Shankar Mahadevan - The Sakala

ଶଙ୍କର ମହାଦେବନ-ଜାକିର ହୁସେନଙ୍କ ବ୍ୟାଣ୍ଡ୍‌କୁ ‘ଗ୍ରାମି’ ପୁରସ୍କାର
ଲସ୍‌ ଏଞ୍ଜେଲ୍ସ: ଭାରତୀୟ ଗାୟକ ଶଙ୍କର ମହାଦେବନ ଏବଂ ତବଲା ବାଦକ ଜାକିର ହୁସେନ ବହୁ ଚର୍ଚ୍ଚିତ ଗ୍ରାମି ପୁରସ୍କାର ଜିତିଛନ୍ତି। ଜାକିର ତିନୋଟି ଶ୍ରେଣୀରେ ଏହି ପୁରସ୍କାର ନିଜ ନାମରେ କରିଛନ୍ତି। ସେହିପରି ଶଙ୍କର ମହାଦେବନଙ୍କୁ ନିଜ ବ୍ୟାଣ୍ଡ ‘ଶକ୍ତି’ର ଆଲ୍‌ବମ ‘ଦିଶ ମୋମେଣ୍ଟ’ ପାଇଁ ବେଷ୍ଟ ଗ୍ଲୋବାଲ ମ୍ୟୁଜିକ ଆଲ୍‌ବମ୍‌ ଶ୍ରେଣୀରେ ଗ୍ରାମି ପୁରସ୍କାର ମିଳିଛି। ଏହି ଆଲ୍‌ବମ୍‌ରେ ମୋଟ ୮ଟି ଗୀତ ରହିଛି। ଏହି ବ୍ୟାଣ୍ଡରେ ଶଙ୍କର ମହାଦେବନ, ଜାକିର ହୁସେନ, ଭି ସେଲ୍‌ଭାଗଣେଶ ଏବଂ ଗଣେଶ ରାଜଗୋପାଳନଙ୍କ ଭଳି କଳାକାର କାମ କରୁଛନ୍ତି। ଏହି ବ୍ୟାଣ୍ଡ ବ୍ୟତୀତ ବଂଶୀ ବାଦକ ରାକେଶ ଚୌରାସିଆ ୨ଟି ଗ୍ରାମି ପୁରସ୍କାର ହାତେଇଛନ୍ତି। ଏହି ଭଳି ଭାବେ ମୋଟ ୫ ଜଣ ଭାରତୀୟଙ୍କୁ ୬୬ତମ ଗ୍ରାମି ପୁରସ୍କାର ମିଳିଛି।

ଏହି ଉତ୍ସବରେ ଜାକିର ‘ପସ୍ତୋ’ ପାଇଁ ‘ବେଷ୍ଟ ଗ୍ଲୋବାଲ ମ୍ୟୁଜିକ ପରଫରମାନ୍ସ’ ଶ୍ରେଣୀରେ ରାକେଶ ଚୌରାସିଆଙ୍କ ସହ ଗ୍ରାମି ଜିତିଛନ୍ତି। ଏହା ବ୍ୟତୀତ ‘ଦିଶ ମୋମେଣ୍ଟ’ ପାଇଁ ବେଷ୍ଟ ଗ୍ଲୋବାଲ ମ୍ୟୁଜିକ ଆଲ୍‌ବମ୍‌ ଏବଂ ‘ଏଜ୍‌ ଭି ସ୍ପିକ୍‌’ ପାଇଁ କନଟେମ୍ପୋରାରୀ ଇନଷ୍ଟ୍ରୁମେଣ୍ଟ ଆଲ୍‌ବମ କାଟାଗୋରୀରେ ଗ୍ରାମି ହାତେଇଛନ୍ତି। ସେହିପରି ଆମେରିକାନ ଗୀତିକାର ଟେଲର ସ୍ବିଫ୍ଟ ନିଜ ଆଲ୍‌ବମ ‘ମିଡନାଇଟ୍ସ’ ପାଇଁ ‘ଆଲ୍‌ବମ ଅଫ୍‌ ଦ ଇୟର’ ପୁରସ୍କାର ଜିତିଛନ୍ତି। ସେ ଚତୁର୍ଥ ଥର ପାଇଁ ଗ୍ରାମି ପୁରସ୍କାର ଜିତି ରେକର୍ଡ କରିଛନ୍ତି। ଅନ୍ୟପକ୍ଷରେ ତିନୋଟି ଗ୍ରାମି ପୁରସ୍କାର ଜିତିଥିବା ଗୀତିକାର କିଲର ମାଇକଙ୍କୁ ପୁଲିସ କାର୍ଯ୍ୟକ୍ରମ ମଧ୍ୟରୁ ଗିରଫ କରିଛି। ତେବେ ଏ ପର୍ଯ୍ୟନ୍ତ ଗିରଫର କାରଣ ଜଣାପଡ଼ି ନାହିଁ।G

ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶଙ୍କର ମହାଦେବନ୍
ପୁରୀ: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍ ଆଜି ସକାଳୁ ସକାଳୁ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ ଶ୍ରୀଜିଉଙ୍କୁ ତାଙ୍କ ପତ୍ନୀ ମଧ୍ୟ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ସିଂହଦ୍ଵାର ଦେଇ ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମା’ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ତେବେ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଏକ ସୁନ୍ଦର ଭଜନ ଗାଇଥିଲେ ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀ।

ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଶଙ୍କର କହିଛନ୍ତି ଯେ, ମହାପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତ ମାନେ ଏକ ନୂଆ ଅନୁଭୂତି ନେଇ ଫେରୁଛନ୍ତି। ମୋର ସୌଭାଗ୍ୟ ମୁଁ ମହାପ୍ରଭୁଙ୍କ ଏହି ପରିକ୍ରମା ପ୍ରକଳ୍ପ ଦେଖିବାର ସୁଯୋଗ ପାଇଲି । ଚାରିଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ଏବେ ନୂଆ ରୂପ ନେବାରେ ଲାଗିଛି। ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଚାଲିଥିବା ପରିକ୍ରମା ପ୍ରକଳ୍ପ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କୁ ଏକ ନୂଆ ଅନୁଭୂତି ଆଣିଦେଉଛି। ମହାପ୍ରଭୁଙ୍କର ଜଣେ ଭକ୍ତ ହିସାବରେ ଏହି ପ୍ରକଳ୍ପ କାର୍ଯ୍ୟକୁ ମୁଁ ମଧ୍ୟ ସ୍ୱାଗତ କରୁଛି ବୋଲି କହିଛନ୍ତି ଗାୟକ ଶଙ୍କର ।