Hallmark - The Sakala

ଜୁନ୍‌ ପହିଲାରୁ ସୁନାଗହଣାରେ ହଲ୍‌ମାର୍କ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଆଗକୁ ଦେଶରେ ବିନା ହଲ୍‌ମାର୍କରେ ସୁନା ଗହଣା ବିକ୍ରି ହୋଇପାରିବନାହିଁ। କାରଣ କେନ୍ଦ୍ର ସରକାର ଏ ନେଇ ନିୟମ କଡ଼ାକଡ଼ି କରିବାକୁ ଯାଉଛନ୍ତି। ଯାହାଫଳରେ ଜୁନ୍‌ରୁ ଦେଶରେ ହଲମାର୍କ ନିୟମ ବାଧ୍ୟତାମୂଳକ କରାଯାଇଛି। ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌)ର ମହାନିର୍ଦ୍ଦେଶକ ପ୍ରମୋଦ କୁମାର ତିୱାରୀ ମଙ୍ଗଳବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିଲାଗି ପୂର୍ବରୁ ଧାର୍ଯ୍ୟ ତାରିଖରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ କହିଛନ୍ତି। ସୁନା ଅଳଙ୍କାର ଓ କଳାକୃତିର ହଲମାର୍କିଂ ଲାଗି ଦେଶରେ ଏ ପର୍ଯ୍ୟନ୍ତ ୩୪,୬୪୭ ଜଣ ବ୍ୟବସାୟୀ ଏବଂ କାରିଗର ଆବେଦନ କରିଛନ୍ତି। ଏଥିପାଇଁ ଆଗାମୀ ଦିନରେ ୧ ଲକ୍ଷ ସୁନା ବ୍ୟବସାୟୀ ପଞ୍ଜୀକରଣ କରିପାରନ୍ତି ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ତେଣୁ ଜୁନ ପହିଲାଠାରୁ ସୁନା ଅଳଙ୍କାର ବିକ୍ରେତାମାନେ କେବଳ ୧୪, ୧୮ ଓ ୨୨ କ୍ୟାରେଟ୍‌ ସ୍ୱର୍ଣ୍ଣ ଆଭୂଷଣ ବିକ୍ରି ଅନୁମତି ରହିବ। ବିଆଇଏସ୍‌ର କହିବାନୁଯାୟୀ, ହଲମାର୍କିଂ ଅନିବାର୍ଯ୍ୟ ହେଲେ ଦେଶରେ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ। ଗ୍ରାହକ କ୍ରୟ କରୁଥିବା ଆଭୂଷଣର  କ୍ୟାରେଟ୍‌କୁ ନେଇ ଦ୍ୱନ୍ଦ୍ୱରେ ରହିବେ ନାହିଁ କି କମ୍‌ କ୍ୟାରେଟ୍‌ର ସୁନା ଅଳଙ୍କାରକୁ ବ୍ୟବସାୟୀ ନିୟମିତ ଦରରେ ବିକ୍ରି କରିପାରିବେନି। ଏଣୁ ସୁନା ଅଳଙ୍କାର କ୍ରୟ କରିବାବେଳେ ଗ୍ରାହକ ବିଆଇଏସ୍‌ ଚିହ୍ନରୁ ଦ୍ରବ୍ୟର ଶୁଦ୍ଧତା ଏବଂ ଓଜନ ନେଇ ନିଶ୍ଚିତ ହୋଇପାରିବେ। ସୂଚନାଯୋଗ୍ୟ, ଭାରତ ପ୍ରତିବର୍ଷ ୭୦୦ରୁ ୮୦୦ ଟନ୍‌ ସୁନା ବିଦେଶରୁ ଆମଦାନୀ କରୁଛି।