Meghanada Pacheri - The Sakala
ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ମେଘନାଦ ପାଚେରୀ ଡେଇଁ ପଶିଥିଲେ କିଏ, ମାଳ ମାଳ ସୁରକ୍ଷା କର୍ମୀ କରୁଥିଲେ କ’ଣ?
ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ ୪ ଯୁବକ। ତେବେ କେଉଁ ଉଦ୍ଦେଶ୍ୟ ନେଇ ଯୁବକମାନେ ମନ୍ଦିର ଭିତରକୁ ପଶିଥିଲେ ତାହା ଜଣାପଡି ନ ଥିବା ବେଳେ ସେମାନେ କିଏ ତାହା ମଧ୍ୟ ଏ ଯାଏ ସ୍ପଷ୍ଟ ହୋଇନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରଥଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ଓ ବାହାରେ ମାଳ ମାଳ ସୁରକ୍ଷାକର୍ମୀ ଜଗିଥିବାବେଳେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିବା ଏବେ ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି। ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ୪ଜଣ ଯୁବକ କେଉଁ ଉଦ୍ଦେଶ୍ୟ ନେଇ ଭିତରକୁ ଗଲେ, ସୁରକ୍ଷାକର୍ମୀ ଏ ବିଷୟରେ ଅବଗତ ଥିଲେ ନା ସୁରକ୍ଷାରେ ଅବହେଳା ହୋଇଛି ତାହା ତଦନ୍ତ ସାପେକ୍ଷ। ତେବେ ପୂର୍ବରୁ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଗୁଇନ୍ଦା ବିଭାଗ ସତର୍କ କରିଥିବା ବେଳେ ଏ ଦୃଶ୍ୟ ବଡ଼ଦେଉଳକୁ ବିପଦରେ ପକାଉଛି ଏଥିରେ ସନ୍ଦେହ ନାହିଁ। ସେପଟେ ସମସ୍ତ ସୁରକ୍ଷାକର୍ମୀ ତିନିରଥର ସୁରକ୍ଷା ସହ ଭକ୍ତଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଥିବା ବେଳେ ଶ୍ରୀମନ୍ଦିର ବାହାର ଓ ଭିତର ସୁରକ୍ଷା ବ୍ୟବସ୍ଥାର ଚରମ ଅବହେଳା ଏବେ ପଦାରେ ପଡିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଜଗନ୍ନାଥପ୍ରେମୀ ଭକ୍ତ, ସେବାୟତ ବୁଦ୍ଧିଜୀବୀ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ଶ୍ରୀମନ୍ଦିର ସୁରକ୍ଷାରେ ମାଳ ମାଳ ସୁରକ୍ଷା କର୍ମୀ ୨୪ ଘଣ୍ଟିଆ ନିୟୋଜିତ ଅଛନ୍ତି। ଓଡ଼ିଶା ପୁଲିସ, ଜେଟିପି, ଶ୍ରୀମନ୍ଦିର ସୁରକ୍ଷା ବାହିନୀ, ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ହେଲେ ସବୁ ସୁରକ୍ଷା ବ୍ୟବସ୍ଥାକୁ କାଟି ଦକ୍ଷିଣ ଦ୍ୱାର ପାଶ୍ୱର୍ ମେଘନାଦ ପାଚେରୀ କଡରେ ପଡିଥିବା ଅଳିଆ ଗଦା ଉପରେ ଚଢି ଭିତରକୁ ଯୁବକମାନେ ଗଲେ କେମିତି? ସେହିଠାରେ ସିସିଟିଭି କ୍ୟାମେରା ଥିବାବେଳେ ନିୟମିତ ସୁରକ୍ଷା କର୍ମଚାରୀ ବି ରହୁଛନ୍ତି। ହେଲେ କାହା ନଜରରେ ପଡିଲାନି କେମିତି? ବଡ଼ କଥା ହେଉଛି ଏବେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌ରେ ଥିବା ଭିତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ମେଘନାଦ ପାଚେରୀ ଡେଉଁଥିବା ବେଳେ ଭିତରେ ଥିବା ସୁରକ୍ଷା କର୍ମଚାରୀ ଜାଣିପାରିଲେନି କେମିତି? ଏହାକୁ ନେଇ ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ବୁଦ୍ଧିଜୀବୀ ସଞ୍ଜୀବ ମହାନ୍ତି କହିଛନ୍ତି, ଏଆଇ କ୍ୟାମେରା ଲଗାଯାଇଥିବା ବଡ଼ ବଡ଼ ଭାଷଣ ଦିଆଯାଉଥିଲା। ତେବେ ସେହି କ୍ୟାମେରା ଲାଗିଛି କେଉଁଠି? ମାଳ ମାଳ ସୁରକ୍ଷା କର୍ମଚାରୀ କରୁଥିଲେ କ’ଣ? ଏହାକୁ ହାଲ୍‌କା ଭାବେ ନେବା ଉଚିତ୍‌ ନୁହେଁ। ଆଜି ଯଦି ଶ୍ରୀମନ୍ଦିର ଭିତରେ କେହି ଆତଙ୍କବାଦୀ ପଶି କିଛି ଅଘଟଣ ଘଟାଇଥାନ୍ତା ଏଥିପାଇଁ କିଏ ଦାୟୀ ହୋଇଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ଗତ ସୋମବାରର ଏହି ଘଟଣା ଜଣାପଡିବା ପରେ ଏହାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଘଟଣାର ତଦନ୍ତ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି ସ୍ୱତନ୍ତ୍ର ଟିମ୍‌। ଏହି ଟିମ୍‌ରେ ସୁରକ୍ଷା ପ୍ରଶାସକ (ଓଏସ୍‌ଡି), ମନ୍ଦିର ସୁପରଭାଇଜର ଏବଂ ମନ୍ଦିରରେ ଥିବା ଆର୍‌ ଆଣ୍ଡ ବି ଅଧିକାରୀ ରହିଛନ୍ତି। ସେମାନେ ଏହାର ତଦନ୍ତ କରି ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିବେ।
ଏ ସମ୍ପର୍କରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି, ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦିଆଯିବ। ଏହା ଏକ ପାପ ଓ ନିନ୍ଦନୀୟ କାର୍ଯ୍ୟ। କୌଣସି ପରିସ୍ଥିତିରେ ଶ୍ରୀମନ୍ଦିର ସୁରକ୍ଷା ସହ ସାଲିସ କରାଯିବ ନାହିଁ। ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସଫା କରିବା ଲାଗି ଦାୟିତ୍ୱରେ ଥିବା ଏଜେନ୍ସି ଏବଂ ପୁରୀ ପୌରସଂସ୍ଥାକୁ କୁହାଯାଇଥିଲା। ସେମାନେ ବି ସଫା କରୁଥିଲେ। କିନ୍ତୁ ଅଳିଆ ଆବର୍ଜନା କେତେ ଦିନ ହେବ ଜମା ହୋଇ ରହିଥିଲା, କ’ଣ ପାଇଁ ଆବର୍ଜନା ସ୍ଥାନାନ୍ତର ହୋଇ ନ ଥିଲା ତାର ମଧ୍ୟ ତଦନ୍ତ କରାଯିବ। କିନ୍ତୁ ଏହା ହେବା କଥା ନୁହେଁ ବୋଲି ଜିଲ୍ଲାପାଳ ରାଣା କହିଛନ୍ତି।
ମହାପ୍ରଭୁ ଜଗନ୍ନାଥ କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା। ଯାହାଙ୍କ ଦର୍ଶନ ଓ କରୁଣା ପାଇବା ପାଇଁ ପ୍ରତିଟି ଭକ୍ତର ମନ ହୋଇଉଠେ ବ୍ୟଗ୍ର। ତାଙ୍କ ମନ୍ଦିର ହେଉଛି ବଡଦେଉଳ ଓ ତାଙ୍କ ରାସ୍ତା ନା ବଡ଼ଦାଣ୍ଡ। ତାଙ୍କ ମାହାତ୍ମର ଗୁଣଗାନ କରେ ନୀଳଚକ୍ର। ସେଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଆଜି ସାକାର ହେବାକୁ ଯାଉଛି। ଶ୍ରୀମନ୍ଦିର ଆହୁରି ଅଧିକ ସଜେଇ ହେଉଛି। ପରିକ୍ରମା ପ୍ରକଳ୍ପ ମେଘନାଦ ପ୍ରାଚୀର ସୁସଜ୍ଜିତ ରୂପରେ ନବକଳେବର ପାଇଛି। ଏହାକୁ ନେଇ ‘ସକାଳ’ର ସ୍ବତନ୍ତ୍ର ପ୍ରସ୍ତୁତି ମେଘ ବି ଦେଖିବ ମେଘନାଦ ପ୍ରାଚୀର….
