First World Odia Language Summit - The Sakala
ଭୁବନେଶ୍ବର: ଓଡ଼ିଆ ଭାଷାକୁ ଆହୁରି ଆଗକୁ ନେବାକୁ ହେଲେ ପ୍ରଥମେ ନିଜ ଘରେ ୮୦ ପ୍ରତିଶତ ଓଡ଼ିଆ କହିବାକୁ ପଡିବ। କର୍ମକ୍ଷେତ୍ରରେ ଅତି କମରେ ୭୦ ପ୍ରତିଶତ ଓଡ଼ିଆ ଭାଷା କହିଲେ, ଓଡ଼ିଆ ଭାଷା ସମୃଦ୍ଧ ହେବ। ତେଣୁ ପ୍ରଥମେ ଘର ଏବଂ କର୍ମକ୍ଷେତ୍ରକୁ ଜଗିଲେ ଆମ ଭାଷା ଆଗେଇବ। ଏକ ଗବେଷଣାରୁ ଜଣାପଡିଛି ଯେଉଁ ଭାଷା ଅଧିକ ସମୃଦ୍ଧ ହୋଇଛି, ସେହି ଜାତିର ଲୋକମାନେ ଅଧିକ ମାତୃଭାଷା ବ୍ୟବହାର କରନ୍ତି ବୋଲି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍।
ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ପାଣ୍ଡିଆନ୍ କହିଛନ୍ତି ଯେ, ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଥିମ୍ ଭାଷା ହିଁ ଭବିଷ୍ୟତ। ତେଣୁ ଭବିଷ୍ୟତ ପିଢି ଏଥିରେ ଭାଗନେବାର ଆବଶ୍ୟକତା ରହିଛି । ଓଡ଼ିଶାର ଭାଷା ଯେଉଭଳି ଭାବରେ ଆଗକୁ ଯାଇଥିଲା ବିଶ୍ବ ଭାଷା ସମ୍ମିଳନୀ ପରେ ଏହାର ପ୍ରଚାର ପ୍ରସାର କରି ଆହୁରି ଆଗକୁ ନେବା। ଏହାସହ ଛାତ୍ରଛାତ୍ରୀମାନେ ବଖାଣିଥିବା ନିଜର ଅନୁଭୂତିକୁ ପ୍ରଶଂସା କରିଥିଲେ ପାଣ୍ଡିଆନ୍। ପିଲାମାନେ ୨୦/୨୫ ବର୍ଷ ନୁହେଁ ବରଂ ୫୦/୬୦ ବର୍ଷର ଅଭିଜ୍ଞ ଲୋକ ଭଳି ଅନୁଭୂତି କହିଛନ୍ତି ବୋଲି ପାଣ୍ଡିଆନ୍ କହିଥିଲେ।
ଏହି ଅବସରରେ ବିଶ୍ବ ଭାଷା ସମ୍ମିଳନୀ ଉପଲକ୍ଷେ କରାଯାଇଥିବା ଓଡ଼ିଆ ପ୍ରବନ୍ଧ, ବକ୍ତୃତା, ଓଡ଼ିଆ ହସ୍ତାକ୍ଷର, ଡ୍ରାମା, ଜଗନ୍ନାଥ ଭଜନ ଏବଂ କୁଇଜ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଟ୍ରଫି, ମାନପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରବନ୍ଧ ପ୍ରତିଯୋଗିତାରେ ଫକୀରମୋହନ ବିଶ୍ବବିଦ୍ୟାଳୟର ଶୁଭଶ୍ରୀ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ଜଗନ୍ନାଥ ସଂସ୍କୃତିକୁ ନେଇ ଡ୍ରାମା ପରିବେଷଣ କରିଥିବା ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ବବିଦ୍ୟାଳୟ ଛାତ୍ରୀ ରଶ୍ମି ପାତ୍ର ଏବଂ ତାଙ୍କ ଟିମ୍ ପ୍ରଥମ ପୁରସ୍କାର ହାତେଇଛନ୍ତି । ଏଭଳି ପ୍ଲାଟଫର୍ମ ଯୋଗାଇ ଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ସାମ୍ନାକୁ ଆଣି ପୁରସ୍କୃତ କରିଥିବାରୁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ।
ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ।
ଲୋଗୋ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରି କହିଛନ୍ତି ଯେ, ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍‍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମୁଁ ଆଶା କରୁଛି । ସେ କହିଛନ୍ତି ଯେ ଆଧୁନିକ ଭାରତବର୍ଷରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଓଡ଼ିଆ ଭାଷା ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭକରି ଆମ ମାଟି ଏବଂ ଭାଷାର ଗୌରବ ବୃଦ୍ଧି କରିଛି । ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ହେଉଛି ।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଏକ ସ୍ୱତନ୍ତ୍ର ଐତିହ୍ୟର ଶକ୍ତିଶାଳୀ ବାହକ ଭାବରେ ଆମ ଭବିଷ୍ୟତ ପିଢ଼ିଙ୍କ ପାଖରେ କିପରି ଓଡ଼ିଆ ଭାଷାର ଆଦର ବଢ଼ିବ ଏବଂ ଆଧୁନିକ ଜ୍ଞାନକୌଶଳ ଜରିଆରେ ଆମ ଭାଷା କିପରି ଆଗକୁ ବଢ଼ିପାରିବ ସେ ସମ୍ପର୍କରେ ବିଚାର- ବିମର୍ଷ କରି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ।