Chief minister naveen pattanik - The Sakala
ଭୁବନେଶ୍ବର: ମେ’ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍‌ ସୋ’ ରହିଛି । ରୋଡ୍‌ ସୋ’ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗଙ୍ଗନଗର ଛକରୁ ବାହାରିଥିବା ରୋଡ଼ ଶୋ’ LIC ଅଫିସ, ଗୋପବନ୍ଧୁ ଛକ, ଡିଏଭି ଛକ, HDFC ବ୍ୟାଙ୍କ ଛକ, ନୂଆସାହି, ବେହେରା ସାହି, ନିକୋ ପାର୍କ ଛକ,ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ ଯିବ। ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’ ବେଳେ ବ୍ୟାରିକେଡ଼ିଂ ବ୍ୟବସ୍ଥା କରାଯିବ। ସେହି ସମୟରେ ଲକ୍ଷାଧିକ ଲୋକ ଏକାଠି ହେବାକୁ ଥିବାରୁ କର୍ଡନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ରୋଡ୍‌ ସୋ’ ସମୟରେ ସିନିୟର ପୁଲିସ ଅଫିସର ମାନେ ଉପସ୍ଥିତ ରହିବେ। ଉଚ୍ଚ ବିଲ୍ଡିଂ ମାନଙ୍କରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ରହିବେ ବୋଲି ଭୁବନେଶ୍ବର ଡ଼ିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।
କନିଷିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର, ବିରୋଧୀଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡଆନ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା କନିଷିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ। କହିଲେ ଆପଣମାନେ ଏତେ ଖରାରେ ଆସିଛନ୍ତି, ବହୁତ ବହୁତ ଧନ୍ୟବାଦ। ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ସେପଟେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡଆନ ନିଜର ଉଦବୋଧନରେ ବିଜେପିକୁ ଟାର୍ଗେଟ କରିଛନ୍ତି । ୨୦୧୪ରେ ବିଜେପି ଗୋଟିଏ ମେନିଫେଷ୍ଟୋ ଆଣିଥିଲେ ,ଅନେକ କାମ କରିବା କଥା କହିଥିଲେ । ପାଇଥିଲେ ୨୦ରୁ କମ ଆସନ । ୨୦୧୯ରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ୨୦,୨୧ ସିଟ୍ ପାଇଥିଲେ । ଏଥର ମଧ୍ୟ ସେମାନେ ମେନିଫେଷ୍ଟୋ ଆଣିଛନ୍ତି। ସେଥିରେ କିଛି ହେବାର ନାହିଁ । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମେନିଫେଷ୍ଟୋ ଆଣିବେ । ଆପଣ ମାନେ ମୁଖ୍ୟମନ୍ତ୍ରୀଙ୍କ ମେନିଫେଷ୍ଟୋ ପ୍ରତିଶ୍ରୁତିକୁ ଘରେ ଘରେ ପହଞ୍ଚାଇବାର ପ୍ରତିଶ୍ରୁତି ଦିଅନ୍ତୁ । ଅନ୍ୟମାନେ ଯାହା କହିଲେ ବି କିଛି ଫରକ ପଡିବ ନାହିଁ । ଆମ ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି ଅଧିକ କାମ କରନ୍ତି । ବିରୋଧୀ ଦଳ ୨୪ ବର୍ଷ ହେଲା ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜି ପାରିନହାନ୍ତି। କାରଣ ସେମାନଙ୍କ ଡର ଯେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ସେମାନଙ୍କ ସିଟ୍ ସଂଖ୍ୟା କମିଯିବ । ମୋର ଅନୁରୋଧ ଆପଣ ମୁଖ୍ୟମନ୍ତ୍ରୀଙ୍କ ମେନିଫେଷ୍ଟୋକୁ ଘରେ ଘରେ ପହଂଚାଇବେ।
କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପରେ ବିରୋଧୀ ଶିବିରରେ ଛନକା
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଘୋଷଣା ହେବା ପରେ ଏବେ ଅନ୍ୟ ଦୁଇ ରାଜନୈତିକ ଦଳ କଂଗ୍ରେସ ଓ ବିଜେପିର ଅଙ୍କ ବିଗିଡ଼ି ଯାଇଥିବା ଚର୍ଚ୍ଚା ହେଉଛି। ଏହି ଆସନ ପାଇଁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡିର ଏହି ମାଷ୍ଟର୍‌ଷ୍ଟ୍ରୋକ୍‌ ସମସ୍ତଙ୍କୁ ଚକିତ କରିଛି। ସବୁବେଳେ ନୂଆ ସମୀକରଣ ସୃଷ୍ଟି ହେଉଥିବା ଏହି ନିର୍ବାଚନମଣ୍ଡଳୀରେ ଚଳିତଥର ପାଇଁ ପୁଣି ଏକ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।
କଣ୍ଟାବାଞ୍ଜି ଆସନଟି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ। ପ୍ରତି ନିର୍ବାଚନରେ ଏଠାରେ ନୂଆ ସମୀକରଣ ଦେଖିବାକୁ ମିଳିଥାଏ। ଏମିତିରେ ଚଳିତ ନିର୍ବାଚନରେ ଏହି ଆସନରୁ ଖୋଦ୍‌‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା ଘୋଷଣା ପରେ ବିଜେଡିରେ ଉତ୍ସାହ ଦେଖିବାକୁ ମିଳିଛି। କିନ୍ତୁ ବିରୋଧୀ ଶିବିରରେ ଏବେ ଭାଳେଣି ପଡ଼ିଥିବା ଚର୍ଚ୍ଚା ହେଉଛି। ଏହି ଆସନରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ଓ ବିଜେପିର ଲକ୍ଷ୍ମଣ ବାଗ। ଦୁଇଜଣ ଯାକ ରାଜ୍ୟ ରାଜନୀତିରେ ବରିଷ୍ଠ ନେତା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ମଇଦାନରେ ଟକ୍କର୍‌ ଦେବା ସେମାନଙ୍କ ପାଇଁ ଅଗ୍ନିପରୀକ୍ଷା ହେବ ବୋଲି କୁହାଯାଉଛି।
