Puri Parikrama Prakalpa - The Sakala

ଅଦାଲତୀ ଲଢ଼େଇରେ ମହାପ୍ରଭୁଙ୍କ ବିଜୟ
ପ୍ରକଳ୍ପକୁ ରୋକିବା ପାଇଁ ଏକାଧିକ ମାମଲା କରାଗଲା। କିନ୍ତୁ କଳା ଠାକୁରଙ୍କ ଲୀଳା ବଡ଼ ବିଚିତ୍ର। ମାମଲା ଚାଲିଥିଲେ ହେଁ କୋର୍ଟ କାମ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇନଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ, ସବୁ ମାମଲା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ।

‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ। ଜୟ ଜଗନ୍ନାଥ।’

କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ଅଲୌକିକ, ଅବ୍ୟକ୍ତ। ସେ ସ୍ରଷ୍ଟା, ସେ ହିଁ ସୃଷ୍ଟି। ତାଙ୍କରି ଇଚ୍ଛାରେ ଏ ସାରା ବ୍ରହ୍ମାଣ୍ଡ ପରିଚାଳିତ। ଯାହା କିଛି ହୋଇଛି, ହେଉଛି ଏବଂ ହେବାକୁ ଯାଉଛି, ସେସବୁ ତାଙ୍କରି ଆଜ୍ଞା। ଏ ପ୍ରଗାଢ଼ ବିଶ୍ବାସ ଓ ଅସୀମ ଭରସା କାହିଁ କେଉଁ ଯୁଗରୁ ଅକ୍ଷୁଣ୍ଣ ରହିଆସିଛି। ଅନେକବାର ପ୍ରମାଣିତ ବି ହୋଇଛି। ସେଥିମଧ୍ୟରୁ ଗୋଟିଏ ହେଲା, ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’। ଏହି ପ୍ରକଳ୍ପ ପାଇଁ ବହୁ ବାଧାବିଘ୍ନ ଆସିଥିଲେ ହେଁ ତାହା ପାଣିର ଗାର ପରି ମିଳେଇ ଯାଇଛି। ଶେଷରେ ମହାପ୍ରଭୁଙ୍କ ଆଜ୍ଞାରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଏହି ପ୍ରକଳ୍ପ ସାକାର ରୂପ ନେବାକୁ ଯାଉଛି। ମହାପ୍ରଭୁଙ୍କ ପରମ ଭକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଠାକୁରଙ୍କ ଆଜ୍ଞାରେ ପୁରୀକୁ ବିକାଶ ପଥରେ ଆଗେଇ ନେଉଛନ୍ତି। ଆଉ ଏଥିରେ ସାରଥି ସାଜିଛନ୍ତି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଜାନୁଆରୀ ୧୭ରେ ହେବାକୁ ଥିବା ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀକ୍ଷେତ୍ରଠାରୁ ଆରମ୍ଭ କରି ପୁରପଲ୍ଲୀରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି।

ଓଡ଼ିଶା ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ଲେଖାଯିବାକୁ ଥିବା ଏହି ପ୍ରକଳ୍ପର ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ରୂପରେଖ ପ୍ରସ୍ତୁତ ହୋଇଥିଲା ୨୦୧୯ ମସିହା ଅକ୍ଟୋବର ୧୯ରେ। ସେଦିନ ରାଜ୍ୟ କ୍ୟାବିନେଟ୍‌ରେ ଅବଢ଼ା (ଅଗମେଣ୍ଟେସନ ବେସିକ୍ ଏମିନିଟିଜ୍ ଆଣ୍ଡ୍ ଡେଭଲପମେଣ୍ଟ୍ ଅଫ୍ ହେରିଟେଜ୍ ଆଣ୍ଡ୍ ଆର୍କିଟେକଚର୍) ଯୋଜନାରେ ୨୨ଟି ପ୍ରକଳ୍ପ ପାଇଁ ୩୨ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କେବଳ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପାଇଁ ୩୩୧ କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେହି ବର୍ଷ ନଭେମ୍ବରରେ ସରକାର ଜମି ଅଧିଗ୍ରହଣ ପାଇଁ ପ୍ୟାକେଜ୍ ଘୋଷଣା କରିଥିଲେ। ଡିସେମ୍ବର ୩୦ରେ ଚିଠା ପ୍ରସ୍ତାବ ଆଗତ ସହ ମତାମତ ଆହ୍ବାନ କରାଯାଇଥିଲା। ୨୦୨୧ ଜାନୁଆରି ୨୧ରେ ସାଂସ୍କୃତିକ ପରାମର୍ଶ କମିଟି ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ର ଚୂଡ଼ାନ୍ତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲା। ଏହା ପରିଚାଳନା କମିଟି ଅନୁମୋଦନ ଲାଭ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନୀଳନକ୍ସା ପ୍ରସ୍ତୁତ ହୋଇଥିଲା।

୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ତିନିଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବା ସହ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଜପତି ମହାରାଜ ଦିବ୍ୟସିଂହଦେବ ଶିଳା ସ୍ଥାପନ କରିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୮ଟି ମଠର ମହନ୍ତ ଓ ୧୦୮ଜଣ ବ୍ୟକ୍ତିଗତ ଜମିଦାତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ପ୍ରକଳ୍ପ କାମ ୧୮ ମାସରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ ପାଇଁ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ନିଜକୁ ସଂପୂର୍ଣ୍ଣ ଭାବେ ଉତ୍ସର୍ଗ କରି ଦେଇଥିଲେ। ପାହାନ୍ତା ପ୍ରହରରୁ କାର୍ଯ୍ୟର ବାରମ୍ବାର ସମୀକ୍ଷା, ଘଟଣାସ୍ଥଳ ପରିଦର୍ଶନ କରି ପ୍ରକଳ୍ପ କାମକୁ ଆଗକୁ ନେଇଥିଲେ।

