10TH - The Sakala

ମାଟ୍ରିକ୍‌ ଫର୍ମ ପୂରଣ ଅବଧି ନଭେମ୍ବର ୨୮ ଯାଏଁ ବୃଦ୍ଧି..
କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ବୋର୍ଡ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି। ​ପୂର୍ବରୁ ଫର୍ମ ପୂରଣର ଶେଷ ତାରିଖ ନଭେମ୍ବର ୨୨କୁ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଏହାକୁ ନଭେମ୍ବର ୨୮ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟଗୁଡ଼ିକର ସୁବିଧାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବର୍ଦ୍ଧିତ ସମୟସୀମା ମଧ୍ୟରେ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଫର୍ମ ପୂରଣ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜୁଲାଇ ୯ରେ ମିଳିବ ମାଟ୍ରିକ ପ୍ରମାଣପତ୍ର, ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ କରିପାରିବେ ସଂଶୋଧନ
ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଜୁଲାଇ ୨ ଏବଂ ୩ ତାରିଖରେ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ସମସ୍ତ ଜିଲ୍ଲାର ସଦର ମହକୁମାରେ ପ୍ରମାଣପତ୍ର ବିତରଣ କେନ୍ଦ୍ର କରାଯାଇଛି। ପ୍ରଧାନ ଶିକ୍ଷକମାନେ ଆବଶ୍ୟକ ତଥ୍ୟ ଦେଇ କୃତୀ ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ର ନେଇପାରିବେ। ବିଦ୍ୟାଳୟରେ ଜୁଲାଇ ୯ ତାରିଖ ଦିନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରମାଣପତ୍ର ପ୍ରଦାନ କରାଯିବ। ପ୍ରମାଣପତ୍ରରେ କୌଣସି ତ୍ରୁଟି ଥିଲେ କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ସଂଶୋଧନ କରାଯାଇପାରିବ। ଜୁଲାଇ ୧୨ ରୁ ୨୨ ତାରିଖ ମଧ୍ୟରେ ସଂଶୋଧନ କରିପାରିବେ। ପ୍ରମାଣପତ୍ର ମୁଦ୍ରଣ ପାଇଁ ନିର୍ଦ୍ଧାରିତ ଫି’ ଦେଇ ସଂଶୋଧନ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ମାନେ ପ୍ରମାଣପତ୍ର ବଣ୍ଟନ ପ୍ରକ୍ରିୟାର ତଦାରଖ କରିବେ। କୌଣସି ଅସୁବିଧା ହେଲେ ତୁରନ୍ତ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପରାମର୍ଶ ଦିଆଯାଇଛି।

