PipiliByElection - The Sakala

ପିପିଲିରେ ପଛରେ ପଡିଲା ହାତ, ୫ ହଜାର ପାର୍‌ କରିପାରିଲାନି କଂଗ୍ରେସ
ଭୁବନେଶ୍ବର : ପିପିଲିରେ ଅମାନତ ହରାଇଛି କଂଗ୍ରେସ। ୨୦୧୪ ସାଧାରଣ ନିର୍ବାଚନରେ ପିପିଲିରେ ୪୯ ହଜାରରୁ ଅଧିକ ଭୋଟ୍ ପାଇଥିବା କଂଗ୍ରେସ ୨୦୧୯ରେ ପାଇଥିଲା ମାତ୍ର ୯ ହଜାର ୮୩୦ ଭୋଟ୍ । ଆଉ ଏବେ ୨୦୨୧ ଉପନିର୍ବାଚନରେ ଦଳର ସ୍ଥିତି ଆହୁରି ଖରାପ ହୋଇଛି। ପିପିଲି ଉପନିର୍ବାଚନରେ ଦଳର ଭୋଟ୍‌ ସଂଖ୍ୟା ୫ ହଜାର ମଧ୍ୟ ଛୁଇଁ ପାରିନି।  କେନ୍ଦ୍ର ଓ ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ଅର୍ନ୍ତଦ୍ୱନ୍ଦ୍ୱ ଯୋଗୁଁ ଦଳ ନିର୍ବାଚନରେ ଅମାନତ ହରାଉଛି ।

ପିପିଲି ଉପନିର୍ବାଚନରେ ଦେଶର ସର୍ବ ପୂରାତନ ରାଜନୈତକ ଦଳ କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ବହୁ ପଛରେ ପଡିଛନ୍ତି। ପିପିଲି ଉପ-ନିର୍ବାଚନରେ ବିଜେଡି-ବିଜେପି ଭିତରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଲୋକମାନେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରତି ସେତେଟା ସମର୍ଥନ ଦେଇନାହାନ୍ତି । ଭୋଟ୍‌ ଗଣତିର ପ୍ରଥମ ରାଉଣ୍ଡରୁ ବିଶ୍ୱକେଶନ ହରିଚନ୍ଦନଙ୍କ ଭୋଟ୍‌ ବ୍ୟବଧ୍ୟାନ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ଅପେକ୍ଷା ବହୁ କମ୍‌ ରହିଥିଲା। ତେବେ ଭୋଟ୍‌ ଗଣତି ଶେଷ ସୁଦ୍ଧା କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମାତ୍ର ୪,୨୨୮ ଖଣ୍ଡ ଭୋଟ୍‌ ପାଇଛନ୍ତି। ଯେତେବେଳ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ୯୬,୧୯୬ ଭୋଟ୍‌ ଓ ଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୫,୫୮୯ ଭୋଟ୍‌ ପାଇଛନ୍ତି।

ଯଦିଓ ୨୦୧୪ ନିର୍ବାଚନ ପରଠାରୁ କଂଗ୍ରେସ ପିପିଲିରେ ତୃତୀୟ ସ୍ଥାନରେ ରହୁଛି ତଥାପି ଭୋଟ୍ ହାର, କ୍ରମାଗତ ଭାବେ ଖସୁଛି । ୨୦୧୪ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ୨୦୧୯ରେ ତୃତୀୟ ସ୍ଥାନକୁ ଖସି ଆସିଥିଲା । ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ୪୯ ହଜାର ୭୬ ଭୋଟ୍ ପାଇଥିବା ବେଳେ ତୃତୀୟ ସ୍ଥାନରେ ରହିଥିବା ବିଜେପିର ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କୁ ମିଳିଥିଲା ୭ ହଜାର ୬୫୬ ଭୋଟ୍ ।