କଣ୍ଟାବାଞ୍ଜି ଏନଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ୍‌କୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ୩୩୪ଟି ମତଦାନ କେନ୍ଦ୍ର ରହିଛି। ନିର୍ବାଚନମଣ୍ଡଳୀରେ ସମୁଦାୟ ୨ଲକ୍ଷ ୭୪ ହଜାର ୬୯ମତଦାତା ରହିଥିବା ବେଳେ ଏଥିରେ ୧ଲକ୍ଷ ୩୮ ହଜାର ୭୫୦ ପୁରୁଷ, ୧ ଲକ୍ଷ ୩୫ ହଜାର ୨୪୭ ମହିଳା ଓ ୭୨ ଭିନ୍ନ ବର୍ଗର ଭୋଟର ରହିଛନ୍ତି। ଚଳିତ ନିର୍ବାଚନରେ ୬୩୮୮ଜଣ ନୂଆ ଭୋଟର ରହିଥିବା ବେଳେ ୩୮୫୬ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି। ଗତ ନିର୍ବାଚନଗୁଡ଼ିକରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରତି ନିର୍ବାଚନରେ ଭିନ୍ନ ସମୀକରଣ ଦେଖିବାକୁ ମିଳିଥାଏ। ୧୯୬୧ରୁ ୨୦୧୯ ମଧ୍ୟରେ ହୋଇଥିବା ନିର୍ବାଚନରେ କଂଗ୍ରେସର ଦବଦବା ରହି ଆସିଛି।
୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ୬୪୨୪୬ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ପାଇଥିଲେ ୬୪୧୧୮ ଖଣ୍ଡ ଭୋଟ। ସେହିପରି ବିଜେଡି ପ୍ରାର୍ଥୀ ଅଜୟ ଦାସ ୫୪୫୨୭ ଖଣ୍ଡ ଭୋଟ ପାଇଥିଲେ। ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଆୟୁବ ଖାନ ଏଠାରେ ବାଜି ମାରିଥିଲେ। ୨୦୦୯ ନିର୍ବାଚନରେ ଏହି ଆସନ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ହାତରେ ରହିଥିଲା। ଏହା ପୂର୍ବରୁ ୨୦୦୪ରେ ସ୍ୱାଧୀନ ଭାବେ ଲଢ଼ି ଆୟୁବ ଖାନ ବିଧାୟକ ହୋଇଥିବା ବେଳେ ୨୦୦୦ ଓ ୧୯୯୫ ନିର୍ବାଚନରେ ସନ୍ତୋଷ ସିଂ ସାଲୁଜା କଂଗ୍ରେସ ଦଳରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ। ୧୯୯୦ରେ ପ୍ରସନ୍ନ ପାଲ ଜନତା ଦଳରୁ ବିଧାୟକ ହୋଇଥିବା ବେଳେ ୧୯୮୫ ରେ ଚୈତନ୍ୟ ପ୍ରଧାନ ସ୍ୱାଧୀନ ଭାବେ ବିଧାୟକ ହୋଇଥିଲେ। ୧୯୭୭ ଓ ୧୯୮୦ ନିର୍ବାଚନରେ ପ୍ରସନ୍ନ ପାଲ କଂଗ୍ରେସରୁ ବିଧାୟକ ହୋଇଥିବା ବେଳେ ୧୯୭୪ରେ ସ୍ୱତନ୍ତ୍ର ପାର୍ଟିରୁ ରାମ ପ୍ରସାଦ ମିଶ୍ର, ୧୯୭୧ରେ ଅଚ୍ୟୁତାନନ୍ଦ ମହାନନ୍ଦ ଓ ୧୯୬୭ରେ ଲୋକନାଥ ରାଏ ବିଧାୟକ ହୋଇଥିଲେ। ସେହିପରି ଏହି ନିର୍ବାଚନମଣ୍ଡଳୀର ପ୍ରଥମ ବିଧାୟକ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ। ସେ ଗଣତନ୍ତ୍ର ପରିଷଦରୁ ନିର୍ବାଚନ ଲଢ଼ିଥିଲେ। ଏବେ ପୁଣି ଏହି ଆସନରୁ ଆଉ ଜଣେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବାକୁ ଯାଉଥିବାରୁ ସ୍ୱାଭାବିକ ଭାବେ ସମସ୍ତଙ୍କ ନଜର ଏହି ଆସନ ଉପରେ ରହିଛି।
ଜୟପୁରରେ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ବିଭିନ୍ନ ଜିଲ୍ଲାରେ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ମଧ୍ୟ ଶୁଭାରମ୍ଭ କରିଛନ୍ତି ।
୧୧ ଏକର ପରିମିତ ଏହି ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ପ୍ରାକୃତିକ ଫୁଟବଲ ପଡ଼ିଆ ଓ ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ରହିଛି। ୫୦୦ ଦର୍ଶକ ବସିବାର କ୍ଷମତା ରହିଛି । ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ସହିତ ଏକ ଜିମ୍ନାଷ୍ଟିକ୍ ସେଣ୍ଟର, ଅଲିମ୍ପିକ୍ ଆକାରର ସୁଇମିଂ ପୁଲ୍, ଦୁଇଟି ସିନ୍ଥେଟିକ୍ ଟେନିସ୍ କୋର୍ଟ ଏବଂ ଗୋଟିଏ ବାସ୍କେଟବଲ୍ କୋର୍ଟ ରହିଛି।
ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ପରିବେଶ ସୃଷ୍ଟି ଦିଗରେ ଓଡ଼ିଶା ନିଜର ପ୍ରୟାସକୁ ଅଧିକ ସୁଦୃଢ଼ କରିବା ସହିତ ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ଯେଉଁଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଯୋଗ, ଚେସ୍, ଭାରୋତ୍ତୋଳନ ଓ ଜିମ୍ ଆଦି କ୍ରୀଡ଼ା ପାଇଁ ସୁବିଧା ରହିଛି।
ଗାଁଠାରୁ ସହର ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍ଥାନରେ ବୃତ୍ତିଗତ କ୍ରୀଡାର ବିକାଶ ପାଇଁ 5T ଉପକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି।