ବିଶେଷତ୍ବ
ମୁଖ୍ୟ ମନ୍ଦିର ନିର୍ମାଣର ପରବର୍ତ୍ତୀ କାଳରେ ମରହଟ୍ଟା ଶାସନ ଅମଳରେ ଏହି ପ୍ରାଚୀର ନିର୍ମାଣ ହୋଇଥିବାର ଜଣାଯାଏ। ଅନ୍ୟ ଏକ ତଥ୍ୟ ଅନୁସାରେ ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମେଘନାଦ ପାଚେରିର ନିର୍ମାଣ କରାଇଥିଲେ।
ମେଘନାଦ ପ୍ରାଚୀରର ମହିମା ଅକ୍ଷୁର୍ଣ୍ଣ ରଖିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ତାଙ୍କ ଐତିହାସିକ ରାୟରେ, ଏହି ପାଚେରୀ ନିକଟରେ ଏହାଠାରୁ ଉଚ୍ଚ ଆଉ କୌଣସି ନିର୍ମାଣ କାର୍ଯ୍ୟ ନ କରିବାକୁ ଆଦେଶ ଦେଇଛନ୍ତି। ଜଗନ୍ନାଥ ବରୁଣଙ୍କ କନ୍ୟା ଲକ୍ଷ୍ମୀଙ୍କୁ ବିବାହ ପରେ ଶ୍ୱଶୁର ବରୁଣ ଅର୍ଥାତ ସାଗରଦେବତାଙ୍କ ସହ ମତାନ୍ତର ହୋଇଥିଲା। ଜଗନ୍ନାଥ ସାଗର କୂଳରେ ମନ୍ଦିର ତୋଲାଇ ରହିଥିବାରୁ ସମୁଦ୍ରଗର୍ଜନ ମନ୍ଦିର ଭିତରକୁ ନପଶିବା ପାଇଁ ମେଘନାଦ ପ୍ରାଚୀର ନିର୍ମାଣ କରାଇଥିଲେ ।
ମେଘନାଦ ପ୍ରାଚୀର
ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଦ୍ବାର ଓ ଦୁଇଟି ବଡ଼ କେନ୍ଦ୍ରିତ ପାଚେରି ରହିଛି। ସଂଯୋଗ ବସତଃ ଏହା ରାଜ୍ୟର ଗୋଟିଏ ହିଁ ମନ୍ଦିର ଯାହାର ବାହାର ପାର୍ଶ୍ୱ ଓ ଭିତର ପାର୍ଶ୍ୱରେ ଚାରିଟି ଲେଖାଏଁ ଦ୍ୱାର ରହିଛି। ଶ୍ରୀ ମନ୍ଦିର ବାହାର ପାର୍ଶ୍ବରେ ଥିବା ପାଚେରିକୁ କୁହାଯାଏ ମେଘନାଦ ପ୍ରାଚୀର। ଯାହାର ଲମ୍ବା ପୂର୍ବରୁ ପଶ୍ଚିମ ଦିଗ ଯାଏ ୬୫୦ ଫୁଟ୍ ଥିବାବେଳେ ଉତ୍ତରରୁ ଦକ୍ଷିଣକୁ ଚଉଡ଼ା ୬୪୪ ଫୁଟ ଅଟେ। ଏହାର ଉଚ୍ଚତା ରହିଛି ୨୦ ଫୁଟ ଓ ପ୍ରସ୍ଥ ଅଟେ ୬ ଫୁଟ। କୁରୁମା ପାଚେରିର ଉଚ୍ଚତା ମେଘନାଦ ପାଚେରିର ଉଚ୍ଚତା ସହ ପ୍ରାୟ ସମାନ। ମାତ୍ର ଏହାର ମୋଟା ମେଘନାଦ ପ୍ରାଚୀରଠୁ କମ୍ ମାନେ ୫ ଫୁଟ୍। ମୂଳତଃ ରାଜା ଇନ୍ଦ୍ରଦ୍ୟୁମ୍ନ କେବଳ ଶ୍ରୀମନ୍ଦିରର ହିଁ ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ରାଜା ଓ ଶାସକମାନେ ମେଘନାଦ ପ୍ରାଚୀର, ମୁଖଶାଳା, ନାଟ ମଣ୍ଡପ ଓ ଅନ୍ୟ ସମ୍ପତ୍ତିକୁ ଶ୍ରୀ ମନ୍ଦିର ସହ ଜଡ଼ି ଥିଲେ।
