UN report - The Sakala

ଦିଲ୍ଲୀ ଲାଲକିଲା ବିସ୍ଫୋରଣ: ଜୈଶ-ଏ-ମହମ୍ମଦର ହାତ ଥିବା ନେଇ ଜାତିସଂଘ ରିପୋର୍ଟରେ ଖୁଲାସା
ଦିଲ୍ଲୀର ଲାଲକିଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ମିଳିତ ଜାତିସଂଘ (UN)ର ୩୭ତମ ରିପୋର୍ଟରେ ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ହାତ ଥିବା ନେଇ ଉଲ୍ଲେଖ କରାଯାଇଛି। ଗତ ବର୍ଷ ନଭେମ୍ବର ୧୦ ତାରିଖରେ ହୋଇଥିବା ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଜୈଶ ନିଜେ ଏହି ଆକ୍ରମଣ ପାଇଁ ଦାୟିତ୍ୱ ଗ୍ରହଣ କରିଥିଲା।

ମସୁଦ ଆଝାରର ନୂଆ ଷଡଯନ୍ତ୍ର ‘ଜମାତ-ଉଲ-ମୁମିନାତ’

ଜାତିସଂଘର ଏହି ରିପୋର୍ଟରେ ଜୈଶ ମୁଖ୍ୟ ମସୁଦ ଆଝାରର ଏକ ନୂତନ ଷଡଯନ୍ତ୍ର ସାମ୍ନାକୁ ଆସିଛି। ଗତ ଅକ୍ଟୋବର ୮ ତାରିଖରେ ମସୁଦ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ୱିଙ୍ଗ୍ ଗଠନ କରିବାକୁ ଘୋଷଣା କରିଥିଲା, ଯାହାର ନାମ 'ଜମାତ-ଉଲ-ମୁମିନାତ' ରଖାଯାଇଛି। ଯଦିଓ ଏହି ୱିଙ୍ଗ୍ ବର୍ତ୍ତମାନ ସୁଦ୍ଧା ଜାତିସଂଘର ନିଷିଦ୍ଧ ତାଲିକାରେ ସାମିଲ ହୋଇନାହିଁ, କିନ୍ତୁ ଏହା ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗ ରହିଛି।

ଭାରତ ଓ ପାକିସ୍ତାନର ଭିନ୍ନ ଦାବି

ସୀମାପାର ଆତଙ୍କବାଦକୁ ନେଇ ଏହି ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି। ଭାରତ ଦାବି କରିଛି ଯେ ଜୈଶ ଏବେ ମଧ୍ୟ ସକ୍ରିୟ ରହିଛି ଏବଂ କ୍ଷେତ୍ରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଅଛି। ଅନ୍ୟପକ୍ଷରେ, ପାକିସ୍ତାନ ଦାବି କରିଛି ଯେ ଜୈଶ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତୋଇବା ଉପରେ ପ୍ରତିବନ୍ଧକ ଲାଗିବା ପରେ ଏହି ସଙ୍ଗଠନଗୁଡ଼ିକ ନିଷ୍କ୍ରିୟ ହୋଇଯାଇଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ସାଙ୍କସନ୍ କମିଟି ପାଇଁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ପହଲଗାମ ଆକ୍ରମଣର ଉଲ୍ଲେଖ

ଜାତିସଂଘର ଏହି ରିପୋର୍ଟରେ ଏପ୍ରିଲ ୨୦୨୫ରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି, ଯେଉଁଥିରେ ୨୬ ଜଣଙ୍କର ଜୀବନ ଯାଇଥିଲା। ସେହି ସମୟରେ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ (TRF) ଏହି ଆକ୍ରମଣର ଦାୟିତ୍ୱ ନେଇଥିଲା। ଏହା ବ୍ୟତୀତ, ମେ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନରେ ଥିବା ଆତଙ୍କବାଦୀ ଠିକଣା ଉପରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ସୀମାରେ ସୃଷ୍ଟି ହୋଇଥିବା ସାମରିକ ଉତ୍ତେଜନା ସମ୍ପର୍କରେ ମଧ୍ୟ ରିପୋର୍ଟରେ ଆଲୋଚନା କରାଯାଇଛି।

ମିଳିତ ଜାତିସଂଘ ରିପୋର୍ଟ: ଏବର୍ଷ ବଢ଼ିବ ବେରୋଜଗାରୀ, ୨୦ ଲକ୍ଷରୁ ଅଧିକ ଲୋକ ହେବେ ଛଟେଇ
ନୂଆଦିଲ୍ଲୀ: ଚଳିତ ବର୍ଷ ସାରା ବିଶ୍ୱରେ ବେକାରୀ ସଂଖ୍ୟାରେ ବୃଦ୍ଧି ପାଇବ। କାରଣ ୨୦୨୪ରେ ଦୁନିଆରେ ବିଭିନ୍ନ କ୍ଷେତ୍ରରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଛଟେଇର ଶିକାର ହେବାକୁ ପଡିବ। ମିଳିତ ଜାତିସଂଘ (ୟୁଏନ୍‌ଓ)ର ଶ୍ରମ ଏଜେନ୍ସି ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଏ) ଅନୁଯାୟୀ ବେରୋଜଗାରି ହାର ଏବଂ ବର୍ତ୍ତମାନର ନିଯୁକ୍ତି ମଧ୍ୟରେ ଦେଖାଦେଇଥିବା ବ୍ୟବଧାନ ବିଶ୍ୱ ମହାମାରୀ ପୂର୍ବରୁ ସ୍ତରରୁ ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ଏହା ସତ୍ତ୍ବେ ବି ବିଶ୍ୱରେ ବେକାରୀ ହାର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏଥିଯୋଗୁ ମହଙ୍ଗା ବଜାରରେ ଖାଉଟି ଘୋର ହନ୍ତସନ୍ତ ହେବେ। ଶ୍ରମ ବଜାରରେ ଅସନ୍ତୁଳନତା ଏହାର ମୁଖ୍ୟ କାରଣ ବୋଲି ସଂଗଠନଏହାର ରିପୋର୍ଟରେ କହିଛି।

୨୦୨୩ ମସିହାରେ ଅଧିକାଂଶ ଜି -୨୦ ରାଷ୍ଟ୍ରରେ ଦେଶରେ ପ୍ରକୃତ ବେତନରେ ହ୍ରାସ ଘଟିଛି। ମୁଦ୍ରାସ୍ଫୀତି ଯେଉଁ ହାରରେ ବଢ଼ୁଛି, କର୍ମଚାରୀଙ୍କ ବେତନ ସେହି ହାରରେ ବୃଦ୍ଧି କରାଯାଉନାହିଁ। ଉଭୟ ମଧ୍ୟରେ ତାଳମେଳ ନ ଥିବା ଆଇଏଲ୍ଏ କହିଛି। ଏଭଳି ପରିସ୍ଥିତିରେ ଚଳିତ ବର୍ଷ ବିଶ୍ୱରେ ବେକାରୀ ହାର ୫.୧ ପ୍ରତିଶତରୁ ୫.୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ୨୦୨୨ ମସିହାରେ ବିଶ୍ୱରେ ବେକାରୀ ହାର ୫.୩ ପ୍ରତିଶତ ରହିଥିଲା, ଯେଉଁଥିରେ ଗତ ବର୍ଷ ସାମାନ୍ୟ ବୃଦ୍ଧି ହୋଇ ୫.୧% ପ୍ରତିଶତକୁ ହ୍ରାସ ପାଇଥିଲା। ଏହା ବ୍ୟତୀତ ବିଶ୍ବ ୨୦୨୩ରେ ବୈଶ୍ବିକ ସ୍ତରରେ ରୋଜଗାରର ବ୍ୟବଧାନ ଏବଂ ଶ୍ରମ ବଜାରରେ ଲୋକଙ୍କ ଅଂଶଗ୍ରହଣ ହାର ସେତେଟା ଭଲ ନ ଥିଲା।

ଆଇଏଲ୍ଏ କହିଛି ଯେ ଶ୍ରମ ବଜାରରେ ଅସମାନତା ବଢ଼ିବାରେ ଲାଗିଛି। ଉତ୍ପାଦନ କ୍ଷେତ୍ରରେ ଦେଖାଯାଉଥିବା ମାନ୍ଦାବସ୍ଥା ଏବେ ବଡ଼ ଚିନ୍ତାର କାରଣ। ଏହି ଅଧ୍ୟୟନରେ ସର୍ବଶେଷ ଶ୍ରମ ବଜାର ଧାରାକୁ ଆକଳନ କରାଯାଇଛି। ଏଥିରେ ବେକାରୀ, ନିଯୁକ୍ତି ସୃଷ୍ଟି, ଶ୍ରମଶକ୍ତିର ଅଂଶଗ୍ରହଣ ହାରକୁ ଅନ୍ତର୍ଭୁକ୍ତ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୨୩ରେ ଚୀନ୍, ରୁଷ ଏବଂ ମେକ୍ସିକୋରେ ପ୍ରକୃତ ବେତନରେ ବୃଦ୍ଧି ଘଟିଛି। ଅନ୍ୟ ଜି -୨୦ ଦେଶଗୁଡିକରେ ପ୍ରକୃତ ବେତନ ହାର ହ୍ରାସ ପାଇଛି। ଯେପରିକି ବ୍ରାଜିଲରେ ଏହା ୬.୯ ପ୍ରତିଶତ, ଇଟାଲୀ ରେ ୫ ପ୍ରତିଶତ ଏବଂ ଇଣ୍ଡୋନେସିଆରେ ୩.୫ ପ୍ରତିଶତ ତୀବ୍ର ହ୍ରାସ ଘଟିଛି।