Syria - The Sakala
ସୈନ୍ୟ ମୃତ୍ୟୁର ପ୍ରତିଶୋଧ ନେଲା ଆମେରିକା: ଏୟାରଷ୍ଟ୍ରାଇକ୍‌ରେ ସିରିଆରେ ଥିବା ISISର ୭୦ଟି ଠିକଣା ଧ୍ୱଂସ
ନୂଆଦିଲ୍ଲୀ: ଆମେରିକା ନିଜର ସୈନ୍ୟଙ୍କ ମୃତ୍ୟୁର କଡ଼ା ଜବାବ ଦେଇଛି। ଆମେରିକା ସେନା ସିରିଆରେ ଥିବା ଇସଲାମିକ୍ ଷ୍ଟେଟ୍ (ISIS) ର ବିଭିନ୍ନ ଘାଟି ଉପରେ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ସୂଚନା ଦେଇଛି ଯେ, ମଧ୍ୟ ସିରିଆରେ ୭୦ରୁ ଅଧିକ ସ୍ଥାନକୁ ଟାର୍ଗେଟ୍ କରାଯାଇଛି। ଗତ ସପ୍ତାହରେ ହୋଇଥିବା ଏକ ଆକ୍ରମଣରେ ଆମେରିକୀୟ କର୍ମଚାରୀଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।
ସୂଚନାନୁଯାୟୀ, ସିରିଆର ପାଲମାଇରା, ରାକ୍କା ଓ ଦେର ଏଜ-ଜୋର ନିକଟରେ ଥିବା ଆତଙ୍କୀ ଆଡ୍ଡା, ଅସ୍ତ୍ରଶସ୍ତ୍ର ଭଣ୍ଡାର ଓ ତାଲିମ ସେଣ୍ଟର ଉପରେ ଭୀଷଣ ଆକ୍ରମଣ ହୋଇଥିଲା । F-15 ଇଗଲ୍, A-10 ଯୁଦ୍ଧ ବିମାନ, ଆପାଚି ହେଲିକପ୍ଟର ଓ HIMARS ରକେଟ୍ ସିଷ୍ଟମ୍ ଦ୍ବାରା ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରାଯାଇଥିଲା । ଏହି ଆକ୍ରମଣରେ ISISର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଆତଙ୍କବାଦୀ ଓ ଟପ୍ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି ।
ଏହି ଅପରେସନର ନାମ ‘ଅପରେସନ୍ ହକଆଇ ଷ୍ଟ୍ରାଇକ୍’ ରଖାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ କହିଛନ୍ତି ଯେ, ସିରିଆ ସରକାର ଏହି ଆକ୍ରମଣକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଆମେରିକାର ଏହି କାର୍ଯ୍ୟାନୁଷ୍ଠାନରେ ଜୋର୍ଡାନର ଯୁଦ୍ଧ ବିମାନ ମଧ୍ୟ ସହଯୋଗ କରିଥିଲା। ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ କହିଛନ୍ତି ଯେ, "ଏହା ଯୁଦ୍ଧର ଆରମ୍ଭ ନୁହେଁ, ବରଂ ଏହା ହେଉଛି ପ୍ରତିଶୋଧର ଘୋଷଣା। ଆମେ ଆଜି ଆମର ଅନେକ ଶତ୍ରୁମାନଙ୍କୁ ଶିକାର କରି ହତ୍ୟା କରିଛୁ ଏବଂ ଏହି ଅଭିଯାନ ଜାରି ରହିବ।"
