CBSE - The Sakala

ସିବିଏସ୍ଇ ରିଭାଲୁଏସନ୍ ପୋର୍ଟାଲ୍ ଉପରେ ସାଇବର ଆକ୍ରମଣ: ୨ ମିନିଟରେ ୧୫ ଲକ୍ଷ ଥର ହ୍ୟାକ୍ ଉଦ୍ୟମ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଖାତା ପୁନଃମୂଲ୍ୟାୟନ ଏବଂ ମାର୍କ ଭେରିଫିକେସନ୍ ପୋର୍ଟାଲ୍ ଆରମ୍ଭ ହେବା ଦିନ ଏକାଧିକ ସାଇବର ଆକ୍ରମଣର ସମ୍ମୁଖୀନ ହୋଇଥିଲା। ତେବେ ଏହା ସତ୍ତ୍ୱେ ପୋର୍ଟାଲଟି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ରହିଛି। ବୋର୍ଡର ସୂଚନା ଅନୁଯାୟୀ, ନିର୍ଦ୍ଧାରିତ ସମୟ ସକାଳ ୭ଟାରୁ ଏହି ପୋର୍ଟାଲ୍ ଲାଇଭ୍ ହୋଇଥିଲା ଏବଂ ସୁରୁଖୁରୁରେ କାମ କରୁଛି।

ସିବିଏସ୍ଇ ଅଧିକାରୀମାନେ କହିଛନ୍ତି ଯେ, ଯେତେବେଳେ ହଜାର ହଜାର ଛାତ୍ରଛାତ୍ରୀ ଏକକାଳୀନ ମାର୍କ ଭେରିଫିକେସନ୍ ଏବଂ ଉତ୍ତରଖାତା ପୁନଃମୂଲ୍ୟାୟନ ପାଇଁ ଲଗ୍ ଇନ୍ କରିଥିଲେ, ସେତେବେଳେ ପ୍ଲାଟଫର୍ମକୁ ଡିନାଏଲ୍-ଅଫ୍-ସର୍ଭିସ୍ (DoS) ଆକ୍ରମଣ ମାଧ୍ୟମରେ ଟାର୍ଗେଟ୍ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ମାତ୍ର ୨ ମିନିଟରେ ୧.୫ ନିୟୁତ (୧.୫ ମିଲିୟନ୍) ସାଇବର ଆକ୍ରମଣ ଉଦ୍ୟମ ହୋଇଥିଲା। ଏହି ବିପୁଳ ଟ୍ରାଫିକ୍ ଏବଂ ଅବାଞ୍ଛିତ କାର୍ଯ୍ୟକଳାପ ସତ୍ତ୍ୱେ ବୋର୍ଡର ବୈଷୟିକ ଟିମ୍ ପୋର୍ଟାଲକୁ କାର୍ଯ୍ୟକ୍ଷମ ରଖିବାରେ ସଫଳ ହୋଇଥିଲା। ପ୍ରଥମ ଦିନରେ ୧୬,୦୦୦ ରୁ ଅଧିକ ଛାତ୍ରଛାତ୍ରୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ, ଯାହା ସିଷ୍ଟମ୍ ଉପରେ ପ୍ରବଳ ଭାର ପକାଇଥିଲା।

ଏହି ସାଇବର ବିପଦ ସତ୍ତ୍ୱେ ଦ୍ୱାଦଶ ଶ୍ରେଣୀ (Class 12) ଛାତ୍ରଛାତ୍ରୀଙ୍କ ପାଇଁ ପୁନଃମୂଲ୍ୟାୟନ ଏବଂ ଭେରିଫିକେସନ୍ ପ୍ରକ୍ରିୟା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜାରି ରହିବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ପୋର୍ଟାଲ୍ ବ୍ୟବହାର କରିବା ସମୟରେ କେବଳ ସରକାରୀ ବା ଅଫିସିଆଲ୍ ଚ୍ୟାନେଲ୍ ବ୍ୟବହାର କରିବାକୁ ବୋର୍ଡ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି। ଏଥିସହ କୌଣସି ବୈଷୟିକ ସମସ୍ୟା ଦେଖାଦେଲେ ତୁରନ୍ତ ନିର୍ଦ୍ଧାରିତ ସପୋର୍ଟ ସିଷ୍ଟମ୍ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରାଯାଇଛି। ପରୀକ୍ଷା ପରିଚାଳନା ସଂସ୍ଥାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାକୁ ଅଧିକରୁ ଅଧିକ ଅନଲାଇନ୍ କରୁଥିବାରୁ, ଏହି ଘଟଣା ବୃହତ୍ତର ଶିକ୍ଷାନୁଷ୍ଠାନଗୁଡ଼ିକ ସମ୍ମୁଖୀନ ହେଉଥିବା ସାଇବର ସୁରକ୍ଷା ଚ୍ୟାଲେଞ୍ଜକୁ ପୁଣିଥରେ ସାମ୍ନାକୁ ଆଣିଛି।

