Vaibhav Suryavanshi - The Sakala

୩୬ ବଲ୍‌ରେ ଶତକ ମାରି ରଚିଲେ ଇତିହାସ, ହେଲେ ଜୟପୁର ଖରାରେ ଟଳିପଡ଼ିଲେ ୧୫ ବର୍ଷର ବୈଭବ
ରାଜସ୍ଥାନ ରୟାଲ୍ସର ମାତ୍ର ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଶନିବାର ସନ୍ଧ୍ୟାରେ ଜୟପୁର ଷ୍ଟାଡିୟମରେ ସେ ନିଜର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ମାତ୍ର ୩୬ ବଲରେ ଶତକ ହାସଲ କରିଛନ୍ତି। ଏହା ସହିତ ସେ ଆଇପିଏଲ ଇତିହାସର ତୃତୀୟ ଦ୍ରୁତତମ ଶତକର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। କିନ୍ତୁ ଏହି ଐତିହାସିକ ଇନିଂସ ଏବଂ ଉତ୍ସବର ମାହୋଲ ଖୁବ୍ ଶୀଘ୍ର ଆଶଙ୍କାରେ ବଦଳିଯାଇଥିଲା, ଯେତେବେଳେ ତାଙ୍କୁ ଯନ୍ତ୍ରଣାରେ ଛଟପଟ ହୋଇ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଜିଲା ଖଳନାୟକ

ଏହି ଦୁର୍ଭାଗ୍ୟଜନକ ସ୍ଥିତି ପାଇଁ ମୁଖ୍ୟତଃ ଜୟପୁରର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦାୟୀ ଥିଲା। ପ୍ରାୟ ୪୧ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଲଗାତାର ୧୪ ଓଭର ଧରି କ୍ରିଜରେ ରହି ସଂଘର୍ଷ କରିବା ଫଳରେ ବୈଭବଙ୍କ ଶରୀରରୁ ପ୍ରବଳ ଝାଳ ବୋହିଯାଇଥିଲା। ଏହି କାରଣରୁ ତାଙ୍କ ଶରୀରରେ ଜଳୀୟ ଅଂଶ ସହିତ ସୋଡିୟମ ଏବଂ ପୋଟାସିୟମ ଭଳି ଇଲେକ୍ଟ୍ରୋଲାଇଟ୍ସର ଘୋର ଅଭାବ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ଫିଲ୍ଡିଂ କରିବାକୁ ଆସିଥିବା ବେଳେ ଅତ୍ୟଧିକ 'ମସଲ୍ କ୍ରାମ୍ପ' କିମ୍ବା ମାଂସପେଶୀ ଟାଣି ହୋଇଯିବା କାରଣରୁ ସେ ଆଉ ଠିଆ ହୋଇପାରିନଥିଲେ ଏବଂ ତାଙ୍କୁ ଟିମ୍ ଷ୍ଟାଫଙ୍କ ସାହାରାରେ ପଡ଼ିଆ ବାହାରକୁ ନିଆଯାଇଥିଲା।

ବାକି ମ୍ୟାଚ୍ ଖେଳିବେ କି ନାହିଁ ବୈଭବ?

ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଯୁବ ତାରକା ଆୟୁଷ ମହାତ୍ରେ ଆହତ କାରଣରୁ ପୁରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିସାରିଛନ୍ତି। ତେଣୁ ବୈଭବଙ୍କୁ ନେଇ ମଧ୍ୟ ପ୍ରଶଂସକଙ୍କ ମନରେ ସମାନ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଆଶ୍ୱାସନାର ବିଷୟ ହେଉଛି ଯେ, ବୈଭବଙ୍କ ସମସ୍ୟାଟି କୌଣସି ଗମ୍ଭୀର 'ହାମଷ୍ଟ୍ରିଙ୍ଗ ଟିୟର' ନୁହେଁ, ବରଂ ମୁଖ୍ୟତଃ 'ଡିହାଇଡ୍ରେସନ' ଏବଂ 'କ୍ରାମ୍ପ' ଜନିତ ସମସ୍ୟା ଅଟେ। ଡାକ୍ତରୀ ଦଳ ତାଙ୍କୁ ୨ରୁ ୩ ଦିନ ସମ୍ପୂର୍ଣ୍ଣ ବିଶ୍ରାମ ଏବଂ ହାଇଡ୍ରେସନ ଥେରାପିରେ ରଖିବାକୁ ପରାମର୍ଶ ଦେଇଛନ୍ତି। ଯଦିଓ ସେ ଆଗାମୀ ୧ କିମ୍ବା ୨ଟି ମ୍ୟାଚ୍ ମିସ୍ କରିପାରନ୍ତି, ତଥାପି ପୁରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବାର ସମ୍ଭାବନା ଖୁବ୍ କମ୍ ବୋଲି କୁହାଯାଉଛି।