ଗୋଟିଏ ପଟେ କାମ ଆଗେଇ ଚାଲିଥିବା ବେଳେ କିଛି କୁଚକ୍ରୀ ଗୋଷ୍ଠୀ ରାଜନୈତିକ ସ୍ବାର୍ଥ ପାଇଁ ଏହାକୁ ଭଣ୍ଡୁର କରିବା ପାଇଁ କରିଥିଲେ ବଡ଼ ଷଡ଼ଯନ୍ତ୍ର। ଏହାକୁ ନେଇ କଥା ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଗଲା। ପ୍ରକଳ୍ପକୁ ବିରୋଧ କରି ପୁରୀର ଦିଲୀପ ବରାଳ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କଲେ। ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଓ ନ୍ୟାସନାଲ ମନୁମେଣ୍ଟ ଅଥରିଟି (ଏନଏମଏ) ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଖନନ ଓ ନିର୍ମାଣ ବେଆଇନ ଦର୍ଶାଇ ହାଇକୋର୍ଟରେ ସତ୍ୟପାଠ ଦେଲେ। ଖାଲି ସେତିକି ନୁହେଁ, ପ୍ରକଳ୍ପକୁ ରୋକିବା ପାଇଁ ଏକାଧିକ ମାମଲା କରାଗଲା। କିନ୍ତୁ କଳା ଠାକୁରଙ୍କ ଲୀଳା ବଡ଼ ବିଚିତ୍ର। ମାମଲା ଚାଲିଥିଲେ ହେଁ କୋର୍ଟ କାମ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇନଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ, ସବୁ ମାମଲା ଉପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ।

୨୦୨୨ ଜୁନ୍ ୩ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ତୁରନ୍ତ ରୋକ୍ ଲଗାଇବା ପାଇଁ ଅର୍ଦ୍ଧେନ୍ଦୁ ଶେଖର ଦାସ ଓ ସୁମନ୍ତ କୁମାର ଘଡ଼େଇଙ୍କ ପକ୍ଷରୁ ଆଗତ ଦୁଇଟି ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏଭଳି ଆବେଦନକୁ ‘ତୁଚ୍ଛ’, ‘ଚପଳାମି’ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି ଅଭିହିତ କରି କୋର୍ଟ ଉଭୟ ଆବେଦନକାରୀଙ୍କୁ ଚାରି ସପ୍ତାହ ମଧ୍ୟରେ ୧ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ରାୟ ଶୁଣାଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ବି.ଆର୍ ଗଭାହି ଏବଂ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ଜନସ୍ବାର୍ଥ ମାମଲାକୁ ନାପସନ୍ଦ କରିଥିଲେ। ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରି ଖଣ୍ଡପୀଠ କହିଥିଲେ, ଏଭଳି ଜନସ୍ବାର୍ଥ ମାମଲା ଆତ୍ମପ୍ରଚାର ଓ ଆତ୍ମସ୍ବାର୍ଥ ସମ୍ବଳିତ ବୋଲି କୁହାଯାଇପାରେ। ଉନ୍ନୟନମୂଳକ କାମକୁ ବନ୍ଦ କରାଯିବା ଅନୁଚିତ। ପ୍ରକଳ୍ପକୁ ବାଧାଦେବା ଏବଂ ବନ୍ଦ କରିବା ଦ୍ୱାରା ଆବେଦନକାରୀମାନେ କେବଳ ବ୍ୟକ୍ତିଗତ ଗୌରବ ଖୋଜୁଥିଲେ। ସରକାରଙ୍କ ଦ୍ବାରା ନିର୍ମାଣାଧୀନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କେବଳ ଲକ୍ଷଲକ୍ଷ ଭକ୍ତଙ୍କ ସୁଖସ୍ବାଚ୍ଛନ୍ଦ୍ୟ ପାଇଁ। ଏହା ପୁରାତନ କୀର୍ତ୍ତିରାଜି ଓ ପ୍ରତ୍ନତତ୍ତ୍ବସ୍ଥଳୀ ସୁରକ୍ଷା ପାଇଁ ଥିବା ଆଇନକୁ କୌଣସି ଦିଗରେ ବିରୁଦ୍ଧାଚରଣ କରୁନାହିଁ। ଏଣୁ ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣରେ କୌଣସି ରୋକ୍ ଲଗାଇବାର ଯଥାର୍ଥ କାରଣ ଉପୁଜୁନାହିଁ ବୋଲି କୋର୍ଟ ରାୟ ଦେଇଥିଲେ।