ତେବେ ଏହି ଭୋଟ୍ ହାର୍ ୨୦୧୯ରେ ବଜାୟ ରଖି ପାରିନଥିଲା ଦଳ । ନିର୍ବାଚନ ନ ଲଢ଼ିବା ନେଇ ଯୁଧିଷ୍ଠିର ସାମନ୍ତରାୟଙ୍କ ଘୋଷଣା ପରେ କଂଗ୍ରେସ ପୂରା କମଜୋର୍ ହୋଇଯାଇଛି । ୨୦୧୯ରେ କଂଗ୍ରେସକୁ ଦ୍ୱିତୀୟ ସ୍ଥାନରୁ ହଟାଇ ସ୍ଥାନ ଅକ୍ତିଆର କରିଥିଲା ବିଜେପି । କଂଗ୍ରେସକୁ ମାତ୍ର ୯୮୩୦ ଭୋଟ୍ ମିଳିଥିବା ବେଳେ ବିଜେପି ପାଇଥିଲା ୭୨ ହଜାର ୭୩୧ ଭୋଟ୍ । ଏବେ ଉପନିର୍ବାଚନରେ ମଧ୍ୟ ଜାରି କଂଗ୍ରେସର ସମାନ ଧାରା । ଉପନିର୍ବାଚନ ଫଳ ଗଣତି ଶେଷ ହେବା ପରେ କଂଗ୍ରେସ ମାତ୍ର ୪,୨୨୮ ଖଣ୍ଡ ଭୋଟ୍‌ ପାଇ ପଛରେ ପଡିଯାଇଛି।

ପିପିଲି ଭୋଟ୍‌ ଗଣତି : ୧୯ତମ ରାଉଣ୍ଡ ସୁଦ୍ଧା ୨୦ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ଆଗୁଆ ବିଜେଡି
ଭୁବନେଶ୍ବର : ପିପିଲିରେ ବୃହତ ବିଜୟ ଆଡେ ଅଗ୍ରସର ହେଉଛି ବିଜେଡି। ୧୯ ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥୀ ୨୦ ହଜାର ୬୦୮ ଭୋଟରେ ଆଗୁଆ ଅଛନ୍ତି। ୧୯ ତମ ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ରପ୍ରତାପ ମୋଟ୍‌ ୭୪ ହଜାର ୪୯୮ ଭୋଟ୍ ପାଇଥିବା ବେଳେ ଆଶ୍ରିତ ପାଇଛନ୍ତି ୫୩ ହଜାର ୮୯୦ । ଅନ୍ୟପଟେ କଂଗ୍ରେସ ମାତ୍ର ୩ ହଜାର ୫୪୧ ଖଣ୍ଡ ଭୋଟ୍ ପାଇଛି ।

ତେବେ ୧୯ତମ ରାଉଣ୍ଡ ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ୩୨୩୨ ଖଣ୍ଡ ଭୋଟ ହାତେଇବା ସହ ପ୍ରଥମ ଥର ପାଇଁ ୧୪୩ ଖଣ୍ଡ ଭୋଟ ଆଗରେ ରହିଛନ୍ତି । ୧୯ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୩୦୮୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୬୭ ଖଣ୍ଡ ଭୋଟ । ୧୯ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୦୬୦୮ ଖଣ୍ଡ ଭୋଟ ଆଗରେ ରହିଛି । ଆଉ ହାତରେ ମାତ୍ର ୫ ରାଉଣ୍ଡ ଭୋଟ ଗଣତି ବାକି ଥିବା ବେଳେ ବିଜେଡି ବୃହତ ବିଜୟ ଆଡକୁ ଅଗ୍ରସର ହେଉଛି। ଉପନିର୍ବାଚନ ବିଜୟ ଟ୍ରେଣ୍ଡ ଜାରି ରଖି ବିଜେଡି ଦଳ ପିପିଲିରେ ପୁଣିଥରେ ବିଜୟ ବାନା ଉଡାଇବ ବୋଲି ଆଶା ରଖିଛି।

ପିପିଲିରେ ବୃହତ ବିଜୟ ଅଭିମୁଖେ ବିଜେଡି, ୧୫ ରାଉଣ୍ଡ ସୁଦ୍ଧା ୧୬ ହଜାର ଭୋଟ ଆଗରେ ରୁଦ୍ର ପ୍ରତାପ
ଭୁବନେଶ୍ବର : ପିପିଲିରେ ବୃହତ ବିଜୟ ଆଡେ ଅଗ୍ରସର ହେଉଛି ବିଜେଡି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ପଂଚଦଶ ରାଉଣ୍ଡ ସୁଦ୍ଧା ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୧୬ ହଜାର ୬୪୦ ଭୋଟରେ ଆଗୁଆ ଅଛନ୍ତି । ଏହି ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ରପ୍ରତାପ ମୋଟ୍‌ ୫୯ ହଜାର ୧୮୪ ଭୋଟ୍ ପାଇଥିବା ବେଳେ ଆଶ୍ରିତ ପାଇଛନ୍ତି ୪୨ ହଜାର ୫୪୪ । ଅନ୍ୟପଟେ କଂଗ୍ରେସ ମାତ୍ର ୩ ହଜାର ୩ ଖଣ୍ଡ ଭୋଟ୍ ପାଇଛି । ୧୫ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ୩୮୩୮ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୬୪୯ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୭୬୬ ଖଣ୍ଡ ଭୋଟ ।

ପିପିଲି ଉପନିର୍ବାଚନ :ବିଜୟ ମୁହାଁ ବିଜେଡି
୧୫ ରାଉଣ୍ଡ ସୁଦ୍ଧା ବିଜେଡି ୧୬,୬୪୦ ଭୋଟରେ ଆଗୁଆ, #ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କୁ ୫୯,୧୮୫ ଭୋଟ,
#ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୪୨,୫୪୫ ଭୋଟ,#କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନଙ୍କୁ ୩,୦୦୩ ଭୋଟ୍#PipiliByPollResult #PipiliBypoll #PipiliLive #TheSakala pic.twitter.com/QluR6DeZ46

— The Sakala (@TheSakala) October 3, 2021

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ଭୋଟ୍ ଗଣତି ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଜାରି ରହିଛି। ଏଥିଲାଗି ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ, ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗୋଟିଏ ହଲରେ ପୋଷ୍ଟାଲ ବାଲଟ୍ ଗଣତି ହୋଇଛି। ମୋଟ୍‌ ୯୨୪ଟି ପୋଷ୍ଟାଲ ବାଲଟ୍ ଭୋଟ୍‌ ରହିଥିବା ବେଳେ ସେଥିମଧ୍ୟରୁ ବିଜେଡିକୁ ୫୭୨, ବିଜେପିକୁ ୨୭୧, କଂଗ୍ରେସ ୨୪, ସ୍ବାଧିନ ୩ ଟି ଭୋଟ୍‌ ମିଳିଛି। ମୋଟ୍‌ ପୋଷ୍ଟାଲ ବାଲଟ୍ ଭୋଟ୍‌ରୁ ୫୪ଟି ଭୋଟ୍‌ ରିଜେକ୍ଟ ହୋଇଛି।ତ ତେବେ ପିପିଲି ଉପନିର୍ବାଚନର ଶେଷ ଫଳାଫଳ ଆସିବାକୁ ଆହୁରି ୯ ରାଉଣ୍ଡ ଗଣତି ବାକି ଥିବା ବେଳେ ପୂର୍ବ ୧୫ ରାଉଣ୍ଡରେ ବିଜେଡି ଆଗୁଆ ରହିଥିବାରୁ ବିଜେଡି କର୍ମୀ ମାନେ ବାଣ ଫୁଟାଇ ଉତ୍ସବ ପାଳୁଛନ୍ତି।

ପିପିଲି ଭୋଟ୍‌ ଗଣତି : ୯୨୪ ପୋଷ୍ଟାଲ ବାଲଟ୍ରୁ ବିଜେଡିକୁ ସର୍ବାଧିକ ୫୭୨ ଭୋଟ୍
ଭୁବନେଶ୍ବର : ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପ୍ରତି ରାଉଣ୍ଡ ଭୋଟ୍ ଗଣତିରେ ବଢ଼ୁଛି ବିଜେଡିର ଭୋଟ୍ ବ୍ୟବଧ୍ୟାନ । ତେବେ ଏହାରି ମଧ୍ୟରେ ପୋଷ୍ଟାଲ ବାଲଟ୍ ଗଣତିର ଫଳାଫଳ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ମୋଟ ୯୨୪ ପୋଷ୍ଟାଲ ବାଲଟ୍ ଭିତରୁ ବିଜେଡିକୁ ସର୍ବାଧିକ ୫୭୨ ଖଣ୍ଡ ଭୋଟ୍ ମିଳିଛି। ଅପରପକ୍ଷରେ ବିଜେପିକୁ ୨୭୧, କଂଗ୍ରେସକୁ ୨୪, ସ୍ବାଧିନ ୩ ଟି  ଭୋଟ୍ ମିଳିଛି। ଏହାଛଡ଼ା ୫୪ ଖଣ୍ଡ ଭୋଟ୍ ନାକଚ ହୋଇଛି।

ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଦୁଇଟି ହଲରେ ଇଭିଏମ୍ ବାଲଟ୍ ଗଣତି ଚାଲିଛି। ଇଭିଏମ୍ ପାଇଁ ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିଛି। ସେହି ହିସାବରେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି। ଭୋଟ୍ ଗଣତି କରିବାକୁ ୬୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲ୍ ନିକଟରେ ପ୍ରାର୍ଥୀମାନେ ସେମାନଙ୍କ ଏଜେଣ୍ଟ ରହିଛନ୍ତି।

ରାତି ପାହିଲେ ପିପିଲି ଭୋଟ୍‌ : ପ୍ରସ୍ତୁତ ଇଭିଏମ୍ ଓ ଭଭିପାଟ୍, ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପିଲିଲି ଭୋଟର
ଭୁବନେଶ୍ବର : କାଲି ବିଧାୟକ ବାଛିବେ ପିପିଲିବାସୀ। ରାତି ପାହିଲେ ପିପିଲି ଉପନିର୍ବାଚନ ପାଇଁ ହେବ ମତଗ୍ରହଣ । ଭୋଟ୍ ଗ୍ରହଣ ପାଇଁ ରାଜ୍ୟର ଏହି ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକାଂଶ ବୁଥରୁ ୱେବକାଷ୍ଟିଂ ହେଉଥିବାରୁ ମତଦାନ ମୁକ୍ତ ଓ ନିରପେକ୍ଷ ହେବ । ୨୩ଟି ବୁଥରେ ମାଇକ୍ରୋ ଅବଜରଭର ରହିଥିବା ବେଳେ ୧୨ଟି ବୁଥରେ ଭିଡିଓଗ୍ରାଫି କରାଯିବ । ଭୋର ୫ଟା ୩୦ରେ ସମସ୍ତ ରାଜନୈତିକ ଦଳର ଏଜେଣ୍ଟଙ୍କ ଆଗରେ ଇଭିଏମ୍‌, ଭିଭିପାଟ୍‌ ଖୋଲାଯାଇ ପ୍ରଥମେ ମକ୍‌ ଭୋଟିଂ ହେବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ମତଦାନ।

କୋରୋନା ମହାମାରୀ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଗାଇଡଲାଇନ ଅନୁସାରେ ଭୋଟ୍ ଗ୍ରହଣ ହେବ। ମତଦାନ କେନ୍ଦ୍ରରେ ଗ୍ଲୋବସ, ମାସ୍କ ଦିଆଯିବ। ତେବେ କୋଭିଡ୍ ଲକ୍ଷଣ ଥିବା ଭୋଟରଙ୍କୁ ଶେଷ ଏକ ଘଣ୍ଟାରେ ମତଦାନର ସୁଯୋଗ ମିଳିବ। ସେ ସମୟରେ ଭୋଟିଂ ଅଧିକାରୀ ପିପିଇ କିଟ୍‌ ପିନ୍ଧିବେ । ସୁରକ୍ଷା, ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ପିପିଲିରେ ମୋଟ ୨୫ ପ୍ଲାଟୁନ୍ ଫୋର୍ସ ସହ ୩ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଛନ୍ତି । ଏସପି, ଅତିରିକ୍ତ ଏସପି, ଡିଏସପି ଓ ଇନ୍ସପେକ୍ଟର ରାଙ୍କର ୩୫ ଅଧିକାରୀ ତଦାରଖ କରିବେ । ୩୪୮ଟି ବୁଥକୁ ୪ଟି ଜୋନରେ ବିଭକ୍ତ କରାଯାଇଛି । ୪ ଜଣ ଡେପୁଟି ଏସପିଙ୍କ ସହାୟତାରେ ୩ ଜଣ ଅତିରିକ୍ତ ଏସପିଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମସ୍ତ ମତଦାନ କେନ୍ଦ୍ରରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସମଗ୍ର ନିର୍ବାଚନମଣ୍ଡଳୀର ୧୦ଟି ପ୍ରବେଶ ପଥରେ ପୁଲିସ ପକ୍ଷରୁ କଡା ଯାଞ୍ଚର ବ୍ୟବସ୍ଥା କରାଯାଇଛି। ବିନା କାରଣରେ ବାହାର ଅଞ୍ଚଳ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ନିର୍ବାଚନମଣ୍ଡଳୀ ମଧ୍ୟରେ ଭୋଟରଙ୍କ ବ୍ୟତୀତ କୌଣସି ବାହାର ଅଞ୍ଚଳ ଲୋକଙ୍କ ରହିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାଇ ଏହି ନିର୍ବାଚନ ପାଇଁ ୨୮ ତାରିଖ ସଂନ୍ଧ୍ୟା ୬ଟାରୁ ଜିଲାର ସମସ୍ତ ମଦଦୋକନକୁ ବନ୍ଦ ରଖାଯାଇଛି। ଉପର୍ନିବାଚନ ପାଇଁ ମୋଟ ୩୪୮ଟି ବୁଥରେ ମତଦାନ ହେବ। ସେଥିରୁ ୧୭୫ଟି ସମ୍ବେଦନଶୀଳ ତାଲିକାରେ ରହିଛ। ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ତାଲିକାରେ ରହିଛି। ୧୭୫ ବୁଥରୁ ମତଦାନର ସିଧାପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ସେହିପରି ପୋଲିଂ ବୁଥ୍‌ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଛି। ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୧୯୮୩ ସୁରକ୍ଷାକର୍ମୀ ଓ ୩୨ ମୋବାଇଲ୍‌ ଟିମ ନିୟୋଜିତ ହୋଇଛନ୍ତି। ସମ୍ବେଦନଶୀଳ କେନ୍ଦ୍ର ଓ ଅତିସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଅର୍ଦ୍ଧସାମରିକ ବାହିନୀ ଓ ସଶସ୍ତ୍ର ପୋଲିସ ମୂତୟନ କରାଯାଇଛି।

୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର। ଉପନିର୍ବାଚନରେ ମୋଟ୍‍ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରୀତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସିପିଆଇ(ଏମ୍‍ଏଲ୍‍)ରୁ ଅଶୋକ କୁମାର ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, କଳିଙ୍ଗ ସେନାରୁ ପିଙ୍କଲିନ୍‍ ମହାନ୍ତି, ରିପବ୍ଲିକାନ ପାର୍ଟି ଅଫ୍‍ ଇଣ୍ଡିଆରୁ ମହମ୍ମଦ ଇମ୍ମାମ୍‍ଉଦ୍ଦିନ ଓ ସ୍ୱାଧିନ ପ୍ରାର୍ଥୀଭାବେ ନଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ୱପ୍ନେଶ୍ୱର ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ
ଭୁବନେଶ୍ୱର: ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ। ଅକ୍ଟୋବର ୩ରେ ଭୋଟ୍ ଗଣତି କରାଯିବ । ପିପିଲି ଉପନିର୍ବାଚନ ପାଇଁ ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ ସରିଥିବାରୁ ଏବେ କ୍ୟାମ୍ପେନ ପରେ ଭୋଟିଂ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନ ଜାରି କରିଥିବା କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବ । ପ୍ରଚାର ପାଇଁ ଆବଦ୍ଧ ଗୃହ କ୍ଷମତାର ୩୦ ପ୍ରତିଶତ କିମ୍ବା ସର୍ବାଧିକ ୨୦୦ ଲୋକ ସାମିଲ୍ ହୋଇପାରିବେ । ଆଉଟ ଡୋର୍ କ୍ୟାମ୍ପେନ ବେଳେ ଷ୍ଟାର କ୍ୟାମ୍ପେନର ଥିଲେ ସର୍ବାଧିକ ୧ ହଜାର ଲୋକ ସାମିଲ୍ ହୋଇପାରିବେ । ଷ୍ଟାର କ୍ୟାମ୍ପେନରଙ୍କ ବ୍ୟତୀତ ଅନ୍ୟ କେହି ପ୍ରଚାର କରୁଥିଲେ ସର୍ବାଧିକ ୫୦୦ ଲୋକ ଭାଗ ନେଇ ପାରିବେ । ଏଥିପାଇଁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ । ପ୍ରଚାର ପଡ଼ିଆକୁ ବ୍ୟାରିକେଡିଂ କରାଯିବ ।

