Ram Lalla - The Sakala

ନମିତା ଅଗ୍ରୱାଲଙ୍କ ଓଡ଼ିଆ ରାମ ଭଜନର ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ। ସମସ୍ତେ ସେହି ଦିନକୁ ଅପେକ୍ଷା କରିଛନ୍ତି।  ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶର ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତଜ୍ଞମାନେ ପ୍ରଭୁ ଶ୍ରୀରାମଙ୍କ ଉପରେ ଭଜନ, ଜଣାଣ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ବିଭିନ୍ନ ଭାଷାରେ ପ୍ରସ୍ତୁତ ରାମ ଭଜନର ୟୁଟ୍ୟୁବ୍‌ ଲିଙ୍କ୍‌ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି । ଏହିକ୍ରମରେ ନମିତା ଅଗ୍ରୱାଲଙ୍କ ଗୀତକୁ ବି ଛାଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗୀତିଟିର ଶୀର୍ଷକଟି ହେଉଛି –  ‘ସାରା ଅଯୋଧ୍ୟା ନଗରୀ ନାଚେ ସଜେଇ ହୋଇ ପ୍ରଭୁ ରାମଙ୍କୁ ପାଇ ’ ।  ଓଡ଼ିଆ ଭାଷାରେ ପ୍ରସ୍ତୁତ ଏହି ଗୀତଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ ଆସିଛି । ସେ ଗୀତର ଉଚ୍ଚ ପ୍ରଶଂସା କରିଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଗୀତଟିକୁ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ‘ଭାରତର ପ୍ରତ୍ୟେକ ଭାଗରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତି ଅଛି । ପ୍ରତ୍ୟେକ ଭାଷାରେ ଆପଣ ତାଙ୍କ ପାଇଁ ଉତ୍ସର୍ଗୀକୃତ ଅନେକ ଭଜନ ପାଇବେ । ଓଡ଼ିଆରେ ଏହିପରି ଗୋଟିଏ ପ୍ରୟାସ ।

There is devotion towards Prabhu Shri Ram in every part of India. In every language also you’ll find several Bhajans devoted to him. Here is one such effort in Odia… #ShriRamBhajan https://t.co/JCWTudS13O

— Narendra Modi (@narendramodi) January 18, 2024

ଗର୍ଭଗୃହରେ ବିରାଜିଲେ ପ୍ରଭୁ ଶ୍ରୀରାମ, ସାମ୍ନାକୁ ଆସିଲା ପ୍ରଥମ ଝଲକ
ନୂଆଦିଲ୍ଲୀ: ଶ୍ରୀ ରାମ ମନ୍ଦିରର ଗର୍ଭଗୃହରେ ପ୍ରଭୁ ଶ୍ରୀ ରାମଙ୍କ ନବନିର୍ମିତ ପ୍ରତିମାକୁ ପ୍ରତିଷ୍ଠା କରାଯାଇଛି। ଗର୍ଭଗୃହରେ ଶ୍ରୀବିଗ୍ରହ ସ୍ଥାପନ କରାଯିବା ପରେ ପ୍ରଥମ ଥର ଲାଗି ଫଟୋ ସାମ୍ନାକୁ ଆସିଛି। ଗୁରୁବାର ଦିନ ଗଣେଶଙ୍କ ପୂଜାରୁ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଆନୁଷ୍ଠାନିକ ରୀତିନୀତିରୁ ଆରମ୍ଭ ହୋଇଥିଲା। ଗଣେଶ, ଅମ୍ବିକା ଏବଂ ତୀର୍ଥ ପୂଜା ଦ୍ୱିପ୍ରହର ୧.୨୦ରୁ ଆରମ୍ଭ କରାଯାଇଥିଲା। ଏହା ପୂର୍ବରୁ  ବୈଦିକ ମନ୍ତ୍ର ଜପ କରିବା ମଧ୍ୟରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ କରାଯାଇଥିଲା। ପ୍ରଥମ ଦିନରେ ପ୍ରାୟ ସାତ ଘଣ୍ଟା ପୂଜା ଚାଲିଥିଲା। ମୁଖ୍ୟ ଯଜମାନ ଭାବେ ଅଶୋକ ସିହ୍ନା ଫାଉଣ୍ଡେସନର ସଭାପତି ମହେଶ ଭାଗଚାନ୍ଦକା ଥିଲେ।

ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାରୁ ଶ୍ରୀରାମଙ୍କ ମୂର୍ତ୍ତି କପଡ଼ାରେ ଘୋଡ଼ାଇ ରଖାଯାଇଛି। ପୂଜାପାଠ ପରେ ଆସ୍ଥାନ ଭିତରେ ବହୁମୂଲ୍ୟ ରତ୍ନ ରଖାଯିବା ପରେ ରାମ ଲଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯାଇଛି। ବୁଧବାର ରାମ ଲଲାଙ୍କ ମୂର୍ତ୍ତି ମନ୍ଦିର ପରିସରକୁ ଅଣାଯାଇଥିଲା। ଗର୍ଭଗୃହରେ ସ୍ଥାପନ ପୂର୍ବରୁ ମନ୍ଦିର ପରିସରରେ ମୂର୍ତ୍ତି ପରିକ୍ରମା କରିବାର ଯୋଜନା ଥିଲା। ମାତ୍ର ମୂର୍ତ୍ତିର ଓଜନ ଅଧିକ ହେବାରୁ ଏହା ଜାଗାରେ ୧୦ କେଜିର ଚାନ୍ଦି ମୂର୍ତ୍ତି ମନ୍ଦିର ପରିସରରେ ବୁଲାଯାଇଥିଲା। ପରେ ରାମ ଲଲାଙ୍କ ମୂର୍ତ୍ତିକୁ ଆସ୍ଥାନରେ ବିରାଜମାନ କରାଯାଇଥିଲା । ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ମଝିରେ ଆଉ ମାତ୍ର ୨ ଦିନ ଥିବା ବେଳେ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି। ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଚାଲିଛି ଧାର୍ମିକ ରୀତିନୀତି।