National Youth Day 2024 - The Sakala
ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଏବଂ ଚିନ୍ତାଧାରାକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଜାନୁଆରୀ ୧୨ ତାରିଖକୁ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରାଯାଏ। ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଯୁବକମାନଙ୍କ ଭୂମିକାକୁ ସେ ଗୁରୁତ୍ବ ଦେଇ ଆସୁଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆଣିବାର କ୍ଷମତା ରଖିଛି। ବିଶ୍ୱକୁ ଜୟ କରିବା ପାଇଁ ବିବେକାନନ୍ଦଙ୍କ ଅସ୍ତ୍ର ଥିଲା ଶିକ୍ଷା ଏବଂ ଶାନ୍ତି। ସନାତନ ଧର୍ମ, ବେଦାନ୍ତ ଶାସ୍ତ୍ର ଓ ଯୋଗ ଦର୍ଶନକୁ ପାଶ୍ଚାତ୍ୟ ଜଗତରେ ସୁପରିଚିତ କରାଇବାରେ ବିେବକାନନ୍ଦଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ।
୧୮୬୩ ଆଜିର ଦିନରେ ବିବେକାନନ୍ଦ କଲିକତାର ସିମିଳାପଲ୍ଲୀରେ ଏକ ରକ୍ଷଣଶୀଳ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବିଶ୍ବନାଥ ଦତ୍ତ କଲିକତା ହାଇକୋର୍ଟର ଓକିଲ ଥିେଲ ଓ ତାଙ୍କ ମା’ ଭୁବନେଶ୍ବରୀ େଦବୀ ଆଧ୍ୟାତ୍ମିକତାରେ ରୁଚି ରଖୁଥିେଲ। ପିଲାବେଳେ ସେ ନରେନ୍ଦ୍ର ନାଁରେ ପରିଚିତ ଥିଲେ। ପିଲାଟି ବେଳୁ ତାଙ୍କର ଧର୍ମ, ଦର୍ଶନ, ସାହିତ୍ୟ, କଳା ଆଦି ବିଷୟରେ ରୁଚି ଥିଲା। ଧର୍ମଗୁରୁ ରାମକୃଷ୍ଣ ପରମହଂସଙ୍କ ସଂସ୍ପର୍ଶରେ ଆସି ସେ ଆଧ୍ୟାତ୍ମିକ ଦିଗରେ ଅନୁପ୍ରାଣିତ ହୋଇଥିଲେ। ୧୮୯୩ ସେପ୍ଟେମ୍ବର ୧୧ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକୋଗୋେର ଅନୁଷ୍ଠିତ ବିଶ୍ବ ଧର୍ମ ମହାସଭାେର ତାଙ୍କର ଓଜସ୍ବିନୀ ବକ୍ତୃତା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି େଦଇଥିଲା। ୧୮୯୭ ମସିହାରେ ସ୍ୱାମୀ ବିବେକାନନ୍ଦ ଧର୍ମ ସଂସଦରୁ ଫେରିବା ପରେ ତାଙ୍କ ଗୁରୁ ସନ୍ଥ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ନାମରେ ସାମାଜିକ ସେବା ପାଇଁ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ଏହି ମହାମନୀଷୀଙ୍କର ୧୯୦୨ ଜୁଲାଇ ୪ ତାରିଖରେ ମାତ୍ର ୩୯ ବର୍ଷ ବୟସରେ କଲିକତାର ବେଲୁର ମଠରେ ଦେହାବସାନ ଘଟିଥିଲା।