ପ୍ରତିକୂଳ ପାଗରେ ଅନ୍ୟ ଖେଳାଳି ମଧ୍ୟ ପ୍ରଭାବିତ

ଏହି ଭୟଙ୍କର ଗ୍ରୀଷ୍ମ ପ୍ରବାହରେ କେବଳ ବୈଭବ ନୁହଁନ୍ତି, ବରଂ ରୋହିତ ଶର୍ମା ଓ ଅକ୍ଷର ପଟେଲଙ୍କ ଭଳି ବରିଷ୍ଠ ଖେଳାଳି ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରହାଣେ କହିଛନ୍ତି ଯେ, ଯୁବ ଖେଳାଳିମାନେ ଉତ୍ସାହରେ ପଡ଼ିଆରେ ନିଜର ଶତପ୍ରତିଶତ ଦେଇଦିଅନ୍ତି, କିନ୍ତୁ ଏଭଳି ପ୍ରତିକୂଳ ପାଗରେ ଶରୀରର ସୀମାକୁ ବୁଝିବା ନିହାତି ଜରୁରୀ। ବର୍ତ୍ତମାନ ବୈଭବଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ବଡ଼ ଝଟକା ହୋଇଥିବା ବେଳେ, ସମଗ୍ର କ୍ରିକେଟ ଜଗତ ଏହି ଯୁବ ଯାଦୁକରଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ଆଇପିଏଲ୍ 2026: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ, ବୁମରାଙ୍କ ସାମ୍ନାରେ ବୈଭବ ସୂର୍ଯ୍ୟବଂଶୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍ ଉପରେ ନଜର
ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL) 2026 ର ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ ରାଜସ୍ଥାନ ରୟାଲ୍ସ (RR) ମୁହାଁମୁହିଁ ହେବେ। ଗୁଆହାଟୀ ସ୍ଥିତ ବର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ। ଚଳିତ ସିଜିନରେ ନିଜର ଦୁଇଟି ଯାକ ମ୍ୟାଚ୍ ଜିତି ଅପରାଜେୟ ଥିବା ରାଜସ୍ଥାନ ନିଜର ବିଜୟ ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ, ମୁମ୍ବାଇ ଗତ ମ୍ୟାଚର ପରାଜୟରୁ ବାହାରି ପୁଣି ବିଜୟ ପଥକୁ ଫେରିବାକୁ ଚେଷ୍ଟା କରିବ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ଉପରେ ନଜର

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସବୁଠାରୁ ବଡ଼ ଆଶ୍ୱସ୍ତିର ଖବର ହେଉଛି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍। ଅସୁସ୍ଥତା କାରଣରୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଗତ ମ୍ୟାଚ୍ ଖେଳିପାରି ନଥିଲେ, ଯେଉଁଥିରେ ମୁମ୍ବାଇକୁ 6 ୱିକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେଇଥିଲେ। ତେବେ ବୋଲିଂ କୋଚ୍ ପାରସ ମ୍ହାମ୍ବ୍ରେ ସ୍ପଷ୍ଟ କରିଛନ୍ତି ଯେ ହାର୍ଦ୍ଦିକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ତାଙ୍କ ଆସିବା ଦ୍ୱାରା ଦଳର ବ୍ୟାଟିଂ ଓ ବୋଲିଂ ବିଭାଗରେ ସନ୍ତୁଳନ ଆସିବ।

ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ ଏବଂ ଜଶପ୍ରୀତ ବୁମରାଙ୍କ ମଧ୍ୟରେ କଡ଼ା ଟକ୍କର

ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ହେବ ରାଜସ୍ଥାନର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏବଂ ମୁମ୍ବାଇର ଅଭିଜ୍ଞ ତାରକା ବୋଲର ଜଶପ୍ରୀତ ବୁମରାଙ୍କ ମଧ୍ୟରେ ମୁକାବିଲା। ବୈଭବ ଚଳିତ ସିଜିନରେ ଓପନିଂ କରି ଦମଦାର ପ୍ରଦର୍ଶନ କରୁଛନ୍ତି। ମୁମ୍ବାଇ ବୋଲରଙ୍କ ପାଇଁ ରାଜସ୍ଥାନର ଟପ୍ ଅର୍ଡର, ବିଶେଷ କରି ଯଶସ୍ୱୀ ଜୈସ୍ୱାଲ ଏବଂ ବୈଭବଙ୍କୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ ହେବ। ଅନ୍ୟପଟେ ବୁମରା ନିଜର ସାଂଘାତିକ ବୋଲିଂ ଓ ସଠିକ୍ ଲାଇନ୍-ଲେନ୍ଥ ସହିତ ଏହି ଯୁବ ତାରକାଙ୍କୁ କିପରି ସାମ୍ନା କରୁଛନ୍ତି, ତାହା ଦେଖିବାକୁ କ୍ରିକେଟ୍ ପ୍ରେମୀ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ଦୁଇ ଦଳର ବର୍ତ୍ତମାନର ସ୍ଥିତି ଓ ପ୍ରଦର୍ଶନ

ନୂଆ ଅଧିନାୟକ ରିୟାନ ପରାଗଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ଚମତ୍କାର ପ୍ରଦର୍ଶନ କରୁଛି। ଗୁଜରାଟ ଟାଇଟାନ୍ସ ବିପକ୍ଷ ଏକ ରୋମାଞ୍ଚକର ମ୍ୟାଚରେ ଦଳ ବିଜୟ ହାସଲ କରିଥିଲା, ଯେଉଁଥିରେ ତୁଷାର ଦେଶପାଣ୍ଡେ ଏବଂ ରବି ବିଷ୍ଣୋଇ ଚମତ୍କାର ବୋଲିଂ କରିଥିଲେ। ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ନିଜର ପ୍ରଥମ ମ୍ୟାଚ୍ ଜିତିଥିଲେ ମଧ୍ୟ ଦ୍ୱିତୀୟ ମ୍ୟାଚରେ ସଂଘର୍ଷ କରିଥିଲା। ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ବ୍ୟାଟରଙ୍କୁ ବଡ଼ ଇନିଂସ୍ ଖେଳିବାକୁ ପଡ଼ିବ। ଆଇପିଏଲ୍ ଇତିହାସରେ ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ 31ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରୁ ମୁମ୍ବାଇ 16ଟି ଏବଂ ରାଜସ୍ଥାନ 14ଟି ମ୍ୟାଚ୍ ଜିତିଛି। ଗୁଆହାଟୀର ପିଚ୍ ବ୍ୟାଟରଙ୍କୁ ସୁହାଉଥିବାରୁ ଏହା ଏକ ରୋମାଞ୍ଚକର ମ୍ୟାଚ୍ ହେବାର ସମ୍ଭାବନା ରହିଛି।

U-19 ବିଶ୍ବ ଚାମ୍ପିୟନ ଭାରତୀୟ ଦଳ ପାଇଁ ୭.୫କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ
ନୂଆଦିଲ୍ଲୀ: ଜିମ୍ବାୱେର ହାରାରେ ଠାରେ ଅନୁଷ୍ଠିତ U-19 ବିଶ୍ୱକପ ୨୦୨୬ ଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତୀୟ ଯୁବ ଦଳ ଇତିହାସ ରଚିଛି। ଏହି ଐତିହାସିକ ବିଜୟ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦଳ ପାଇଁ ଏକ ବଡ଼ ପୁରସ୍କାର ରାଶି ଘୋଷଣା କରିଛି। ଷଷ୍ଠ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିଥିବା ଏହି ଦଳକୁ ବିସିସିଆଇ ପକ୍ଷରୁ ୭.୫ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।

ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଭାରତୀୟ ଦଳର ଏହି ସଫଳତାରେ ଗର୍ବ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପୁରା ଦେଶ ଏବଂ ବିସିସିଆଇ ଆମର ଅଣ୍ଡର-୧୯ ଦଳର ପ୍ରଦର୍ଶନକୁ ନେଇ ଗର୍ବିତ। ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରିବା ଦଳର ଦକ୍ଷତାକୁ ପ୍ରମାଣିତ କରୁଛି। ଏହି ଅବସରରେ ଦଳକୁ ଉତ୍ସାହିତ କରିବା ପାଇଁ ବୋର୍ଡ ପକ୍ଷରୁ ୭.୫ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦଳର ଏହି ଚମତ୍କାର ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୧୧ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮୦ ବଲରେ ବିସ୍ଫୋରକ ୧୭୫ ରନ ସଂଗ୍ରହ କରିଥିଲେ, ଯେଉଁଥିରେ ୧୫ଟି ଚୌକା ଏବଂ ୧୫ଟି ଛକା ସାମିଲ ଥିଲା। ଅଧିନାୟକ ଆୟୁଷ ମ୍ହାତ୍ରେ ୫୩ ରନ ଏବଂ ଅଭିଜ୍ଞାନ କୁଣ୍ଡୁ ୪୦ ରନର ଯୋଗଦାନ ଦେଇଥିଲେ। ଜବାବରେ ଇଂଲଣ୍ଡ ଦଳ ୩୧୨ ରନ କରିବାକୁ ସକ୍ଷମ ହୋଇଥିଲା ଏବଂ ଭାରତ ୧୦୦ ରନରେ ବିଜୟୀ ହୋଇଥିଲା।

ଏହି ବିଜୟ ସହ ଭାରତ ଷଷ୍ଠ ଥର ପାଇଁ ଅଣ୍ଡର-୧୯ ବିଶ୍ୱକପ ଚାମ୍ପିଅନ ହୋଇଛି। ଏହା ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୨, ୨୦୧୮ ଏବଂ ୨୦୨୨ ମସିହାରେ ଟ୍ରଫି ଜିତିଥିଲା। ଅନ୍ୟପକ୍ଷରେ, ୧୯୯୮ ପରଠାରୁ ଦ୍ୱିତୀୟ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଥିବା ଇଂଲଣ୍ଡକୁ ନିରାଶ ହେବାକୁ ପଡ଼ିଛି।

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଟିମରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଟିମରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ । ବିସିସିଆଇର ଜୁନିଅର ଚୟନକର୍ତ୍ତା କମିଟି ଟିମ୍ ଇଣ୍ଡିଆ ଅଣ୍ଡର-୧୯ ପାଇଁ ଟିମ୍ ଘୋଷଣା କରିଛି । ୧୬ ଜଣିଆ ଟିମରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ହୋଇଛନ୍ତି । ଇଣ୍ଡିଆ ଅଣ୍ଡର-୧୯ ପାଇଁ ୧୬ ଜଣିଆ ଟିମର ଅଧିନାୟକ ଦାୟିତ୍ବ ଆୟୁଷ ମାତ୍ରେଙ୍କୁ ଦିଆଯାଇଛି । ଆୟୁଷ ଏବଂ ବୈଭବ ଦୁହେଁ ଆଇପିଏଲ ୨୦୨୫ରେ କମାଲ ପ୍ରଦର୍ଶନ କରିଛନ୍ତି । ଆଇପିଏଲରେ କମାଲ୍ କରିବା ପରେ ଏବେ ଅଣ୍ଡର-୧୯ କ୍ରିକେଟରେ ଭାରତ ତରଫରୁ ଇଂଲଣ୍ଡ ବିପକ୍ଷରେ ଖେଳିବେ ।