ଏହି ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ସାହିତ କରିବ। ଦକ୍ଷିଣ ଓଡିଶାରେ କ୍ରୀଡାର ବିକାଶ ପାଇଁ ଏହି କମ୍ପ୍ଲେକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଏକ ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡା ଉପରେ ଅଧିକ ଗୁରୁତ୍ୱ ଦେଉଛୁ। ଏହା ଦ୍ୱାରା ଓଡିଶା ଆଜି ସାରା ବିଶ୍ୱରେ କ୍ରୀଡା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। କ୍ରୀଡା କ୍ଷେତ୍ରରେ ଆଜି ସବୁ ରାଜ୍ୟ ଓଡିଶା ମଡେଲକୁ ଅନୁସରଣ କରୁଛନ୍ତି।
ଇନ୍‌ଡୋର ଷ୍ଟାଡିୟମ ଉଦ୍‌ଘାଟନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସବୁ ଇନ୍‌ଡୋର ଷ୍ଟାଡିୟମ ରାଜ୍ୟରେ କ୍ରୀଡା ସଂସ୍କୃତିକୁ ଆହୁରି ଆଗକୁ ନେବ। ବିଶେଷ କରି ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏହା ଆମ ପିଲାମାନଙ୍କ ପାଇଁ ବହୁ ସୁଯୋଗ ସୃଷ୍ଟି କରିବ। ଗାଁ ଓ ଛୋଟ ସହରର ପିଲାମାନେ ବହୁ ସଂଖ୍ୟାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ ଏବଂ ଓଡ଼ିଶାରେ କ୍ରୀଡ଼ା ସଂସ୍କୃତିର ବିକାଶ ପାଇଁ ଆମର ପ୍ରୟାସ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।
ଏହି ଅବସରରେ 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ କହିଥିଲେ ଯେ ଆଜି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ସବୁ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଗୁଡିକ ଓଡିଶାବାସୀଙ୍କ ଟଙ୍କାରେ ତିଆରି ହୋଇଛି । ଏହା ରାଜ୍ୟବାସୀଙ୍କ ସମ୍ପତ୍ତି। ଆପଣମାନଙ୍କ ସମ୍ପତ୍ତି। ଏଗୁଡିକୁ ସଠିକ୍‌ ଭାବେ ଉପଯୋଗ କରିବେ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବେ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।
କାର୍ଯ୍ୟକ୍ରମରେ ଜୟପୁରଠାରେ ଯୋଗଦେଇ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ କ୍ରୀଡାକୁ ସର୍ବୋଚ୍ଚ ସ୍ତରକୁ ନେବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ଏବଂ ବିଭିନ୍ନ କ୍ରୀଡା ଭିତ୍ତିଭୂମି ନିର୍ମାଣ ଓ ଉନ୍ନତ ତାଲିମ ପ୍ରଦାନ ଜରିଆରେ ଓଡିଶା ଏକ କ୍ରୀଡା ପ୍ରୋତ୍ସାହକ ରାଜ୍ୟ ଭାବେ ଆଗ ଧାଡିରେ ରହି ଆସିଛି।
କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର. ଭିନୀଲ କ୍ରିଷ୍ଣା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଯୁଗପୋଯୋଗୀ ମାର୍ଗ ଦର୍ଶନ ପାଇଁ ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ରାଜ୍ୟରେ 5T ଉପକ୍ରମର ସଠିକ୍‌ ଅନୁପାଳନ ଯୋଗୁ ଓଡିଶା କ୍ରୀଡା ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମଧ୍ୟ ହାସଲ କରିଛି।
କାର୍ଯ୍ୟକ୍ରମରେ ଜୟପୁରଠାରେ କ୍ରୀଡା ବିଭାଗର କୋଚ ଶ୍ରୀ ସୁମନ୍ତ ନାରାୟଣ ସାହୁ ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଏହି ସ୍ପୋର୍ଟ୍‌ସ କମ୍ପ୍ଲେକ୍ସ ଦ୍ୱାରା ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ କ୍ରୀଡାବିତ ଅଭ୍ୟାସ ଜରିଆରେ ଉପକୃତ ହେବେ ଏବଂ ସେମାନେ ଜାତୀୟ ଓ ‌ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିବେ। ସେହିପରି କ୍ରୀଡାବିତ ସମର୍ପିତା ପାଣିଗ୍ରାହୀ କହିଥିଲେ ଯେ ପୂର୍ବରୁ ଆମେ ନଦୀ ପୋଖରୀରେ ସନ୍ତରଣ ଅଭ୍ୟାସ କରୁଥିଲୁ । ଏବେ ଏହି ଅତ୍ୟାଧୁନିକ ସନ୍ତରଣାଗାରରେ ଆମେ ଅଭ୍ୟାସ କରିପାରିବୁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଉଭୟ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। କ୍ରୀଡା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବହୁ ପ୍ରତିକ୍ଷିତ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଆଜି ଉତ୍ସଗ୍ରୀକୃତ କରିଛନ୍ତି । ଏହି ହସ୍ପିଟାଲ କର୍କଟରୋଗ ଚିକିତ୍ସା କ୍ଷେତ୍ରରେ ସମଗ୍ର ଦେଶରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ଭୁବନେଶ୍ୱରରେ ପ୍ରତିଷ୍ଠିତ ଏହି କର୍କଟ ହସ୍ପିଟାଲରେ ୭୫୦ ଶଯ୍ୟା ରହିଥିବା ବେଳେ ଏହା ବାଙ୍ଗାଲୋରର ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଏକ ଶାଖା ବୋଲି ଜଣାପଡିଛି । ଏଠାରେ ସହଜ ଓ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ପଦ୍ଧତିରେ ଚିକିତ୍ସା କରାଯିବ ।
