Parikrama Inaguration - The Sakala

ଆଜିଠୁ ଶ୍ରୀମନ୍ଦିର ‘ପରିକ୍ରମା’ ମହାଯଜ୍ଞ; ଶ୍ରୀମନ୍ଦିର ଚାରିଦ୍ୱାରରେ ହେବ ବେଦ ପାରାୟଣ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଯଜ୍ଞ ମଣ୍ଡପ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୃଷ୍ଟି ହୋଇଛି ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ। ପବିତ୍ର ମକର ସଂକ୍ରାନ୍ତି ଅର୍ଥାତ୍‌ ପୌଷ ଶୁକ୍ଳ ପଞ୍ଚମୀ ତିଥିରୁ ଆରମ୍ଭ ହେବ ତ୍ରିଦିନାତ୍ମକ ଯଜ୍ଞ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଯଜ୍ଞ ପ୍ରକ୍ରିୟାର ତୃତୀୟ ଦିବସରେ ରବିବାର ଅଙ୍କୁରପୂଜନ ସମାପ୍ତ ହେବା ପରେ ଯଜ୍ଞ ମଣ୍ଡପରେ ସମସ୍ତ ମଣ୍ଡଳ ସ୍ଥାପନ ଶେଷ ହୋଇଛି। ନିକଟସ୍ଥ ମଠ କୂଅରୁ ଜଳ ଆଣି ଅଧିବାସ କାର୍ଯ୍ୟ ସରିଛି। ସୋମବାର ସକାଳ ସାଢେ ୭ଟାରୁ ଅପରାହ୍ନ ୧ଟା ମଧ୍ୟରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳପୂଜନ ହେବ।

ସେହିପରି ସକାଳ ସାଢେ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଙ୍କୀର୍ତ୍ତନ କରାଯିବ। ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଆସି ଯଜ୍ଞ ଆରମ୍ଭ ହେବ। ସନ୍ଧ୍ୟା ୬ଟା ମଧ୍ୟରେ ବୈଷ୍ଣବାଗ୍ନି ସଂସ୍କାର, ହବନ, ଆରତି, ପୁଷ୍ପାଞ୍ଜଳି ଓ ପ୍ରଦିକ୍ଷଣ କରାଯିବ। ମହାପ୍ରଭୁଙ୍କ ସ୍ମରଣ କରି ଏହି ଯଜ୍ଞ ଆରମ୍ଭ ହେବ। ଯଜ୍ଞ ମଣ୍ଡପ ପରି ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାଠ ପାଇଁ ସ୍ୱତନ୍ତ୍ର ଭାବେ ମଣ୍ଡପ ପ୍ରସ୍ତୁତ କରାଯାଇଛି। ପ୍ରତି ଦ୍ୱାରରେ ୧୫ ଜଣ ଲେଖାଏଁ ୬୦ ଜଣ ବେଦଜ୍ଞ ପଣ୍ଡିତ ବେଦ ପାଠ କରିବେ। ପୂର୍ବ ବା ସିଂହଦ୍ୱାରରେ ଋକ୍‌ ବେଦ, ପଶ୍ଚିମ ଦ୍ୱାରରେ ସାମ୍‌ ବେଦ, ଉତ୍ତର ଦ୍ୱାରରେ ଅଥର୍ବ ବେଦ, ଦକ୍ଷିଣ ଦ୍ୱାରରେ ଯଜୁର୍ବେଦ ପାଠ କରାଯିବ।

ଅନ୍ୟପକ୍ଷରେ ରବିବାର ଲୋକାର୍ପଣ ପାଇଁ ଥିବା ପଥରକୁ ଖୋଦେଇ କରାଯାଇ ଅଷ୍ଟଧାତୁ ଲେଖା ଫଳକ ଲଗାଯାଇଛି। ଏହି ଫଳକରେ ‘ଶ୍ରୀ ଶ୍ରୀ ଜଗନ୍ନାଥାୟ ନମଃ’। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ପ୍ରତିଷ୍ଠା ଓ ଲୋକାର୍ପଣ, ପୌଷ ଶୁକ୍ଳ ସପ୍ତମୀ, ୧୭ ତାରିଖ ବୁଧବାର’ ଲେଖାଯାଇଛି। ଶିଳାନ୍ୟାସ ଫଳକର ଦକ୍ଷିଣ ପାର୍ଶ୍ୱରେ ରହିଛି ଏହି ଲୋକାର୍ପଣ ପଥର ଫଳକ।

ପରିକ୍ରମା ଲୋକାର୍ପଣ: ସକାଳୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଯଜ୍ଞ ଓ ଅନ୍ୟାନ୍ୟ ପ୍ରସ୍ତୁତି ଅନୁଧ୍ୟାନ କଲେ 5T ଅଧ୍ୟକ୍ଷ
ପୁରୀ: ସକାଳୁ ସକାଳୁ ଶୀକ୍ଷେତ୍ର ପୁରୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପ୍ରଥମେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ 5T ଅଧ୍ୟକ୍ଷ । ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ପହଞ୍ଚିଥିଲେ ପରିକ୍ରମା ପ୍ରକଳ୍ପ ସ୍ଥଳରେ । ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହ ଉଦଘାଟନ ନେଇ ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