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା(ପ୍ରଥମ), ମଧ୍ୟମା ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ୩୦ଟି କେନ୍ଦ୍ର କରାଯାଇଛି। କଟକ ଜିଲା ପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏହି ପ୍ରମାଣପତ୍ର ପ୍ରଦାନ କରାଯିବ। ସେହିପରି ଖୋର୍ଦ୍ଧାରେ ଭୁବନେଶ୍ୱରସ୍ଥିତ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ବାଲେଶ୍ୱରରେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ଗଞ୍ଜାମରେ ବ୍ରହ୍ମପୁର ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ସମ୍ୱଲପୁରରେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ କୋରାପୁଟରେ ଜୟପୁରସ୍ଥିତ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ପ୍ରମାଣପତ୍ର ବିତରଣ କେନ୍ଦ୍ର କରାଯାଇଛି। ଅନୁଗୁଳ, ରାୟଗଡା, ନବରଙ୍ଗପୁର, ଝାରସୁଗୁଡା, ବୌଦ୍ଧ ଏବଂ କନ୍ଧମାଳରେ ଡିଇଓଙ୍କ କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯାଇଛି। ଜଗତସିଂହପୁରରେ ଏସ.କେ ଏକାଡେମୀ, କେନ୍ଦ୍ରାପଡାରେ ଦୁହୁରିଆସ୍ଥିତ ରତ୍ନାକର ଉଚ୍ଚ ବିଦ୍ୟାଳୟ, ଯାଜପୁରରେ ଜିଲ୍ଲା ହାଇସ୍କୁଲ, ଢେଙ୍କାନାଳରେ ବି.ବି ଉଚ୍ଚ ବିଦ୍ୟାଳୟ, ପୁରୀରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ନୟାଗଡରେ ବ୍ରଜେନ୍ଦ୍ର ହାଇସ୍କୁଲ, ଭଦ୍ରକରେ ଜିଲା ହାଇସ୍କୁଲ, କେନ୍ଦୁଝରରେ ଏନ.ଏସ ପୁଲିସ ଉଚ୍ଚ ବିଦ୍ୟାଳୟ, ମୟୂରଭଞ୍ଜରେ ଏମ.କେ.ସି ଉଚ୍ଚ ବିଦ୍ୟାଳୟ, ଗଜପତିରେ ପାରଳାଖେମୁଣ୍ଡିସ୍ଥିତ ପୁରୁଣା ଡିସିପି କାର୍ଯ୍ୟାଳୟ, କଳାହାଣ୍ଡି ପାଇଁ ଭବାନୀପାଟଣାସ୍ଥିତ ବି.ଏମ ହାଇସ୍କୁଲ, ନୂଆପଡାରେ ନ୍ୟାସନାଲ ହାଇସ୍କୁଲ,ବରଗଡରେ ଜର୍ଜ ଉଚ୍ଚ ବିଦ୍ୟାପୀଠ, ଦେବଗଡରେ ଆରବିଡି ହାଇସ୍କୁଲ, ବଲାଙ୍ଗୀର ପାଇଁ ପି.ଆର ହାଇସ୍କୁଲ, ସୁବର୍ଣ୍ଣପୁର ପାଇଁ ସୋନପୁରସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏବଂ ସୁନ୍ଦରଗଡରେ ବିଏସ ହାଇସ୍କୁଲରେ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଫେବୃଆରୀ ୧୫ରୁ ସିବିଏସଇର ଦଶମ ଓ ଦ୍ବାଦଶ ପରୀକ୍ଷା
ଭୁବନେଶ୍ବର: CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଫେବୃଆରୀ ୧୫ରୁ CBSEର ଦଶମ ଓ ଦ୍ବାଦଶ ଶ୍ରେଣୀ ପରକ୍ଷା ଆରମ୍ଭ ହୋଇ ୫ ଏପ୍ରିଲ ଯାଏ ଚାଲିବ। ତେବେ ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ ଶେଷ ହେବ। ସେହିପରି ଦ୍ବାଦଶ ପରୀକ୍ଷା ଏପ୍ରଲ ୫ରେ ଶେଷ ହେବ ।  ତେବେ ଜାନୁଆରୀ ୨ ରୁ ୧୪ ତାରିଖ ଯାଏ ପ୍ରକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦.୩୦ମିନିଟରୁ ଆରମ୍ଭ ହେବ ପରୀକ୍ଷା । ଏ ନେଇ CBSE ପକ୍ଷରୁ ବିସ୍ତୃତ ପରୀକ୍ଷା ସୂଚୀ cbse.gov.in ୱେବସାଇଟରେ ପ୍ରକାଶ ପାଇଛି।

ଫେବୃଆରୀ ୧୫ରୁ ହୋଇପାରେ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାନୁଆରୀ ଶେଷ ସପ୍ତାହରେ ଆରମ୍ଭ ହେବ ପ୍ରାକ୍ଟିକାଲ୍‍
ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଆସନ୍ତା ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଜାନୁଆରୀ ଶେଷ ସପ୍ତାହରେ ପ୍ରାକ୍ଟିକାଲ୍‍ ପରୀକ୍ଷା ଅନୁଷ୍ଠିତ ହେବ। ଯଦିଓ ସିବିଏସଇ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନି, ହେଲେ ଫେବୃଆରୀ ଦ୍ୱିତୀୟ ସପ୍ତାହରୁ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଜାନୁଆରୀ ସୁଦ୍ଧା ପିଲାଙ୍କ ପ୍ରି ବୋର୍ଡ଼ ପରୀକ୍ଷା ମଧ୍ୟ ଶେଷ କରିବା ପାଇଁ ସିବିଏସଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

ସୂଚନାଥାଉକି, ଚଳିତ ବର୍ଷ ଛାତ୍ରଛାତ୍ରୀ କେବଳ ଗୋଟିଏ ବୋର୍ଡ଼ ପରୀକ୍ଷା ଦେବେ। ପୂର୍ବ ବର୍ଷ ଭଳି ଦୁଇଟି ଟର୍ମର ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବ ନାହିଁ। ୨୦୨୩ ବର୍ଷର ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାପାଇଁ ପାଖାପାଖି ୩୪ ଲକ୍ଷ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ସୂଚନା ମିଳିଛି।