ଏହି ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ଯେ, ଆମେ ସ୍ବାସ୍ଥ୍ୟ ସଚେତନତା ହେବା ଜରୁରୀ ।  ଆମ ଲାଇଫ ଷ୍ଟାଇଲରେ ପରିବର୍ତ୍ତନ କରିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆମେ ସୁସ୍ଥ ରହିଲେ ଓଡ଼ିଶା ସୁସ୍ଥ ରହିବ। ଓଡ଼ିଶା ପାଇଁ ନୂଆ ଯୁଗ ଆରମ୍ଭ କରିଛି ଏହି ହସ୍ପିଟାଲ । କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ନୂଆ ଯୁଗ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ସମଗ୍ର ଦେଶରେ କର୍କଟ ରୋଗ ଦିନକୁ ଦିନ ହୁହୁ ହୋଇ ବଢ଼ିଚାଲିଛି । ଦେଶରେ ଲୋକଙ୍କ ଜୀବନ ଓ ଜୀବିକା ଉପରେ ଏହାର ପ୍ରଭାବ ସୁଦୂରପ୍ରସାରୀ ହୋଇଥିବା ବେଳେ ସମଗ୍ର ଦେଶର ସ୍ଵାସ୍ଥ୍ୟସମସ୍ୟା ଲାଗି ଏହା ଏବେ ଏକ ଆହ୍ୱାନ ଭାବେ ଉଭାହୋଇଛି । ତେବେ କର୍କଟ ରୋଗର ନିରାକରଣ ଲାଗି ସମ୍ପ୍ରତି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିର ଆବଶ୍ୟକ‌ତା ରହିଥିବା ବେଳେ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ ପ୍ରତିଷ୍ଠାନ ଏହାକୁ ପୂରଣ କରିବାରେ ସମର୍ଥ ହେବ । କର୍କଟ ରୋଗ ଅତ୍ୟନ୍ତ ବ୍ୟୟ ଓ ସମୟସାପେକ୍ଷ ରୋଗ ହୋଇଥିବା ବେଳେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଲାଗି ଲୋକଙ୍କୁ ସାଧାରଣତଃ ରାଜ୍ୟ ବାହାରର ବଡ଼ ବଡ଼ ସହର ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଗାଁ’ଗହଳିର ଲୋକଙ୍କ ଲାଗି ବଡ଼ ବଡ଼ ସହରରେ ରହି ଏହି ଚିକିତ୍ସା କରିବା ଅତ୍ୟନ୍ତ ବ୍ୟୟସାପେକ୍ଷ । ପୂର୍ବ ଭାରତରେ ଶତକଡ଼ା ୫୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ ରୋଗୀ ପ୍ରତିବର୍ଷ କର୍କଟ ରୋଗରେ ପଡ଼ୁଥିବା ବେଳେ ସେମାନେ ଚିକିତ୍ସା ଲାଗି ଦକ୍ଷିଣ କିମ୍ବା ଉତ୍ତରଭାରତର ଚିକିତ୍ସାକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ପରେ ଏହି ଅଭାବ ଦୂର କରାଯିବାକୁ ଲକ୍ଷ୍ୟ ରକ୍ଷାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ନିଜ ରାଜ୍ୟ ଓଡ଼ିଶାରେ କର୍କଟ ଭଳି ଦୂରାରୋଗ୍ୟ ବ୍ୟାଧର କିଭଳି ସହଜ ଓ ସୁବିଧାରେ ଚିକିତ୍ସା କରାଯାଇପାରିବ ସେଥ‌ିପାଇଁ  ସୁସ୍ମିତା ବାଗ୍‌ଚି ଓସୁବ୍ରୋତ ବାଗ୍‌ଚିଙ୍କର ଦୀର୍ଘଦିନର ସ୍ୱପ୍ନ ଏହି ହସ୍ପିଟାଲ ପ୍ରତିଷ୍ଠା ପରେ ପୂରଣ ହୋଇଛି । ମାନବସେବା ପ୍ରତି ସେମାନଙ୍କର ଥିବା ଦୃଢ଼ ଇଚ୍ଛାଶକ୍ତିକୁ ଶ୍ରୀ ଶଙ୍କରା କର୍କଟ ଫାଉଣ୍ଡେସନ ୨୦୨୧ ମସିହାରେ ସଫଳ ହେବା ପାଇଁ ବାଟ ଦେଖାଇଥିଲା । ୪୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କର୍କଟ ହସ୍ପିଟାଲଟି ଶ୍ରୀ ବାଗ୍‌ଚି ଦମ୍ପରିଙ୍କ ସାହାଯ୍ୟ ପାଇଁ ସଫଳ ରୂପରେଖ ନେଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ବାଗ୍‌ଚି ଦମ୍ପଭି ଏହି ହସ୍ପିଟାଲ ପ୍ରକଳ୍ପ ପାଇଁ ୨୪୦ କୋଟି ଟଙ୍କା ଦାନ କରିଥିବା ବେଳେ ଓଡ଼ିଶା ସରକାର ଏହି ପ୍ରକଳ୍ପ ପାଇଁ ୨ ୨ ଏକର ଜମି ପ୍ରଦାନ କିରଛନ୍ତି । ସମଗ୍ର ପୂର୍ବଭାରତରେ ଅନ୍ୟତମ ବୃହତ୍ କର୍କଟ ହସ୍ପିଟାଲ ଭାବେ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇ ଓଡ଼ିଶାବାସୀଙ୍କ ସ୍ଵପ୍ନକୁ ସାକାର କରିଥିବା ବେଳେ ଏହା ଲକ୍ଷାଧକ କର୍କଟରୋଗୀଙ୍କ ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ଏହି କର୍କଟ କେନ୍ଦ୍ରଟି ସମ୍ପୂର୍ଣଭାବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ । କର୍କଟ ଚିକିତ୍ସା କ୍ଷେତ୍ରରେ ଆବଶ୍ୟକୀୟ ସମସ୍ତ ଅତ୍ୟାବଶ୍ୟକ ଓ ଅତ୍ୟାଧୁନିକ ଯନ୍ତ୍ରପାତି ଏଠାରେ ମଧ୍ୟ ଉପଲବ୍ଧ । ଉଦାହରଣସ୍ୱରୂପ, ଏଠାରେ ୧୨ ଗୋଟି ବୃହତ୍ତ ଅସ୍ତ୍ରୋପଚାର କେନ୍ଦ୍ର ରହିଥ‌ିବା ବେଳେ ଷ୍ଟେଟ୍ ଅଫ୍ ଦି ଆର୍ଟର ୨ଟି ଲିନିୟର ଆମ୍ଭେଲେଟର ଏବଂ ଗୋଟିଏ ବ୍ରାଚି ଥେରାପି କେନ୍ଦ୍ର ରହିଛି । ଦୈନିକ ୩ଶହ ରୋଗୀ ଏଠାରେ ରେଡ଼ିଓଥେରାପି ଚିକିତ୍ସା ପାଇବାକୁ ଥିବାବେଳେ ୬୦ଜଣ ରୋଗୀଙ୍କୁ କେମୋଥେରାପି ପ୍ରଦାନ କରାଯିବାକୁ ସୁବିଧା ରହିଛି । ସୁବୃହତ୍ ରୋଗୀ ଓ୍ବାର୍ଡ଼ ସହ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟରଶ୍ମି ଓ ମୁକ୍ତବାୟୁ ଚଳାଚଳକୁ ରୋଗୀମାନେ ଯେପରି ଚିକିତ୍ସା ସମୟରେ ପାଇପାରିବେ ଓ ସେମାନଙ୍କ ମନୋବଳ ଯେପରି ଦୃଢ଼ ରହିବ ସେଥିଲାଗି ହସ୍ପିଟାଲ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ଦୂରରୁ ଯାତ୍ରା କରୁଥିବା ରୋଗୀମାନଙ୍କ ପାଇଁ ନାମକୁ ମାତ୍ର ଦେୟରେ ସ୍ଵଚ୍ଛ ସମୟ ରହଣି ପାଇଁ ୩୦୦ଟି ଶୀତତାପ ନିୟନ୍ତ୍ରିତ ଗୃହ ଯୋଗାଇ ଦିଆଯିବ ।