ସିବିଏସ୍ଇ ଓଏସଏମ୍ (OSM) ତ୍ରୁଟି ପାଇଁ ନିଜକୁ ଦାୟୀ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ସୁଧାର ପାଇଁ ଆରମ୍ଭ ହେଲା ପଦକ୍ଷେପ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ନିକଟରେ ଆରମ୍ଭ କରାଯାଇଥିବା ଅନ୍-ସ୍କ୍ରିନ୍ ମାର୍କିଂ (OSM) ବ୍ୟବସ୍ଥାରେ ଦେଖାଦେଇଥିବା ତ୍ରୁଟି ଏବଂ ଅନିୟମିତତା ପାଇଁ କେନ୍ଦ୍ର ସରକାର ଉତ୍ତର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ତ୍ରୁଟି ସ୍ୱୀକାର କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ କୌଣସି ବି ଛାତ୍ରଛାତ୍ରୀଙ୍କ ସମସ୍ୟା ଅସମାହିତ ରହିବ ନାହିଁ। ଏଥିସହ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଥିବା ସେ ସ୍ପଷ୍ଟ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା

ଦ୍ୱାଦଶ ଶ୍ରେଣୀର ପୁନଃ ମୂଲ୍ୟାୟନ ପ୍ରକ୍ରିୟା ପୂର୍ବରୁ ଆୟୋଜିତ ଏକ ବୈଠକରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏଥର ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ଓଏସଏମ୍ (OSM) ବ୍ୟବସ୍ଥା ଆପଣାଯାଇଥିଲା। ଏହି ନୂତନ ପ୍ରକ୍ରିୟାରେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀଙ୍କର ୯୮ ଲକ୍ଷ ଉତ୍ତରଖାତା ଏବଂ ୪୦ କୋଟି ପୃଷ୍ଠା ସ୍କାନ କରାଯାଇ ମୂଲ୍ୟାୟନ କରାଯାଇଥିଲା। ଏହି ବ୍ୟବସ୍ଥା ଛାତ୍ରକୈନ୍ଦ୍ରିକ ଏବଂ ପାରଦର୍ଶିତା ଆଣିବା ଉଦ୍ଦେଶ୍ୟରେ ଲାଗୁ କରାଯାଇଥିଲେ ହେଁ, ଏଥିରେ କିଛି ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଛି, ଯାହାର ସମ୍ପୂର୍ଣ୍ଣ ଦାୟିତ୍ୱ ସେ ନିଜେ ନେଉଛନ୍ତି ବୋଲି ପ୍ରକାଶ କରିଛନ୍ତି।

ଆଇଆଇଟି ବିଶେଷଜ୍ଞଙ୍କ ସହାୟତା

ପୋର୍ଟାଲରେ ଦେଖାଦେଇଥିବା ବୈଷୟିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆଇଆଇଟି ମାଡ୍ରାସ (IIT Madras) ଏବଂ ଆଇଆଇଟି କାନପୁର (IIT Kanpur)ର ବିଶେଷଜ୍ଞ ଟିମ୍‌କୁ ନିୟୋଜିତ କରାଯାଇଛି। ସେମାନେ ସିବିଏସ୍ଇ ୱେବସାଇଟ୍ ଏବଂ ସଫ୍ଟୱେୟାରର ସମ୍ପୂର୍ଣ୍ଣ ଯାଞ୍ଚ କରିବା ସହ ତ୍ରୁଟି ସୁଧାରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଶିକ୍ଷାମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ, ଯଦି କୌଣସି ଅଧିକାରୀ ବା ବ୍ୟକ୍ତି ଜାଣିଶୁଣି ଏହି ଅନିୟମିତତା ପାଇଁ ଦାୟୀ ଥିବା ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପେମେଣ୍ଟ ଗେଟୱେ ସମସ୍ୟାର ସମାଧାନ