ଅଣ୍ଡର-୧୯ ଟିମ୍ ସିରିଜ ୨୪ ଜୁନରୁ ଆରମ୍ଭ ହୋଇ ୨୩ ଜୁଲାଇ ଯାଏଁ ଚାଲିବ । ଏହି ସମୟରେ ଇଂଲଣ୍ଡ ଅଣ୍ଡର-୧୯ ଟିମ୍ରୁ ୫୦ ଓଭରର ଏକ ୱାର୍ମଅପ୍ ମ୍ୟାଚ୍ ଖେଳାଯିବ । ଏହାପରେ ଅଣ୍ଡର-୧୯ ଟିମ୍ ୫ଟି ଦିନିକିଆ ସିରିଜ ଏବଂ ୨ଟି ମଲ୍ଟି ଡେ ମ୍ୟାଚ୍ ଖେଳିବ ।

ଅଣ୍ଡର-୧୯ ଟିମ୍ :

ଆୟୁଷ ମାତ୍ରେ(ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବିହାନ ମଲହୋତ୍ରା, ମୌଲ୍ୟରାଜସିଂ ଚଢା, ରାହୁଲ କୁମାର, ଅଭିଜ୍ଞତା କୁଣ୍ଡୁ(ଉପ ଅଧିନାୟକ-ୱିକେଟକିପର), ହରଭାନ୍ସ ସିଂ, ଆରଏସ ଅମ୍ବ୍ରିସ, କନିଷ୍କ ଚୌହ୍ବାନ, ଖିଲନ ପଟେଲ, ହେନିଲ ପଟେଲ, ୟୁଦ୍ଧାଜିତ ଗୁହା, ପ୍ରଣବ ରାଘବେନ୍ଦ୍ର, ମହମ୍ମଦ ଏନ୍ନାନ, ଆଦିତ୍ୟ ରାଣା, ଅନମୋଲଜିତ ସିଂ ।

ଷ୍ଟାଣ୍ଡବାଏ ଖେଳାଳି: ନମନ ପୁଷ୍ପକ, ଡି ଦିପେଶ, ବେଦାନ୍ତ ତ୍ରିବେଦୀ, ବିକଳ୍ପ ତିୱାରୀ, ଅଳକ୍ରିତ ରାପୋଲ ।

ଭାରତୀୟ କ୍ରିକେଟ ପାଇଁ ନୂଆ ସମ୍ଭାବନା ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୧୨ ବର୍ଷ ବୟସରେ କଲେ ରଣଜୀ ଡେବ୍ୟୁ
ପାଟଣା : ଭାରତୀୟ କ୍ରିକେଟରେ ଆଉ ଜଣେ କୁନି ପ୍ରତିଭାଙ୍କ ଆବିର୍ଭାବ ହୋଇଛି। ସେ ହେଉଛନ୍ତି ବିହାରର ବୈଭବ ସୂର୍ଯ୍ୟବଂଶୀ। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିରେ ସେ ମୁମ୍ବାଇ ବିପକ୍ଷରେ ପଦାର୍ପଣ କରିଛନ୍ତି। ମାତ୍ର ୧୨ ବର୍ଷ ୨୮୪ ଦିନ ବୟସରେ ରଣଜୀ ଖେଳି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦ୍ୱିତୀୟ ସର୍ବକନିଷ୍ଠ କ୍ରିକେଟର ଭାବେ ସେ ରଣଜୀ ପଦାର୍ପଣ କରି ରେକର୍ଡ କରିଛନ୍ତି। ପ୍ରଥମ ପାଳିରେ ଓପନିଂ କରି ସେ ୧୯ ରନ ସଂଗ୍ରହ କରି ଆଉଟ ହୋଇଛନ୍ତି। ବୈଭବ ଗତ ଗୋଟିଏ ବର୍ଷରେ ବିଭିନ୍ନ ସ୍ତରରେ ମ୍ୟାଚ୍‌ ଖେଳି ୪୯ଟି ଶତକ ହାସଲ କରି ନିଜ ଅସାଧା ରଣ ପ୍ରତିଭା ଓ ଦକ୍ଷତାର ପ୍ରମାଣ ଦେଇଛନ୍ତି।

ବିହାର ସମସ୍ତିପୁର ଜିଲ୍ଲା ତାଜପୁରରେ ଜନ୍ମ ଗ୍ରହଣ କରିଥିବା ବୈଭବ ଭାରତୀୟ କ୍ରିକେଟ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ତାଙ୍କ ପୂର୍ବରୁ ଅଲିମୁଦ୍ଦିନ ୧୨ ବର୍ଷ ୨ ମାସ ୧୮ ଦିନରେ ରଣଜୀ ଖେଳି ସର୍ବକନିଷ୍ଠ ଖେଳାଳି ସାବ୍ୟସ୍ତ ହୋଇଥିଲେ। ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୫ ବର୍ଷ ୨୩୨ ଦିନରେ ପ୍ରଥମଥର ପାଇଁ ରଣଜୀ ଖେଳିଥିଲେ। ସଚିନଙ୍କଠାରୁ କମ୍‌ ବୟସରେ ବୈଭବ ରଣଜୀ ପଦାର୍ପଣ କରିଛନ୍ତି।

ଚାଷୀ ବାପାର ବିସ୍ଫୋରକ ବ୍ୟାଟର୍‌ ପୁଅ

ବୈଭବଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ ଜଣେ ଚାଷୀ। ସେ ଜଣେ କ୍ରିକେଟର ହୁଅନ୍ତୁ ବୋଲି ଆରମ୍ଭରୁ ଅଭିଳାଷ ପୋଷଣ କରିଥିଲେ ପିତା ସଞ୍ଜୀବ। ଜଣେ ଚାଷୀ ହୋଇଥିଲେ ମଧ୍ୟ ବୈଭବଙ୍କୁ ସବୁ ପ୍ରକାର ସହାୟତା କରିବାକୁ ସବୁବେଳେ ପ୍ରସ୍ତୁତ ରହିଆସିଛି। ବୈଭବଙ୍କ ପ୍ରତିଭାରେ ୱାସିମ ଜାଫର ଓ ଭିଭିଏସ୍‌ ଲକ୍ଷ୍ମଣଙ୍କ ଭଳି ପୂର୍ବତନ କ୍ରିକେଟର ବେଶ୍‌ ପ୍ରଭାବିତ ହୋଇଥିଲେ ଓ ଭବିଷ୍ୟତରେ ଭଲ ଖେଳି ସେ ବିହାର ପାଇଁ ଗୌରବ ଆଣିଦେଉ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

୫ବର୍ଷରୁ ଧରିଥିଲେ ବ୍ୟାଟ୍‌

ପିଲାଟି ବେଳୁ ସେ କ୍ରିକେଟ ପ୍ରତି ଆକୃଷ୍ଟ ରହିଆସିଥିଲେ। ଆରମ୍ଭରୁ ସେ ଲେଦର ବଲ୍‌ରେ ଅଭ୍ୟାସ କର ଆସୁଛନ୍ତି। ମାତ୍ର ୫ ବର୍ଷ ବୟସରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୫ମ ଜନ୍ମ ଦିବସରେ ପିତା ତାଙ୍କୁ ଏକ ବ୍ୟାଟ ଉପହାର ଦେଇଥିଲେ। ଦୁଇ ବର୍ଷ ସେ ଘରେ ହିଁ କ୍ରିକେଟ ଖେଳିଥିଲେ। ତାଙ୍କୁ ଯେତେବେଳେ ୭ବର୍ଷ ହୋଇଥିଲା ପିତା ତାଙ୍କୁ ସମସ୍ତିପୁରର କ୍ରିକେଟ ଏକାଡେମୀ ନେଇଥିଲେ ଖେଳିବା ପାଇଁ। ସେଠାରେ ସେ ୩ ବର୍ଷ ଖେଳିବା ପରେ ତାଙ୍କୁ ପାଟଣାର ସମ୍ପଦଚକସ୍ଥିତ ଏକ୍ସ କ୍ରିକେଟ ଏକାଡେମୀରେ ଭର୍ତ୍ତି କରାଯାଇଥିଲା। ୧୦ ବର୍ଷ ବୟସରେ ସେ ବଡ଼ ବଡ଼ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ ଓ ସିନିଅରସ୍ତରରେ କ୍ରିକେଟ ଖେଳି ରନ ସଂଗ୍ରହ କରିଥିଲେ।

