VIMSAR - The Sakala

ଭୀମ୍‌‌ସାର ଚିକିତ୍ସାରେ ନୂଆ ଅଧ୍ୟାୟ: ଷ୍ଟେମି ପ୍ରକ୍ରିୟାରେ ହୃଦ୍‌‌ରୋଗ ଚିକିତ୍ସା, ଗ୍ରାମାଞ୍ଚଳ ରୋଗୀଙ୍କୁ ମିଳିବ ସୁଫଳ
ସମ୍ବଲପୁର: ଭୀମସାରରେ ହୃଦ୍‌‌ରୋଗ ଚିକିତ୍ସା ପାଇଁ ଷ୍ଟେମି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଦ୍ବାରା ହୃଦ୍‌‌ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳିବା ସହ ହୃଦ୍‌‌ରୋଗରେ ମୃତ୍ୟୁହାର ସଂଖ୍ୟା ହ୍ରାସ ପାଇବ ବୋଲି ଭୀମସାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାଏକ କହିଛନ୍ତି।

ହୃଦ୍‌‌ଘାତ ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ନ ଦେଲେ, ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ଗ୍ରାମାଞ୍ଚଳରେ ଏଭଳି ସୁବିଧା ସୁଯୋଗ ପାଇବାରୁ ରୋଗୀମାନଙ୍କୁ ବହୁ ସମସ୍ୟା ହୋଇଥାଏ। ସହରାଞ୍ଚଳରେ ଘରୋଇ ଡାକ୍ତରଖାନାରେ ତୁରନ୍ତ ସେବା ଯୋଗାଇ ଦେବାର ସୁବିଧା ଥିବା ବେଳେ ଗ୍ରାମାଞ୍ଚଳ ରୋଗୀ ତୁରନ୍ତ ଏ ସୁବିଧା ପାଇ ପାରିନଥାଏ। ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିରେ ଇସିଜି ପରୀକ୍ଷା କରି ହୃଦ୍‌‌ଘାତ ହୋଇ ଥିବା ଜାଣିବା ପରେ ରୋଗୀଙ୍କୁ ସହରର ବଡ଼ ଡାକ୍ତରଖାନା ନେବାରେ ବିଳମ୍ବ ହୋଇଥାଏ। ଏପରିକି, ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ସୁବିଧା ମଧ୍ୟ ମିଳିବା ସମ୍ଭବପର ହୋଇନଥାଏ। ତେଣୁ ରୋଗୀ ପାଇଁ ତାହା ସଂକଟାପନ୍ନ ସ୍ଥିତି ସୃଷ୍ଟି କରେ। ତେଣୁ ଏହି ସମସ୍ୟା ଦୂର କରିବାକୁ ଷ୍ଟେମି ପ୍ରକ୍ରିୟା ସହାୟ ହୋଇପାରିବ ବୋଲିଡା. ନାଏକ କହିଛନ୍ତି।

ବିଶେଷକରି ଦୁର୍ଗମ ଗ୍ରାମାଞ୍ଚଳ ତଥା କୁଚିଣ୍ଡା, ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳରୁ ବୁର୍ଲା ଭୀମସାର ଚିକିତ୍ସା ପାଇଁ ଆସିଲେ ପ୍ରାୟ ୫ରୁ ୭ଘଣ୍ଟା ସମୟ ଲାଗି ଯାଇଥାଏ। ଭୀମସାରରେ ରୋଗୀ ପହଞ୍ଚିବା ବେଳକୁ ସ୍ଥିତି ଗମ୍ଭୀର ହୋଇଥାଏ। ଏଭଳି ସ୍ଥିତିରେ ରୋଗୀଙ୍କୁ ଭଲ କରିବା କଷ୍ଟକର ହୋଇପଡ଼େ। ତେଣୁ ସେମାନଙ୍କୁ ଷ୍ଟେମି ପଦ୍ଧତିରେ ଚିକିତ୍ସା କଲେ, ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରିବ। ଉପଖଣ୍ଡ ଡାକ୍ତରଖାନା ଗୁଡ଼ିକରେ କୌଣସି ଡାକ୍ତର ଇସିଜି ପରୀକ୍ଷା କରିବା ପରେ ଏହାର ରିପୋର୍ଟ ସଙ୍ଗେସଙ୍ଗେ ବେଙ୍ଗାଲୁରୁସ୍ଥିତ ଏକ ଘରୋଇ କମ୍ପାନୀ ପାଖକୁ ପହଞ୍ଚିଯିବ। ସେଠାରେ ୨୪ ଘଣ୍ଟିଆ ବିଶେଷଜ୍ଞ ଡାକ୍ତରୀ ଟିମ୍‌‌ କାର୍ଯ୍ୟ କରୁଛନ୍ତି। ରିପୋର୍ଟ ଦେଖିବା ମାତ୍ରେ ରୋଗୀ କେଉଁ ଷ୍ଟେଜ୍‌‌ରେ ଆଟାକ୍‌‌ ହୋଇଛି, କେଉଁ ଔଷଧ ଦିଆଯିବ, ତାହାକୁ ନେଇ ପରାମର୍ଶ କରିବେ। ସ୍ଥାନୀୟ ଡାକ୍ତର ସେହି ଔଷଧ ଦେବା ପରେ ଭୀମସାରକୁ ଅଧିକ ଚିକିତ୍ସା ପାଇଁ ରୋଗୀଙ୍କୁ ସ୍ଥାନାନ୍ତରିତ କରିବେ। ପୂର୍ବରୁ ସୂଚନା ପାଇ ଭୀମସାରରେ ମଧ୍ୟ ଡାକ୍ତରୀ ଟିମ୍‌‌ ଅପେକ୍ଷା କରିଥିବେ। ଫଳରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳିବା ସହ ମୃତ୍ୟୁମୁଖରୁ ବଞ୍ଚାଇ ହେବ ବୋଲି ଡା. ନାଏକ କହିଛନ୍ତି।

ଗତ ମାସରେ ରାଜ୍ୟ ସରକାରଙ୍କ ଏନ୍‌‌ଏଚ୍‌‌ଏମ୍‌‌ ବିଭାଗ ପକ୍ଷରୁ ଏହି ସେବା ଲାଗୁ କରିବାକୁ ଚିଠି ଆସିଥିଲା। ଚିଠି ପାଇବା ପରେ ଦାୟିତ୍ୱରେ ଥିବା ଉକ୍ତ ସଂସ୍ଥା ସହିତ ଯୋଗାଯୋଗ କରି ସୁବିଧା ଯୋଗାଇ ଦିଆଯାଇଛି। ଭୀମସାରରେ ଉକ୍ତ ସଂସ୍ଥା ପକ୍ଷରୁ ସୁବିଧା ମଧ୍ୟ କରାଯାଇଛି। ପ୍ରାଥମିକ ସ୍ତରରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୁଚିଣ୍ଡା, ରେଢ଼ାଖୋଲ ସବ୍‌‌ଡିଭିଜନ ଡାକ୍ତରଖାନା, ଯୁଯୁମୁରା, ବାମରା ବ୍ଲକ ଗୋବିନ୍ଦପୁର, ରେଙ୍ଗାଲି ବ୍ଲକ ଲଇଡ଼ା ଡାକ୍ତରଖାନା ସହ ବରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ପଦ୍ମପୁର, ଅତାବିରା, ବରପାଲି, ପାଇକମାଳ, ସୋହେଲା ଡାକ୍ତରଖାନାକୁ ଭିମସାର ସହ ଯୋଗଯୋଗ କରାଯାଇଛି।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଭୀମସାରରେ ପଶ୍ଚିମ ଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟ ଚିକିତ୍ସା ଉପରେ ନିର୍ଭର କରନ୍ତି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଆସୁଥିବା ବେଳେ ହୃଦ୍‌‌ରୋଗୀ ସଂଖ୍ୟା ମଧ୍ୟ ଶତାଧିକ ରହିଛି। ଏହି ପ୍ରକ୍ରିୟାରେ ଚିକିତ୍ସା ସେବା ଯୋଗାଇ ଦିଆଗଲେ ସମ୍ବଲପୁର ଓ ବରଗଡ଼ବାସୀଙ୍କୁ ଅଧିକ ସୁବିଧା ମିଳିପାରିବ ବୋଲି ସୂଚନା ମିଳିଛି।

