ଆକ୍ରମଣ ଘଟଣାରେ ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା ଦୀପକ ଜେନାଙ୍କ ସମେତ ମୋଟ ୯ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା। ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଥିଲେ ହେଁ ଚାର୍ଜସିଟ୍‌ରୁ ଦୀପକଙ୍କ ନାମ ବାଦ ଦିଆଯାଇଥିଲା। ଅନୁରୂପ ଭାବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜନୈକ ଛାତ୍ରଙ୍କୁ ମନ୍ତ୍ରୀଙ୍କ କିଛି ଘନିଷ୍ଠ ଅନୁଗତ ସଂଘବଦ୍ଧ ଆକ୍ରମଣ କରିଥିବା ଓ ଏହି ଘଟଣାରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତଦୁନ ପାତ୍ରଙ୍କ ସମେତ ମୋଟ ୧୧ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା।  ନିୟମିତ ବ୍ୟବଧାନରେ  ଭିନ୍ନ ଭିନ୍ନ ଘଟଣାରେ ମନ୍ତ୍ରୀଙ୍କ ପରିବାର ସଦସ୍ୟ ଅଥବା ତାଙ୍କର ନିକଟତମ ବ୍ୟକ୍ତିମାନଙ୍କ ବିରୋଧରେ ଅଭିଯୋଗ ହୋଇଥିବାବେଳେ ବର୍ତ୍ତମାନ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ତାଙ୍କ ପୁତୁରାର ସମ୍ପୃକ୍ତିଥିବା ଅଭିଯୋଗ ହୋଇଛି ।

ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲା ପ୍ରେମିକ, ବାନ୍ଧିଲା ପୋଲିସ
ବ୍ରହ୍ମପୁର: ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ । ହତ୍ୟାକୁ ଦୁର୍ଘଟଣା ରୂପ ଦେବା ଅଭିଯୋଗରେ ଯୁବକକୁ ଗିରଫ କଲା ଦିଗପହଣ୍ଡି ଥାନା ପୋଲିସ । ବିବାହ ପାଇଁ କହିବାରୁ ପ୍ରେମିକାକୁ ଯୋଜନାବଦ୍ଧ ହତ୍ୟା କରିଥିଲା ପ୍ରେମିକ । ଗତ ୭ ତାରିଖରେ ଗୋପାଳପୁର ବୁଲାଇ ନେବା ବାହାନାରେ ଆଙ୍କୁଲି ଓଭରବ୍ରିଜ ଉପରେ ବାଇକ୍‌ରୁ ଠେଲିଦେଇ ହତ୍ୟା କରିଥିଲା ପ୍ରେମିକ । ଗିରଫ ଯୁବକ ଜଣକ ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଅଂଚଳର ରାକେଶ ଆଚାର୍ଯ୍ୟ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଯୁକ୍ତ ଦୁଇ ବିଜ୍ଞାନ ପାସ କରିବା ପରେ ଯୁବତୀ ଜଣକ ବ୍ରହ୍ମପୁରରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ୭ ତାରିଖ ସନ୍ଧ୍ୟାରେ ତାଙ୍କ ପ୍ରେମିକ ରାକେଶଙ୍କ ସହିତ ବାଇକରେ ବସି ଗୋପାଳପୁର ଯାଇଥିଲେ। ସେଠାରୁ ରାତିରେ ଫେରିବା ବେଳେ ଆଙ୍କୁଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଥିଲା। ଅମ୍ବିକା ଗୁରୁତର ହୋଇଥିଲେ। ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।। ପୋଲିସ ଏହି ଘଟଣାରେ ଶବ ଜବତ୍ କରି ତଦନ୍ତ କରିଥିଲା। ଅମ୍ବିକାଙ୍କ ମାମୁଙ୍କ ଅଭିଯୋଗ କ୍ରମେ ତଦନ୍ତ କରି ଅମ୍ବିକାଙ୍କୁ ହତ୍ୟା କରିବାର କାରଣ ଜାଣିବା ସହ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଥିବା ଜାଣିବା ପରେ ଗିରଫ କରିଥିଲା ପୋଲିସ ।

ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା
ଉତ୍ତରାଖଣ୍ଡର ଡେରାଡୁନ୍‌ରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଯୌତୁକ ଲୋଭରେ ଜଣେ ନବବିବାହିତାଙ୍କୁ ହତ୍ୟା କରାଯାଇଛି। ବିବାହର ମାତ୍ର ଚାରି ମାସ ପରେ ଶ୍ୱଶୁର ଘର ଲୋକେ ୫୦ ଲକ୍ଷ ଟଙ୍କା ଦାବି ପୂରଣ ନ ହେବାରୁ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

୫୦ ଲକ୍ଷ ଟଙ୍କା ପାଇଁ ଚାଲିଗଲା ଜୀବନ

ମୃତ ମହିଳାଙ୍କ ନାମ କହକଶା ଆଲମ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଗତ ନଭେମ୍ବର ୧୯ ତାରିଖରେ ଡେରାଡୁନ୍‌ର ରିସ୍ପନା ନଗର ନିବାସୀ ଶହବାଜ ଆଲମଙ୍କ ସହ କହକଶାଙ୍କ ବିବାହ ହୋଇଥିଲା। ବିବାହ ସମୟରେ କନ୍ୟା ଘର ପକ୍ଷରୁ ଯଥାସାଧ୍ୟ ଯୌତୁକ ଦିଆଯାଇଥିଲା। କିନ୍ତୁ ବିବାହର କିଛି ଦିନ ପରେ ଶ୍ୱଶୁର ଘର ଲୋକେ ଏକ ପ୍ଲଟ୍ କିଣିବା ପାଇଁ ବାପଘରୁ ଅତିରିକ୍ତ ୫୦ ଲକ୍ଷ ଟଙ୍କା ଆଣିବାକୁ କହକଶାଙ୍କୁ ଚାପ ପକାଉଥିଲେ। ଏଥିପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା।

କମ୍ବଳରେ ମୁହଁ ଚାପି ହତ୍ୟା କଲେ ସ୍ୱାମୀ

ପୋଲିସ୍ ତଦନ୍ତରୁ ଜଣାପଡିଛି ଯେ, ଘଟଣା ଦିନ ରାତିରେ କହକଶା ଶୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଶହବାଜ ଏକ କମ୍ବଳ ଦ୍ୱାରା ତାଙ୍କ ମୁହଁ ଚାପି ହତ୍ୟା କରିଥିଲେ। ହତ୍ୟାକୁ ଆତ୍ମହତ୍ୟା କିମ୍ବା ସ୍ୱାଭାବିକ ମୃତ୍ୟୁର ରୂପ ଦେବା ପାଇଁ ଅଭିଯୁକ୍ତମାନେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସ୍ୱାମୀ ଓ ଅନ୍ୟ ସମ୍ପର୍କୀୟମାନେ ମୃତଦେହ ଛାଡ଼ି ଫେରାର ହୋଇଯାଇଥିଲେ।

ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ

ମୃତକଙ୍କ ଭାଇ ସଲମାନ ଆସିଫଙ୍କ ଅଭିଯୋଗ କ୍ରମେ ନେହେରୁ କଲୋନୀ ଥାନା ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏସ୍‌ଏସ୍‌ପି ପ୍ରମେନ୍ଦ୍ର ଡୋବାଲଙ୍କ ନିର୍ଦ୍ଦେଶରେ ପୋଲିସ୍ ଅଭିଯୁକ୍ତ ସ୍ୱାମୀ ଶହବାଜକୁ ଗିରଫ କରିଛି। ଏହି ମାମଲାରେ ସ୍ୱାମୀ, ଶାଶୁ, ଶ୍ୱଶୁର ଏବଂ ଦିଅରଙ୍କ ସମେତ ମୋଟ ୫ ଜଣଙ୍କ ନାମରେ ଯୌତୁକ ହତ୍ୟା ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି।

ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ
ବିହାରର ନବଗଛିଆରେ ହୋଲି ପର୍ବ ଖୁସିର ମାହୋଲ ବଦଳରେ ଶୋକରେ ପରିଣତ ହୋଇଛି। ଗୁରୁବାର ଦିନ ଏଠାରେ ଘଟିଥିବା ଏକ ବଡ଼ ଧରଣର ଅପରାଧିକ ଘଟଣାରେ ତିନି ଜଣ ସାଙ୍ଗଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ଖେଳିଯାଇଛି।

ରକ୍ତରଞ୍ଜିତ ହେଲା ହୋଲି ପର୍ବ

ମିଳିଥିବା ସୂଚନା ଅନୁଯାୟୀ, ନବଗଛିଆ ପୋଲିସ ଜିଲ୍ଲା ଅନ୍ତର୍ଗତ ଏକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ତିନି ଜଣ ସାଙ୍ଗ ଏକାଠି ଥିବା ସମୟରେ ଅଜ୍ଞାତ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତକମାନେ ପରସ୍ପରର ଘନିଷ୍ଠ ବନ୍ଧୁ ଥିଲେ।

ପୋଲିସର ତଦନ୍ତ ଆରମ୍ଭ

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ନବଗଛିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ପୁରୁଣା ଶତ୍ରୁତା କିମ୍ବା ହୋଲି ସମୟରେ କୌଣସି ବିବାଦକୁ ନେଇ ଏହି ଗୁଳିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।

ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍
ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ କୁରାଢ଼ିରେ ହାଣି ନୃଶଂସ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ, ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ନିଜ ପୁଅକୁ ମଧ୍ୟ ମାରିବା ପାଇଁ ଗୋଡ଼ାଇଥିଲା, କିନ୍ତୁ ପୁଅ କୌଣସି ମତେ ଜୀବନ ବଞ୍ଚାଇ ଖସି ପଳାଇବାରେ ସଫଳ ହୋଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ନିଜେ ପୋଲିସକୁ ଫୋନ୍ କରି ନିଜ ଅପରାଧ ସମ୍ପର୍କରେ ସୂଚନା ଦେଇଥିଲା।

ଚରିତ୍ର ସନ୍ଦେହରୁ ଘଟିଲା ବର୍ବର କାଣ୍ଡ

ସୂଚନା ଅନୁଯାୟୀ, ଘଟଣାଟି ଖଜନି ଥାନା ଅନ୍ତର୍ଗତ ଢାଢୌପର ଗ୍ରାମରେ ଘଟିଛି। ଅଭିଯୁକ୍ତ ଅଶୋକ ନିଷାଦ (୪୪) ନିଜ ପତ୍ନୀ ନୀଲମ ଦେବୀ (୪୦)ଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲା, ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗିରହୁଥିଲା। ଅଶୋକ ମୁମ୍ବାଇରେ କାଠମିସ୍ତ୍ରୀ ଭାବେ କାମ କରୁଥିଲା ଏବଂ ଗାଁକୁ ଫେରିବା ପରେ ମଦ୍ୟପାନ ଅଭ୍ୟାସରେ ପଡ଼ିଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ସ୍ତ୍ରୀ ଶୋଇଥିବା ବେଳେ ସେ କୁରାଢ଼ି ଓ କୋଡ଼ି ସାହାଯ୍ୟରେ ତାଙ୍କ ବେକ କାଟି ହତ୍ୟା କରିଥିଲା।

ପୁଅକୁ ମାରିବାକୁ ଉଦ୍ୟମ ଓ ପୋଲିସକୁ ସୂଚନା

ଏହି ଘଟଣା ସମୟରେ ପାଖ ଘରେ ଶୋଇଥିବା ୧୭ ବର୍ଷୀୟ ପୁଅ ସୂରଜ ମା’ଙ୍କ ଚିତ୍କାର ଶୁଣି ଉଠିପଡ଼ିଥିଲା। ସେ ସେଠାରେ ପହଞ୍ଚିବା ବେଳକୁ ବାପା ମା’ଙ୍କୁ ଆକ୍ରମଣ କରୁଥିବା ଦେଖିଥିଲା। ପୁଅକୁ ଦେଖି ଅଶୋକ ତାକୁ ମଧ୍ୟ ମାରିବା ପାଇଁ ଗୋଡ଼ାଇଥିଲା, କିନ୍ତୁ ସୂରଜ ଘରୁ ଦୌଡ଼ି ପଳାଇ ନିଜ ଅଜାଙ୍କୁ ଖବର ଦେଇଥିଲେ। ଏହା ପରେ ଅଭିଯୁକ୍ତ ନିଜେ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି କହିଥିଲା, "ଘରେ ମୋ ସ୍ତ୍ରୀର ଶବ ପଡ଼ିଛି, ଆସି ନେଇଯାଅ।" ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ରକ୍ତଭିଜା କୁରାଢ଼ି ଜବତ କରିଛି।