ସିବିଏସଇର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣା: ପିଲାଙ୍କୁ ମିଳିଲା ଫୁଲ ମାର୍କ
ନୂଆଦିଲ୍ଲୀ: ଭୁଲ ପ୍ରଶ୍ନ ପାଇଁ ମିଳିଲା ଫୁଲ ମାର୍କ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ସିବିଏସଇର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାର ସମାଧନ ହୋଇଛି। ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ଫୁଲ୍ ମାର୍କ ମିଳିଲା। ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ଫୁଲ୍ ମାର୍କ ଦେଇଛି ସିବିଏସ୍ଇ। ଫଳରେ ୨୮ ହଜାର ୩୧୦ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ସଂଶୋଧିତ ମାର୍କ ବିଦ୍ୟାଳୟକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ସିବିଏସ୍‌ଇ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀଙ୍କୁ କମ୍‌ ମାର୍କ ମିଳିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।  ଏ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା ଓ ଏହି କମିଟି ତ୍ରୁଟି ଅନୁଧ୍ୟାନ କରିଥିଲେ। ପରେ ରିପୋର୍ଟ ଆଧାରରେ ସିବିଏସ୍ଇ ଦଶମ ଶ୍ରେଣୀ ଓଡିଆ ବିଷୟର ଓଏମଆର ଗୁଡ଼ିକୁ ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦିତ ହୋଇଥିବା ସଠିକ୍ ଉତ୍ତର ସହ ମୂଲ୍ୟାଙ୍କନ କରାଯାଇଥିଲା।

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ
ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ପାସ ହାର ରହିଛି ୯୯.୦୪ ପ୍ରତିଶତ । ଛାତ୍ରଛାତ୍ରୀମାନେ cbseresults.nic.in ଓ cbse.gov.iରୁ ନିଜ ପରୀକ୍ଷାଫଳ ଜାଣି ପାରିବେ । ଚଳିତବର୍ଷ କରୋନା ଯୋଗୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି । ଏନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

କୋଭିଡ ଯୋଗୁ ଇଣ୍ଟରନାଲ ଆସେସମେଣ୍ଟ ଭିତ୍ତିରେ ଚଳିତ ବର୍ଷ ମୂଲ୍ୟାୟନ କରାଯାଇଥିଲା। ଇଣ୍ଟରନାଲ ଆସେସମେଣ୍ଟ କ୍ଷେତ୍ରରେ ପ୍ରତ୍ୟେକ ବିଷୟ ସକାଶେ ୨୦ ଲେଖାଁଏ ମାର୍କ ଏବଂ ସମ୍ପନ୍ନ ହୋଇଥିବା ବିଭିନ୍ନ ଟେଷ୍ଟ ବା ପରୀକ୍ଷାରେ ପିଲା ରଖିଥିବା ମାର୍କକୁ ଆଧାର କରି ୮୦ ମାର୍କର ମୂଲ୍ୟାୟନ କରାଯାଇଥିଲା। ପ୍ରି-ବୋର୍ଡ, ମିଡ-ଟର୍ମ ଓ ପ୍ରି-ବୋର୍ଡ ପରୀକ୍ଷାରେ ପିଲା ରଖିଥିବା ମାର୍କ ଅନୁସାରେ ମୂଲ୍ୟାୟନ କରାଯାଇଥିଲା। ବିକଳ୍ପ ମୂଲ୍ୟାୟନ କରିବା ଲାଗି ସ୍କୁଲଗୁଡିକୁ ସିବିଏସଇ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ଦେଶରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ। କୋଭିଡ ନେଇ ପରୀକ୍ଷା ବାତିଲ ହୋଇଥିଲା।

ଆଜି ଦିନ ୧୨ଟାରେ ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ଦିନ ୧୨ଟାରେ ଘୋଷଣା ହେବ ରେଜଲ୍ଟ । ଏନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ cbseresults.nic.in ଓ cbse.gov.iରୁ ନିଜ ପରୀକ୍ଷାଫଳ ଜାଣି ପାରିବେ । ଚଳିତବର୍ଷ କରୋନା ଯୋଗୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇବ ।