ଏହାପରେ ୨୦୨୨ ଜୁନ୍ ୨୨ ତାରିଖରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ସୁପ୍ରିମକୋର୍ଟ ଏହି ପ୍ରସଂଗରେ ଶୁଣାଣି କରି ରାୟ ପ୍ରକାଶ କରି ସାରିଥିବାରୁ ହାଇକୋର୍ଟରେ ଆଉ ଏ ସଂପର୍କିତ ମାମଲାର ଶୁଣାଣିର ଆବଶ୍ୟକତା ନାହିଁ ବୋଲି କହିଥିଲେ। ଖଣ୍ଡପୀଠ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଂଗକୁ ନେଇ ପ୍ରଥମେ ଦାୟର କରାଯାଇଥିବା ଦିଲୀପ ବରାଳଙ୍କ ଜନସ୍ବାର୍ଥ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଅର୍ଦ୍ଧେନ୍ଦୁ ଶେଖର ଦାସ ଓ ସୁମନ୍ତ କୁମାର ଘଡେଇଙ୍କ ଇଣ୍ଟରଭେନ୍ସନ୍ ପିଟିସନ୍‌କୁ ମଧ୍ୟ ହାଇକୋର୍ଟ ଖାରଜ କରିଥିଲେ। ଏଥିସହ ନ୍ୟାସନାଲ୍ ମନୁମେଣ୍ଟ ଅଥରିଟିର ଏନ୍ଓସି ସଂପର୍କିତ ଚିଠିକୁ ବିରୋଧ କରି ସୁବ୍ରତ ତ୍ରିପାଠୀଙ୍କ ତରଫରୁ ଦାୟର ମାମଲାର ଶୁଣାଣିରେ ମଧ୍ୟ ଖଣ୍ଡପୀଠ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ) କୌଣସି ଅନୁମତି ଦେଇ ନାହିଁ ବୋଲି ଦର୍ଶାଇ ଅବସରପ୍ରାପ୍ତ ଆଇଏଏସ୍ ସୁଦର୍ଶନ ନାୟକ ଓ ସାହିତ୍ୟିକ ଭୁବନାନନ୍ଦ ମହାନ୍ତିଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ମଧ୍ୟ ହାଇକୋର୍ଟ ଅନ୍ତ ଘଟାଇଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ପ୍ରସଂଗରେ ଶୁଣାଣି କରିବାକୁ ହାଇକୋର୍ଟ ମନା କରିବା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କିତ ସମସ୍ତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ଦାୟର୍ କରାଯାଇଥିବା ପିଟିସନ୍‌କୁ ରଦ୍ଦ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟର୍ରେ ଲେଖିଥିଲେ, ‘ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ। ଜୟ ଜଗନ୍ନାଥ।’

ରଞ୍ଜିତ ମହାନ୍ତି

ଭୁବନେଶ୍ବର, ମୋ.- ୯୮୬୧୦୬୨୫୦୦

ଚିତ୍ରକଳ୍ପରେ ଶ୍ରୀଜଗନ୍ନାଥ
ନୀଳାଚଳମୌଳିଙ୍କ ପ୍ରତିମାର ତୁଳନା, ଉପମା ଅବା କୌଣସି ଆଧାର କେଉଁଠି, କାହାସହ କରାଯାଇ ପାରିବ ନାହିଁ। ସେ ଅସମୋର୍ଦ୍ଧ ପୁରୁଷ, ତାଙ୍କ ସହ କେହି ସମାନ ନୁହନ୍ତି। ତାଙ୍କଠୁ ଆଉ ବଡ଼ କିଏ ନାହିଁ। ସୃଷ୍ଟି ସ୍ଥିତି ତଥା ପ୍ରଳୟର ଅପ୍ରତିମ କର୍ତ୍ତାଙ୍କୁ ପୁଣି କେଉଁ ପ୍ରତିମା ଏବଂ ତାଙ୍କ କୀର୍ତ୍ତିରାଜିର ଅବା କେଉଁ ପରିଣାମକୁ କିଏ କଳିପାରିଛି। ସେ ଅଦ୍ୱିତୀୟ, ସେ ବ୍ରହ୍ମଙ୍କ ପ୍ରତୀକାତ୍ମକ ପରମ ଅପରୂପ ବିଗ୍ରହ। ତେଣୁ ବେଦବର୍ଣ୍ଣନା ଅନୁଯାୟୀ ‘ନ ତସ୍ୟ ପ୍ରତିମା ନାସ୍ତି ଯସ୍ୟ ନାମ ମହଦୀଶଃ’। ସେ ରୂପବିବର୍ଜିତ। ତାଙ୍କୁ ବାଣୀ ଅବା ଶବ୍ଦ ବର୍ଣ୍ଣି ପାରିବ ନାହିଁ- ‘ଯତୋ ବାଚେ ନିବର୍ତ୍ତନ୍ତେ ଅପ୍ରାପ୍ୟ ମନସା ସହ’।

ତେଣୁ ଆପଣ ଅବାଂମାନସ, ଆପଣ ଅଚିନ୍ତନୀୟ, ଅପରିକଳ୍ପନୀୟ, ଅବର୍ଣ୍ଣନୀୟ, ଅରୂପ, ଆକାରରହିତ, ଆଦି ଅନ୍ତହୀନ ସ୍ୱରୂପ। ଜୀବ ତଥାପି ଆପଣଙ୍କୁ ମାତା, ପିତା, ବନ୍ଧୁ, ସଖା ସହୋଦର, ଧନ, ମାନ, ଯଶ, ନିଃଶ୍ୱାସ, ପ୍ରଶ୍ୱାସ, ବିଦ୍ୟା, ଜ୍ଞାନ ସବୁକିଛି ସମର୍ପି ଦେଇଥାଏ।

‘ଆପଣ ତ ଆକାର ରହିତ, ନିର୍ବିକଳ୍ପ ନିରାକାର ଏବଂ ସବୁର କର୍ତ୍ତା ହିଁ ଆପଣ! ଅକର୍ତ୍ତା ମଧ୍ୟ ଆପଣ! ଏହି ପରିପ୍ରେକ୍ଷୀରେ ବିଚାର କରିବାକୁ ହୁଏ ଯେ ଆପଣ ସମସ୍ତ ଜୀବମାନଙ୍କର ଉଦ୍‌‌ଗମ ସ୍ଥଳ, ମାଧ୍ୟମ, ବିଶ୍ୱ ବ୍ରହ୍ମାଣ୍ଡର ଆଧାର ଅଟନ୍ତି। ତେଣୁ ଆପଣ ଏକ ହୋଇ ମଧ୍ୟ ଅନେକ ଭଳି ପ୍ରତୀତ ହୋଇଥା’ନ୍ତି – ଯାଦୃଶି ଭାବନା ଯସ୍ୟ ସିଦ୍ଧଃ ଭବତି ତାଦୃଶି, ଏକ ଦେବ ବିଦ୍ରଃ ବହୁଧା ଭବନ୍ତି’।

ଏହା ଏକ ଅକଳ୍ପନୀୟ ଚିତ୍ର ଦୃଶ୍ୟ, ଯାହାର ଚିତ୍ରକଳ୍ପ ତିଆରି କରିବା ଦୁଷ୍କର। ଯେଉ ଁଦୃଶ୍ୟ ଅଦୃଶ୍ୟ, ତା’ର ଚିତ୍ରକଳ୍ପକୁ ଆକଳନ କରିବା ମଧ୍ୟ ଅସମ୍ଭବ। ଅଦୃଶ୍ୟର ରୂପକଳ୍ପ ପାଇଁ ଧ୍ୟାନ ଧାରଣା, ଭୋଗ ତଥା ବାଚନିକ, ଆତ୍ମିକ, ଦୈହିକ, ମାନସିକ ସ୍ତରରେ ସ୍ୱଚ୍ଛତାର ଆବଶ୍ୟକତା ଅଧିକ।

ନୀଳକନ୍ଦର ନିବାସୀ ଶ୍ରୀପୁରୁଷୋତ୍ତମ କୁଣ୍ଡଳାକାର ହୋଇ ଉନ୍ମୁକ୍ତ ଥିବା ଅଥବା ଗୁରୁତ୍ୱ ବୃଦ୍ଧି କରୁଥିବା ଶଙ୍ଖନାଭି ମଣ୍ଡଳରେ ପଞ୍ଚତତ୍ତ୍ୱ ସନ୍ନିକଷ୍ଟ ମହାପଦ୍ମ ସଦୃଶ ପ୍ରତୀକାତ୍ମକ ରତ୍ନବେଦୀରେ ଆସୀନ ପୂର୍ବକ ଲୋକବତ୍‌‌ ଲୀଳା କୈବଲ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ସତ୍‌‌ଚିତ୍‌‌ ଆନନ୍ଦ ପ୍ରଦାନ କରୁଛନ୍ତି। ଏହି ବିରାଟ ସୃଷ୍ଟି କିଭଳି ସଂଗଠିତ ହେଲା? କିଏ ତାହାର କର୍ତ୍ତା? ନୀଳାଚଳର କ୍ଷେତ୍ରାଧିପତି କ’ଣ ସେହି ମହାଜାଗତିକ ଶକ୍ତିର ସ୍ଥୂଳ ପ୍ରତୀକାତ୍ମକ ରୂପ? ଏକ ଭାବକଳ୍ପନାର ଆଧାର ଆମ ଈଶ୍ୱରୀୟ ଚୈତ୍ୟବୃତ୍ତି ସମ୍ପୂର୍ଣ୍ଣ ଏକ ବିଚାରଧାରା, ଯାହା ଅତୀବ ରହସ୍ୟମୟ ଓ ଅକଳ୍ପନୀୟ।

କଳ୍ପନା ଏକ ଦିବ୍ୟଚେତନା, ଯାହାର ଆଧାର ପାରିପାର୍ଶ୍ବିକ ବ୍ୟବସ୍ଥା, ବାସ୍ତବତା ଏବଂ ସାମ୍ପ୍ରତିକ ଚେତନାବୋଧକୁ ଇଙ୍ଗିତ କରିଥାଏ। ବାସ୍ତବତାର ସମ୍ଭାବ୍ୟ ପରିଣତିକୁ ଉପସ୍ଥାପନା କରିବା କ୍ଷେତ୍ରରେ କଳ୍ପନା ଏକ କଳାତ୍ମକ ଭିତ୍ତିଭୂମି। ସେହିପରି ସମ୍ଭାବ୍ୟ ବାସ୍ତବତାକୁ କଳ୍ପନାର ପୃଷ୍ଠଭୂମିରେ ଉପସ୍ଥାପନା ଏବଂ କାଳାତୀତ ଆଗାମୀ ଭବିଷ୍ୟତକୁ ଦେଇଥାଏ ଏକ ଅନନ୍ୟ ସାମ୍ପ୍ରତିକ ଚିତ୍ରରୂପ। ଅଙ୍ଗେନିଭା ଅନୁଭବ ଯେତେବେଳେ ଭାବବସ୍ତୁରେ ପରିବର୍ତ୍ତିତ ହୁଏ, ସେତେବେଳେ ତାହା ଭାବର ନିକଟବର୍ତ୍ତୀ ମନେହୋଇ ଅବାସ୍ତବତା ତଥା କଳ୍ପନା ପ୍ରବଣତାକୁ ନେଇ ସୃଷ୍ଟ ସମସ୍ତ ଦ୍ୱନ୍ଦ୍ୱର ଅବସାନ ଘଟାଇଥାଏ। କଳ୍ପନା ସେତେବେଳେ ହୋଇଉଠେ ବାସ୍ତବତାର ସମ୍ଭାବ୍ୟ ଚିତ୍ରରୂପ।