କର୍କଟ ଅନୁସନ୍ଧାନରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ଏକ ସମସାମୟିକ ଅନୁନ୍ଧାନ କେନ୍ଦ୍ର, ଯାହା ଅଙ୍କୋଲୋଳିରେ ବୈଜ୍ଞାନିକ ପ୍ରଗତିର କେନ୍ଦ୍ର ହେବ । ଏଠାରେ କର୍କଟ ରୋଗ ସମ୍ପର୍କିତ ଏକ ମ୍ୟୁଳିୟମ୍ ପ୍ରତିଷ୍ଠା କରାଯିବ, ଯେଉଁଥିରେ ବେଦ ଯୁଗରୁ ଅତ୍ୟାଧୁନିକ ଯୁଗ ଯାଏଁ କର୍କଟ ରୋଗ ଚିହ୍ନଟ ଓ ନିରାକରଣ ପଦ୍ଧତିକୁ ପ୍ରଦର୍ଶିତ କରାଯିବ । ଓଡ଼ିଶାର ଭୁବନେଶ୍ଵରରେ ଅବସ୍ଥିତ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ହେଉଛି ଏକ ଅଗ୍ରଣୀ ଅନୁଷ୍ଠାନ ଯାହାକି ସୁଲଭ ତଥା ଉଚ୍ଚମାନର କର୍କଟ ଚିକିତ୍ସା ଯୋଗାଇବା ପାଇଁ ଉତ୍ସର୍ଗୀକୃତ । ଏଠାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡ ବି ଗ୍ରହଣୀୟ ଅଟେ ।
ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ନିୟୋଜନ: BSSCCRI ଅତ୍ୟାଧୁନିକ ଭିଭିଭୂମି, ଚିକିତ୍ସା ପ୍ରଯୁକ୍ତିବିଦ୍ୟା ଏବଂ ଚିକିତ୍ସା ପ୍ରଣାଳୀରେ ୪୧୦ କୋଟି ବିନିଯୋଗ କରିଛି । ରୋଗୀମାନେ ଉପଲବ୍ଧ ଉନ୍ନତ ତ‌ଥା ପ୍ରଭାବଶାଳୀ ଚିକିତ୍ସା ପାଇବାକୁ ନିଶ୍ଚିତ କରୁଛନ୍ତି ।
ମଲ୍ଟିଡିସିପ୍ଲିନାରୀ ଟିକ୍ ଉତ୍କର୍ଷତା : କେନ୍ଦ୍ରରେ ଉଚ୍ଚକୁଶଳୀ ଏବଂ ଅଭିଜ୍ଞ ଅଙ୍କୋଲୋଜିଷ୍ଠ ଏବଂ” ମେଡ଼ିକାଲ ପ୍ରଫେସନାଲମାନଙ୍କର ଏକ ଟିମ୍ ଅଛି, ଯେଉଁମାନେ ମିଳିତ ଭାବରେ ସହଯୋଗ କରିବେ । ପ୍ରତ୍ୟେକ ରୋଗୀଙ୍କୁ ଦୟାଳୁ, ସାମଗ୍ରିକ ଏବଂ ବ୍ୟକ୍ତିଗତ ଯତ୍ନ ପ୍ରଦାନ କରାଯିବ।
ଦ୍ବାରଶୁଣି ଘାଟିରେ ସଡ଼କ ଦୁର୍ଘଟଣା ଘଟଣା: ମୃତକଙ୍କ ପରିବାରକୁ ୩ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମୟୁରଭଞ୍ଜ: ମୟୁରଭଞ୍ଜର ଦ୍ବାରଶୁଣି ଘାଟିରେ ଆଜି ଏକ ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି | ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷକଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସଂଗଠନ
ଭୁବନେଶ୍ବର: ନୂତନ ବର୍ଷର ଦ୍ଵିତୀୟ ଦିନରେ ବି ନବୀନ ନିବାସରେ ଲାଗିଛି ଗହଳି । ଆଜି ଅନେକ ସଂଗଠନ, ବିଭିନ୍ନ ବିଭାଗର ଉପଦେଷ୍ଟା, ଭେଣ୍ଡିଂ ଜୋନ ମହାସଂଘ ସମେତ ସଂଖ୍ୟାଲଘୁ ସଂଗଠନର ସଦସ୍ୟମାନେ ନବୀନ ନିବାସ ଆସି ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବି କରିଛନ୍ତି। ଉପଦେଷ୍ଟାମାନଙ୍କୁ ଆହୁରି ମନ ଲଗାଇ କାମ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। କିଛି ଦିନ ତଳେ କଳିଙ୍ଗ ଷ୍ଟାଡିଅମ ନିକଟରେ ୧୧ ଟି ଭେଣ୍ଡିଂ ଜୋନ ଦୋକାନ ଜଳି ପାଉଁଶ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଦୁଇ ଦିନ ଭିତରେ ସମସ୍ତଙ୍କୁ ୨୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗକୁ ମଧ୍ୟ ଭେଣ୍ଡିଂ ଜୋନରେ ଥିବା ଦୋକାନୀଙ୍କ ବିକାଶ ପାଇଁ କାମ ଜାରି ରହିବା ନେଇ ଏହି ଅବସରରେ ଆଲୋଚନା ହୋଇଛି । କେନ୍ଦୁପତ୍ର ତୋଳାଳିଙ୍କ ବିକାଶପାଇଁ ରାଜ୍ୟ ସରକାର ନିଜ ଆଡୁ ପଦକ୍ଷେପ ନେଉଥିବାରୁ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ମଧ୍ୟ ଧନ୍ୟବାଦ ଜଣାଇଛି।
ଭୁବନେଶ୍ୱର,(ଲଳିତ ମୋହନ ମିଶ୍ର ): ୨୬ ଡିସେମ୍ବର ୧୯୯୭ ଦିନ ପ୍ରତିଷ୍ଠିତ ବିଜୁ ଜନତା ଦଳ ୨୬ ଡିସେମ୍ବର ୨୦୨୩ରେ ଏହାର ୨୭ତମ ସ୍ଥାପନା ଦିବସ ପାଳନ କରୁଛି। ୨୬ବର୍ଷର କାଳଖଣ୍ଡ ମଧ୍ୟରେ ଦଳ କେବଳ ରାଜ୍ୟରେ ସୁଶାସନ ପ୍ରଦାନ କରି ପ୍ରତ୍ୟେକ ନିର୍ବାଚନରେ ଶାସନକୁ ଆସୁନି, ବରଂ ସଂସଦରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ସମର୍ଥନ କରି ଏହାର ରାଷ୍ଟ୍ରବାଦୀ ଭୂମିକାକୁ ନିର୍ବାହ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅନେକ ସରକାରୀ କାର୍ଯ୍ୟକ୍ରମ କେନ୍ଦ୍ର ଦ୍ୱାରା ପ୍ରଶଂସିତ ହୋଇଥିବା ବେଳେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଓ ଖାଦ୍ୟ ସୁରକ୍ଷା ମଡେଲ୍‌ ମିଳିତ ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଛି। କ୍ରୀଡ଼ା, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ, ଶିଳ୍ପାୟନ ଆଦି କ୍ଷେତ୍ରରେ ବିକାଶ, ଆନ୍ତର୍ଜାତିକ କ୍ଷେତ୍ରରେ ଓଡ଼ିଶାର ଗୌରବ ବୃଦ୍ଧି କରିଛି। ବିଜୁ ଜନତା ଦଳର ଏହି ସଫଳଯାତ୍ରା ବିଷୟରେ ସଂକ୍ଷେପରେ ଅଲୋକପାତ କରିବାର ପ୍ରାସଙ୍ଗିକତା ରହିଛି।