ଭୀମସାରରେ ଦୁଇ ଡାକ୍ତରୀ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା: ଭିଡିଓ ଭାଇରାଲ ପରେ ଗୁରୁତ୍ବପୂର୍ଣ୍ଣ ବୈଠକ, ଥାନାରେ ମାମଲା ରୁଜୁ
ବୁର୍ଲା: ବୁର୍ଲା ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ବୁର୍ଲା ଥାନାରେ ରୁଜୁ ହେଲା ମାମଲା । ବିଳମ୍ବିତ ରାତିରେ ରୁଜୁ ହେଲା ମାମଲା। ଭୀମସାର ଡିନ୍‌ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ। ଅଜଣା ବ୍ୟକ୍ତିଙ୍କ ନାମରେ ହୋଇଛି ମାମଲା ରୁଜୁ । ଆଜିଠାରୁ ପୋଲିସ ଘଟଣାର ତଦନ୍ତ କରିବ । ଭାଇରାଲ ଭିଡିଓ ଆଧାରରେ ପୋଲିସ ତଦନ୍ତ ଆଗକୁ ବଢାଇବ । ଏହା ପରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତକାଲି ବ୍ରହ୍ମପୁର ମେଡିକାଲ କଲେଜ ଛାତ୍ର ଓ ବୁର୍ଲା ମେଡିକାଲ କଲେଜ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀଙ୍କ ମାରପିଟ ଭିଡିଓ ଭାଇରଲ ପରେ ସନ୍ଧ୍ୟାରୁ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା ଏକ ଗୁରୁତ୍ୱପୁର୍ଣ ବୈଠକ । ବୈଠକରେ ଭୀମସାର ନିର୍ଦ୍ଦେଶକଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ସେପଟେ ପୋଲିସ ପହଞ୍ଚି ପଚରାଉଚରା କରୁଛି । ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ବୈଠକ ପରେ ମୁହଁ ଖୋଲିଲେ ଭିମସାର ନିର୍ଦ୍ଦେଶକ l କ୍ୟାମ୍ପସ ବାହାରେ ରାସ୍ତାରେ ଏହି ଘଟଣା ଘଟିଥିବାରୁ ବାହାର ଲୋକଙ୍କ ସମ୍ପୃକ୍ତି ଥାଇପାରେ ବୋଲି କହିଛନ୍ତି ନିର୍ଦ୍ଦେଶକ । ଯାହାକି ତଦନ୍ତ ସାପେକ୍ଷ । ଏନେଇ ଥାନାରେ ଏତଲା ହୋଇଛି । ୫ଜଣ ଆହତ ଅଛନ୍ତି, ବର୍ତମାନ ତାଙ୍କ ଅବସ୍ଥା ଭଲ ଅଛି । ଯେହେତୁ ଘଟଣା ପରେ ବ୍ରହ୍ମପୁର ମେଡିକାଲର ପିଲା ଭାୟଭିତ ଅଛନ୍ତି ସେମାନେ ଭିମସାରରେ ଚାଲିଥିବା ୟୁଫୋରିଆରେ ଆଉ ଭାଗ ନେବେ ନାହିଁ ।

ଭିମ୍‌ସାର ଇତିହାସରେ ପ୍ରଥମ : ଏକକାଳୀନ ୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା
ସମ୍ବଲପୁର: ବୁର୍ଲା ଭିମସାରରେ ଆଜି ସୋନପୁର ବିନିକା ଅଞ୍ଚଳର ଜଣେ ମହିଳା ଏକକାଳୀନ ୪ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଭିମସାର ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ଜନ୍ମିତ ଶିଶୁଙ୍କ ମଧ୍ୟରେ ୩ କନ୍ୟା ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି। ତେବେ, ସମସ୍ତଙ୍କୁ ଏସ୍ଏନସିୟୁରେ ଭର୍ତ୍ତି କରାଯାଇଛି।

ସୋନପୁର ବିନିକା ଥାନା ବାଞ୍ଜିପାଲି ଗାଁର ଜଣେ ଗର୍ଭବତୀ ସୋମବାର ଭିମସାରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କ ପ୍ରସବ ବେଦନା ଅସହ୍ୟ ହେବାରୁ ଅପରାହ୍ନରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ତେବେ, ତାଙ୍କ ପେଟରୁ ଏକକାଳୀନ ୪ଟି ଶିଶୁ ବାହାରିଥିବା ଜଣାପଡିଛି। ଜନ୍ମିତ ଶିଶୁଙ୍କ ମଧ୍ୟରେ ୩ କନ୍ୟା ଥିବା ବେଳେ ଗୋଟିଏ ଶିଶୁପୁତ୍ର ରହିଛି।