ଏହି ପ୍ରକାର ଉପଲବ୍ଧକୁ ଆମକୁ ନେଲାବେଳେ ସୌନ୍ଦର୍ଯ୍ୟବୋଧର କଥା ମନକୁ ଆସିଥାଏ, ଯାହା ବୋଧହୁଏ ସର୍ଜନର ଉତ୍‌‌ପ୍ରେରିକା ଶକ୍ତି ଏବଂ ଶିଳ୍ପୀର ପ୍ରାଣରେ ସୃଷ୍ଟି କରିଥାଏ ଏକ ଅନାହତ ଉଦ୍‌‌ବେଳନ। ସେଥିପାଇଁ ସ୍ରଷ୍ଟାର ହୃଦୟ ସେଇଠୁ ଉତ୍ସରିତ ସୌନ୍ଦର୍ଯ୍ୟ ଭୂମିର ସନ୍ଧାନରେ ମଗ୍ନ, ମୋହିତ ଓ ଆଚ୍ଛନ୍ନ ହୋଇ ଅବଲୀଳାକ୍ରମେ ସୃଜନର ଦିବ୍ୟଚେତନା ସ୍ତରରେ ନିବିଡ଼ ସମ୍ବେଦନାରେ ଆବେଗସିକ୍ତ ହୁଏ। ହୃଦୟର ଭାବକକ୍ଷ ମଧ୍ୟ ସେତେବେଳେ କ୍ରିୟାଶୀଳ ମନେ ହୋଇଥାଏ। ସୂକ୍ଷ୍ମ ଚେତନାର ସଂଗୁପ୍ତ ମୂଲକଟି ସେଇଠୁଁ ସମ୍ମୋହନର ଗଭୀର ବିହ୍ୱଳତାରେ ଆବିଷ୍ଟ ହୁଏ ଓ ଅନୁଭବର ଅବରୁଦ୍ଧ କକ୍ଷଗୁଡ଼ିକ ଉନ୍ମୁକ୍ତ ହୁଅନ୍ତି। କଳ୍ପଲୋକରେ ବିଚରଣ କରେ ଜୀବସତ୍ତା। ଜାଗତିକ ସୀମା ସରହଦ ଅତିକ୍ରମ କରି ସର୍ଜନ ଦୃଷ୍ଟି ଅତି ଜାଗତିକ ଏକ ଦିବ୍ୟଚେତନାରେ ପ୍ରସାରିତ ହୁଏ, ବହୁମୁଖୀ ହୁଏ ତା’ର ରୂପାନ୍ତରଣ। ତେବେ ଯାଇ ସମ୍ଭବ ହୁଏ ଚିତ୍ରକଳ୍ପର ଚିତ୍ରରୂପ (ଦୃଶ୍ୟରୂପ)। ଯାହା ସତତଃ ଅନନ୍ୟ ଅପ୍ରତିମ ପରମାନନ୍ଦ ପ୍ରଦାନକାରୀ ହୁଏ। ଆତ୍ମାକୁ ଛୁଏଁ। ସାର୍ବଜନୀନ ସ୍ୱୀକୃତି ପାଏ।

ଅଗଣିତ ସାଧୁସନ୍ଥ, ପଣ୍ଡିତ, ବିଷୟ ଗବେଷକ, ଜ୍ଞାନୀ, ତତ୍ତ୍ୱଦର୍ଶୀ, ମହାତ୍ମା, ମୁନିଋଷି ଦିବ୍ୟ ନୀଳାଚଳ ଧାମରେ ପଦର୍ପଣ କଲାମାତ୍ରେ ଆପଣାର ଜ୍ଞାନ, ପାଣ୍ଡିତ୍ୟ, ବୁଝା ଅବୁଝା ଗୁଢ଼ତତ୍ତ୍ୱ ସମସ୍ତଙ୍କୁ ପାସୋରି ବସନ୍ତି। ତତ୍ତ୍ୱାତୀତ ପରଂବ୍ରହ୍ମଙ୍କ ତତ୍ତ୍ୱ ନିର୍ଣ୍ଣୟରେ ନିଜ ନିଜର ଅସାମର୍ଥ୍ୟତା ଅନୁଭବ କରି ତାଙ୍କୁ ସର୍ବ ବେଦାନ୍ତ ସାର, ସର୍ବ ତତ୍ତ୍ୱାନୁତତ୍ତ୍ୱ ତଥା ଭବଜଳଧିର ତରଣୀ ରୂପେ ବାରମ୍ବାର ପ୍ରତୀତ ଜଣାଇଥା’ନ୍ତି। ସେ ସର୍ବେନ୍ଦ୍ରୀୟ ବିବର୍ଜିତ ତଥା ସର୍ବେନ୍ଦ୍ରୀୟ ଧର୍ମର ସ୍ଥୂଳ ପ୍ରତିନିଧି। ଦୁରାଧିଗମ୍ୟ ଭାବକୁ ସ୍ଥୂଳ ଭାବରେ ପ୍ରଦର୍ଶନ କରିବାକୁ ତାଙ୍କର ଏହି ରହସ୍ୟମୟ ସ୍ୱରୂପ। ବର୍ଣ୍ଣ ଧର୍ମ ଆଶ୍ରମ ସବୁ ତାଙ୍କଠାରେ ଅବଲୁପ୍ତ।

ଏହିପରି ଏକ ଗୂଢ଼ ରହସ୍ୟ ବର୍ଣ୍ଣନାର ଚିତ୍ରକଳ୍ପକୁ କିଏ କିପରି କେଉଁ ଶିଳ୍ପଶାସ୍ତ୍ର, ଚିତ୍ରକୋଷ ବା ଅତିନ୍ଦ୍ରିୟ ଚେତନାସ୍ତରକୁ ଯାଇ ଏହାର ଠିକ୍‌‌ ଚିତ୍ରରୂପ ସର୍ବସାଧାରଣରେ ପ୍ରଦର୍ଶିତ କରିପାରିବ? ଅପୂର୍ଣ୍ଣ, ଖଣ୍ଡିତ ଅବୟବ ଏବଂ ନିର୍ଦ୍ଦିଷ୍ଟ ଆକାର ଆକୃତିରହିତ ତାଙ୍କ ଚିତ୍ର ପ୍ରତିମା। ତେଣୁ ଏକ ରହସ୍ୟପୂର୍ଣ୍ଣ ପ୍ରତୀକ ବ୍ୟତୀତ ଆଉ କିଛି ନୁହେଁ। ତଥାପି ଶ୍ୟାମଘନ ସମ ଶ୍ୟାମ ସଖା, ସୌନ୍ଦର୍ଯ୍ୟବୋଧର ସର୍ବୋକୃଷ୍ଟ ସୃଷ୍ଟି, ତାଙ୍କ କଳାଶ୍ରୀମୁଖ ସମସ୍ତଙ୍କର ପ୍ରିୟ। ତାଙ୍କ ବଙ୍କାଧରରେ ଅତିଜାଗତିକ ସ୍ମିତହାସ୍ୟ ଶୃଙ୍ଗାର। ତଥାପି ତାଙ୍କର ସମସ୍ତ ଚିତ୍ର ଏକ ଭ୍ରାନ୍ତି। ଅତୀବ ରହସ୍ୟମୟ।

ମହାପ୍ରଭୁଙ୍କ ଆଧାରରେ ଅନେକ ଚିତ୍ର କରିସାରିଲା ପରେ ମଧ୍ୟ ମୋର ବ୍ୟକ୍ତିଗତ ଭାବରେ ଏହିମତ ଯେ ତାଙ୍କ ଚିତ୍ରର ସେ ନିଜେ ହିଁ ନିରୀକ୍ଷକ ଏବଂ ସମୀକ୍ଷକ। କତିପୟ କିଛି ବିଭୋର ଶିଳ୍ପୀ ବନ୍ଧୁମାନଙ୍କୁ ନେଇ ମହାପ୍ରଭୁଙ୍କର ପାତାଳି ଲୀଳା କ୍ଷେତ୍ରମାନଙ୍କୁ ଯାଇ ସେଇ ପରିବେଶରେ, ପ୍ରଥମରୁ ବିଷୟ ବିଶେଷଜ୍ଞମାନଙ୍କ ସହ ବିଭିନ୍ନ ପରିପ୍ରେକ୍ଷୀରେ ଆଲୋଚନା କରି ଚିତ୍ରକଳ୍ପ ସମ୍ପର୍କିତ ଏକ ନମୁନା ଚିତ୍ରକୁ ପୁଞ୍ଜିକରି ତାଙ୍କ ଲୀଳାର ଚିତ୍ର କରି ସେଠାରେ ପ୍ରଥମେ ଦେବାର୍ପିତ ଓ ପରେ ଲୋକାର୍ପିତ କରାଇ ଅପୂର୍ବ ସହଯୋଗ ପାଇଛୁ। ସେଇ ପରିବେଶରେ ଯେ ଯାହାର ଊର୍ଦ୍ଧ୍ବ ଉଡ଼ାଣ, ଶୂନ୍ୟଭ୍ରମଣରେ ଥାଆନ୍ତି। ଚିତ୍ର ଆପେ ଆପେ ସେମାନଙ୍କ ଦ୍ୱାରା ହୋଇଯାଏ। ପାଞ୍ଚବର୍ଷ ହେଲା ପାଞ୍ଚ ଯାଗାରେ ପାଞ୍ଚ ପ୍ରକାର ରୂପକଳ୍ପର ଚିତ୍ରରୂପ କରିସାରିଲୁଣି, ସେ ଚିତ୍ର ଅନେକ ସ୍ଥାନରେ ପ୍ରଦର୍ଶିତ ହୋଇସାରିଛି। ଚିତ୍ରର କ୍ୟାନଭାସ୍‌‌, ଲିମ୍ବକାଠ ଗଣ୍ଡିର ପାଞ୍ଚଇଞ୍ଚ ମୋଟେଇ ଏବଂ ଦେଢ଼ଫୁଟରୁ ଦୁଇଫୁଟ ପର୍ଯ୍ୟନ୍ତ ବ୍ୟାସର ଗୋଲାକାର କାଠଖଣ୍ଡ। ମହାପ୍ରଭୁଙ୍କ ଦାରବ ତନୁର ଚିତ୍ର ଲିମ୍ବକାଠରେ ହିଁ ଚିତ୍ରାୟିତ କରାଯାଏ। ଆଗକୁ ମଧ୍ୟ ହେବ। ଦିନକୁ ଦିନ ଦାରୁବ୍ରହ୍ମଙ୍କ କୃପାରୁ ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ, ଦିଲ୍ଲୀ, ହାଇଦ୍ରାବାଦ, ବାଙ୍ଗାଲୁରୁ, ଚେନ୍ନାଇର ଓଡ଼ିଆ ଶିଳ୍ପୀମାନେ ଆକର୍ଷିତ ହୋଇ ସାମିଲ ହୋଇଛନ୍ତି। ବାହୁଡ଼ାବ୍ରହ୍ମ, ବ୍ରହ୍ମଦାରୁ ସ୍ମରାମୀ, ନୀଳବ୍ରହ୍ମ, ଗୁପ୍ତବ୍ରହ୍ମ, ପାତାଳିବ୍ରହ୍ମ ଶୀର୍ଷକରେ ଏହି କଳାଶିବିରଗୁଡ଼ିକ ଭୁବନେଶ୍ୱର, ପୁରୀ, ନୀଳମାଧବ କ୍ଷେତ୍ର, କଣ୍ଟିଲୋ, କାଙ୍କରଶିଶରୀ, ଟାପୁ ଚିଲିକା, ନଈରୀ ଏବଂ ସୋନପୁର କୋଟ ସମଲାଇ ସ୍ଥିତ ତ୍ରିକୁଟ ପାହାଡ଼ ଗୁମ୍ଫା ଯେଉଁଠି ମହାନଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଣାଯାଇ ଗୋପନରେ ଶତାଧିକ ବର୍ଷ କାଳ ମାଟିରେ ପୋତାଯାଇ ରଖାଯାଇଥିଲା ଓଡ଼ିଶାର ମୋଗଲ ଗୋଳ ସମୟରେ।

ଆଜି ପର୍ଯ୍ୟନ୍ତ ଚିତ୍ରରେ ମୁଁ ତାଙ୍କୁ ଯେପରି ଦେଖିପାରେ ଶବ୍ଦରେ ସେପରି ବର୍ଣ୍ଣନା କରି ପାରେନି। ରଙ୍ଗ ମିଳେନି ତାଙ୍କୁ ବର୍ଣ୍ଣିବାକୁ। ଶବ୍ଦ ଅଣ୍ଟେନି ତାଙ୍କ ଲୀଳା ବଖାଣିବାକୁ। ତାଙ୍କ ପାଇଁ ମୋର ସବୁଚିତ୍ରର ସେ ଚିତ୍ର ନିର୍ଦ୍ଦେଶକ। ଅନେକ ବାର ନିରୀହ ସ୍ୱୀକାର ମୁଁ କରିଛି ଯେ ତାଙ୍କ ଚିତ୍ର କରି ସାରି ସେ ଚିତ୍ରର ଯେ କୌଣସି ସମୀକ୍ଷା ମୋ ଦ୍ୱାରା ଅବା ଆଉ କାହା ଦ୍ୱାରା କରାଯାଇନି। କାରଣ ତାଙ୍କ ଚିତ୍ରର ସମୀକ୍ଷକ ସେ ନିଜେ। ତାଙ୍କ ଚିତ୍ର କେବେ ସରେନି, ଲାଗେ ଯେମିତି ଆଉ କ’ଣ ଟିକେ ହେଇପାରିଥା’ନ୍ତା! ଲେଖକୀୟ ଅଭିବ୍ୟକ୍ତି ମଧ୍ୟ ଠିକ୍‌‌ ସେହିପରି। ଆଉ କ’ଣ ଟିକେ ଲେଖିଥିଲେ ଭଲ ଲାଗିଥା’ନ୍ତା! ଅନେକବେଳେ ମୁଁ ସେଥିପାଇଁ ଭାବେ ସେଇ ଆଉକିଛି କଥାଟି ହିଁ ଭାବ। ଭାବରେ ଆଖି ମୁଦି ହୋଇଗଲେ ଜଗନ୍ନିବାସ ଶ୍ୟାମସଖା ଯେଉଁଠି ଥିଲେ ବି ଅତୁଲ୍ୟ ଦିଶନ୍ତି, ଜଳଜଳ ହୋଇ ବାରି ହେଇଯାଏ ଶବ୍ଦବ୍ରହ୍ମ। ଶୂନ୍ୟଶବ୍ଦ ମଧ୍ୟ ଅନର୍ଗଳ ପଢ଼଼ି ହେଇଯାଏ।

ଜୟ ଜଗଦ୍ଦୀଶ୍ୱର।

ଆପଣ ସର୍ବେଶ୍ୱର, ସର୍ବରୂପ ଓ ସ୍ମୃତିଯୋଗ୍ୟ, ଆପଣଙ୍କୁ ସହସ୍ରବାର ପ୍ରଣାମ, ପୁନର୍ବାର ପ୍ରଣାମ, ବାରମ୍ବାର ପ୍ରଣାମ।

ବଳଦେବ ମହାରଥା

ଭୁବନେଶ୍ୱର, ମୋ: ୯୪୩୯୭୭୬୯୧୦

ଆଜିଠୁ ଶ୍ରୀମନ୍ଦିର ‘ପରିକ୍ରମା’ ମହାଯଜ୍ଞ; ଶ୍ରୀମନ୍ଦିର ଚାରିଦ୍ୱାରରେ ହେବ ବେଦ ପାରାୟଣ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଯଜ୍ଞ ମଣ୍ଡପ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୃଷ୍ଟି ହୋଇଛି ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ। ପବିତ୍ର ମକର ସଂକ୍ରାନ୍ତି ଅର୍ଥାତ୍‌ ପୌଷ ଶୁକ୍ଳ ପଞ୍ଚମୀ ତିଥିରୁ ଆରମ୍ଭ ହେବ ତ୍ରିଦିନାତ୍ମକ ଯଜ୍ଞ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଯଜ୍ଞ ପ୍ରକ୍ରିୟାର ତୃତୀୟ ଦିବସରେ ରବିବାର ଅଙ୍କୁରପୂଜନ ସମାପ୍ତ ହେବା ପରେ ଯଜ୍ଞ ମଣ୍ଡପରେ ସମସ୍ତ ମଣ୍ଡଳ ସ୍ଥାପନ ଶେଷ ହୋଇଛି। ନିକଟସ୍ଥ ମଠ କୂଅରୁ ଜଳ ଆଣି ଅଧିବାସ କାର୍ଯ୍ୟ ସରିଛି। ସୋମବାର ସକାଳ ସାଢେ ୭ଟାରୁ ଅପରାହ୍ନ ୧ଟା ମଧ୍ୟରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳପୂଜନ ହେବ।

ସେହିପରି ସକାଳ ସାଢେ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ କରାଯିବ। ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଆସି ଯଜ୍ଞ ଆରମ୍ଭ ହେବ। ସନ୍ଧ୍ୟା ୬ଟା ମଧ୍ୟରେ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି ଓ ପ୍ରଦିକ୍ଷଣ କରାଯିବ। ମହାପ୍ରଭୁଙ୍କ ସ୍ମରଣ କରି ଏହି ଯଜ୍ଞ ଆରମ୍ଭ ହେବ। ଯଜ୍ଞ ମଣ୍ଡପ ପରି ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାଠ ପାଇଁ ସ୍ୱତନ୍ତ୍ର ଭାବେ ମଣ୍ଡପ ପ୍ରସ୍ତୁତ କରାଯାଇଛି। ପ୍ରତି ଦ୍ୱାରରେ ୧୫ ଜଣ ଲେଖାଏଁ ୬୦ ଜଣ ବେଦଜ୍ଞ ପଣ୍ଡିତ ବେଦ ପାଠ କରିବେ। ପୂର୍ବ ବା ସିଂହଦ୍ୱାରରେ ଋକ୍‌ ବେଦ, ପଶ୍ଚିମ ଦ୍ୱାରରେ ସାମ୍‌ ବେଦ, ଉତ୍ତର ଦ୍ୱାରରେ ଅଥର୍ବ ବେଦ, ଦକ୍ଷିଣ ଦ୍ୱାରରେ ଯଜୁର୍ବେଦ ପାଠ କରାଯିବ।