ସମସ୍ତ କୋଭିଡ୍ ନିୟମ ପାଳନ କରାଯିବ । ଏଥିପାଇଁ ପ୍ରାର୍ଥୀ କିମ୍ବା ଦଳ ଟଙ୍କା ଖର୍ଚ୍ଚ କରିବେ । କୋଭିଡ୍ ଯୋଗୁଁ ଷ୍ଟାର କ୍ୟାମ୍ପେନର ସଂଖ୍ୟା ସୀମିତ କରାଯାଇଛି । ଜଣାଶୁଣା ଦଳ ପାଇଁ ୧୫ ଜଣ ଓ ଛୋଟ ଦଳ ପାଇଁ ୧୦ ଜଣ ଷ୍ଟାର କ୍ୟାମ୍ପେନର ରହିବେ । କୌଣସି ରୋଡ୍ ଶୋ କିମ୍ବା ବାଇକ୍ ରାଲି ହୋଇପାରିବ ନାହିଁ । ପଥପ୍ରାନ୍ତ ବୈଠକରେ ସର୍ବାଧିକ ୫୦ ଲୋକ ସାମିଲ୍ ହୋଇପାରିବେ । ଘରକୁ ଘର ବୁଲି ପ୍ରଚାର ବେଳେ ପ୍ରାର୍ଥୀଙ୍କ ସହ ସର୍ବାଧିକ ୫ ଜଣ ରହିବେ । ପ୍ରଚାର ବେଳେ ସର୍ବାଧିକ ୨୦ଟି ଗାଡ଼ି ବ୍ୟବହାର ହୋଇପାରିବେ । ଭୋଟ୍ ଗ୍ରହଣର ୩ ଦିନ ପୂର୍ବରୁ ପ୍ରଚାର ବନ୍ଦ ହେବ । ୩୦ ତାରିଖରେ ଭୋଟ୍ ଥିବାରୁ ୨୭ ତାରିଖ ସନ୍ଧ୍ୟା ୬ଟାରୁ ପ୍ରଚାର ବନ୍ଦ ହେବ । ପ୍ରତି ଭୋଟରଙ୍କୁ ହ୍ୟାଣ୍ଡୱାସ୍ ଦିଆଯିବ । ଲକ୍ଷଣ ଥିବା ଭୋଟରଙ୍କୁ ଶେଷରେ ଭୋଟ୍ ଦେବାକୁ ଅନୁମତି ମିଳିବ । କୌଣସି ଦଳ କିମ୍ବା ପ୍ରାର୍ଥୀ କୋଭିଡ୍ ନିୟମ ଉଲ୍ଲଂଘନ କଲେ ରାଲି ଓ ବୈଠକ ପାଇଁ ମିଳିଥିବା ପୂର୍ବ ଅନୁମତି ପ୍ରତ୍ୟାହାର କରି ନିଆଯିବ ।

ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ
ଭୁବନେଶ୍ୱର: ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ। କରୋନା ମହାମାରୀ ସମୟରେ କିଭଳି ନିର୍ବାଚନ କରାଯିବ, ସେନେଇ ସମସ୍ତ ରାଜନୈତିକ ଦଳଗୁଡିକର ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ । ଅଗଷ୍ଟ ୩୦ ସୁଦ୍ଧା ମତାମତ ଦେବା ପାଇଁ କୁହାଯାଇଛି। ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଅନେକ ରାଜ୍ୟରେ ଉପନିର୍ବାଚନ ହେବାର ଅଛି । ତେଣୁ ନିର୍ବାଚନ କିପରି କରାଯିବ, ପ୍ରଚାର କିପରି କରାଯିବ, ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ନିର୍ବାଚନ କମିଶନ ।

ପିପିଲି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ମହାରଥିଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆସନ । ପରବର୍ତ୍ତୀ ସମୟରେ ଉପ ନିର୍ବାଚନ ହେବା ନେଇ ତାରିଖ ଘୋଷମା ସରିଥିଲା । ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ପ୍ରାର୍ଥୀ ଘୋଷଣା କରିଥିଲେ । ପ୍ରଚାର, ପ୍ରସାର ମଧ୍ୟ ଜୋରସୋର କରାଯାଇଥିଲା । କିନ୍ତୁ ପ୍ରଚାରର ଅନ୍ତିମ ଦିନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଘଟିଥିଲା । ଫଳରେ ନିର୍ବାଚନ ହେବା ନେଇ ସାନି ତାରିଖ ଘୋଷଣା କରିଥିଲେ କମିଶନ ।