ସେମାନଙ୍କ ମଧ୍ୟରୁ ଦୁଇ ଶିଶୁକନ୍ୟା ଏବଂ ଏକମାତ୍ର ଶିଶୁପୁତ୍ରର ଓଜନ ୧ କେଜିରୁ କମ୍ ରହିଥିବା ବେଳେ ଅନ୍ୟ ଜଣେ ଶିଶୁ କନ୍ୟାର ଓଜନ ୧.୨ କେଜି ରହିଥିବା ଜଣାପଡିଛି। ସମସ୍ତଙ୍କୁ ଭିମସାର ଏସ୍ଏନସିୟୁରେ ଭର୍ତ୍ତି କରାଯାଇଛି। ତେବେ, ଏକା ସାଙ୍ଗରେ ୪ ଶିଶୁ ଜନ୍ମ ହେବା ଘଟଣା ଭିମସାରରେ ପ୍ରଥମ ବୋଲି କୁହାଯାଉଛି। ଅପରପକ୍ଷେ, ଏହି ଘଟଣା ଜଣାପଡିବା ପରେ ଶିଶୁମାନଙ୍କୁ ଦେଖିବାକୁ ମେଡିକାଲରେ ଭିଡ ଲାଗିଛି।

ଚିନ୍ତା ବଢାଉଛି କରୋନା: ଭିମସାରରେ ୧୫ ଦିନ ପାଇଁ ବନ୍ଦ ରହିଲା ଏମବିବିଏସ୍ ପରୀକ୍ଷା
ସମ୍ବଲପୁର: ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଲଗାତର ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି ।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁର୍ଲା ଭିମସାର କର୍ତ୍ତୁପକ୍ଷ ବଡ଼ ନିଷ୍ପତ୍ତି ନେଇଛି । ଭିମିସାରରେ ଘୁଞ୍ଚିଛି ଏମବିବିଏସ୍ ପରୀକ୍ଷା । ଆସନ୍ତା ୧୫ ଦିନ ପାଇଁ ଏମବିବିଏସ୍ ଅଫଲାଇନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଭିମସାରରେ ଅନେକ ଛାତ୍ରଛାତ୍ରୀ ଓ କିଛି ଡାକ୍ତର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାକୁ ଦୃଷ୍ଟିରେ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୁପକ୍ଷ । ଆଗକୁ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ।

ସୁରକ୍ଷାସଂସ୍ଥାକୁ ନେଇ ଭିମସାରରେ ଉତ୍ତେଜନା
ସମ୍ବଲପୁର: ବୁର୍ଲା ଭିମସାରରେ ଉତ୍ତେଜନା। ଆଜି ବୁର୍ଲା ନଗର କଂଗ୍ରେସ କର୍ମୀଙ୍କ ଦ୍ୱାରା ଭୀମସାର ଅଧିକ୍ଷକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା। ଫଳରେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ, ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ଭିମସାରରେ ନିୟୋଜିତ ହୋଇଥିବା ESS ସୁରକ୍ଷାସଂସ୍ଥା ବିରୋଧରେ ଭୀମସାର କତ୍ତୃପକ୍ଷ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ କରିଛି କଂଗ୍ରେସ। ଭିମସାର ଉପରେ ନିର୍ଭର କରୁଥିବା ରୋଗୀ ସମ୍ପର୍କୀୟଙ୍କ ଠାରୁ ପ୍ରତିଦିନ କିଛି ନା କିଛି ଚୋରି, ଲୁଟ ଏପରିକି ମରଣାତ୍ମକ ଆକ୍ରମଣ ହେଉଥିବା ବୁର୍ଲା ଥାନାରେ ଅଭିଯୋଗ ହେଉଛି। ଏପରିକି ଭୀମସରର ବିଭିନ୍ନ ବିଭାଗରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ମଧ୍ୟ ହେଉଥିବା ଦେଖାଦେଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀ କିଛି ଦଲାଲ ଓ ଆସମାଜିକ ଯୁବକଙ୍କ ସହିତ ମିଶି ଅନେକ ସମୟରେ ଏଭଳି ଘଟଣା ଘଟାଉଥିବା ଅଭିଯୋଗ ହୋଇଛି।

