Shri Suresh Chandra Mahapatra - The Sakala
ଭୁବନେଶ୍ୱର: ୯ ମାସ ପରେ କଂଗ୍ରେସକୁ ଫେରିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ। କଂଗ୍ରେସ ଭବନ ଦୁଆରକୁ ମୁଣ୍ଡିଆ ମାରି ଭିତରକୁ ଆସିଥିଲେ ସୁର । ଶୁକ୍ରବାର ନିଲମ୍ୱନ ହଟିବା ପରେ ଶନିବାର ସେ କଂଗ୍ରେସ ଭବନକୁ ଯାଇ ନବ ନିର୍ବାଚିତ ପିସିସି ସଭାପତିଙ୍କୁ ଭେଟିଛନ୍ତି ସୁର।ଦୀର୍ଘ ଦିନ ପରେ କଂଗ୍ରେସକୁ ଫେରି ଖୁସି ଜାହିର କରିଛନ୍ତି ସୁର । ଘର ବାହୁଡ଼ା ବେଳେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ।
ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,  ୯ ମାସ ହେବ ବହୁତ ଯନ୍ତ୍ରଣାରେ ଥିଲି, ଆଜି ମୁଁ ଫେରିଛି ମୋ ମନ୍ଦିରକୁ । ଆଜି ମୋ ମନ୍ଦିରକୁ ମୁଁ ଫେରିଲି, ବହୁତ ଖୁସି । ଦଳରେ ‘ଆଉ କନ୍ଦଳ ରହିବନି, ମିଳିମିଶି ସଂଗଠନ ପାଇଁ କାମ କରିବୁ ।
ସୂଚନା ଥାଉକି, ପ୍ରଦେଶ କଂଗ୍ରେସ କମିଟି ଓଡ଼ିଶା ପକ୍ଷରୁ ଶୁକ୍ରବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ସୂଚନା ଦିଆଯାଇଛି ଯେ, ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ୱନ ବା ବହିଷ୍କାର କରାଯାଇଥିଲା ତାହାକୁ ପ୍ରତ୍ୟାହାର କରି ଦିଆଗଲା । ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ ଦଳ ଛାଡି ଚାଲି ଯାଇଛନ୍ତି ସେମାନେ ପୁନର୍ବାର କଂଗ୍ରେସ ଦଳକୁ ଫେରି ଆସିବାକୁ ନିବେଦନ କରୁଛୁ । ଯଦି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ ।
ସୂଚନା ଅନୁଯାୟୀ, ଏପ୍ରିଲ ୧୫ ତାରିଖ ୨୦୨୪ ରେ ଦଳରୁ ବିଦା ହୋଇଥିଲେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ । ସୁରେଶ ରାଉତରାୟ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ କରିଥିଲା ଏଆଇସିସି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନେଇଥିଲା ଏଆଇସିସି।
ସହଜ ହେବ ‘‘ଲିଜ୍ ହୋଲ୍ଡ’’ରୁ ପ୍ରି ହୋଲ୍ଡ୍ ପରିବର୍ତ୍ତନ, ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ଭୁସମ୍ପତି ଖଣ୍ଡିଏର ଚିରଦିନ ମାଲିକାନା ପାଇବା ବହୁଲୋକଙ୍କ ସ୍ୱପ୍ନ । ଏହାକୁ ସାକାର କରିବା ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ ଭାବେ ସରକାରଙ୍କ ଠାରୁ ମିଳିଥିବା ଲିଜ୍-ହୋଲ୍ଡ୍ ଜମିର ଫ୍ରି-ହୋଲ୍ଡ୍ ପରିବର୍ତ୍ତନକୁ ସହଜ ଓ ସୁଗମ କରିବା ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।
ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଜମିର ମାଲିକାନା ହସ୍ତାନ୍ତର ସମ୍ବନ୍ଧିତ ବିଭିନ୍ନ ଦିଗ ଏବଂ ପ୍ରଚଳିତ ନିୟମାବଳୀକୁ ବିଚାର କରି ଏହି କ୍ଷମତା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜ୍ୟ ହାଉସିଂ ବୋର୍ଡଙ୍କୁ ବିକେନ୍ଦ୍ରୀକରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଏହା ହେଲେ ଅଣ-ବ୍ୟବସାୟିକ ଘରୋଇ ବାସଗୃହ ନିମନ୍ତେ ଜମି ଲିଜ୍ଧାରୀ ବ୍ୟକ୍ତିମାନେ ସହଜ ଓ ସୁବିଧାରେ ଫ୍ରି-ହୋଲଡ୍କୁ ପରିବର୍ତ୍ତନ ସେବା ପାଇ ପାରିବେ । ଏଥିପାଇଁ ନିର୍ଦ୍ଦିଷ୍ଟ କ୍ଷମତା ବିକେନ୍ଦ୍ରୀକରଣ ଓ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ଶ୍ରୀ ମହାପାତ୍ର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏକ ସପ୍ତାହ ମଧ୍ୟରେ ଏହି ପ୍ରସ୍ତାବ ସରକାରଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିବା ପାଇଁ କୁହାଯାଇଥିଲା ।