ଦିଲ୍ଲୀ ଛତିଶଗଡ଼ ସଦନ କ୍ୟାଣ୍ଟିନ୍ ମାଲିକଙ୍କୁ ହନିଟ୍ରାପରେ ହତ୍ୟା: ଯମୁନା ଏକ୍ସପ୍ରେସୱେରୁ ମୃତଦେହ ଉଦ୍ଧାର
ଦିଲ୍ଲୀର ଛତିଶଗଡ଼ ସଦନରେ କ୍ୟାଣ୍ଟିନ୍ ଚଳାଉଥିବା ଜଣେ ବ୍ୟବସାୟୀଙ୍କ ନିଖୋଜ ମାମଲା ଏକ ଭୟଙ୍କର ହତ୍ୟାକାଣ୍ଡରେ ପରିଣତ ହୋଇଛି। ପୋଲିସର ସୂଚନା ଅନୁଯାୟୀ, କ୍ୟାଣ୍ଟିନ୍ ମାଲିକ ଅନରୂପ ଗୁପ୍ତାଙ୍କୁ ହନିଟ୍ରାପ୍ ଜରିଆରେ ଫସାଇ ତାଙ୍କର ନିର୍ମମ ହତ୍ୟା କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୁନା ଲୋଭ ଏବଂ ହନିଟ୍ରାପର ଜାଲ

ପ୍ରାପ୍ତ ସୂଚନା ମୁତାବକ, ଅନରୂପ ଗୁପ୍ତାଙ୍କୁ ତାଙ୍କର ଜଣେ ବନ୍ଧୁ ଏବଂ ଅନ୍ୟ ସହଯୋଗୀମାନେ ଏକ ଯୋଜନାବଦ୍ଧ ଭାବେ ଫସାଇଥିଲେ। ଶସ୍ତାରେ ସୁନା ଦେବା ଏବଂ ପାର୍ଟି କରିବାର ବାହାନା ଦେଖାଇ ତାଙ୍କୁ ଡକାଯାଇଥିଲା। ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ତାଙ୍କୁ ବନ୍ଧକ ବନାଇ ଲୁଟ୍ କରିବା ସହ ହତ୍ୟା କରିଥିଲେ।

ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଲେ

ହତ୍ୟାକାଣ୍ଡର ଭୟାବହତା ଏତିକିରେ ସୀମିତ ନଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ଅନରୂପଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲେ। ଏହାପରେ ଶରୀରର ଅଂଶଗୁଡ଼ିକୁ ତିନୋଟି ବ୍ୟାଗରେ ଭର୍ତ୍ତି କରି ମଥୁରା ନିକଟସ୍ଥ ଯମୁନା ଏକ୍ସପ୍ରେସୱେ ଅଞ୍ଚଳରେ ଫିଙ୍ଗି ଦେଇଥିଲେ। ପୋଲିସ ବର୍ତ୍ତମାନ ସୁଦ୍ଧା ମୃତଦେହର କିଛି ଅଂଶ ଉଦ୍ଧାର କରିଛି।

ପୋଲିସର କାର୍ଯ୍ୟାନୁଷ୍ଠାନ

ଏହି ମାମଲାରେ ଦିଲ୍ଲୀ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜର ଅପରାଧ ସ୍ୱୀକାର କରିଛନ୍ତି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ଦିଗଗୁଡ଼ିକୁ ଯାଞ୍ଚ କରୁଛି।