ପରବର୍ତ୍ତୀ ସମୟରେ ଦେଶରେ କୋଭିଡର ଦ୍ୱିତୀୟ ଲହରୀ ପ୍ରବାହିତ ହୋଇଥିଲା । ସଂକ୍ରମଣ ସଂଖ୍ୟା ପିକରେ ପହଁଚିଥିଲା । ରାଜ୍ୟ ସରକାର ଦେଶରେ ତାଲାବନ୍ଦ ଘୋଷଣା କରିଥିଲେ । ଫଳରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ଯନ୍ତ ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା । କୋଭିଡ ସଂକ୍ରମଣ ହାର କମିବା ପରେ ନିର୍ବାଚନ ହେବା ନେଇ ଆଶଙ୍କା କରାଯାଉଥିବାବେଳେ, ବର୍ତ୍ତମାନ ନିର୍ବାଚନ କମିଶନଙ୍କ ନୋଟିସ, ଖୁବଶୀଘ୍ର ନିର୍ବାଚନ ହେବା ନେଇ ଆସା ପ୍ରକଟ କରିଛି ।

ବିଜେପିର ହିଂସା ରାଜନୀତି , ବଳିପଡ଼ିଲେ ପାଣ୍ଡବ
ଭୁବନେଶ୍ୱର : ଓଡ଼ିଶାରେ ବିଜେପି ଆରମ୍ଭ କରିଛି ଭୟ ଓ ହିଂସା ରାଜନୀତି। ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେଡି କର୍ମୀ ଦିଲେଶ୍ୱରଙ୍କୁ ହତ୍ୟା ଘଟଣା ପାଶୋର ନ ହେଉଣୁ ପିପିଲି ଉପନିର୍ବାଚନରେ ବି ଅନୁରୂପ ଘଟଣା ଘଟିଛି। ବିଜେପି କର୍ମୀଙ୍କ ମାଡ଼ରେ ଗୁରୁତର ଆହତ ପାଣ୍ଡବ ବେହେରା ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପ୍ରାଣ ହରାଇଛନ୍ତି। ତାଙ୍କର ଅପରାଧ ଥିଲା ଭୋଟ ଦେବା ପାଇଁ ବିଜେପି କର୍ମୀମାନଙ୍କ ପ୍ରଲୋଭନକୁ ସେ ବେଖାତିର କରିଥିଲେ। ସେମାନେ ତାଙ୍କୁ ଦେଇଥିବା ୫ ହଜାର ଟଙ୍କା ଫେରାଇ ଦେଇଥିଲେ ପାଣ୍ଡବ। ଫଳରେ ଉତ୍ତ୍ୟକ୍ତ ବିଜେପି କର୍ମୀମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ମାଡ଼ରେ ଗୁରୁତର ଆହତ ପାଣ୍ଡବଙ୍କୁ କ୍ୟାପିଟାଲ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ୱେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ଅଭିଯୋଗ ଅନୁସାରେ, ପିପିଲି ଉପନିର୍ବାଚନରେ ବିଜେପିକୁ ଭୋଟ ଦେବା ନିମନ୍ତେ କିଛି ବିଜେପି କର୍ମୀ ପାଣ୍ଡବଙ୍କୁ ପ୍ରଲୋଭିତ କରିଥିଲେ। ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କା ଦେଇଥିଲେ; ମାତ୍ର ପାଣ୍ଡବ ନିଜ ପରିବାର ଓ ଅନ୍ୟମାନଙ୍କୁ ଏ ସମ୍ପର୍କରେ ଜଣାଇଥିଲେ।

ଟଙ୍କା ନେଇ ବିଜେପିକୁ ଭୋଟ ଦେବାକୁ ପାଣ୍ଡବଙ୍କ ପରିବାର ମନା କରି ଦେଇଥିଲେ। ତାଙ୍କ ସାହିଭାଇ ମଧ୍ୟ ଏଥିରେ ଅମଙ୍ଗ ହୋଇଥିଲେ। ସମସ୍ତଙ୍କ ମତାମତ ନେବା ପରେ ପାଣ୍ଡବ ତାଙ୍କୁ ଦିଆଯାଇଥିବା ଟଙ୍କା ବିଜେପି କର୍ମୀଙ୍କୁ ଫେରାଇ ଦେଦଇଥିଲେ।