ରି-ଇଭାଲୁଏସନ ଆବେଦନ ସମୟରେ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ଦେୟ ପ୍ରଦାନ ବା ପେମେଣ୍ଟ ଗେଟୱେ ସମସ୍ୟାର ସମାଧାନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି। ଏଥିପାଇଁ ୪ଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ - ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), ଇଣ୍ଡିଆନ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ କାନାରା ବ୍ୟାଙ୍କକୁ ସିବିଏସ୍ଇ ପୋର୍ଟାଲ ସହ ସଂଯୁକ୍ତ କରାଯାଇଛି। ଶେଷରେ ରାଜନୈତିକ ଦଳଗୁଡ଼ିକୁ ଏହି ପ୍ରସଙ୍ଗରେ ରାଜନୀତି ନ କରିବାକୁ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଅଯଥା ଚାପ ନ ପକାଇବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ, ଚଳିତବର୍ଷ ମୋଟ ପାସ୍‌ ହାର ୯୩.୬୬ ପ୍ରତିଶତ
ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ। ପାସ୍‌ ହାର ୯୩.୬୬ ପ୍ରତିଶତ ରହିଛି। CBSE ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି। ଭୁବନେଶ୍ବର ଜୋନ୍‌ରେ ପାସ୍‌ ହାର ୯୨.୬୪% ରହିଛି। ଚଳିତ ବର୍ଷ ସିବିଏସଇ ଦଶମରେ ୨୩ଲକ୍ଷ ୭୧ହଜାର ୯୩୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ, ଚଳିତବର୍ଷ ପାସ୍ ହାର ୮୮.୩୯ ପ୍ରତିଶତ
ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ।  ଛାତ୍ରଙ୍କ ତୁଳନାରେ ବାଜିମାତ୍ କରିଛନ୍ତି ଛାତ୍ରୀ। ଏଥର ପାସ୍ ହାର ରହିଛି ୮୮.୩୯ ପ୍ରତିଶତ।  ଭୁବନେଶ୍ବର ଜୋନରେ ପାସ୍ ହାର ରହିଛି ୮୩.୬୪ ପ୍ରତିଶତ। ଛାତ୍ରୀଙ୍କ ପାସ୍ ହାର ରହିଛି ୯୧.୬୪। ଛାତ୍ରଙ୍କ ପାସ୍ ହାର ରହିଛି ୮୫.୭୦ ପ୍ରତିଶତ।  ପିଲାମାନେ results.cbse.nic.inରୁ ପରୀକ୍ଷା ଫଳ ଜାଣିପାରିବେ। ଏହାବ୍ୟତୀତ ଏସଏମଏସ ଓ ଉମଙ୍ଗ ଆପରେ ମଧ୍ୟ ଯାଞ୍ଚ କରିପାରିବେ । ଫେବ୍ରୁଆରୀ ୧୫ରୁ ଏପ୍ରିଲ ୪ ମଧ୍ୟରେ ହୋଇଥିଲା ପରୀକ୍ଷା।

ଚଳିତ ବର୍ଷ ୧୬ଲକ୍ଷ ୩୩ହଜାର ୭୩୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ସେଥିମଧ୍ୟରୁ ୧୬ଲକ୍ଷ ୨୧ହଜାର ୨୨୪ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁଥିରୁ ୧୪ଲକ୍ଷ ୨୬ହଜାର ୪୨୦ ଛାତ୍ରଛାତ୍ରୀ ପାସ୍‍ କରିଛନ୍ତି ।

Central Board of Secondary Education (CBSE) declares Class XII results.