ବିଜୁ ଜନତା ଦଳର କ୍ରମାଗତ ରାଜନୈତିକ ସଫଳତାର ପ୍ରମୁଖ କାରଣ ହେଲା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅକ୍ଷୁର୍ଣ୍ଣ ଲୋକପ୍ରିୟତା। ଏବେ ବି ବିଭିନ୍ନ ସର୍ଭେରେ ସେ ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହେଉଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାର କେତେକ କାରଣ ହେଲା- ସରଳ ଜୀବନଯାପନ ଶୈଳୀ, ଲୋକଙ୍କ ପାଇଁ ସମ୍ମାନ, ସମାଜର ଅବହେଳିତ ବର୍ଗ ଓ ମହିଳାମାନଙ୍କ ସଶକ୍ତୀକରଣ ପାଇଁ ସଂକଳ୍ପ, ଓଡ଼ିଶାକୁ ଏକନମ୍ବର ରାଜ୍ୟ ରୂପେ ଗଢ଼ି ତୋଳିବା ପାଇଁ ପ୍ରୟାସ, ବିରୋଧୀ ଦଳ ତଥା ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କ ପାଇଁ ସମ୍ମାନ ଏବଂ ଶୃଙ୍ଖଳିତ ଦଳ ପରିଚାଳନା।
ବିଜୁ ଜନତା ଦଳର ସଫଳତାର ଦ୍ୱିତୀୟ କାରଣ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରର ସଫଳ ବିକାଶ, ଜନମଙ୍ଗଳ ଓ ରୂପାନ୍ତରଣ କାର୍ଯ୍ୟକ୍ରମ, ରାଜ୍ୟରେ ଅଇନ ଶୃଙ୍ଖଳା ରକ୍ଷା, ପ୍ରଶାସନରେ ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମ ଓ ‘୫-ଟି’ ଉପକ୍ରମ, ରାଜ୍ୟର ବଜେଟ୍‌ରେ ଶୃଙ୍ଖଳା ଏବଂ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ଭାବେ ବୃଦ୍ଧି, ସ୍ୱାସ୍ଥ୍ୟ, ଶିକ୍ଷା, ଐତିହ୍ୟ, କ୍ରୀଡ଼ା ଆଦିର ରୂପାନ୍ତରଣକୁ ପ୍ରାଥମିକତା ପ୍ରଦାନ କରାଯିବା ସହିତ ମହିଳାଙ୍କ ରାଜନୈତିକ ତଥା ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସଶକ୍ତୀକରଣ।
ବିଜୁ ଜନତା ଦଳ ରାଜନୈତିକ ସଫଳତାର ତୃତୀୟ କାରଣ ହେଲା ସାମଜିକ-ଆର୍ଥିକ-ଲିଙ୍ଗଗତ-ଆଞ୍ଚଳିକ ନ୍ୟାୟ, ଆଦର୍ଶ ଓ ଉପଯୁକ୍ତ ନିର୍ବାଚନ ପରିଚାଳନା। ଦଳ ଜଣେ ଦଳିତ ମହିଳା ଓ ଜଣେ ଆଦିବାସୀ ନେତାଙ୍କୁ ବିଧାନସଭାର ବାଚସ୍ପତି ଓ ଉପବାଚସ୍ୱତି ଦାୟିତ୍ୱ ଦେଇଛି ଓ ୫ ଜଣ ମହିଳାଙ୍କୁ ଲୋକସଭା ପଠାଇଛି। ପଞ୍ଚାୟତ ଓ ନଗରପାଳିକା ନିର୍ବାଚନରେ ଅନେକ ପଛୁଆବର୍ଗ, ମହିଳା, ଯୁବକ, ଆଦିବାସୀ ଓ ଦଳିତ ବ୍ୟକ୍ତିଙ୍କୁ ଦଳ ଲୋକ ପ୍ରତିନିଧି ହେବାର ସୁଯୋଗ ପ୍ରଦାନ କରିଛି। ଫଳରେ ବିଜୁ ଜନତା ଦଳ ରାଜ୍ୟର ପ୍ରଗତି ପାଇଁ ଏକ ସାମାଜିକ ଅନ୍ଦୋଳନରେ ପରିବର୍ତ୍ତନ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
୨୦୦ କୋଟିର ଏକାମ୍ର ପ୍ରକଳ୍ପ, ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏକାମ୍ର ନିର୍ବାଚନମଣ୍ଡଳୀରେ ୨୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶିଳାନ୍ୟାସ କରିବେ। ଶିଳାନ୍ୟାସ କାର୍ଯ୍ୟକ୍ରମ ଲିଙ୍ଗିପୁର ପଞ୍ଚାୟତର ଜାଡୁମଲ୍ଲି ମନ୍ଦିର ନିକଟରେ ଅନୁଷ୍ଠିତ ହେବ। ଶିଳାନ୍ୟାସ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟରେ ରହିଛି, ୨୨ କୋଟି ବ୍ୟୟରେ ଦୟା ଦକ୍ଷିଣ ପାର୍ଶ୍ବ ନଦୀବନ୍ଧର ସାଢ଼େ ୮ କି.ମି ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ। ସେହିପରି ୯୧କୋଟି ଟଙ୍କା ବ୍ୟୟରେ ଧଉଳି ନିକଟ ଦୟା ନଦୀ ଗର୍ଭରେ ଜଳ ସଂରକ୍ଷଣ ବ୍ୟବସ୍ଥା ଗଠନ ବା ଇନ୍‌‌ ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର୍‌‌ ନିର୍ମାଣ କରାଯିବ। ଏହାଦ୍ୱାରା ଆଖପାଖ ଅଞ୍ଚଳରେ ଭୂ-ତଳ ଜଳସ୍ତର ବୃଦ୍ଧି ପାଇବା ସହ ଚାଷ ପାଇଁ ଜଳ ସମସ୍ୟା ଦୂର ହେବ। ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୪୨କୋଟି ଟଙ୍କାରେ ବାସୁଆଘାଇ, ଧଉଳି, ଲିଙ୍ଗିପୁର, ଶିଶୁପାଳ, ଶିଶୁପାଳ ଗଡ଼, ଇଟିପୂର୍‌‌, ଟିକରପଡ଼ା ପ୍ରଭୂତି ୬ଟି ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବାସୁଅଘାଇ ଦୟା ନଦୀଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ଇଟିପୁରଠାରେ ମଧ୍ୟ ଟିପିସିଏଲ ପକ୍ଷରୁ ୧୭ କୋଟି ଟଙ୍କାର ଏକ ୩୩କେଭି ଗ୍ରିଡ୍‌ ସବ୍‌‌-ଷ୍ଟେସନ୍‌ ନିର୍ମାଣ କାର୍ଯ୍ୟକୁ ଶିଳାନ୍ୟାସ କରାଯିବ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ବାସଭବନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କିପରି ସଫଳ ହେବ, ସେଥିପାଇଁ ସମସ୍ତ ସରପଞ୍ଚ, ସମିତି ସଭ୍ୟ, କର୍ପୋରେଟର, ଜିଲ୍ଲା ପରିଷଦ ଏବଂ ଦଳୀୟ ପଦାଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।