ରେଲଓ୍ବେ ଆଣିଛି ବଡ ନିଯୁକ୍ତି: ଦଶମ ପାସ ସହ ଆଇଟିଆଇ ଛାତ୍ରଛାତ୍ରୀମାନେ କରିପାରିବେ ଆବେଦନ
ଭୁବନେଶ୍ବର: ରେଲଓ୍ବେ ଆଣିଛି ବଡ ନିଯୁକ୍ତି ସୁଯୋଗ। ଭାରତୀୟ ରେଳବାଇ ପକ୍ଷରୁ ଏ ନେଇ ବିଜ୍ଞପ୍ତି  ପ୍ରକାଶ ପାଇଛି। ଏହି ନିଯୁକ୍ତି ଓ୍ବେଷ୍ଟର୍ଣ୍ଣ ରେଲଓ୍ବେ ପକ୍ଷରୁ ଜାରି କରାଯାଇଛି। ଇଚ୍ଛୁକ ଥିବା ସମସ୍ତ ଛାତ୍ରଛାତ୍ରୀ ରେଲଓ୍ବେର ଅଫିସିଆଲ ଓ୍ବେବସାଇଟକୁ ଯାଇ ଆବେଦନ କରିପାରିବେ। ଅଫିସିଆଲ ଓ୍ବେବସାଇଟଟି ହେଉଛି https://www.rrc-wr.com । ଆବେଦନ ପକ୍ରିୟା ଆଜିଠୁ ଅର୍ଥାତ ୨୫ ମେ ଦିନ ୧୧ଟାରୁ ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ୨୪ ଜୁନ ୨୦୨୧ ସନ୍ଧ୍ୟା ୫ଟା ଯାଏ ରହିଛି। ଆବେଦନ ପାଇଁ ଆପ୍ଲିକେସନ ଫି ୧୦୦ ଟଙ୍କା ରହିଥିବା ବେଳେ ଭିନ୍ନକ୍ଷମ, ଏସସି ଓ ଏସସଟି ବର୍ଗର ମହିଳା ଆବେଦନକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିଛି।

ମୋଟ ୩,୫୯୧ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ବିଭିନ୍ନ ଟ୍ରେଡ ପାଇଁ ବାଣ୍ଟି ହୋଇ ରହିଛି। ଏହାକୁ ଆବେଦନ କରିବାକୁ ହେଲେ ୧୦ ପାସ ସହ ୫୦ ପ୍ରତିଶତ ମାର୍କ ରହିଥିବା ଦରାକାର। ଏଥିସହ ଆଇଟିଆଇ ସାର୍ଟିଫିକେଟ ଥିବା ମଧ୍ୟ ଜରୁରୀ। ଏଥିପାଇଁ ବୟସ ସମୟ ସୀମା ୧୫ରୁ ୨୪ ବର୍ଷ ରହିଛି।

ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ବାଦଶ ସ୍ଥଗିତ
ନୂଆଦିଲ୍ଲୀ: କରୋନା ପାଇଁ  ସିବିଏସଇ ଦଶମ ପରୀକ୍ଷା ବାତିଲ କରାଯାଇଥିବା ବେଳେ ଦ୍ବାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ଏ ନେଇ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସେପଟେ ବର୍ତ୍ତମାନ ପାଇଁ ସିବିଏସଇ ଯୁକ୍ତ ୨ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଜୁନ ୧ରେ ବୈଠକ ବସିବା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ। ଯେବେ ପରୀକ୍ଷା ହେବ ତାର ୧୫ ଦିନ ପୂର୍ବରୁ ଛତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ।  ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରେମେଶ ପୋଖରିଆଲ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି।

2. The Board Exams for Class Xth to be held from 4th May to June 14th, 2021 are hereby cancelled. The results of Class Xth Board will be prepared on the basis of an objective criterion to be developed by the Board.

— Dr. Ramesh Pokhriyal Nishank (@DrRPNishank) April 14, 2021

The situation will be reviewed on 1st June 2021 by the Board, and details will be shared subsequently. A notice of at least 15 days will be given before the start of the examinations.

— Dr. Ramesh Pokhriyal Nishank (@DrRPNishank) April 14, 2021

ବୋର୍ଡ ଦ୍ବାରା ନିର୍ଦ୍ଦାରିତ ପଦ୍ଧତିରେ ଦଶମ ଶ୍ରେଣୀ ରେଜେଲ୍ଟ ପ୍ରକାଶ ପାଇବ। ଯଦି ଏହି ରେଜେଲ୍ଟରେ ଛାତ୍ରଛାତ୍ରୀମାନେ ଅସନୁଷ୍ଟ ଥାନ୍ତି ତେବେ ସେମାନେ  ପରୀକ୍ଷା ଦେଇପାରିବେ।