Republic Day 2024 - The Sakala

କର୍ତ୍ତବ୍ୟପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ବିଶ୍ୱ ଦେଖିଲା ଓଡ଼ିଶାର ମହାନ କଳା ସଂସ୍କୃତିର ଝଲକ। ସମ୍ୱଲପୁରୀ ନାଚଗୀତରେ ସମସ୍ତ ବିମୋହିତ ହୋଇଛନ୍ତି।

#WATCH | The #RepublicDay2024 tableau of Odisha takes part in the parade.

The tableau of the state depicts the achievements of women empowerment as well as the state's rich handicraft and handloom sector. pic.twitter.com/aH4LxHx8fz

— ANI (@ANI) January 26, 2024

ସୂଚନା ଅନୁଯାୟୀ, ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ହୋଇଥିଲା।  ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ସ୍ଥାନ ପାଇଥିଲା । ଏଥିରେ ରଘୁରାଜପୁର ଶିଳ୍ପୀଗ୍ରାମ ଓ ନାରୀ ସଶକ୍ତିକରଣକୁ ପ୍ରଦର୍ଶିତ କରାଯାଇଛି। ଏହାସହ ସମ୍ବଲପୁରୀ ଗୀତ ଓ ନାଚ ମଧ୍ୟ ପରିବେଷିତ ହୋଇଥିଲା। ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ମଡେଲ୍ ପ୍ରସ୍ତୁତ ହୋଇଥିଲା।

ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ
ସାରା ଦେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରୁଛି ୭୫ ତମ ସାଧାରଣତନ୍ତ୍ର ଦିବସ। ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଦିନ। ଭାରତ ସ୍ୱାଧୀନ ହେବା ପରେ ସମ୍ବିଧାନ ସଭା ଗଠନ ହୋଇଥିଲା। ୧୯୪୭ ମସିହା ଡିସେମ୍ବର ୯ତାରିଖରୁ ସମ୍ବିଧାନ ସଭା ନିଜର କାମ ଆରମ୍ଭ କରିଥିଲା। ବିଶ୍ୱର ସବୁଠୁ ବଡ଼ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ୨ ବର୍ଷ ୧୧ ମାସ ୧୮ ଦିନ ଲାଗିଥିଲା। ଶେଷରେ ୧୯୪୯ ନଭେମ୍ବର ୨୬ତାରିଖ ଦିନ ଚିଠା ସମ୍ବିଧାନ ପ୍ରଣୟନ ସଭା ଦ୍ବାରା ଗୃହୀତ ହେଲା। ଜାନୁଆରୀ ୨୬କୁ ଆଖି ଆଗରେ ରଖି ସମ୍ବିଧାନ ପ୍ରଣୟନ ସଭାର ଶେଷ ପର୍ବ ୧୯୫୦ ଜାନୁଆରୀ ୨୪ ଓ ୨୫ରେ ଆହୂତ ହୋଇଥିଲା।

୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହେବା ସହ ଭାରତ ଏକ ସାର୍ବଭୌମତ୍ବ ଗଣତନ୍ତ୍ର ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଏହି ଦିନ ଲିଖିତ ସାମ୍ବିଧାନିକ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା। ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ସାଧାରଣତନ୍ତ୍ର ଦିବସରେ ଦେଶର ସମସ୍ତ ସ୍କୁଲ୍‌, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଏ। ଏହି ରାଷ୍ଟ୍ରୀୟ ପର୍ବ ଦିନ ଦିଲ୍ଲୀରେ ଆୟୋଜିତ ହୁଏ ସ୍ବତନ୍ତ୍ର ପ୍ୟାରେଡ୍‌ । ଏଥିରେ ସ୍ଥଳ,ବାୟୁ ଓ ନୌସେନାର ଯବାନମାନେ ଅଂଶଗ୍ରହଣ କରି ସେମାନଙ୍କ ଅଦମ୍ୟ ସାହସ ପ୍ରଦର୍ଶନ କରିଥାଆନ୍ତି । ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରନ୍ତି । ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିର ଝଲକ ଏହି ପ୍ୟାରେଡ୍‌ରେ ପ୍ରଦର୍ଶନ କରାଯାଏ । ୧୯୫୪ ପର୍ଯ୍ୟନ୍ତ ସାଧାରଣତନ୍ତ୍ର ଦିବସ ଲାଲକିଲ୍ଲାରେ ଓ ରାମଲୀଲା ମୈଦାନରେ ଆୟୋଜିତ ହେଉଥିଲା । ୧୯୫୫ ପରଠାରୁ ଏହା ରାଜପଥରେ ଆୟୋଜିତ ହେଉଛି ।