ବୈଠକରେ ଚନ୍ଦ୍ରମା ହାଇସିଂ କମ୍ପଲେକ୍ସରେ ଘର ପାଇଥିବା ଲୋକଙ୍କ ସହ ଚୁକ୍ତିପତ୍ର ବିଷୟ ସମ୍ବନ୍ଧିତ ସମସ୍ୟାର ସବିଶେଷ ଆଲୋଚନା ହୋଇଥିଲା । ସମସ୍ୟାର ବିଭିନ୍ନ ଦିଗକୁ ବିଚାରକରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସେସବୁର ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରିଥିଲେ, ଏବଂ ଏକ ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବି.ଡ଼ି.ଏ.ଙ୍କୁ ୩୭ ଟି ହାଉସିଂ ସ୍କିମ୍ ଏବଂ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡଙ୍କୁ ୪୪ ଟି ହାଉସିଂ ସ୍କିମ୍ ପାଇଁ ବିଭିନ୍ନ ସ୍ଥାନରେ ପ୍ରାୟ ୧୧୦୫ ଏକର ଜମି ଲିଜ୍ ଦିଆଯାଇଛି । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ନଗର ଓ ଉନ୍ନୟନ ବିଭାଗ ମାଧ୍ୟମରେ ମଧ୍ୟ ସି.ଡ଼ି.ଏ.ଙ୍କୁ ହାଉସିଂ ସ୍କିମ୍ ନିମନ୍ତେ ସରକାରୀ ଜମି ଲିଜ୍ ଦିଆଯାଇଛି । ଉନ୍ନୟନ କର୍ତ୍ତୁପକ୍ଷଙ୍କୁ ଏହି କ୍ଷମତା ବିକେନ୍ଦ୍ରୀକରଣ ହେଲେ ବର୍ତ୍ତମାନ ପ୍ରାୟ ୫୦ ହଜାର ପରିବାର ଉପକୃତ ହେବେ ।
ଏହାଛଡା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରୁ ସିଧାସଳଖ ଅଣବ୍ୟବସାୟିକ ଘରୋଇ ବାସଗୃହ ପାଇଁ ଜମି ଲିଜ୍ ନେଇଥିବା ଲୋକମାନଙ୍କ ପାଇଁ ମଧ୍ୟ ଫ୍ରି-ହୋଲଡ୍ ବ୍ୟବସ୍ଥା ଚାଲୁ ରହିଛି । ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜଲବ୍ଧ କରିବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସମ୍ବଲପୁରରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ୧୦ ଦିନ ମଧ୍ୟରେ ଭୀମସାରରେ ଦ୍ବିତୀୟ କୋଭିଡ ହସ୍ପିଟାଲ ନିଷ୍ପତ୍ତି
ସମ୍ବଲପୁର: ଭୀମସାରରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଭୀମସାର ଆସି ପ୍ରଥମେ କୋଭିଡ ହସ୍ପିଟାଲ ଗସ୍ତ କରିବା ପରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ଏହି ସମୀକ୍ଷା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଭୀମସାରରେ ୧୨୦ ବେଡ କୋଭିଡ ହସ୍ପିଟାଲ କାର୍ଯ୍ଯ କରୁଥିବାବେଳେ ଏଥିରେ ୧୦୫ଟି ବେଡ ବୃଦ୍ଧି ହୋଇ ୨୨୫ରେ ପହଁଚିଛି । ଏଥିର ୫୦ଟି ଆଇସିୟୁ ଓ ୧୭୫ଟି ସାଧାରଣ ବେଡ ରହିବ। ତେବେ ଭୀମସାରର ମେଡିସିନ କୋଠାରେ ୧୦ ଦିନ ମଧ୍ୟରେ ଦ୍ବିତୀୟ କୋଭିଡ ହସ୍ପିଟାଲ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଛି।
ନୂତନ କୋଭିଡ ହସ୍ପିଟାଲରେ ୫୦ଟି ଆଇସିୟୁ ଓ ୨୫୦ ସାଧାରଣ ବେଡ ରହିବ। ତେବେ ଦୁଇଟି କୋଭିଡ ହସ୍ପିଟାଲରେ ସମୁଦାୟ ୫୨୫ ବେଡ କାର୍ୟ୍ୟ କରିବ। ଏହା ସହ ଝାରସୁଗୁଡା ଓ ଦେବଗଡ ଜିଲ୍ଲାର ମଧ୍ୟ ସମୀକ୍ଷା କରିଛନ୍ତି ଏହି ଟିମ୍ । ତେବେ ଛତିଶଗଡ ସଂକ୍ରମଣ ବଢୁଥିବାରୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ।
ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ସିବିକେ ମହାନ୍ତି, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା, ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମାଲ, ବରଗଡ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ଉତ୍ତରାଂଚଳ ଆଇଜି ନରସିଂହ ଭୋଳ, ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଉପସ୍ଥିତ ରହିଥିଲେ।