ଗତ ଶନିବାର ସିରିଆର ପାଲମିରା ସହରରେ ଏକ ଆକ୍ରମଣ ହୋଇଥିଲା, ଯେଉଁଥିରେ ଆମେରିକାର ଦୁଇ ଜଣ ଆଇୱା ନ୍ୟାସନାଲ ଗାର୍ଡ ସଦସ୍ୟ ଏବଂ ଜଣେ ସିଭିଲିଆନ୍ ଇଣ୍ଟରପ୍ରିଟର ନିହତ ହୋଇଥିଲେ। ଏହା ବ୍ୟତୀତ ଅନ୍ୟ ତିନି ଜଣ ସୈନ୍ୟ ଆହତ ହୋଇଥିଲେ। ଜଣେ ବନ୍ଧୁକଧାରୀ ଆମେରିକା ଏବଂ ସିରିଆ ସେନାର ଏକ କନଭୟ ଉପରେ ଆକ୍ରମଣ କରିଥିଲେ। ଗତବର୍ଷ ଡିସେମ୍ବରରେ ଏକଛତ୍ରବାଦୀ ଶାସକ ବସର ଅଲ-ଆସାଦଙ୍କ ପତନ ପରେ ସିରିଆରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁର ଏହା ପ୍ରଥମ ଘଟଣା ଥିଲା। ବର୍ତ୍ତମାନ ସିରିଆରେ ISISର ପୁନରୁତ୍ଥାନକୁ ରୋକିବା ପାଇଁ ପ୍ରାୟ ୧୦୦୦ ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି।
ସିରିଆର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ସେମାନେ ଆଇଏସ୍ ବିରୋଧରେ ଲଢ଼ିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସିରିଆ ମାଟିରେ ଆତଙ୍କବାଦୀଙ୍କ ପାଇଁ କୌଣସି ସୁରକ୍ଷିତ ସ୍ଥାନ ରହିବ ନାହିଁ। ନିକଟରେ ରାଷ୍ଟ୍ରପତି ଟ୍ରମ୍ପ ସିରିଆ ଉପରୁ ଅନେକ ପୁରୁଣା ଅର୍ଥନୈତିକ କଟକଣା ହଟାଇବା ପାଇଁ ଏକ ଆଇନରେ ସ୍ୱାକ୍ଷର କରିଛନ୍ତି। ନୂତନ ସିରିଆ ସରକାର, ଯାହାକି ପୂର୍ବତନ ବିଦ୍ରୋହୀଙ୍କ ଦ୍ୱାରା ପରିଚାଳିତ, ବର୍ତ୍ତମାନ ଆଇଏସ୍ ବିରୋଧୀ ଲଢ଼େଇରେ ଆମେରିକା ସହ ସହଯୋଗ କରୁଛନ୍ତି।
ଦାମାସ୍କସ୍:ସିରିଆରେ ଅଲ ଆସାଦ ରାଜୁତିକୁ ବିରୋଧ କରି ପ୍ରମୁଖ ବିଦ୍ରୋହୀ ଗୋଷ୍ଠୀ ଏଚଟିଏସ୍ ସମେତ ଅନ୍ୟ ବହୁ ବିରୋଧୀ ଗୋଷ୍ଠୀ ବିଗତ କିଛି ବର୍ଷ ଧରି ବିଦ୍ରୋହ ଜାରି ରଖିଥିଲେ । ଏହି ସମୟରେ ସଂପୃକ୍ତ ଅଞ୍ଚଳର ଭୂ-ରାଜନୀତିକୁ ନେଇ ରାଷ୍ଟ୍ରପତି ଅଲ ଆସାଦଙ୍କୁ ଇରାନ ସମେତ ରୁଷିଆ ସହଯୋଗ କରିଥିଲେ। କିନ୍ତୁ ବିଦ୍ରୋହୀ ଗୋଷ୍ଠୀଙ୍କୁ ତୁର୍କୀ ପ୍ରତ୍ୟକ୍ଷ ସମର୍ଥନ ଦେଉଥିଲା ବେଳେ ପରୋକ୍ଷରେ ଆମେରିକା ଏବଂ ଇସ୍ରାଏଲ ସମର୍ଥନ କରିଥିଲେ। ରୁଷ ସିରିଆର ବିଭିନ୍ନ ଅଞ୍ଚଳରେ ସାମରିକ ଘାଟି ପ୍ରତିଷ୍ଠା କରିବା ସହିତ ଏଠାରେ ବହୁ ସଂଖ୍ୟାରେ ନିଜ ସେନା ମୁତୟନ କରିଥିଲା। ହେଲେ ୟୁକ୍ରେନ ଯୁଦ୍ଧରେ ରୁଷିଆର ବହୁ ସୈନ୍ୟଙ୍କ ମୃତ୍ୟୁ ହେବା ଏବଂ ଯୁଦ୍ଧ ପାଇଁ ଅଧିକ ସଂଖ୍ୟକ ସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରୁଷ ଏଠାରୁ ନିଜ ସେନାକୁ ପ୍ରତ୍ୟାହାର କରିନେଇଥିଲା। ସେହିପରି ଇରାନ ମଧ୍ୟ ନିଜର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଅସ୍ତ୍ରଶସ୍ତ୍ର ଯୋଗାଣ ଏକପ୍ରକାର ବନ୍ଦ କରିଦେଇଥିଲା। ଏହି ସୁଯୋଗରେ ସିରିଆର ବହୁ ବିଦ୍ରୋହୀ ଗୋଷ୍ଠୀ ରାଷ୍ଟ୍ରପତି ଅଲ ଆସାଦଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଦେଇଥିଲେ। ମାତ୍ର କିଛି ଦିନ ମଧ୍ୟରେ ସେମାନେ ଅଲ ଆସାଦଙ୍କୁ ବିତାଡିତ କରିବାରେ ସଫଳ ହେଲେ ବୋଲି କୁହାଯାଉଛି।
ସେଦନାୟା ଜେଲ ବନିଥିଲା ‘ ହ୍ୟୁମାନ ସ୍ଲଟର ହାଉସ୍’
ଅଲ ଆସାଦଙ୍କ ଶାସନ କାଳରେ ସିରିଆରେ ୨୦୧୧ ରୁ ୨୦୧୫ ମଧ୍ୟରେ ପ୍ରାୟ ୧୩ ହଜାର ଲୋକଙ୍କୁ ଫାଶୀ ଦିଆଯାଇଥିଲା ବୋଲି ଆମନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ କୁହାଯାଇଛି। ୨୦୦୦ ମସିହାରେ ଅଲ ଆସାଦ ସିରିଆ କ୍ଷମତା ଗ୍ରହଣ କରିବା ପ ପରେ ତାଙ୍କୁ ବିରୋଧ କରି ସାରା ଦେଶରେ ବିଦ୍ରୋହ ଆରମ୍ଭ ହୋଇଥିଲା। ଏହାକୁ ପ୍ରତିହତ କରିବାକୁ ଅଲ ଆସାଦ କଠୋର ପଦକ୍ଷେପ ନେବା ସହିତ ବିଭିନ୍ନ ସହରରେ ହଜାର ହଜାର ଲୋକଙ୍କୁ ଜେଲରେ ପୁରାଇଥିଲେ। ରାଜଧାନୀ ସହର ଦାମାସ୍କସ୍ ସମେତ ଆଲେପୋ,ହାମା ଏବଂ ସେଦନାୟାରେ ଥିବା ବିଭିନ୍ନ ଜେଲରେ ଲକ୍ଷାଧିକ ଲୋକ ଜେଲରେ ରହିଥିଲେ। ୨୦୧୧ରୁ ୨୦୧୫ ମଧ୍ୟରେ ଜେଲରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ବହୁ ଲୋକଙ୍କୁ ଆଲ ଆସାଦ ସରକାର ଫାଶୀ ଖୁଣ୍ଟରେ ଝୁଲାଇଥିଲେ। ଆମନେଷ୍ଟି ରିପୋର୍ଟ ଅନୁସାରେ କେବଳ ସେଦନାୟା ସହରରେ ଥିବା ବିଭିନ୍ନ ଜେଲରେ ପ୍ରାୟ ୩୦ ହଜାର ଲୋକଙ୍କ ମୃତ୍ୟୁ ହେବା ସହିତ ଅନ୍ୟାନ୍ୟ ଜେଲରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ହେବ । ଏଥିପାଇଁ ସେଦନାୟାକୁ ‘ ହ୍ୟୁମାନ ସ୍ଲଟର ହାଉସ୍’ ବୋଲି ଆଖ୍ୟା ଦିଆଯାଇଥିଲା।
ଅଲ ଜୋଲାନି କିଏ ?