ବିଜେଡ଼ି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ କାଲି ବସିବ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ବର: ଶୁକ୍ରବାର ବସିବ ବିଜେଡିର କାର୍ଯ୍ୟକାରିଣୀ ବୈଠକ । ଶଙ୍ଖ ଭବନରେ ଏହି ବୈଠକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ । ପୂର୍ବାହ୍ନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତିଷ୍ଠା ଦିବସ ଉପରେ ଆଲୋଚନା ହେବ । ବିଧାୟକ, ସାଂସଦ, ବରିଷ୍ଠ ନେତାଙ୍କ ସହ ଯୁବ ନେତାମାନେ ଏହି ବୈଠକରେ ଯୋଗଦେବେ । ଆସନ୍ତା ୨୬ ତାରିଖରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଯାଉଛି ।
ପ୍ରତିଷ୍ଠା ଦିବସରେ ବହୁ ଜନହିତକର କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ଜୀବନବିନ୍ଦୁ, ବୃକ୍ଷ ରୋପଣ, ଗଣଦୌଡ଼ ଭଳି ବହୁ କାର୍ଯ୍ୟକ୍ରମ ସବୁ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଆରମ୍ଭ ହେବ । ଆଗାମି ଦିନରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ସଂଗଠନକୁ ସୁଦୃଢ଼ କରିବ । ମୁଁ ବି ହେବି ନବୀନ ଓଡ଼ିଶା ସାରଥୀ’ ଏହି କାର୍ଯ୍ୟକ୍ରମ ଜରିଆରେ ବହୁ ଯୁବକ ଓ ଛାତ୍ରମାନେ ସାମିଲ ହେବେ ।
ଭୁବନେଶ୍ବର: ମାଷ୍ଟରସେଫରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ମିଲେଟ ମିଶନକୁ ମାଷ୍ଟରସେଫ ଇଣ୍ଡିଆରେ ପ୍ରଶଂସା । ଖ୍ୟାତନାମା ସେଫ ରଣବୀର ବ୍ରାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି। ସୋ’ର ଶୋଭା ବଢାଇଥିଲା ମୁଖ୍ୟମନ୍ତ୍ରୀଙ୍କ ମିଲେଟ ମେସେଜ । ମିଲେଟର ବିପୁଳ ଉତ୍ପାଦନ ଉପରେ ଫୋକସ କରୁଛି ଓଡ଼ିଶା । ଡାଏଟର ଏକ ଆବଶ୍ୟକୀୟ ଖାଦ୍ୟ ଭାବେ ମିଲେଟର ଆବଶ୍ୟକତା ରହିଛି। ସାଧାରଣତଃ ଆଦିବାସୀ ସମ୍ପ୍ରଦାୟ ମିଲେଟ ଚାଷ କରିଥାନ୍ତି। ୨୦୧୭ରେ ମିଲେଟ ମିଶନ ଆରମ୍ଭ ହୋଇଥିଲା । ମିଲେଟ ଚାଷକୁ ପ୍ରୋତ୍ସାହନ ପ୍ରଦାନ ଏହି ମିଶନର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
Hon’ble Chief Minister’s message on the humble millets has now inspired the #MasterChefIndia stage, highlighting the vision of @MilletsOdisha. Thank you, Sir. @CMO_Odisha @krushibibhag@TheVikasKhanna @ranveerbrar pic.twitter.com/78N1KRAKST
— Arabinda K Padhee (@arvindpadhee) November 30, 2023
ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ, ୨୦୨୩ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍‌‌ ବର୍ଷ ଭାବେ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକ୍ରମେ ଗତବର୍ଷଠାରୁ ନଭେମ୍ୱର ୧୦କୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି। ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ଓ ଏଥିପ୍ରତି ସଚେତନତା ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ଭାବେ ମାଣ୍ଡିଆ ଦିବସ ପାଳନ ଓ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ଉଦ୍ଦେଶ୍ୟରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିବାରେ ଓଡ଼ିଶା ଭାରତବର୍ଷର ପ୍ରଥମ ରାଜ୍ୟ। ରାଜ୍ୟରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଆଗାମୀ ଚାରିବର୍ଷ ଅର୍ଥାତ ୨୦୨୩-୨୪ରୁ ୨୦୨୬-୨୭ ବର୍ଷ ପର୍ଯ୍ୟନ୍ତ ୨୬୮୭ କୋଟି ୪୫ ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଥିବା ସୂଚନା ରହିଛି।
ସରକାରୀ ସ୍କୁଲ ପ୍ରତି ବଢୁଛି ଆଗ୍ରହ, ଅଭିଭାବକଙ୍କୁ ଆକର୍ଷିତ କରୁଛି ‘୫-ଟି’ ସ୍କୁଲ ରୂପାନ୍ତରଣ