CBSE Class 12 results: 88.39% of students pass the board exams. Passing percentage increased by 0.41% since last year.

Girls outshine boys by over 5.94% points; over 91% girls passed the exam. pic.twitter.com/LjDqMa4iw8

— ANI (@ANI) May 13, 2025

ଆଜିଠୁ ଆରମ୍ଭ ହେଉଛି ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ସମୁଦାୟ ୩୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବେ ପରୀକ୍ଷା
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭାରତ ସମେତ ୨୬ଟି ଦେଶରେ ସମୁଦାୟ ୩୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଉଭୟ ପରୀକ୍ଷା ସକାଳ ୧୦.୩୦ରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୩ ତାରିଖରେ ଶେଷ ହେଉଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୨ ତାରିଖରେ ଶେଷ ହେବ।

ପରୀକ୍ଷା କେନ୍ଦ୍ର ମଧ୍ୟରେ ଦୂରତା ଓ ଯାତାୟତ ସୁବିଧାକୁ ଦୃଷ୍ଟିରେ ରଖି ସକାଳ ୧୦ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ୧୦ଟା ପରେ ପହଞ୍ଚିଲେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ବୋର୍ଡ ସୂଚନା ଦେଇଛି। ଦିଲ୍ଲୀରେ ଯାତାୟତରେ ସାମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ପରୀକ୍ଷାର ପୂର୍ବ ପ୍ରସ୍ତୁତି ପୂର୍ବକ ସାମାଜିକ ଗଣମାଧ୍ୟମରେ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ବୋର୍ଡ ସତର୍କ ସୂଚନା ଜାରିକରିଛି। ସିବିଏସ୍‌ଇ ନାମ ଓ ଲଗୋ ବ୍ୟବହାର କରି ନକଲି ଆକାଉଣ୍ଟ ଖୋଲିଥିବା ୩୦ଟି ଆକାଉଣ୍ଟର ତାଲିକା ଜାରି କରିଛି। ଗୁଜବ ଠାରୁ ଦୂରେଇ ରହି କେବଳ ବୋର୍ଡର ଅଫିସିଆଲ୍‌ ‘ଏକ୍ସ’ ଆକାଉଣ୍ଟ ଅମଭଗ୍ଦରସଦ୍ଭୟସବ୨୯ କୁ ଅନୁସରଣ କରିବାକୁ ସୂଚନା ଜାରି କରାଯାଇଛି। ସିବିଏସ୍‌ଇ ପରୀକ୍ଷା ଆରମ୍ଭ ହେବାର ଗୋଟିଏ ଦିନ ପରେ ଅର୍ଥାତ ଶୁକ୍ରବାର ଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ସେହିପରି ସିଏଚ୍‌ଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୨୦ତାରିଖରୁ ଆରମ୍ଭ ହେବ।

ପ୍ରକାଶ ପାଇଲା ‘ସିବିଏସ୍‌ଇ’ ଦଶମଶ୍ରେଣୀ ପରୀକ୍ଷା ଫଳ, ଚଳିତବର୍ଷ ମୋଟ ପାସ୍‌ ହାର ୯୩.୧୨ ପ୍ରତିଶତ
ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଚଳିତବର୍ଷ ମୋଟ ପାସ୍ ହାର ରହିଛି ୯୩.୧୨ ପ୍ରତିଶତ । ଗତବର୍ଷ ଅପେକ୍ଷା ୧.୨୮ ପ୍ରତିଶତ କମ୍ ରହିଛି ପାସ୍‌ ହାର । ଝିଅଙ୍କ ପାସ୍ ହାର ୯୪.୨୫% ରହିଥିବାବେଳେ ପୁଅଙ୍କ ପାସ୍ ହାର ରହିଛି ୯୨.୨୭% । ୯୯.୯୧% ପାସ୍ ହାର ସହ ତ୍ରିବେନ୍ଦ୍ରମ୍ ରିଜିଅନ୍ ଶୀର୍ଷରେ ରହିଛି । ଭୁବନେଶ୍ୱର ରିଜିଅନ ପାସ୍ ହାର ୯୩.୬୪ ପ୍ରତିଶତ ରହିଛି । cbseresults.nic.inରେ ରେଜଲ୍ଟ ଉପଲବ୍ଧ । cbse.nic.in ରେ ମଧ୍ୟ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।