ଅଲ ଆସାଦ ସିରିଆ ଛାଡିବା ପରେ ଏବେ ସମସ୍ତଙ୍କ ଦୃଷ୍ଟି ବିଦ୍ରୋହୀ ଏଚଟିଏସ୍ ସଂଗଠନ ମୁଖ୍ୟ ଅବୁ ମହମ୍ମଦ ଅଲ ଜୋଲାନିଙ୍କ ଉପରେ ନିବଦ୍ଧ ହୋଇଛି। ଜୁଲାନି ଇରାକର ଅଲ କାଏଦା ସଂଗଠନ ସହ କାର୍ଯ୍ୟ କରିଥିଲା ବେଳେ ପରବର୍ତ୍ତୀ ସମୟରେ ଇସଲାମିକ୍ ଷ୍ଟେଟ(ଆଇଏସ୍) ସହ ଜଡ଼ିତ ହୋଇଥିଲେ। ୧୯୮୨ ମସିହାରେ ସାଉଦି ଆରବରେ ଜନ୍ମ ନେଇଥିବା ଜଲାନିଙ୍କ ପରିବାର ସେହି ବର୍ଷ ସିରିଆ ଆସି ଦାମାସ୍କସରେ ଜୀବନଯାପନ ଆରମ୍ଭ କରିଥିଲେ। କିନ୍ତୁ ଜୋଲାନି ସେଠାକାର ସ୍ଥିତିକୁ ନେଇ ୨୦୦୩ରେ ଅଲ କାଏଦା ସହ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ହାୟାତ୍ ତେହରିର ଅଲ ସାମ୍ (ଏଚଟିଏସ୍) ସଂଗଠନ ଗଠନ କରିଥିଲେ। ଦିନକୁ ଦିନ ତାଙ୍କର ପ୍ରଭାବ ବଢିବା ସହିତ ସେ ସିରିଆର ଇଦ୍ଲିବ୍ ପ୍ରଦେଶରେ ନିଜ ସରକାର ଦ୍ବାରା ଶାସନ ଚଳାଇଥିଲେ। ଆମେରିକା ଜୋଲାନିଙ୍କୁ ଆତଙ୍କବାଦୀ ଘୋଷିତ କରିଥିଲେ ହେଁ ଜୁଲାନି ସିରିଆରେ ଏକଛତ୍ରବାଦ ଶାସନ ଶେଷ କରି ଏକ ସ୍ବଛ ସରକାର ପ୍ରତିଷ୍ଠା କରିବାକୁ ସଂଘର୍ଷ କରିଥିବାରୁ ତାଙ୍କୁ ବିଭିନ୍ନ ଦିଗରୁ ସହାୟତା କରାଯାଇଥିଲା
ଅବୁ ମହମ୍ମଦ ଅଲ ଜୋଲାନୀ ନେଇପାରନ୍ତି ନେତୃତ୍ବ
ରାଷ୍ଟ୍ରପତି ଅଲ ଅସଦଙ୍କ ଶାସନକୁ ବିରୋଧ କରି ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି ସଂଘର୍ଷ କରିଆସିଥିବା ସିରିଆର ପ୍ରମୁଖ ବିଦ୍ରୋହୀ ଗୋଷ୍ଠୀର ମୁଖ୍ୟ ଅବୁ ମହମ୍ମଦ ଅଲ ଜୋଲାନୀ ଏବେ ସିରିଆ ନେତୃତ୍ବ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ସେ ଦେଶରେ ଏକ ସ୍ଥିର ଏବଂ ସ୍ବଛ ସରକାର ଗଠନ କରିବାକୁ ରବିବାର କହିଥିଲା ବେଳେ ଜାତିସଂଘର ଏକ ୮ ଜଣିଆ ଟିମ୍ ସିରିଆରେ ପହଞ୍ଚିଛନ୍ତି। ଜାତିସଂଘର ଜଣେ ସ୍ବତନ୍ତ୍ର ଶାନ୍ତିଦୂତଙ୍କ ନେତୃତ୍ବରେ ଏକ ୮ ଜଣିଆ ଟିମ୍ ସିରିଆ ଗସ୍ତ କରିଥିଲା ବେଳେ ଏଠାରେ ରାଜନୈତିକ ସ୍ଥିରତା ଆଣିବାକୁ ଆଲୋଚନା କରିଥିବା ଜଣାପଡ଼ିଛି। ଅଲ ଆସାଦ ସିରିଆ ଛାଡିବା ଏବଂ ସେନା ବିଦ୍ରୋହୀଙ୍କ ନିକଟରେ ଆତ୍ମ ସମର୍ପଣ କରିବା ପରେ ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜି ଅଲ ଜଲାଲି ନୂଆ ନେତୃତ୍ବକୁ ସମର୍ଥନ ଜଣାଇ ଏକ ସ୍ଥିର ସରକାର ଗଠନ କରିବାକୁ ଆହ୍ବାନ ଜଣାଇଛନ୍ତି। ଏହାବ୍ୟତୀତ ଏଠାକାର ବିରୋଧୀ ସଦସ୍ୟମାନେ ମଧ୍ୟ ଦାମାସ୍କସ୍ରେ ପହଞ୍ଚି ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ କରିଥିବା କୁହାଯାଇଛି।
ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ଗସ୍ତ ନକରିବାକୁ ଭାରତୀୟଙ୍କୁ ପରାମର୍ଶ, ଆଡଭାଇଜରୀ ଜାରି
ନୂଆଦିଲ୍ଲୀ: ସିରିଆ ନଯିବାକୁ ଭାରତୀୟଙ୍କୁ ପରାମର୍ଶ । ସିରିଆ ଗସ୍ତ ନେଇ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ଗସ୍ତ ନକରିବାକୁ ପରାମର୍ଶ ଦିଆଯାଇଛି । ସିରିଆରେ ଥିବା ଭାରତୀୟ ଦୂତାବାସ ସମ୍ପର୍କରେ ରହିବାକୁ ପରାମର୍ଶ ଦେଇଛି ଭାରତ ସରକାର । ସିରିଆରେ ଗୃହଯୁଦ୍ଧ ଯୋଗୁଁ ବିଦ୍ରୋହୀଙ୍କ ହିଂସା ବଢୁଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରାଳୟ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସେଠାରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି ସିରିଆରେ ଥିବା ଭାରତୀୟ ଦୂତାବାସ। ଏହି ନମ୍ବରରେ ହ୍ବାଟ୍ସ ଆପ୍ କରିବାକୁ ବି କୁହାଯାଇିଛି। ଯେଉଁମାନେ ସିରିଆରୁ ନିହାତି ଫେରି ପାରିବେ ନାହିଁ ସେମାନେ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି । ନିହାତି ଜରୁରୀ ନହେଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
ସିରିଆରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ଭୟଙ୍କର ହେଉଛି ଗୃହ ଯୁଦ୍ଧ । ସିରିଆରେ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ସତ୍ତାରୁ ହଟାଇ କବଜା କରିବାକୁ ଚାହୁଁଛି ହୟାତ। ବିଦ୍ରୋହୀ ସମୁହ ହୟାତ ତହରିର ଅଲ ଶାମ, ଦେଶର ଦୁଇଟି ପ୍ରମୁଖ ସହର ଅଲପ୍ପା ଓ ହମା ଉପରେ କବଜା କରି ନେଇଛନ୍ତି। ଏବେ ହୋମ୍ସ ସହର କବଜା କରିବାକୁ ଲକ୍ଷ୍ୟ ରଖିଛନ୍ତି। ସିରିଆ ସେନା ବିଦ୍ରୋହୀଙ୍କୁ ଅଟକାଇବାକୁ ଚେଷ୍ଟା ଚଳାଇଛି। ଏଥିରେ ଭୟଙ୍କର ହିଂସା ଦେଖିବାକୁ ମିଳିଛି।
ସିରିୟାରେ ଇସ୍ରାଏଲର ଆକ୍ରମଣ, ୫ ମୃତ; ପାଲେଷ୍ଟାଇନ ପୁରୁଷଙ୍କୁ ଡାଇପର ପିନ୍ଧାଉଛି ଇସ୍ରାଏଲ
ତେଲ୍‌ ଆଭିଭ: ଗାଜାରୁ ଗିରଫ କରିଥିବା ପୁରୁଷଙ୍କୁ ଇସ୍ରାଏଲ ସେନା (ଆଇଡିଏଫ) ଡାଇପର ପିନ୍ଧାଉଛି। ପାଲେଷ୍ଟିନୀୟଙ୍କୁ ନିଜ ଦୋଷ ନ ଜଣାଇ ଅଜ୍ଞାତ ସ୍ଥାନକୁ ନିଆଯାଉଛି। ସେଠାରେ ୩୦ରୁ ୫୫ ଦିନ ପର୍ଯ୍ୟନ୍ତ ରଖି ଅକଥନୀୟ ଅତ୍ୟାଚାର ଦିଆଯାଉଛି। ଜାତିସଂଘ ମାନବାଧିକାର କମିଶନ (ୟୁଏନ୍‌ଏଚଆରସି) ଅଧିକାରୀ ଅଜିତ ସୁଙ୍ଘାଏ ଏହି ସୂଚନା ଦେଇଛନ୍ତି।
ସେହିପରି ଅକ୍ଟୋବର ୭ରୁ ଯୁଦ୍ଧ ଆରମ୍ଭ ହେବାପରଠାରୁ ଏ ପର୍ଯ୍ୟନ୍ତ ଗାଜାରେ ୨୦ ହଜାର ଶିଶୁ ଜନ୍ମ ନେଲେଣି। ତେବେ ପ୍ରତି ଘଣ୍ଟାରେ ୨ ମାଆଙ୍କ ମୃତ୍ୟୁ ହେଉଛି। ଏବେ ଗାଜା ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି। ୟୁଏନ୍‌ ପ୍ରବକ୍ତା ଟେସ୍‌ ଇନ୍‌ଗ୍ରାମ ଏହି ସୂଚନା ଦେଇଛନ୍ତି। ଏହା ମଧ୍ୟରେ ଲେବାନନ ଏବଂ ଗାଜାର ଆହତଙ୍କ ଚିକିତ୍ସା ଦେଶରେ ନ କରିବାକୁ ଇସ୍ରାଏଲ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଅନ୍ୟପକ୍ଷରେ ସିରିୟାର ରାଜଧାନୀ ଦମିସ୍କର ଏକ କୋଠାରେ ଇରାନ ସମର୍ଥକ ନେତାମାନେ ବୈଠକ କରୁଥିବା ସମୟରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ଇରାନ ସେନା ରିଭୋଲ୍ୟୁସନାରୀ ଗାର୍ଡର ୪ ଜଣ ପରାମର୍ଶଦାତା ଏବଂ ସିରିୟା ପାଇଁ ଇରାନର ମୁଖ୍ୟ ଗୁଇନ୍ଦା ଅଧିକାରୀ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ଚାରି ମହଲା ବିଶିଷ୍ଟ କୋଠାଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି।