Breast Cancer - The Sakala

କୃଷି ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ: ସ୍ତନ କର୍କଟ ପାଇଁ ଲାଭକାରୀ ‘ସଞ୍ଜୀବନୀ ଧାନ’
ରାୟପୁର: ଛତିଶଗଡ଼ ଇନ୍ଦିରା ଗାନ୍ଧୀ କୃଷି ବିଶ୍ବବିଦ୍ୟାଳୟରେ ଧାନର ଏକ ନୂତନ କିସମ ପ୍ରସ୍ତୁତ କରାଯାଇଛି। ଏହା ସ୍ତନ କର୍କଟ ରୋଗ ପାଇଁ ଉପକାରୀ ହେବ ବୋଲି କୃଷି ବିଶ୍ବବିଦ୍ୟାଳୟ ବୈଜ୍ଞାନିକମାନେ କହିଛନ୍ତି। ଧାନର ଏହି କିସମର ନାମ ‘ସଞ୍ଜୀବନୀ’ ଦିଆଯାଇଛି। ଏହି ଧାନ ରୋଗପ୍ରତିରୋଧକ କ୍ଷମତା ବଢ଼ାଇବା ସହିତ କର୍କଟ ରୋଗୀଙ୍କ ଚିକିତ୍ସାରେ ସହାୟକ ହେବ। ମୁମ୍ବାଇର ଭାଭା ଅଟୋମିକ ରିସର୍ଚ୍ଚ ସେଣ୍ଟର ସହାୟତାରେ ୬ ବର୍ଷରେ ଏହି କିସମ ପ୍ରସ୍ତୁତ କରାଯାଇଛି।

ଲୋକଙ୍କ ପାଖରେ ଏହାକୁ ପହଞ୍ଚାଇବା ପାଇଁ ବୈଜ୍ଞାନିକମାନେ ଏହାର ୩ଟି ଉତ୍ପାଦ ପ୍ରସ୍ତୁତ କରିଛନ୍ତି। ସଞ୍ଜିବନୀ ଧାନରୁ ପ୍ରସ୍ତୁତ ଗୋଟିଏ ଉତ୍ପାଦର ନାମ ‘ସଞ୍ଜୀବନୀ ଇନ୍‌ଷ୍ଟାଣ୍ଟ’ ରଖାଯାଇଛି। ଏହା ରୋଗ ପ୍ରତିରୋଧୀ କ୍ଷମତା ବୃଦ୍ଧି କରିଥାଏ। ଦ୍ବିତୀୟ ଉତ୍ପାଦର ନାମ ‘ସଞ୍ଜୀବନୀ ମଧୁ କଲ୍‌କ’ ରହିଛି। ପ୍ରକ୍ରିୟାକରଣ ମାଧ୍ୟମରେ ବ୍ରାଉନ ଚାଉଳର ଗୁଣ୍ଡରେ ମହୁ ମିଶାଇ ଏହାକୁ ପ୍ରସ୍ତୁତ କରାଯାଇଛି। ସଞ୍ଜୀବନୀ ଧାନରୁ ‘ରାଇସ ବାର୍‌’ ମଧ୍ୟ ବନା ଯାଇଛି। ଉପ-ରାଷ୍ଟ୍ରପତି ଜଗଦୀପ ଧନଖର ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଶନିବାର ଏହି ଉତ୍ପାଦକୁ ଲୋକାର୍ପଣ କରିଛନ୍ତି।