ସେହିପରି କିଛି ସମୟ ପୂର୍ବରୁ ପ୍ରକାଶ ପାଇଥିଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । ଦ୍ବାଦଶ ଶ୍ରେଣୀରେ ଚଳିତବର୍ଷ ମୋଟ ପାସ୍ ହାର ୮୭.୩୩ ପ୍ରତିଶତ ରହିଛି । ଝିଅଙ୍କ ପାସହାର ୯୦.୬୮ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୪.୬୭ ରହିଛି । ଗତ ଥର ଅପେକ୍ଷା ଏଥର ପାସ୍ ହାର କମ୍ ରହିଛି ।

ଫେବୃଆରୀ ୧୫ରୁ ସିବିଏସଇର ଦଶମ ଓ ଦ୍ବାଦଶ ପରୀକ୍ଷା
ଭୁବନେଶ୍ବର: CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଫେବୃଆରୀ ୧୫ରୁ CBSEର ଦଶମ ଓ ଦ୍ବାଦଶ ଶ୍ରେଣୀ ପରକ୍ଷା ଆରମ୍ଭ ହୋଇ ୫ ଏପ୍ରିଲ ଯାଏ ଚାଲିବ। ତେବେ ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ ଶେଷ ହେବ। ସେହିପରି ଦ୍ବାଦଶ ପରୀକ୍ଷା ଏପ୍ରଲ ୫ରେ ଶେଷ ହେବ ।  ତେବେ ଜାନୁଆରୀ ୨ ରୁ ୧୪ ତାରିଖ ଯାଏ ପ୍ରକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦.୩୦ମିନିଟରୁ ଆରମ୍ଭ ହେବ ପରୀକ୍ଷା । ଏ ନେଇ CBSE ପକ୍ଷରୁ ବିସ୍ତୃତ ପରୀକ୍ଷା ସୂଚୀ cbse.gov.in ୱେବସାଇଟରେ ପ୍ରକାଶ ପାଇଛି।

ଫେବୃଆରୀ ୧୫ରୁ ହୋଇପାରେ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାନୁଆରୀ ଶେଷ ସପ୍ତାହରେ ଆରମ୍ଭ ହେବ ପ୍ରାକ୍ଟିକାଲ୍‍
ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଆସନ୍ତା ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଜାନୁଆରୀ ଶେଷ ସପ୍ତାହରେ ପ୍ରାକ୍ଟିକାଲ୍‍ ପରୀକ୍ଷା ଅନୁଷ୍ଠିତ ହେବ। ଯଦିଓ ସିବିଏସଇ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନି, ହେଲେ ଫେବୃଆରୀ ଦ୍ୱିତୀୟ ସପ୍ତାହରୁ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଜାନୁଆରୀ ସୁଦ୍ଧା ପିଲାଙ୍କ ପ୍ରି ବୋର୍ଡ଼ ପରୀକ୍ଷା ମଧ୍ୟ ଶେଷ କରିବା ପାଇଁ ସିବିଏସଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

ସୂଚନାଥାଉକି, ଚଳିତ ବର୍ଷ ଛାତ୍ରଛାତ୍ରୀ କେବଳ ଗୋଟିଏ ବୋର୍ଡ଼ ପରୀକ୍ଷା ଦେବେ। ପୂର୍ବ ବର୍ଷ ଭଳି ଦୁଇଟି ଟର୍ମର ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବ ନାହିଁ। ୨୦୨୩ ବର୍ଷର ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାପାଇଁ ପାଖାପାଖି ୩୪ ଲକ୍ଷ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ସୂଚନା ମିଳିଛି।

ତାନ୍ୟା ସିଂହ ଓ ଯୁବାକ୍ଷୀ ବିଗ୍ ସିବିଏସ୍‌ଇ ଦ୍ୱାଦଶ ଟପ୍ପର, ରଖିଛନ୍ତି ୫୦୦ରୁ ୫୦୦ ମାର୍କ
ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇଛି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । ଚଳିତ ବର୍ଷ ପାସ୍ ହାର ୯୨.୭୧ % ରହିଛି । ତେବେ ସିବିଏସ୍‌ଇ ଦ୍ୱାଦଶରେ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ଦ୍ୱାଦଶରେ ୯୪.୫୪% ଛାତ୍ରୀ ପାସ୍ କରିଥିବାବେଳେ ୯୧.୨୫ % ଛାତ୍ର ପାସ୍ କରିଛନ୍ତି । ସେହିପରି ୩୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ୯୫% ରୁ ଅଧିକ ନମ୍ବର ରଖିଛନ୍ତି । ଚଳିତ ବର୍ଷ ଦେଶରେ ମୋଟ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଛାତ୍ରଛାତ୍ରୀ ସିବିଏସଇ ଦ୍ୱାଦଶ ପରୀକ୍ଷା ଦେଇଥିଲେ । ପ୍ରକାଶ ପାଇଥିବା ରେଜଲ୍ଟରୁ ତ୍ରିଭେନ୍ଦ୍ରମ୍ ରିଜିଅନରେ ସର୍ବାଧିକ ୯୮.୮୩% ପାସ୍ ରହିଛି । ସେହିପରି ଭୁବନେଶ୍ୱର ରିଜିୟନରେ ପାସ୍ ହାର ୯୦.୩୭% ରହିଛି ।

ତେବେ ସିବିଏସଇ ଟପ୍ପରଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗିରହିଛି କାରଣ ଦୁଇଜଣ ଛାତ୍ରୀ ଏଥର ୫୦୦ ରୁ ୫୦୦ ମାର୍କ ରଖି ଦେଶରେ ରେକର୍ଡ କରିଛନ୍ତି। ଉତ୍ତରପ୍ରଦେଶ ନୋଇଡାର ଯୁବାକ୍ଷୀ ବିଗ୍ ସିବିଏସଇ ୧୨ଶ ଶ୍ରେଣୀ ପରୀକ୍ଷାରେ ପରଫେକ୍ସ ରେଜଲ୍ଟ ହାସଲ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପରଫେକ୍ଟ ରେଜଲ୍ଟ ଅର୍ଥ ସେ ମୋଟ ୫୦୦ ମାର୍କରୁ ୫୦୦ ହାସଲ କରିଛନ୍ତି ।ନୋଇଡା ଆମିଟି ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ ଯୁବାକ୍ଷୀ ସିବିଏସଇ ୧୨ଶ ପରୀକ୍ଷାରେ ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ, ସାଇକୋଲୋଜୀ (ମନସ୍ତତ୍ତ୍ବ) ଓ ଚିତ୍ରକଳା ପରୀକ୍ଷା ଦେଇଥିଲେ । ଏସବୁ ପେପରରେ ସେ ୧୦୦ରୁ ୧୦୦ ମାର୍କ ରଖିଛନ୍ତି । ଫଳରେ ମୋଟ ୫୦୦ ମାର୍କରୁ ସେ ୫୦୦ ରଖିପାରିଛନ୍ତି ।

ସେହିପରି ୫୦୦ ମାର୍କରୁ ୫୦୦ ସ୍କୋର କରି ସାରା ଦେଶରେ ଟପ୍ପର ହୋଇଛନ୍ତି ଉତ୍ତର ପ୍ରଦେଶର ବୁଲନ୍ଦଶହରର ଛାତ୍ରୀ ତାନ୍ୟା ସିଂହ। ବୁଲନ୍ଦଶହରର ଡିଏଭି ପବ୍ଲିକ ସ୍କୁଲ(ଡିପିଏସ୍‌)ର ଛାତ୍ରୀ ତାନ୍ୟା ସବୁ ବିଷୟରେ ୧୦୦ ଲେଖାଏ ମାର୍କ ରଖିଥିବା ତାଙ୍କ ପ୍ରିନ୍ସିପାଲ ସୂଚନା ଦେଇଛନ୍ତି।ଏହି ରେଜଲ୍ଟ ପରେ ଡିପିଏସ୍‌ରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି। ତାନ୍ୟା କହିଛନ୍ତି, “ମୁଁ ଡିପିଏସ୍‌ର ଛାତ୍ରୀ। ସମସ୍ତଙ୍କ ସହଯୋଗ ଯୋଗୁ ମୋତେ ଏହି ସଫଳତା ମିଳିଛି। ମୁଁ ୫୦୦ରୁ ୫୦୦ ମାର୍କ ରଖିଛି। ଏଥିସହ ସର୍ବଭାରତୀୟ ସ୍ତରରରେ ଯୁଗ୍ମ ଟପ୍ପର ହୋଇଛି।