ଟଙ୍କା ଫେରାଇେଦବା ଘଟଣା ବିଜେପି କର୍ମୀମାନଙ୍କୁ ଉତ୍‍କ୍ଷିପ୍ତ କରିଥିଲା। ଗତ ୧୧ ତାରିଖ ଅପରାହ୍ନରେ ଦେଓପୁର ଶାସନର ୩ ଜଣ ବିଜେପି କର୍ମୀ ପାଣ୍ଡବଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏତିକିବେଳେ ତାଙ୍କ ସାନ ଝିଅ ସେଠାରେ ପହଞ୍ଚି ବାପାକୁ ନ ପିଟିବାକୁ କାକୁତିମିନତି ହୋଇଥିଲେ। କାନ୍ଦିକାନ୍ଦି ବାପାକୁ ଛାଡ଼ି ଦେବାକୁ ଗୁହାରି କରିଥିଲେ। ମାତ୍ର ସାନ ଝିଅଟିର କାକୁତିମିନତି ଏହି ନର ରାକ୍ଷସମାନଙ୍କ ମନକୁ ତରଳାଇ ପାରି ନ ଥିଲା। ବାପା ସହ ଝିଅକୁ ମଧ୍ୟ ସେମାନେ ନିସ୍ତୁକ ପିଟିଥିଲେ। ପାଣ୍ଡବର ପରିବାର ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲ୍‌କୁ ଚିକିତ୍ସା ପାଇଁ ଆଣିଥିଲେ। ଗୁରୁତର ପାଣ୍ଡବକୁ ବଞ୍ଚାଇବା ଲାଗି ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ୱେ ଆଜି ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣା ପରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପାଣ୍ଡବଙ୍କ ପରିବାର ଏ ସମ୍ପର୍କରେ

ଡ଼େଲାଙ୍ଗ ଥାନାରେ ୩ ଜଣଙ୍କ ନାମରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୀର୍ଘ ୩ ଦଶନ୍ଧି ପରେ ପୁଣିଥରେ ଅଶାନ୍ତ ହୋଇଛି ପିପିଲି ଡ଼େଲାଙ୍ଗ ଅଞ୍ଚଳ। ନିର୍ବାଚନରେ ପରାଜୟର ଭୟ ବିଜେପିକୁ ଏପରି ଗ୍ରାସ କରିଛି ଯେ ଜଣେ ସାଧାରଣ ବ୍ୟକ୍ତିଙ୍କୁ ପିଟିପିଟି ମାରି ଦେବାକୁ ମଧ୍ୟ ସେମାନେ ପଛାଇ ନାହାନ୍ତି। କଂଗ୍ରେସ ପ୍ରାର୍ଥର୍ୀ ଅଜିତ୍‍ ମଙ୍ଗରାଜଙ୍କ ପରଲୋକ ଯୋଗୁଁ ପିପିଲିରେ ଉପ ନିର୍ବାଚନ ବନ୍ଦ ହୋଇଥିଲେ ହେଁ ପାଣ୍ଡବଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ବିଜେପି କର୍ମୀମାନେ ଏହି ଘଟଣା ଘଟାଇଥିବା ପାଣ୍ଡବଙ୍କ ପରିବାର ଅଭିଯୋଗ କରିଛନ୍ତି।

ପିପିଲି ପରି ବିଜେପୁର ଉପନିର୍ବାଚନ ପୂର୍ବରୁ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ବିଜେପୁର ଉପାନ୍ତବର୍ତୀ ଏକ ଆଶ୍ରମ ନିକଟରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସାନଭାଇ ସୁବ୍ରତ ସିଂହଙ୍କ ଘନିଷ୍ଠ ସହଯୋଗୀ ତଥା ବିଜେଡି କର୍ମୀ ଦିଲେଶ୍ୱର ଓରଫ ମାଗି ଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱର ଅଣାଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ସମେତ ବହୁ ବ୍ୟକ୍ତିଙ୍କ ନାଁରେ ସେତେବେଳେ ଅଭିଯୋଗ ହୋଇଥିଲା। ଏପରିକି ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜୟନାରାୟଣ ସେତେବେଳେ ଜେଲ ମଧ୍ୟ ଯାଇଥିଲେ।

ପ୍ରାଣ ହରାଇଲେ…