ଭୁବନେଶ୍ୱର: ସରକାରୀ ସ୍କୁଲ ପ୍ରତି ବଢୁଛି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆକର୍ଷଣ। ଗତ ଦୁଇ ବର୍ଷରେ ଘରୋଇ ବିଦ୍ୟାଳୟ ତୁଳନାରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ୨୦୨୨-୨୩ ଶିକ୍ଷା ବର୍ଷରେ ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୬, ୧୧, ୬୭୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତନ୍ମଧ୍ୟରୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୧, ୮୩, ୬୬୧ ଥିବାବେଳେ ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ଶିକ୍ଷାନୁଷ୍ଠାନ, କେନ୍ଦ୍ରୀୟ ଓ ଆନ୍ୟାନ୍ୟ ବିଦ୍ୟାଳୟରେ ଯଥାକ୍ରମେ ୯୩୩୯୦୭ ଜଣ, ୧୪, ୦୪, ୨୨୩ ଜଣ ଓ ୮୮୫୪୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷରେ ସରକାରୀ ବିଦ୍ୟାଳୟରେ ସରକାରୀ ବିଦ୍ୟାଳୟରେ ୫୧୬୪୨୮୬ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଘରୋଇ ଶିକ୍ଷାନୁଷ୍ଠାନରେ ୧୪୦୫୫୫୯ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ଅର୍ଥାତ ଏହି ଦୁଇବର୍ଷରେ ସରକାରୀ ବିଦ୍ୟାଳୟରେ ଅଧିକ ନାମଲେଖା ହୋଇଛି। ସରକାରୀ ବିଦ୍ୟାଳୟରେ ୨୦୨୧-୨୨ ଶିକ୍ଷାବର୍ଷ ତୁଳନାରେ ୨୦୨୨-୨୩ରେ ୧୯୩୭୫ ଅଧିକ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ସେହିପରି ଘରୋଇ ବିଦ୍ୟାଳୟରେ ୧୦୨୫୬ ଛାତ୍ରଛାତ୍ରୀ କମ୍‌‌ ନାମ ଲେଖାଇଛନ୍ତି। ଏପରିକି କେନ୍ଦ୍ରୀୟ ଅନ୍ୟାନ୍ୟ ବିଦ୍ୟାଳୟଗୁଡିକରେ ମଧ୍ୟ ନାମଲେଖା କମିଛି। ଗଞ୍ଜାମ, ଅନୁଗୁଳ, ବାଲେଶ୍ୱର ପରି ଜିଲ୍ଲାରେ ଘରୋଇ ସ୍କୁଲ ସଂଖ୍ୟା ଅଧିକ ଥିଲେ ମଧ୍ୟ ସରକାରୀ ସ୍କୁଲରେ ନାମଲେଖା ବଢ଼ିଛି।
ବିଧାନସଭାରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସ୍କୁଲ ଗୁଡ଼ିକୁ ୫-ଟି ଉପକ୍ରମରେ ରୂପାନ୍ତର କରୁଥିବାରୁ ସଫଳତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶିକ୍ଷାର ମାନବୃଦ୍ଧି ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଉଚ୍ଚ ବିଦ୍ୟାଳୟଗୁଡିକର ଭିତିଭୂମି ଓ ଶୈକ୍ଷିକ ବାତାବରଣକୁ ସର୍ବୋକୃଷ୍ଟ କରିବା ପାଇଁ ରୂପାନ୍ତରଣ କରାଯାଉଛି। ସମୁଦାୟ ୮୦୯୯ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୩ଟି ପର୍ଯ୍ୟାୟରେ ୬୮୮୦ଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ବିଦ୍ୟାଳୟଗୁଡିକର ରୂପାନ୍ତରଣ ପର୍ଯ୍ୟାୟକ୍ରମେ କରାଯାଉଛି। ବିଦ୍ୟାଳୟର ମୌଳିକ ଆବଶ୍ୟକତା ସ୍ୱରୁପ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଉନ୍ନତମାନର ବିଜ୍ଞାନାଗାର, ପାନୀୟ ଜଳ ବ୍ୟବସ୍ଥା, ଶୌଚଳୟ, ଖେଳ ପଡ଼ିଆର ଉନ୍ନତିକରଣ ଓ ଶୈକ୍ଷିକ ସମୃଦ୍ଧି ଭଳି ବ୍ୟବସ୍ଥାର ଉନ୍ନତିକରଣ କରାଯାଉଛି। ଉଚ୍ଚ ବିଦ୍ୟାଳୟରେ ୪ଟି ଛାତ୍ରକ୍ଲବ ଯଥା ଜିଜ୍ଞାସା, କୌଶଳୀ, ସାହିତ୍ୟ ସୃଜନୀ ଓ କ୍ରୀଡାଙ୍ଗନ ଗଠନ କରି ମେଧା ଶକ୍ତି ବିକଶିତ କରାଯାଉଛି।
ସରକାରୀ ବିଦ୍ୟାଳୟରେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ଦ୍ୱାରା ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଉଭୟ ଓଡିଆ ଭାଷା ଓ ଗଣିତର ସ୍ୱତନ୍ତ୍ର କାର୍ଯ୍ୟପୁସ୍ତିକା ଓ ଅତିରିକ୍ତ ପଠନ ସାମଗ୍ରୀ ବଣ୍ଟନ କରାଯାଇଛି। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଶିକ୍ଷକମାନଙ୍କୁ ନିଷ୍ଠା ପ୍ରଶିକ୍ଷଣ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଓ ରାଉରକେଲାର ୨୦ଟି ବିଦ୍ୟାଳୟରେ ଚଳିତ ବର୍ଷ ଅଲିମ୍ପିକ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷା (ଓଭିଇପି) ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ମାଗଣା ପାଠ୍ୟପୁସ୍ତକ, ପୋଷାକ, ମୋଜା ଓ ଜୋତା ପ୍ରଦାନ କରାଯାଉଛି। ଏଥି ସହିତ ସୃଜନାତ୍ମକ ଜ୍ଞାନର ବିକାଶ ଓ ଅଭିବୃଦ୍ଧି ପାଇଁ ତିନି ଦିନିଆ ଶିଶୁ ମହୋତ୍ସବ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବିଦ୍ୟାଳୟ ଏବଂ ଅଭିଭାବକଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ‘ମୋ ଡାଏରୀ’ ପ୍ରଦାନ କରାଯାଉଛି। ପୂର୍ବରୁ ଘରୋଇ ସ୍କୁଲରେ ମିଳୁଥିବା ସୁବିଧା ଏବେ ଘରୋଇ ସ୍କୁଲରେ ମାଗଣାରେ ସରକାର ଯୋଗାଇଦେଉଛନ୍ତି। ଆର୍ଥିକ ସମସ୍ୟାରୁ ମୁକୁଳି ଗୁଣାତ୍ମକ ଶିକ୍ଷା ପାଇପାରୁଥିବାରୁ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ପାଉଥିବା ଶିକ୍ଷାବିତ ମତ ଦେଇଛନ୍ତି।