ଏହି ଡିପିଏସ୍‌ ସ୍କୁଲର ଆଉ ଜଣେ ଛାତ୍ରୀ ଭୂମିକା ଗୁପ୍ତା ୫୦୦ରୁ ୪୯୯ ମାର୍କ ରଖିଛନ୍ତି। ସେହିପରି ଆଉ ଜଣେ ଛାତ୍ରୀ ସୌମ୍ୟା ନାମଦେବ ୪୯୭ ମାର୍କ ରଖିଛନ୍ତି। ନିଜର ଏହି ସଫଳତା ପରେ ତାନ୍ୟା, ଭୂମିକା ଓ ସୌମ୍ୟା ବେଶ ଖୁସି ରହିଛନ୍ତି। ଡିପିଏସ୍‌ ସ୍କୁଲର ୨୫୦ ଜଣ ପିଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସ୍କୁଲ ସବୁ ପିଲା କୃର୍ତ୍ତକାର୍ୟ୍ୟ ହୋଇଛନ୍ତି।ଦେଶର ମୋଟ ୧୪ ଲକ୍ଷ ୩୫ ହଜାର ୩୬୬ ଛାତ୍ରଛାତ୍ରୀ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩,୩୦,୬୬୨ ଜଣ ପିଲା ପାସ କରିଛନ୍ତି। ଦ୍ୱାଦଶ ଶ୍ରେଣୀରେ ମୋଟ୍ ୯୨.୭୧ ପ୍ରତିଶତ ପିଲା ପାସ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ପୁଣି ବାଜି ମାରିଛନ୍ତି। ଛାତ୍ରୀଙ୍କ ପାସ ହାର ୯୪.୫୪% ଥିବା ବେଳେ ୯୧.୨୫% ଛାତ୍ର ପାସ୍ କରିଛନ୍ତି।

ସୂଚନାଯୋଗ୍ୟ ପିଲାଙ୍କ ମଧ୍ୟରେ ଅଯଥା ପ୍ରତିଯୋଗିତାକୁ ରୋକିବାକୁ ସିବିଏସଇ ପକ୍ଷରୁ ଟପ୍ପର ତାଲିକା ପ୍ରକାଶ କରାଯାଏ ନାହିଁ । ତେବେ ପରଫେକ୍ଟ ରେଜଲ୍ଟ ହାସଲ କରିଥିବାରୁ ତାଙ୍କୁ ଅନୌପଚାରିକ ଭାବେ ସିବିଏସଇ ଟପ୍ପର ବୋଲି କୁହାଯାଉଛି ।

ସିବିଏସଇର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣା: ପିଲାଙ୍କୁ ମିଳିଲା ଫୁଲ ମାର୍କ
ନୂଆଦିଲ୍ଲୀ: ଭୁଲ ପ୍ରଶ୍ନ ପାଇଁ ମିଳିଲା ଫୁଲ ମାର୍କ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ସିବିଏସଇର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାର ସମାଧନ ହୋଇଛି। ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ଫୁଲ୍ ମାର୍କ ମିଳିଲା। ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ଫୁଲ୍ ମାର୍କ ଦେଇଛି ସିବିଏସ୍ଇ। ଫଳରେ ୨୮ ହଜାର ୩୧୦ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ସଂଶୋଧିତ ମାର୍କ ବିଦ୍ୟାଳୟକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ସିବିଏସ୍‌ଇ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀଙ୍କୁ କମ୍‌ ମାର୍କ ମିଳିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।  ଏ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା ଓ ଏହି କମିଟି ତ୍ରୁଟି ଅନୁଧ୍ୟାନ କରିଥିଲେ। ପରେ ରିପୋର୍ଟ ଆଧାରରେ ସିବିଏସ୍ଇ ଦଶମ ଶ୍ରେଣୀ ଓଡିଆ ବିଷୟର ଓଏମଆର ଗୁଡ଼ିକୁ ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ସଠିକ୍ ଉତ୍ତର ସହ ମୂଲ୍ୟାଙ୍କନ କରାଯାଇଥିଲା।