ଆସନ୍ତାକାଲିଠାରୁ ପରିକ୍ରମା ଲୋକାର୍ପଣ ଆଦ୍ୟପର୍ବ ଆରମ୍ଭ ହୋଇଯାଇଛି । ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ କରାଯାଇଥିଲା । ଆଜି ଧ୍ବଜା ଓ ତୋରଣ ସ୍ଥାପନ କରାଯିବ । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବ ମହାଯଜ୍ଞ । ଏହାକୁ ନେଇ ଗାଁଠୁ ସହର ସବୁଠି ଭକ୍ତିମୟ ପରିବେଶ । ରାଜ୍ୟର ପ୍ରତି ଗାଁରେ ବୁଲୁଛି ଜଗନ୍ନାଥ ରଥ । ଜଗା ରଥକୁ ସ୍ବାଗତ କରିବାକୁ ଚିତା ଓ ରଙ୍ଗୋଲୀରେ ସଜେଇ ହୋଇଛି ଗାଁ ରାସ୍ତା । ଦୁଆର ମୁହଁରେ କଳସ ବସାଇ ମାଆମାନେ ଜଗନ୍ନାଥ ରଥକୁ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରୁଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଆଦ୍ୟପର୍ବ: ଆଜି ଅଙ୍କୁରପୂଜନ, ଯଜ୍ଞାଦି କର୍ମ କରିବେ ୪୮ ଶ୍ରୋତ୍ରୀୟ ବ୍ରାହ୍ମଣ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଆଦ୍ୟପର୍ବ ଶ୍ରୀନଅରରେ ଆରମ୍ଭ ହୋଇଛି। ଆଜି ହେବ ଅଙ୍କୁରପୂଜନ । ପୌଷ ଶୁକ୍ଳ ତୃତୀୟା ଅବସରରେ ସାରା ଦିନ ଚାଲିବ ବିଧି । ଶୁକ୍ରବାର ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଚାର୍ଯ୍ୟବରଣ କରିଛନ୍ତି। ଏହି ଅବସରରେ ଷୋଳଶାସନର ୪୮ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଛି। ଗଜପତି ମହାରାଜା ପ୍ରଥମେ ରାଜଗୁରୁ ସୁଧାଂଶୁ ଶେଖର ରାଜଗୁରୁଙ୍କୁ ପ୍ରଧାନ ଆଚାର୍ଯ୍ୟ ଭାବେ ବରଣ କରିବା ସହ ଗୁଆ ନଡ଼ିଆ ଟେକିଥିଲେ। ଏହାପରେ ଷୋଳଶାସନର ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କୁ ଗୁଆ, ନଡ଼ିଆ ଟେକାଯାଇ ବରଣ କରାଯାଇଛି। ଏହି ୪୮ ଶ୍ରୋତ୍ରୀୟ ବ୍ରାହ୍ମଣ ଯଜ୍ଞ କର୍ମାଦି କରିବେ ଏବଂ ଶ୍ରୀମନ୍ଦିର ଚାରିଦ୍ୱାରାରେ ଆଉ ୬୦ ଜଣ ବେଦଜ୍ଞ ପଣ୍ଡିତ ବ୍ରାହ୍ମଣ ବେଦପାଠ କରିବେ।

ଆଚାର୍ଯ୍ୟ ବରଣ ଲାଗି ଚଳଚଞ୍ଚଳ ହୋଇପଡ଼ିଥିଲା ଶ୍ରୀନଅର ପରିସର। ରାଜଗୁରୁ ସୁଧାଂଶୁ ରାଜଗୁରୁ ଏବଂ ଦେବୀପ୍ରସାଦ ରାଜଗୁରୁ ଗଜପତିଙ୍କ ମଙ୍ଗଳାର୍ପଣ ସହ ଆଚାର୍ଯ୍ୟବରଣର ଅନ୍ୟାନ୍ୟ ବିଧି ସମ୍ପନ୍ନ କରିଥିଲେ। ପରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିଥିଲେ। ପ୍ରଥମେ ଗଜପତି ମହାରାଜା ଗୁଆ, ପଇତା, ନଡ଼ିଆ, ବସ୍ତ୍ର, ମୁଦି, ପାତ୍ର ଓ ଯଜ୍ଞ ପାଇଁ ପାତ୍ରୀ ଦେଇ ପ୍ରଧାନ ଆଚାର୍ଯ୍ୟ ଭାବେ ସୁଧାଂଶୁ ଶେଖର ରାଜଗୁରୁଙ୍କୁ ବରଣ କରିଥିଲେ। ଗଜପତି ମହିରାଜ ତାଙ୍କ ଶ୍ରୀହସ୍ତରେ ଭବ୍ୟ ଓ ଦିବ୍ୟ ଗୁଆ, ନଡ଼ିଆ ପଇତା ଆଦି ପ୍ରଧାନ ଆଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ। ଏହାପରେ ପରେ ପ୍ରଧାନ ଆଚାର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ରଚାରକ, ଉପ-ପ୍ରଚାରକ(ପୁସ୍ତାକାଚାର୍ଯ୍ୟ), ମଣ୍ଡଳାଚାର୍ଯ୍ୟ, ଶ୍ରୀମନ୍ଦିର ପୁରୋହିତ, ଆଚାର୍ଯ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କରିଥିଲେ।

ଏହାପରେ ପ୍ରଚାରକ, ଉପ ପ୍ରଚାରକ, ମଣ୍ଡଳାଚାର୍ଯ୍ୟ ଓ ଗଜପତିଙ୍କ ପ୍ରତିନିଧି ଶ୍ରୀମନ୍ଦିର ଐଶାନ୍ୟ କୋଣରେ ନିର୍ମିତ ଯଜ୍ଞମଣ୍ଡପ ନିକଟସ୍ଥ ଅଙ୍କୁରାରୋପଣ ଗୃହକୁ ଯାଇଥିଲେ । ସେଠାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ଆବାହନ କରି ଅଙ୍କୁରାରୋପଣ ବିଧି ସମାପନ କରିଥିଲେ। ଏହି ଅବସରରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ପରିଚାଳନା କମିଟି ସଦସ୍ୟ, ବ୍ରାହ୍ମଣ ଏବଂ ପଣ୍ଡିତମାନେ ଉପସ୍ଥିତ ଥିଲେ।