ଦିଲ୍ଲୀରେ ଲୋମହର୍ଷଣକାରୀ ଘଟଣା: ସ୍ତ୍ରୀ ଓ ୩ ଝିଅଙ୍କ ତଣ୍ଟି କାଟି ହତ୍ୟା କଲା ସ୍ୱାମୀ
ଦେଶର ରାଜଧାନୀ ଦିଲ୍ଲୀରେ ଏକ ଅତି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବାହ୍ୟ ଉତ୍ତର ଦିଲ୍ଲୀର ସମୟପୁର ବାଦଲି ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ତିନି ନାବାଳିକା ଝିଅଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବୁଧବାର ସକାଳେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଘଟଣାର ବିବରଣୀ

ପୋଲିସ ସୂଚନା ଅନୁଯାୟୀ, ସମୟପୁର ବାଦଲିର ଚନ୍ଦନ ପାର୍କ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକମାନେ ହେଲେ ୨୭ ବର୍ଷୀୟା ଅନିତା ଏବଂ ତାଙ୍କର ତିନି ନାବାଳିକା ଝିଅ। ଝିଅମାନଙ୍କର ବୟସ ଯଥାକ୍ରମେ ୩, ୪ ଓ ୫ ବର୍ଷ ବୋଲି ଜଣାପଡିଛି। ଘର ଭିତରୁ ଚାରିଜଣଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏକ ଧାରୁଆ ଅସ୍ତ୍ରରେ ସେମାନଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି।

ଅଭିଯୁକ୍ତ ସ୍ୱାମୀ ଫେରାର

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ମୃତ ମହିଳାଙ୍କ ସ୍ୱାମୀ ମୁନଚୁନ୍ କେୱାଟକୁ ପୋଲିସ ସନ୍ଦେହ କରୁଛି। ମୁନଚୁନ୍ ଆଜାଦପୁର ମଣ୍ଡିରେ ପରିବା ବିକ୍ରି କରୁଥିଲା। ଘଟଣା ଘଟିବା ପରଠାରୁ ସେ ଫେରାର ଅଛି। ପଡୋଶୀମାନେ ଘର ଭିତରେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପାରିବାରିକ କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ପୋଲିସର ତଦନ୍ତ ଜାରି

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଫୋରେନସିକ ଟିମ୍ ମଧ୍ୟ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛନ୍ତି। ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୩(୧) ଅନୁଯାୟୀ ହତ୍ୟା ମାମଲା ରୁଜୁ କରିଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ଉତ୍ତରପ୍ରଦେଶର ବରେଲିରେ ଲୋମହର୍ଷଣକାରୀ ଘଟଣା: ମଦ୍ୟପ ସ୍ୱାମୀକୁ ପିଟି ପିଟି ମାରିଦେଲେ ସ୍ତ୍ରୀ ଓ ଝିଅ, ଉଭୟ ଗିରଫ
ଉତ୍ତରପ୍ରଦେଶର ବରେଲି ଜିଲ୍ଲାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖଦ ଖବର ସାମ୍ନାକୁ ଆସିଛି। ସାମାନ୍ୟ ଘରୋଇ କଳହରୁ ଜଣେ ମହିଳା ନିଜ ଝିଅ ସହ ମିଶି ନିଜ ସ୍ୱାମୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ମା’ ଓ ଝିଅକୁ ଗିରଫ କରିଛି।

ମିଛର ଆଶ୍ରୟ ନେଇଥିଲେ ହତ୍ୟାକାରୀ

ସୂଚନା ଅନୁଯାୟୀ, ଘଟଣାଟି ବରେଲିର ଇଜ୍ଜତନଗର ଥାନା ଅନ୍ତର୍ଗତ ଛୋଟୀ ବିହାର ଅଞ୍ଚଳରେ ଘଟିଛି। ମୃତକଙ୍କ ନାମ ବାଲକରାମ (୪୮) ବୋଲି ଜଣାପଡିଛି। ରବିବାର ଦିନ ବାଲକରାମ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ ଏବଂ ସେଠାରୁ ମଦ୍ୟପାନ କରି ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ କୌଣସି କାରଣରୁ ତାଙ୍କର ପତ୍ନୀ ରେଖା (୪୬) ଏବଂ ଝିଅ ପିଙ୍କି (୩୦)ଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମା’ ଓ ଝିଅ ମିଶି ବାଲକରାମଙ୍କୁ ବାଡ଼ିରେ ନିର୍ମମ ଭାବେ ପିଟିବା ଆରମ୍ଭ କରିଥିଲେ, ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଗୁମର

ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଅଭିଯୁକ୍ତ ମା’-ଝିଅ ଏକ ନାଟକ ରଚିଥିଲେ। ସେମାନେ ପ୍ରଚାର କରିଥିଲେ ଯେ ବାଲକରାମ ସିଡ଼ିରୁ ଖସିପଡ଼ି ପ୍ରାଣ ହରାଇଛନ୍ତି। କିନ୍ତୁ ପୋଲିସର ସନ୍ଦେହ ହେବାରୁ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ମୃତକଙ୍କ ଶରୀରରେ ପ୍ରାୟ ୧୫ଟି ଗୁରୁତର ଆଘାତ ଚିହ୍ନ ମିଳିଥିଲା ଏବଂ ମୃତ୍ୟୁର କାରଣ ରକ୍ତସ୍ରାବ ଓ ଶକ୍ (Shock and Hemorrhage) ବୋଲି ସ୍ପଷ୍ଟ ହୋଇଥିଲା।

ପୋଲିସର କାର୍ଯ୍ୟାନୁଷ୍ଠାନ

ମୃତକଙ୍କ ପୁତୁରା ପୁଷ୍କର ସାଗରଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ହତ୍ୟାରେ ବ୍ୟବହୃତ ବାଡ଼ି ଜବତ କରିବା ସହ ଅଭିଯୁକ୍ତ ପତ୍ନୀ ରେଖା ଏବଂ ଝିଅ ପିଙ୍କିଙ୍କୁ ଗିରଫ କରି ଜେଲ ପଠାଇଛି। ପୋଲିସର କହିବା ମୁତାବକ, ଉଭୟ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଛନ୍ତି।

ଖୋର୍ଦ୍ଧା ଘରୋଇ କମ୍ପାନୀରେ ହତ୍ୟାକାଣ୍ଡ: ବିହାରୀ ଶ୍ରମିକର ଛୁରାମାଡ଼ରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଏକ ଘରୋଇ କମ୍ପାନୀ ପରିସରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। କମ୍ପାନୀ ଭିତରେ ସାମାନ୍ୟ ବଚସାରୁ ଜଣେ ସହଯୋଗୀ ଶ୍ରମିକର ଛୁରାମାଡ଼ରେ ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ଓଡ଼ିଶାର ହୋଇଥିବା ବେଳେ ଅଭିଯୁକ୍ତ ଜଣକ ବିହାରର ବୋଲି ଜଣାପଡିଛି।

କଥା କଟାକଟିରୁ ହତ୍ୟାକାଣ୍ଡ

ସୂଚନା ଅନୁଯାୟୀ, ମୃତକ ହେଲେ ଭଦ୍ରକ ଅଞ୍ଚଳର ମନୋଜ ତରାଇ। ସେହିପରି ଅଭିଯୁକ୍ତର ନାମ ସୁନିଲ ମିଶ୍ରା ଏବଂ ତାଙ୍କ ଘର ବିହାର ରାଜ୍ୟରେ ବୋଲି ଜଣାପଡିଛି। ଉଭୟ ଖୋର୍ଦ୍ଧା ସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ। ଗୁରୁବାର କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁନିଲ ଏକ ଧାରୁଆ ଛୁରୀରେ ମନୋଜଙ୍କୁ ଆକ୍ରମଣ କରିଥିଲେ।

ଅଭିଯୁକ୍ତ ଅଟକ, ଛୁରୀ ଜବତ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନୋଜଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତ ସୁନିଲ ମିଶ୍ରାକୁ ଅଟକ ରଖିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରିଛି। ଏହି ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଅଧିକ ପଚରାଉଚରା ଜାରି ରଖିଛି।