ହାସଲ କରିଛନ୍ତି ୪୯ ଶତକ, ୩ ଦ୍ୱିଶତକ

ବୈଭବ ବାମହାତୀ ବ୍ୟାଟିଂ କରିବା ସହ ବାମହାତୀ ସ୍ପିନ୍‌ ବୋଲିଂ କରିଥାନ୍ତି। ଗତ ଗୋଟିଏ ବର୍ଷ ମଧ୍ୟରେ ସେ ୪୯ଟି ଶତକ ହାସଲ କରିଛନ୍ତି। ଗତବର୍ଷ ଆନ୍ତଃଜିଲ୍ଲା ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ହେମନ ଟ୍ରଫିର ସୁପର ଲିଗ୍‌ରେ ସେ ସର୍ବାଧିକ ୬୭୦ ରନ ସଂଗ୍ରହ କରିଥିଲେ। ଏଥିରେ ୩ଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ସାମିଲ ଥିଲା। ଗତବର୍ଷ ଅକ୍ଟୋବରରେ ୧୯ ବର୍ଷରୁ କମ୍‌ ବିନୁ ମଙ୍କଡ ଟ୍ରଫି ପାଇଁ ତାଙ୍କର ଚୟନ ହୋଇଥିଲା। ଚଣ୍ଡିଗଡ଼ରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ସେ ୭୮.୬୦ ହାରରେ ବିହାର ପାଇଁ ସର୍ବାଧିକ ୩୯୩ ରନ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ଥିଲା।

ଇଂଲଣ୍ଡ, ବାଂଲାଦେଶ ବିପକ୍ଷରେ ଅର୍ଦ୍ଧଶତକ

ଏହାପରେ ତାଙ୍କୁ ସିକେ ନାୟୁଡୁ ଟ୍ରଫି ଖେଳିବା ପାଇଁ ବେଙ୍ଗାଲୁରୁ ପଠାଯାଇଥିଲା। ୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫି ପାଇଁ ତାଙ୍କର ଚୟନ ହୋଇଥିଲା। ସେଠାରୁ ସେ ଗୁଆହାଟୀ ଯାଇଥିଲେ। ଏହାପରେ ତାଙ୍କୁ ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ଆନ୍ଧ୍ର ପ୍ରଦେଶରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ସିରିଜର ସେ ଭାରତୀୟ-ବି ଦଳ ତରଫରୁ ଏକ ମ୍ୟାଚ୍‌ରେ ସେ ଇଂଲଣ୍ଡ ବିପକ୍ଷରେ ୫୦ ରନ ସଂଗ୍ରହ କରିଥିଲେ। ବାଂଲାଦେଶ ଭଳି ଅନ୍ୟଦଳ ବିପକ୍ଷରେ ମଧ୍ୟ ସେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସେ ୬ଟି ପାଳି ଖେଳି ୧୭୭ ରନ ସଂଗ୍ରହ କରିଥିଲେ। ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଥିଲା। ଏହାପରେ କୁଚ୍‌ ବିହାର ଟ୍ରଫି ପାଇଁ ତାଙ୍କୁ ଜାମସେଦପୁର ପଠାଇ ଦିଆଯାଇଥିଲା। ସେଠାରେ ସେ ଶତକ ହାସଲ କରିଥିଲେ। ଫଳରେ ସେ ଆଜି ରଣଜୀ ଟ୍ରଫିରେ ପଦାର୍ପଣ କରିବାର ସୁଯୋଗ ପାଇଛନ୍ତି।