ଏପ୍ରିଲ ୨୬ରୁ ସିବିଏସଇର ଦଶମ ଓ ଦ୍ବାଦଶ ଟର୍ମ-୨ ପରୀକ୍ଷା
ନୂଆଦିଲ୍ଲୀ: ଏପ୍ରିଲପ ୨୬ରୁ ସିବିଏସଇର ଟର୍ମ-୨ ପରୀକ୍ଷା । ଏପ୍ରିଲ ୨୬ରୁ ଉଭୟ ଦଶମ ଓ ଦ୍ବାଦଶ ଟର୍ମ-୨ ପରୀକ୍ଷା ହେବ । ଦୁଇଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ହେବ ପରୀକ୍ଷା । ସକାଳ ୧୦.୩୦ମିନିଟରୁ ଆରମ୍ଭ ହେବ ପରୀକ୍ଷା । ଏ ନେଇ CBSE ପକ୍ଷରୁ ବିସ୍ତୃତ ପରୀକ୍ଷା ସୂଚୀ cbse.gov.in ୱେବସାଇଟରେ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଦଶମ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହୋଇ ମଇ ୨୪ରେ ଶେଷ ହେବ । ସେହିପରି ଦ୍ବାଦଶ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ଜୁନ୍ ୧୫ରେ ସମାପ୍ତ ହେବ।

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ
ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ପାସ ହାର ରହିଛି ୯୯.୦୪ ପ୍ରତିଶତ । ଛାତ୍ରଛାତ୍ରୀମାନେ cbseresults.nic.in ଓ cbse.gov.iରୁ ନିଜ ପରୀକ୍ଷାଫଳ ଜାଣି ପାରିବେ । ଚଳିତବର୍ଷ କରୋନା ଯୋଗୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି । ଏନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

କୋଭିଡ ଯୋଗୁ ଇଣ୍ଟରନାଲ ଆସେସମେଣ୍ଟ ଭିତ୍ତିରେ ଚଳିତ ବର୍ଷ ମୂଲ୍ୟାୟନ କରାଯାଇଥିଲା। ଇଣ୍ଟରନାଲ ଆସେସମେଣ୍ଟ କ୍ଷେତ୍ରରେ ପ୍ରତ୍ୟେକ ବିଷୟ ସକାଶେ ୨୦ ଲେଖାଁଏ ମାର୍କ ଏବଂ ସମ୍ପନ୍ନ ହୋଇଥିବା ବିଭିନ୍ନ ଟେଷ୍ଟ ବା ପରୀକ୍ଷାରେ ପିଲା ରଖିଥିବା ମାର୍କକୁ ଆଧାର କରି ୮୦ ମାର୍କର ମୂଲ୍ୟାୟନ କରାଯାଇଥିଲା। ପ୍ରି-ବୋର୍ଡ, ମିଡ-ଟର୍ମ ଓ ପ୍ରି-ବୋର୍ଡ ପରୀକ୍ଷାରେ ପିଲା ରଖିଥିବା ମାର୍କ ଅନୁସାରେ ମୂଲ୍ୟାୟନ କରାଯାଇଥିଲା। ବିକଳ୍ପ ମୂଲ୍ୟାୟନ କରିବା ଲାଗି ସ୍କୁଲଗୁଡିକୁ ସିବିଏସଇ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ଦେଶରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ। କୋଭିଡ ନେଇ ପରୀକ୍ଷା ବାତିଲ ହୋଇଥିଲା।