ଅନ୍ୟପକ୍ଷରେ ରବିବାର ଲୋକାର୍ପଣ ପାଇଁ ଥିବା ପଥରକୁ ଖୋଦେଇ କରାଯାଇ ଅଷ୍ଟଧାତୁ ଲେଖା ଫଳକ ଲଗାଯାଇଛି। ଏହି ଫଳକରେ ‘ଶ୍ରୀ ଶ୍ରୀ ଜଗନ୍ନାଥାୟ ନମଃ’। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ପ୍ରତିଷ୍ଠା ଓ ଲୋକାର୍ପଣ, ପୌଷ ଶୁକ୍ଳ ସପ୍ତମୀ, ୧୭ ତାରିଖ ବୁଧବାର’ ଲେଖାଯାଇଛି। ଶିଳାନ୍ୟାସ ଫଳକର ଦକ୍ଷିଣ ପାର୍ଶ୍ୱରେ ରହିଛି ଏହି ଲୋକାର୍ପଣ ପଥର ଫଳକ।

ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ: ଆଜି ଯଜ୍ଞ ଅଧିବାସ, ମଣ୍ଡଳ ଓ ଧ୍ୱଜା ସ୍ଥାପନ
ପୁରୀ: ପାଖେଇ ଆସୁଛି ସେହି ଦିବ୍ୟ ମୁହୂର୍ତ୍ତ । ଆଉ ମାତ୍ର ୩ ଦିନ ପରେ ପ୍ରତୀକ୍ଷାରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ନୂଆରୂପରେ ଉଦ୍‌ଭାସିତ ହେବ ଶ୍ରୀମନ୍ଦିର ଚୌହଦୀ। ପୌଷ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଚାଲିଛି ଆଦ୍ୟପୂଜା । ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ କରାଯାଇଥିଲା । ଆଜି ଧ୍ବଜା ଓ ତୋରଣ ସ୍ଥାପନ କରାଯିବ । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବ ମହାଯଜ୍ଞ ।

ଲୋକାର୍ପଣର ଆଦ୍ୟ ପର୍ବ ଶୁକ୍ରବାର ଆରମ୍ଭ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରେ ଆଚାର୍ଯ୍ୟ ବରଣ କରିଥିବା ବେଳେ ଯଜ୍ଞସ୍ଥଳରେ ଅଙ୍କୁରାରୋପଣ ସମ୍ପନ୍ନ ହୋଇଥିଲା। ଶନିବାର ପୌଷ ଶୁକ୍ଳ ତୃତୀୟା ତିଥିରେ ଅଙ୍କୁରପୂଜନ ଓ ପ୍ରଥମ ମଣ୍ଡଳକଟା ଶେଷ ହୋଇଛି। ଏଥିସହ ଲୋକାର୍ପିତ ହେବାକୁ ଥିବା ଫଳକର ମାପଚୁପ କରାଯାଇଛି ।

ଅନ୍ୟପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି।ଲୋକାର୍ପଣ ଅବସରରେ ଅର୍ଥାତ୍‌ ଆସନ୍ତା ୧୫, ୧୬ ଓ ୧୭ ତାରିଖରେ ଭକ୍ତଙ୍କ ଦର୍ଶନ ପାଇଁ କୌଣସି କଟକଣା ରହିବ ନାହିଁ। ୧୭ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ସ୍ଥାନ ଓ ଯଜ୍ଞମଣ୍ଡପ ନିକଟକୁ ଭକ୍ତମାନଙ୍କୁ ଛଡାଯିବ ନାହିଁ ବୋଲି କହିଛନ୍ତି। ଶନିବାର ଜିଲ୍ଲାପାଳ ସମର୍ଥ ବର୍ମା ଅନ୍ୟ ଅଧିକାରୀଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରି କହିଛନ୍ତି ଯେ, ୧୨ ତାରିଖରୁ ଆରମ୍ଭ ହୋଇଥିବା ଯଜ୍ଞ ପ୍ରକ୍ରିୟା ଭଲରେ ଚାଲିଛି। ୧୭ ତାରିଖ ଲୋକାର୍ପଣ ଉତ୍ସବ ପାଇଁ ମଧ୍ୟ ସମସ୍ତ ପ୍ରକାଶ ପ୍ରସ୍ତୁତି କରାଯାଇଛି୧ ଶ୍ରୀସେତୁ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଶ୍ରୀମାର୍ଗ ରବିବାର ସମ୍ପୂର୍ଣ୍ଣ ହୋଇଯିବ । ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପକ ସୌନ୍ଦର୍ଯ୍ୟକରଣ କରାଯାଇଛି । ଜଗନ୍ନାଥ ବଲ୍ଲଭରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ପ୍ରଦର୍ଶନ କରାଯିବ । ପରିକ୍ରମା ପ୍ରକଳ୍ପର ଥ୍ରୀ ଡି ମଡେଲ ଏବଂ ଏହା ସମ୍ପର୍କିତ ସୂଚନା ମଧ୍ୟ ପ୍ରଦର୍ଶନ ମାଧ୍ୟମରେ ଦେଖିପାରିବେ ।