ଅଭିଲେଖରେ ମେଘନାଦ ପାଚେରି
ଅଭିଲେଖ ଅନୁସାରେ ୧୧ ଶହ ଶତାବ୍ଦୀ ସମୟରେ ରାଜା ଚୋଡ଼ଗଙ୍ଗ ଦେବଙ୍କ ଶାସନ କାଳ ସମୟରେ ପୁରୀ ସହରକୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିବା ପାଇଁ ବହୁ ଗୁଡ଼ିଏ କୋଟା (କିଲ୍ଲା), ଦୁର୍ଗ ଓ ଜଗଘର (ବ୍ୟାୟାମ ଶାଳାର ନିର୍ମାଣ କରିଥିଲେ। ଆଉ ସେହି ସମୟରେ ମେଘନାଦ ପାଚେରି ର ନିର୍ମାଣ ହୋଇ ନ ଥିଲା। ଯାହା ଏବେ ଶ୍ରୀ ମନ୍ଦିରକୁ ଚାରି ପାର୍ଶ୍ବରୁ ଘେରି ରହିଛି। ଜାଗାଘର ଗୁଡ଼ିକର ଦାୟିତ୍ବରେ ଥିବା ଲୋକଙ୍କ କର୍ତ୍ତବ୍ୟ ଥିଲା ସେମାନେ ଶ୍ରୀ ମନ୍ଦିରକୁ କେମିତି ଶତ୍ରୁ କବଳରୁ ରକ୍ଷା କରିବେ। ବଳରାମ ଦାଶଙ୍କ ଲକ୍ଷ୍ମୀପୁରାଣରେ ଉଲ୍ଲେଖ ଅଛି ବରୁଣ , ସମୁଦ୍ରର ସ୍ବର ଓ ଗର୍ଜନରୁ ଶ୍ରୀ ମନ୍ଦିରକୁ ରକ୍ଷା କରିବା ପାଇଁ ଏହାର ନିର୍ମାଣ କରାଯାଇଥିଲା।
ନବୀନଙ୍କ ରୂପାନ୍ତରଣରେ ମେଘନାଦ
ମେଘନାଦ ପ୍ରାଚୀରକୁ ଲାଗିରହିଥିବା ନିର୍ମାଣ ଉଚ୍ଛେଦକୁ ନେଇ ଅନେକ କଳ୍ପନାଜଳ୍ପନା ମୁଣ୍ଡ ଟେକିଥିଲା। ମାତ୍ର ଶେଷରେ ନବୀନଙ୍କ ବିକାଶ ନକ୍ସାରେ ଏହା ସାମିଲ ହୋଇଥିଲା। ବିକାଶକୁ ବିରୋଧୀ ବି ସ୍ବାଗତ କରିଥିଲେ। ସେଦିନ ଥିଲା ୨୦୧୯ ମସିହା ୧୯ ତାରିଖ । ଭଙ୍ଗା ଯାଇଥିଲା ପାଚେରୀ କଡ଼ରେ ଥିବା ସରକାରୀ ଓ ବେସରକାରୀ କୋଠା। ଶ୍ରୀମନ୍ଦିର ସୁରକ୍ଷା ଓ ସୋନ୍ଦର୍ଯ୍ୟକରଣ ପାଇଁ ୭୫ ମିଟର ସୁରକ୍ଷା ଜୋନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଜମି ଅଧିଗ୍ରହଣ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜସ୍ବ ବିଭାଗ ଏହାର ସାମାଜିକ ପ୍ରଭାବ ନିର୍ଦ୍ଧାରଣ ବା ଏଏସ୍ଆଇ ସର୍ବେକ୍ଷଣ ପାଇଁ ଅଧି ସୂଚନା ପ୍ରକାଶ କରିଥିଲା। ପ୍ରାୟ ୧୫.୧୯୧ ଏକର ଜମି ଅଧିଗ୍ରହଣ ପାଇଁ ନିଷ୍ପତ୍ତି ହୋଇଥିଲା। ଯେଉଁଥିରେ ୧୨.୫୪୪୫ ଏକର ଜମି ଘରୋଇ ଓ ୨.