ଅନ୍ୟପଟରେ ଦୀର୍ଘ ୧୧ ବର୍ଷ ଧରି ଏହି ସଂସ୍ଥାକୁ କେଉଁ ଆଧାରରେ ବିନା ଟେଣ୍ଡରରେ କାର୍ଯ୍ଯ କରିବା ପାଇଁ ଭିମସାର କର୍ତ୍ତୃପକ୍ଷ ସହମତି ପ୍ରକାଶ କରିଛନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବିନିମୟରେ ବୁର୍ଲା ଭିମସାରରେ ସୁରକ୍ଷାବ୍ୟବସ୍ଥା ଯୋଗାଇ ଦିଆଯାଇଛି। ହେଲେ ବ୍ୟାପକ ଅର୍ଥ କାରବାର କରି ସୁରକ୍ଷାସଂସ୍ଥାର ମାଲିକ ଓ କିଛି କର୍ମଚାରୀ ଅନ୍ୟ ଜିଲ୍ଲାର ଆସମାଜିକ ଯୁବକ ମାନଙ୍କୁ ଆଣି ଏଠାରେ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ଯାହା ଫଳରେ ପ୍ରାୟ ସମୟରେ ଚୋରି , ଲୁଟ, ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଛି। ଏହାର ପ୍ରତିବାଦ କରି ଦୃଢ଼ ପଦକ୍ଷେପ ଗ୍ରହଣ କରି ସମ୍ପୃକ୍ତ ସଂସ୍ଥାକୁ ବାତିଲ କରିବା ସହିତ ପୁନର୍ବାର ଟେଣ୍ଡର କରିବା ପାଇଁ ଦଳ ପକ୍ଷରୁ ଦାବି ହୋଇଛି। ଆସନ୍ତା ସାତଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଦଳ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସୂଚନା ଦେଇଛନ୍ତି।

ସମ୍ବଲପୁରରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ୧୦ ଦିନ ମଧ୍ୟରେ ଭୀମସାରରେ ଦ୍ବିତୀୟ କୋଭିଡ ହସ୍ପିଟାଲ ନିଷ୍ପତ୍ତି
ସମ୍ବଲପୁର: ଭୀମସାରରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଭୀମସାର ଆସି ପ୍ରଥମେ କୋଭିଡ ହସ୍ପିଟାଲ ଗସ୍ତ କରିବା ପରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ଏହି ସମୀକ୍ଷା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଭୀମସାରରେ ୧୨୦ ବେଡ କୋଭିଡ ହସ୍ପିଟାଲ କାର୍ଯ୍ଯ କରୁଥିବାବେଳେ ଏଥିରେ ୧୦୫ଟି ବେଡ ବୃଦ୍ଧି ହୋଇ ୨୨୫ରେ ପହଁଚିଛି । ଏଥିର ୫୦ଟି ଆଇସିୟୁ ଓ ୧୭୫ଟି ସାଧାରଣ ବେଡ ରହିବ। ତେବେ ଭୀମସାରର ମେଡିସିନ କୋଠାରେ ୧୦ ଦିନ ମଧ୍ୟରେ ଦ୍ବିତୀୟ କୋଭିଡ ହସ୍ପିଟାଲ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି।

ନୂତନ କୋଭିଡ ହସ୍ପିଟାଲରେ ୫୦ଟି ଆଇସିୟୁ ଓ ୨୫୦ ସାଧାରଣ ବେଡ ରହିବ। ତେବେ ଦୁଇଟି କୋଭିଡ ହସ୍ପିଟାଲରେ ସମୁଦାୟ ୫୨୫ ବେଡ କାର୍ୟ୍ୟ କରିବ। ଏହା ସହ ଝାରସୁଗୁଡା ଓ ଦେବଗଡ ଜିଲ୍ଲାର ମଧ୍ୟ ସମୀକ୍ଷା କରିଛନ୍ତି ଏହି ଟିମ୍ । ତେବେ ଛତିଶଗଡ ସଂକ୍ରମଣ ବଢୁଥିବାରୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ।

ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ସିବିକେ ମହାନ୍ତି, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା, ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମାଲ, ବରଗଡ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ଉତ୍ତରାଂଚଳ ଆଇଜି ନରସିଂହ ଭୋଳ, ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଉପସ୍ଥିତ ରହିଥିଲେ।