ସାଧାରଣତନ୍ତ୍ର ଦିବସ: ଓଡ଼ିଶାର ୧୫ ଜଣଙ୍କୁ ସାହସିକତା, ୧୧ ଜଣଙ୍କୁ ସେବା ଓ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ
ନୂଆଦିଲ୍ଲୀ: ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା। ୭୫ତମ ଗଣତନ୍ତ୍ର ଦିବସ ଅବସରରେ ୨୭୭ଟି ସାହସିକତା ପୁରସ୍କାର ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି। ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗ ପାଇଁ ଏହି ସମ୍ମାନ ପାଇବେ। ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ମିଳିବ ସମ୍ମାନ । ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପୁରସ୍କାର ତାଲିକା ଏହି ପ୍ରକାଶ ପାଇଛି। ୨୭୭ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର ।

ସୂଚନା ଅନୁଯାୟୀ, ଓଡ଼ିଶାର ୧୫ ଜଣଙ୍କୁ ଦିଆଯିବ ସାହସିକତା ପୁରସ୍କାର। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଗୃହବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାର୍ଲାଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ସେହିପରି କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ। ଏହାଛଡ଼ା ଓଡ଼ିଶାର ୧୧ ପୁଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ। IG ସତ୍ୟବ୍ରତ ଭୋଇଙ୍କ ସହ ୩ ଜଣ DSP ରାଙ୍କ ଅଧିକାରୀ ପାଇବେ ପଦକ। DSP ସାରଦା ପ୍ରସନ୍ନ ପ୍ରଧାନଙ୍କୁ ମିଳିବ ସମ୍ମାନ। DSP ପ୍ରଦୀପ ସାମଲ ଓ ପ୍ରଶାନ୍ତ ସାହୁଙ୍କୁ ମିଳିବ ସମ୍ମାନ। ଇନ୍ସପେକ୍ଟର ରଶ୍ମୀରଂଜନ ମହାପାତ୍ର ପାଇବେ ପଦକ । ଡେପୁଟି କମାଣ୍ଡାଣ୍ଟ ରଜତ କେରକେଟା ପାଇବେ ପୁରସ୍କାର। ହାବିଲଦାର ଦିଲ୍ଲୀପ କୁମାର ନାଏକ ପାଇବେ ପଦକ। ASI  ବିଜୟ କୁମାର ପ୍ରଧାନ ପାଇବେ ପୁରସ୍କାର। ସିପାହୀ ବନମାଳୀ ରାୟ, ନାମବାହଦୁର ଛେତ୍ରୀଙ୍କୁ ସମ୍ମାନ ମିଳିବ।

ଆଉ ୪ ଦିନ ପରେ ସାଧାରଣତନ୍ତ୍ର ଦିବସ, ଜାଣନ୍ତୁ- ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ । ଆଉ ମାତ୍ର ୪ ଦିନ ପରେ ସମଗ୍ର ଦେଶ ବେଶ ଧୁମ୍‌ଧାମ୍‌ରେ ସାଧାରଣତନ୍ତ୍ର ଦିବସ ପାଳନ କରିବ। ତେବେ ଓଡ଼ିଶାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ରାଜ୍ୟପାଳ ରଘୁବର ଦାସ ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଜାତୀୟ ପତାକା ଉତ୍ତୋଳନ କରିବେ। ଅନ୍ୟ ସ୍ଥାନରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଓ ଅନ୍ୟ ଅଧିକାରୀ ।

ସେହିପରି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କନ୍ଧମାଳ, ପ୍ରଦୀପ କୁମାର ଅମାତ ସୁନ୍ଦରଗଡ଼, ପ୍ରଫୁଲ୍ଲ କୁମାର ମଲ୍ଲିକ ପୁରୀ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ କରିବେ । ସେହିପରି ଜଗତସିଂହପୁରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁବର୍ଣ୍ଣପୁରରେ ଉଷା ଦେବୀ, କେନ୍ଦୁଝର ଜିଲ୍ଲାରେ ସାରଦା ପ୍ରସାଦ ନାୟକ, ମୟୂରଭଞ୍ଜରେ ଅଶୋକ ଚନ୍ଦ୍ର ପଣ୍ଡା, ବଲାଙ୍ଗିରରେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, କଟକରେ ସୁଦାମ ମାର୍ଣ୍ଡି, ଗଞ୍ଜାମ ଜିଲ୍ଲାରେ ଜଗନ୍ନାଥ ସାରକା ଜିଲ୍ଲାସ୍ତରୀୟ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବେ। ସମ୍ବଲପୁରରେ ଜିଲ୍ଲାସ୍ତରୀୟ ଉତ୍ସବରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଳାହାଣ୍ଡିରେ ଟୁକୁନି ସାହୁ, ଅନୁଗୁଳରେ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ଵରରେ ବାସନ୍ତୀ ହେମ୍ବ୍ରମ, ଝାରସୁଗୁଡ଼ାରେ ପ୍ରୀତିରଞ୍ଜନ ଘଡାଇ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବେ । ନୂଆପଡାରେ ରୀତା ସାହୁ ଓ କୋରାପୁଟରେ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବେ।

ବ୍ରହ୍ମପୁରରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ରାଉରକେଲାରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ପତାକା ଉତ୍ତୋଳନ କରିବେ । ତେବେ ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ାରେ ସମ୍ପୃକ୍ତ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।