୬୪୬୫ ଏକର ଜମି ସରକାରୀ ଜମି ଥିଲା। ଲୋକେ ମଧ୍ୟ ସ୍ୱେଚ୍ଛାକୃତ ଭାବରେ ଏହି କାର୍ଯ୍ୟରେ ଅକୁଣ୍ଠ ସାହାଯ୍ୟ କରିଥିଲେ। ରାଜ୍ୟ ସରକାର ଜମି ହରାଇଥିବା ଲୋକଙ୍କ ଥଇଥାନ ଓ ପୁନର୍ବାସ କରିଥିଲେ। ସଂପୃକ୍ତ ପରିବାର ଗୁଡ଼ିକର ଜମି ଓ ସେଥିରେ ନିର୍ମାଣ ହୋଇଥିବା କୋଟା ବାବଦରେ ୨ କୋଟି ୧୪ ଲକ୍ଷ ୮୩୫୦ ଟଙ୍କା ଡବଲ ହିସାବରେ ପ୍ରଦାନ କରିଛନ୍ତି। ଉକ୍ତ ପରିବାର ଗୁଡ଼ିକର ୨୦ ଜଣ ସଦସ୍ୟଙ୍କୁ ଥଇଥାନ ଓ ପୁନର୍ବାସ ଯୋଜନାରେ ଏକକାଳୀନ ସାହାଯ୍ୟ ରାଶି ୩୦ ଲକ୍ଷ ଲେଖାଏ ମୋଟ ୬ କୋଟି ଓ ଅଧିକ ୧୦ ପ୍ରତିଶତ ହିସାବରେ ମୋଟ ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଯାହାର ମିଠା ଫଳସ୍ବରୂପ ସାରା ବିଶ୍ବ ଦେଖୁଛି ବିଶ୍ବ ଐତିହ୍ୟ ବହନ କରୁଥିବା ମେଘନାଦ ପାଚେରୀ। ଆସନ୍ତା ୧୭ ତାରିଖ ପରେ ସାରା ବିଶ୍ବ ଦେଖିବ ନବୀନଙ୍କ ବିକାଶ ନକ୍ସାର ପରିକ୍ରମା ପ୍ରକଳ୍ପ। ସବୁଦିନ ପାଇଁ ଇତିହାସର ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବବାସୀଙ୍କୁ ଏ ଭେଟି।
ବିଶ୍ବ ଦେଖିବ ମେଘନାଦ ପାଚେରି
ରାଜ୍ୟ ସରକରଙ୍କ ସହଯୋଗ ଓ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀ ମନ୍ଦିର ପ୍ରଶାସନର ସହାୟତା ବଳରେ ବିଶ୍ବ ଆଉ ଅଳ୍ପ ଦିନ ମଧ୍ୟରେ ନୂଆ ମେଘନାଦ ପାଚେରୀ ଦେଖିବ । ମନ୍ଦିର ଚତୁଃପାର୍ଶ୍ବରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଦିବ୍ୟ ଅନୁଭୂତି ପ୍ରଦାନ କରିବା ପାଇଁ ମେଘନାଦ ପ୍ରାଚୀରକୁ ଲାଗି ଥିବା ୭୫ ମିଟର ପରିଧିକୁ ବିକଶିତ କରାଯାଇଛି। ପାଚେରୀ ର ସୋନ୍ଦର୍ଯ୍ୟକରଣ କାମରେ ଖଣ୍ଡେ ଲାଇଟ୍ ପଥର, କୁଣ୍ଡ , କାଠ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଥିବା ବୃକ୍ଷର ବ୍ୟବହାର ହେଉଛି। ୮୦୦ କୋଟି ଟଙ୍କାର ରାଜ୍ୟ ସରକାରଙ୍କ ଏହି ପରିକ୍ରମା ପ୍ରକଳ୍ପରେ ମେଘନାଦ ପାଚେରୀ ସାମିଲ ହୋଇ ବିକଶିତ ହୋଇଛି। ଯାହା ବିଶ୍ବ ପାଇଁ ସୃଷ୍ଟି କରିବ ଏକ ସୂର୍ଣ୍ଣିମ ଅଧ୍ୟାୟ।